Apple Fitness+ ଓ ଗୋପନୀୟତା

ସବ୍‌ସ୍କ୍ରାଇବ୍ କରିବା ପୂର୍ବରୁ ଆପଣ Apple Fitness+ ସେବା ଏକ୍ସ୍‌ପ୍ଲୋର୍ କରିବା ସମୟରେ, ସେବାକୁ ଉନ୍ନତ କରିବା ପାଇଁ Fitness+ ଟାବ୍‌ରେ Apple ଆପଣଙ୍କ ବ୍ରାଉଜିଂ ଆକ୍ଟିଭିଟିର ଉପଯୋଗ କରିପାରେ। ଥରେ ଆପଣ ସବ୍‌ସ୍କ୍ରାଇବ୍ କରିବା ପରେ, ଆପଣଙ୍କ ବ୍ରାଉଜିଂ ଏବଂ ୱର୍କ୍‌ଆଉଟ୍ ଡେଟା ଏକ ର‍୍ୟାଣ୍ଡମ୍ ଚିହ୍ନଟକାରୀ ସହିତ ସମ୍ବନ୍ଧିତ ହୋଇଯାଏ। ଆପଣଙ୍କ ଆକାଉଣ୍ଟ୍, ସବ୍‌ସ୍କ୍ରିପ୍ସନ୍ ସ୍ଥିତି, ଏବଂ ୱର୍କ୍‌ଆଉଟ୍ ଆପଣଙ୍କୁ ନୋଟିଫିକେଶନ୍ ପଠାଇବାକୁ ବ୍ଯବହାର କରାଯାଇପାରେ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Apple Fitness+କୁ ଡିଜାଇନ୍ କରାଯାଇଛି।


Privacy Icon

  • ଯେତେବେଳେ ଆପଣ ସବ୍‌ସ୍କ୍ରାଇବ୍ କରିବା ପୂର୍ବରୁ Fitness+ ଏକ୍ସ୍‌ପ୍ଲୋର୍ କରନ୍ତି, Apple ଆପଣଙ୍କ ବ୍ରାଉଜିଂ ଆକ୍ଟିଭିଟି ବିଷୟରେ ସୂଚନା ସଂଗ୍ରହ କରେ ଯେଉଁଥିରେ ଆପଣ ଦେଖୁଥିବା ୱର୍କ୍‌ଆଉଟ୍ ପ୍ରୀଭ‍୍ୟୂ ଏବଂ ଆପଣଙ୍କୁ ଆପ୍ ପର୍ଯ‍୍ୟନ୍ତ ନେଇଥିବା କୌଣସି ମାର୍କେଟିଂ ଅଭିଯାନ ବିଷୟରେ ସୂଚନା ଅନ୍ତର୍ଭୁକ୍ତ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ ସହ ଜଡ଼ିତ ଏବଂ ସେବାକୁ ଉନ୍ନତ କରିବାକୁ ବ୍ୟବହୃତ ହୁଏ।
  • ଯଦି ଆପଣ ସବ୍‌ସ୍କ୍ରାଇବ୍ କରନ୍ତି, ତେବ ଆମେ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧୀତ ସବ୍‌ସ୍କ୍ରିପ୍ସନ୍ ସ୍ଥିତି ବିଷୟରେ ସୂଚନା ଆପଣଙ୍କୁ ସେବା ପ୍ରଦାନ କରିବା, ଆପଣଙ୍କୁ ମାର୍କେଟିଂ ଯୋଗାଯୋଗ ପଠାଇବା ଏବଂ App Store, Apple News ଏବଂ ଷ୍ଟକ୍‌ରେ ବିଜ୍ଞାପନଗୁଡ଼ିକ (ଯେଉଁଠାରେ ଉପଲବ୍ଧ) ଆପଣଙ୍କ ପାଇଁ ପ୍ରାସଙ୍ଗିକ ବୋଲି ସୁନିଶ୍ଚିତ କରିବାକୁ ବ୍ଯବହାର କରୁ। Fitness+ ସେବାର ଆପଣଙ୍କ ବ‍୍ୟବହାର ବିଷୟରେ ଡେଟା ଏକ ର‍୍ୟାଣ୍ଡମ୍ ଚିହ୍ନଟକାରୀ ବିପକ୍ଷରେ ଷ୍ଟୋର୍ ହୋଇଛି ଯାହା Fitness+ ପାଇଁ ନିର୍ଦ୍ଦିଷ୍ଟ ଏବଂ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ନୁହେଁ।
  • ଯଦି ଆପଣ ଫିଟ୍‌ନେସ୍ ଆପ୍‌ରେ ଆକ୍ଟିଭିଟି ଶେୟର୍ କରିବା ସକ୍ଷମ କରନ୍ତି, ଆପଣଙ୍କ Fitness+ ୱର୍କ୍‌ଆଉଟ୍ ଏବଂ ଆକ୍ଟିଭିଟି ଡେଟା ବନ୍ଧୁମାନଙ୍କ ସହିତ ଶେୟର୍ କରାଯିବ ଏବଂ Apple କୁ ପଠାଯିବ ଏବଂ ଅଳ୍ପ ସମୟ ପାଇଁ ରଖାଯିବ ଯାହା ଦ୍ୱାରା ଆପଣ ଯେଉଁମାନଙ୍କୁ ବାଛିବେ, Apple ଏହି ଡେଟାକୁ ସୁରକ୍ଷିତ ଭାବରେ ସେମାନଙ୍କ ସହ ଶେୟର୍ କରିପାରିବ। ଏହି ଡେଟାରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ: ଆକ୍ଟିଭ୍ କ୍ୟାଲୋରି କିମ୍ବା କିଲୋଜୂଲ୍, ବ୍ୟାୟାମ ମିନିଟ୍, ଷ୍ଟାଣ୍ଡ୍ କିମ୍ବା ରୋଲ୍ ଘଣ୍ଟା, ଷ୍ଟେପ୍, ଟାଇମ୍ ଜୋନ୍ ଏବଂ ୱର୍କ୍‌ଆଉଟ୍ ସୂଚନା ଯେପରିକି ଟାଇଟଲ୍, ପ୍ରକାର ଏବଂ ଅବଧି।

Apple Fitness+ ହେଉଛି ଏକ ଫିଟ୍‌ନେସ୍ ଓ ୱେଲ୍‌ନେସ୍ ସେବା ଯେଉଁଥିରେ ବିଶେଷଜ୍ଞ ପ୍ରଶିକ୍ଷକଙ୍କ ନେତୃତ୍ୱରେ ୱର୍କ୍‌ଆଉଟ୍ ଏବଂ ଧ୍ୟାନ କରାଯାଏ।

ପ୍ରୀ-ସବ୍‌ସ୍କ୍ରିପ୍ସନ୍ ଆକ୍ଟିଭିଟି

Apple Fitness+ ସବ୍‌ସ୍କ୍ରାଇବ୍ କରିବା ପୂର୍ବରୁ, ଆପଣ ସେବା ଏକ୍ସ୍‌ପ୍ଲୋର୍ କରିପାରିବେ ଏବଂ ୱର୍କ୍‌ଆଉଟ୍ ପ୍ରୀଭ‍୍ୟୂ ଦେଖିପାରିବେ। Fitness+ ଟାବ୍‌ରେ ଆପଣଙ୍କ ବ୍ରାଉଜିଂ ଆକ୍ଟିଭିଟି ବିଷୟରେ Apple ସୂଚନା ସଂଗ୍ରହ କରେ, ଯେପରିକି ଆପଣ ଦେଖୁଥିବା ପେଜ୍‌ଗୁଡ଼ିକ ଏବଂ ଆପଣ ଦେଖୁଥିବା ୱର୍କ୍‌ଆଉଟ୍ ପ୍ରୀଭ‍୍ୟୂ, ଆପଣ ବ‍୍ୟବହାର କରୁଥିବା ଡିଭାଇସ୍‌ର ପ୍ରକାର, ଏବଂ ନୋଟିଫିକେଶନ୍ ସହିତ ଆପଣଙ୍କର ବାର୍ତ୍ତାଳାପ। ଯଦି ଆପଣ ଏକ ମାର୍କେଟିଂ ଅଭିଯାନରୁ ଏକ ଲିଙ୍କ୍ ମାଧ୍ୟମରେ Apple Fitness+ ଟାବ୍‌ରେ ଏଣ୍ଟର୍‌ କରନ୍ତି, ଯେପରିକି ଏକ ଇମେଲ୍ କିମ୍ବା ଡିଜିଟଲ୍ ବିଜ୍ଞାପନ, Apple ମାର୍କେଟିଂ ସୋର୍ସ୍‌କୁ ଆଟ୍ରିବ୍ୟୁଶନ୍ ପ୍ରଦାନ କରିବା ପାଇଁ ଏବଂ ଆମର ମାର୍କେଟିଂ ଅଭିଯାନରେ ଉନ୍ନତି ଆଣିବା ପାଇଁ ମାର୍କେଟିଂ ଅଭିଯାନ ବିଷୟରେ ସୂଚନା ରେକର୍ଡ୍‌ କରେ।

Apple ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ବନ୍ଧିତ ଏହି ସୂଚନା ଷ୍ଟୋର୍‌ କରେ ଏବଂ Apple Fitness+ ଉନ୍ନତ କରିବା ପାଇଁ ଏହାକୁ ବ୍ୟବହାର କରେ।

ପ୍ରୀ-ସବ୍‌ସ୍କ୍ରିପ୍ସନ୍ ୱର୍କ୍‌ଆଉଟ୍

ଆପଣ Apple Fitness+ ସବ୍‌ସ୍କ୍ରାଇବ୍ କରିବା ପୂର୍ବରୁ କିଛି ୱର୍କ୍‌ଆଉଟ୍ ଓ ଧ‍୍ୟାନ ଚୟନ କରିବା ପାଇଁ ଚେଷ୍ଟା କରିପାରିବେ। ଆପଣ ଏହି ପ୍ରୀ-ସବ୍‌ସ୍କ୍ରିପ୍ସନ୍ ୱର୍କ୍‌ଆଉଟ୍ ଓ ଧ‍୍ୟାନ କରିବା ସମୟରେ, Apple ୱର୍କ୍‌ଆଉଟ୍ ଓ ଧ‍୍ୟାନର ଶୀର୍ଷକ ଓ ପ୍ରଶିକ୍ଷକ, ଆପଣ କରୁଥିବା ସେଶନ୍ ସଂଖ୍ୟା ଏବଂ ଆପଣ Apple Fitness+ ସବ୍‌ସ୍କ୍ରିପ୍ସନ୍ ପାଇଁ ସାଇନ୍-ଅପ୍ କରୁଛନ୍ତି କି ନାହିଁ ସେ ବିଷୟରେ ସୂଚନା ସଂଗ୍ରହ କରେ। ୟୁଜର୍‌ମାନେ କେଉଁ କଣ୍ଟେଣ୍ଟ୍ ପ୍ରତି ଆଗ୍ରହୀ ଅଛନ୍ତି ତାହା ବୁଝିବା ପାଇଁ ଏବଂ Apple Fitness+ କୁ ଅପ୍ଟିମାଇଜ୍ ଓ ଉନ୍ନତ କରିବା ପାଇଁ ଆମେ ଏହି ସୂଚନା ସଂଗ୍ରହ କରୁ।

Apple ଏହି ସୂଚନାକୁ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ନ କରି ଏକତ୍ରିତ ଭାବରେ ଷ୍ଟୋର୍ କରେ।

Apple Fitness+ ଆକ୍ଟିଭିଟି ଓ ୱର୍କ୍‌ଆଉଟ୍‌

ଆପଣ Apple Fitness+ ସବ୍‌ସ୍କ୍ରାଇବ୍‌ କରିବା ପରେ, Apple ଦ୍ବାରା Fitness, ୱର୍କ୍‌ଆଉଟ୍‌ ଏବଂ ମାଇଣ୍ଡ୍‌ଫୁଲ୍‌ନେସ୍‌ ଆପ୍‌ରେ Fitness+ରେ ଆପଣଙ୍କ ବ୍ରାଉଜିଂ ଆକ୍ଟିଭିଟି ବିଷୟରେ ସୂଚନା ସଂଗ୍ରହ କରାଯାଇପାରେ, ଯେପରିକି ଆପଣ ଦେଖୁଥିବା ପୃଷ୍ଠା, ଆପଣ ଯେଉଁ ଫୀଚର୍‌‌ ସହିତ ଇଣ୍ଟରାକ୍ଟ୍‌ କରନ୍ତି ଏବଂ ଏପରି କାର୍ଯ୍ଯ ଯାହା ଆପଣଙ୍କୁ ଆପ୍‌ରେ ପ୍ରବେଶ ଏବଂ ପ୍ରସ୍ଥାନ କରିବା ପାଇଁ ବାଧ୍ୟ କରେ ଯେପରିକି ଏକ ବାହ୍ୟ ଲିଙ୍କ୍ ଅନୁସରଣ କରିବା ଯାହା ଆପଣଙ୍କୁ Fitness+କୁ ନେଇଯାଏ କିମ୍ବା Apple Musicର ଏକ ଲିଙ୍କ୍ ମାଧ୍ୟମରେ ଆପ୍‌ରୁ ପ୍ରସ୍ଥାନ କରେ। Apple ଆପଣ ବ୍ୟବହାର କରୁଥିବା ଡିଭାଇସ୍‌ର ପ୍ରକାର, ନୋଟିଫିକେଶନ୍‌ ସହିତ ଆପଣଙ୍କର ଇଣ୍ଟରାକ୍ସନ୍‌ ଏବଂ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ ବିଷୟରେ ସୂଚନା ସଂଗ୍ରହ କରେ, ଏହା ସହିତ ଆପଣଙ୍କ ଲିଙ୍ଗ ଏବଂ ବୟସ ସୀମା ସମେତ କିଛି ଜନସଂଖ୍ୟାଗତ ସୂଚନା ମଧ‍୍ୟ ସଂଗ୍ରହ କରେ।

ଯେତେବେଳେ ଆପଣ Fitness+ ୱର୍କ୍‌ଆଉଟ୍‌ କିମ୍ବା ଧ‍୍ୟାନ କରନ୍ତି, ସେଶନ୍‌ର ଅବଧି, ଆପଣଙ୍କ ନାଭିଗେଶନ୍ କ୍ରିୟା ଯେପରିକି ଚଲାଇବା ଓ ପଜ୍‌ କରିବା, ଆପଣ ସେଶନ୍‌ର କେତେ ଅଂଶ କେତେ ସମ୍ପୂର୍ଣ୍ଣ କରିଛନ୍ତି, ସେଶନ୍‌ ଅଡିଓ କିମ୍ବା ଭିଡିଓ ଅଟେ, ଭାଷା ସେଟିଂ, ଆପଣ ସେଶନ୍‌ ଡାଉନ୍‌ଲୋଡ୍ କରିଛନ୍ତି କିମ୍ବା ତାହା ଷ୍ଟ୍ରୀମ୍ କରୁଛନ୍ତି, ଏବଂ ଆପଣ AirPlay କିମ୍ବା ପିକ୍ଚର୍‌ ଇନ୍‌ ପିକ୍ଚର୍‌ ପରି ଫୀଚର୍‌‌ ବ‍୍ୟବହାର କରୁଛନ୍ତି କି ନାହିଁ, ଏହା ସହିତ ସେଶନ୍‌ ଏବଂ ଆପଣ ଏହା ସହିତ କିପରି ଇଣ୍ଟରାକ୍ଟ୍‌ କରୁଛନ୍ତି ଏହା ବିଷୟରେ Apple ସୂଚନା ସଂଗ୍ରହ କରେ। ଯଦି ଆପଣ “Fitness+ ଉନ୍ନତ କରନ୍ତୁ” ସକ୍ଷମ କରିବାକୁ ଚୟନ କରନ୍ତି ତେବେ Apple ଆପଣଙ୍କ ୱର୍କ୍‌ଆଉଟ୍ କିମ୍ବା ଧ‍୍ୟାନ ଟାଇଟଲ୍ ଏବଂ ପ୍ରଶିକ୍ଷକଙ୍କ ସୂଚନା ସଂଗ୍ରହ କରିବ। ଯଦି ଆପଣ ଅନ‍୍ୟ ୟୁଜର୍‌ଙ୍କ ସହ ୱର୍କ୍‌ଆଉଟ୍ କରିବା ପାଇଁ SharePlay ବ‍୍ୟବହାର କରନ୍ତି, ତେବେ, ଆପଣ SharePlay ସେଶନ୍ ସମୟରେ କରିଥିବା ୱର୍କ୍‌ଆଉଟ୍‌ର ସୂଚନା ଏବଂ ସେଶନ୍‌ରେ ଅଂଶଗ୍ରହଣ କରିଥିବା ଡିଭାଇସ୍‌ର ସଂଖ‍୍ୟା Apple ସଂଗ୍ରହ କରିବ, କିନ୍ତୁ SharePlay ସେଶନ୍‌ର ଅଂଶଗ୍ରହଣକାରୀଙ୍କୁ ଚିହ୍ନଟ କରିବା ପାଇଁ କୌଣସି ପ୍ରକାରର ସୂଚନା ସଂଗ୍ରହ କରିବ ନାହିଁ।

ଏହି ସମସ୍ତ ଡେଟାକୁ Apple Fitness+ ପାଇଁ ନିର୍ଦ୍ଦିଷ୍ଟ ଥିବା ଏବଂ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ନଥିବା ଏକ ର‍୍ୟାଣ୍ଡମ୍‌, ଘୂରୁଥିବା ଚିହ୍ନଟକାରୀ ସହିତ ଷ୍ଟୋର୍ କରାଯିବ। Apple ସେବା ପ୍ରଦାନ କରିବାକୁ ଏବଂ ଏହାକୁ ଉନ୍ନତ କରିବା ପାଇଁ ଏହି ସୂଚନାର ବ‍୍ୟବହାର କରିଥାଏ।

iCloud ସିଙ୍କ୍ ହେଉଛି

ଆପଣଙ୍କ ପାଇଁ ଏକ ସୁବିଧା ଭାବରେ, Apple Fitness+ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ଅଭିଜ୍ଞତାର ଦିଗଗୁଡ଼ିକୁ ଅପ୍-ଟୁ-ଡେଟ୍ ରଖିବା ପାଇଁ iCloud ବ୍ୟବହାର କରେ। ଉଦାହରଣ ସ୍ୱରୂପ, Fitness+ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ୱର୍କ୍‌ଆଉଟ୍‌ରେ କିମ୍ବା ଧ‍୍ୟାନରେ ହେଉଥିବା ଆପଣଙ୍କ ଅଗ୍ରଗତି ସିଙ୍କ୍ କରିବା ପାଇଁ ଆପଣଙ୍କ iCloud ବ୍ଯବହାର କରିବ। ଆପଣ iOS କିମ୍ବା iPadOS ଡିଭାଇସ୍‌ରେ ସେଟିଂସ୍ > [ଆପଣଙ୍କ ନାମ] > iCloud > “iCloudରେ ସେଭ୍ ହୋଇଛି” > “ସମସ୍ତ ଦେଖନ୍ତୁ”କୁ ଯାଇ, ତା’ପରେ Fitness+ବନ୍ଦ କରିବାକୁ ଟାପ୍ କରି ଏହି କ୍ଷମତାକୁ ଯେକୌଣସି ସମୟରେ ଅକ୍ଷମ କରିପାରିବେ।

ବର୍ନ୍ ବାର୍

ବର୍ନ୍ ବାର୍ ଏହି ସମାନ କାର୍ଯ‍୍ୟକୁ ସମ୍ପୂର୍ଣ୍ଣ କରିଥିବା ଅନ‍୍ୟ ୟୁଜର୍‌ଙ୍କ ତୁଳନାରେ ଆପଣଙ୍କ ୱର୍କ୍‌ଆଉଟ୍ କାର୍ଯ‍୍ୟଦକ୍ଷତାକୁ ମାପିବା ପାଇଁ ଅନୁମତି ଦେଇଥାଏ। ଯଦି ଆପଣ ବର୍ନ୍ ବାର୍ ସକ୍ଷମ କରିବାକୁ ଚୟନ କରନ୍ତି, ତେବେ ୱର୍କ୍ଆଉଟ୍ ପାଇଁ ଆପଣଙ୍କ କାର୍ଯ‍୍ୟର ମେଟାବଲିକ୍ ଇକ୍ୱଭଲେଣ୍ଟ୍ ଆପଣଙ୍କ MET ମୂଲ‍୍ୟକୁ ସେହି ୱର୍କ୍‌ଆଉଟ୍ ପାଇଁ Apple ଦ୍ୱାରା ବେନାମୀ ଭାବରେ ଯୋଡ଼ାଯିବ ଏବଂ ଏହାକୁ ଆପଣଙ୍କ Apple ଆକାଉଣ୍ଟ୍ କିମ୍ବା ଆପଣଙ୍କର ଅନ‍୍ୟ Apple Fitness+ ଡେଟାରେ ଯୋଡ଼ାଯିବ ନାହିଁ। ଆପଣ ୱର୍କ୍‌ଆଉଟ୍ ସେଟିଂସ୍‌ରେ ଏକ ୱର୍କ୍‌ଆଉଟ୍ ସମ୍ପୂର୍ଣ୍ଣ କରିବାବେଳେ ଯେକୌଣସି ସମୟରେ ବର୍ନ୍ ବାର୍ ଅକ୍ଷମ କରିପାରିବେ।

ଆକ୍ଟିଭିଟି ଶେୟରିଂ

ଯଦି ଆପଣ Fitness ଆପ୍‌ରେ ଆକ୍ଟିଭିଟି ଶେୟରିଂ ସକ୍ଷମ କରନ୍ତି, ତେବେ ଆପଣଙ୍କ Fitness+ ୱର୍କ୍‌ଆଉଟ୍ ଓ ଆକ୍ଟିଭିଟି ଡେଟା ବନ୍ଧୁଙ୍କ ସହ ଶେୟର୍ କରାଯିବା ସହ Appleକୁ ମଧ‍୍ୟ ପଠାଯିବ ଯାହା ଦ୍ୱାରା Apple ଆପଣଙ୍କ ଚୟନ ଅନୁଯାୟୀ ଏହି ଡେଟାକୁ ସୁରକ୍ଷିତର ସହ ଶେୟର୍ କରିବ। ଏହି ଡେଟାରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ: ଆକ୍ଟିଭ୍ କ୍ୟାଲୋରି କିମ୍ବା କିଲୋଜୂଲ୍, ବ୍ୟାୟାମ ମିନିଟ୍, ଷ୍ଟାଣ୍ଡ୍ କିମ୍ବା ରୋଲ୍ ଘଣ୍ଟା, ଷ୍ଟେପ୍, ଟାଇମ୍ ଜୋନ୍ ଏବଂ ୱର୍କ୍‌ଆଉଟ୍ ସୂଚନା ଯେପରିକି ଟାଇଟଲ୍, ପ୍ରକାର ଏବଂ ଅବଧି। Apple ଆପଣଙ୍କ ୱର୍କ୍‌ଆଉଟ୍ ଓ ଆକ୍ଟିଭିଟି ଡେଟାକୁ ଅଳ୍ପ ସମୟ ପାଇଁ ରଖିବ ଏବଂ ଏହି ଡେଟା କେବଳ ଆକ୍ଟିଭିଟି ଶେୟରିଂ ଫୀଚର୍‌କୁ ସକ୍ଷମ କରିବାକୁ ବ‍୍ୟବହାର କରିବ। ଯଦି ଆପଣ iOS 18 କିମ୍ବା ଏହାର ପରବର୍ତ୍ତୀ ଏବଂ/କିମ୍ବା watchOS 11 କିମ୍ବା ଏହାର ପରବର୍ତ୍ତୀ ଭର୍ଶନ୍‌ ବ‍୍ୟବହାର କରୁଛନ୍ତି ଏବଂ iOS 18 କିମ୍ବା ଏହାର ପରବର୍ତ୍ତୀ ଏବଂ/କିମ୍ବା watchOS 11 କିମ୍ବା ଏହାର ପରବର୍ତ୍ତୀ ବ‍୍ୟବହାର କରୁଥିବା ଜଣେ ବନ୍ଧୁଙ୍କ ସହ ୱର୍କ୍‌ଆଉଟ୍ ଓ କାର୍ଯ‍୍ୟକଳାପ ଡେଟା ଶେୟର୍ କରନ୍ତି ତେବେ ଆପଣଙ୍କ ଡେଟାକୁ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍‌କ୍ରିପ୍ଟ୍ କରାଯିବ ଏବଂ ଆପଣ ବନ୍ଧୁଙ୍କ ସହ ଶେୟର୍ କରିବାକୁ ଚୟନ କରୁଥିବା ୱର୍କ୍‌ଆଉଟ୍ ଓ କାର୍ଯ‍୍ୟକଳାପ ଡେଟାକୁ Apple ପଢ଼ିବାରେ ସମର୍ଥ ହେବ ନାହିଁ।

Apple Music

Apple Musicରେ Apple Fitness+ ପ୍ଲେଲିଷ୍ଟ୍‌ ଉପଲବ୍ଧ। ଯଦି ଆପଣ Apple Musicରେ କୌଣସି ପ୍ଲେଲିଷ୍ଟ୍‌ ଶୁଣିବା ପାଇଁ ଟାପ୍‌ କରୁଛନ୍ତି, ତାହେଲେ ଆପଣଙ୍କୁ ସେହି ଆପ୍‌କୁ ରୀଡାଇରେକ୍ଟ୍‌ କରାଯିବ ଏବଂ ଆପଣଙ୍କ କୌଣସି ପଦକ୍ଷେପ www.apple.com/in/legal/privacy/data/en/apple-music ରେ Apple Music ଓ ଗୋପନୀୟତାର ବିଷୟ ଅଧୀନରେ ରହିବ। ଉଦାହରଣ ସ୍ବରୂପ, Apple ଆପଣଙ୍କ ପ୍ଲେଲିଷ୍ଟ୍‌ର ଟାଇଟଲ୍‌ ବିଷୟରେ ଜାଣିଥାଏ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ କରିଥିବା ୱର୍କ୍‌ଆଉଟ୍‌ର ସୂଚନା ସାମ୍ନାକୁ ଆସିପାରେ ଏବଂ ଯଦି ଆପଣ Apple Music ରେ ସାଙ୍ଗମାନଙ୍କ ସହ ପ୍ଲେଲିଷ୍ଟ୍ ଶେୟର କରୁଛନ୍ତି, ତାହେଲେ ଆପଣଙ୍କ ସାଙ୍ଗମାନଙ୍କୁ ମଧ‍୍ୟ ଏହି ସୂଚନା ମିଳିଯିବ।

ତୃତୀୟ ପକ୍ଷ ସହ ଶେୟର୍ କରାଯାଉଛି

ଆମେ Apple Fitness+ ରେ ଚଲାଯାଉଥିବା ଗୀତ ବିଷୟରେ କିଛି ନନ୍-ପର୍ସନଲ୍ ଡେଟା ଏହି ସେବା ସହ ଜଡ଼ିତ ପାର୍ଟ୍‌ନର୍‌ ଯେପରିକି ରେକର୍ଡ୍ ଲେବଲ୍ କମ୍ପାନୀଙ୍କୁ ଦେବା ପାଇଁ ବାଧ‍୍ୟ, ଫଳରେ ସେମାନେ ସେମାନଙ୍କ ଦ୍ବାରା କରାଯାଉଥିବା କ୍ରିଏଟିଭ୍ କାମର କାର୍ଯ‍୍ୟଦକ୍ଷତା ମାପିପାରିବେ, ରୟାଲ୍‌ଟି ଏବଂ ଆକାଉଣ୍ଟିଂ ଆବଶ‍୍ୟକତା ପୂରଣ କରିପାରିବେ ଏବଂ ନିଜର ପ୍ରଡକ୍ଟ୍‌ ଓ ସେବାରେ ସୁଧାର ଆଣିପାରିବେ।

ଆପଣଙ୍କ ସହିତ ଯୋଗାଯୋଗ

Fitness+ର ସମସ୍ତ ପର୍ସନଲାଇଜ୍‌ ହୋଇଥିବା ୱର୍କ୍‌ଆଉଟ୍ ସୁପାରିଶ ଅନ୍-ଡିଭାଇସ୍ ଇଣ୍ଟେଲିଜେନ୍ସର ଉପଯୋଗରେ ପ୍ରସ୍ତୁତ କରାଯାଏ ଫଳରେ Appleକୁ ଆପଣଙ୍କ ୱର୍କ୍‌ଆଉଟ୍ ହିଷ୍ଟ୍ରି ସଂଗ୍ରହ କରିବାକୁ ପଡ଼ିବ ନାହିଁ। ଉଦାହରଣ ସ୍ବରୂପ, ଆପଣଙ୍କ ପସନ୍ଦର ପ୍ରଶିକ୍ଷକ ଏବଂ ଶୈଳୀ ଏବଂ ଆପଣ ଜଣେ ହ୍ବୀଲ୍‌ଚେୟର୍‌ ୟୁଜର୍‌ ନା ନାହିଁ ଭଳି ଅନ୍‌-ଡିଭାଇସ୍‌ ସୂଚନା, ଆପଣଙ୍କ ପାଇଁ ଉପଯୁକ୍ତ ଏକ ୱର୍କ୍‌ଆଉଟ୍ ପ୍ଲାନ୍‌ ସୁପାରିଶ କରିବା ପାଇଁ ବ୍ଯବହାର କରାଯାଇପାରେ।

Apple ଆପଣଙ୍କ ଆକାଉଣ୍ଟ୍ ବିଷୟରେ ସୂଚନା ବ୍ୟବହାର କରିପାରେ, ଯେପରିକି ଆପଣଙ୍କ ପାଖରେ ଥିବା Apple ପ୍ରଡକ୍ଟ୍ ଏବଂ Apple ସେବାର ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ ସମ୍ପର୍କିତ ସୂଚନା, ଯେଉଁଥିରୁ ଆପଣଙ୍କୁ Apple Fitness+ ଏବଂ Apple One ସମେତ ଅନ୍ୟ Apple ପ୍ରଡକ୍ଟ୍, ସେବା, ଏବଂ ଅଫର୍‌ଗୁଡ଼ିକ ବିଷୟରେ ସୂଚନା ପଠାଯାଇପାରିବ ଯାହା ଆପଣଙ୍କ ପାଇଁ ରୁଚିକର ହୋଇପାରେ। ଆପଣଙ୍କ ଡିଭାଇସ୍‌ର ସିରିଅଲ୍ ନମ୍ବର୍ ସର୍ଭିସ୍ ଅଫର୍ ପାଇଁ ଯୋଗ୍ଯତା ଯାଞ୍ଚ କରିବାକୁ ବ୍ଯବହୃତ ହୋଇପାରେ। ଯଦି ଆପଣ ଏକ ପରିବାରରେ ଅଛନ୍ତି, ତେବେ Apple ଆପଣଙ୍କୁ ଫ‍୍ୟାମିଲି ଶେୟରିଂ ମାଧ୍ୟମରେ ଉପଲବ୍ଧ ପ୍ରଡକ୍ଟ୍, ସେବା ଏବଂ ଅଫର୍ ବିଷୟରେ ଯୋଗାଯୋଗ ପଠାଇପାରେ। ଯଦି ଆପଣ Apple One ସବ୍‌ସ୍କ୍ରିପ୍ସନ୍ କ୍ରୟ କରନ୍ତି, ତେବେ ଆମେ ଆପଣଙ୍କୁ ସେହି ପ୍ରତ୍ୟେକ ସେବାର ଫୀଚର୍ ବିଷୟରେ ଇମେଲ୍ ଏବଂ Push ନୋଟିଫିକେଶନ୍ ପଠାଇପାରିବୁ ଯାହା ପାଇଁ ଆପଣ ସବ୍‌ସ୍କ୍ରାଇବ୍ କରିଛନ୍ତି। Apple Fitness+ ଆପଣଙ୍କୁ Apple Fitness+ ରେ ଉପଲବ୍ଧ ନୂଆ ଫୀଚର୍‌‌, କଣ୍ଟେଣ୍ଟ୍‌ ଏବଂ ଅଫର୍‌ ବିଷୟରେ ନୋଟିଫିକେଶନ୍ ପଠାଇପାରେ। iOS କିମ୍ବା iPadOS ଡିଭାଇସ୍‌ରେ ଆପଣଙ୍କ ନୋଟିଫିକେଶନ୍‌ ପ୍ରାଥମିକତା ଅପ୍‌ଡେଟ୍‌ କରିବା ପାଇଁ, ସେଟିଂସ୍‌ > ନୋଟିଫିକେଶନ୍‌ > ଫିଟ୍‌ନେସ୍‌କୁ ଯାଆନ୍ତୁ।

ବିଜ୍ଞାପନ

ଯଦି ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନ ସେଟିଂ ଚାଲୁ କରାଯାଇଛି, ତେବେ App Store, Apple News ଏବଂ ଷ୍ଟକ୍‌ରେ ବିଜ୍ଞାପନଗୁଡ଼ିକ ପ୍ରାସଙ୍ଗିକ ବୋଲି ସୁନିଶ୍ଚିତ କରିବା ପାଇଁ ଆପଣଙ୍କ Fitness+ ସବ୍‌ସ୍କ୍ରିପ୍ସନ୍‌ ସ୍ଥିତି ବିଷୟରେ ସୂଚନା, ଯେପରିକି ଆପଣ Apple One ମାଧ୍ୟମରେ ସବ୍‌ସ୍କ୍ରାଇବ୍ କରନ୍ତି ନା ନାହିଁ, Appleର ବିଜ୍ଞାପନ ପ୍ଲାଟ୍‌ଫର୍ମ୍‌ ଦ୍ୱାରା ବ୍ୟବହାର କରାଯାଇପାରେ।

ଯଦି ଆପଣ Appleର ବିଜ୍ଞାପନ ପ୍ଲାଟ୍‌ଫର୍ମ୍‌ରୁ ଆପଣଙ୍କ ରୁଚି ଅନୁସାରେ ବିଜ୍ଞାପନ ପ୍ରାପ୍ତ କରିବାକୁ ଚାହାଁନ୍ତି ନାହିଁ, ତେବେ ଆପଣ ପର୍ସନଲାଇଜ୍‌ ହୋଇଥିବା ବିଜ୍ଞାପନ ବନ୍ଦ କରିପାରିବେ। ପର୍ସନଲାଇଜ୍‌ ହୋଇଥିବା ବିଜ୍ଞାପନ ବନ୍ଦ କଲେ Apple ବିଜ୍ଞାପନ ଟାର୍ଗେଟିଂ କରିବା ପାଇଁ ଆପଣଙ୍କ ସୂଚନା ବ୍ୟବହାର କରିପାରିବ ନାହିଁ। ଏହା ଆପଣ ପ୍ରାପ୍ତ କରୁଥିବା ବିଜ୍ଞାପନ ସଂଖ୍ୟାକୁ ହ୍ରାସ କରି ନ ପାରେ କିନ୍ତୁ ବିଜ୍ଞାପନଗୁଡ଼ିକ ଆପଣଙ୍କ ପାଇଁ କମ୍ ପ୍ରାସଙ୍ଗିକ ହୋଇପାରେ। ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple ବିଜ୍ଞାପନକୁ ଯାଇ ଏବଂ ପର୍ସନଲ୍ ବିଜ୍ଞାପନଗୁଡ଼ିକ ବନ୍ଦ କରିବାକୁ ଟାପ୍ କରି ଆପଣ ନିଜ iOS କିମ୍ବା iPadOS ଡିଭାଇସ୍‌ରେ ପର୍ସନଲ୍ ବିଜ୍ଞାପନ ଅକ୍ଷମ କରିପାରିବେ। Macରେ, ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple ବିଜ୍ଞାପନକୁ ଯାଆନ୍ତୁ ଏବଂ ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନ ଅଚୟନ କରନ୍ତୁ।

www.apple.com/in/legal/privacy/data/en/apple-advertising ରେ Apple ବିଜ୍ଞାପନ ଏବଂ ଗୋପନୀୟତା ବିଷୟରେ ଅଧିକ ଜାଣନ୍ତୁ। App Store, Apple Newsରେ ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନରୁ କିପରି ଅପ୍ଟ୍ ଆଉଟ୍ କରିବେ ତାହା support.apple.com/105131 ରେ ଜାଣନ୍ତୁ।

ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା

ଠକାମି ଏବଂ ଅନ୍ୟାନ୍ୟ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା ପାଇଁ ଆମେ ପର୍ସନଲ୍‌ ଡେଟା ମଧ୍ୟ ସଂଗ୍ରହ କରୁ। ଆପଣ ଫୋନ୍ କଲ୍ କିମ୍ବା ପଠାଉଥିବା ଓ ପ୍ରାପ୍ତ କରୁଥିବା ଇମେଲ୍‌ର ଆନୁମାନିକ ସଂଖ‍୍ୟା ସମେତ ନିଜ ଡିଭାଇସ୍ କିପରି ଭାବରେ ବ‍୍ୟବହାର କରନ୍ତି ସେ ବିଷୟରେ ସୂଚନା ବ‍୍ୟବହାର କରି କ୍ରୟ କରିବାକୁ ଚେଷ୍ଟା କରିବା ସମୟରେ ଆମେ ଆପଣଙ୍କ ଡିଭାଇସ୍‌ରେ ଏକ ଡିଭାଇସ୍ ଟ୍ରଷ୍ଟ୍ ସ୍କୋର୍ ଗଣନା କରୁ। ଦାଖଲକୁ ଏପରି ଭାବରେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା Apple ଆପଣଙ୍କ ଡିଭାଇସ୍‌ରେ ପ୍ରକୃତ ମୂଲ୍ୟ ଜାଣି ପାରିବ ନାହିଁ। ସ୍କୋର୍‌ ଆମ ସର୍ଭର୍‌ରେ ଏକ ନିର୍ଦ୍ଦିଷ୍ଟ ଟାଇମ୍‌ ପାଇଁ ଷ୍ଟୋର୍ ହୁଏ। ଯଦି ଆପଣଙ୍କ Fitness+ ସବ୍‌ସ୍କ୍ରିପ୍ସନ୍ ସ୍ବୟଂଚାଳିତ ନବୀକରଣ ପାଇଁ ସେଟ୍‌ଅପ୍ ହୋଇଛି, ତାହେଲେ ଅନୁରୋଧକୁ ପ୍ରକ୍ରିୟାନ୍ୱିତ କରିବା ପାଇଁ ଏବଂ ପେମେଣ୍ଟ୍ ପାର୍ଟ୍‌ନର୍‌ଙ୍କ ଦ୍ବାରା ଅଥରାଇଜ୍ କରାଯିବା ପୂର୍ବରୁ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ଆକ୍ସେସ୍ ଜାରିରଖିବା ପାଇଁ ବା ନ ରଖିବା ସମ୍ବନ୍ଧୀୟ ନିଷ୍ପତ୍ତି ପାଇଁ Apple ସହ ଆପଣଙ୍କର ପୁରୁଣା ବ‍୍ୟାବସାୟିକ ସମ୍ପର୍କର ତଥ‍୍ୟ ମଧ‍୍ୟ Apple ବ‍୍ୟବାହାର କରିପାରେ।

ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର

ସେବା ପ୍ରଦାନ କରିବା ପାଇଁ ଏବଂ ଆମ ଆଇନଗତ ବାଧ‍୍ୟତାଗୁଡ଼ିକର ଅନୁପାଳନ କରିବା ପାଇଁ ଆବଶ୍ୟକ ଅନୁଯାୟୀ Apple ସହ ଥିବା ଆପଣଙ୍କ ଚୁକ୍ତିର କାର୍ଯ‍୍ୟଦକ୍ଷତା ପାଇଁ ଆମେ ସାଧାରଣତଃ Apple Fitness+ରେ ଆପଣଙ୍କ ପର୍ସନଲ୍ ଡେଟା ପ୍ରକ୍ରିୟାନ୍ୱିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ।

ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆମେ ନିମ୍ନଲିଖିତ ବର୍ଗର ବ୍ୟକ୍ତିଗତ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକ ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ:

  • ଆପଣ ଓ ଅନ୍ୟମାନଙ୍କ ପାଇଁ Apple Fitness+ ଉନ୍ନତ କରନ୍ତୁ
  • ଅଫର୍‌ ପାଇଁ ଯୋଗ୍ୟତା ଯାଞ୍ଚ କରନ୍ତୁ ଏବଂ ଆପଣଙ୍କୁ Apple Fitness+ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ Apple ପ୍ରଡକ୍ଟ୍, ସେବା ଏବଂ ଅଫର୍ ବିଷୟରେ ଯୋଗାଯୋଗ ପ୍ରେରଣ କରନ୍ତୁ ଯାହା ଉପରେ ଆପଣଙ୍କ ରୁଚି ଥାଇପାରେ
  • ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା

ବ୍ଯବହୃତ ଡେଟାରେ ଅନ୍ତର୍ଭୁକ୍ତ ଅଛି:

  • ସବ୍‌ସ୍କ୍ରାଇବ୍‌ କରିବା ପୂର୍ବରୁ Fitness+ ଟାବ୍‌ରେ ଆପଣଙ୍କ ବ୍ରାଉଜିଂ ଆକ୍ଟିଭିଟି, ଯେପରିକି ଆପଣ ଦେଖୁଥିବା ପୃଷ୍ଠା ଏବଂ ୱର୍କ୍‌ଆଉଟ୍‌ ପ୍ରୀଭ‍୍ୟୂ, ନୋଟିଫିକେଶନ୍‌ ଗୁଡ଼ିକ ସହିତ ଆପଣଙ୍କର ବାର୍ତ୍ତାଳାପ ଏବଂ ଆପଣ ଏକ ମାର୍କେଟିଂ କ୍ଯାମ୍ପେନ୍‌ରୁ ଏକ ଲିଙ୍କ୍ ମାଧ୍ୟମରେ Apple Fitness+ ଟାବ୍‌ ଏଣ୍ଟର୍‌ କରିଛନ୍ତି କି ନାହିଁ
  • ଆପଣଙ୍କ ଡିଭାଇସ୍ ଏବଂ ଆକାଉଣ୍ଟ୍‌ର ବିବରଣୀ
  • ଡିଭାଇସ୍ ଟ୍ରଷ୍ଟ୍ ସ୍କୋର୍

ରିଟେନ୍‌ଶନ୍

Apple ଆମର ବ୍ୟାବସାୟିକ ଆବଶ୍ୟକତା, ଏକ ଚୁକ୍ତିଭିତ୍ତିକ ବାଧ୍ୟତାମୂଳକତା କିମ୍ବା ଆଇନଗତ ଆବଶ୍ୟକତା ଥିବା ପର୍ଯ୍ଯନ୍ତ Apple Fitness+ର ଆପଣଙ୍କ ନେଣଦେଣ ଏବଂ ଏହାର ବ୍ୟବହାର ସମ୍ବନ୍ଧୀୟ ପର୍ସନଲ୍‌ ଡେଟା ରଖେ। Apple Fitness+ ସବ୍‌ସ୍କ୍ରାଇବ୍‌ କରିବା ପୂର୍ବରୁ ସଂଗ୍ରହ କରାଯାଇଥିବା ପର୍ସନଲ୍‌ ଡେଟା ଦୁଇ ବର୍ଷ ପର୍ଯ୍ୟନ୍ତ ଷ୍ଟୋର୍ କରାଯାଇଥାଏ। ସବ୍‌ସ୍କ୍ରିପ୍ସନ୍ କ୍ରୟ ହିଷ୍ଟ୍ରି ଭଳି କିନ୍ତୁ ଷ୍ଟୋର୍ ହୋଇଥିବା କାର୍ଡ୍ ବିବରଣୀକୁ ଛାଡ଼ି କିଛି ସୂଚନାକୁ, ଏପରିକି ଆପଣ ନିଜ ଆକାଉଣ୍ଟ୍ ବନ୍ଦ କଲା ପରେ କିମ୍ବା Apple Fitness+ରୁ ଅନ୍‌ସବ୍‌ସ୍କ୍ରାଇବ୍ କଲା ପରେ ମଧ୍ଯ ଏହାକୁ ବ୍ୟାବସାୟିକ ରେକର୍ଡ୍ ଭାବରେ ରଖାଯାଇପାରେ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2026-03-30