ଆପ୍ ପାଇଁ ବୟସସୀମା ଏବଂ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ “ଆପ୍ ପାଇଁ ବୟସସୀମା” ଡିଜାଇନ୍ କରାଯାଇଛି।
![]()
- ବୟସ-ଉପଯୁକ୍ତ ଅନୁଭୂତି ପ୍ରଦାନ କରିବାରେ ଆପ୍ର ସହାୟତା କରିବାକୁ, “ଆପ୍ ପାଇଁ ବୟସସୀମା” ଆପଣଙ୍କୁ ଆପ୍ ସହ ନିଜ ବୟସସୀମା ଶେୟର୍ କରିବାକୁ ଅନୁମତି ଦିଏ କିନ୍ତୁ ଆପଣଙ୍କ ପ୍ରକୃତ ଜନ୍ମଦିନ ଶେୟର୍ କରିବାକୁ ଅନୁମତି ଦିଏ ନାହିଁ।
- ଆପଣଙ୍କ Apple ଆକାଉଣ୍ଟ୍ ସହ ଜଡ଼ିତ ଆପଣଙ୍କ ଜନ୍ମ ତାରିଖ ଏବଂ ଦେଶ କିମ୍ବା ଅଞ୍ଚଳର ବ୍ୟବହାର ସେହି ବୟସସୀମାକୁ ନିର୍ଦ୍ଧାରଣ କରିବାକୁ କରାଯାଏ, ଯାହାକୁ ଆପଣ ଆପ୍ ଡିଭେଲପର୍ଙ୍କ ସହ ଶେୟର୍ କରିବା ପାଇଁ ବାଛିପାରିବେ।
- ଆପ୍ ସହିତ ଶେୟର୍ କରାଯାଇଥିବା ବୟସସୀମା ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ବ୍ୟବହାର କରି ଆପଣଙ୍କ ସମସ୍ତ ଡିଭାଇସ୍ରେ ସିଙ୍କ୍ କରାଯାଇଥାଏ।
- ଯଦି ଆପଣ ଏକ ପରିବାର ଗ୍ରୂପ୍ର ପିଲା କିମ୍ବା କିଶୋର, ତେବେ ଆପଣଙ୍କ ପକ୍ଷରୁ ଆପଣଙ୍କ ପିତାମାତା କିମ୍ବା ଅଭିଭାବକ “ଆପ୍ ପାଇଁ ବୟସସୀମା”କୁ ନିଶ୍ଚିତ ସକ୍ଷମ କରିବା ଆବଶ୍ୟକ ଏବଂ କନ୍ଫିଗରେଶନ୍କୁ ପରିଚାଳନା କରିପାରିବେ।
- ଆପଣ ଏକ ଆପ୍ ସହ ଶେୟର୍ କରୁଥିବା ବୟସସୀମା ଯଦି ଦର୍ଶାଉଥାଏ ଯେ ଆପଣଙ୍କର ବୟସ ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଦେଶ ବା ଅଞ୍ଚଳରେ ସାବାଳକ ହେବାର ବୟସଠାରୁ କମ୍ ଅଟେ, ତେବେ ନିର୍ଦ୍ଦିଷ୍ଟ କିଛି ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ସକ୍ଷମ ହୋଇଛି ନା ନାହିଁ ତାହା ବିଷୟରେ ସୂଚନା ମଧ୍ୟ ଶେୟର୍ କରାଯାଇପାରେ।
ଆପ୍ ପାଇଁ ବୟସସୀମା ସେଟ୍ ଅପ୍ କରିବା
ଆପ୍ ପାଇଁ ବୟସସୀମା ସକ୍ଷମ କରିବାକୁ, ଆପଣଙ୍କ ଡିଭାଇସ୍ ନିମ୍ନ Apple ଆକାଉଣ୍ଟ୍ ସୂଚନା ବ୍ୟବହାର କରେ: ଜନ୍ମ ତାରିଖ, ଦେଶ ବା ଅଞ୍ଚଳ, ଏବଂ ଏକ ପରିବାର ଗ୍ରୂପ୍ରେ ସଦସ୍ୟତା ଓ ଭୂମିକା। ଡିଭାଇସ୍ର ଅପରେଟିଂ ସିଷ୍ଟମ୍ର ଭର୍ଶନ୍ ଏବଂ ଆପଣ କିମ୍ବା ଆପଣଙ୍କ ଡିଭାଇସ୍ ପାଇଁ ସ୍କ୍ରୀନ୍ ଟାଇମ୍ ପାସ୍କୋଡ୍ ସକ୍ଷମ କରାଯାଇଛି ନା ନାହିଁ ତାହା ମଧ୍ୟ ଆପଣଙ୍କ ଡିଭାଇସ୍ ଯାଞ୍ଚ କରେ।
ଆପ୍ ଦ୍ବାରା ଅନୁରୋଧ କରାଗଲେ ଏକ ବୟସସୀମା ଶେୟର୍ କରିବାକୁ, ଆପ୍ ପାଇଁ ବୟସସୀମା ତିନୋଟି କନ୍ଫିଗରେଶନ୍ ପ୍ରଦାନ କରେ: ପ୍ରଥମେ ପଚାରନ୍ତୁ, ସର୍ବଦା ଏବଂ କଦାପି ନୁହେଁ। ଆପଣଙ୍କ ବୟସସୀମା ଶେୟର୍ କରିବେ ନା ନାହିଁ ତାହା ଆପ୍ ଆଧାରରେ ବାଛିବା ପାଇଁ “ପ୍ରଥମେ ପଚାରନ୍ତୁ” ଆପଣଙ୍କୁ ଅନୁମତି ଦିଏ। ଯଦି ଆପଣ “ସର୍ବଦା”କୁ ବାଛନ୍ତି, ତେବେ ଆପଣଙ୍କ ବୟସସୀମା ପାଇଁ ଅନୁରୋଧ କରିଥିବା ଯେକୌଣସି ଆପ୍ ସହ ଏହାକୁ ସ୍ୱୟଂଚାଳିତ ଭାବରେ ଶେୟର୍ କରାଯିବ, ଏବଂ ଆପଣ “କଦାପି ନୁହେଁ” ବାଛିଲେ, ଆପ୍ ସହ ଆପଣଙ୍କ ବୟସସୀମା ଶେୟର୍ କରାଯିବ ନାହିଁ। ଆପ୍ ପାଇଁ ବୟସସୀମା ସକ୍ଷମ ହୋଇଛି ନା ନାହିଁ ଏବଂ ଶେୟରିଂ କନ୍ଫିଗରେଶନ୍ (ପ୍ରଥମେ ପଚାରନ୍ତୁ, ସର୍ବଦା କିମ୍ବା କଦାପି ନୁହେଁ) ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଅଛି ନା ନାହିଁ ଏବଂ ଏହି ଫୀଚର୍କୁ ସମର୍ଥନ କରୁଥିବା ସମସ୍ତ ଡିଭାଇସ୍ରେ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ବ୍ଯବହାର କରି ସିଙ୍କ୍ କରାଯାଇଛି ନା ନାହିଁ, ସେ ବିଷୟରେ ସୂଚନା।
ଯଦି ଆପଣ ଜଣେ ପ୍ରାପ୍ତବୟସ୍କ କିମ୍ୱା କିଶୋର ଯିଏ 13 ବର୍ଷ କିମ୍ବା ତଦୁର୍ଦ୍ଧ (କିମ୍ବା ଆପଣଙ୍କ ଦେଶ କିମ୍ବା ଅଞ୍ଚଳରେ ସମତୁଲ୍ୟ) ଏବଂ iOS କିମ୍ବା iPadOS 26 କିମ୍ବା ଏହାର ପରବର୍ତ୍ତୀ ଭର୍ଶନ୍କୁ ବ୍ଯବହାର କରୁଥିବା ପରିବାର ଗ୍ରୂପ୍ରେ ନଥିବେ, ତେବେ ଆପଣ ନିଜ ପାଇଁ “ଆପ୍ ପାଇଁ ବୟସସୀମା” ସକ୍ଷମ ଏବଂ କନ୍ଫିଗର୍ କରିପାରିବେ। “ପ୍ରଥମେ ପଚାରନ୍ତୁ”କୁ ଡିଫଲ୍ଟ୍ ଭାବରେ ଚୟନ କରାଯାଇଛି। ଆପଣ ସେଟିଂସ୍ > [ଆପଣଙ୍କ ନାମ] > ପର୍ସନଲ୍ ସୂଚନା > ଆପ୍ ପାଇଁ ବୟସସୀମାକୁ ଯାଇ ଆପଣଙ୍କ “ଆପ୍ ପାଇଁ ବୟସସୀମା” ସକ୍ଷମ ଏବଂ ଆପଣଙ୍କ ଶେୟରିଂ ପ୍ରାଥମିକତାକୁ ଆଡ୍ଜଷ୍ଟ୍ କରିପାରିବେ।
ଏକ ପରିବାର ଗ୍ରୂପ୍ରେ ଥିବା ପିଲା ଓ କିଶୋର ଏବଂ ଆପ୍ ପାଇଁ ବୟସ ସୀମା
ଯଦି ଆପଣ ଏକ ପରିବାର ଗ୍ରୂପ୍ର ପିଲା କିମ୍ବା କିଶୋର, ତେବେ କେବଳ ଆପଣଙ୍କ ପରିବାର ଗ୍ରୂପ୍ରେ ଥିବା ଅର୍ଗାନାଇଜର୍ କିମ୍ବା ଜଣେ ପିତା ବା ମାତା/ଅଭିଭାବକ (ସାମୂହିକ ଭାବେ, “ପିତା ବା ମାତା/ଅଭିଭାବକ”) “ଆପ୍ ପାଇଁ ବୟସସୀମା” ସେଟ୍ ଅପ୍ କରିପାରିବେ। ଏହା କରିବା ପାଇଁ, ପିତାମାତା/ଅଭିଭାବକଙ୍କୁ ଆପଣଙ୍କ ବୟସ ସୁନିଶ୍ଚିତ କରିବାକୁ କୁହାଯିବ, ଯାହା ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଜନ୍ମତାରିଖ ଉପରେ ଆଧାରିତ ଏବଂ ତା’ପରେ ଶେୟରିଂ କନ୍ଫିଗରେଶନ୍ ମଧ୍ଯରୁ ଗୋଟିଏ ଚୟନ କରିବାକୁ କୁହାଯିବ।
ଯଦି ଜଣେ ପିତା ବା ମାତା/ଅଭିଭାବକ iOS କିମ୍ବା iPadOS 26 କିମ୍ବା ଏହାର ପରବର୍ତ୍ତୀ ଭର୍ଶନ୍କୁ ବ୍ୟବହାର କରୁଥା'ନ୍ତି, ତେବେ ସେମାନେ ସେମାନଙ୍କ ଡିଭାଇସ୍ରେ ସେଟିଂସ୍ > ପରିବାର > [ପିଲା କିମ୍ବା କିଶୋରଙ୍କ ନାମ] > ବ୍ୟକ୍ତିଗତ ସୂଚନା > ଆପ୍ ପାଇଁ ବୟସସୀମାକୁ ଯାଇ ଆପଣଙ୍କ ପାଇଁ ରିମୋଟ୍ ଭାବରେ “ଆପ୍ ପାଇଁ ବୟସସୀମା”କୁ ସେଟ୍ ଅପ୍ କରିପାରିବେ। ଯଦି ଆପଣଙ୍କ ପାଇଁ ଏକ ସ୍କ୍ରୀନ୍ ଟାଇମ୍ ପାସ୍କୋଡ୍ ସକ୍ଷମ କରାଯାଇଥାଏ ତେବେ ଜଣେ ପିତା ବା ମାତା/ଅଭିଭାବକ ମଧ୍ୟ ଆପଣଙ୍କ ଡିଭାଇସ୍ରେ ସେଟିଂସ୍ > [ଆପଣଙ୍କ ନାମ] > ବ୍ଯକ୍ତିଗତ ସୂଚନା > ଆପ୍ ପାଇଁ ବୟସସୀମାକୁ ଯାଇ ଏବଂ ସ୍କ୍ରୀନ୍ ଟାଇମ୍ ପାସ୍କୋଡ୍କୁ ଲେଖି ସ୍ଥାନୀୟ ଭାବରେ “ଆପ୍ ପାଇଁ ବୟସସୀମା”କୁ ସେଟ୍ ଅପ୍ କରିପାରିବେ।
ଅର୍ଗାନାଇଜର୍, ପିତାମାତା/ଅଭିଭାବକ, ପ୍ରାପ୍ତ ବୟସ୍କ ଏବଂ ପିଲା ଭଳି ଏକ ପରିବାର ଗ୍ରୂପ୍ ପାଇଁ ଉପଲବ୍ଧ ଭୂମିକା ଅନ୍ତର୍ଭୁକ୍ତ କରି ଫ୍ଯାମିଲି ଶେୟରିଂ ବିଷୟରେ ଅଧିକ ସୂଚନା ପାଇଁ, www.apple.com/legal/privacy/data/en/family-sharing କୁ ଯାଆନ୍ତୁ। ଫ୍ୟାମିଲି ଶେୟରିଂ ସହିତ ଜଡ଼ିତ ବୟସ ଥ୍ରେସ୍ହୋଲ୍ଡ୍ରେ Appleର ବ୍ଯବହାର ବିଷୟରେ ଅଧିକ ସୂଚନା ପାଇଁ, support.apple.com/102617 କୁ ଯାଆନ୍ତୁ। ନିମ୍ନରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ବୟସ ସୀମା ୟୁଜର୍ଙ୍କ ପାଇଁ ଭିନ୍ନ ହୋଇପାରେ ଯାହା ସେମାନଙ୍କ Apple ଆକାଉଣ୍ଟ୍ ସହିତ କେଉଁ ଦେଶ କିମ୍ବା ଅଞ୍ଚଳ ସମ୍ବନ୍ଧିତ ତାହା ଉପରେ ନିର୍ଭର କରେ।
ଆପ୍ ସହିତ ଶେୟର କରାଯାଉଛି
ବୟସସୀମା ଅନୁରୋଧ
ଯଦି ଆପ୍ ପାଇଁ ବୟସସୀମା ସକ୍ଷମ ହୋଇଥାଏ ଏବଂ “ପ୍ରଥମେ ପଚାରନ୍ତୁ” କିମ୍ବା “ସର୍ବଦା“କୁ କନ୍ଫିଗର୍ କରାଯାଇଥାଏ, ତେବେ ଆପଣଙ୍କ ବୟସସୀମା ନିର୍ଦ୍ଧାରଣ କରିବା ପାଇଁ ଆପଣଙ୍କ ଡିଭାଇସ୍ ଆପ୍ର ଅନୁରୋଧରେ ଏହା ଦ୍ବାରା ନିର୍ଦ୍ଦିଷ୍ଟ ହୋଇଥିବା ବୟସସୀମା ଏବଂ ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଜନ୍ମ ତାରିଖକୁ ବ୍ଯବହାର କରିବ। ଆପଣଙ୍କ ଡିଭାଇସ୍ ଆପଣଙ୍କ Apple ଆକାଉଣ୍ଟ୍ ସହ ଜଡ଼ିତ ଦେଶ କିମ୍ବା ଅଞ୍ଚଳକୁ ମଧ୍ଯ ଯାଞ୍ଚ କରିବ, ଯାହା ଦ୍ବାରା ଜଣେ ଡିଭେଲପର୍ଙ୍କ ସହ ଶେୟର୍ କରାଯାଇପାରୁଥିବା ବୟସସୀମାର ସର୍ବାଧିକ ବୟସସୀମା ନିର୍ଦ୍ଧାରଣ କରାଯାଇପାରିବ, ଯାହା ହେଉଛି ସେହି ବୟସ, ଯେଉଁ ବୟସରେ ଆପଣଙ୍କୁ ଆପଣଙ୍କ ଦେଶ କିମ୍ବା ଅଞ୍ଚଳରେ “ବୟସ୍କ” ବୋଲି ବିବେଚନା କରାଯାଏ।
ଯଦି ଆପଣ ଏକ ଆପ୍ ସହିତ ଆପଣଙ୍କ ବୟସସୀମା ଶେୟର୍ କରିବା ପାଇଁ ବାଛନ୍ତି, ତେବେ ଡିଭାଇସ୍ ବୟସସୀମା ନିର୍ଦ୍ଧାରଣ କରିବା ପାଇଁ ବ୍ଯବହୃତ ବୟସ ଆପଣଙ୍କ ଦ୍ବାରା ( ଯଦି ଆପଣ ପରିବାର ଗ୍ରୂପ୍ରେ ନଥିବା ଜଣେ ବୟସ୍କ କିମ୍ବା କିଶୋର) କିମ୍ବା ଆପଣଙ୍କ ପିତାମାତା/ଅଭିଭାବକ (ଯଦି ଆପଣ ପରିବାର ଗ୍ରୂପ୍ରେ ଥିବା ଜଣେ ପିଲା କିମ୍ବା କିଶୋର) ସୁନିଶ୍ଚିତ କରାଯାଇଥିଲା ନା ନାହିଁ ସୂଚାଇବ। ଯଦି ଆପଣ ଏକ ପରିବାର ଗ୍ରୂପ୍ର ପିଲା କିମ୍ବା କିଶୋର ଅଟନ୍ତି, ତେବେ ଡିଭାଇସ୍ Apple ଦ୍ବାରା ପ୍ରଦାନ କରାଯାଇଥିବା କିଛି “ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍”, ଆପଣଙ୍କ ପାଇଁ ସକ୍ଷମ କରାଯାଇଛି ନା ନାହିଁ, ଯାହା ଦ୍ବାରା ଆପ୍ ଆପଣଙ୍କ ଗୋପନୀୟତା ଏବଂ ନିରାପତ୍ତାକୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ଟୂଲ୍ର ବ୍ଯବହାର କରିପାରିବ ବୋଲି ସୂଚାଇପାରେ।
ଯଦି ଆପ୍ ପାଇଁ ବୟସସୀମା ସକ୍ଷମ ଏବଂ କନ୍ଫିଗର୍ କରାଯାଇନଥାଏ କିମ୍ବା ଆପଣ ଶେୟର୍ କରିବା ପାଇଁ ଅସ୍ବୀକାର କରିଛନ୍ତି, ତେବେ ଏହି ଡିଭାଇସ୍ ସୂଚାଇବ ଯେ ଫୀଚର୍ ଉପଲବ୍ଧ ନାହିଁ କିମ୍ବା ଆପଣ ନିଜ ବୟସସୀମାକୁ ଶେୟର୍ କରିବା ପାଇଁ ଅସ୍ବୀକାର କରିଛନ୍ତି।
ଏହି ଆପ୍ ପାଇଁ ଥିବା ଡିଭାଇସ୍ର ପ୍ରତିକ୍ରିୟା ପର୍ସନଲ୍ ଡେଟା ଅନ୍ତର୍ଭୁକ୍ତ କରେ ନାହିଁ; ତଥାପି, ଏକ ଆପ୍ ପ୍ରତିକ୍ରିୟା ପ୍ରାପ୍ତ କରିବା ପରେ, ଏହି ଆପ୍ର ଡିଭେଲପର୍ ଆପଣଙ୍କ ବ୍ଯବହାର ଏବଂ ସେମାନଙ୍କ ଆପ୍ ଡାଉନ୍ଲୋଡ୍ ସମେତ ସେମାନେ ପୃଥକ ଭାବରେ ସଂଗ୍ରହ କରୁଥିବା ପର୍ସନଲ୍ ଡେଟାରେ ଏହାକୁ ଜଡ଼ିତ କରିପାରନ୍ତି। ଏକ ଆପ୍ର ପ୍ରତିକ୍ରିୟା ଏବଂ ଅନ୍ୟ ସୂଚନାର ପ୍ରକ୍ରିୟାକରଣ ଆପ୍ ଡିଭେଲପର୍ଙ୍କ ସର୍ତ୍ତାବଳୀ ଓ ଗୋପନୀୟତା ନୀତି ଦ୍ବାରା ନିୟନ୍ତ୍ରିତ ହୁଏ।
ବୟସସୀମା ଅନୁରୋଧ କରିବାରେ ଥିବା ପ୍ରତିବନ୍ଧକ
ଆପଣଙ୍କ ଡିଭାଇସ୍ ପ୍ରତ୍ୟେକ ଆପ୍ର ଅନୁରୋଧରେ ଆପଣ ଦେଇଥିବା ପ୍ରତିକ୍ରିୟାର ଏକ ରେକର୍ଡ୍ ରଖିଥାଏ, ଯେଉଁଥିରେ ଆପ୍ର ନାମ, ବୟସସୀମା ଶେୟର୍ କରାଯାଇଛି ନା ନାହିଁ ଏବଂ ସେହି ତାରିଖ ଓ ପ୍ରକୃତ ବୟସସୀମା ଯାହା ଶେୟର୍ କରାଯାଇଥିଲା (ଯଦି ଆପଣ ଶେୟର୍ କରିବା ବାଛିଛନ୍ତି) ଅନ୍ତର୍ଭୁକ୍ତ ଥାଏ। ଏହି ସୂଚନାକୁ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ସହିତ ଏହି ଫୀଚର୍କୁ ସମର୍ଥନ କରୁଥିବା ଡିଭାଇସ୍ରେ ସିଙ୍କ୍ରୋନାଇଜ୍ କରାଯାଏ ଯାହା ଦ୍ୱାରା Apple ଏହାକୁ ପଢ଼ିପାରିବ ନାହିଁ। ଡିଭେଲପର୍ଙ୍କ ସହ ଏକ ନୂଆ ବୟସସୀମାକୁ କେବେ ଶେୟର୍ କରାଯାଇପାରିବ, ତାହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ, ନିମ୍ନରେ ବର୍ଣ୍ଣିତ “ବୟସସୀମା ପୁନଃ ଶେୟର୍ କରନ୍ତୁ” ଫୀଚର୍କୁ ପ୍ରଦାନ କରିବା ପାଇଁ ଏବଂ ଡିଭେଲପର୍ଙ୍କ ଦ୍ବାରା ଅନୁରୋଧ କରାଯାଇଥିବା ବୟସସୀମା ବିଷୟରେ ଆପଣଙ୍କୁ ସୂଚିତ କରିବା ପାଇଁ ସବୁଠାରୁ ସାମ୍ପ୍ରତିକ ରେକର୍ଡ୍ ବ୍ଯବହାର କରାଯାଇଥାଏ। ଆପଣ ଆପଣଙ୍କ ଡିଭାଇସ୍ରେ ପ୍ରତ୍ୟେକ ଆପ୍ ପାଇଁ ସେଟିଂସ୍ > [ଆପଣଙ୍କ ନାମ] > ବ୍ଯକ୍ତିଗତ ସୂଚନା > ଆପ୍ ପାଇଁ ବୟସସୀମାକୁ ଯାଇ କିମ୍ବା ସେଟିଂସ୍ > [ଆପ୍ ନାମ] > ଆପ୍ ପାଇଁ ବୟସସୀମା କିମ୍ବା ସେଟିଂସ୍ > ଆପ୍ > [ଆପ୍ ନାମ] > ଆପ୍ ପାଇଁ ବୟସସୀମାକୁ ଯାଇ ସବୁଠାରୁ ସାମ୍ପ୍ରତିକ ରେକର୍ଡ୍କୁ ଦେଖିପାରିବେ।
ବୟସସୀମା ପୁନଃ ଶେୟର୍ କରନ୍ତୁ
ଆପ୍ ପାଇଁ “ବୟସସୀମା ପୁନଃ ଶେୟର୍ କରନ୍ତୁ” ହେଉଛି ବୟସସୀମାର ଏକ ଫୀଚର୍ ଯାହା ଆପଣଙ୍କୁ ସାମ୍ପ୍ରତିକ ରେକର୍ଡ୍ ରୀସେଟ୍ କରିବା ପାଇଁ ଅନୁମତି ଦେଇଥାଏ ଯାହା ଫଳରେ ଡିଭେଲପର୍ଙ୍କ ଅନୁରୋଧ ଅନୁଯାୟୀ ଆପଣ ସେମାନଙ୍କ ସହିତ କେତେ ବୟସସୀମା ଶେୟର୍ କରିପାରିବେ ତାହା Apple ନୂଆ ଭାବେ ନିର୍ଦ୍ଧାରଣ କରେ। “ବୟସସୀମା ପୁନଃ ଶେୟର୍ କରନ୍ତୁ”କୁ ବ୍ୟବହାର କରିବା ପାଇଁ, ସେଟିଂସ୍ > [ଆପଣଙ୍କ ନାମ] > ପର୍ସନଲ୍ ସୂଚନା > ଆପ୍ ପାଇଁ ବୟସସୀମା > [ଆପ୍ ନାମ] > “ବୟସସୀମା ପୁନଃ ଶେୟର୍ କରନ୍ତୁ”କୁ ଯାଆନ୍ତୁ। ଯଦି ଏକ ସ୍କ୍ରୀନ୍ ଟାଇମ୍ ପାସ୍କୋଡ୍ ସକ୍ଷମ କରାଯାଇଥାଏ, ଏକ ଅପ୍ଡେଟ୍ କରାଯାଇଥିବା ବୟସସୀମାକୁ ଶେୟର୍ କରିବା ପୂର୍ବରୁ, ଏହାକୁ ନିଶ୍ଚିତ ଲେଖିବାକୁ ହେବ।
ଅପ୍ଡେଟ୍ କରାଯାଇଥିବା ବୟସସୀମା ଅନୁରୋଧ
ଯଦି କୌଣସି ଆପ୍ ଏହାର ବୟସସୀମାର ସୂଚନାକୁ ପରିବର୍ତ୍ତନ କରି ଏହାର ଅନୁରୋଧକୁ ଅପ୍ଡେଟ୍ କରେ, ତେବେ ଅପ୍ଡେଟ୍ ହୋଇଥିବା ଅନୁରୋଧର ଫଳାଫଳ ସ୍ବରୂପ ଆପ୍ ସହ ଏକ ଭିନ୍ନ ବୟସସୀମା ଶେୟର୍ କରାଯାଇପାରିବ ନା ନାହିଁ ତାହା ନିର୍ଦ୍ଧାରଣ କରିବାକୁ ଡିଭାଇସ୍ ସାମ୍ପ୍ରତିକ ରେକର୍ଡ୍ର ଯାଞ୍ଚ କରିବ। ଯଦି ସମ୍ଭବ, ତେବେ ଡିଭାଇସ୍ ସଦ୍ୟତମ ରେକର୍ଡ୍କୁ ରୀସେଟ୍ କରିବ ଏବଂ ଆପ୍ରୁ ଆସିଥିବା ପରବର୍ତ୍ତୀ ଅନୁରୋଧର ଉତ୍ତରରେ, ଯଦି “ସର୍ବଦା”କୁ କନ୍ଫିଗର୍ କରାଯାଇଥାଏ, ତେବେ ସ୍ବୟଂଚାଳିତ ଭାବରେ ନୂଆ ବୟସସୀମା ଶେୟର୍ କରିବ, କିମ୍ବା ଯଦି “ପ୍ରଥମେ ପଚାରନ୍ତୁ”କୁ କନ୍ଫିଗର୍ କରାଯାଇଥାଏ, ତେବେ ନୂଆ ବୟସସୀମା ପାଇଁ ଏକ ଅପ୍ଡେଟ୍ ହୋଇଥିବା ପ୍ରମ୍ପ୍ଟ୍ ଉପସ୍ଥାପନ କରିବ। ଯଦି “ସର୍ବଦା”କୁ କନ୍ଫିଗର୍ କରାଯାଇଥାଏ, ତେବେ ନୂଆ ବୟସସୀମା ସଦ୍ୟତମ ରେକର୍ଡ୍ର ବୟସସୀମା ତୁଳନାରେ ଅଧିକ ସଠିକ୍ ଥିଲେ ଆପଣଙ୍କୁ ସୂଚିତ କରାଯିବ।
ଆପ୍ ପାଇଁ ବୟସସୀମା ପରିଚାଳନା କରିବା
ଆପଣ ଯେକୌଣସି ସମୟରେ ଆପଣଙ୍କ ଡିଭାଇସ୍ରେ ସେଟିଂସ୍ > [ଆପଣଙ୍କ ନାମ] > ପର୍ସନଲ୍ ସୂଚନା > ଆପ୍ ପାଇଁ ବୟସସୀମା କିମ୍ବା ସେଟିଂସ୍ > ଆପ୍ > [ଆପ୍ ନାମ] > ଆପ୍ ପାଇଁ ବୟସସୀମାକୁ ଯାଇ “ଆପ୍ ପାଇଁ ବୟସସୀମା” ପାଇଁ “ଶେୟରିଂ କନ୍ଫିଗରେଶନ୍”କୁ ପରିଚାଳନା କରିପାରିବେ। ଯଦି ଏକ ସ୍କ୍ରୀନ୍ ଟାଇମ୍ ପାସ୍କୋଡ୍ ସକ୍ଷମ କରାଯାଇଥାଏ, ତେବେ କନ୍ଫିଗରେଶନ୍ ପରିବର୍ତ୍ତନ କରିବା ପୂର୍ବରୁ ଏହାକୁ ନିଶ୍ଚିତ ଲେଖିବାକୁ ହେବ। ଯଦି ଆପଣ ଏକ ପରିବାର ଗ୍ରୂପ୍ରେ ଜଣେ ପିଲା କିମ୍ବା କିଶୋର ହୋଇଥାନ୍ତି, ଆପଣଙ୍କ ପରିବାର ଗ୍ରୂପ୍ରେ ଥିବା ଜଣେ ପିତା ବା ମାତା/ଅଭିଭାବକ ସେମାନଙ୍କ ଡିଭାଇସ୍ରେ ସେଟିଂସ୍ > ପରିବାର > [ପିଲା କିମ୍ବା କିଶୋରଙ୍କ ନାମ] > ବ୍ୟକ୍ତିଗତ ସୂଚନା > ଆପ୍ ପାଇଁ ବୟସସୀମା > ଆପ୍ ସହିତ ଶେୟର୍ କରନ୍ତୁକୁ ଯାଇ କନ୍ଫିଗରେଶନ୍ ପରିଚାଳନା କରିପାରିବେ।
ଯଦି “ଶେୟରିଂ କନ୍ଫିଗରେଶନ୍”କୁ ଅପ୍ଡେଟ୍ କରାଯାଇଥାଏ, ତେବେ ଡିଭେଲପର୍ଙ୍କ ପରବର୍ତ୍ତୀ ଅନୁରୋଧର ପ୍ରତିକ୍ରିୟାରେ ନୂଆ “ଶେୟରିଂ କନ୍ଫିଗରେଶନ୍” ଲାଗୁ କରାଯିବ। ଶେୟରିଂ କନ୍ଫିଗରେଶନ୍କୁ “ସର୍ବଦା”ରେ ପରିବର୍ତ୍ତନ କରିବା ଫଳରେ ପୂର୍ବରୁ ଆପଣ ବୟସସୀମା ଶେୟର୍ କରିବାକୁ ଅସ୍ବୀକାର କରିଥିବା ଯେକୌଣସି ଆପ୍ ପାଇଁ ଏହା ଏକ ରୀସେଟ୍ ଭାବରେ କାର୍ଯ୍ଯ କରିବ।
ଯଦି ଆପଣଙ୍କୁ ନିଜ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଜନ୍ମ ତାରିଖ ଅପ୍ଡେଟ୍ କରିବାକୁ ପଡ଼େ, ତେବେ ଆପଣ ନିଜ ଡିଭାଇସ୍ରେ ସେଟିଂସ୍ > [ଆପଣଙ୍କ ନାମ] > ବ୍ୟକ୍ତିଗତ ସୂଚନାକୁ ଯାଇ ଏହା କରିପାରିବେ। ଯଦି ଆପଣଙ୍କୁ ନିଜ ପରିବାର ଗ୍ରୂପ୍ରେ ଜଣେ ପିଲା କିମ୍ବା କିଶୋରଙ୍କ ସହ ସମ୍ବନ୍ଧିତ ଜନ୍ମ ତାରିଖ ଅପ୍ଡେଟ୍ କରିବାକୁ ପଡ଼େ, ତେବେ ଆପଣ ନିଜ ଡିଭାଇସ୍ରେ ସେଟିଂସ୍ > ପରିବାର > [ପିଲା କିମ୍ବା କିଶୋରଙ୍କ ନାମ] > ବ୍ୟକ୍ତିଗତ ସୂଚନାକୁ ଯାଇ ଏହା କରିପାରିବେ। ଜନ୍ମ ତାରିଖ ଅପ୍ଡେଟ୍ ହେଲା ପରେ, “ଆପ୍ ପାଇଁ ବୟସସୀମା” ଫୀଚର୍କୁ ନିଶ୍ଚିତ ପୁନଃସକ୍ଷମ କରିବାକୁ ହେବ।
ବୟସସୀମା ଶେୟର୍ କରିବା ଉପରେ ଆଞ୍ଚଳିକ ପ୍ରତିବନ୍ଧକ
କିଛି ଦେଶ କିମ୍ବା ଅଞ୍ଚଳରେ, ଆବଶ୍ୟକ ହେଲେ ଆପ୍ ସହିତ ଆପଣଙ୍କ ବୟସସୀମା ସୂଚନା ଶେୟର୍ କରିବା ପାଇଁ Apple ଆଇନତଃ ବାଧ୍ୟ ହୋଇଥାଏ। ଯଦି ଆପଣଙ୍କ Apple ଆକାଉଣ୍ଟ୍ କିମ୍ବା ପିଲା କିମ୍ବା କିଶୋରଙ୍କ Apple ଆକାଉଣ୍ଟ୍ ସେହି ଦେଶ କିମ୍ବା ଅଞ୍ଚଳ ମଧ୍ୟରୁ କୌଣସି ଗୋଟିଏରେ ଅବସ୍ଥିତ ବୋଲି ନିର୍ଦ୍ଧାରଣ କରାଯାଏ, ତେବେ ଆପ୍ ପାଇଁ ବୟସସୀମା ଶେୟର୍ କରିବା ସେଟିଂରେ “ସର୍ବଦା”ରେ ସେଟ୍ ହେବ ଏବଂ ଏହି କନ୍ଫିଗରେଶନ୍ ବଦଳାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯିବ। ଆପଣଙ୍କ ବୟସ କିପରି ନିଶ୍ଚିତ କରାଯାଇଛି ଏବଂ ଆପଣଙ୍କ ପାଇଁ କିଛି ଆଞ୍ଚଳିକ ଭାବରେ ନିର୍ଦ୍ଦିଷ୍ଟ ଆବଶ୍ୟକତା ଲାଗୁ ହେଉଛି କି ନାହିଁ, ତାହା ମଧ୍ୟ ଆପଣଙ୍କ ଡିଭାଇସ୍ ଶେୟର୍ କରିବ।
ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର
ସେବା ପ୍ରଦାନ କରିବା ପାଇଁ ଏବଂ ଆମ ଆଇନଗତ ଦାୟିତ୍ୱଗୁଡ଼ିକର ଅନୁପାଳନ କରିବାର ଆବଶ୍ୟକତା ଅନୁଯାୟୀ Apple ସହ ଥିବା ଆପଣଙ୍କ ଚୁକ୍ତିର କାର୍ଯ୍ୟ ସମ୍ପାଦନ ପାଇଁ ଆମେ ସାଧାରଣତଃ “ଆପ୍ ପାଇଁ ବୟସସୀମା”ରେ ଆପଣଙ୍କ ପର୍ସନଲ୍ ଡେଟା ପ୍ରକ୍ରିୟାନ୍ୱିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ।
ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆମେ ପର୍ସନଲ୍ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକତା ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ ଯାହା ଦ୍ବାରା ଆପଣ ନିଜ ପରିବାର ଗ୍ରୂପ୍ର ଜଣେ ପିତା ବା ମାତା/ଅଭିଭାବକ ହୁଅନ୍ତି, ତେବେ ଆପଣ କିମ୍ବା ଆପଣଙ୍କ ଏକ ପିଲା ପାଇଁ ଏହି ଫୀଚର୍ ସେଟ୍ ଅପ୍ ଏବଂ ପ୍ରଦାନ କରିବାକୁ ସକ୍ଷମ କରିପାରିବେ।
ବ୍ଯବହୃତ ଡେଟାରେ ଅନ୍ତର୍ଭୁକ୍ତ ଅଛି:
- ଆପଣଙ୍କ ଜନ୍ମ ତାରିଖ ଓ ଦେଶ କିମ୍ବା ଅଞ୍ଚଳ ଏବଂ ପରିବାର ଗ୍ରୂପ୍ରେ ସଦସ୍ୟତା ଓ ଭୂମିକା ସମେତ Apple ଆକାଉଣ୍ଟ୍ ସୂଚନା
- ଡିଭାଇସ୍ର ଅପରେଟିଂ ସିଷ୍ଟମ୍ର ଭର୍ଶନ୍ ସମେତ ଡିଭାଇସ୍ ସୂଚନା
ରିଟେନ୍ଶନ୍
Appleର ଗୋପନୀୟତା ନୀତିରେ କିମ୍ବା ଆମର ସେବା-ନିର୍ଦ୍ଦିଷ୍ଟ ଗୋପନୀୟତା ନୋଟିଫିକେଶନ୍ରେ ବର୍ଣ୍ଣିତ ଅନୁଯାୟୀ କିମ୍ବା ଆଇନ ଦ୍ୱାରା ଆବଶ୍ୟକ ଅନୁଯାୟୀ, ଯେଉଁ ଉଦ୍ଦେଶ୍ୟ ପାଇଁ ଏହା ସଂଗ୍ରହ କରାଯାଇଥିଲା ତାହା ପୂରଣ କରିବା ପାଇଁ Apple କେବଳ ପର୍ସନଲ୍ ଡେଟା ରଖିଥାଏ। ରିଟେନ୍ଶନ୍ ଅବଧିର ମୂଲ୍ୟାଙ୍କନ କରିବା ସମୟରେ, ଆମେ ପ୍ରଥମେ ସଂଗୃହୀତ ପର୍ସନଲ୍ ଡେଟାକୁ ବଜାୟ ରଖିବା ଆବଶ୍ୟକ କି ନାହିଁ ସତର୍କତାର ସହ ଯାଞ୍ଚ କରିଥାଉ ଏବଂ ଯଦି ବଜାୟ ରଖିବା ଆବଶ୍ୟକ ହୁଏ ତେବେ ଆଇନ ଦ୍ୱାରା ଅନୁମତିପ୍ରାପ୍ତ ସବୁଠାରୁ ଛୋଟ ସମ୍ଭାବ୍ଯ ଅବଧି ପାଇଁ ପର୍ସନଲ୍ ଡେଟା ରଖିବା ପାଇଁ କାମ କରିଥାଉ।
“ଆପ୍ ପାଇଁ ବୟସସୀମା” ସମ୍ୱନ୍ଧୀୟ ପ୍ରସଙ୍ଗରେ ଆପଣଙ୍କ ବ୍ୟକ୍ତିଗତ ସୂଚନା କିପରି ବ୍ୟବହୃତ ହୁଏ, ସେ ବିଷୟରେ ଯଦି ଆପଣଙ୍କର ପ୍ରଶ୍ନ ଥାଏ କିମ୍ୱା ଆପଣ ଯଦି ଆମ ଡେଟା ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆମକୁ www.apple.com/legal/privacy/contact ରେ ଯୋଗାଯୋଗ କରିପାରିବେ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2025-12-12