Siri, ଡିକ୍ଟେଶନ୍ ଓ ଗୋପନୀୟତା

Siri ସହିତ ଆପଣଙ୍କର ବାର୍ତ୍ତାଳାପର ଟ୍ରାନ୍ସ୍‌କ୍ରିପ୍ଟ୍‌ଗୁଡ଼ିକୁ Apple ଷ୍ଟୋର୍ କରେ ଏବଂ ଏହି ଟ୍ରାନ୍ସ୍‌କ୍ରିପ୍ଟ୍‌ଗୁଡ଼ିକର ଏକ ସବ୍‌ସେଟ୍‌ର ସମୀକ୍ଷା କରିପାରେ। ଆପଣଙ୍କ ଅନୁରୋଧ ପ୍ରକ୍ରିୟାନ୍ବିତ କରିବାକୁ Siri ଆପଣଙ୍କ ଅଡିଓ, Siri ସେଟ୍‌ଅପ୍, କଣ୍ଟାକ୍ଟ୍ ଏବଂ ଲୋକେଶନ୍ ପରି ସୂଚନା ମଧ୍ୟ Apple କୁ ପଠାଇପାରେ। ଆପଣଙ୍କ Apple ଆକାଉଣ୍ଟ୍ ସହିତ ଡେଟା ସମ୍ବନ୍ଧିତ ନୁହେଁ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Siri କୁ ଡିଜାଇନ୍ କରାଯାଇଛି।


Siri, ଡିକ୍ଟେଶନ୍ ଓ ଗୋପନୀୟତା Siri ଓ ଡିକ୍ଟେଶନ୍ ପାଇଁ ଡିଫଲ୍ଟ୍ ଆଚରଣର ରୂପରେଖ ଦେଇଥାଏ। ଯଦି ଆପଣ Siri ଏବଂ ଡିକ୍ଟେଶନ୍ ଉନ୍ନତ କରିବାକୁ ଚୟନ କରନ୍ତି, ତେବେ ଅତିରିକ୍ତ ଡେଟା ସଂଗ୍ରହ, ଷ୍ଟୋର୍ ଏବଂ ସମୀକ୍ଷା କରାଯାଏ। ଅଧିକ ସୂଚନା ପାଇଁ, www.apple.com/legal/privacy/data/en/improve-siri-dictation କୁ ଯାଆନ୍ତୁ।

Siri ଏବଂ ଡିକ୍ଟେଶନ୍

ଆପଣ Siri ବ୍ଯବହାର କରିବା ସମୟରେ, ଆପଣ କହୁଥିବା କଥାକୁ Apple ସର୍ଭର୍‌କୁ ପଠାନଯାଇ ଆପଣଙ୍କ ଡିଭାଇସ୍‌ରେ ପ୍ରକ୍ରିୟାନ୍ବିତ କରାଯାଉଛି କି ନାହିଁ, ତାହା ଆପଣଙ୍କ ଡିଭାଇସ୍ Siri ସେଟିଂସ୍‌ରେ ସୂଚିତ କରିବ। ନଚେତ୍, ଆପଣଙ୍କ ଅଡିଓ Apple ସର୍ଭର୍‌କୁ ପଠାଯାଇ ପ୍ରକ୍ରିୟାକରଣ କରାଯାଏ। ଯେ ପର୍ଯ‍୍ୟନ୍ତ ଆପଣ Siri ଏବଂ ଡିକ୍ଟେଶନ୍ ଉନ୍ନତ କରିବାକୁ ଚୟନ କରିନାହାନ୍ତି, ଆପଣଙ୍କ ଅଡିଓ ଡେଟା Apple ଦ୍ୱାରା ଷ୍ଟୋର୍ ହେବ ନାହିଁ।

ଆପଣ ଡିକ୍ଟେଶନ୍ ବ୍ୟବହାର କରିବା ସମୟରେ, ଯଦି ଆପଣଙ୍କ ଅଡିଓ ଏବଂ ଟ୍ରାନ୍ସ୍‌ସ୍କ୍ରିପ୍ଟ୍ Apple ସର୍ଭର୍‌କୁ ପଠାନଯାଇ ଆପଣଙ୍କ ଡିଭାଇସ୍‌ରେ ପ୍ରକ୍ରିୟାନ୍ୱିତ କରାଯାଏ ତେବେ ଆପଣଙ୍କ ଡିଭାଇସ୍ କୀ’ବୋର୍ଡ୍ ସେଟିଂସ୍‌ରେ ତାହା ସୂଚିତ କରିବ। ନଚେତ, ଆପଣଙ୍କ ଦ୍ବାରା ଡିକ୍ଟେଟ୍ କରାଯାଉଥିବା କଥା ସର୍ଭର୍‌କୁ ପଠାଯିବା ସହିତ ସେଠାରେ ପ୍ରକ୍ରିୟାକରଣ କରାଯିବ, କିନ୍ତୁ Siri ଓ ଡିକ୍ଟେଶନ୍‌କୁ ଉନ୍ନତ କରିବା ପାଇଁ ଚୟନ ନ କରିବା ପର୍ଯ୍ଯନ୍ତ ଷ୍ଟୋର୍ କରାଯିବ ନାହିଁ।

Apple ସମ୍ୱନ୍ଧୀୟ ଅନୁରୋଧ ଡେଟା, ଯେପରିକି ଆପଣ କରିଥିବା ଅନୁରୋଧଗୁଡ଼ିକର ବର୍ଗ ଏବଂ ସେଗୁଡ଼ିକ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି କି ନାହିଁ, ଡିଭାଇସ୍ ସ୍ପେସିଫିକେଶନ୍, ଡିଭାଇସ୍ କନ୍‌ଫିଗ୍‌ରେଶନ୍, କାର୍ଯ୍ୟଦକ୍ଷତା ପରିସଂଖ୍ୟାନ ଏବଂ ଯଦି ଆପଣ Siri ପାଇଁ ଲୋକେଶନ୍ ସେବା ଚାଲୁ କରିଛନ୍ତି, ତେବେ ଅନୁରୋଧ କରାଯାଇଥିବା ସମୟରେ ଆପଣଙ୍କ ଡିଭାଇସ୍‌ର ଆନୁମାନିକ ଲୋକେଶନ୍ ଡେଟା ମଧ୍ୟ ଷ୍ଟୋର୍ କରିବ।

ଆପଣଙ୍କ ଅନୁରୋଧ ହିଷ୍ଟ୍ରି ଯେଉଁଥିରେ ଟ୍ରାନ୍‌ସ୍କ୍ରିପ୍ଟ୍ ଏବଂ ଯେକୌଣସି ସମ୍ବନ୍ଧିତ ଅନୁରୋଧ ଡେଟା ଥାଏ, ତାକୁ ପ୍ରତି ଘଣ୍ଟାରେ ଏକାଧିକ ଥର ଘୂରୁଥିବା ଏକ ର‍୍ୟାଣ୍ଡମ୍, ଡିଭାଇସ୍ ଦ୍ବାରା ଜେନେରେଟ୍ ହୋଇଥିବା ଚିହ୍ନଟକାରୀ ସହ ସମ୍ବନ୍ଧିତ କରାଯାଏ କିନ୍ତୁ ଆପଣଙ୍କ Apple ଆକାଉଣ୍ଟ୍ କିମ୍ୱା ଇମେଲ୍ ଠିକଣା ସହିତ ସମ୍ବନ୍ଧିତ କରାଯାଏ ନାହିଁ। Apple ପ୍ରଡକ୍ଟ୍ ଏବଂ ସେବାଗୁଡ଼ିକରେ Siri, ଡିକ୍ଟେଶନ୍, ସର୍ଚ୍ଚ୍ ଏବଂ ସୀମିତ ଅନ୍ୟ ଭାଷା ପ୍ରକ୍ରିୟାକରଣ କାର୍ଯ୍ୟକାରିତାର ବିକାଶ ଏବଂ ଉନ୍ନତି ପାଇଁ Apple ଏହି ଡେଟାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ରଖିପାରିବ ଏବଂ ବ୍ୟବହାର କରିପାରିବ। ଉଦାହରଣ ସ୍ୱରୁପ, ଟ୍ରାନ୍ସ୍‌ସ୍କ୍ରିପ୍ଟ୍‌କୁ Siri, ସର୍ଚ୍ଚ୍, ଭଏସ୍ କଣ୍ଟ୍ରୋଲ୍, ଅନୁବାଦ ଏବଂ ସ୍ୱୟଂଚାଳିତ ଭାବରେ ସ୍ପୀଚ୍ ଚିହ୍ନଟ କରୁଥିବା ମଡେଲ୍‌କୁ ଉନ୍ନତ କରିବା ପାଇଁ ବ‍୍ୟବହାର କରାଯାଇପାରେ। Siri ସହିତ ଆପଣଙ୍କର ଇଣ୍ଟରାକ୍ସନ୍‌ରେ ଥିବା ଟ୍ରାନ୍ସ୍‌କ୍ରିପ୍ଟ୍‌ର ଏକ ସବ୍‌ସେଟ୍‌କୁ Apple ସମୀକ୍ଷା ମଧ୍ୟ କରିପାରେ ଏବଂ ସମୀକ୍ଷା କରାଯାଇଥିବା ଇଣ୍ଟରାକ୍ସନ୍‌ର ଏହି କ୍ଷୁଦ୍ର ସବ୍‌ସେଟ୍ ଏହି ପ୍ରଡକ୍ଟ୍ ଓ ସେବାଗୁଡ଼ିକୁ କ୍ରମାଗତ ଭାବରେ ଉନ୍ନତ କରିବା ପାଇଁ ଦୁଇ ବର୍ଷରୁ ଅଧିକ ସମୟ ପାଇଁ ରଖାଯାଇପାରେ।

ଆପଣଙ୍କ ଡିଭାଇସ୍‌ରେ ଆପଣଙ୍କ Siri ଓ ଡିକ୍ଟେଶନ୍ ଇଣ୍ଟରାକ୍ସନ୍‌ର ଏକ ହିଷ୍ଟ୍ରି ଷ୍ଟୋର୍ ହୋଇଥାଏ ଏବଂ ଏହା ଆପଣଙ୍କ Siri ଅନୁଭୂତିକୁ ପର୍ସନଲାଇଜ୍ କରିବା ପାଇଁ ବ୍ୟବହାର କରାଯାଇପାରେ।

ଆପଣ Siri ଏବଂ ଡିକ୍ଟେଶନ୍ ବ୍ୟବହାର କରିବା ସମୟରେ ଆପଣଙ୍କ ଡିଭାଇସ୍ Apple କୁ ଅନ୍ୟ ପ୍ରାସଙ୍ଗିକ ଡେଟା ପଠାଇପାରେ, ଯେଉଁଥିରେ ଏକ ତୃତୀୟ-ପକ୍ଷ ଆପ୍‌ରୁ ଡେଟା ଅନ୍ତର୍ଭୁକ୍ତ ଥାଏ ଯାହାକୁ ଆପଣ “Siri ଅନୁରୋଧ ସହିତ ବ୍ଯବହାର କରନ୍ତୁ” ସହିତ ଇଣ୍ଟିଗ୍ରେଟ୍ କରିବାକୁ ଅନୁମତି ଦେଇଛନ୍ତି, ଯେପରିକି:

  • କଣ୍ଟାକ୍ଟ୍ ନାମ, ଡାକ ନାମ ଓ ସମ୍ପର୍କ (ଉଦାହରଣ ସ୍ୱରୂପ, “ମୋ ବାପା”), ଯଦି ଆପଣ ନିଜ କଣ୍ଟାକ୍ଟ୍‌ରେ ତାଙ୍କୁ ସେଟ୍ କରନ୍ତି
  • ସମ୍ବୋଧନର ପ୍ରକାର, ଯଦି ଭାଷା ଏବଂ ଅଞ୍ଚଳ ସେଟିଂସ୍‌ରେ ସେଟ୍ କରାଯାଇଛି
  • ଆପଣ ଉପଭୋଗ କରୁଥିବା ମୂଜିକ୍ ଓ ପଡ୍‌କାଷ୍ଟ୍
  • ଆପଣଙ୍କ ଏବଂ ଆପଣଙ୍କ ଫ୍ୟାମିଲି ଶେୟରିଂ ସଦସ୍ୟଙ୍କ ଡିଭାଇସ୍‌ର ନାମ
  • ଘର ଆପ୍‌ରେ ଥିବା ଆକ୍ସେସରି, ଘର, ଦୃଶ୍ଯ, ଘରର ସଦସ୍ୟଙ୍କ ନାମ ଏବଂ Apple TV ୟୁଜର୍ ପ୍ରୋଫାଇଲ୍
  • ଆଇଟମ୍ ପାଇଁ ଲେବଲ୍, ଯେପରିକି ଫଟୋରେ ଥି୍ବା ଲୋକଙ୍କ ନାମ, ଆଲାର୍ମ୍ ନାମ, ରିମାଇଣ୍ଡର୍ ଲିଷ୍ଟ୍‌ର ନାମ
  • ଆପଣଙ୍କ ଡିଭାଇସ୍‌ରେ ଇନ୍‌ଷ୍ଟଲ୍ ହୋଇଥିବା ଆପ୍‌ର ନାମ ଏବଂ Siri ମାଧ୍ଯମରେ ଆପଣ ଯୋଡ଼ିଥିବା ଶର୍ଟ୍‌କଟ୍

ଏହି ଡେଟା ଏକ ର‍୍ୟାଣ୍ଡମ୍, ଡିଭାଇସ୍ ଦ୍ୱାରା ସୃଷ୍ଟି ହୋଇଥିବା ଚିହ୍ନଟକାରୀ ସହ ସମ୍ବନ୍ଧିତ ଅଟେ ଏବଂ ଆପଣଙ୍କ Apple ଆକାଉଣ୍ଟ୍ କିମ୍ବା ଇମେଲ୍ ଠିକଣା ସହ ସଂଯୁକ୍ତ ନୁହେଁ। Apple ଦ୍ୱାରା ଏହାର ବ୍ଯବହାର କେବଳ ଏହା ନିର୍ଦ୍ଧାରଣ କରିବା ପାଇଁ କରାଯାଏ ଯେ Siri ଆପଣଙ୍କ ଅନୁରୋଧ ବୁଝିଛି କି ନାହିଁ ଏବଂ ଆପଣଙ୍କ କଥାକୁ ଉନ୍ନତ ରୂପେ ବୁଝିବାରେ ଆପଣଙ୍କ iOS ଡିଭାଇସ୍ ଏବଂ ଆପଣଙ୍କ Apple Watch, HomePod କିମ୍ବା ସମର୍ଥିତ HomeKit ଆକ୍ସେସରି ପରି ସଂଯୁକ୍ତ ଥିବା ଡିଭାଇସ୍‌ର ସହାୟତା କରିବା ପାଇଁ ବ୍ଯବହାର କରାଯାଏ।

ଏହି ପ୍ରାସଙ୍ଗିକ ଡେଟା, ଆପଣଙ୍କ Siri ଟ୍ରାନ୍‌ସ୍କ୍ରିପ୍ଟ୍ ଓ ଏହା ସମ୍ବନ୍ଧିତ ଅନୁରୋଧ ଡେଟାକୁ ମାର୍କେଟିଂ ପ୍ରୋଫାଇଲ୍ ତିଆରି କରିବାକୁ ବ‍୍ୟବହାର କରାଯାଏ ନାହିଁ ଏବଂ କାହାକୁ ବିକ୍ରୟ କରାଯାଏ ନାହିଁ।

ତୃତୀୟ-ପକ୍ଷ ଆପ୍

Siri ଆପଣଙ୍କ ତରଫରୁ ଏକ ତୃତୀୟ-ପକ୍ଷ ଆପ୍ କିମ୍ୱା ସେବା ସହିତ ଇଣ୍ଟରାକ୍ଟ୍ କରିବା ସମୟରେ, ଆପଣ ସେହି ଆପ୍ କିମ୍ୱା ସେବାର ନିୟମ ଓ ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତିର ଅଧୀନସ୍ଥ ହୋଇଥାନ୍ତି। ଏହା ସହିତ, ଯଦି ଆପଣ ଟ୍ରାନ୍‌ସ୍କ୍ରିପ୍ସନ୍ ପାଇଁ ସ୍ପୀଚ୍ ଚିହ୍ନଟକରଣ ବ‍୍ୟବହାର କରିବା ପାଇଁ ଆପ୍‌କୁ ଅନୁମତି ଦେବା ପାଇଁ ବାଛନ୍ତି ତେବେ ଟ୍ରାନ୍ସ୍‌କ୍ରାଇବ୍ କରାଯିବାକୁ ଥିବା ଅଡିଓ ଡେଟାକୁ Apple କୁ ପଠାଯାଇପାରେ।

Siri ପରାମର୍ଶ

ଆପଣଙ୍କ ଅନୁଭୂତିକୁ ପର୍ସନଲାଇଜ୍ କରିବା ପାଇଁ ଆପଣ କିପରି ନିଜ ଡିଭାଇସ୍ ଏବଂ ଆପ୍ ବ୍ଯବହାର କରନ୍ତି, ତାହା ଶିଖିବା ପାଇଁ Siri ପରାମର୍ଶ ସ୍ଥାନୀୟ, ଅନ୍-ଡିଭାଇସ୍ ପ୍ରୋସେସିଂ ବ୍ଯବହାର କରେ। ଆପଣଙ୍କ ଡିଭାଇସ୍‌ରେ ଷ୍ଟୋର୍ ହୋଇଥିବା ସୂଚନା, ଯେପରିକି ଆପଣଙ୍କ Safari ବ୍ରାଉଜିଂ ହିଷ୍ଟ୍ରି, ଇମେଲ୍, ମେସେଜ୍, ଇମେଜ୍, ନୋଟିଫିକେଶନ୍ ଓ କଣ୍ଟାକ୍ଟ୍ ତଥା ଅନ୍ୟ ଇନ୍‌ଷ୍ଟଲ୍ ହୋଇଥିବା ଆପ୍ ଦ୍ୱାରା ପଠାଯାଇଥିବା କିମ୍ବା ଯୋଗଦାନ କରାଯାଇଥିବା ସୂଚନା ଉପଯୋଗ କରି, Siri ଶର୍ଟ୍‌କଟ୍‌ର ପରାମର୍ଶ ଦେବା ସହିତ ସର୍ଚ୍ଚ୍, ଶେୟର୍ ଶୀଟ୍, କ୍ୟାଲେଣ୍ଡର୍, ଲୁକ୍ ଅପ୍, ଭିଜୁଅଲ୍ ଲୁକ୍ ଅପ୍, Safari, ଆପ୍ ଇତ‍୍ୟାଦି ପାଇଁ ପରାମର୍ଶ ଦେଇପାରେ। ଉଦାହରଣ ସ୍ୱରୂପ, ଫଟୋରେ କିଏ ଅଛି ତାହା ଆଧାରରେ ଶେୟର୍ ଶୀଟ୍‌ରେ କାହା ସହିତ ଫଟୋ ଶେୟର୍ କରିବେ, ତାହା ପରାମର୍ଶ ଦେବା ପାଇଁ Siri ଅନ୍-ଡିଭାଇସ୍ ଇଣ୍ଟେଲିଜେନ୍ସ୍ ବ୍ଯବହାର କରିପାରେ। ପରାମର୍ଶ Apple ସେବା ପର୍ସନଲାଇଜ୍ କରିବାକୁ ବ୍ୟବହୃତ ହୋଇପାରେ କିନ୍ତୁ Apple ସର୍ଭର୍‌ରେ ଷ୍ଟୋର୍ ହୁଏନାହିଁ କିମ୍ୱା ଅନ୍ୟ ତୃତୀୟ-ପକ୍ଷ ଆପ୍ ସହିତ ଶେୟର୍ କରାଯାଏ ନାହିଁ। ଆପଣ Siri-ପ୍ରସ୍ତାବିତ ଶର୍ଟ୍‌କଟ୍ ଚଲାଇବା ସମୟରେ, ଆପଣ ଆପ୍‌ର ନିୟମ ଓ ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତିର ଅଧୀନ ଅଟନ୍ତି।

ଲୋକେଶନ୍ ସେବା

ଯଦି Siri ପାଇଁ ଆପଣଙ୍କର ଲୋକେଶନ୍ ସେବା ଚାଲୁ ଅଛି, ତେବେ ଆପଣ ଅନୁରୋଧ କରିବା ସମୟରେ ଆପଣଙ୍କ ଡିଭାଇସ୍‌ର ଲୋକେଶନ୍ ଆପଣଙ୍କ ଅନୁରୋଧର ପ୍ରତିକ୍ରିୟାର ସଠିକତାକୁ ଉନ୍ନତ କରିବା ପାଇଁ “Siri” ଏବଂ ଡିକ୍ଟେଶନ୍‌ରେ ସହାୟତା କରିବାକୁ Apple କୁ ପଠାଯିବ। ପ୍ରାସଙ୍ଗିକ ପ୍ରତିକ୍ରିୟା ଏବଂ ପରାମର୍ଶ ପ୍ରଦାନ କରିବାକୁ, Apple ଆପଣଙ୍କ ଇଣ୍ଟର୍‌ନେଟ୍ ସଂଯୋଗର IP ଠିକଣା ବ୍ୟବହାର କରି ଏକ ଭୌଗୋଳିକ ଅଞ୍ଚଳ ସହ ମେଳ କରି ଆପଣଙ୍କ ଲୋକେଶନ୍ ଆକଳନ କରିପାରେ।

iCloud ସିଙ୍କ୍ ହେଉଛି

ଯଦି ଆପଣ iCloud ବ୍ଯବହାର କରନ୍ତି, ତେବେ ଆପଣଙ୍କ Siri ସେଟିଂସ୍ ଏବଂ Siri ପରାମର୍ଶ ପର୍ସନଲାଇଜେଶନ୍‌କୁ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍‌କ୍ରିପ୍ସନ୍ ବ୍ଯବହାର କରି ଆପଣଙ୍କ ସମସ୍ତ Apple ଡିଭାଇସ୍‌ରେ ସିଙ୍କ୍ କରାଯିବ। ଯଦି ଆପଣ Siri ସେଟ୍ ଅପ୍ କରିଛନ୍ତି, ତେବେ ଆପଣଙ୍କ ଅନୁରୋଧଗୁଡ଼ିକର ଏକ ଛୋଟ ନମୁନା ମଧ୍ୟ ପ୍ରତ୍ୟେକ ଡିଭାଇସ୍‌ରେ ପର୍ସନଲାଇଜ୍ ହୋଇଥିବା Siri ଚିହ୍ନଟକରଣକୁ ଉନ୍ନତ କରିବା ପାଇଁ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପ୍ସନ୍ ବ୍ୟବହାର କରି ସିଙ୍କ୍ ହେବ। ପର୍ସନଲାଇଜ୍ ହୋଇଥିବା ସ୍ପୀଚ୍ ଚିହ୍ନଟକରଣ ମଡେଲ୍ ଏବଂ Siri ଓ ଡିକ୍ଟେଶନ୍ ସାହାଯ‍୍ୟରେ ଡିଭାଇସ୍‌ରେ ହୋଇଥିବା ଇଣ୍ଟରାକ୍ସନ୍‌କୁ ସଠିକତା ଏବଂ ମଡେଲ୍‌ର କାର୍ଯ୍ୟଦକ୍ଷତା ଉନ୍ନତ କରିବା ପାଇଁ ଆପଣଙ୍କ ଅନ୍-ଡିଭାଇସ୍ ସୂଚନାକୁ ବ୍ୟବହାର କରାଯାଇପାରେ। ଆପଣଙ୍କ ଆଖପାଖ ଟାଇମର୍, ଆଲାର୍ମ୍, ଶେୟର୍ ହୋଇଥିବା ମିଡିଆର ସ୍ଥିତି ଏବଂ ଯଦି ଆପଣ HomePod ରେ ପର୍ସନଲ୍ ଅନୁରୋଧକୁ ବାଛିଛନ୍ତି, ତେବେ ଆପଣଙ୍କ ଡିଭାଇସ୍‌ରୁ ଫୋନ୍ କଲ୍ ସ୍ଥିତି ଏବଂ ଏଭଳି ଡିଭାଇସ୍‌ର ନିକଟରୁ ଫୋନ୍ କଲ୍ ସ୍ଥିତି, ଆପଣଙ୍କ ଆଖପାଖରେ ଥିବା Apple ଡିଭାଇସ୍ ସହିତ ସ୍ଥାନୀୟ ଭାବରେ ଶେୟର୍ କରାଯାଇପାରେ ଯାହା ଦ୍ୱାରା ଅନ୍ୟମାନେ ଆପଣଙ୍କ ଆଖପାଖରେ Siri ସକ୍ଷମ ଥିବା ଡିଭାଇସ୍‌ରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବେ।

ଆପଣଙ୍କ ପାଖରେ ବିକଳ୍ପ ଓ ନିୟନ୍ତ୍ରଣ ଅଛି

ଆପଣ ଯେକୌଣସି ସମୟରେ Siri କିମ୍ବା ଡିକ୍ଟେଶନ୍ ଅକ୍ଷମ କରିପାରିବେ। Siri ବନ୍ଦ କରିବାକୁ, ସେଟିଂସ୍‌ > Siri > “Siri ସହ କଥା ହୁଅନ୍ତୁ”କୁ ଯାଆନ୍ତୁ ଏବଂ ସେଟିଂସ୍‌ > Siri > “Siri ସହ କଥା ହୁଅନ୍ତୁ”କୁ ଯାଆନ୍ତୁ ଏବଂ “Siri ପାଇଁ ହୋମ୍‌ ବଟନ୍‌ ଦବାନ୍ତୁ” କିମ୍ବା “Siri ପାଇଁ ପାର୍ଶ୍ବ ବଟନ୍ ଦବାନ୍ତୁ” ବନ୍ଦ କରିବାକୁ ଟାପ୍‌ କରନ୍ତୁ। ଡିକ୍ଟେଶନ୍ ବନ୍ଦ କରିବା ପାଇଁ, ସେଟିଂସ୍ > ସାଧାରଣ > କୀ’ବୋର୍ଡ୍‌କୁ ଯାଆନ୍ତୁ, ତା’ପରେ “ଡିକ୍ଟେଶନ୍ ସକ୍ଷମ କରନ୍ତୁ” ବନ୍ଦ କରିବା ପାଇଁ ଟାପ୍ କରନ୍ତୁ। ଯଦି ଆପଣ ଉଭୟ Siri ଓ ଡିକ୍ଟେଶନ୍‌କୁ ବନ୍ଦ କରିଦିଅନ୍ତି, ତେବେ ଆପଣଙ୍କ ଡିଭାଇସ୍‌ରେ ଷ୍ଟୋର୍ ହୋଇଥିବା ଏବଂ ଆପଣଙ୍କ ଅନୁଭୂତିକୁ ପର୍ସନଲାଇଜ୍ କରିବା ପାଇଁ ବ‍୍ୟବହୃତ ହୋଇଥିବା Siri ଓ ଡିକ୍ଟେଶନ୍ ଅନୁରୋଧର ଟ୍ରାନ୍ସ୍‌କ୍ରିପ୍ଟ୍ ଡିଲିଟ୍ ହୋଇଯିବ।

ଆପଣ ସେଟିଂସ୍ > Apple Intelligence ଓ Siri > Siri ଓ ଡିକ୍ଟେଶନ୍‌ ହିଷ୍ଟ୍ରିକୁ ଯାଇ ଏବଂ “Siri ଓ ଡିକ୍ଟେଶନ୍‌ ହିଷ୍ଟ୍ରି ଡିଲିଟ୍ କରନ୍ତୁ”ରେ ଟାପ୍ କରି ଆପଣଙ୍କ ଡିଭାଇସ୍‌ରେ ଷ୍ଟୋର୍ ହୋଇଥିବା ଆପଣଙ୍କ Siri ଓ ଡିକ୍ଟେଶନ୍ ଅନୁରୋଧର ଟ୍ରାନ୍ସ୍‌କ୍ରିପ୍ଟ୍‌କୁ ଡିଲିଟ୍ କରିପାରିବେ।

ଆପଣ ଯେକୌଣସି ସମୟରେ ସେଟିଂସ୍ > Siri > ଆପ୍ > [ଆପ୍ ନାମ] > “Siri ଅନୁରୋଧ ସହିତ ବ୍ଯବହାର କରନ୍ତୁ”କୁ ଯାଇ କେଉଁ ଆପ୍ “Siri ଅନୁରୋଧ ପାଇଁ ଅନୁମତି ଦିଅନ୍ତୁ” ସହିତ ଇଣ୍ଟିଗ୍ରେଟ୍ କରିପାରିବ ତାହା ନିୟନ୍ତ୍ରଣ କରିପାରିବେ।

ଯଦି ଆପଣ ଆପ୍‌ରେ କିମ୍ବା ଶେୟର୍ କରିବା, ସର୍ଚ୍ଚ୍ କରିବା ବା ଶୁଣିବା ସମୟରେ Siri ପରାମର୍ଶ ଚାହୁଁନାହାଁନ୍ତି, ତେବେ ଆପଣ ସେଟିଂସ୍ > Siri କୁ ଯାଇ ଏବଂ “ଆପ୍ ଲାଇବ୍ରେରିରେ ଦେଖାନ୍ତୁ”, “Spotlight ରେ ଦେଖାନ୍ତୁ”, “ଶେୟରିଂ କରିବା ସମୟରେ ଦେଖାନ୍ତୁ” କିମ୍ବା “ଶୁଣିବା ସମୟରେ ଦେଖାନ୍ତୁ” ବନ୍ଦ କରିବାକୁ ଟାପ୍ କରି Siri ପରାମର୍ଶକୁ ଅକ୍ଷମ କରିପାରିବେ।

ଆପଣ ସେଟିଂସ୍ > Siri କୁ ଯାଇ Siri ପର୍ସନଲାଇଜ୍ କରୁଥିବା ଫୀଚର୍ ଏବଂ ସେଥିରେ ଯେଉଁ ଆପ୍‌ଗୁଡ଼ିକ ପାଇଁ Siri ଶର୍ଟ୍‌କଟ୍ ପରାମର୍ଶ ଦେଇଥାଏ ସେହି ଆପ୍‌ଗୁଡ଼ିକର ସମ୍ପୂର୍ଣ୍ଣ ଲିଷ୍ଟ୍ ଆପଣ ଦେଖିପାରିବେ ଏବଂ ନିୟନ୍ତ୍ରଣ କରିପାରିବେ। Siri କୁ ପର୍ସନଲାଇଜ୍ କରିବା ପାଇଁ ଆପ୍‌କୁ ସୂଚନା ପ୍ରଦାନ କରିବାରୁ ଅଟକାଇବାକୁ, ସେଟିଂସ୍ > Siri > ଆପ୍ > [ଆପ୍ ନାମ]କୁ ଯାଆନ୍ତୁ, ତା'ପରେ “ଏହି ଆପ୍‌ରୁ ଜାଣନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ। Siri କୁ ପର୍ସନଲାଇଜ୍ କରିବା ପାଇଁ ଆପ୍ କ୍ଲିପ୍‌କୁ ସୂଚନା ପ୍ରଦାନ କରିବାରୁ ଅଟକାଇବାକୁ, ସେଟିଂସ୍ > Siri > ଆପ୍ କ୍ଲିପ୍‌କୁ ଯାଆନ୍ତୁ, ତା'ପରେ “ଏହି ଆପ୍ କ୍ଲିପ୍‌ରୁ ଜାଣନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ।

ଯଦି ଆପଣ ଲୋକେଶନ୍ ସେବା ସକ୍ଷମ କରିଛନ୍ତି, ତେବେ ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବା > Siri କୁ ଯାଇ ଏବଂ “କଦାପି ନୁହେଁ”ରେ ଟାପ୍ କରି Siri ପାଇଁ ଲୋକେଶନ୍ ସେବା ବନ୍ଦ କରିପାରିବେ।

ଯଦି ଆପଣ ଲୋକେଶନ୍ ସେବା ସକ୍ଷମ କରିଛନ୍ତି, ତେବେ ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବା > ସିଷ୍ଟମ୍ ସେବା ଏବଂ “ପରାମର୍ଶ ଓ ସର୍ଚ୍ଚ୍ ବନ୍ଦ କରନ୍ତୁ” ବନ୍ଦ କରିବା ପାଇଁ ଟାପ୍ କରି Siri ପରାମର୍ଶ ପାଇଁ ଲୋକେଶନ୍ ସେବା ବନ୍ଦ କରିପାରିବେ।

ଯଦି ଆପଣ ଆପଣଙ୍କର ସମସ୍ତ ଡିଭାଇସ୍‌ରେ Siri ପର୍ସନଲାଇଜେଶନ୍ ସିଙ୍କ୍ କରିବା ପାଇଁ ଚାହୁଁନାହାନ୍ତି ତେବେ ଆପଣ ସେଟିଂସ୍ > [ଆପଣଙ୍କ ନାମ] > iCloud > iCloud ରେ ସେଭ୍ ହୋଇଛି > “ସବୁ ଦେଖନ୍ତୁ”କୁ ଯାଇ ଏବଂ Siri କୁ ବନ୍ଦ କରିବା ପାଇଁ ଟାପ୍ କରି Siri କୁ ଅକ୍ଷମ କରିପାରିବେ।

ଆପଣ ସେଟିଂସ୍ > ସ୍କ୍ରୀନ୍ ଟାଇମ୍ > ବିଷୟବସ୍ତୁ ଓ ଗୋପନୀୟତା କଟକଣା > ଅନୁମତିପ୍ରାପ୍ତ ଆପ୍ ଓ ଫୀଚର୍‌କୁ ଯାଇ ଏବଂ Siri ଓ ଡିକ୍ଟେଶନ୍‌ରେ ଟାପ୍ କରି Siri ଓ ଡିକ୍ଟେଶନ୍‌କୁ ବ୍ୟବହାର କରିବାର ସାମର୍ଥ୍ଯକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧିତ କରିପାରିବେ।

ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ସ୍ପୀଚ୍ ଚିହ୍ନଟକରଣକୁ ଯାଇ କେଉଁ ଆପ୍ ଟ୍ରାନ୍ସ୍‌କ୍ରିପ୍ସନ୍ ପାଇଁ Siri ବ୍ୟବହାର କରିବ ତାହା ନିୟନ୍ତ୍ରଣ କରିପାରିବେ।

Siri, ଡିକ୍ଟେଶନ୍, କିମ୍ବା Siri ପରାମର୍ଶ ବ୍ଯବହାର କରି ଆପଣ ସହମତ ହେଉଛନ୍ତି ଏବଂ ଅନୁମତି ଦେଉଛନ୍ତି ଯେ Apple ଓ ଏହାର ସହଯୋଗୀ ଓ ଏଜେଣ୍ଟ୍‌ମାନେ ଏହି ସୂଚନାକୁ ସଞ୍ଚାରଣ, ସଂଗ୍ରହ, ରକ୍ଷଣାବେକ୍ଷଣ, ପ୍ରକ୍ରିୟାକରଣ ଏବଂ ବ୍ଯବହାର କରିପାରିବେ ଯାହା ଦ୍ବାରା ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ Apple ର ପ୍ରଡକ୍ଟ୍ ଓ ସେବାରେ Siri, ଡିକ୍ଟେଶନ୍, ସର୍ଚ୍ଚ୍ ଏବଂ ଅନ‍୍ୟ ଭାଷା ପ୍ରକ୍ରିୟାକରଣର ସୀମିତ କାର୍ଯ‍୍ୟକାରିତା ପ୍ରଦାନ କରାଯାଇପାରିବ ଏବଂ ଉନ୍ନତ କରାଯାଇପାରିବ। Apple ଏହି ସୂଚନାକୁ ଭରସାଯୋଗ‍୍ୟ ତୃତୀୟ-ପକ୍ଷ ସେବା ପ୍ରଦାନକାରୀଙ୍କ ପାଖରେ ପ୍ରୋସେସ୍ ଏବଂ ଷ୍ଟୋର୍ କରିପାରେ। Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Apple ର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2026-02-11