Apple Pay ଓ ଗୋପନୀୟତା

କାର୍ଡ୍ ସମ୍ବନ୍ଧୀୟ ସୂଚନା, ଲୋକେଶନ୍ ଏବଂ ଡିଭାଇସ୍ ସେଟିଂସ୍ ଏବଂ ଉପଯୋଗ ପ୍ଯାଟର୍ନ୍ ବିଷୟରେ ସୂଚନା Appleକୁ ପଠା ଯାଇପାରେ ଏବଂ ଆକାଉଣ୍ଟ୍‌ ସୂଚନା ସହିତ ଏହାର ଉପଯୋଗ Apple Pay ସେଟ୍ ଅପ୍ କରିବା ଏବଂ ନେଣଦେଣ ସମ୍ବନ୍ଧିତ ଠକେଇ ରୋକିବା ପାଇଁ ଆପଣଙ୍କ କାର୍ଡ୍ ଜାରିକର୍ତ୍ତା କିମ୍ବା ଦେୟ ନେଟ୍‌ୱର୍କ୍‌କୁ ମୂଲ୍ୟାଙ୍କନ ପ୍ରଦାନ କରିବା ପାଇଁ କରାଯାଇପାରେ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Apple Payକୁ ଡିଜାଇନ୍ କରାଯାଇଛି।


Privacy Icon

  • ଯେତେବେଳେ ଆପଣ Apple Payରେ ଏକ କାର୍ଡ୍ ଯୋଡ଼ନ୍ତି, କାର୍ଡ୍ ସମ୍ବନ୍ଧୀୟ ସୂଚନା, ଲୋକେଶନ୍, ଏବଂ ଡିଭାଇସ୍ ସେଟିଂସ୍ ଏବଂ ଉପଯୋଗ ଢାଞ୍ଚା ବିଷୟରେ ସୂଚନା ଯୋଗ୍ୟତା ନିର୍ଦ୍ଧାରଣ କରିବାକୁ Appleକୁ ପଠାଯାଇପାରେ।
  • ଉପରୋକ୍ତ କିଛି ସୂଚନା, ଆକାଉଣ୍ଟ୍ ସମ୍ବନ୍ଧୀୟ ସୂଚନା ଏବଂ ପେୟର୍ ହୋଇଥିବା-ଡିଭାଇସ୍ ବିବରଣୀ ଆପଣଙ୍କ କାର୍ଡ୍‌ ଜାରିକର୍ତ୍ତା କିମ୍ବା ବ୍ୟାଙ୍କ୍‌ରୁ ଯୋଗ୍ୟତା ନିର୍ଦ୍ଧାରଣ କରିବାକୁ ଏବଂ ଠକେଇ ବନ୍ଦ କରିବା ଉଦ୍ଦେଶ୍ୟରେ ଶେୟର୍ କରାଯାଇପାରେ।
  • ଆପଣ ଆପ୍ ଏବଂ ୱେବ୍‌ରେ Apple Pay ଉପଯୋଗ କରିବା ସମୟରେ, ପେମେଣ୍ଟ୍ ପ୍ରକ୍ରିୟା କରିବା ପାଇଁ ଆବଶ୍ୟକ ସୂଚନା ଆପ୍ କିମ୍ୱା ୱେବ୍‌ସାଇଟ୍ ସହିତ ଶେୟର୍ କରାଯାଏ। ଆପଣଙ୍କ ପ୍ରକୃତ କାର୍ଡ୍ ନମ୍ବର୍ ମର୍ଚଣ୍ଟ୍‌ଙ୍କ ସହ ଶେୟର୍ ହୋଇନାହିଁ।
  • Apple Pay ଡେଟା ଯାହକୁ ଆଉ ଆପଣଙ୍କ ସହିତ “ଜଡ଼ିତ କରାଯାଇପାରିବ ନାହିଁ”ର ଉପଯୋଗ Apple ଦ୍ୱାରା Apple Pay ଏବଂ ଅନ୍ୟ Apple ଉତ୍ପାଦ ଏବଂ ସେବା ଉନ୍ନତ କରିବାକୁ କରାଯାଇପାରେ।
  • Apple Pay ହେଉଛି Apple Inc. ସହଯୋଗୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଟେକ୍ନୋଲୋଜି ସେବା, ଯାହା ଆପଣଙ୍କ ପର୍ସନଲ୍‌ ଡେଟା ପାଇଁ ଦାୟୀ ଅଟେ।

Apple Pay ଆପଣଙ୍କ ଡେବିଟ୍, କ୍ରେଡିଟ୍ ଏବଂ ପ୍ରିପେଡ୍ କାର୍ଡ୍ ଉପଯୋଗ କରି ଷ୍ଟୋର୍, ଆପ୍ ଏବଂ ୱେବ୍‌ରେ ସୁରକ୍ଷିତ କ୍ରୟ କରିବାକୁ ଅନୁମତି ଦେଇଥାଏ।

Apple Pay ହେଉଛି Apple Inc. ସହଯୋଗୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଟେକ୍ନୋଲୋଜି ସେବା, ଯାହା ଆପଣଙ୍କ ପର୍ସନଲ୍‌ ଡେଟା ପାଇଁ ଦାୟୀ ଅଟେ। ଯୁକ୍ତରାଷ୍ଟ୍ର ଆମେରିକାରେ Apple Payments Services LLC ଭଳି ଆପଣଙ୍କ Apple Pay ପ୍ରଦାନକାରୀ ଆପଣଙ୍କ ଲୋକେଶନ୍ ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇପାରେ। ଆପଣଙ୍କ ପର୍ସନଲ୍‌ ଡେଟା ପ୍ରକ୍ରିୟାକରଣ ପାଇଁ ଦାୟୀ Apple ସଂସ୍ଥାଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ, apple.com/privacy ରେ Apple ର ଗୋପନୀୟତା ନୀତି ଏବଂ www.apple.com/in/legal/privacy/en/affiliated-company ରେ Apple-ଅନୁବନ୍ଧିତ କମ୍ପାନିକୁ ଯାଆନ୍ତୁ।

Apple Payରେ କାର୍ଡ୍‌ ଯୋଡ଼ାଯାଉଛି

ଆପଣ Apple Payରେ ଷ୍ଟୋର୍‌, କ୍ରେଡିଟ୍, ଡେବିଟ୍ ଏବଂ ପ୍ରୀପେଡ୍ କାର୍ଡ୍‌ ପରି ଏକ ଦେୟ କାର୍ଡ୍‌ ଯୋଡ଼ିବା ସମୟରେ ନିଜର କାର୍ଡ୍‌ ବିଷୟରେ ପ୍ରଦାନ କରୁଥିବା ସୂଚନା, ଏବଂ Apple Pay ଏବଂ ଏହାର ଫୀଚର୍‌ ସକ୍ଷମ କରିବା ପାଇଁ ଆପଣଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦିଷ୍ଟ ଡିଭାଇସ୍‌ରେ ସେଟିଂସ୍ ସକ୍ଷମ କରାଯାଇଛି କି ନାହିଁ ତାହା Appleକୁ ପଠାଯାଇପାରେ। ଆପଣଙ୍କ ଡିଭାଇସ୍ ଠକେଇ ଚିହ୍ନଟ କରିବାରେ ସହାୟତା କରିବା ପାଇଁ ଡିଭାଇସ୍ ବ୍ୟବହାରର ମଧ୍ୟ ମୂଲ୍ୟାଙ୍କନ କରିପାରେ (ଉଦାହରଣ ସ୍ୱରୂପ, ଡିଭାଇସ୍ ମୋଶନ୍‌ରେ ଥିବା ସମୟର ଶତକଡ଼ା, ପ୍ରତି ସପ୍ତାହରେ ଆନୁମାନିକ କଲ୍‌ର ସଂଖ୍ୟା)। ଆପଣଙ୍କ ଡିଭାଇସ୍ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିବା ସୂଚନା ଏପରି ଭାବରେ Apple ସହିତ ଶେୟର୍‌ ହୋଇନାହିଁ ଯାହା ଆପଣଙ୍କ ସହିତ ଲିଙ୍କ୍ କରାଯାଇପାରିବ।

ଆପଣଙ୍କ କାର୍ଡ୍ ଜାରିକର୍ତ୍ତା, ପେମେଣ୍ଟ୍‌ ନେଟ୍‌ୱର୍କ୍ କିମ୍ୱା ଆପଣଙ୍କ କାର୍ଡ୍ ଜାରିକର୍ତ୍ତାଙ୍କ ଦ୍ୱାରା ଅନୁମୋଦିତ ପ୍ରଦାନକାରୀ ନିର୍ଦ୍ଦିଷ୍ଟ Apple Pay ଫୀଚର୍‌‌ ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ Apple ସହିତ କାର୍ଡ୍‌ର ଫୀଚର୍‌‌ ଏବଂ ଲାଭ ବିଷୟରେ ସୂଚନା ଶେୟର୍ କରିପାରନ୍ତି, ଯେପରିକି ଏହା ଏକ ରିୱାର୍ଡ୍‌ କିମ୍ବା କିସ୍ତି ପ୍ରୋଗ୍ରାମ୍‌କୁ ସମର୍ଥନ କରେ କି ନାହିଁ। Apple Pay ସକ୍ଷମ କରିବା, କାର୍ଡ୍‌ ଯୋଗ୍ୟତା ନିର୍ଦ୍ଧାରଣ କରିବା, Apple Pay ସହିତ ଆପଣଙ୍କ କାର୍ଡ୍‌ ସେଟ୍ ଅପ୍ କରିବା ଏବଂ ଠକାମିର ପ୍ରତିରୋଧ କରିବା ପାଇଁ Apple ଦ୍ୱାରା ସେହି ଏଣ୍ଟିଟିକୁ ସୂଚନା ପ୍ରଦାନ କରାଯାଇପାରେ, ଯେଉଁଥିରେ ଏହା ଅନ୍ତର୍ଭୁକ୍ତ ଅଛି:

  • ଆପଣଙ୍କ କ୍ରେଡିଟ୍, ଡେବିଟ୍ କିମ୍ବା ପ୍ରିପେଡ୍ କାର୍ଡ୍‌ ନମ୍ବର୍‌
  • ଆପଣଙ୍କ Apple ଆକାଉଣ୍ଟ୍‌ ସମ୍ବନ୍ଧିତ ନାମ ଓ ବିଲିଂ ଠିକଣା
  • ଆପଣଙ୍କ Apple ଆକାଉଣ୍ଟ୍‌ ଆକ୍ଟିଭିଟି ବିଷୟରେ ସାଧାରଣ ସୂଚନା (ଉଦାହରଣ ସ୍ୱରୂପ, iTunes ମଧ୍ୟରେ ନେଣଦେଣର ଆପଣଙ୍କର ଏକ ଦୀର୍ଘ ହିଷ୍ଟ୍ରି ଅଛି କି ନାହିଁ)
  • ଆପଣଙ୍କ ଡିଭାଇସ୍ ବିଷୟରେ ସୂଚନା ଏବଂ ଯଦି Apple Watch ବ୍ୟବହାର କରନ୍ତି, ପେୟର୍‌ ହୋଇଥିବା iOS ଡିଭାଇସ୍ (ଉଦାହରଣ ସ୍ୱରୂପ, ଆପଣଙ୍କ Apple Watch ଏବଂ ଯୋଡି ହୋଇଥିବା iOS ଡିଭାଇସ୍ ପାଇଁ ଏକ ଡିଭାଇସ୍ ଚିହ୍ନଟକାରୀ, ଫୋନ୍ ନମ୍ବର୍ ଏବଂ ନାମ ଏବଂ ମଡେଲ୍)
  • ଆପଣ ନିଜ କାର୍ଡ୍ ଯୋଡ଼ିବା ସମୟର ଲୋକେଶନ୍ (ଯଦି ଆପଣ ଲୋକେଶନ୍ ସେବା ସକ୍ଷମ କରିଛନ୍ତି)
  • ଏକ ଆକାଉଣ୍ଟ୍‌ କିମ୍ୱା ପେମେଣ୍ଟ୍‌ କାର୍ଡ୍ ଯୋଡ଼ିବା ପାଇଁ ଡିଭାଇସ୍‌ର ହିଷ୍ଟ୍ରି
  • ଆପଣ Apple Payରେ ଯୋଡ଼ିଥିବା କିମ୍ବା ଯୋଡ଼ିବା ପାଇଁ ଚେଷ୍ଟା କରିଥିବା ପେମେଣ୍ଟ୍‌ କାର୍ଡ୍‌ ଡେଟା ସମନ୍ଧିତ ଏକତ୍ରିତ ପରିସଂଖ୍ୟାନ ଅଟେ

ଆପଣ ବ‍୍ୟାଙ୍କିଙ୍ଗ୍ ଆପ୍ ଭଳି ତୃତୀୟ-ପକ୍ଷ ଆପ୍ ବ‍୍ୟବହାର କରି Apple Payରେ ଏକ କାର୍ଡ୍ ଯୋଡ଼ିବା ସମୟରେ, ଆପ୍ ଆପଣଙ୍କ ଡିଭାଇସ୍‌କୁ ଏକ ଆକାଉଣ୍ଟ୍ କିମ୍ବା କାର୍ଡ୍ ଚିହ୍ନଟକାରୀ ପଠାଏ। ଆପଣଙ୍କ କାର୍ଡ୍‌ର ଯୋଗ‍୍ୟତା ନିର୍ଦ୍ଧାରଣ କରିବା ପାଇଁ ଏହି ସୂଚନାକୁ Apple ଏବଂ ଆପଣଙ୍କ କାର୍ଡ୍ ଜାରିକର୍ତ୍ତାଙ୍କ ଦ୍ୱାରା ବ‍୍ୟବହାର କରାଯାଇଥାଏ, ଠକାମିରୁ ରକ୍ଷା ପାଇବାକୁ Apple Pay ସହିତ ଆପଣଙ୍କ କାର୍ଡ୍ ସେଟ୍ ଅପ୍ କରନ୍ତୁ।

ଆପଣଙ୍କ ପାଖରେ ଥିବା କାର୍ଡ୍‌ର କିମ୍ବା ସମ୍ପ୍ରତି ଅନ‍୍ୟ ଡିଭାଇସ୍‌ରେ ଥିବା Apple Pay କାର୍ଡ୍‌ର ସେଟ୍ ଅପ୍ କରିବାରେ ଆପଣଙ୍କୁ ସହାୟତା କରିବା ପାଇଁ, Apple ଆପଣଙ୍କ Apple ଆକାଉଣ୍ଟ୍ ସହିତ ସେହି Apple Pay କାର୍ଡ୍‌ଗୁଡ଼ିକ ପାଇଁ ମଧ‍୍ୟ କାର୍ଡ୍ ରେଫରେନ୍ସ୍ ଷ୍ଟୋର୍ କରେ ଯାହାକୁ ସୁରକ୍ଷା କୋଡ୍ ଲେଖିବା ପରେ କାର୍ଡ୍‌କୁ ପୁନଃ-ଯୋଡ଼ିବା ପାଇଁ କାର୍ଡ୍ ଜାରିକର୍ତ୍ତା କିମ୍ବା ପେମେଣ୍ଟ୍ ନେଟ୍‌ୱର୍କ୍ ସହିତ ବ‍୍ୟବହାର କରାଯାଇପାରେ। Apple Pay ଅରିଜିନଲ୍ କ୍ରେଡିଟ୍, ଡେବିଟ୍ କିମ୍ବା ପ୍ରିପେଡ୍ କାର୍ଡ୍ ନମ୍ବର୍ ଷ୍ଟୋର୍ କରେ ନାହିଁ। ଆପଣ ଏକ ନୂଆ ଡିଭାଇସ୍‌କୁ ମାଇଗ୍ରେଟ୍ କରିବା ସମୟରେ, ଠକେଇକୁ ରୋକିବା ପାଇଁ Apple ଆପଣଙ୍କ ଆଖପାଖରେ ଥିବା iCloud-ସକ୍ଷମ ହୋଇଥିବା ଡିଭାଇସ୍‌ ବିଷୟରେ ସୂଚନା ସଂଗ୍ରହ କରିବ। ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ବନ୍ଧିତ iCloud-ସକ୍ଷମ ହୋଇଥିବା ଡିଭାଇସ୍‌ ବିଷୟରେ Apple ପାଖରେ ଥିବା ସୂଚନାର ବର୍ଣ୍ଣନା ପାଇଁ, www.apple.com/legal/privacy/data/en/apple-id ରେ Apple ଆକାଉଣ୍ଟ୍‌ ଓ ଗୋପନୀୟତାକୁ ଯାଆନ୍ତୁ।

ଆପଣଙ୍କ iCloud କୀ’ଚେନ୍‌ରେ ଷ୍ଟୋର୍‌ କରାଯାଇଥିବା ସେଭ୍‌ ହୋଇଥିବା ଅଟୋଫିଲ୍ କାର୍ଡ୍‌କୁ, ସେଟିଂସ୍ > ୱଲେଟ୍ ଓ “Apple Pay”କୁ ଯାଇ ଏବଂ “Apple Pay ସହିତ ଏହି କାର୍ଡ୍‌ ବ୍ୟବହାର କରନ୍ତୁ”କୁ ସକ୍ଷମ କରି Apple Pay ରେ ଯୋଡ଼ାଯାଇପାରେ। ସକ୍ଷମ କରାଗଲେ, ଆପଣଙ୍କ ଡିଭାଇସ୍ Apple Pay ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରିବା ନିମନ୍ତେ ଆପଣଙ୍କ iCloud କୀ’ଚେନ୍‌ରୁ ଆପଣଙ୍କ ଅଟୋଫିଲ୍ କାର୍ଡ୍‌ ନମ୍ବର୍‌କୁ ଆପଣଙ୍କ କାର୍ଡ୍‌ର ପେମେଣ୍ଟ୍‌ ନେଟ୍‌ୱର୍କ୍‌ ସହ ଶେୟର୍ କରେ। ଯଦି ଯୋଗ୍ୟ, ତେବେ ଅଧିକ ସୁରକ୍ଷିତ ନେଣଦେଣକୁ ସକ୍ଷମ କରିବାରେ ସହାୟତା କରିବା ପାଇଁ ଆପଣ ନିଜର ସେଭ୍ କରାଯାଇଥିବା ଅଟୋଫିଲ୍ କାର୍ଡ୍‌କୁ Apple Pay ରେ ଯୋଡ଼ିବା ପାଇଁ ଅଗ୍ରସର ହୋଇପାରିବେ। ଥରେ ପ୍ରାପ୍ତ ହେବା ପରେ, ଆପଣଙ୍କ ସୁବିଧା ପାଇଁ ସମ୍ବନ୍ଧିତ Apple Pay ପାସ୍‌ର ପଛରେ ସେଭ୍‌ କରାଯାଇଥିବା ଅଟୋଫିଲ୍‌ କାର୍ଡ୍‌ ନମ୍ବର୍‌ ଡିସ୍‌ପ୍ଲେ ହୋଇପାରେ। ଆପଣଙ୍କ ସେଭ୍‌ କରାଯାଇଥିବା ଅଟୋଫିଲ୍‌ କାର୍ଡ୍‌ ନମ୍ବର୍‌ ଆପଣଙ୍କ iCloud କୀ’ଚେନ୍‌ରେ ଷ୍ଟୋର୍‌ ହୋଇଛି, Apple ଦ୍ବାରା ଆକ୍ସେସ୍‌ କରାଯାଇ ନାହିଁ ଏବଂ Apple Pay ନେଣଦେଣ ପାଇଁ ବ‍୍ୟବହାର କରାଯାଇ ନାହିଁ।

Apple Pay ସାହାଯ୍ଯରେ ପେମେଣ୍ଟ୍‌ କରାଯାଉଛି

ଯେତେବେଳେ ଆପଣ ଏକ ପେମେଣ୍ଟ୍ ଆରମ୍ଭ କରନ୍ତି, କର ଏବଂ ଡିଲିଭରି ଖର୍ଚ୍ଚ ଗଣନା ସକ୍ଷମ କରିବାକୁ ଆପଣଙ୍କ ଜିପ୍ କୋଡ୍, ପିନ୍ କୋଡ୍, କିମ୍ୱା ଅନ୍ୟାନ୍ୟ ସମକକ୍ଷ ସୂଚନା ଆପ୍, ୱେବ୍‌ସାଇଟ୍ କିମ୍ୱା ମର୍ଚଣ୍ଟ୍‌ଙ୍କୁ ପ୍ରଦାନ କରାଯାଇପାରେ। ଯେତେବେଳେ ଆପଣ ଏକ ତୃତୀୟ-ପକ୍ଷ ବ୍ରାଉଜର୍ ମଧ୍ୟରେ ପେମେଣ୍ଟ୍ ଆରମ୍ଭ କରନ୍ତି, ବ୍ରାଉଜର୍ ଆପଣଙ୍କ Apple Pay-ସମର୍ଥିତ ଡିଭାଇସ୍ ସହ ସ୍କାନ୍ କରିବାକୁ ଏକ QR କୋଡ୍ କିମ୍ୱା ଏକ ଆପ୍ କ୍ଲିପ୍ କୋଡ୍ ତିଆରି କରେ। ସ୍କାନ୍ ହେବା ପରେ, Apple ବ୍ରାଉଜର୍ ଏବଂ Apple Pay-ସପୋର୍ଟିଂ ଡିଭାଇସ୍ ମଧ୍ୟରେ ଏକ ଯୋଗାଯୋଗ ଚ୍ୟାନେଲ୍ ଆରମ୍ଭ କରେ, ଯାହା ମାଧ୍ୟମରେ ବ୍ରାଉଜର୍ ଏବଂ ଡିଭାଇସ୍ ନେଣଦେଣ ପ୍ରକ୍ରିୟା କରିବା ପାଇଁ ଆବଶ୍ୟକ ପ୍ରାସଙ୍ଗିକ ନେଣଦେଣ ଏବଂ ବିଲିଂ ଏବଂ/କିମ୍ବା ଶିପିଂ ସୂଚନା ଶେୟର୍ କରନ୍ତି।

ଯଦି ଇନ୍‌ଷ୍ଟଲ୍‌ମେଣ୍ଟ୍ କିମ୍ବା ରିୱାର୍ଡ୍ ସହିତ ପେମେଣ୍ଟ୍ କରିବା ଭଳି “ଉନ୍ନତ Apple Pay ପେମେଣ୍ଟ୍ ଫୀଚର୍” ସକ୍ଷମ କରାଯାଇଛି, ଆପଣ Apple Pay କ୍ରୟ ଆରମ୍ଭ କରିବା ପରେ, ଆପଣ ନିଜ ୱଲେଟ୍‌ରେ କେଉଁ କାର୍ଡ୍ ରଖିଛନ୍ତି ଏବଂ ସେହି କାର୍ଡ୍‌ଗୁଡ଼ିକର ଲାଭ ଓ ଫୀଚର୍ ଯାହାକୁ କାର୍ଡ୍ ଜାରିକର୍ତ୍ତାଙ୍କଠାରୁ Appleକୁ ପ୍ରଦାନ କରାଯାଇଛି ସେହି ଆଧାରରେ Apple ଆପଣଙ୍କ ପାଇଁ ଉପଲବ୍ଧ ଥିବା ଦେୟ ବିକଳ୍ପ ଚିହ୍ନଟ କରିବ। Apple ଆପଣଙ୍କ ପାଇଁ, ଉପଲବ୍ଧ ଥିବା ଏବଂ ଏପର୍ଯ‍୍ୟନ୍ତ ଆପଣଙ୍କ ୱଲେଟ୍‌ରେ ନଥିବା, ଅତିରିକ୍ତ ପେମେଣ୍ଟ୍ ବିକଳ୍ପ ଚିହ୍ନଟ କରିବା ପାଇଁ ଆପଣ ବାଛିପାରନ୍ତି। ଏହା କରିବା ପାଇଁ, ନେଣଦେଣ ପାଇଁ ଦେୟ ପଦ୍ଧତି ଉପଲବ୍ଧ ଅଛି ନା ନାହିଁ ନିର୍ଦ୍ଧାରଣ କରିବାକୁ, Apple ମର୍ଚଣ୍ଟ୍ ଏବଂ ରାଶି ଭଳି ଆପଣଙ୍କ ନେଣଦେଣ ବିଷୟରେ ସୂଚନା ବ‍୍ୟବହାର କରିବ। Apple ନେଣଦେଣ ଏବଂ ଦେୟ ପଦ୍ଧତି ଯୋଗ‍୍ୟତା ଯାଞ୍ଚ କରିବା ବିଷୟରେ ସୂଚନା ଆପଣଙ୍କ ସହିତ ଲିଙ୍କ୍ ହେଉଥିବା କୌଣସି ଉପାୟରେ ସଂଗ୍ରହ କରେ ନାହିଁ। ଯଦି ଆପଣ ଏକ ନୂଆ ଦେୟ ପଦ୍ଧତି ଆବେଦନ କରିବା ପାଇଁ ବାଛନ୍ତି ତେବେ ଆପଣଙ୍କ ଆପ୍ଲିକେଶନ୍‌କୁ ଜାରିକର୍ତ୍ତାଙ୍କ ସହିତ ସିଧାସଳଖ ଭାବରେ ଶେୟର୍ କରାଯିବ ଏବଂ Apple ଦ୍ୱାରା ଏହାକୁ ଦେଖାଯିବ ନାହିଁ କିମ୍ବା ଷ୍ଟୋର୍ କରାଯିବ ନାହିଁ। ଯଦି ଆପଣ ରୀୱର୍ଡ୍‌ ସହିତ ଦେୟ ଦେବାକୁ ବାଛନ୍ତି, ତେବେ ବୁଦ୍ଧିମାନ ଆର୍ଥିକ ନିଷ୍ପତ୍ତି ନେବାରେ ଆପଣଙ୍କୁ ସହାୟତା କରିବା ପାଇଁ Apple ଆପଣଙ୍କ ବର୍ତ୍ତମାନର ରୀୱର୍ଡ୍‌ର ବାଲାନ୍ସ୍‌, ନେଣଦେଣ ପାଇଁ ଚାର୍ଜ୍‌ କରାଯିବାକୁ ଥିବା ରୀୱର୍ଡ୍‌ ପଏଣ୍ଟ୍‌ (କିମ୍ବା ସମକକ୍ଷ) ଏବଂ ନେଣଦେଣ ପରବର୍ତ୍ତୀ ରୀୱର୍ଡ୍‌ର ବାଲାନ୍ସ୍‌ ପାଇବା ଏବଂ ଡିସ୍‌ପ୍ଲେ କରିବା ପାଇଁ ଆପଣଙ୍କ କାର୍ଡ୍‌ର ଫୀଚର୍‌ ଏବଂ ଲାଭ, ତଥା ନେଣଦେଣ ମର୍ଚଣ୍ଟ୍ ଏବଂ ରାଶି ବିଷୟରେ ସୂଚନା ବ୍ୟବହାର କରିପାରେ। ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ସଠିକ୍ କିସ୍ତି ଯୋଜନା ଚୟନ କରିବାକୁ ଆପଣଙ୍କୁ ଅନୁମତି ଦେବା ପାଇଁ Apple ଆପଣଙ୍କ ଅଂଶଗ୍ରହଣକାରୀ ଜାରିକର୍ତ୍ତାଙ୍କୁ ମର୍ଚଣ୍ଟ୍‌ ଏବଂ ରାଶି ବିଷୟରେ ସୂଚନା ପ୍ରଦାନ କରେ, ଯାହା ସେମାନେ ଯୋଗ୍ୟତା ମୂଲ୍ୟାଙ୍କନ କରିବାକୁ ଏବଂ Appleକୁ ଡିସ୍‌ପ୍ଲେ ପାଇଁ କିସ୍ତି ବିକଳ୍ପର ଏକ ଲିଷ୍ଟ୍‌ ପ୍ରଦାନ କରିବାକୁ ବ୍ୟବହାର କରନ୍ତି। ଆପଣଙ୍କ ସହ ଲିଙ୍କ୍ ହୋଇଥିବା ଉପାୟରେ ବର୍ଦ୍ଧିତ Apple Pay ପେମେଣ୍ଟ୍‌ ଫୀଚର୍‌ ପ୍ରଦାନ କରିବାକୁ Apple ପ୍ରକ୍ରିୟାନ୍ବିତ ହୋଇଥିବା ଏହି ସୂଚନାକୁ ରଖେ ନାହିଁ।

ଆପଣ ପେମେଣ୍ଟ୍ ପ୍ରାଧିକରଣ କରିବା ପରେ, ମର୍ଚଣ୍ଟ୍‌ଙ୍କ ଦ୍ୱାରା ଅନୁରୋଧ କରାଯାଇଥିବା ଅନ୍ଯ ସୂଚନା ଯେପରିକି ଡିଭାଇସ୍- କିମ୍ବା ମର୍ଚଣ୍ଟ୍-ନିର୍ଦ୍ଦିଷ୍ଟ ଆକାଉଣ୍ଟ୍ ନମ୍ବର୍ ଆପଣଙ୍କ ଶିପିଂ ଠିକଣା କିମ୍ବା ଆପଣଙ୍କ ଇମେଲ୍ ଠିକଣା ମଧ୍ଯ ପ୍ରଦାନ କରାଯାଇଥାଏ। ଯଦି ଆପଣ ମର୍ଚଣ୍ଟ୍‌ଙ୍କୁ ପେମେଣ୍ଟ୍ କରିବା ପାଇଁ ଏକ ତୃତୀୟ-ପକ୍ଷ ଆପ୍ କିମ୍ବା ୱେବ୍‌ସାଇଟ୍ ବ୍ୟବହାର କରୁଛନ୍ତି — ଯେପରିକି ସୋଶିଅଲ୍ ମିଡିଆ କିମ୍ବା ଜେନେରେଟିଭ୍ AI ଆପ୍ — ତେବେ ସେହି ତୃତୀୟ-ପକ୍ଷ ଆପ୍ କିମ୍ବା ୱେବ୍‌ସାଇଟ୍ ମର୍ଚଣ୍ଟ୍‌ଙ୍କ ଦ୍ବାରା ଅନୁରୋଧ କରାଯାଇଥିବା ଅନ୍ୟ ସୂଚନାକୁ ମଧ‍୍ୟ ଆକ୍ସେସ୍ କରିପାରେ। Apple କେବଳ Apple Pay ନେଣଦେଣକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ସୂଚନା ବ୍ୟବହାର କରାଯିବା ଆବଶ‍୍ୟକ କରେ। ଆପଣ Apple Pay ବ୍ୟବହାର କରିବା ସମୟରେ ଆପଣଙ୍କ କ୍ରେଡିଟ୍, ଡେବିଟ୍ କିମ୍ବା ପ୍ରୀପେଡ୍ କାର୍ଡ୍‌ରୁ କାର୍ଡ୍‌ ନମ୍ବର୍‌ ପ୍ରଦାନ କରାଯାଏ ନାହିଁ।

ସବ୍‌ସ୍କ୍ରିପ୍ସନ୍‌ ଭଳି କୌଣସି ରିକରିଂ କିମ୍ବା ଅନ୍ୟ ମର୍ଚଣ୍ଟ୍ ଦ୍ବାରା ଆରମ୍ଭ କରାଯାଇଥିବା ଚାର୍ଜ୍‌ ଆପଣଙ୍କ ଦ୍ୱାରା ଅନୁମୋଦିତ ହୋଇଛି ବୋଲି ସୁନିଶ୍ଚିତ କରିବାରେ ସହାୟତା କରିବା ପାଇଁ, ଯେତେବେଳେ ଆପଣ ଅଂଶଗ୍ରହଣକାରୀ ମର୍ଚଣ୍ଟ୍‌ମାନଙ୍କୁ ରିକରିଂ କିମ୍ବା ମର୍ଚଣ୍ଟ୍ ଦ୍ବାରା ଆରମ୍ଭ କରାଯାଇଥିବା ଚାର୍ଜ୍‌ ପାଇଁ ଯୋଗ୍ୟ Apple Pay ପେମେଣ୍ଟ୍‌ ପଦ୍ଧତି ପ୍ରଦାନ କରିବାକୁ ବାଛନ୍ତି, ଆପଣଙ୍କ ଜାରିକର୍ତ୍ତା ଏବଂ/କିମ୍ବା ପେମେଣ୍ଟ୍‌ ନେଟ୍‌ୱର୍କ୍‌ ଅନୁମୋଦନ କରିବ ଏବଂ ଏପରି ଚାର୍ଜ୍‌ ପାଇଁ ବ୍ୟବହାର କରିବାକୁ ଏକ ମର୍ଚଣ୍ଟ୍-ନିର୍ଦ୍ଦିଷ୍ଟ ଆକାଉଣ୍ଟ୍‌ ନମ୍ବର୍‌ ସୃଷ୍ଟି କରିବ। କେବଳ ସେହି ମର୍ଚଣ୍ଟ୍-ନିର୍ଦ୍ଦିଷ୍ଟ ଆକାଉଣ୍ଟ୍‌ ନମ୍ବର୍‌କୁ ଜଣେ ଅଂଶଗ୍ରହଣକାରୀ ମର୍ଚଣ୍ଟ୍ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନେଣଦେଣକୁ ଅଧିକୃତ କରିବା ପାଇଁ ବ୍ୟବହାର କରିପାରିବେ। Apple ଜାଣିବ ଯେ କେଉଁ ମର୍ଚଣ୍ଟ୍‌ ଆପଣଙ୍କ ମର୍ଚଣ୍ଟ୍‌-ନିର୍ଦ୍ଦିଷ୍ଟ ଆକାଉଣ୍ଟ୍‌ ନମ୍ବର୍‌ ସହିତ ଜଡ଼ିତ ଅଛନ୍ତି, କିନ୍ତୁ ଆପଣ କ'ଣ କ୍ରୟ କରିଛନ୍ତି କିମ୍ବା ଆପଣ କେତେ ଦେୟ ଦେଇଛନ୍ତି ତାହା ଜାଣିପାରିବ ନାହିଁ। କାର୍ଡ୍ ବିବରଣୀ ଦେଖିବା ପାଇଁ ଆପଣଙ୍କ କାର୍ଡ୍‌ରେ ଟାପ୍‌ କରି ଏବଂ “ଅଧିକ” ବଟନ୍ ଟାପ୍‌ କରି ୱଲେଟ୍‌ରେ ନିଜର ମର୍ଚଣ୍ଟ୍‌-ନିର୍ଦ୍ଦିଷ୍ଟ ଆକାଉଣ୍ଟ୍ ନମ୍ବର୍‌ ପରିଚାଳନା କରିପାରିବେ।

ଯେତେବେଳେ ଆପଣ ନିର୍ଦ୍ଦିଷ୍ଟ ପ୍ରକାରର ଠକାମି ପ୍ରତିରୋଧ କାର୍ଡ୍‌ ସହିତ ଅନ୍‌ଲାଇନ୍ କିମ୍ବା ଇନ୍-ଆପ୍ ନେଣଦେଣ କରିବା ପାଇଁ ଚେଷ୍ଟା କରନ୍ତି, ଯଦି ଆପଣ ୱଲେଟ୍ ପାଇଁ ଲୋକେଶନ୍‌ ସେବା ସକ୍ଷମ କରିଛନ୍ତି ତେବେ ଠକାମି ପ୍ରତିରୋଧ ପାଇଁ ଏକ ଅନ-ଡିଭାଇସ୍ ମୂଲ୍ୟାଙ୍କନ ବିକଶିତ କରିବାକୁ ଆପଣଙ୍କ ଡିଭାଇସ୍ ଆପଣଙ୍କ Apple ଆକାଉଣ୍ଟ୍‌, ଡିଭାଇସ୍ ଏବଂ ଲୋକେଶନ୍‌ ବିଷୟରେ ସୂଚନା ମୂଲ୍ୟାଙ୍କନ କରିବ। ଅନ୍-ଡିଭାଇସ୍ ଠକାମି ପ୍ରତିରୋଧ ମୂଲ୍ୟାଙ୍କନର ଆଉଟ୍‌ପୁଟ୍, କିନ୍ତୁ ଅନ୍ତର୍ନିହିତ ଡେଟା ନୁହେଁ, Appleକୁ ପଠାଯିବ ଏବଂ ସେହି ସୂଚନାକୁ ଯୋଡ଼ାଯିବ ଯାହା ଆପଣଙ୍କ ଡିଭାଇସ୍ ଏବଂ ଆକାଉଣ୍ଟ୍‌ ବିଷୟରେ Apple ଜାଣେ ଯାହା ଦ୍ୱାରା Apple Pay ନେଣଦେଣ ଠକାମି ପ୍ରତିରୋଧ ମୂଲ୍ୟାଙ୍କନ ବିକଶିତ ହୋଇପାରିବ। ଏହି ନେଣଦେଣରେ ଠକାମି ପ୍ରତିରୋଧ ମୂଲ୍ଯାଙ୍କନଗୁଡ଼ିକ ଆପଣଙ୍କ ପେମେଣ୍ଟ୍‌ ନେଟ୍‌ୱର୍କ୍‌ ସହିତ ଏକ “ଶିପିଂ ଠିକଣା” ଚିହ୍ନଟକାରୀ ଏବଂ ଉପଲବ୍ଧ ହେବା ଦ୍ବାରା IP ଠିକଣା ସହିତ ଆପଣଙ୍କ ପେମେଣ୍ଟ୍ ନେଟ୍‌ୱର୍କ୍ ସହିତ ଶେୟର୍ କରାଯାଇପାରେ, ଯାହା ଦ୍ବାରା ନେଣଦେଣ ସମୟରେ ଠକାମିକୁ ପ୍ରତିରୋଧ କରାଯାଇପାରିବ। “ଠିକଣା ପ୍ରେରଣ” ଚିହ୍ନଟକାରୀ ପ୍ରତ୍ୟେକ ନେଟ୍‌ୱର୍କ୍‌ ପାଇଁ ଭିନ୍ନ ଅଟେ ଏବଂ ଏକ ନିର୍ଦ୍ଦିଷ୍ଟ କାର୍ଡ୍‌ ବ୍ୟବହାର କରି ଆପଣଙ୍କ ଡିଭାଇସ୍‌ରେ ବିଭିନ୍ନ ନେଣଦେଣ ପାଇଁ ଶିପିଂ ଠିକଣା ସମାନ ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବ୍ୟବହୃତ ହୁଏ ଯାହା ଦ୍ୱାରା ଅନ୍ତର୍ନିହିତ ଠିକଣା ପ୍ରକାଶିତ ହୁଏ ନାହିଁ। ୱଲେଟ୍‌ରେ ଆପଣଙ୍କ ପେମେଣ୍ଟ୍‌ କ୍ରେଡେନ୍‌ଶଲ୍‌ ପଛକୁ ଯାଇ ଆପଣ ଯେକୌଣସି ଟାଇମ୍ ରେ ଏହି ବର୍ଦ୍ଧିତ ଠକାମି ପ୍ରତିରୋଧ ଅଛି କି ନାହିଁ ଯାଞ୍ଚ କରିପାରିବେ। ଆପଣଙ୍କ ପେମେଣ୍ଟ୍‌ ନେଟ୍‌ୱର୍କ୍‌ରେ ଠକାମି ପ୍ରତିରୋଧ ମୂଲ‍୍ୟାଙ୍କନ ଶେୟର୍‌ କରିବା ରୋକିବା ପାଇଁ ଆପଣ ଅନ୍ୟ କାର୍ଡ୍‌ ଚୟନ କରିପାରିବେ।

ଏକ ଆପ୍ ବ୍ୟବହାର କରିବା ସମୟରେ କିମ୍ବା Safari ମାଧ‍୍ୟମରେ iOS, WatchOS କିମ୍ୱା macOSରେ Apple Pay ବ୍ୟବହାର କରୁଥିବା କୌଣସି ୱେବ୍‌ସାଇଟ୍‌ ଦେଖିବା ସମୟରେ ଆପ୍ କିମ୍ୱା ୱେବ୍‌ସାଇଟ୍‌ ଯାଞ୍ଚ କରିପାରିବ ଯେ ସେହି ଡିଭାଇସ୍‌ରେ ଆପଣଙ୍କର Apple Pay ସକ୍ଷମ ଅଛି କି ନାହିଁ। କୌଣସି iOS ଡିଭାଇସ୍ କିମ୍ବା Macରେ ଥିବା Safariରେ ଏକ ୱେବ୍‌ସାଇଟ୍‌ ଦେଖିବା ସମୟରେ, ଯେଉଁଥିରେ କାର୍ଡ୍‌କୁ ଯୋଡ଼ାଯାଇପାରିବ ନାହିଁ, ୱେବ୍‌ସାଇଟ୍‌ ଯାଞ୍ଚ କରିପାରିବ ଯେ ସମାନ Apple ଆକାଉଣ୍ଟ୍‌ ବ୍ୟବହାର କରୁଥିବା iPhone କିମ୍ବା Apple Watchରେ Apple Pay ସେଟ୍ ଅପ୍ ହୋଇଛି କି ନାହିଁ। ଆପଣଙ୍କ ସେଟିଂସ୍ ପରିବର୍ତ୍ତନ କରି Apple Pay ସକ୍ଷମ ହୋଇଛି କି ନାହିଁ ଯାଞ୍ଚ କରିବାରୁ ଆପଣ ଦେଖୁଥିବା ୱେବ୍‌ସାଇଟ୍‌କୁ ଅକ୍ଷମ କରିପାରିବେ। ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍‌ରେ, ସେଟିଂସ୍ > ଆପ୍ > Safari > ଆଡ୍‌ଭାନ୍ସ୍‌ଡ୍‌କୁ ଯାଆନ୍ତୁ ଏବଂ “Apple Pay ପାଇଁ ଯାଞ୍ଚ କରନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ। ଆପଣଙ୍କ Mac ରେ, Safari > ସେଟିଂସ୍‌ > ଆଡ୍‌ଭାନ୍ସଡ୍‌କୁ ଯାଆନ୍ତୁ ଏବଂ “Apple Pay ଓ Apple Card ଯାଞ୍ଚ କରିବା ପାଇଁ ୱେବ୍‌ସାଇଟ୍‌କୁ ଅନୁମତି ଦିଅନ୍ତୁ”କୁ ଅଚୟନ କରନ୍ତୁ।

Apple ଆକାଉଣ୍ଟ୍ ପେମେଣ୍ଟ୍ ପ୍ରକ୍ରିୟାର ସୁରକ୍ଷା

Apple ଇକୋସିଷ୍ଟମ୍‌ରେ ଆପଣଙ୍କୁ ପେମେଣ୍ଟ୍‌ ପଦ୍ଧତିର ପରିଚାଳନାରେ ସହାୟତା କରିବା ପାଇଁ Apple, କୌଣସି Apple Pay ପେମେଣ୍ଟ୍‌ ପଦ୍ଧତି ଆପଣଙ୍କ Apple ଆକାଉଣ୍ଟ୍‌ ଫାଇଲ୍‌ରେ ପେମେଣ୍ଟ୍‌ ପଦ୍ଧତି ଭାବରେ ଯୋଡ଼ିବାକୁ ଯୋଗ୍ୟ ନା ନାହିଁ ଯାଞ୍ଚ କରିପାରେ ଏବଂ ସେହି ପେମେଣ୍ଟ୍‌ ପଦ୍ଧତିକୁ ସେଟିଂସ୍ > [ଆପଣଙ୍କ ନାମ] > ପେମେଣ୍ଟ୍‌ ଓ ଡିଲିଭରି > ପେମେଣ୍ଟ୍‌ ପଦ୍ଧତି ଯୋଡ଼ନ୍ତୁ > ପେମେଣ୍ଟ୍‌ ପଦ୍ଧତିରେ ଡିସ୍‌ପ୍ଲେ କରିପାରେ। ଯେତେବେଳେ ଆପଣ ନିଜର Apple ଆକାଉଣ୍ଟ୍ ସହ ଏକ ନେଣଦେଣ କରନ୍ତି, Apple ଏହା ମଧ୍ୟ ଯାଞ୍ଚ କରିପାରେ ଯେ, ଫାଇଲ୍‌ରେ ଥିବା କୌଣସି Apple ଆକାଉଣ୍ଟ୍ ଦେୟ ପଦ୍ଧତି Apple Pay ପାଇଁ ଯୋଗ୍ୟ କି ନାହିଁ। ଯଦି ହଁ, ଆପଣଙ୍କ ପେମେଣ୍ଟ୍ ସୂଚନା ସୁରକ୍ଷିତ ରଖିବାରେ ସହାୟତା କରିବାକୁ, Apple ସେହି ଦେୟ ପଦ୍ଧତି ପାଇଁ Apple Payକୁ ସକ୍ଷମ କରିପାରେ। ଆପଣ ନିଜ iOS, iPadOS କିମ୍ବା visionOS ଡିଭାଇସ୍‌ରେ ସେଟିଂସ୍ > [ଆପଣଙ୍କ ନାମ] > ପେମେଣ୍ଟ୍ ଓ ଡିଲିଭରିକୁ ଯାଇ ଯେକୌଣସି ସମୟରେ ଆପଣଙ୍କ Apple ଆକାଉଣ୍ଟ୍‌ର ପେମେଣ୍ଟ୍‌ ପଦ୍ଧତି ପରିବର୍ତ୍ତନ କରିପାରିବେ। ଆପଣଙ୍କ Mac ରେ, ସିଷ୍ଟମ୍ ସେଟିଂସ୍‌ > [ଆପଣଙ୍କ ନାମ] > ପେମେଣ୍ଟ୍‌ ଓ ଡିଲିଭରିକୁ ଯାଆନ୍ତୁ।

Apple ଆପଣଙ୍କ ପେମେଣ୍ଟ୍‌ ସୂଚନା ପଠାଇଥାଏ କିନ୍ତୁ ଏହାକୁ ଷ୍ଟୋର୍‌ କରେ ନାହିଁ

ଆପ୍‌, ୱେବ୍‌ସାଇଟ୍‌ ଏବଂ ବ୍ୟାବସାୟିକ ଚାଟ୍‌ ମଧ୍ୟରେ ସୁରକ୍ଷିତ ଭାବରେ ଆପଣଙ୍କ ପେମେଣ୍ଟ୍‌ ସୂଚନା ପଠାଇବାକୁ, ସୂଚନା ଏନ୍‌କ୍ରିପ୍ଟ୍‌ ହୋଇଥିବା ଫର୍ମରେ Appleକୁ ପଠାଯାଏ, ଯେଉଁଠାରେ ଏହା ସଂକ୍ଷିପ୍ତ ଭାବରେ ଡିକ୍ରିପ୍ଟ୍‌ ଏବଂ ଏକ ମର୍ଚଣ୍ଟ୍‌-ନିର୍ଦ୍ଦିଷ୍ଟ କୀ’ ସହିତ ପୁନଃକ୍ରିପ୍ଟ୍‌ କରାଯାଏ, ଯାହା ଦ୍ୱାରା କେବଳ ମର୍ଚଣ୍ଟ୍‌, ଡିଭେଲପର୍ କିମ୍ବା ସେମାନଙ୍କର ପେମେଣ୍ଟ୍‌ ପ୍ରୋସେସର୍‌ ଆପଣଙ୍କ ପେମେଣ୍ଟ୍‌ ସୂଚନା ଡିକ୍ରିପ୍ଟ୍‌ କରିପାରିବେ। ଯେତେବେଳେ ଆପଣ Macରେ ଏକ ପେମେଣ୍ଟ୍‌ କରନ୍ତି ଯେଉଁଥିରେ ଏକ କାର୍ଡ୍‌ ଯୋଡ଼ାଯାଇ ପାରିବ ନାହିଁ, Mac ଏବଂ ପ୍ରାଧିକରଣ ଡିଭାଇସ୍ Apple ସର୍ଭର୍‌ ମାଧ୍ୟମରେ ଏକ ଏନ୍‌କ୍ରିପ୍ଟ୍‌ ହୋଇଥିବା ଚ୍ୟାନେଲ୍‌ରେ ଯୋଗାଯୋଗ କରେ। Apple ଏହି ସୂଚନାଗୁଡ଼ିକ ମଧ୍ୟରୁ କୌଣସିକୁ ଏକ ଫର୍ମରେ ରଖେ ନାହିଁ ଯାହା ଆପଣଙ୍କୁ ବ‍୍ୟକ୍ତିଗତ ଭାବରେ ଚିହ୍ନଟ କରେ ।

Apple Pay ମଧ୍ୟ ଆପଣଙ୍କୁ ତୃତୀୟ-ପକ୍ଷ ବ୍ରାଉଜର୍‌ରେ ପେମେଣ୍ଟ୍ କରିବାର ଏବଂ ନେଣଦେଣକୁ ପ୍ରାଧିକୃତ କରିବା ପାଇଁ Apple Payକୁ ସପୋର୍ଟ୍ କରୁଥିବା ଡିଭାଇସ୍ ବ୍ୟବହାର କରିବାକୁ ଅନୁମତି ଦିଏ। ଏହି ଫୀଚର୍‌ ବ୍ୟବହାର କରୁଥିବା ସମୟରେ, Apple ଆପଣଙ୍କ ଡିଲିଭରି ଏବଂ ପେମେଣ୍ଟ୍‌ ବିବରଣୀ ଅପ୍‌ଡେଟ୍ କରିବା ଏବଂ ଆପଣଙ୍କ ପ୍ରାଧିକରଣ ପ୍ରଦାନକୁ, ଅନୁମତି ଦେବା ପାଇଁ Apple ସର୍ଭର୍‌ ମାଧ୍ୟମରେ ତୃତୀୟ-ପକ୍ଷ ବ୍ରାଉଜର୍ ଏବଂ ଆପଣଙ୍କ ପ୍ରାଧିକରଣ ପ୍ରଦାନ କରୁଥିବା ଡିଭାଇସ୍ ମଧ୍ୟରେ ଏକ ଯୋଗାଯୋଗ ଚ୍ୟାନେଲ୍ ତିଆରି କରିବ। ଆପଣଙ୍କ ଡିଲିଭରି ଏବଂ ବିଲିଂ ସୂଚନା ଏବଂ ଆପଣଙ୍କ କ୍ରୟ ସହିତ ଜଡ଼ିତ ଟିକସ କିମ୍ବା ଡିଲିଭରି ଶୁଳ୍କ ପରି ମର୍ଚଣ୍ଟ୍‌ ଶୁଳ୍କ ବିଷୟରେ ସୂଚନାର ସାରାଂଶ Appleକୁ ଦୃଶ୍ୟମାନ ହେବ। Apple ଏହି ସୂଚନାଗୁଡ଼ିକ ମଧ୍ୟରୁ କୌଣସିକୁ ଏକ ଫର୍ମରେ ରଖେ ନାହିଁ ଯାହା ଆପଣଙ୍କୁ ବ‍୍ୟକ୍ତିଗତ ଭାବରେ ଚିହ୍ନଟ କରେ ।

Apple Pay ଅର୍ଡର୍ ଟ୍ରାକିଂ

ଆପଣଙ୍କୁ ଅର୍ଡର୍‌ ଟ୍ରାକିଂ ପ୍ରଦାନ କରିବାକୁ ଏକ Apple Payରେ କ୍ରୟ କରିବା ପରେ, ଜଣେ ଅଂଶଗ୍ରହଣକାରୀ ମର୍ଚଣ୍ଟ୍‌ ଆପଣଙ୍କ ଅର୍ଡର୍‌ ଟ୍ରାକ୍ କରିବାକୁ ଆପଣଙ୍କ ଡିଭାଇସ୍ ବ୍ୟବହାର କରିବା ପାଇଁ ଆପଣଙ୍କୁ ଡିଭାଇସ୍-ସୀମିତ ଅର୍ଡର୍‌ ସୂଚନା ପ୍ରେରଣ କରନ୍ତି। ଏବଂ Apple ମର୍ଚଣ୍ଟ୍‌ଙ୍କୁ ଏକ ମର୍ଚଣ୍ଟ୍‌-ନିର୍ଦ୍ଦିଷ୍ଟ ଡିଭାଇସ୍ ଚିହ୍ନଟକକରୀ ଏବଂ ଏକ Push‌ ଟୋକନ୍‌ ପ୍ରଦାନ କରେ ମର୍ଚଣ୍ଟ୍‌ମାନେ ଯାହାର ବ୍ୟବହାର ଡିଭାଇସ୍‌କୁ ଅର୍ଡର୍‌ର‌ ଅପ୍‌ଡେଟ୍ ପ୍ରଦାନ କରିବାକୁ କରିପାରିବେ। Apple ମର୍ଚଣ୍ଟ୍‌ ଅପ୍‌ଡେଟ୍‌କୁ ସୁବିଧାଜନକ କରେ, କିନ୍ତୁ ଅର୍ଡର୍‌ର‌ ସୂଚନା ଷ୍ଟୋର୍‌ କରେ ନାହିଁ କିମ୍ବା କେତେ ପରିମାଣ, କେତେ ଥର, କିମ୍ବା କେଉଁ ମର୍ଚଣ୍ଟ୍‌ ଅର୍ଡର୍‌ ଅପ୍‌ଡେଟ୍ ପ୍ରେରଣ କରନ୍ତି ତାହା ଟ୍ରାକ୍ କରେ ନାହିଁ। ଅର୍ଡର୍‌ ଟ୍ରାକିଂ ସୂଚନା ଆପଣଙ୍କ ଡିଭାଇସ୍‌ରେ ସ୍ଥାନୀୟ ଭାବରେ ଷ୍ଟୋର୍ କରାଯାଏ ଏବଂ ଏକ ଏନ୍‌କ୍ରିପ୍ଟ୍‌ ହୋଇଥିବା କପି ସିଙ୍କ୍ କରି ସମସ୍ତ ଡିଭାଇସ୍‌ରେ ଅପ-ଟୁ-ଡେଟ୍ ରଖାଯାଏ, ଯାହାକୁ Apple ଦ୍ୱାରା ଆକ୍ସେସ୍‌ କରାଯାଇପାରିବ ନାହିଁ। ଆପଣ “ଅଧିକ” ବଟନ୍‌ରେ ଟାପ୍ କରି, “ଅର୍ଡର୍‌”ରେ ଟାପ୍ କରି, “ଏକ ନିର୍ଦ୍ଦିଷ୍ଟ ଅର୍ଡର୍‌”ରେ ଟାପ୍ କରି ଏବଂ “ଅର୍ଡର୍‌ ପରିଚାଳନା କରନ୍ତୁ”ରେ ଟାପ୍‌ କରି ଯେକୌଣସି ସମୟରେ ଆପଣଙ୍କ Apple Pay ଅର୍ଡର୍‌ ପରିଚାଳନା କରିପାରିବେ। ଆପଣ ୱଲେଟ୍‌ରେ ଥିବା “ଅଧିକ” ବଟନ୍‌ରେ ଟାପ୍‌ କରି, ତାପରେ “ଅର୍ଡର୍‌”ରେ ଟାପ୍‌ କରି, “ଏକ ନିର୍ଦ୍ଦିଷ୍ଟ ଅର୍ଡର୍‌ରେ ଟାପ୍‌ କରି, “ଅଧିକ” ବଟନ୍‌ରେ ଟାପ୍‌ କରି, ତା’ପରେ “ନୋଟିଫିକେଶନ୍‌ ମ‍୍ୟୂଟ୍‌ କରନ୍ତୁ”କୁ ଟାପ୍‌ କରି ଅର୍ଡର୍‌ ବିଷୟରେ ନୋଟିଫିକେଶନ୍‌କୁ ପରିଚାଳନା କରିପାରିବେ।

ଆପଣ ନିଜ ଆକାଉଣ୍ଟ୍‌ରୁ ସାଇନ୍‌ ଆଉଟ୍ କରିବା ସମୟରେ, ଆପଣଙ୍କ ଡିଭାଇସ୍ ଅର୍ଡର୍ ବିଷୟରେ ସୀମିତ ସୂଚନା ରଖିପାରେ ଯାହା ପାଇଁ ଡିଭାଇସ୍ ଅପ୍‌ଡେଟ୍ ପ୍ରାପ୍ତ କରୁଛି। ଏହି ସୂଚନା ଡିଭାଇସ୍ ୟୁଜର୍‌ଙ୍କୁ ଦେଖାଯିବ ନାହିଁ, ତାହାକୁ ଅଳ୍ପ ଟାଇମ୍ ପାଇଁ ରଖାଯିବ ଏବଂ ଆପଣଙ୍କ ଅର୍ଡର୍ ସୂଚନାକୁ ଅନଧିକୃତ ଆକ୍ସେସ୍‌କୁ ବନ୍ଦ କରିବା ପାଇଁ ଡିଭାଇସ୍ ଦ୍ବାରା ସାଇନ୍‌ ଆଉଟ୍ କରିବା ପରେ ଅପ୍‌ଡେଟ୍ ପଠାଇବାରେ ସହାୟତା କରିବା ପାଇଁ କେବଳ ଆପଣଙ୍କ ଡିଭାଇସ୍ ଦ୍ବାରା ଉପଯୋଗ ହେବ।

ତୃତୀୟ-ପକ୍ଷ ଆପ୍ ସହିତ ଆକାଉଣ୍ଟ୍ ଆକ୍ଟିଭିଟି ଶେୟର୍ କରିବା

ଆପଣ ନିଜ Apple Card, Savings, Apple Cash ଓ ଅନ‍୍ୟ ସଂଯୁକ୍ତ କାର୍ଡ୍‌ ଆକାଉଣ୍ଟ୍ ବିବରଣୀ ଏବଂ ନେଣଦେଣ ହିଷ୍ଟ୍ରିକୁ App Storeର ନିଜ ବିଶ୍ବସନୀୟ ବ‍୍ୟକ୍ତିଗତ ଆର୍ଥିକ ପରିଚାଳନା ଆପ୍ ସହିତ ଶେୟର୍ କରିପାରିବେ। ୱଲେଟ୍‌ରେ ଆପଣଙ୍କ Apple Pay ଆକ୍ଟିଭିଟି ପଢ଼ିବାର କ୍ଷମତା ପାଇଁ ଆପ୍‌ ଅନୁରୋଧ କରିବା ଆବଶ‍୍ୟକ। ଆପଣ ଏହି ଆପ୍ ସହ ଶେୟର୍ କରୁଥିବା ଡେଟା ଉପରେ ଆପଣଙ୍କର ନିୟନ୍ତ୍ରଣ ଅଛି ଏବଂ ଆପଣ ଶେୟର୍ କରୁଥିବା ଜିନିଷକୁ ଯେକୌଣସି ସମୟରେ ପରିବର୍ତ୍ତନ କରିପାରିବେ। ଆକାଉଣ୍ଟ୍ ଆକ୍ଟିଭିଟି ଯାହାକୁ ଆପଣ ଜଣେ ତୃତୀୟ-ପକ୍ଷ ଆପ୍ ସହ ଶେୟର୍ କରିବା ପାଇଁ ବାଛିଛନ୍ତି, ସେହି ଆପ୍‌ର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ। ଆପଣ ନିଜ ଆକାଉଣ୍ଟ୍ ଆକ୍ଟିଭିଟି ଶେୟର୍ କରିବା ସମୟରେ Apple ଆପଣଙ୍କ ଆକାଉଣ୍ଟ୍ ବିବରଣୀ କିମ୍ବା ନେଣଦେଣ ହିଷ୍ଟ୍ରିକୁ ଦେଖେନାହିଁ କିମ୍ବା ଷ୍ଟୋର୍ କରେନାହିଁ।

ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର

ସେବା ପ୍ରଦାନ କରିବା ପାଇଁ ଏବଂ ଆମ ଆଇନଗତ ବାଧ‍୍ୟତାଗୁଡ଼ିକର ଅନୁପାଳନ କରିବା ପାଇଁ ଆବଶ୍ୟକ ଅନୁଯାୟୀ Apple ସହ ଥିବା ଆପଣଙ୍କ ଚୁକ୍ତିର କାର୍ଯ‍୍ୟଦକ୍ଷତା ପାଇଁ ଆମେ ସାଧାରଣତଃ ଆପଣଙ୍କ Apple Pay ପର୍ସନଲ୍ ଡେଟା ପ୍ରକ୍ରିୟାନ୍ୱିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବା ଚେଷ୍ଟା କରୁ।

ଯେଉଁଠାରେ ପ୍ରଯୁଜ୍ୟ ଆଇନ ଅନୁମତି ପ୍ରଦାନ କରେ, ଆମେ ନିମ୍ନଲିଖିତ ବର୍ଗର ପର୍ସନଲ୍‌ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକ ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ, ଯେଉଁଥିରେ ନିମ୍ନୋକ୍ତ ବିଷୟରେ ସୂଚନା ଅନ୍ତର୍ଭୁକ୍ତ:

  • ଆପଣଙ୍କ ଆକାଉଣ୍ଟ୍, ଯେପରିକି ଆପଣଙ୍କ ଆକାଉଣ୍ଟ୍ ସକ୍ରିୟ ଅଛି କି ନାହିଁ
  • ଆପଣଙ୍କ ଡିଭାଇସ୍, ଯେପରିକି ଡିଭାଇସ୍‌ର ପ୍ରକାର, ସଫ୍ଟ୍‌ୱେୟର୍ ଭର୍ଶନ୍ ଏବଂ ଡିଭାଇସ୍ ସିରିଏଲ୍ ନମ୍ବର୍‌
  • ଆପଣଙ୍କ ପାସ୍, ଯେପରିକି ଆପଣଙ୍କ ପାସ୍ ଉପରେ ଡିସ୍‌ପ୍ଲେ କରାଯାଇଥିବା ସୂଚନା
  • ଆପଣଙ୍କ ପାସ୍ ଜାରିକର୍ତ୍ତା, ଯେପରିକି ତୃତୀୟ ପକ୍ଷ ପାସ୍‌ ପାଇଁ ଅପ୍‌ଡେଟ୍ ପ୍ରଦାନ କରିବା ପାଇଁ ଅଧିକୃତ ଅଟେ
  • Apple Payର ଆପଣଙ୍କ ବ୍ଯବହାର, ଉଦାହରଣ ସ୍ୱରୁପ, Apple Pay ପାସ୍‌ ସଂଖ୍ଯା ଯାହା ଆପଣଙ୍କ ଦ୍ବାରା ଯୋଡ଼ାଯାଇଛି
  • ଆପଣଙ୍କ ଲୋକେଶନ୍‌

ଏହି ଆଇନସଙ୍ଗତ ଉଦ୍ଦେଶ‍୍ୟ ମଧ‍୍ଯରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୂକ୍ତ:

  • ପାସ୍ ଯୋଡ଼ିବା ଏବଂ ପରିଚାଳନା କରିବା
  • ଆପଣଙ୍କ ଏବଂ ଅନ୍ୟମାନଙ୍କ ପାଇଁ ସେବାକୁ ଉନ୍ନତ ଏବଂ ଅପ୍ଟିମାଇଜ୍ କରିବାରେ ସହାୟତା କରିବା
  • ଆପଣଙ୍କ ପାଇଁ ଅତି ପ୍ରାସଙ୍ଗିକ ଥିବା ଫୀଚର୍ ଡିସ୍କଭର୍‌ କରିବାରେ ସହାୟତା କରିବା ପାଇଁ
  • ଯୋଗ୍ଯତା ଯାଞ୍ଚ କରାଯାଉଛି
  • ଆପଣଙ୍କ ଅନୁରୋଧ ପାଇଁ ସେବା ପ୍ରଦାନ କରିବା
  • Apple Pay ଏବଂ ଅନ‍୍ୟ Apple ପ୍ରଡକ୍ଟ୍, ସେବା, ଏବଂ ଆପଣଙ୍କର ଆଗ୍ରହ ଥିବା ଅଫର୍ ବିଷୟରେ ଆପଣଙ୍କୁ ସୂଚନା ପଠାଇବା
  • ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପର ପ୍ରତିରୋଧ କରିବା

ଅନ‍୍ୟ ସୂଚନା

ୱଲେଟ୍ ଏବଂ Apple Pay ଫୀଚର୍ ପାଇଁ ଯୋଗ୍ଯତା ନିର୍ଦ୍ଧାରଣ କରିବା ପାଇଁ ଯେତେବେଳେ ଆପଣ ୱଲେଟ୍‌ରେ କୌଣସି କାର୍ଡ୍‌ ଉପରେ ଟାପ୍ କରନ୍ତି, Apple ଦ୍ବାରା କାର୍ଡ୍ ଜାରି କରିଥିବା ଦେଶ ଏବଂ ଜାରିକର୍ତ୍ତା ଏହି ଫୀଚରରେ ଅଂଶଗ୍ରହଣ କରିଛନ୍ତି କି ନାହିଁ ତାହା ଦେଖି ଫୀଚର୍ ଯୋଗ୍ଯତା ଯାଞ୍ଚ କରିପାରେ।

ଯଦି ଆପଣଙ୍କର ଲୋକେଶନ୍ ସେବା ଚାଲୁ ରହିଛି, ଷ୍ଟୋର୍‌ରେ କ୍ରୟ କରିବା ପାଇଁ ଆପଣ ଏହାକୁ ବ୍ଯବହାର କରୁଥିବା ସମୟରେ ଆପଣଙ୍କ ଡିଭାଇସ୍‌ର ଲୋକେଶନ୍ Appleକୁ ଅଜ୍ଞାତ ଭାବରେ ପଠାଯାଇପାରେ ଏବଂ ୱଲେଟ୍ କାର୍ଡ୍ ନେଣଦେଣ ହିଷ୍ଟ୍ରିରେ ବ୍ଯବସାୟ ନାମଗୁଡ଼ିକର ସଠିକତାକୁ ଉନ୍ନତ କରିବାରେ Apple Payକୁ ସହାୟତା କରିବାରେ ବ୍ଯବହୃତ ହେବ ଏବଂ Apple ମ୍ଯାପ୍, Apple Pay ଏବଂ ୱଲେଟ୍‌ର ଉନ୍ନତି ପାଇଁ ଏକତ୍ରିତ କରି ରଖାଯାଇପାରେ। ଆପଣ Apple Pay ର ଏହି ଲୋକେଶନ୍-ଆଧାରିତ କାର୍ଯ୍ଯକାରିତାକୁ ଯେକୌଣସି ସମୟରେ ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍‌ରେ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବା > ସିଷ୍ଟମ୍ ସେବାକୁ ଯାଆନ୍ତୁ ଏବଂ “Apple Pay ମର୍ଚଣ୍ଟ୍‌ ଚିହ୍ନଟକରଣକୁ ବନ୍ଦ କରନ୍ତୁ”କୁ ଟାପ୍ କରି ଅକ୍ଷମ କରିପାରିବେ। ଆପଣଙ୍କ Mac ରେ, ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବାକୁ ଯାଆନ୍ତୁ, ତା’ପରେ ୱଲେଟ୍ ବନ୍ଦ କରିବାକୁ କ୍ଲିକ୍ କରନ୍ତୁ।

Apple Payକୁ ଉନ୍ନତ କରିବାରେ ସହାୟତା ପାଇଁ, Apple ଆପଣଙ୍କ Apple Payର ବ୍ୟବହାର ସମ୍ବନ୍ଧୀୟ ସୂଚନା ସଂଗ୍ରହ କରେ ଏବଂ ସେହି ସୂଚନାକୁ ଏପରି ଭାବରେ ଷ୍ଟୋର୍ କରେ ଯେ ଯାହାଦ୍ବାରା ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରେ ନାହିଁ। ଏହି ସୂଚନା ଆପଣଙ୍କୁ ସଫଳତାର ସହ ଏକ କାର୍ଡ୍ ଯୋଡ଼ିବା କିମ୍ବା Apple Pay ବ୍ଯବହାର କରି ନେଣଦେଣ ସମ୍ପୂର୍ଣ୍ଣ କରିବାକୁ ନେଇଥିବା ସମୟର ସୂଚନାକୁ ଅନ୍ତର୍ଭୁକ୍ତ କରିଥାଏ। ଆପଣ Apple Payରେ ସକ୍ରିୟ ଭାବରେ ନେଣଦେଣ କରୁଛନ୍ତି କି ନାହିଁ, ଯେପରିକି ଆପଣ ଗତ ସପ୍ତାହରେ Apple Payରୁ କ୍ରୟ କରିଛନ୍ତି କି ନାହିଁ, ସେ ବିଷୟରେ ସୂଚିତ କରୁଥିବା ସିଗ୍‌ନଲ୍‌ଗୁଡ଼ିକୁ ମଧ‍୍ୟ Apple ରଖିଥାଏ। Apple ସହ ଅନ୍ତର୍ନିହିତ କ୍ରୟ କିମ୍ବା ଆକ୍ଟିଭିଟି ସୂଚନା ଶେୟର୍‌ କରିବା ଆବଶ‍୍ୟକ ନକରି ଏହି ସିଗ୍‌ନଲ୍‌କୁ ଆପଣଙ୍କ ଡିଭାଇସ୍‌ରେ ଗଣନା କରାଯାଏ। Apple ଏହି ସୂଚନାକୁ ଅନ୍ୟ Apple ପ୍ରଡକ୍ଟ୍ ଏବଂ ସେବାକୁ ଉନ୍ନତ କରିବା, ମାର୍କେଟିଂ ଏବଂ ଠକାମି ଓ ସୁରକ୍ଷା ଉଦ୍ଦେଶ୍ୟ ପାଇଁ ମଧ୍ଯ ବ୍ୟବହାର କରିପାରେ।

ଯେକୌଣସି କାର୍ଡ୍ ଜାରିକର୍ତ୍ତା, ୟୁଜର୍, ମର୍ଚଣ୍ଟ୍‌ ରାଜିନାମା କିମ୍ବା Apple Pay ଫୀଚର୍‌ର ବ୍ଯବହାର ପାଇଁ ପ୍ରଯୁଜ୍ୟ ଅନ‍୍ୟାନ‍୍ୟ ନିୟମ ଓ ସର୍ତ୍ତାବଳୀ ଆପଣଙ୍କ କାର୍ଡ୍‌ର ବ୍ଯବହାର ଏବଂ Apple Pay ସହ ସମ୍ବନ୍ଧିତ ସେମାନଙ୍କ ବ୍ଯବହାରକୁ ନିୟନ୍ତ୍ରଣ କରିବ ଏବଂ ଏପରି ସର୍ତ୍ତାବଳୀରେ ଅତିରିକ୍ତ ଗୋପନୀୟତା ନୀତି ଥାଇପାରେ। Apple କିମ୍ବା Apple Pay ପ୍ରଦାନ କରୁଥିବା ଏହାର ସହଯୋଗୀ କମ୍ପାନୀ ବ୍ଯାଙ୍କ୍ ନୁହେଁ ଏବଂ ଏହି ନୋଟିସ୍ ଆପଣଙ୍କ ବ୍ଯାଙ୍କ୍‌ ତରଫରୁ ଆପଣଙ୍କୁ ପଠାଯାଇଥିବା କୌଣସି ଏକ ନୋଟିସ୍‌ର ଅତିରିକ୍ତ ଅଟେ। ଯଦି Apple Payର ବ୍ଯବହାର ସମ୍ବନ୍ଧରେ Appleକୁ କୌଣସି ଠକାମି ହୋଇଥିବାର ସନ୍ଦେହ ହୁଏ, ତେବେ ଠକାମି ରୋକିବା ପାଇଁ ଠକାମି ସମ୍ଭବତଃ Apple ଆକାଉଣ୍ଟ୍ ଏବଂ ନେଣଦେଣ ବିଷୟରେ ସୂଚନା ଆପଣଙ୍କ କାର୍ଡ୍ ଜାରିକର୍ତ୍ତା କିମ୍ବା ଦେୟ ନେଟ୍‌ୱର୍କ୍ ପ୍ରଦାନକାରୀଙ୍କ ସହିତ ଶେୟର୍ ହେବ।

Apple ଆବଶ୍ଯକତା ଅନୁଯାୟୀ କେବଳ ସେତିକି ସମୟ ପର୍ଯ୍ଯନ୍ତ ପର୍ସନଲ୍‌ ଡେଟା ରଖିଥାଏ ଯେତେ ପର୍ଯ୍ଯନ୍ତ ଏହି ବିଜ୍ଞପ୍ତିରେ ବର୍ଣ୍ଣିତ ଉଦ୍ଦେଶ୍ୟ, Appleର ଗୋପନୀୟତା ନୀତି କିମ୍ବା ଆଇନଗତ ଆବଶ୍ଯକତା ସମେତ ଏହାର ସଂଗ୍ରହର ଉଦ୍ଦେଶ୍ୟ ପୂରଣ ହୋଇନାହିଁ। ରିଟେନ୍‌ଶନ୍‌ ଅବଧି ଆକଳନ କରିବା ସମୟରେ, ଆମେ ପ୍ରଥମେ ସତର୍କତାର ସହ ଯାଞ୍ଚ କରିଥାଉ ଯେ, ସଂଗୃହୀତ ବ‍୍ୟକ୍ତିଗତ ଡେଟାକୁ ରଖିବା ଆବଶ୍ୟକ କି ନାହିଁ ଏବଂ ଯଦି ରିଟେନ୍‌ଶନ୍‌ ଆବଶ୍ୟକ ହୁଏ, ତେବେ ଆଇନ ଅନୁଯାୟୀ ଅନୁମୋଦିତ ସବୁଠାରୁ କମ୍ ଅବଧି ପାଇଁ ବ‍୍ୟକ୍ତିଗତ ଡେଟା ରଖିବା ପାଇଁ କାର୍ଯ୍ୟ କରୁ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2025-12-12