Apple News ଓ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Apple News+ ସହିତ Apple News କୁ ଡିଜାଇନ୍ କରାଯାଇଛି।
![]()
- News ଏବଂ ଷ୍ଟକ୍ରେ ଆପଣଙ୍କ ପଢିବା ଏବଂ ଶୁଣିବା ଆକ୍ଟିଭିଟି News ଏବଂ ଷ୍ଟକ୍ ପାଇଁ ନିର୍ଦ୍ଦିଷ୍ଟ ଏକ ଚିହ୍ନଟକାରୀ ସହିତ ଲିଙ୍କ୍ ହୋଇଛି, ଏବଂ ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ନୁହେଁ କିମ୍ୱା ଅନ୍ୟ Apple ସେବା ସହିତ ଲିଙ୍କ୍ ହୋଇନାହିଁ।
- ଆପଣ କିପରି Apple News ବ୍ୟବହାର କରନ୍ତି, ସେ ବିଷୟରେ ଆମେ ସୂଚନା ବ୍ୟବହାର କରୁ ଯାହା ଦ୍ବାରା ଆପଣଙ୍କ ବ୍ୟକ୍ତିଗତ ରୁଚି ଅନୁସାରେ ଫୀଚର୍ ପ୍ରସ୍ତୁତ କରାଯାଇପାରିବ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ନୁହେଁ।
- News ଏବଂ ଷ୍ଟକ୍ରେ ବିଜ୍ଞାପନଗୁଡ଼ିକ ଆପଣଙ୍କ ପାଇଁ ପ୍ରାସଙ୍ଗିକ ଥିବା ସୁନିଶ୍ଚିତ କରିବା ପାଇଁ ଆମେ ଆପଣଙ୍କ ଆକାଉଣ୍ଟ୍ର ସୂଚନା, ଆପଣ ପଢ଼ିଥିବା ଷ୍ଟୋରିଗୁଡ଼ିକର ବିଷୟ ଏବଂ ବର୍ଗ ଏବଂ ଆପଣଙ୍କ ଦ୍ବାରା ଫଲୋ, ସବ୍ସ୍କ୍ରାଇବ୍ କରାଯାଇଥିବା କିମ୍ବା ସୂଚନା ଚାଲୁ କରାଯାଇଥିବା ପ୍ରକାଶନଗୁଡ଼ିକର ସୂଚନା ବ୍ଯବହାର କରିପାରିବୁ। ଆମେ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ସମ୍ବନ୍ଧୀୟ ସୂଚନାର ବ୍ୟବହାର, App Store ରେ ଆପଣଙ୍କ ବିଜ୍ଞାପନଗୁଡ଼ିକ ପର୍ସନଲାଇଜ୍ କରିବାକୁ ମଧ୍ୟ କରିପାରିବୁ। ନିମ୍ନରେ ବର୍ଣ୍ଣନା କରାଯାଇଥିବା ଅନୁସାରେ ଏହି ବିଜ୍ଞାପନ ସମ୍ବନ୍ଧରେ ଆପଣଙ୍କ ପାଖରେ ବିକଳ୍ପ ଅଛି।
- ଆମେ ଏପରି କୌଣସି ସକ୍ରିୟ ସବ୍ସ୍କ୍ରିପ୍ସନ୍ ପାଇଁ ଆପଣଙ୍କ Apple ଆକାଉଣ୍ଟ୍ ଯାଞ୍ଚ କରୁ ଯାହାର ଉପଯୋଗ Apple News ରେ କରାଯାଇପାରିବ।
- ଯେତେବେଳେ ଆପଣ ଏକ ଚ୍ୟାନେଲ୍ ପାଇଁ ନୋଟିଫିକେଶନ୍ ଚାଲୁ କରନ୍ତି, ଆମେ ସେହି ଚ୍ୟାନେଲ୍କୁ ଆପଣଙ୍କ Apple ଆକାଉଣ୍ଟ୍ ସହ ସଂଯୁକ୍ତ କରିପାରିବୁ।
ଆପଣଙ୍କ ସୂଚନାର ଗୋପନୀୟତା ଏବଂ ସୁରକ୍ଷା ସୁରକ୍ଷିତ ରଖିବା Apple ରେ ସମସ୍ତଙ୍କ ପାଇଁ ଏକ ପ୍ରାଥମିକତା ଅଟେ। ଆପଣଙ୍କ ଅଭିଜ୍ଞତାକୁ ଉତ୍ତମ କରିବା ପାଇଁ ଆମେ କେବଳ ଆବଶ୍ୟକ ଡେଟା ସଂଗ୍ରହ କରିବାକୁ କଠିନ ପରିଶ୍ରମ କରୁ। ଆମେ ଡେଟା ସଂଗ୍ରହ କରିବା ସମୟରେ, ଏହା ବିଶ୍ୱାସ କରୁ ଯେ ଆମେ କ'ଣ ସଂଗ୍ରହ କରୁଛୁ ଏବଂ ଆମକୁ କାହିଁକି ଏହାର ଆବଶ୍ୟକତା ଅଛି ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହା ଦ୍ୱାରା ଆପଣ ଏକ ସଠିକ୍ ବିକଳ୍ପ ବାଛି ପାରିବେ। ପ୍ରତ୍ୟେକ Apple ପ୍ରଡକ୍ଟ୍ ଏବଂ ସେବା ପରି, Apple News କୁ ଏହି ନୀତିଗୁଡ଼ିକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି।
Apple News ପ୍ରଦାନ କରିବା
ଆମେ ବୁଝିପାରୁଛୁ ଯେ ଆପଣ ପଢ଼ୁଥିବା ଏବଂ ଶୁଣୁଥିବା ଷ୍ଟୋରି ପର୍ସନଲ୍ ଅଟେ, ତେଣୁ ଆମେ News ଏବଂ ଷ୍ଟକ୍ ଆପ୍ ଡିଜାଇନ୍ କରିଥିଲୁ ଯାହା ଦ୍ୱାରା ଆପଣଙ୍କ ପଢ଼ିବା ଏବଂ ଶୁଣିବା ଆକ୍ଟିଭିଟି ଏବଂ ଆପଣ Apple News କିପରି ବ୍ୟବହାର କରନ୍ତି ତାହା ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ନ ହେଉ ଏବଂ ଅନ୍ୟ Apple ସେବା ସହିତ ଲିଙ୍କ୍ ନ ରହୁ। ଆମେ ସଂଗ୍ରହ କରୁଥିବା ଡେଟା News ଓ ଷ୍ଟକ୍ ଆପ୍ ପାଇଁ ନିର୍ଦ୍ଦିଷ୍ଟ ଏକ ଚିହ୍ନଟକାରୀ ସହିତ ସମ୍ବନ୍ଧିତ।
ଆପଣଙ୍କ ବ୍ୟକ୍ତିଗତ ରୁଚି ଅନୁଯାୟୀ ଫୀଚର୍ ପ୍ରସ୍ତୁତ କରିବା ପାଇଁ ଆପଣ କିପରି Apple News ବ୍ୟବହାର କରନ୍ତି ସେ ବିଷୟରେ Apple ସୂଚନା ସଂଗ୍ରହ କରେ। ଉଦାହରଣ ସ୍ୱରୂପ, “ଆଜି” ଫୀଚର୍ ଆପଣଙ୍କୁ ଏକ ପର୍ସନଲ୍ ନ୍ୟୁଜ୍ଫିଡ୍ ପ୍ରଦାନ କରେ ଯାହା ଆପଣଙ୍କ ଫେଭରିଟ୍ ଚ୍ୟାନେଲ୍ ଏବଂ ବିଷୟଗୁଡ଼ିକରୁ ଆପଣଙ୍କ ପାଇଁ ସର୍ବୋତ୍ତମ ଷ୍ଟୋରି ହାଇଲାଇଟ୍ କରେ। ଆପଣ କେଉଁ ଷ୍ଟୋରି ପଢ଼ନ୍ତି, ସେଭ୍ କରନ୍ତି କିମ୍ବା ଶେୟର୍ କରନ୍ତି ଏବଂ ଆପଣ କେଉଁ ବିଷୟ ଏବଂ ଚ୍ୟାନେଲ୍ ଫଲୋ କରନ୍ତି ତାହା ସହିତ Apple News ସହିତ ଆପଣଙ୍କର ବାର୍ତ୍ତାଳାପ ବିଷୟରେ ସୂଚନା ସଂଗ୍ରହ କରି Apple ଏହି ଫୀଚର୍କୁ ସମ୍ଭବ କରିପାରେ।
ଆପଣଙ୍କ ଡିଭାଇସ୍ରେ ଷ୍ଟୋର୍ ହୋଇଥିବା ସୂଚନା ଆଧାରରେ Apple News ରେ ସୁପାରିଶ କରାଯାଇଛି। ଆପଣଙ୍କ iOS ଡିଭାଇସ୍ରେ ଆପଣଙ୍କ ପଢ଼ିବା ଓ ଶୁଣିବା ହିଷ୍ଟ୍ରି କ୍ଲିଅର୍ କରିବା ପାଇଁ, “ଫଲୋ କରୁଛନ୍ତି” > ହିଷ୍ଟ୍ରିକୁ ଯାଆନ୍ତୁ ଏବଂ “କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ। ଆପଣଙ୍କ iPadOS ଡିଭାଇସ୍ରେ, ହିଷ୍ଟ୍ରିକୁ ଯାଆନ୍ତୁ ଏବଂ “କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ। Mac ରେ, News > “ହିଷ୍ଟ୍ରି କ୍ଲିଅର୍ କରନ୍ତୁ”କୁ ଯାଆନ୍ତୁ ଏବଂ “ହିଷ୍ଟ୍ରି କ୍ଲିଅର୍ କରନ୍ତୁ”ରେ କ୍ଲିକ୍ କରନ୍ତୁ। ଏହା News ଏବଂ ଷ୍ଟକ୍ ପାଇଁ ବ୍ୟବହୃତ ଚିହ୍ନଟକାରୀକୁ ମଧ୍ୟ ରୀସେଟ୍ କରିବ। ଆପଣ ସେଟିଂସ୍ > ଆପ୍ > News କୁ ଯାଇ, ତା’ପରେ ଚିହ୍ନଟକାରୀ ରୀସେଟ୍ କରନ୍ତୁ ଚାଲୁ କରିବା ଦ୍ୱାରା, ନିଜ iOS, iPadOS, କିମ୍ବା visionOS ରେ ଆପଣଙ୍କ ପଢ଼ିବା ଏବଂ ଶୁଣିବା ହିଷ୍ଟ୍ରିକୁ କ୍ଲିଅର୍ ନକରି ମଧ୍ୟ ଚିହ୍ନଟକାରୀକୁ ରୀସେଟ୍ କରିପାରିବେ। Mac ରେ, News ଖୋଲନ୍ତୁ, ତା’ପରେ News > “ହିଷ୍ଟ୍ରି କ୍ଲିଅର୍ କରନ୍ତୁ”କୁ ଯାଆନ୍ତୁ ଏବଂ “ଚିହ୍ନଟକାରୀ ରୀସେଟ୍ କରନ୍ତୁ”ରେ କ୍ଲିକ୍ କରନ୍ତୁ।
ଆପଣ Apple News ରେ ଏକ ଚ୍ୟାନେଲ୍ ପାଇଁ ନୋଟିଫିକେଶନ୍ ଚାଲୁ କଲେ, ଆମେ ଗୁରୁତ୍ୱପୂର୍ଣ୍ଣ ଷ୍ଟୋରି ଏବଂ ଚ୍ୟାନେଲ୍ରୁ ନୂଆ ଇଶୂ ବିଷୟରେ ଆପଣଙ୍କୁ ସୂଚିତ କରିବା ପାଇଁ ଏହି ସୂଚନାକୁ ଷ୍ଟୋର୍ କରୁ ଏବଂ ଏହି ସୂଚନାକୁ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ କରାଯାଇପାରେ। (ନୂଆ ଇଶୂ ନୋଟିଫିକେଶନ୍ କେବଳ Apple News+ ସବ୍ସ୍କ୍ରାଇବର୍ ଏବଂ iOS ଓ iPadOS ଡିଭାଇସ୍ ପାଇଁ ଉପଲବ୍ଧ ଅଟେ) ଆପଣ ଏକ ଲାଇଭ୍ କାର୍ଯ୍ୟକଳାପ ସହିତ ଏକ ଇଭେଣ୍ଟ୍ ଅନୁସରଣ କରିବା ବେଳେ, ସେହି ଇଭେଣ୍ଟ୍ର ଅବଧି ପାଇଁ ଆପଣଙ୍କୁ ଅପ୍ଡେଟ୍ ପଠାଇବାକୁ ଆମେ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସେହି ଇଭେଣ୍ଟ୍କୁ ସମ୍ବନ୍ଧିତ କରିପାରିବୁ।
ଆପଣ Apple News ରେ ସର୍ଚ୍ଚ୍ ବ୍ୟବହାର କରିବା ସମୟରେ, ଆପଣଙ୍କୁ ପ୍ରାସଙ୍ଗିକ ସର୍ଚ୍ଚ୍ ଫଳାଫଳ ପ୍ରଦାନ କରିବାକୁ ଏବଂ ସର୍ଚ୍ଚ୍ ଉନ୍ନତ କରିବା ପାଇଁ ଆପଣଙ୍କ ସର୍ଚ୍ଚ୍ କ୍ୱେରି ସହିତ ସୂଚନା ସମେତ ସବ୍ସ୍କ୍ରିପ୍ସନ୍କୁ Apple କୁ ପଠାଯାଏ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ନୁହେଁ।
ଯଦି ଆପଣ Apple News କୁ ଆପଣଙ୍କ ଲୋକେଶନ୍ ଆକ୍ସେସ୍ କରିବାକୁ ଅନୁମତି ଦିଅନ୍ତି, ତେବେ ଆପଣଙ୍କ ଆନୁମାନିକ ଲୋକେଶନ୍ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ସୂଚନା ଯେପରିକି ସ୍ଥାନୀୟ ଖବର, ପାଣିପାଗ, ସର୍ଚ୍ଚ୍ ଫଳାଫଳ ଏବଂ ବିଜ୍ଞାପନ ପ୍ରଦାନ କରିବାକୁ ବ୍ୟବହୃତ କରାଯାଇପାରେ। ଏହାବ୍ୟତୀତ, ଚ୍ୟାନେଲ୍ ଏବଂ ବିଷୟଗୁଡ଼ିକୁ ଆପଣଙ୍କ Apple News ମଧ୍ୟରେ ଆପଣଙ୍କ ଲୋକେଶନ୍ ଏବଂ କାର୍ଯ୍ୟକଳାପ ଉପରେ ଆଧାର କରି ଆପଣଙ୍କୁ ପରାମର୍ଶ ଦିଆଯାଇପାରେ। ଆପଣ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ସୂଚନା ଖୋଜିବା ପାଇଁ ଏକ ଲୋକେଶନ୍ କିମ୍ବା PIN କୋଡ୍ ମାନ୍ୟୁଅଲି ମଧ୍ୟ ଲେଖିପାରିବେ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ନୁହେଁ।
ଆପଣ ଏକ iOS କିମ୍ବା iPadOS ଡିଭାଇସ୍ରେ ଯେକୌଣସି ସମୟରେ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବାକୁ ଯାଇ, News ରେ ଟାପ୍ କରି, ତା’ପରେ “କଦାପି ନୁହେଁ”କୁ ଚୟନ କରି ଲୋକେଶନ୍ ଆଧାରିତ କାର୍ଯ୍ୟକାରିତାରୁ ଅପ୍ଟ୍ ଆଉଟ୍ ହୋଇପାରିବେ। Macରେ, ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଗୋପନୀୟତା > ଲୋକେଶନ୍ ସେବାକୁ ଯାଆନ୍ତୁ, ତା’ପରେ Newsକୁ ଅଚୟନ କରନ୍ତୁ।
ଆପଣ ବ୍ୟବହାର କରୁଥିବା ଆପ୍ ଏବଂ Safari ସାହାଯ୍ୟରେ ପରିଭ୍ରମଣ କରୁଥିବା ୱେବ୍ସାଇଟ୍ରୁ ଆସିଥିବା ସୂଚନାର ଅନ୍-ଡିଭାଇସ୍ ପ୍ରକ୍ରିୟାକରଣ ଆଧାରରେ Siri ପରାମର୍ଶ ଦେଉଥିବା ଷ୍ଟୋରି, ଚ୍ୟାନେଲ୍ ଏବଂ ବିଷୟ ଆପଣଙ୍କୁ ପସନ୍ଦ ଆସିପାରେ। ଏହି ସୂଚନା Appleକୁ ପଠାଯାଏ ନାହିଁ। ଆପଣ ନିଜ iOS କିମ୍ବା iPadOS ଡିଭାଇସ୍ରେ ସେଟିଂସ୍ > ଆପ୍ > News > Siri ଓ ସର୍ଚ୍ଚ୍କୁ ଯାଇ ଏବଂ “ଆପ୍ରେ ଦେଖାଇବା ବନ୍ଦ କରନ୍ତୁ”ରେ ଟାପ୍ କରି ଏହାକୁ ଯେକୌଣସି ସମୟରେ ଅକ୍ଷମ କରିପାରିବେ। ଆପଣଙ୍କ visionOS ଡିଭାଇସ୍ରେ, ସେଟିଂସ୍ > ଆପ୍ > Newsକୁ ଯାଆନ୍ତୁ, ତା’ପରେ “ଆପ୍ରେ ଦେଖାନ୍ତୁ” ବନ୍ଦ କରନ୍ତୁରେ ଟାପ୍ କରନ୍ତୁ। Mac ରେ, ସିଷ୍ଟମ୍ ସେଟିଂସ୍ > Siri ଓ Spotlight କୁ ଯାଆନ୍ତୁ, Siri ପରାମର୍ଶ ଓ ଗୋପନୀୟତାରେ କ୍ଲିକ୍ କରନ୍ତୁ, News ରେ କ୍ଲିକ୍ କରନ୍ତୁ, ତା’ପରେ ଆପ୍ରେ “Siri ପରାମର୍ଶ ଦେଖାନ୍ତୁ”କୁ ଅଚୟନ କରନ୍ତୁ।
ଆପଣଙ୍କ ପାଇଁ ଏକ ସୁବିଧା ଭାବରେ, Apple News ଆପଣଙ୍କ ସମସ୍ତ ଡିଭାଇସ୍ରେ ଆପଣଙ୍କ ଅଭିଜ୍ଞତାର ଦିଗଗୁଡ଼ିକୁ ଅପ୍-ଟୁ-ଡେଟ୍ ରଖିବା ପାଇଁ iCloud ବ୍ୟବହାର କରେ। ଉଦାହରଣ ସ୍ବରୂପ, Apple News ଆପଣ କେଉଁ ଚ୍ୟାନେଲ୍ ଓ ବିଷୟ ଫଲୋ କରୁଛନ୍ତି, ଆପଣଙ୍କ ପଢ଼ିବା ଓ ଶୁଣିବା ହିଷ୍ଟ୍ରି ଏବଂ ଆପଣଙ୍କ ପଢ଼ିବା ଓ ଶୁଣିବା ପ୍ରାଥମିକତା ଏବଂ ଆପଣଙ୍କ ରେସିପି ରେଟିଂ ଓ ନୋଟ୍ ମନେ ରଖିବାକୁ iCloud ବ୍ୟବହାର କରିବ ଯାହା ଦ୍ବାରା ଆପଣ ନିଜର ଯେକୌଣସି ଡିଭାଇସ୍ରୁ ସମାନ Apple News ଅନୁଭୂତିର ମଜା ନେଇପାରିବେ। ଆପଣଙ୍କ ପଢିବା ଏବଂ ଶ୍ରବଣ ହିଷ୍ଟ୍ରି ତିନି ମାସ ପର୍ଯ୍ୟନ୍ତ ଷ୍ଟୋର୍ କରାଯାଏ। ଯଦି ଆପଣ କୌଣସି ଚ୍ୟାନେଲ୍ କିମ୍ୱା ବିଷୟକୁ ଅନ୍ଫଲୋ କରୁଛନ୍ତି, ଆପଣଙ୍କ ଦ୍ବାରା ସେଭ୍ ହୋଇଥିବା ଷ୍ଟୋରିରୁ ଏକ ଷ୍ଟୋରି କାଢ଼ୁଛନ୍ତି କିମ୍ୱା ଆପଣଙ୍କ ରୀଡିଂ ହିଷ୍ଟ୍ରିରୁ ଏକ ଷ୍ଟୋରି ଡିଲିଟ୍ କରୁଛନ୍ତି, ତେବେ ସେହି ସୂଚନା Appleର ସର୍ଭର୍ରୁ ତୁରନ୍ତ ଡିଲିଟ୍ ହୋଇଯିବ। ଆପଣ Apple News ପାଇଁ iCloud ବନ୍ଦ କରି ଯେକୌଣସି ସମୟରେ ଏହି କ୍ଷମତାକୁ ଅକ୍ଷମ କରିପାରିବେ। ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍ରେ ଏହା କରିବା ପାଇଁ, ସେଟିଂସ୍ > [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ, ତା’ପରେ Newsକୁ ବନ୍ଦ କରନ୍ତୁରେ ଟାପ୍ କରନ୍ତୁ। Macରେ, ସିଷ୍ଟମ୍ ସେଟିଂସ୍ > [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ, ତା’ପରେ News ଅଚୟନ କରନ୍ତୁ। ଯଦି ଆପଣ ଏହି ଫୀଚର୍ ଅକ୍ଷମ କରିଛନ୍ତି, ଆପଣ ଫଲୋ କରୁଥିବା ଚ୍ୟାନେଲ୍ ଏବଂ ବିଷୟବସ୍ତୁ, ଆପଣଙ୍କ ପଢ଼ିବା ଏବଂ ଶୁଣିବା ହିଷ୍ଟ୍ରି ଏବଂ ଆପଣଙ୍କ ପଢ଼ିବା ଏବଂ ଶୁଣିବା ପ୍ରାଥମିକତା iCloudକୁ ବ୍ୟାକ୍ଅପ୍ ହୋଇଛି ଯଦି iCloud ବ୍ୟାକ୍ଅପ୍ ସକ୍ଷମ ଅଛି।
ସବ୍ସ୍କ୍ରିପ୍ସନ୍
ଯଦି ଆପଣ Apple News+ ସବ୍ସ୍କ୍ରାଇବ୍ କରନ୍ତି, ତେବେ ଆପଣ ବିଭିନ୍ନ ପ୍ରକାଶନରୁ ସବ୍ସ୍କ୍ରିପ୍ସନ୍ ବିଷୟବସ୍ତୁ ଆକ୍ସେସ୍ କରିବା ପାଇଁ ସମର୍ଥ ହେବେ। ବିକଳ୍ପ ଭାବରେ, ଆପଣ ବିଭିନ୍ନ ଉପାୟ ମଧ୍ୟରୁ ଗୋଟିଏରେ ବ୍ୟକ୍ତିଗତ ପ୍ରକାଶନରୁ ସବ୍ସ୍କ୍ରିପ୍ସନ୍ ବିଷୟବସ୍ତୁକୁ ଆକ୍ସେସ୍ କରିପାରିବେ।
ପ୍ରଥମେ, Apple News ଆପଣଙ୍କ Apple ଆକାଉଣ୍ଟ୍ର ଯାଞ୍ଚ ଏହା ଦେଖିବା ପାଇଁ କରାଯିବ ଯେ ଆପଣଙ୍କ ପାଖରେ App Store ରେ କୌଣସି ସକ୍ରିୟ ସବ୍ସ୍କ୍ରିପ୍ସନ୍ ଅଛି କି ନାହିଁ ଯାହାକୁ Apple News ରେ ବ୍ଯବହାର କରାଯାଇପାରିବ। ଯଦି ଏପରି ହୁଏ, Apple News ସ୍ୱୟଂଚାଳିତ ଭାବରେ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ଅନ୍ଲକ୍ କରିବ ଏବଂ ଆପଣଙ୍କୁ ପ୍ରକାଶନରୁ ଦେୟଯୁକ୍ତ ଷ୍ଟୋରିକୁ ଆକ୍ସେସ୍ ଦେବ। ଦ୍ବିତୀୟତଃ, ଆପଣ News ଆପ୍ରେ ସିଧାସଳଖ ଯେକୌଣସି ବ୍ୟକ୍ତିଗତ ପ୍ରକାଶନର ସବ୍ସ୍କ୍ରିପ୍ସନ୍ କ୍ରୟ କରିପାରିବେ, ଯେଉଁ କ୍ଷେତ୍ରରେ ଆପଣ ପ୍ରକାଶନ ସହିତ ଆପଣଙ୍କ ବ୍ୟକ୍ତିଗତ ସୂଚନା ଶେୟର୍ କରିବା ପାଇଁ ବାଛି ପାରିବେ। ତୃତୀୟତଃ, ଯଦି ଆପଣ ପୂର୍ବରୁ ଏକ ପ୍ରକାଶନରୁ ସିଧାସଳଖ ଏକ ସବ୍ସ୍କ୍ରିପ୍ସନ୍ କ୍ରୟ କରିଛନ୍ତି (ଉଦାହରଣ ସ୍ୱରୂପ, ପ୍ରକାଶନର ୱେବ୍ସାଇଟ୍ରେ), ପ୍ରକାଶକ ଆପଣଙ୍କୁ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ଆକାଉଣ୍ଟ୍ ସହିତ Apple Newsକୁ ସାଇନ୍ ଇନ୍ କରିବାକୁ ଅନୁମତି ଦେଇପାରନ୍ତି। ଏହାପରେ ପ୍ରକାଶନ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ଯାଞ୍ଚ କରିବ ଏବଂ ଆପଣଙ୍କୁ Apple Newsରେ ସେମାନଙ୍କର ସବ୍ସ୍କ୍ରିପ୍ସନ୍ ବିଷୟବସ୍ତୁ ଆକ୍ସେସ୍ କରିବାକୁ ଅନୁମତି ଦେବ।
ଯଦି ଆପଣଙ୍କର Apple News+ର ଅଂଶ ହୋଇଥିବା ଏକ ପ୍ରକାଶନର ବ୍ୟକ୍ତିଗତ ସବ୍ସ୍କ୍ରିପ୍ସନ୍ ଅଛି, ତେବେ ଆପଣଙ୍କ ପାଖରେ Apple News+ ସବ୍ସ୍କ୍ରିପ୍ସନ୍ ନଥିଲେ ମଧ୍ଯ ଆପଣ ସେହି ପ୍ରକାଶନରୁ ଦେୟଯୁକ୍ତ ବିଷୟବସ୍ତୁକୁ ଆକ୍ସେସ୍ କରିବାକୁ ସମର୍ଥ ହେବେ।
କେତେକ ଦେଶରେ, ଆପଣ ଚୟନିତ ଷ୍ଟୋରିର ଅଡିଓ ଭର୍ଶନ୍ ଏବଂ Apple News ଏଡିଟର୍ଙ୍କ ଦ୍ୱାରା ହୋଷ୍ଟ୍ କରାଯାଇଥିବା ଦିନର ଶୀର୍ଷ ଷ୍ଟୋରିର ଏକ ଅଡିଓ ବ୍ରିଫିଙ୍ଗ୍ ଶୁଣିପାରିବେ। iPhone, iPod touch ଏବଂ CarPlayରେ ଅଡିଓ ଉପଲବ୍ଧ। ସମ୍ପୂର୍ଣ୍ଣ ଅଡିଓ ଷ୍ଟୋରି କେବଳ Apple News+ରେ ଥିବା ସବ୍ସ୍କ୍ରାଇବର୍ଙ୍କ ପାଇଁ ଉପଲବ୍ଧ। ସବ୍ସ୍କ୍ରାଇବ୍ କରିନଥିବା ବ୍ୟକ୍ତି ଗୋଟିଏ ଛୋଟ ପ୍ରୀଭ୍ୟୂ ଶୁଣିପାରିବେ। ସବ୍ସ୍କ୍ରାଇବର୍ ଏବଂ ନନ୍-ସବ୍ସ୍କ୍ରାଇବର୍ଙ୍କ ପାଇଁ ଅଡିଓ ବ୍ରିଫିଙ୍ଗ୍ ଉପଲବ୍ଧ।
ଡିଜିଟଲ୍ ବିଷୟବସ୍ତୁର ଆକ୍ସେସ୍ ନିୟନ୍ତ୍ରଣ ଏବଂ ଏନ୍କ୍ରିପ୍ସନ୍ ପାଇଁ Appleର FairPlay ଷ୍ଟ୍ରିମିଂ ଡିଜିଟଲ୍ ରାଇଟ୍ସ୍ ମ୍ୟାନେଜମେଣ୍ଟ୍ (DRM) ଫ୍ରେମ୍ୱର୍କ୍ ସହିତ ଷ୍ଟୋରି ଏବଂ ବ୍ରିଫିଙ୍ଗ୍ର ଅଡିଓ ଭର୍ଶନ୍ ସୁରକ୍ଷିତ ଅଟେ। Apple News ଏକାଧିକ ବିଷୟବସ୍ତୁ ଫାଇଲ୍ରେ ଡିକ୍ରିପ୍ସନ୍ କୀ’ ଶେୟର୍ କରେ, ଏହା ନିଶ୍ଚିତ କରିବା ପାଇଁ ଯେ Apple ଆପଣଙ୍କ ଡିଭାଇସ୍ ଦ୍ୱାରା ଅନୁରୋଧ କରାଯାଇଥିବା କୀ’ରୁ ଆପଣଙ୍କ ଶ୍ରବଣ ହିଷ୍ଟ୍ରି ବାହାର କରିପାରିବ ନାହିଁ।
Apple Podcasts
Apple Podcastsରେ Apple News ଅଡିଓ କଣ୍ଟେଣ୍ଟ୍ ଉପଲବ୍ଧ ଅଛି। ଆପଣ ଯଦି Apple Podcasts ରେ ସେଭଳି କଣ୍ଟେଣ୍ଟ୍ ଶୁଣୁଛନ୍ତି, ତା’ହେଲେ ଆପଣଙ୍କ ଶୁଣିବା ଆକ୍ଟିଭିଟି www.apple.com/in/legal/privacy/data/en/apple-podcasts ରେ Apple Podcasts ଏବଂ ଗୋପନୀୟତାର ଅଧୀନସ୍ଥ ହେବ। ଉଦାହରଣ ସ୍ବରୂପ, ସମସ୍ତ ଡିଭାଇସ୍ରେ ସିଙ୍କ୍ କରିବାକୁ ଆପଣ ଶୁଣୁଥିବା ପଡ୍କାଷ୍ଟ୍ ଏପିସୋଡ୍ ଚଲାଇବାର ସ୍ଥିତି Apple ଜାଣିଥାଏ।
Game Center
ଯେତେବେଳେ ଆପଣ Game Center ରେ ସାଇନ୍ ଇନ୍ କରିଥିବେ, ସେତେବେଳେ Apple ଆପଣଙ୍କ ପଜଲ୍ ଆକ୍ଟିଭିଟି ପାଇପାରିବ, ଯେଉଁଥିରେ ସ୍କୋର୍, ସମାଧାନର ସମୟ ଏବଂ ଅନ୍ୟ ଉପଲବ୍ଧି ସାମିଲ କରିପାରେ। ଆପଣ ନିଜ iOS, iPadOS, କିମ୍ବା visionOS ଡିଭାଇସ୍ରେ ସେଟିଂସ୍ > ଆପ୍ > News > News+ ପଜଲ୍କୁ ଯାଇ, ଏବଂ “Game Center ବନ୍ଦ କରନ୍ତୁ”ରେ ଟାପ୍ କରି ଏହାକୁ ଯେକୌଣସି ସମୟରେ ଅକ୍ଷମ କରିପାରିବେ। Macରେ, News > ସେଟିଂସ୍କୁ ଯାଇ “Game Centerକୁ ଅଚୟନ କରନ୍ତୁ”ରେ କ୍ଲିକ୍ କରନ୍ତୁ। ଆପଣ www.apple.com/in/legal/privacy/data/en/game-center କୁ ଯାଇ Game Center ଏବଂ ଗୋପନୀୟତା ବିଷୟରେ ଅଧିକ ଜାଣିପାରିବେ।
Apple News କୁ ଉନ୍ନତ କରିବା
Apple ଆପଣଙ୍କ Apple News ବ୍ୟବହାର ବିଷୟରେ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ହୋଇନଥିବା ସୂଚନା ମଧ୍ୟ ସଂଗ୍ରହ କରେ। ଏଥିରେ ଆପଣ ବ୍ୟବହାର କରୁଥିବା ଫୀଚର୍ ଏବଂ ଆପଣ ପଢ଼ୁଥିବା କିମ୍ବା ଦେଖୁଥିବା ଷ୍ଟୋରି, ଲାଇଭ୍ କାର୍ଯ୍ୟକଳାପ ସହିତ ଆପଣଙ୍କ ଇଣ୍ଟରାକ୍ସନ୍ ଏବଂ ଆପ୍ ପର୍ଫର୍ମନ୍ସ୍ ସମ୍ବନ୍ଧୀୟ ସୂଚନା ଯେପରିକି ଲୋଡ୍ ସମୟ, ନୋଟିଫିକେଶନ୍ ଡିଲିଭରି ଏବଂ ତ୍ରୁଟି ଓ କ୍ରାଶ୍ ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ ଅଛି। ଏଥିରେ ଆପଣଙ୍କ ଡିଭାଇସ୍ ବିଷୟରେ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ, ଯେପରିକି ଡିଭାଇସ୍ର ପ୍ରକାର ଏବଂ ଆପଣଙ୍କ ଅପରେଟିଂ ସିଷ୍ଟମ୍ର ଭର୍ଶନ୍। ଆପଣ ଓ ଅନ୍ୟମାନଙ୍କ ପାଇଁ Apple News କୁ ଉନ୍ନତ ଏବଂ ଅପ୍ଟିମାଇଜ୍ କରିବାରେ ସାହାଯ୍ୟ କରିବା ପାଇଁ ଆମେ ଏହି ସୂଚନା ବ୍ୟବହାର କରୁ।
ଆପଣଙ୍କ ସହିତ ଯୋଗାଯୋଗ
Apple ଆପଣଙ୍କ ଆକାଉଣ୍ଟ୍ ବିଷୟରେ ସୂଚନା ବ୍ୟବହାର କରିପାରେ, ଯେପରିକି ଆପଣଙ୍କ ମାଲିକାନାରେ ଥିବା Apple ପ୍ରଡକ୍ଟ୍, Apple ସେବାର ଆପଣଙ୍କ ସବ୍ସ୍କ୍ରିପ୍ସନ୍ ଏବଂ ଆପଣ ଡାଉନ୍ଲୋଡ୍ କରିଥିବା Apple ଆପ୍ ଆପଣଙ୍କୁ Apple News+ ଏବଂ ଅନ୍ୟ Apple ପ୍ରଡକ୍ଟ୍, ସେବା, ଏବଂ ଅଫର୍ଗୁଡ଼ିକ ବିଷୟରେ ଯୋଗାଯୋଗ ପଠାଇବା ଯାହା Apple One ସମେତ ଆପଣଙ୍କ ପାଇଁ ରୁଚିକର ହୋଇପାରେ। Apple ଅଫର୍ ପାଇଁ ଯୋଗ୍ୟତା ଯାଞ୍ଚ କରିବାକୁ ଆପଣଙ୍କ ଡିଭାଇସ୍ର ସିରିଅଲ୍ ନମ୍ବର୍ କିମ୍ବା ଆପଣଙ୍କ Apple News+ ସବ୍ସ୍କ୍ରିପ୍ସନ୍ ବିଷୟରେ ବିବରଣୀ ବ୍ୟବହାର କରାଯାଇପାରେ। ଯଦି ଆପଣ ଏକ ଫ୍ୟାମିଲି ଶେୟରିଂ ଗ୍ରୂପରେ ଅଛନ୍ତି, ତେବେ Apple ଆପଣଙ୍କୁ ଫ୍ୟାମିଲି ଶେୟରିଂ ମାଧ୍ୟମରେ ଉପଲବ୍ଧ ପ୍ରଡକ୍ଟ୍, ସେବା ଏବଂ ଅଫର୍ ବିଷୟରେ ଯୋଗାଯୋଗ ପଠାଇପାରିବ। ଯଦି ଆପଣ Apple One ସବ୍ସ୍କ୍ରିପ୍ସନ୍ କ୍ରୟ କରନ୍ତି, ତେବେ ଆମେ ଆପଣଙ୍କୁ ସବ୍ସ୍କ୍ରାଇବ୍ କରିଥିବା ପ୍ରତ୍ୟେକ ସେବାର ଫୀଚର୍ ବିଷୟରେ ଇମେଲ୍ ଏବଂ Push ନୋଟିଫିକେଶନ୍ ପଠାଇପାରୁ। Apple Newsରେ ଉପଲବ୍ଧ ଥିବା ନୂଆ ଫୀଚର୍, ବିଷୟବସ୍ତୁ, ଏବଂ ଅଫର୍ ବିଷୟରେ ଆପଣଙ୍କୁ ଇମେଲ୍ ଓ Push ନୋଟିଫିକେଶନ୍ ପଠାଇବା ପାଇଁ Apple ଆପଣଙ୍କ Apple Newsରେ ହେଉଥିବା କାର୍ଯ୍ୟକଳାପ ବିଷୟରେ ସୂଚନା ମଧ୍ୟ ବ୍ୟବହାର କରିପାରେ। ଆପଣ ନିଜର ଇମେଲ୍ ପ୍ରାଥମିକତା ପରିବର୍ତ୍ତନ କରିପାରିବେ ଏବଂ account.apple.com କୁ ଯାଇ ଏହି ଇମେଲ୍ଗୁଡ଼ିକୁ ପ୍ରାପ୍ତ ନ କରିବାକୁ ଚୟନ କରିପାରିବେ। ଆପଣଙ୍କ iOS, iPadOS, କିମ୍ବା visionOS ଡିଭାଇସ୍ରେ ନିଜ ନୋଟିଫିକେଶନ୍ ପ୍ରାଥମିକତା ଅପ୍ଡେଟ୍ କରିବା ପାଇଁ, ସେଟିଂସ୍ > ନୋଟିଫିକେଶନ୍ > Newsକୁ ଯାଆନ୍ତୁ। Macରେ, News ଖୋଲନ୍ତୁ ଏବଂ ଫାଇଲ୍ > “ନୋଟିଫିକେଶନ୍ ଓ ଇମେଲ୍ ପରିଚାଳନା କରନ୍ତୁ”କୁ ଯାଆନ୍ତୁ। Apple ଆମ ସେବାକୁ ଉନ୍ନତ କରିବା ପାଇଁ ନୋଟିଫିକେଶନ୍ ସମେତ ଆମ ଯୋଗାଯୋଗରେ ହେଉଥିବା ଆପଣଙ୍କ ଇଣ୍ଟରାକ୍ସନ୍ ବିଷୟରେ ସୂଚନା ବ୍ଯବହାର କରେ।
ବିଜ୍ଞାପନ
ଅଗ୍ରଣୀ ପ୍ରକାଶକମାନଙ୍କଠାରୁ ଆପଣଙ୍କୁ ଉତ୍ତମ ବିଷୟବସ୍ତୁ ପ୍ରଦାନ କରିବା ପାଇଁ, Apple News ବିଜ୍ଞାପନ-ସମର୍ଥିତ ଅଟେ। ଯଦି ପର୍ସନଲାଇଜ୍ କରାଯାଇଥିବା ବିଜ୍ଞାପନ ସେଟିଂ ଅନ୍ ଅଛି, ତେବେ Apple ର ବିଜ୍ଞାପନ ପ୍ଲାଟ୍ଫର୍ମ୍ ଆପଣଙ୍କ ଆକାଉଣ୍ଟ୍, ଆପଣ ପଢ଼ିଥିବା ଷ୍ଟୋରିଗୁଡ଼ିକର ବିଷୟ ଏବଂ ବର୍ଗ ବିଷୟରେ ଏବଂ ଆପଣଙ୍କ ଦ୍ବାରା ଫଲୋ, ସବ୍ସ୍କ୍ରାଇବ୍ କରାଯାଇଥିବା କିମ୍ବା ସୂଚନା ଚାଲୁ କରାଯାଇଥିବା ପ୍ରକାଶନ କିମ୍ବା ଆପଣଙ୍କ ପାଇଁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବାକୁ ନୋଟିଫିକେଶନ୍ ଚାଲୁ କରିବା ପାଇଁ ବ୍ୟବହାର କରିପାରେ। App Store ରେ ଆପଣଙ୍କ ବିଜ୍ଞାପନ ପର୍ସନଲାଇଜ୍ କରିବା ପାଇଁ, ଆମେ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ସମ୍ବନ୍ଧୀୟ ସୂଚନା ବ୍ୟବହାର କରିପାରିବୁ। ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନ ବନ୍ଦ କଲେ Apple ବିଜ୍ଞାପନ ଟାର୍ଗେଟିଂ କରିବା ପାଇଁ ଏହି ସୂଚନା ବ୍ୟବହାର କରିପାରିବ ନାହିଁ। ଏହା ଆପଣ ପ୍ରାପ୍ତ କରୁଥିବା ବିଜ୍ଞାପନ ସଂଖ୍ୟାକୁ ହ୍ରାସ କରି ନ ପାରେ କିନ୍ତୁ ବିଜ୍ଞାପନଗୁଡ଼ିକ ଆପଣଙ୍କ ପାଇଁ କମ୍ ପ୍ରାସଙ୍ଗିକ ହୋଇପାରେ। ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple ବିଜ୍ଞାପନକୁ ଯାଇ ଏବଂ ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନ ବନ୍ଦ କରିବାକୁ ଟାପ୍ କରି ଆପଣ ନିଜ iOS, iPadOS, କିମ୍ୱା visionOS ଡିଭାଇସ୍ରେ ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନ ଅକ୍ଷମ କରିପାରିବେ। Mac ରେ, ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple ବିଜ୍ଞାପନକୁ ଯାଆନ୍ତୁ ଏବଂ ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନ ଅଚୟନ କରନ୍ତୁ। Apple Newsରେ ଆପଣ ଯେଉଁ ଷ୍ଟୋରି ପଢ଼ୁଛନ୍ତି ଏବଂ ଶୁଣୁଛନ୍ତି, ତାହାର ବ୍ଯବହାର ଆପଣଙ୍କୁ କେବଳ ସେହି ସମୟରେ ବିଜ୍ଞାପନ ପଠାଇବା ପାଇଁ କରାଯିବ ଯେତେବେଳେ ଆପଣ News କିମ୍ବା ଷ୍ଟକ୍ ଆପ୍ରେ ଥାଆନ୍ତି।
ତୃତୀୟ ପକ୍ଷ ପାଇଁ ଡିସ୍କ୍ଲୋଜର୍
ଆମେ ଆପଣଙ୍କର କୌଣସି ଡେଟାକୁ ତୃତୀୟ ପକ୍ଷ ସହିତ ଶେୟର କରୁ ନାହିଁ। ଆମର ପ୍ରଡକ୍ଟ୍ ଏବଂ ସେବା ପ୍ରଦାନ କରିବା, Appleକୁ ଗ୍ରାହକମାନଙ୍କ ପାଖରେ ପହଞ୍ଚିବାରେ ସହାୟତା କରିବା ଏବଂ Apple Newsରେ ଡିସ୍ପ୍ଲେ କରିବାକୁ Apple ତରଫରୁ ବିଜ୍ଞାପନ ବିକ୍ରୟ କରିବା ପାଇଁ ଆମେ Apple ସହିତ କାର୍ଯ୍ୟ କରୁଥିବା ରଣନୈତିକ ପାର୍ଟନର୍ମାନଙ୍କୁ ଉପଲବ୍ଧ କରିବା ପାଇଁ ତୁରନ୍ତ ନନ୍-ପର୍ସନଲ୍ ଡେଟା ପ୍ରଦାନ କରିବାକୁ ବାଧ୍ୟ ଅଟୁ। ଉଦାହରଣ ସ୍ୱରୁପ, ପ୍ରକାଶକ ମାନଙ୍କୁ ଦେୟ ଦେବା ପାଇଁ Apple ଆପଣଙ୍କ Apple News ବ୍ଯବହାର ବିଷୟରେ ନନ୍-ପର୍ସନଲ୍ ଡେଟା ବ୍ଯବହାର କରିପାରେ ଏବଂ ୟୁଜର୍ମାନେ ସେମାନଙ୍କ ବିଷୟବସ୍ତୁ ପଢ଼ିବା କିମ୍ବା ବ୍ଯବହାର କରିବା ପଦ୍ଧତିକୁ ବୁଝିବାରେ ସହାୟତା କରିବା ପାଇଁ Apple News ପ୍ରକାଶକ ମାନଙ୍କ ସହିତ ଏକତ୍ରିତ ରିପୋର୍ଟ୍ ଶେୟର୍ କରିପାରନ୍ତି। ଏହି ଏକତ୍ରିତ ରିପୋର୍ଟ୍ ମଧ୍ଯରୁ କେତେକ ୟୁଜର୍ଙ୍କ ଜନସାଂଖ୍ଯିକ ସୂଚନା ଅନ୍ତର୍ଭୁକ୍ତ ହୋଇଥାଏ, ଯେପରିକି ବୟସ ଏବଂ ଲିଙ୍ଗ (ଯାହାକି ଆପଣଙ୍କ Apple ଆକାଉଣ୍ଟ୍ରେ ଥିବା ଆପଣଙ୍କ ନାମ ଏବଂ ଅଭିବାଦନ ପରି ସୂଚନାରୁ ଉତ୍ପନ୍ନ ହୋଇପାରେ)। Apple ସେବା ପ୍ରଦାନକାରୀଙ୍କ ସହିତ ସୂଚନା ମଧ୍ଯ ଶେୟର୍ କରିପାରେ, ଯେଉଁମାନେ ସୂଚନା ପ୍ରକ୍ରିୟାକରଣ, ଗ୍ରାହକ ସେବା ପ୍ରଦାନ କରିବା, ଆମ ପ୍ରଡକ୍ଟ୍ ଏବଂ ସେବା ପ୍ରତି ଆପଣଙ୍କ ଆଗ୍ରହକୁ ମୂଲ୍ଯାଙ୍କନ କରିବା ଏବଂ ଆମ ତରଫରୁ ଗ୍ରାହକ ଗବେଷଣା କିମ୍ବା ସନ୍ତୁଷ୍ଟ ସର୍ଭେ କରିବା ଭଳି ସେବା ପ୍ରଦାନ କରନ୍ତି। ଏହି କମ୍ପାନୀଗୁଡ଼ିକ ଆପଣଙ୍କ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ବାଧ୍ଯ ଅଟନ୍ତି ଏବଂ ଏହା Apple ଅପରେଟ୍ କରୁଥିବା ଯେକୌଣସି ସ୍ଥାନରେ ସ୍ଥାନିତ ହୋଇପାରେ।
ଆପଣ Apple Newsରେ କୌଣସି ପ୍ରକାଶନର ସବ୍ସ୍କ୍ରିପ୍ସନ୍ କ୍ରୟ କରିବା ସମୟରେ, Apple ଆପଣ ଏବଂ ପ୍ରକାଶକଙ୍କ ପାଇଁ ବିଶିଷ୍ଟ ସବ୍ସ୍କ୍ରାଇବର୍ ID ତିଆରି କରେ। ଆମେ ପ୍ରକାଶକଙ୍କୁ ରିପୋର୍ଟ୍ ପ୍ରଦାନ କରିବାକୁ ସବସ୍କ୍ରାଇବର୍ ID ଉପଯୋଗ କରୁ ଯେଉଁଥିରେ ଆପଣ କ୍ରୟ କରିଥିବା ସବ୍ସ୍କ୍ରିପ୍ସନ୍ ଏବଂ ଆପଣଙ୍କ ଦେଶ କିମ୍ବା ବାସସ୍ଥାନ ଅଞ୍ଚଳ ବିଷୟରେ ସୂଚନା ଅନ୍ତର୍ଭୁକ୍ତ ଯାହା ଫଳରେ ପ୍ରକାଶକ ତାଙ୍କ ସବ୍ସ୍କ୍ରିପ୍ସନ୍ର କାର୍ଯ୍ଯଦକ୍ଷତାକୁ ବୁଝିପାରିବେ। ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ସହିତ ଆପଣଙ୍କର ସମସ୍ତ ସବ୍ସ୍କ୍ରିପ୍ସନ୍ ବାତିଲ୍ କରନ୍ତି, ଏବଂ ଯଦି ଆପଣ ପୁନଃ ସବ୍ସ୍କ୍ରାଇବ୍ ନ କରନ୍ତି, ତେବେ ସବସ୍କ୍ରାଇବର୍ ID 180 ଦିନ ପରେ ରୀସେଟ୍ ହେବ।
Apple News ଆପଣଙ୍କୁ ଅନ୍ଯ ୱେବ୍ସାଇଟ୍ କିମ୍ବା ସୋଶିଅଲ୍ ନେଟ୍ୱର୍କ୍ ସହିତ Apple News ବିଷୟବସ୍ତୁ ଶେୟର୍ କରିବାର ଅନୁମତି ଦିଏ। ଆପଣ Apple News ବିଷୟବସ୍ତୁକୁ ୱେବ୍ସାଇଟ୍ କିମ୍ବା ସୋଶିଅଲ୍ ନେଟ୍ୱର୍କ୍ ପରି ଅନ୍ୟ ସ୍ଥାନରେ ଶେୟର୍ କରିବା ସମୟରେ, ସେହି ସୂଚନା ସେହିସବୁ ୱେବ୍ସାଇଟ୍ କିମ୍ବା ସୋଶିଅଲ୍ ନେଟ୍ୱର୍କ୍ର ଗୋପନୀୟତା ନୀତି ଦ୍ବାରା ପରିଚାଳିତ ହୋଇଥାଏ। ଯଦି ଆପଣ ଏହି ସୂଚନାକୁ ତୃତୀୟ ପକ୍ଷ ସହିତ ଶେୟର୍ କରିବା ପାଇଁ ଚାହୁଁ ନାହାନ୍ତି, ତେବେ Apple News ବିଷୟବସ୍ତୁକୁ ତୃତୀୟ-ପକ୍ଷ ୱେବ୍ସାଇଟ୍ କିମ୍ବା ସୋଶିଅଲ୍ ନେଟ୍ୱର୍କ୍ ସହିତ ଶେୟର୍ କରନ୍ତୁ ନାହିଁ।
ଆମେ ଯେକୌଣସି ଉଦ୍ଦେଶ୍ୟରୁ ନନ୍-ପର୍ସନଲ୍ ଡେଟାକୁ ସଂଗ୍ରହ, ବ୍ଯବହାର, ଟ୍ରାନ୍ସ୍ଫର୍ ଏବଂ ପ୍ରକାଶ କରିପାରୁ। ଉଦାହରଣ ସ୍ୱରୁପ, ସେବାରେ ଉନ୍ନତି ଆଣିବା ପାଇଁ ଆମେ ଆମେ ଅନ୍ଯ Apple News ୟୁଜର୍ଙ୍କ ସୂଚନା ସହିତ ଆପଣଙ୍କ ନନ୍-ପର୍ସନଲ୍ ଡେଟାକୁ ଏକତ୍ରିତ କରିପାରୁ।
ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ୍ୟକଳାପକୁ ପ୍ରତିରୋଧ କରିବା
ଆପଣ ଫୋନ୍ କଲ୍ କିମ୍ବା ପଠାଉଥିବା ଓ ପ୍ରାପ୍ତ କରୁଥିବା ଇମେଲ୍ର ଆନୁମାନିକ ସଂଖ୍ୟା ସମେତ ନିଜ ଡିଭାଇସ୍ କିପରି ଭାବରେ ବ୍ୟବହାର କରନ୍ତି ସେ ବିଷୟରେ ସୂଚନା ବ୍ୟବହାର କରି କ୍ରୟ କରିବାକୁ ଚେଷ୍ଟା କରିବା ସମୟରେ ଆମେ ଆପଣଙ୍କ ଡିଭାଇସ୍ରେ ଏକ ଡିଭାଇସ୍ ଟ୍ରଷ୍ଟ୍ ସ୍କୋର୍ ଗଣନା କରୁ। ଦାଖଲକୁ ଏପରି ଭାବରେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା Apple ଆପଣଙ୍କ ଡିଭାଇସ୍ରେ ପ୍ରକୃତ ମୂଲ୍ୟ ଜାଣି ପାରିବ ନାହିଁ। ସ୍କୋର୍ ଆମ ସର୍ଭର୍ରେ ଏକ ନିର୍ଦ୍ଦିଷ୍ଟ ଟାଇମ୍ ପାଇଁ ଷ୍ଟୋର୍ ହୁଏ। Apple News+ ସବ୍ସ୍କ୍ରିପ୍ସନ୍ ନବୀକରଣ ପ୍ରକ୍ରିୟାନ୍ୱିତ କରିବା ପାଇଁ ଏବଂ ପେମେଣ୍ଟ୍ ପାର୍ଟ୍ନର୍ ଦ୍ୱାରା ପ୍ରାଧିକରଣ ପୂର୍ବରୁ ଆପଣଙ୍କ ସବ୍ସ୍କ୍ରିପ୍ସନ୍ର ଜାରି ଥିବା ଆକ୍ସେସ୍ ପ୍ରଦାନ କରାଯିବ ନା ନାହିଁ ତାହା ନିର୍ଦ୍ଧାରଣ କରିବା ପାଇଁ ଆମେ Apple ସହ ଥିବା ଆପଣଙ୍କ ପୂର୍ବ ବ୍ୟାବସାୟିକ ସମ୍ପର୍କ ବିଷୟରେ ସୂଚନା ମଧ୍ୟ ବ୍ୟବହାର କରିପାରୁ।
ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର
ସେବା ପ୍ରଦାନ କରିବା ପାଇଁ ଏବଂ ଆମ ଆଇନଗତ ଦାୟିତ୍ୱଗୁଡ଼ିକର ଅନୁପାଳନ କରିବା ପାଇଁ ଆବଶ୍ୟକ ଅନୁଯାୟୀ Apple ସହ ଥିବା ଆପଣଙ୍କ ଚୁକ୍ତିର କାର୍ଯ୍ୟଦକ୍ଷତା ପାଇଁ ଆମେ ସାଧାରଣତଃ Apple Newsରେ ଆପଣଙ୍କ ପର୍ସନଲ୍ ଡେଟା ପ୍ରକ୍ରିୟାନ୍ୱିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ।
ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆମେ ପର୍ସନଲ୍ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକତା ଅନୁଯାୟୀ ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ ପାଇଁ ପ୍ରକ୍ରିୟାନ୍ବିତ କରିଥାଉ:
- ଆପଣଙ୍କ ପାଇଁ ଉପଲବ୍ଧ ଡିସ୍ପ୍ଲେ ବିଷୟବସ୍ତୁ
- ଅଫର୍ ପାଇଁ ଯୋଗ୍ଯତା ଯାଞ୍ଚ କରନ୍ତୁ, ଆପଣଙ୍କ ଏବଂ ଅନ୍ୟମାନଙ୍କ ପାଇଁ ସେବାକୁ ଅପ୍ଟିମାଇଜ୍ ଏବଂ ଉନ୍ନତ କରନ୍ତୁ ଏବଂ Apple News ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ Apple ପ୍ରଡକ୍ଟ୍, ସେବା ଏବଂ ଅଫର୍ ବିଷୟରେ ଆପଣଙ୍କୁ ସୂଚନା ପଠାନ୍ତୁ ଯାହା Apple One ସମେତ ଆପଣଙ୍କ ଆଗ୍ରହ ହୋଇପାରେ
- ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ୍ୟକଳାପକୁ ପ୍ରତିରୋଧ କରିବା
ବ୍ଯବହୃତ ଡେଟାରେ ଅନ୍ତର୍ଭୁକ୍ତ ଅଛି:
- ଆପଣଙ୍କ ଡିଭାଇସ୍ ଏବଂ ଆକାଉଣ୍ଟ୍ ବିଷୟରେ ବିବରଣୀ, ପ୍ରକାଶନ ଏବଂ Apple ସେବାର ସବ୍ସ୍କ୍ରିପ୍ସନ୍, ଆପଣଙ୍କ ମାଲିକାନାର Apple ପ୍ରଡକ୍ଟ୍, ଆପଣଙ୍କ ଦ୍ବାରା ଡାଉନ୍ଲୋଡ୍ କରାଯାଇଥିବା Apple ଆପ୍ ଏବଂ ଆପଣ ଏକ ଫ୍ଯାମିଲି ଶେୟରିଂ ଗ୍ରୂପ୍ରେ ଅଛନ୍ତି କିମ୍ବା ନାହାନ୍ତି
- ଚ୍ୟାନେଲ୍ ଯାହା ପାଇଁ ଆପଣ ସୂଚନା ସକ୍ଷମ କରିଛନ୍ତି
- ଡିଭାଇସ୍ ଟ୍ରଷ୍ଟ୍ ସ୍କୋର୍
ରିଟେନ୍ଶନ୍
ଆମେ Apple Newsରେ ହେଉଥିବା ଆପଣଙ୍କ ପର୍ସନଲ୍ ଡେଟାକୁ କେବଳ ଆମ ବ୍ୟବସାୟ ଆବଶ୍ୟକତା, ଚୁକ୍ତିଭିତ୍ତିକ ବାଧ୍ଯତା, କିମ୍ବା ଆଇନଗତ ଆବଶ୍ଯକତା ରହିଥିବା ପର୍ଯ୍ଯନ୍ତ ରଖୁ। ସବ୍ସ୍କ୍ରିପ୍ସନ୍ କ୍ରୟ ହିଷ୍ଟ୍ରି ଭଳି କିନ୍ତୁ ଷ୍ଟୋର୍ ହୋଇଥିବା କାର୍ଡ୍ ବିବରଣୀକୁ ଛାଡ଼ି କିଛି ସୂଚନାକୁ, ଏପରିକି ଆପଣ ନିଜ ଆକାଉଣ୍ଟ୍ ବନ୍ଦ କଲା ପରେ କିମ୍ବା Apple News+ରୁ ଅନ୍ସବ୍ସ୍କ୍ରାଇବ୍ କଲା ପରେ ମଧ୍ୟ ଏହାକୁ ବ୍ୟାବସାୟିକ ରେକର୍ଡ୍ ଭାବରେ ରଖାଯାଇପାରେ। ରିଟେନ୍ଶନ୍ ଅବଧିର ମୂଲ୍ୟାଙ୍କନ କରିବା ସମୟରେ, ଆମେ ପ୍ରଥମେ ସଂଗୃହୀତ ପର୍ସନଲ୍ ଡେଟାକୁ ବଜାୟ ରଖିବା ଆବଶ୍ୟକ କି ନାହିଁ ସତର୍କତାର ସହ ଯାଞ୍ଚ କରିଥାଉ ଏବଂ ଯଦି ବଜାୟ ରଖିବା ଆବଶ୍ୟକ ହୁଏ ତେବେ ଆଇନ ଦ୍ୱାରା ଅନୁମତିପ୍ରାପ୍ତ ସବୁଠାରୁ ଛୋଟ ସମ୍ଭାବ୍ଯ ଅବଧି ପାଇଁ ପର୍ସନଲ୍ ଡେଟା ରଖିବା ପାଇଁ କାମ କରିଥାଉ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Apple ର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2026-03-30