ବ୍ରାଉଜର୍‌ ଚଏସ୍ ସ୍କ୍ରୀନ୍‌ ଏବଂ ଗୋପନୀୟତା

ଆପଣ ସମ୍ପ୍ରତି ଆପଣଙ୍କ ଡିଭାଇସ୍‌ରେ ନଥିବା ଏକ ବ୍ରାଉଜର୍ ଆପ୍‌ ଚୟନ କରିବା ସମୟରେ App Storeରୁ ଆପ୍‌ ଡାଉନ୍‌ଲୋଡ୍ ହେବ ଏବଂ ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ୱନ୍ଧିତ ହେବ।
 

ବ୍ରାଉଜର୍‌ ଚଏସ୍ ସ୍କ୍ରୀନ୍‌ ଆପଣଙ୍କୁ ଆପଣଙ୍କ ପସନ୍ଦର ଡିଫଲ୍ଟ୍ ବ୍ରାଉଜର୍ ଆପ୍ ସେଟ୍ କରିବାକୁ ଅନୁମତି ଦିଏ।


Privacy Icon

  • ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏବଂ ଅନୁପାଳନ ଉଦ୍ଦେଶ୍ୟରେ ଯେତେବେଳେ ଆପଣ Apple ସହିତ ଆନାଲିଟିକ୍ସ୍ ଶେୟର୍‌ କରିବାକୁ ପସନ୍ଦ କରନ୍ତି ସେତେବେଳେ Apple ବ୍ରାଉଜର୍ ଚୟନ ପ୍ରକ୍ରିୟା ସହିତ ଆପଣଙ୍କର ଇଣ୍ଟରାକ୍ସନ୍ ବିଷୟରେ ସୂଚନା ସଂଗ୍ରହ କରେ। ଏହି ସୂଚନା ଆପଣଙ୍କ ସମ୍ବନ୍ଧିତ ନୁହେଁ।
  • ଯେତେବେଳେ ଆପଣ ଏପରି ବ୍ରାଉଜର୍‌ ଆପ୍ ଚୟନ କରନ୍ତି ଯାହା ସମ୍ପ୍ରତି ଆପଣଙ୍କ ଡିଭାଇସ୍‌ରେ ନାହିଁ, ତାହେଲେ ଆପ୍‌ ଆପଣଙ୍କ ଡିଫଲ୍ଟ୍‌ ବ୍ରାଉଜର୍ ଭାବରେ ସେଟ୍ ହେବାପାଇଁ App Storeରୁ ଡାଉନ୍‌ଲୋଡ୍ ହେବ।
  • Apple ବ୍ରାଉଜର୍‌ ଆପ୍ ଜରିଆରେ କରାଯାଉଥିବା ଡାଉନ୍‌ଲୋଡ୍‌କୁ ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ସଂଯୁକ୍ତ କରେ।

ଆପଣ ୱେବ୍‌ସାଇଟ୍ ଲିଙ୍କ୍‌ ଖୋଲିବା ସମୟରେ ଆପଣଙ୍କର ବ୍ୟବହାର କରିବାକୁ ଏକ ଡିଫଲ୍ଟ୍‌ ବ୍ରାଉଜର୍‌ ଆପ୍‌ ବାଛିବାର ବିକଳ୍ପ ଅଛି।

ଯଦି ଆପଣ Apple ଏବଂ ଆପ୍ ଡିଭେଲପର୍‌‌ଙ୍କ ସହିତ ଆନାଲିଟିକ୍ସ୍‌ ଶେୟର୍‌ କରିବାକୁ ବାଛିଛନ୍ତି, ତେବେ Apple ଆପଣ କ’ଣ ଟାପ୍ କରନ୍ତି ଏବଂ ଦେଖନ୍ତି ତାହା ସମେତ ଆପଣଙ୍କ ବ୍ରାଉଜର୍ ପସନ୍ଦ ଇଣ୍ଟରାକ୍ସନ୍ ଏବଂ ଚୟନ ପୃଷ୍ଠାରେ ବ୍ରାଉଜର୍‌ର ସ୍ଥିତି ବିଷୟରେ ସୂଚନା ସଂଗ୍ରହ କରେ। ଏହି ଡେଟା ସଂଗ୍ରହ କରିବା ସମୟରେ Apple ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିଥାଏ ଏବଂ ଡେଟାକୁ ଆପଣଙ୍କ ସହିତ ସମ୍ବନ୍ଧିତ କରେ ନାହିଁ। ବ୍ରାଉଜର୍‌ର ଚୟନ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ Appleର ରିପୋର୍ଟିଂ ଏବଂ ଅନୁପାଳନ ଉଦ୍ଦେଶ୍ୟରେ ଡେଟା ବ୍ୟବହାର କରାଯାଇପାରେ। ଆପଣ ଯେକୌଣସି ସମୟରେ ଆପଣଙ୍କ ଆନାଲିଟିକ୍ସ୍‌ ଶେୟରିଂ ପ୍ରାଥମିକତାକୁ ପରିବର୍ତ୍ତନ କରିପାରିବେ। ଆପଣଙ୍କ iOS କିମ୍ବା iPadOS ଡିଭାଇସ୍‌ରେ ଏହିପରି କରିବା ପାଇଁ, ସେଟିଂସ୍‌ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍‌ ଓ ଉନ୍ନତିକୁ ଯାଆନ୍ତୁ ଏବଂ “[ଡିଭାଇସ୍‌] ଆନାଲିଟିକ୍ସ୍‌ ଶେୟର୍‌ କରନ୍ତୁ” ବନ୍ଦ କରିବା ପାଇଁ ଟାପ୍‌ କରନ୍ତୁ।

ଯେତେବେଳେ ଆପଣ ବ୍ରାଉଜର୍‌ ଆପ୍ ଚୟନ କରନ୍ତି ଯାହା ବର୍ତ୍ତମାନ ଆପଣଙ୍କ ଡିଭାଇସ୍‌ରେ ନାହିଁ, ଆପ୍‌ ସ୍ୱୟଂଚାଳିତ ଭାବେ App Storeରୁ ଡାଉନ୍‌ଲୋଡ୍ ହେବ ଏବଂ ଆପଣଙ୍କ ଡିଫଲ୍ଟ୍‌ ବ୍ରାଉଜର୍ ଭାବରେ ସେଟ୍ ହେବ। ଏହି ଡାଉନ୍‌ଲୋଡ୍‌ର ଅଂଶ ଭାବରେ, Apple ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ବନ୍ଧିତ ଆପଣଙ୍କ ଡିଭାଇସ୍‌ର ହାର୍ଡ୍‌ୱେର୍ ID ଏବଂ IP ଠିକଣା ପରି ଚିହ୍ନଟକାରୀ ଲଗ୍ କରିଥାଏ। ଆପଣ ଆପ୍ ଷ୍ଟୋର୍ ବ‍୍ୟବହାର କଲେ, ଆପଣଙ୍କ ଡିଫଲ୍ଟ୍‌ ବ୍ରାଉଜର୍ ଆପ୍‌ ଡାଉନ୍‌ଲୋଡ୍ ସମେତ ଆପଣଙ୍କ ଡାଉନ୍‌ଲୋଡ୍ ବିଷୟରେ ସୂଚନା, www.apple.com/in/legal/privacy/data/en/app-store ରେ App Store ଏବଂ ଗୋପନୀୟତାରେ ବର୍ଣ୍ଣନା ଅନୁଯାୟୀ ବ୍ୟବହାର ହୋଇପାରେ।

ଆପଣ ଯେକୌଣସି ସମୟରେ ଆପଣଙ୍କ ଡିଫଲ୍ଟ୍‌ ବ୍ରାଉଜର୍‌କୁ ପରିବର୍ତ୍ତନ କରିପାରିବେ। ଏପରି କରିବାକୁ, ସେଟିଂସ୍‌ > ଆପ୍‌କୁ ଯାଆନ୍ତୁ, ଆପଣ ନିଜର ଡିଫଲ୍ଟ୍‌ ବ୍ରାଉଜର୍ ଭାବରେ ସେଟ୍ କରିବାକୁ ଚାହୁଁଥିବା ଆପ୍‌ରେ ଟାପ୍‌ କରନ୍ତୁ, ତା’ପରେ ଡିଫଲ୍ଟ୍‌ ବ୍ରାଉଜର୍ ଆପ୍‌ରେ ଟାପ୍‌ କରନ୍ତୁ। ଏହାକୁ ଆପଣଙ୍କ ଡିଫଲ୍ଟ୍‌ ଭାବରେ ସେଟ୍ କରିବା ପାଇଁ ଆପ୍ ଚୟନ କରନ୍ତୁ। ଏହା ଡିଫଲ୍ଟ୍‌ ବୋଲି ନିଶ୍ଚିତ କରିବାକୁ ଆପ୍‌ ପାଖରେ ଏକ ଚେକ୍‌ମାର୍କ୍‌ ଦୃଶ୍ଯମାନ ହେବ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2025-12-12