Apple ଗବେଷଣା ଆପ୍ ଓ ଗୋପନୀୟତା

Apple ଗବେଷଣା ଆପ୍ ଆପଣଙ୍କୁ ନିଜ iPhone ବ୍ୟବହାର କରି Apple ଗବେଷଣା ଅଧ୍ୟୟନରେ ଖୋଜିବା, ପଞ୍ଜିକରଣ କରିବା ଏବଂ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥାଏ। ଯଦି ଆପଣ ଗବେଷଣା ଅଧ୍ଯୟନରେ ଅଂଶଗ୍ରହଣ କରିବାର ବିକଳ୍ପ ବାଛନ୍ତି, ତେବେ ଆପଣଙ୍କ କଣ୍ଟାକ୍ଟ୍ ସୂଚନା, ସ୍ବାସ୍ଥ‍୍ୟ ସୂଚନା ଏବଂ ସେନ୍ସର୍‌ ସୂଚନା ଭଳି ଡେଟା ସଂଗ୍ରହ କରାଯାଇପାରେ। ଆପଣ ନାମ ଲେଖାଇଥିବା ପ୍ରତ୍ୟେକ ଅଧ୍ୟୟନ ପାଇଁ ଶେୟର୍‌ କରାଯାଇଥିବା ସ୍ବାସ୍ଥ‍୍ୟ ଏବଂ ସେନ୍ସର୍‌ ଡେଟାର ସଂଗ୍ରହ, ବ୍ଯବହାର ଏବଂ ଚୟନର ପରିଚାଳନା କରିପାରିବେ ଏବଂ ଆପଣ ଯେକୌଣସି ସମୟରେ ଯେକୌଣସି ଅଧ୍ୟୟନ ସହିତ ଡେଟା ଶେୟର୍ କରିବା ବନ୍ଦ କରିପାରିବେ। Apple ଆପଣଙ୍କ କଣ୍ଟାକ୍ଟ୍ ସୂଚନା କିମ୍ବା ଅନ୍ଯ କୌଣସି ସୂଚନା ପଢ଼ି ପାରିବ ନାହିଁ ଯାହା ଆପଣଙ୍କୁ ସିଧାସଳଖ ଭାବରେ ଚିହ୍ନଟ କରୁଥିବ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Apple ଗବେଷଣା ଆପ୍‌କୁ ଡିଜାଇନ୍ କରାଯାଇଛି।


Privacy Icon

  • ଯଦି ଆପଣଙ୍କ iOS ଡିଭାଇସ୍‌ରେ ପାସ୍‌କୋଡ୍ ଥାଏ ତେବେ Apple ଗବେଷଣା ଆପ୍ ଦ୍ୱାରା ସଂଗୃହୀତ କିମ୍ବା ଆକ୍ସେସ୍ କରାଯାଇଥିବା କୌଣସି ସୂଚନା ଏନ୍‌କ୍ରିପ୍ଟେଡ୍‌ ଭାବରେ ଷ୍ଟୋର୍ ହୁଏ। ଗବେଷଣା ଡେଟାରେ ଆପଣଙ୍କ କଣ୍ଟାକ୍ଟ୍ ସୂଚନା, ଡେମୋଗ୍ରାଫିକ୍ ସୂଚନା, ସ୍ୱାସ୍ଥ୍ୟ ସୂଚନା, Apple ଗବେଷଣା ଆପ୍‌ର ଆପଣଙ୍କ ଉପଯୋଗ ବିଷୟରେ ସୂଚନା ଏବଂ ଆପଣଙ୍କ iOS ଏବଂ WatchOS ଡିଭାଇସ୍‌ରୁ ସେନ୍ସର୍ ଏବଂ ଉପଯୋଗ ଡେଟା ଅନ୍ତର୍ଭୁକ୍ତ ହୋଇପାରେ।
  • Apple ଗବେଷଣା ଆପ୍‌ରୁ ସୂଚନା ଏକ ଅଧ୍ୟୟନ ସହିତ କେବଳ ସେତେବେଳେ ଶେୟର୍ କରାଯିବ ଯେତେବେଳେ ଆପଣ ସେହି ଅଧ୍ୟୟନ ପାଇଁ ସମ୍ମତିରେ ସ୍ୱାକ୍ଷର କରି ସେଥିରେ ଯୋଗ ଦେବେ ଏବଂ ଅଧ୍ୟୟନ ସଂଗ୍ରହ କିମ୍ବା ଆକ୍ସେସ୍ କରିପାରୁଥିବା ସୂଚନାକୁ Apple ଗବେଷଣା ଆପ୍‌ରେ ପ୍ରାଧିକୃତ କରିବେ।
  • ଯଦି ଆପଣ ଏକ ଅଧ୍ୟୟନର ଅଂଶ ଭାବରେ Apple ସହିତ ଆପଣଙ୍କ ସୂଚନା ଶେୟର୍ କରିବାକୁ ବାଛନ୍ତି, ତେବେ ଆପଣଙ୍କ ସୂଚନା Apple-ପରିଚାଳିତ ସର୍ଭର୍‌କୁ ଟ୍ରାନ୍ସଫର୍ ଏବଂ ଷ୍ଟୋର୍ ହେବା ସମୟରେ ଏନ୍‌କ୍ରିପ୍ଟ୍ ହେବ। Apple ଗବେଷଣା ଆପ୍ ମାଧ୍ୟମରେ ସଂଗ୍ରହ କରାଯାଇଥିବା ଏପରି କୌଣସି ସୂଚନା (ଯେପରିକି ଆପଣଙ୍କ ନାମ, ଇମେଲ୍ ଠିକଣା, ଏବଂ ଫୋନ୍ ନମ୍ବର୍)କୁ ପଢ଼ିବାକୁ Apple ସମର୍ଥ ହେବ ନାହିଁ ଯାହା ଆପଣଙ୍କୁ ସିଧାସଳଖ ଚିହ୍ନଟ କରେ।
  • ଆପଣ ନାମ ଲେଖାଇଥିବା ପ୍ରତ୍ୟେକ ଅଧ୍ୟୟନ ପାଇଁ ଆପଣଙ୍କ ସୂଚନାର ସଂଗ୍ରହ ଏବଂ ବ୍ଯବହାର ପରିଚାଳନା କରିପାରିବେ ଏବଂ ଆପଣ ଯେକୌଣସି ସମୟରେ ଯେକୌଣସି ଅଧ୍ୟୟନ ସହିତ ଡେଟା ଶେୟର୍ କରିବା ବନ୍ଦ କରିପାରିବେ।

Apple ଗବେଷଣା ଆପ୍ ଆପଣଙ୍କୁ ନିଜର iPhone ବ୍ଯବହାର କରି Apple ଗବେଷଣା ଅଧ୍ୟୟନରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଏ, ଯେଉଁଥିରେ ଆପଣଙ୍କୁ ନିଜର iOS, WatchOS ଏବଂ ଅନ୍ୟ ଡିଭାଇସ୍ ଦ୍ୱାରା ସଂଗ୍ରହ କରାଯାଇଥିବା ନିର୍ଦ୍ଦିଷ୍ଟ ସୂଚନା ଶେୟର୍ କରିବାକୁ ଅନୁମତି ଦିଆଯାଇଛି।

ଆପଣ ନାମ ଲେଖାଇଥିବା ପ୍ରତ୍ୟେକ ଅଧ୍ୟୟନ ପାଇଁ, ଆପଣଙ୍କ ବ୍ୟକ୍ତିଗତ ଡେଟା ସମେତ ଆପଣଙ୍କ ସୂଚନା ସଂଗ୍ରହ ଏବଂ ଉପଯୋଗର ପରିଚାଳନା କରିପାରିବେ। ଯଦି ଆପଣଙ୍କ iOS ଡିଭାଇସ୍‌ରେ ପାସ୍‌କୋଡ୍ ଥାଏ ତେବେ Apple ଗବେଷଣା ଆପ୍ ଦ୍ୱାରା ସଂଗୃହୀତ କିମ୍ବା ଆକ୍ସେସ୍ ହୋଇଥିବା କୌଣସି ସୂଚନା ଏନ୍‌କ୍ରିପ୍ଟେଡ୍ ରୂପରେ ଷ୍ଟୋର୍ ହୁଏ।

Apple ଗବେଷଣା ଆପ୍‌ରୁ ସୂଚନା ଏକ ଅଧ୍ୟୟନ ସହିତ କେବଳ ସେତେବେଳେ ଶେୟର୍ କରାଯିବ ଯେତେବେଳେ ଆପଣ ସେହି ଅଧ୍ୟୟନ ପାଇଁ ସମ୍ମତିରେ ସ୍ୱାକ୍ଷର କରି ସେଥିରେ ଯୋଗ ଦେବେ ଏବଂ ଅଧ୍ୟୟନ ସଂଗ୍ରହ କିମ୍ବା ଆକ୍ସେସ୍ କରିପାରୁଥିବା ସୂଚନାକୁ Apple ଗବେଷଣା ଆପ୍‌ରେ ପ୍ରାଧିକୃତ କରିବେ। ଯଦି ଆପଣ ଏକ ଅଧ‍୍ୟୟନର ଅଂଶ ଭାବରେ Apple ସହିତ ଆପଣଙ୍କ ସୂଚନା ଶେୟର୍ କରିବାକୁ ବାଛନ୍ତି, ତେବେ ଆପଣଙ୍କ ସୂଚନା Apple-ପରିଚାଳିତ ସର୍ଭର୍‌କୁ ଟ୍ରାନ୍ସ୍‌ଫର୍ ଏବଂ ଷ୍ଟୋର୍ କରିବା ସମୟରେ ଏନ୍‌କ୍ରିପ୍ଟ୍ କରାଯିବ। Apple ଗବେଷଣା ଆପ୍ ମାଧ‍୍ୟମରେ ସଂଗ୍ରହ କରାଯାଇଥିବା ଆପଣଙ୍କୁ ସିଧାସଳଖ ଚିହ୍ନଟ କରୁଥିବା କୌଣସି ସୂଚନା (ଯେପରିକି ଆପଣଙ୍କ ନାମ, ଇମେଲ୍ ଠିକଣା, ଏବଂ ଫୋନ୍ ନମ୍ବର୍‌) ପଢ଼ିବା ପାଇଁ Apple ସମର୍ଥ ହେବ ନାହିଁ।

Apple ରିସର୍ଚ୍ଚ୍‌ ଆପ୍‌ ଦ୍ୱାରା ସଂଗୃହିତ କିମ୍ବା ଆକ୍ସେସ୍ କରାଯାଇଥିବା ଗବେଷଣା ଡେଟା ଅନ୍ତର୍ଭୁକ୍ତ କରିପାରେ:

  • ଗବେଷଣା ପ୍ରୋଫାଇଲ୍‌ ସୂଚନା: ଆପଣଙ୍କ ପ୍ରଥମ ଅଧ‍୍ୟୟନରେ ନାମ ଲେଖାଇବା ସମୟରେ, Apple ଗବେଷଣା ଆପ୍‌ରେ ଏକ ଗବେଷଣା ପ୍ରୋଫାଇଲ୍‌ ତିଆରି କରିବା ପାଇଁ ଆପଣଙ୍କୁ କିଛି ସୂଚନା ପ୍ରଦାନ କରିବାକୁ କୁହାଯିବ, ଯେଉଁଥିରେ ଆପଣଙ୍କ ନାମ, ଇମେଲ୍‌ ଠିକଣା, ଫୋନ୍‌ ନମ୍ବର୍ ଏବଂ ଜନ୍ମ ତାରିଖ ପରି ସୂଚନା ଅନ୍ତର୍ଭୁକ୍ତ। ଆପଣଙ୍କୁ Apple ଗବେଷଣା ଆପ୍‌ ମଧ‍୍ୟରେ ଚାଲିଥିବା ଯେକୌଣସି ଅଧ‍୍ୟୟନରେ ଅଂଶଗ୍ରହଣ କରିବା ପୂର୍ବରୁ ଏହି ପ୍ରୋଫାଇଲ୍‌ ସୂଚନା ପ୍ରଦାନ କରିବାକୁ ହେବ। ଆପଣଙ୍କ ପ୍ରୋଫାଇଲ୍‌ ସୂଚନା ନିର୍ଦ୍ଦିଷ୍ଟ ଅଧ‍୍ୟୟନ ପାଇଁ ଯୋଗ‍୍ୟ କିମ୍ବା ନୁହେଁ ତାହା ନିର୍ଣ୍ଣୟ କରିବା ପାଇଁ ବ୍ଯବହୃତ ହୋଇପାରେ। ଅଧ‍୍ୟୟନ ଯୋଗ‍୍ୟତା ଉଦ୍ଦେଶ‍୍ୟ ପାଇଁ ଆପଣଙ୍କ ପ୍ରୋଫାଇଲ୍‌ ସୂଚନାର ଏହି ପ୍ରକ୍ରିୟାକରଣ ଡିଭାଇସ୍‌ରେ ସମ୍ପୂର୍ଣ୍ଣ ହେବ। Apple ପାଖରେ ଆପଣଙ୍କ କଣ୍ଟାକ୍ଟ୍‌ ସୂଚନା କିମ୍ବା ଆପଣଙ୍କ ସମ୍ପୂର୍ଣ୍ଣ ଜନ୍ମ ତାରିଖର ଆକ୍ସେସ୍ ରହିବ ନାହିଁ।
  • ଡେମୋଗ୍ରାଫିକ୍‌ ସୂଚନା: ଆପଣଙ୍କୁ ଲିଙ୍ଗ ଏବଂ ଜାତି ଭଳି କିଛି ପରିସଂଖ୍ୟାନାତ୍ମକ ସୂଚନା ପ୍ରଦାନ କରିବାକୁ ମଧ୍ଯ କୁହାଯିବ। ଏକ ଅଧ‍୍ୟୟନରେ ଅଂଶଗ୍ରହଣ କରିବା ପୂର୍ବରୁ ଆପଣଙ୍କୁ କୌଣସି ପରିସଂଖ୍ୟାନାତ୍ମକ ସୂଚନା ପ୍ରଦାନ କରିବା ଆବଶ୍ଯକ ନାହିଁ। ଆପଣଙ୍କ ଜନସଂଖ‍୍ୟା ସମ୍ବନ୍ଧୀୟ ସୂଚନା ନିର୍ଦ୍ଦିଷ୍ଟ ଅଧ‍୍ୟୟନ ପାଇଁ ଯୋଗ‍୍ୟ କିମ୍ବା ନୁହେଁ ନିର୍ଣ୍ଣୟ କରିବା ପାଇଁ ବ୍ଯବହୃତ ହୋଇପାରେ। ଅଧ‍୍ୟୟନ ଯୋଗ‍୍ୟତା ଉଦ୍ଦେଶ‍୍ୟ ପାଇଁ ଆପଣଙ୍କ ପରିସଂଖ୍ୟାନାତ୍ମକ ସୂଚନାର ଏହି ପ୍ରକ୍ରିୟାକରଣ ଡିଭାଇସ୍‌ରେ ସମ୍ପୂର୍ଣ୍ଣ ହେବ।
  • ସ୍ବାସ୍ଥ୍ଯ ସୂଚନା: ଯଦି ଆପଣଙ୍କ ସ୍ବାସ୍ଥ‍୍ୟ ଆପ୍‌ରେ ଆପଣଙ୍କର ସୂଚନା ଥାଏ, ଆପଣ ସେହି ସୂଚନାକୁ କିଛି ଅଧ‍୍ୟୟନ ସହ ଶେୟର୍ କରିବାର ବିକଳ୍ପ ବାଛିପାରିବେ। ଏହି ସୂଚନାରେ ଆପଣଙ୍କ ସ୍ବାସ୍ଥ‍୍ୟ ରେକର୍ଡ୍‌, କାର୍ଯ୍ଯକଳାପ, ଶରୀରର ମାପ, ଭାଇଟଲ୍‌, ଔଷଧ, ମାନସିକ ସୁସ୍ଥତା, ଗତିଶୀଳତା, ପୋଷଣ, ନିଦ୍ରା, ଶ୍ବାସକ୍ରିୟା ସମ୍ବନ୍ଧୀୟ, ଲକ୍ଷଣ ଏବଂ ପ୍ରଜନନ ସ୍ବାସ୍ଥ‍୍ୟର ସୂଚନା ଯେପରିକି ମାସିକ ଋତୁସ୍ରାବର ଦୀର୍ଘତା ଏବଂ ସମ୍ବନ୍ଧିତ ଲକ୍ଷଣ ଅନ୍ତର୍ଭୁକ୍ତ ହୋଇପାରେ। ଆପ୍‌ ସର୍ଭେ ଏବଂ ଟାସ୍କ୍‌ ମାଧ‍୍ୟମରେ ଦାବି ସମ୍ବନ୍ଧିତ ସୂଚନା ଏବଂ ସ୍ବାସ୍ଥ‍୍ୟ ସମ୍ବନ୍ଧୀୟ ଅନ‍୍ୟ ସୂଚନା ଶେୟର୍ କରିବା ମଧ୍ଯ ବାଛି ପାରନ୍ତି।
  • Apple ଗବେଷଣା ଆପ୍‌ ଉପଯୋଗ ସୂଚନା: ଏହି ସୂଚନା ଆପଣଙ୍କ ଏବଂ Apple ଗବେଷଣା ଆପ୍‌ ମଧ‍୍ୟରେ ହୋଇଥିବା ଇଣ୍ଟର୍‌ଆକ୍ସନ୍‌ ଏବଂ ନିର୍ଦ୍ଦଷ୍ଟ ଅଧ‍୍ୟୟନ ବିଷୟରେ ହୋଇଥାଏ। ଉଦାହରଣ ସ୍ବରୂପ, ଏଥିରେ ପ୍ରଦାନ କରାଯାଇଥିବା ଅଧ‍୍ୟୟନରେ ନାମାଙ୍କିତ ହେଲେ ଆପଣଙ୍କୁ ପ୍ରାପ୍ତ ହୋଇଥିବା ଅଧ‍୍ୟୟନ ସମ୍ବନ୍ଧୀୟ ନୋଟିଫିକେଶନ୍ ଏବଂ ଆପଣ ଏହି ନୋଟିଫିକେଶନ୍‌ର ପ୍ରତିକ୍ରିୟାରରେ କରିଥିବା କାର୍ଯ୍ଯ; ଆପଣ ଆରମ୍ଭ ଏବଂ ସମ୍ପୂର୍ଣ୍ଣ କରିଥିବା ଅଧ‍୍ୟୟନ ସମ୍ବନ୍ଧୀୟ ଟାସ୍କ୍‌ର ସଂଖ‍୍ୟା; ଗବେଷଣା ଆପ୍‌ରୁ ପଠାଯାଇଥିବା ଡେଟାର ପରିମାଣ ଏବଂ ତାହାର ସମୟକାଳ; ଆପଣ ଗବେଷଣା ଆପ୍‌କୁ କିପରି ଲଞ୍ଚ୍ କରିବେ; ଏବଂ ଗବେଷଣା ଆପ୍‌ର କାର୍ଯ‍୍ୟକ୍ଷମତା ଆଦି ବିଷୟରେ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ।
  • େନ୍ସର୍ ଏବଂ ଉପଯୋଗ ଡେଟା: ଏହି ସେନ୍ସର୍‌ ଏବଂ ଡିଭାଇସ୍ ବ୍ୟବହାର ସୂଚନା କେବଳ ଗବେଷଣା ଅଧ୍ୟୟନ ପାଇଁ ଉପଲବ୍ଧ ଯାହା ଏକ ଗବେଷଣା ନୈତିକତା କମିଟି ଦ୍ୱାରା ସମୀକ୍ଷା କରିବା ସମେତ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରେ। ଆପଣ ଯୋଗ ଦେଇଥିବା ପ୍ରତ୍ୟେକ ଅଧ୍ୟୟନ ସହିତ ଶେୟର୍‌ କରିଥିବା ସେନ୍ସର୍‌ ଏବଂ ବ୍ୟବହାର ଡେଟାକୁ ଆପଣ ନିୟନ୍ତ୍ରଣ କରିପାରିବେ ଏବଂ ଯେକୌଣସି ସମୟରେ ଯେକୌଣସି ଅଧ୍ୟୟନ ସହିତ ଏହି ଡେଟା ଶେୟର୍‌ କରିବା ବନ୍ଦ କରିପାରିବେ। ସେଟିଂସ୍ > ଗୋପନୀୟତା ଏବଂ ସୁରକ୍ଷା > ଗବେଷଣା ସେନ୍ସର୍‌ ଏବଂ ବ୍ୟବହାର ଡେଟାରୁ ଅଧିକ ଜାଣନ୍ତୁ।
  • ଅନ୍ୟ ଡେଟା ପ୍ରକାର: Apple ରିସର୍ଚ୍ଚ୍‌ ଆପ୍‌ରେ କିଛି ଅଧ୍ୟୟନ ଅତିରିକ୍ତ ଡେଟା ପ୍ରକାର, ଯେପରିକି ଅଡିଓ କିମ୍ବା ଭିଡିଓ ଡେଟା କିମ୍ବା Apple ରିସର୍ଚ୍ଚ୍‌ ଆପ୍ ମାଧ୍ୟମରେ ପରିଚାଳିତ ପରୀକ୍ଷା କିମ୍ବା ସର୍ବେକ୍ଷଣ ଏବଂ କାର୍ଯ୍ୟରୁ ଉତ୍ପନ୍ନ ସୂଚନାକୁ ସଂଗ୍ରହ କିମ୍ବା ଆକ୍ସେସ୍ କରିପାରେ। ପ୍ରତ୍ୟେକ ଅଧ୍ୟୟନ ସମ୍ମତି ଏହିପରି ଡେଟା ସଂଗ୍ରହ, ବ୍ୟବହାର ଏବଂ ଶେୟର୍‌କୁ ପ୍ରଯୁଜ୍ୟ ଭାବରେ ବର୍ଣ୍ଣନା କରିବ।

ଆପଣ ନିଜ ଡେଟା ଟାବ୍‌କୁ ଯାଇ ଏବଂ ଅନ୍‌ସ୍କ୍ରୀନ୍‌ର ନିର୍ଦ୍ଦେଶାବଳୀ ଅନୁସରଣ କରି ଯେକୌଣସି ସମୟରେ Apple ରିସର୍ଚ୍ଚ୍‌ ଆପ୍ ମଧ୍ୟରେ ଥିବା କୌଣସି ଅଧ୍ୟୟନ ସହିତ Apple ରିସର୍ଚ୍ଚ୍‌ ଆପ୍ ମାଧ୍ୟମରେ ସଂଗୃହୀତ କିମ୍ବା ଆକ୍ସେସ୍ ହୋଇଥିବା କୌଣସି ଡେଟା ଶେୟର୍‌ କରିବା ବନ୍ଦ କରିପାରିବେ।

ଆପଣ ମଧ୍ଯ ଯେକୌଣସି ସମୟରେ ଯେକୌଣସି ଅଧ୍ୟୟନରେ ଅଂଶଗ୍ରହଣ କରିବା ବନ୍ଦ କରିପାରିବେ। ଆପଣ ଅଧ୍ୟୟନ ଟାବ୍‌କୁ ଯାଇ, ସମ୍ପୃକ୍ତ ଅଧ୍ୟୟନ ଚୟନ କରି ଏବଂ “ଏହି ଅଧ୍ୟୟନରୁ ପ୍ରତ୍ୟାହାର କରନ୍ତୁ”ରେ ଟାପ୍‌ କରି Apple ରିସର୍ଚ୍ଚ୍‌ ଆପ୍ ମଧ୍ୟରେ ଚାଲୁଥିବା ଏକ ଅଧ୍ୟୟନରୁ ପ୍ରତ୍ୟାହାର କରିପାରିବେ। Apple ରିସର୍ଚ୍ଚ୍‌ ଆପ୍‌ ଡିଲିଟ୍‌ କିମ୍ବା ଅଫ୍‌ଲୋଡ୍ କରିବା, ଡେଟା ସଂଗ୍ରହ ଏବଂ ଶେୟର୍‌ କରିବା କେବଳ ପଜ୍‌ କରିବ — ଆପଣଙ୍କୁ ଅଧ୍ୟୟନରୁ ପ୍ରତ୍ୟାହାର କରିବ ନାହିଁ। ପ୍ରତ୍ୟେକ ଅଧ୍ୟୟନ ପାଇଁ ଅବଗତ ସମ୍ମତିରେ ନିର୍ଦ୍ଦିଷ୍ଟ ଧାରଣ ନୀତି ଏବଂ ପ୍ରତ୍ୟାହାର କରିବାକୁ ଆପଣଙ୍କ ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକୁ ବର୍ଣ୍ଣନା କରାଯିବ।

ଆପଣଙ୍କ Apple ରିସର୍ଚ୍ଚ୍‌ ଆପ୍‌ରେ ଷ୍ଟୋର୍ ହୋଇଥିବା ସୂଚନା ଆପଣଙ୍କ ସମ୍ପୂର୍ଣ୍ଣ ଡାକ୍ତରୀ ହିଷ୍ଟ୍ରିକୁ ପ୍ରତିଫଳିତ କରିନପାରେ ଏବଂ ଆପଣଙ୍କ ଅଫିସିଅଲ୍ ସ୍ୱାସ୍ଥ୍ୟ ରେକର୍ଡ୍‌ କିମ୍ବା କୌଣସି ବୃତ୍ତିଗତ ଡାକ୍ତରୀ ବିଚାରର ବିକଳ୍ପ ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଆପଣ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କ ସ୍ୱାସ୍ଥ‍୍ୟସେବା ପ୍ରଦାନକାରୀଙ୍କ ପରାମର୍ଶ ନେବା ଉଚିତ। ଆପଣଙ୍କ Apple ରିସର୍ଚ୍ଚ୍‌ ଆପ୍‌ରେ ଷ୍ଟୋର୍ ହୋଇଥିବା ସୂଚନା ମଧ୍ୟ ଆପଣଙ୍କ ସମ୍ପୂର୍ଣ୍ଣ ଅଧ୍ୟୟନ ରେକର୍ଡ୍‌କୁ ପ୍ରତିଫଳିତ କରିନପାରେ। ଯଦି ଆପଣଙ୍କର ଅଧ୍ୟୟନ ରେକର୍ଡ୍‌ ବିଷୟରେ କୌଣସି ପ୍ରଶ୍ନ ଥାଏ ତେବେ ଆପଣ ପ୍ରତ୍ୟେକ ଅଧ୍ୟୟନ ପାଇଁ ସମ୍ମତିରେ ତାଲିକାଭୁକ୍ତ ଥିବା କଣ୍ଟାକ୍ଟ୍‌ମାନଙ୍କ ସହିତ ପରାମର୍ଶ କରିବା ଉଚିତ୍।

ସବୁବେଳେ, Apple ରିସର୍ଚ୍ଚ୍‌ ଆପ୍‌ର ବ୍ୟବହାରରୁ Apple ଦ୍ୱାରା ସଂଗ୍ରହ କରାଯାଇଥିବା ସୂଚନା କିମ୍ବା Apple ଗବେଷଣା ଆପ୍ ମାଧ୍ୟମରେ ସକ୍ଷମ ହୋଇଥିବା କୌଣସି ଫୀଚର୍‌କୁ Appleର ସ୍ୱାସ୍ଥ୍ୟ ଅଧ୍ୟୟନ ଆପ୍ ଗୋପନୀୟତା ନୀତି ଅନୁଯାୟୀ ବିବେଚନା କରାଯିବ, ଯାହା www.apple.com/legal/privacy/apple-health-studies ରେ ମିଳିପାରିବ।

2025-12-12