Apple Games ଏବଂ ଗୋପନୀୟତା

App Store, Game Center, ଓ Apple Arcade ସମେତ ଆପଣଙ୍କ ଗେମ୍‌ ଡାଉନ୍‌ଲୋଡ୍‌ ଓ ଗେମ୍‌ପ୍ଲେ ଆକ୍ଟିଭିଟି Apple Games କୁ ପର୍ସନଲାଇଜ୍‌ ଓ ଉନ୍ନତ କରିବା ପାଇଁ ବ‍୍ୟବହୃତ ହୋଇଥାଏ। ଆପଣ ଶେୟର୍ କରିବାକୁ ବାଛିଥିବା ଆପଣଙ୍କ ଡାକନାମ, ଅବତାର୍, Apple Arcade ସବ୍‌ସ୍କ୍ରିପ୍ସନ୍ ସ୍ଥିତି ଏବଂ ଅନ୍ୟ ଆକ୍ଟିଭିଟି ସମ୍ବନ୍ଧୀୟ ସୂଚନା ଗେମ୍ ଆପ୍‌ ଓ Game Center ୟୁଜର୍‌ଙ୍କୁ ଦେଖାଯାଏ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Apple Gamesକୁ ଡିଜାଇନ୍ କରାଯାଇଛି।


Privacy Icon

  • ଆପଣଙ୍କୁ Apple Games ଆପ୍‌ ପ୍ରଦାନ କରିବା ପାଇଁ Apple App Store, Apple Arcade, ଓ Game Center ଏବଂ ଆପଣଙ୍କ ଡିଭାଇସ୍‌ରେ ଆପଣଙ୍କ ବିଷୟରେ ଥିବା ସୂଚନା ଏକତ୍ରିତ କରିଥାଏ।
  • ଫୀଚର୍‌ଗୁଡ଼ିକୁ ଉପଯୋଗୀ କରି ଏକ ପର୍ସନଲାଇଜ୍ ହୋଇଥିବା ଅନୁଭୂତି ପ୍ରଦାନ କରିବା ଏବଂ ଯୋଗାଯୋଗ ପଠାଇବା ପାଇଁ ଆମେ ଏହି ସେବାଗୁଡ଼ିକରେ ଆପଣଙ୍କ କ୍ରୟ, ଡାଉନ୍‌ଲୋଡ୍ ଓ ଅନ‍୍ୟ କାର୍ଯ‍୍ୟକଳାପ ବିଷୟରେ ସୂଚନା ବ‍୍ୟବହାର କରୁ। ନିମ୍ନରେ ବର୍ଣ୍ଣନା କରାଯାଇଥିବା ଭଳି, ଆପଣ ପର୍ସନଲାଇଜ୍ ହୋଇଥିବା ସୁପାରିଶ ପାଇଁ App Store ଡେଟା ବ୍ଯବହାରରୁ ଅପ୍ଟ୍ ଆଉଟ୍ କରିପାରିବେ।
  • ଏହି ସମସ୍ତ ସେବାରେ ଆପଣଙ୍କ କାର୍ଯ‍୍ୟକଳାପ ଆପଣ ଓ ଅନ‍୍ୟମାନଙ୍କ ପାଇଁ ଗେମ୍ ଆପ୍ ଏବଂ ଏହି ସେବାଗୁଡ଼ିକୁ ଉନ୍ନତ ଓ ଅପ୍ଟିମାଇଜ୍ କରିବା ନିମନ୍ତେ ମଧ‍୍ୟ ବ‍୍ୟବହାର କରାଯାଏ।
  • ଠକାମି ଚିହ୍ନଟ କରିବା ଏବଂ ରୋକିବାରେ ସାହାଯ୍ୟ କରିବା ପାଇଁ, ଆପଣଙ୍କ ଡିଭାଇସ୍‌ର ବ୍ୟବହାର ବିଷୟରେ ସୂଚନା, ଯେଉଁଥିରେ ଆପଣ ପଠାଉଥିବା ଏବଂ ପ୍ରାପ୍ତ କରୁଥିବା ଫୋନ୍ କଲ୍ କିମ୍ବା ଇମେଲ୍‌ର ଆନୁମାନିକ ସଂଖ୍ୟା ଅନ୍ତର୍ଭୁକ୍ତ, ଆପଣ ଡାଉନ୍‌ଲୋଡ୍‌ ଓ କ୍ରୟ କରିବାକୁ ଚେଷ୍ଟା କରିବା ସମୟରେ ଡିଭାଇସ୍ ଟ୍ରଷ୍ଟ୍‌ ସ୍କୋର୍ ଗଣନା କରିବାକୁ ବ୍ୟବହୃତ ହେବ। ଦାଖଲଗୁଡ଼ିକ ଏପରି ଭାବରେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା Apple ଆପଣଙ୍କ ଡିଭାଇସ୍‌ରେ ପ୍ରକୃତ ମୂଲ୍ୟ ଜାଣି ପାରିବ ନାହିଁ। ସ୍କୋର୍‌ଗୁଡ଼ିକ ଆମ ସର୍ଭର୍‌ରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଷ୍ଟୋର୍ ହୁଏ।

Apple Games ଆପ୍‌ ଆପଣଙ୍କୁ ନୂଆ ଗେମ୍ ଡିସ୍କଭର୍ କରିବା ପାଇଁ, ଖେଳ-ସମ୍ବନ୍ଧୀୟ ଆକ୍ଟିଭିଟିରେ ନିୟୋଜିତ ହେବା ପାଇଁ ଅନୁମତି ଦେଇଥାଏ; ଯେପରିକି ଲୀଡର୍‌ବୋର୍ଡ୍‌ ଓ ମଲ୍ଟିପ୍ଲେୟର୍‌ ଗେମ୍‌ରେ ଅଂଶଗ୍ରହଣ; ବନ୍ଧୁଙ୍କୁ ଖୋଜିବା, ଦେଖିବା ଏବଂ ଚ୍ୟାଲେଞ୍ଜ୍ କରିବା; ଏବଂ ଉପଲବ୍ଧିଗୁଡ଼ିକ ଟ୍ରାକ୍‌ କରିବା।

ଆପଣଙ୍କୁ ସର୍ବୋତ୍ତମ ଅନୁଭୂତି ପ୍ରଦାନ କରିବା ପାଇଁ ଗେମ୍‌ ଆପ୍‌ ଆପଣଙ୍କର App Store, Apple Arcade, ଓ Game Center ବ‍୍ୟବହାର ବିଷୟରେ ସୂଚନା ତଥା ଆପଣଙ୍କ ଡିଭାଇସ୍‌ରେ ଆପଣ ଲଞ୍ଚ୍‌ କରୁଥିବା ଗେମ୍-ସମ୍ବନ୍ଧୀୟ ଆପ୍‌ ବିଷୟରେ ସୂଚନାକୁ ଏକତ୍ରିତ କରିଥାଏ। ଗେମ୍ ଆପ୍ ଆରମ୍ଭ କରିବା ପାଇଁ, ଆପଣ ନିଜ Game Center ଆକାଉଣ୍ଟ୍‌ରେ ସାଇନ୍‌ ଇନ୍ କରିବା ଆବଶ‍୍ୟକ ଏବଂ ଏହି ସେବାଗୁଡ଼ିକରେ ଆପଣଙ୍କ ଆକ୍ଟିଭିଟି ଏକତ୍ରିତ କରିବା ପାଇଁ Appleକୁ ଅନୁମତି ଦେବା ପାଇଁ ସହମତ ହେବା ଆବଶ‍୍ୟକ। ସେଟିଂସ୍‌ > Apple Gamesକୁ ଯାଇ ଯେକୌଣସି ସମୟରେ ଆପଣ ନିଜ ପସନ୍ଦ ବଦଳାଇପାରିବେ। ତେବେ, ଏହି ଅନ‍୍ୟାନ‍୍ୟ ସେବାଗୁଡ଼ିକରୁ Apple Games ସୂଚନା ବ‍୍ୟବହାର କରିବା ପାଇଁ ଯଦି ଆପଣ ସହମତ ନହୁଅନ୍ତି, ଆପଣ ଗେମ୍ ଆପ୍ ବ‍୍ୟବହାର କରିପାରିବେ ନାହିଁ।

ଗେମ୍‌ ଆପ୍ ପ୍ରଦାନ କରିବା

ଆପଣ ଡାଉନ୍‌ଲୋଡ୍ କରିଥିବା ଗେମ୍-ସମ୍ବନ୍ଧୀୟ ଆପ୍ ବିଷୟରେ (App Storeରୁ, Apple Games ଆପ୍‌ ଭିତରେ ଓ Mac ରେ) ଏବଂ Game Center ଏବଂ ହୋମ୍‌ ଟାବ୍ ଏବଂ ଆପଣଙ୍କ ଗେମ୍ ଲାଇବ୍ରେରି ଭଳି ଅନୁଭୂତି ଲାଭ କରିବା ପାଇଁ ଏଗୁଡ଼ିକ ମଧ‍୍ୟରୁ କେଉଁ ଆପ୍‌ ଆପଣ ସମ୍ପ୍ରତି ଅଧିକାଂଶ ସମୟରେ ଚଲାଇଛନ୍ତି କିମ୍ବା ଲଞ୍ଚ୍ କରିଛନ୍ତି ସେ ବିଷୟରେ ଗେମ୍ ଆପ୍ ଅନ୍‌-ଡିଭାଇସ୍‌ ସୂଚନା ବ‍୍ୟବହାର କରେ। ଆମେ ଆପଣଙ୍କର ସମସ୍ତ ଗେମ୍ ଆପ୍ ଏକାଠି ଗୋଟିଏ ସ୍ଥାନରେ ଦେଖାଇବା ପାଇଁ ଏବଂ ଆପଣ ଯେଉଁଠାରେ ଛାଡ଼ିଥିଲେ ସେଠାରୁ ହିଁ ସହଜରେ ଆରମ୍ଭ କରିବା ପାଇଁ ଏହି ସୂଚନା ବ‍୍ୟବହାର କରିଥାଉ।

ଯେତେବେଳେ ଆପଣ ଗେମ୍ ଆପ୍‌ କିମ୍ବା App Storeରୁ ଗେମ୍-ସମ୍ବନ୍ଧୀୟ ଆପ୍‌ ଡାଉନ୍‌ଲୋଡ୍ କରନ୍ତି, ଆପଣଙ୍କ ଡିଭାଇସ୍‌ର ହାର୍ଡ୍‌ୱେୟର୍ ID ଏବଂ IP ଠିକଣା ପରି ଚିହ୍ନଟକାରୀଗୁଡ଼ିକ Apple ଦ୍ୱାରା ଆପଣଙ୍କ Apple ଆକାଉଣ୍ଟ୍ ସହିତ ଲଗ୍ ହୋଇଥାଏ। କିଛି ଅଞ୍ଚଳରେ ଆଇନଗତ ପ୍ରତିବନ୍ଧକ ଅଧୀନସ୍ଥ କେତେକ ନିର୍ଦ୍ଦିଷ୍ଟ ଆପ୍‌ ଆପଣଙ୍କ ପାଇଁ ଉପଲବ୍ଧ କରାଯାଇପାରିବ ନା ନାହିଁ, ତାହା ନିର୍ଣ୍ଣୟ କରିବାକୁ ଆପଣଙ୍କ ସମ୍ଭାବ‍୍ୟ ଲୋକେଶନ୍‌ ଜାଣିବା ପାଇଁ Apple ଆପଣଙ୍କ ଇଣ୍ଟର୍‌ନେଟ୍‌ ସଂଯୋଗର IP ଠିକଣା ବ୍ଯବହାର କରିପାରେ।

ପ୍ରୋଫାଇଲ୍‌
ଆପଣଙ୍କ ଡାକନାମ, ଅବତାର, ଆପଣଙ୍କ ବନ୍ଧୁ ଲିଷ୍ଟ୍‌ ଓ ଆପଣଙ୍କ ଗେମିଂ ଆକ୍ଟିଭିଟି ସମେତ ଆପଣଙ୍କର Game Center ପ୍ରୋଫାଇଲ୍‌ ଗେମ୍‌ ଆପ୍‌ରେ ଉପଲବ୍ଧ ହେବ। ଆପଣଙ୍କର Game Center ପ୍ରୋଫାଇଲ୍ ଏବଂ ଆକ୍ଟିଭିଟି ପାଇଁ ଆପଣ ଚାଲୁ କରିଥିବା ଯେକୌଣସି ଗୋପନୀୟତା ସେଟିଂସ୍ ମଧ୍ୟ Apple Games ରେ ଲାଗୁ ହେବ। ଜଣେ ଖେଳାଳିଙ୍କ ଅବତାରରେ ଟାପ୍‌ କଲେ ଆପଣ ସେହି ଖେଳାଳିଙ୍କ ପ୍ରୋଫାଇଲ୍‌ ପେଜ୍‌କୁ ଯାଇପାରିବେ। ଯଦି ଆପଣ ଖେଳାଳିଙ୍କ ସହ ପୂର୍ବରୁ ବନ୍ଧୁ ହୋଇନାହାନ୍ତି, ଆପଣ ବନ୍ଧୁ ହେବା ପାଇଁ ଅନୁରୋଧ କରିପାରନ୍ତି କିମ୍ବା ଯଦି ଆପଣଙ୍କର ଓ ତାଙ୍କର ସେଟିଂ ଅନୁମତି ଦିଏ ତେବେ ଖେଳାଳିଙ୍କ ସହ ଯୋଗାଯୋଗ କରନ୍ତୁ।

ବନ୍ଧୁ
ଯେହେତୁ ଆପଣଙ୍କର ସାଧାରଣ ଗେମ୍ ଓ ବନ୍ଧୁ ସଂଖ‍୍ୟା ଥାଏ, ଗେମ୍ ଆପ୍‌ ମଧ‍୍ୟରେ ବନ୍ଧୁ ପରାମର୍ଶ ଚ‍୍ୟାଲେଞ୍ଜ୍‌ ଓ ଏକାଠି ଖେଳାଯାଉଥିବା ଏକାଧିକ ଖେଳାଳି ବିଶିଷ୍ଟ ଗେମ୍‌ ଉପରେ ଆଧାରିତ ହୋଇଥାଏ। ଏହା ବ‍୍ୟତୀତ, ଯଦି ଆପଣଙ୍କ Game Center ଡାକନାମ ଆପଣଙ୍କ କଣ୍ଟାକ୍ଟ୍ କାର୍ଡ୍ ସହିତ ଲିଙ୍କ୍ ହୋଇଥାଏ, ଆପଣଙ୍କୁ ଖୋଜିବାରେ ଆପଣଙ୍କ ବନ୍ଧୁଙ୍କୁ ସାହାଯ‍୍ୟ କରିବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ଇମେଲ୍ ଠିକଣା ଓ ଫୋନ୍ ନମ୍ବର୍‌ ବ‍୍ୟବହାର ହୋଇଥାଏ। ଏବଂ ଯଦି ଆପଣଙ୍କ କଣ୍ଟାକ୍ଟ୍‌ମାନେ ସେମାନଙ୍କ Game Center ଡାକନାମକୁ ସେମାନଙ୍କ କଣ୍ଟାକ୍ଟ୍‌ କାର୍ଡ୍‌ ସହ ଲିଙ୍କ୍‌ କରିଥାନ୍ତି, ଆପଣଙ୍କ ପାଇଁ ବନ୍ଧୁ ସୁପାରିଶ ଉନ୍ନତ କରିବା ପାଇଁ ଅନ୍‌-ଡିଭାଇସ୍‌ ପ୍ରକ୍ରିୟାକରଣ ସହ ସେହି ସୂଚନା ବ‍୍ୟବହାର କରାଯାଏ।

ଚ୍ୟାଲେଞ୍ଜ୍‌
Apple Games ଆପ୍‌ର ଚ‍୍ୟାଲେଞ୍ଜ୍‌ ହେଉଛି ଏକ ଫୀଚର୍‌ ଯାହା ଆପଣ ଓ ଆପଣଙ୍କ Game Center ବନ୍ଧୁମାନଙ୍କୁ ଏକାଠି ଆପଣଙ୍କ ପ୍ରିୟ ଗେମ୍‌ ଖେଳିବାକୁ ଦେଇଥାଏ। ଆପଣଙ୍କ ଖେଳୁଥିବା ଗେମ୍ କେଉଁମାନେ ଖେଳୁଛନ୍ତି କିମ୍ବା ଖେଳିବାକୁ ଆଗ୍ରହୀ ଅଛନ୍ତି ତାହା ଆପଣଙ୍କୁ ଦେଖାଇବା, ବନ୍ଧୁ ପରାମର୍ଶ ସହ ନୂଆ ବନ୍ଧୁ ଖୋଜିବାରେ ଆପଣଙ୍କୁ ସାହାଯ‍୍ୟ କରିବା ଏବଂ ଏକାଠି ଖେଳିବା ପାଇଁ ଚ‍୍ୟାଲେଞ୍ଜ୍‌ ସୁପାରିଶ କରିବାକୁ ଆମେ ଆପଣଙ୍କ Game Center ବନ୍ଧୁମାନଙ୍କ ବିଷୟରେ ସୂଚନା ବ‍୍ୟବହାର କରୁ।

ଚାର୍ଟ୍‌
ଆପଣ ଓ ଅନ‍୍ୟମାନେ ଖେଳୁଥିବା Game Center-ସକ୍ଷମ ଗେମ୍ ବିଷୟରେ ଏକତ୍ରିତ ସୂଚନା ଗେମ୍ ଆପ୍‌ ଓ App Store ରେ ଚାର୍ଟ୍‌ ତିଆରି କରିବା ପାଇଁ ବ‍୍ୟବହୃତ ହୋଇଥାଏ।

ଗେମ୍‌ ଆପ୍‌କୁ ପର୍ସନଲାଇଜ୍‌ କରିବା

ଗୋଟିଏ ସ୍ଥାନରେ ଆପଣଙ୍କୁ ସର୍ବୋତ୍ତମ ଗେମିଂ ଅନୁଭୂତି ପ୍ରଦାନ କରିବା ପାଇଁ, ଆମେ ଗେମ୍‌ ଆପ୍‌ରେ ଆପଣଙ୍କ ଅନୁଭୂତିକୁ ପର୍ସନଲାଇଜ୍ କରୁ। ଏହା କରିବା ପାଇଁ, ଆମେ App Store, Apple Arcade ଓ Game Centerରୁ ଆପଣଙ୍କ ବିଷୟରେ ସୂଚନା ସମେତ ଆପଣଙ୍କ ଗେମ୍ ଆପ୍ ଉପଯୋଗ ବିଷୟରେ ଡିଭାଇସ୍‌ରେ ଥିବା ସୂଚନା ବ‍୍ୟବହାର କରୁ।

App Store
ଆପଣଙ୍କ ପାଇଁ ସବୁଠାରୁ ପ୍ରାସଙ୍ଗିକ ଗେମ୍ ଡିସ୍କଭର୍‌ କରିବାରେ ଆପଣଙ୍କୁ ସହାୟତା କରିବାକୁ ଆମେ App Store ସହିତ ଆପଣଙ୍କର ଇଣ୍ଟରାକ୍ସନ୍ ବ୍ୟବହାର କରୁ। ଉଦାହରଣ ସ୍ୱରୂପ, ଆପଣ ପୂର୍ବରୁ App Store ଓ ଗେମ୍ ଆପ୍‌ରେ ଯାହା ସର୍ଚ୍ଚ୍ କରିଛନ୍ତି, ଦେଖିଛନ୍ତି, ଡାଉନ୍‌ଲୋଡ୍ କରିଛନ୍ତି, ଅପ୍‌ଡେଟ୍ କରିଛନ୍ତି କିମ୍ବା ସମୀକ୍ଷା କରିଛନ୍ତି ତାହା ଉପରେ ଆଧାର କରି ଯେଉଁ ଗେମ୍ ଓ ଇନ୍-ଆପ୍ ଇଭେଣ୍ଟ୍ ଆପଣଙ୍କ ପାଇଁ ରୁଚିପୂର୍ଣ୍ଣ ହେବ ବୋଲି ଆମେ ଭାବୁ, ତାହା ଆମେ ସୁପାରିଶ କରୁ। ଆମେ ଆପଣଙ୍କ Apple ଆକାଉଣ୍ଟ୍‌ରୁ ପ୍ରାପ୍ତ ଆକାଉଣ୍ଟ୍ ସୂଚନା, ଯେପରିକି ଆପଣ ବ୍ୟବହାର କରୁଥିବା ଡିଭାଇସ୍ ଏବଂ ଆପଣ ସକ୍ରିୟ କରୁଥିବା ନୂଆ ଡିଭାଇସ୍ ସହିତ ଇନ୍-ଆପ୍ କ୍ରୟ, ସବ୍‌ସ୍କ୍ରିପ୍ସନ୍ ଏବଂ ପେମେଣ୍ଟ୍ ପଦ୍ଧତି ସମେତ ଆପଣଙ୍କ କ୍ରୟ ହିଷ୍ଟ୍ରି ମଧ୍ୟ ବ୍ୟବହାର କରୁ। ଉତ୍ତମ ସୁପାରିଶ କରିବାକୁ, ଆମେ Apple ସହିତ ଡିଭାଇସ୍ ଆନାଲିଟିକ୍ସ୍ ଶେୟର୍ କରିବାକୁ ପସନ୍ଦ କରୁଥିବା ୟୁଜର୍‌ଙ୍କଠାରୁ ଆପ୍ ଲଞ୍ଚ୍, ଇନ୍‌ଷ୍ଟଲ୍ ଏବଂ ଡିଲିଟ୍ ସମ୍ବନ୍ଧିତ ଏକତ୍ରିତ ସୂଚନା ଏବଂ ଆପ୍ ରେଟିଂ ସମ୍ବନ୍ଧିତ ଏକତ୍ରିତ ସୂଚନା ମଧ୍ୟ ବ୍ୟବହାର କରୁ। ଆପଣଙ୍କ App Store ଓ ଗେମ୍‌‌ର ବ୍ୟବହାର ବିଷୟରେ Apple ପ୍ରାପ୍ତ କରିଥିବା ସୂଚନାରେ ଆପଣଙ୍କ ଦ୍ବାରା ଟାପ୍ କରାଯାଇଥିବା ଏବଂ ଦେଖାଯାଇଥିବା ପର୍ସନଲାଇଜ୍ ହୋଇଥିବା ବିଷୟବସ୍ତୁ ବିଷୟରେ ସୂଚନା ଅନ୍ତର୍ଭୁକ୍ତ।

ଆପଣ ନିଜର Apple ଆକାଉଣ୍ଟ୍ ପାଇଁ ପର୍ସନଲାଇଜ୍‌ ହୋଇଥିବା ସୁପାରିଶ ବନ୍ଦ କରି App Store ଏବଂ ନିର୍ଦ୍ଦିଷ୍ଟ ଅନ‍୍ୟ କେତେକ ସେବା ପାଇଁ ପର୍ସନଲାଇଜେଶନ୍‌ ଫୀଚର୍ ବନ୍ଦ କରିପାରିବେ। ଆପଣଙ୍କ iOS, iPadOS, କିମ୍ବା visionOS ଡିଭାଇସ୍‌ରେ, ସେଟିଂସ୍ > [ଆପଣଙ୍କ ନାମ] > ମିଡିଆ ଓ କ୍ରୟ > “ଆକାଉଣ୍ଟ୍ ଦେଖନ୍ତୁ”କୁ ଯାଆନ୍ତୁ, ତା’ପରେ ପର୍ସନଲାଇଜ୍ କରାଯାଇଥିବା ସୁପାରିଶ‌ ବନ୍ଦ କରିବାକୁ ଟାପ୍ କରନ୍ତୁ। ପର୍ସନଲାଇଜ୍‌ ହୋଇଥିବା ସୁପାରିଶ ବନ୍ଦ କରାଗଲେ, ଗେମ୍ ଆପ୍‌ରେ ଆପଣଙ୍କୁ ସୁପାରିଶ ଦେବା ପାଇଁ ଏହା App Storeରୁ ଉପରେ ବର୍ଣ୍ଣିତ ସୂଚନା ବ‍୍ୟବହାର କରିବ ନାହିଁ, କିନ୍ତୁ ଆପଣଙ୍କ ଗେମ୍ ଆପ୍ ଲାଇବ୍ରେରିର ଅଂଶ ଭାବରେ ଆପଣ ଡାଉନ୍‌ଲୋଡ୍ କରିଥିବା ଗେମ୍ସ୍ ଆପ୍‌ଗୁଡ଼ିକ ଆମେ ତଥାପି ଆପଣଙ୍କୁ ଦେଖାଇବୁ।

Arcade
ଆପଣ Apple Arcadeକୁ ସବ୍‌ସ୍କ୍ରାଇବ୍ କରିଥିବା ସମୟରେ, ଗେମ୍ ଆପ୍ ଆପଣ ଡାଉନ୍‌ଲୋଡ୍ କରି ଖେଳୁଥିବା Arcade ଗେମ୍ ଏବଂ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ର ଅଂଶ ଭାବରେ ଆପଣଙ୍କ ପାଇଁ ଉପଲବ୍ଧ ଥିବା Apple Arcade ଆପ୍‌ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ। ଅନ‍୍ୟ ଗେମ୍ସ୍ ଯାହା ଆପଣଙ୍କ ପାଇଁ ରୁଚିକର ହୋଇପାରେ, ସେଥିପାଇଁ ସୁପାରିଶ କରିବାରେ ସାହାଯ‍୍ୟ କରିବାକୁ ମଧ‍୍ୟ ଆମେ ଆପଣଙ୍କ Apple Arcade ଆକ୍ଟିଭିଟି ବିଷୟରେ ସୂଚନା ବ‍୍ୟବହାର କରୁ।

Game Center
ଆପଣଙ୍କୁ ଗେମ୍, ଚ‍୍ୟାଲେଞ୍ଜ୍, ଇନ୍-ଆପ୍ ଇଭେଣ୍ଟ୍ ଏବଂ ବନ୍ଧୁ ସୁପାରିଶ କରିବା ପାଇଁ, ଆପଣଙ୍କ App Store ଆକ୍ଟିଭିଟି ସହିତ ଆପଣ ଖେଳୁଥିବା Game Center-ସକ୍ଷମ ଗେମ୍ ସମେତ ଆପଣଙ୍କ Game Center ଆକ୍ଟିଭିଟି ଏବଂ Game Center ଚ‍୍ୟାଲେଞ୍ଜ୍, ଉପଲବ୍ଧି ଓ ଲୀଡର୍‌ବୋର୍ଡ୍ ବ‍୍ୟବହୃତ ହୁଏ।

ଅନ୍-ଡିଭାଇସ୍ ଆପ୍ ଉପଯୋଗ
ଅଧିକ ଭଲ ୟୁଜର୍ ଅନୁଭୂତି ପ୍ରଦାନ କରିବା ପାଇଁ, ଆପଣ ଲଞ୍ଚ୍ କରିଥିବା ଗେମ୍-ସମ୍ବନ୍ଧିତ ଆପ୍ ବିଷୟରେ ଏବଂ ଆପଣଙ୍କ ଗେମ୍‌ଗୁଡ଼ିକୁ ଏନ୍‌ଗେଜ୍‌ମେଣ୍ଟ୍‌ର ସଦ‍୍ୟତା ଅନୁସାରେ କ୍ରମବଦ୍ଧ କରିବା ପାଇଁ ଆପଣ ସେଗୁଡ଼ିକୁ କେବେ ଲଞ୍ଚ୍ କରିଛନ୍ତି ତାହା ବିଷୟରେ ଆପଣଙ୍କ ଡିଭାଇସ୍‌ରେ ଥିବା ସୂଚନାକୁ ଆମେ ଆକ୍ସେସ୍ କରୁ।

ଗେମ୍ ଆପ୍‌କୁ ଉନ୍ନତ କରିବା

ଗେମ୍ ଆପ୍‌ ଓ ସମ୍ବନ୍ଧିତ ସେବାରେ ଅନୁଭୂତିକୁ ଉନ୍ନତ ତଥା ଅପ୍ଟିମାଇଜ୍ କରିବା ପାଇଁ, ଆପଣଙ୍କର ଏହି ଆପ୍ ଏବଂ App Store, Apple Arcade ଓ Game Centerର ଉପଯୋଗ ବିଷୟରେ ଆମେ ସୂଚନା ସଂଗ୍ରହ କରୁ। ଆପଣ କେତେବେଳେ ଏହି ଆପ୍ ଖୋଲନ୍ତି ଓ ବନ୍ଦ କରନ୍ତି, ଆପଣ ସର୍ଚ୍ଚ୍ କରୁଥିବା, ଦେଖୁଥିବା ଓ ଡାଉନ୍‌ଲୋଡ୍ କରୁଥିବା କଣ୍ଟେଣ୍ଟ୍‌ ଓ ଗେମ୍, ନୋଟିଫିକେଶନ୍ ଓ ବ‍୍ୟାଜ୍ ସହିତ ଆପଣଙ୍କ ଇଣ୍ଟରାକ୍ସନ୍ ଏବଂ ଗେମ୍-ସମ୍ବନ୍ଧିତ ଆପ୍‌ରେ ଆପଣ କରୁଥିବା କ୍ରୟ ଏହି ସୂଚନାରେ ଅନ୍ତର୍ଭୁକ୍ତ ଅଟେ। ଆମେ ଆପଣଙ୍କ ଡିଭାଇସ୍ ବିଷୟରେ ସୂଚନା ମଧ୍ୟ ସଂଗ୍ରହ କରୁ, ଯେପରିକି ଡିଭାଇସ୍‌ର ପ୍ରକାର, ଆପଣଙ୍କ ଅପରେଟିଂ ସିଷ୍ଟମ୍‌ର ଭର୍ଶନ୍, ଏବଂ ଆପଣଙ୍କ ଡିଭାଇସ୍‌ରେ ଖାଲି ଥିବା ସ୍ପେସ୍‌ର ପରିମାଣ। ଗେମ୍ ଆପ୍‌ ଓ ସମ୍ବନ୍ଧିତ ସେବାକୁ ଉନ୍ନତ କରିବା ଏବଂ ନୂଆ ଗେମ୍-ସମ୍ବନ୍ଧିତ ଫୀଚର୍ ଓ କାର୍ଯ‍୍ୟକାରିତା ବିକାଶର ମାର୍ଗଦର୍ଶନ ପାଇଁ, ଆପଣ ଓ ଅନ‍୍ୟମାନେ ଏହି ଆପ୍ ଓ ସେବାର ଫୀଚର୍‌ଗୁଡ଼ିକ ସହ କିପରି ଏନ୍‌ଗେଜ୍ ହୁଅନ୍ତି ତାହା ବୁଝିବାକୁ ଆମେ ଏହି ସୂଚନା ଏକତ୍ରିତ କରି ବ‍୍ୟବହାର କରୁ।

ଆପଣଙ୍କ ଗେମ୍ ଆପ୍ ଉପଯୋଗ ସୂଚନାକୁ ଆପଣଙ୍କର Apple Games ବ‍୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ର‍୍ୟାଣ୍ଡମ୍ ସ୍ବତନ୍ତ୍ର ଚିହ୍ନଟକାରୀ ସହ ସମ୍ବନ୍ଧିତ କରାଯାଏ ଏବଂ ଏହାକୁ ଆପଣଙ୍କ Apple ଆକାଉଣ୍ଟ୍‌ରେ ଷ୍ଟୋର୍ କରାଯାଏ ନାହିଁ। ଆପଣଙ୍କ iOS, iPadOS, କିମ୍ବା visionOS ଡିଭାଇସ୍‌ରେ, ଏହି ଚିହ୍ନଟକାରୀକୁ ରୀସେଟ୍ କରିବା ପାଇଁ ସେଟିଂସ୍ > ଆପ୍ > ଗେମ୍‌ > “ଚିହ୍ନଟକାରୀ ରୀସେଟ୍ କରନ୍ତୁ”କୁ ଯାଆନ୍ତୁ। Mac ରେ, ଗେମ୍ > ସେଟିଂସ୍ > “ଚିହ୍ନଟକାରୀ ରୀସେଟ୍ କରନ୍ତୁ”କୁ ଯାଆନ୍ତୁ।

ପିଲାମାନଙ୍କ ପାଇଁ ଗେମ୍ ଆପ୍

Apple Games ଆପ୍ ପିଲାମାନଙ୍କ ପାଇଁ ସେଟିଂସ୍ ଏବଂ ପ‍୍ୟାରେଣ୍ଟଲ୍ କଣ୍ଟ୍ରୋଲ୍‌କୁ ଗୁରୁତ୍ବ ଦିଏ। ଗେମ୍ ଆପ୍‌ରେ କାର୍ଯ‍୍ୟକଳାପ ପାଇଁ, Game Center ଗୋପନୀୟତା ସେଟିଂସ୍ ଏବଂ ପିଲାମାନଙ୍କ ପାଇଁ ସ୍କ୍ରୀନ୍ ଟାଇମ୍ କଣ୍ଟେଣ୍ଟ୍ ଓ ଗୋପନୀୟତା ପ୍ରତିବନ୍ଧକ ଲାଗୁ ହେବ। ପର୍ସନଲାଇଜ୍ ହୋଇଥିବା ସୁପାରିଶ ସେଟିଂସ୍‌କୁ ମଧ‍୍ୟ ଗୁରୁତ୍ବ ଦିଆଯାଏ। ଆପଣଙ୍କ iOS, iPadOS, visionOS device କିମ୍ବା Mac ରେ, ମଲ୍ଟିପ୍ଲେୟର୍ କାର୍ଯ‍୍ୟକାରିତା, ବନ୍ଧୁମାନଙ୍କୁ ଯୋଡ଼ିବାର ସାମର୍ଥ‍୍ୟ, ସମାନ ଗେମ୍ ଖେଳୁଥିବା ବନ୍ଧୁଙ୍କ ସହ ସଂଯୁକ୍ତ ହେବା ସମେତ ଆପଣଙ୍କ ପିଲାଙ୍କ ଡିଭାଇସ୍‌ରେ ନିର୍ଦ୍ଦିଷ୍ଟ ଗେମ୍-ସମ୍ବନ୍ଧିତ ଆପ୍‌ରେ ବ‍୍ୟୟ ହେଉଥିବା ସମୟକୁ ସୀମିତ କରିବା ଏବଂ Game Center ଫୀଚର୍‌ଗୁଡ଼ିକୁ ବ୍ଲକ୍ କରିବା ପାଇଁ, ସେଟିଂସ୍‌ > ସ୍କ୍ରୀନ୍ ଟାଇମ୍ > କଣ୍ଟେଣ୍ଟ୍ ଓ ଗୋପନୀୟତା ପ୍ରତିବନ୍ଧକ > App Store, ମିଡିଆ, ୱେବ୍ ଓ ଗେମ୍ସ୍‌କୁ ଯାଆନ୍ତୁ ଏବଂ Game Center ବିଭାଗ ପର୍ଯ‍୍ୟନ୍ତ ସ୍କ୍ରୋଲ୍ କରନ୍ତୁ। tvOSରେ, ସେଟିଂସ୍ > ସାଧାରଣ > ପ୍ରତିବନ୍ଧକକୁ ଯାଆନ୍ତୁ।

Game Center ମାଧ‍୍ୟମରେ ଅନ‍୍ୟ ଖେଳାଳିଙ୍କ ସହିତ ଯୋଗାଯୋଗ କରିବା ସମୟରେ, ପିଲାମାନେ ୟୁଜର୍‌ଙ୍କ ଦ୍ବାରା ଇନ୍‌ପୁଟ୍ କରାଯାଉଥିବା ଟେକ୍ସ୍‌ଟ୍‌ ପଠାଇପାରିବେ ନାହିଁ କିମ୍ବା ପାଇପାରିବେ ନାହିଁ। ସେମାନେ ପ୍ରୀସେଟ୍ ମେସେଜ୍ ପଠାଇପାରିବେ ନାହିଁ କିମ୍ବା ଗ୍ରହଣ କରିପାରିବେ ନାହିଁ। Game Center-ସକ୍ଷମ ଆପ୍‌ରେ ପିଲାମାନଙ୍କ ପାଇଁ ଇନ୍-ଗେମ୍ ଭଏସ୍ ଚାଟ୍‌ ମଧ‍୍ୟ ଅକ୍ଷମ କରାଯାଇଥାଏ। କିନ୍ତୁ, Game Center-ସକ୍ଷମ ହୋଇନଥିବା ଗେମ୍ କିମ୍ବା ଯେଉଁଥିରେ Game Center ବାହାରର କାର୍ଯ‍୍ୟକାରିତା ବ‍୍ୟବହୃତ ହୁଏ, ସେଥିରେ ସେହି ଆପ୍ ପାଇଁ ଇନ୍-ଆପ୍ କଣ୍ଟ୍ରୋଲ୍ ଏବଂ ତାହାର ନୀତି ଲାଗୁ ହେବ।

ଆପଣଙ୍କ ସହିତ ଯୋଗାଯୋଗ

Apple ଆପଣଙ୍କୁ ଗେମ୍ ଆପ୍‌ ସମେତ ଅନ୍ୟ Apple ପ୍ରଡକ୍ଟ୍, ସେବା, ଏବଂ ଅଫର୍‌ଗୁଡ଼ିକ ଯେଉଁଥିରେ ଆପଣଙ୍କ ଆଗ୍ରହ ଥାଇପାରେ ସେ ବିଷୟରେ ଯୋଗାଯୋଗ ପଠାଇବା ପାଇଁ ଆପଣଙ୍କ ଆକାଉଣ୍ଟ୍ ବିଷୟରେ ସୂଚନା, ଯେପରିକି ଆପଣଙ୍କର ମାଲିକାନାରେ ଥିବା Apple ପ୍ରଡକ୍ଟ୍, ଏବଂ Apple ସେବା ପାଇଁ ଥିବା ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ର ବ‍୍ୟବହାର କରିପାରେ। ଗେମ୍ ଆପ୍‌ରେ ଉପଲବ୍ଧ ଥିବା ନୂଆ ଫୀଚର୍, ଇନ୍-ଆପ୍ ଇଭେଣ୍ଟ୍, ଚ‍୍ୟାଲେଞ୍ଜ୍, ଲୀଡର୍‌ବୋର୍ଡ୍ ବିଷୟରେ ଆପଣଙ୍କୁ ଯୋଗାଯୋଗ ପଠାଇବା ପାଇଁ, ଗେମ୍ ଆପ୍, App Store, Apple Arcade, ଓ Game Centerରେ ଆପଣଙ୍କ ଆକ୍ଟିଭିଟି ବିଷୟରେ ସୂଚନାକୁ ମଧ‍୍ୟ Apple ବ‍୍ୟବହାର କରିପାରେ।

ଇମେଲ୍ ମାର୍କେଟିଂ
ଯଦି ଆପଣ ଇମେଲ୍ ମାର୍କେଟିଂ ପ୍ରାପ୍ତ କରିବାକୁ ସମ୍ମତି ଦିଅନ୍ତି, ତେବେ ଆପଣ ଇମେଲ୍ ଦ୍ୱାରା ଏହି ଯୋଗାଯୋଗ ପ୍ରାପ୍ତ କରିପାରିବେ। ଆପଣ account.apple.com କିମ୍ବା ଆପଣଙ୍କ iOS, iPadOS କିମ୍ୱା visionOS ଡିଭାଇସ୍‌ରେ ସେଟିଂସ୍ > [ଆପଣଙ୍କ ନାମ] > ବ‍୍ୟକ୍ତିଗତ ସୂଚନା > ଯୋଗାଯୋଗ ପ୍ରାଥମିକତାକୁ ଯାଇ ଆପଣଙ୍କ ଇମେଲ୍ ପ୍ରାଥମିକତା ବଦଳାଇପାରିବେ ଏବଂ ଏହି ଇମେଲ୍ ପ୍ରାପ୍ତ ନ କରିବା ପାଇଁ ଚୟନ କରିପାରିବେ।

ନୋଟିଫିକେଶନ୍‌
ଆପଣ Game Center ଡିଲିଭର୍ କରୁଥିବା Push, ବ‍୍ୟାନର୍‌ କିମ୍ବା ବ‍୍ୟାଜ୍‌ ନୋଟିଫିକେଶନ୍ ଦ୍ୱାରା ମଧ‍୍ୟ ଏହି ଯୋଗାଯୋଗ ପ୍ରାପ୍ତ କରିପାରିବେ। ଆପଣଙ୍କ ନୋଟିଫିକେଶନ୍ ପ୍ରାଥମିକତା ଅପ୍‌ଡେଟ୍ କରିବା ପାଇଁ କିମ୍ୱା ଆପଣଙ୍କ iOS, iPadOS, କିମ୍ୱା visionOS ଡିଭାଇସ୍‌ରେ ନୋଟିଫିକେଶନ୍‌ରୁ ଅପ୍ଟ୍‌ ଆଉଟ୍ କରିବା ପାଇଁ ସେଟିଂସ୍ > ନୋଟିଫିକେଶନ୍ > Game Centerକୁ ଯାଆନ୍ତୁ। Apple ଆମ ସେବାକୁ ଉନ୍ନତ କରିବା ପାଇଁ ନୋଟିଫିକେଶନ୍ ସମେତ ଆମ ଯୋଗାଯୋଗରେ ହେଉଥିବା ଆପଣଙ୍କ ଇଣ୍ଟରାକ୍ସନ୍ ବିଷୟରେ ସୂଚନା ବ୍ଯବହାର କରେ।

ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର

ସେବା ପ୍ରଦାନ କରିବା ପାଇଁ ଏବଂ ଆମ ଆଇନଗତ ବାଧ‍୍ୟବାଧକତାର ଅନୁପାଳନ କରିବା ପାଇଁ ଆବଶ୍ୟକ ଅନୁଯାୟୀ Apple ସହ ଥିବା ଆପଣଙ୍କ ଚୁକ୍ତିର କାର୍ଯ‍୍ୟକାରିତା ପାଇଁ ଆମେ ସାଧାରଣତଃ Apple Games ଆପ୍‌ରେ ଆପଣଙ୍କ ବ‍୍ୟକ୍ତିଗତ ଡେଟା ପ୍ରକ୍ରିୟାନ୍ୱିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ।

ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆମେ ପର୍ସନଲ୍ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକତା ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ ଏଥିପାଇଁ ଯେ:

  • ପ୍ରାସଙ୍ଗିକ ବିଷୟବସ୍ତୁ ଡିସ୍‌ପ୍ଲେ କରନ୍ତୁ, ଅନୁରୋଧ ବିଷୟବସ୍ତୁ ଡାଉନଲୋଡ୍ କରିବାକୁ ଆପଣଙ୍କ ଡିଭାଇସ୍‌ରେ ପର୍ଯ୍ୟାପ୍ତ ସ୍ଥାନ ଅଛି କି ନାହିଁ ଆକ୍ସେସ୍ କରନ୍ତୁ, ଏବଂ ଅପ୍‌ଡେଟ୍ ହୋଇଥିବା ବିଷୟବସ୍ତୁର ସ୍ୱୟଂଚାଳିତ ଡାଉନ୍‌ଲୋଡ୍ ସୁବିଧା କରନ୍ତୁ
  • ଗେମ୍ ଆପ୍‌ରେ ଆପଣଙ୍କ ଅନୁଭୂତିକୁ ପର୍ସନଲାଇଜ୍ କରିବା
  • ଆପଣ ଓ ଅନ୍ୟମାନଙ୍କ ପାଇଁ ଗେମ୍ ଆପ୍ ଏବଂ ଅନ‍୍ୟ ସମ୍ବନ୍ଧିତ Apple ପ୍ରଡକ୍ଟ୍‌ ଓ ସେବା ଉନ୍ନତ ଓ ଅପ୍ଟିମାଇଜ୍ କରିବା
  • ଇମେଲ୍, Push, ବ‍୍ୟାନର୍ ଓ ବ‍୍ୟାଜ୍ ନୋଟିଫିକେଶନ୍ ମାଧ‍୍ୟମରେ ସେହି ଅଫର୍ ପଠାଇବା ଯାହା ଆପଣଙ୍କ ପାଇଁ ରୁଚିକର ହୋଇପାରେ
  • ଡିଭେଲପର୍‌ଙ୍କୁ ତାଙ୍କର ଆପ୍‌ରେ ଡାଉନ୍‌ଲୋଡ୍ ଓ କ୍ରୟ ବିଷୟରେ ରିପୋର୍ଟିଂ ପ୍ରଦାନ କରିବା
  • ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା

ବ୍ଯବହୃତ ଡେଟାରେ ଅନ୍ତର୍ଭୁକ୍ତ ଅଛି:

  • ଆପଣଙ୍କ ଗେମ୍‌ ଆପ୍‌ର ବ‍୍ୟବହାର ଯେପରିକି ଆପଣଙ୍କ ଡାଉନ୍‌ଲୋଡ୍ ଓ କ୍ରୟ, ଏହା ସହିତ Game Center ନୋଟିଫିକେଶନ୍ ଓ ମେସେଜ୍ ଏବଂ ଇନ୍-ଆପ୍ ନୋଟିଫିକେଶନ୍ ଓ ମେସେଜ୍
  • ଆପଣଙ୍କ ଡିଭାଇସ୍ ଏବଂ ଆକାଉଣ୍ଟ୍‌ର ବିବରଣୀ
  • ଆପଣଙ୍କ IP ଠିକଣା
  • ଡିଭାଇସ୍‌ ଟ୍ରଷ୍ଟ୍‌ ସ୍କୋର୍‌

ରିଟେନ୍‌ଶନ୍‌

ଆର୍ଥିକ ରିପୋର୍ଟିଂ ସମ୍ବନ୍ଧୀୟ ପ୍ରଯୁଜ୍ୟ ଆଇନ ଦ୍ୱାରା ନିର୍ଦ୍ଦିଷ୍ଟ ଅବଧି ପାଇଁ ଆମେ ଗେମ୍ ଆପ୍ ଓ App Store ରେ ଆପଣଙ୍କ କ୍ରୟ ଏବଂ ଡାଉନ୍‌ଲୋଡ୍ ସହିତ ସମ୍ବନ୍ଧିତ ବ‍୍ୟକ୍ତିଗତ ଡେଟା ରଖିଥାଉ, ଯାହା ଅଞ୍ଚଳ ଅନୁଯାୟୀ ଭିନ୍ନ ହୋଇଥାଏ। ଅଧିକାଂଶ ଗ୍ରାହକଙ୍କ ପାଇଁ, ତାହା ଅତି କମ୍‌ରେ 10-ବର୍ଷର ରିଟେନ୍‌ଶନ୍‌ ଅବଧି ଆବଶ‍୍ୟକ କରେ କିନ୍ତୁ ଚୀନ ପରି ଅଞ୍ଚଳରେ ଏହି ଅବଧି 30 ବର୍ଷ ହୋଇପାରେ। ଆମର ପ୍ରଯୁଜ୍ୟ ସର୍ତ୍ତାବଳୀ ଅନୁଯାୟୀ, ଆପଣଙ୍କୁ ସେହି ବିଷୟବସ୍ତୁ ଡାଉନ୍‌ଲୋଡ୍ କରିବାକୁ ଅନୁମତି ଦେବା ପାଇଁ ଆମେ ଅତି କମ୍‌ରେ ଆମ ପାଖରେ ଏକ ଆକାଉଣ୍ଟ୍ ଥିବା ପର୍ଯ୍ୟନ୍ତ ଆପଣଙ୍କ କ୍ରୟ ଏବଂ ବିଷୟବସ୍ତୁ ଡାଉନ୍‌ଲୋଡ୍‌ର ଏକ ରେକର୍ଡ୍ ମଧ୍ୟ ରଖିଥାଉ। ଆମେ କମ୍ ସମୟ ପାଇଁ ବ୍ରାଉଜିଂ ଆକ୍ଟିଭିଟି ଏବଂ ସର୍ଚ୍ଚ୍‌ ପରି ଅନ୍ୟାନ୍ୟ ସୂଚନା ରଖିଥାଉ। ବାଛିଥିବା ଅବଧି, ଡେଟା ରଖିବା ପାଇଁ ପ୍ରଯୁଜ୍ୟ ଆଇନଗତ ଆବଶ୍ୟକତା ଏବଂ ନିର୍ଦ୍ଦିଷ୍ଟ ବ୍ୟବସାୟଗତ ବ୍ୟାବହାରିକ ପରିସ୍ଥିତିକୁ ବିଚାରକୁ ନେଇଥାଏ। ତଥାପି, କିଛି ସୂଚନା, ଯେପରିକି କ୍ରୟ କିନ୍ତୁ ଆପଣଙ୍କ ସଂରକ୍ଷିତ କାର୍ଡ୍‌ ବିବରଣୀ ନୁହେଁ, ଆପଣ ନିଜର ଆକାଉଣ୍ଟ୍ ବନ୍ଦ କରିବା କିମ୍ବା ଗେମ୍ ଆପ୍‌ର ବ୍ୟବହାର ବନ୍ଦ କରିବା ପରେ ମଧ୍ୟ ବ୍ୟବସାୟ ରେକର୍ଡ୍‌ ଭାବରେ ରଖାଯାଇପାରେ।

ଯେତେବେଳେ ଆପଣ ଏକ ପେମେଣ୍ଟ୍ କାର୍ଡ୍ ବ୍ୟବହାର କରନ୍ତି, Apple ଆପଣ ପ୍ରାଧିକୃତ କରିଥିବା ଭବିଷ୍ୟତ କ୍ରୟ, ରିକରିଂ ନେଣଦେଣ କିମ୍ବା ଅନ୍ୟାନ୍ୟ ବ୍ୟବହାର ପାଇଁ ଆପଣଙ୍କ କାର୍ଡ୍ ନମ୍ବର୍‌ ଓ ବିଲିଂ ସୂଚନା ରଖିପାରେ ଏବଂ ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ କରିପାରେ। Apple ଆପଣଙ୍କ ଆର୍ଥିକ ଅନୁଷ୍ଠାନ କିମ୍ୱା ପେମେଣ୍ଟ୍ ନେଟ୍‌ୱର୍କ୍‌ରୁ ଏହି ସୂଚନା ପ୍ରାପ୍ତ କରିପାରେ, ଏବଂ ଠକାମି ପ୍ରତିରୋଧ ଏବଂ ଯାଞ୍ଚକରଣ ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରେ।

ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା

Apple Games ଆପ୍, App Store, Apple Arcade, Game Center ଏବଂ ଅନ‍୍ୟ Apple ଆପ୍ ଓ ସେବାରେ ହେଉଥିବା ଠକାମି ଏବଂ ଅନ‍୍ୟ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା ପାଇଁ ଆମେ ବ‍୍ୟକ୍ତିଗତ ଡେଟା ସଂଗ୍ରହ କରୁ। ଏହି ସୂଚନାରେ ଡିଭାଇସ୍ ସୂଚନା, ଯେପରିକି ଡିଭାଇସ୍ ଟାଇପ୍ ଓ ସଫ୍ଟ୍‌ୱେୟର୍ ଭର୍ଶନ୍, ଲୋକେଶନ୍ ସୂଚନା (ଆପଣଙ୍କ ଇଣ୍ଟର୍‌ନେଟ୍ IP ଠିକଣାର ଅନୁମାନ କରାଯାଇଥିବା ଭୌଗଳିକ ଅଞ୍ଚଳ ମେଳ କରି, ଯଦି ଉପଲବ୍ଧ ଥାଏ), ଡାଉନ୍‌ଲୋଡ୍ ଓ କ୍ରୟ ହିଷ୍ଟ୍ରି, ସର୍ଚ୍ଚ୍ ଏବଂ ଏହି ସେବା ସହ ଥିବା ଅନ‍୍ୟ ଇଣ୍ଟରାକ୍ସନ୍ ଅନ୍ତର୍ଭୁକ୍ତ।

ଆପଣ ଏକ କ୍ରୟ ଆରମ୍ଭ କରିବା ସମୟରେ, କିମ୍ବା ଏକ ସବ୍‌ସ୍କ୍ରିପ୍ସନ୍‌କୁ ଅଟୋ-ନବୀକରଣ ପାଇଁ ସେଟ୍ କରିବା ସମୟରେ, Apple ଆପଣଙ୍କ ସହ ପୁରୁଣା ବ‍୍ୟବସାୟ ସମ୍ବନ୍ଧୀୟ ସୂଚନାର ବ‍୍ୟବହାର କରିପାରେ ଯାହା ଦ୍ୱାରା ଅନୁରୋଧ ପ୍ରକ୍ରିୟା କରାଯିବ ଏବଂ ଦେୟ ସହଭାଗୀ ଦ୍ୱାରା ପ୍ରାଧିକରଣ କରିବା ପୂର୍ବରୁ ଏହା ନିର୍ଦ୍ଧାରଣ କରାଯିବ ଯେ ପ୍ରଡକ୍ଟ୍‌ କିମ୍ବା ସେବା ପ୍ରଦାନ କରାଯିବ ନା ନାହିଁ।

ଆପଣ ପଠାଉଥିବା ଓ ପ୍ରାପ୍ତ କରୁଥିବା ଫୋନ୍ କଲ୍ କିମ୍ବା ଇମେଲ୍‌ର ଆନୁମାନିକ ସଂଖ‍୍ୟା ସମେତ ନିଜ ଡିଭାଇସ୍ କିପରି ଭାବରେ ବ‍୍ୟବହାର କରନ୍ତି ସେ ବିଷୟରେ ସୂଚନା ବ‍୍ୟବହାର କରି କ୍ରୟ କରିବାକୁ ପ୍ରୟାସ କରିବା ସମୟରେ ଆମେ ଆପଣଙ୍କ ଡିଭାଇସ୍‌ରେ ଏକ ଡିଭାଇସ୍ ଟ୍ରଷ୍ଟ୍ ସ୍କୋର୍ ମଧ‍୍ୟ ଗଣନା କରୁ। ଦାଖଲକୁ ଏପରି ଭାବରେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା Apple ଆପଣଙ୍କ ଡିଭାଇସ୍‌ରେ ପ୍ରକୃତ ମୂଲ୍ୟ ଜାଣି ପାରିବ ନାହିଁ। ସ୍କୋର୍‌ ଆମ ସର୍ଭର୍‌ରେ ଏକ ନିର୍ଦ୍ଦିଷ୍ଟ ଟାଇମ୍‌ ପାଇଁ ଷ୍ଟୋର୍ ହୁଏ।

App Store ସମେତ, ଗେମ୍ ଆପ୍‌କୁ ପରିଚାଳିତ କରୁଥିବା ଆପ୍ ଓ ସେବା ବିଷୟରେ ଅଧିକ ସୂଚନା ପାଇଁ, www.apple.com/legal/privacy/data/en/app-store କୁ ଯାଆନ୍ତୁ। Apple Arcade ପାଇଁ, www.apple.com/legal/privacy/data/en/apple-arcade କୁ ଯାଆନ୍ତୁ। Game Center ପାଇଁ, www.apple.com/legal/privacy/data/en/game-center କୁ ଯାଆନ୍ତୁ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2025-12-12