FaceTime ଓ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ FaceTimeକୁ ଡିଜାଇନ୍ କରାଯାଇଛି।
![]()
- FaceTime ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ଟ୍ ହୋଇଥାଏ। ଆପଣ ଉପଯୋଗ କରୁଥିବା ଫୋନ୍ ନମ୍ବର୍ କିମ୍ୱା ଇମେଲ୍ ଠିକଣା ଆପଣ ଯୋଗାଯୋଗ କରୁଥିବା ଲୋକଙ୍କୁ ଦେଖାଯାଏ, ଏବଂ ଆପଣ ନିଜର ନାମ ଏବଂ ଫଟୋ ଶେୟର୍ କରିବାକୁ ବାଛି ପାରିବେ।
- FaceTimeର ବ୍ଯବହାର ବିଷୟରେ ସୀମିତ ସୂଚନା Apple 30 ଦିନ ପର୍ଯ୍ୟନ୍ତ ରଖିଥାଏ, ଯେପରିକି କେବେ ଆପଣ FaceTime କଲ୍ ପାଇଁ ଚେଷ୍ଟା କରିଥିଲେ।
- FaceTime ନିର୍ଦ୍ଦିଷ୍ଟ ଅଞ୍ଚଳର ୱେବ୍ ୟୁଜର୍ଙ୍କୁ ୱେବ୍ ମାଧ୍ୟମରେ FaceTime କଲ୍ରେ ଯୋଗ ଦେବାକୁ ଅନୁମତି ଦେଇଥାଏ।
FaceTime ହେଉଛି ଏକ Apple ସେବା ଯାହା ସାହାଯ୍ଯରେ କୌଣସି ବ୍ୟକ୍ତିଙ୍କୁ ଭିଡିଓ କିମ୍ବା ଅଡିଓ କଲ୍ କରାଯାଇପାରେ ଯିଏ iOS, iPadOS କିମ୍ବା visionOS ଡିଭାଇସ୍ କିମ୍ବା ଏକ Mac ଅଡିଓ କଲ୍ Apple Watch ଉପଯୋଗ କରି କିମ୍ବା ୱେବ୍ ମାଧ୍ୟମରେ ଏହାର ଉପଯୋଗ କରୁଥିବେ। ଏହି କଲ୍ ପାଇଁ ଆପଣଙ୍କ ମୋବାଇଲ୍ ପ୍ଲାନ୍ରୁ ଶୁଳ୍କ ନିଆଯାଏ ନାହିଁ।
ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ଉପଯୋଗ କରିବାକୁ ଆମେ FaceTime ଡିଜାଇନ୍ କରିଛୁ। ଆମେ FaceTime କଲ୍ଗୁଡ଼ିକର ବିଷୟବସ୍ତୁ କେବେହେଲେ ଷ୍ଟୋର୍ କରୁନାହୁଁ।
ଆପଣ ନିଜର Apple ଆକାଉଣ୍ଟ୍ କିମ୍ୱା କେବଳ ଆପଣଙ୍କ ଫୋନ୍ ନମ୍ବର୍ ବ୍ୟବହାର କରି FaceTimeରେ ସାଇନ୍ ଇନ୍ କରିପାରିବେ। ଯଦି ଆପଣ ନିଜ ଡିଭାଇସ୍ରେ ଆପଣଙ୍କ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରନ୍ତି, ତେବେ ଆପଣ ସ୍ବୟଂଚାଳିତ ଭାବରେ FaceTimeରେ ସାଇନ୍ ଇନ୍ ହୋଇଯିବେ। ଆପଣ କଣ୍ଟାକ୍ଟ୍ କରୁଥିବା ଲୋକମାନଙ୍କୁ ଆପଣଙ୍କ Apple ଆକାଉଣ୍ଟ୍ କିମ୍ବା ଫୋନ୍ ନମ୍ବର୍ ଦେଖାଯିବ ଏବଂ ଆପଣଙ୍କ Apple ଆକାଉଣ୍ଟ୍ରେ ଥିବା ଇମେଲ୍ ଠିକଣା କିମ୍ବା ଫୋନ୍ ନମ୍ବର୍ ବ୍ୟବହାର କରି ଲୋକମାନେ ଆପଣଙ୍କ ସହ ଯୋଗାଯୋଗ କରିପାରିବେ। ଆପଣ FaceTime ସେଟିଂସ୍ରେ FaceTime କଲ୍ ପାଇଁ କେଉଁ ଫୋନ୍ ନମ୍ବର୍ କିମ୍ୱା ଇମେଲ୍ ଠିକଣା ବ୍ୟବହାର କରିବା ପାଇଁ ଚାହୁଁଛନ୍ତି ତାହା ଚୟନ କରିପାରିବେ। ଆପଣ account.apple.com ରେ ନିଜର Apple ଆକାଉଣ୍ଟ୍ ପେଜ୍ରୁ ଅତିରିକ୍ତ “ଏଥିରେ ଯୋଗାଯୋଗ କରନ୍ତୁ” ସୂଚନା ଯୋଡ଼ିପାରିବେ ଏବଂ ଯାଞ୍ଚ କରିପାରିବେ।
SharePlay ଆପଣଙ୍କୁ FaceTime କଲ୍ରେ Apple କିମ୍ୱା ତୃତୀୟ-ପକ୍ଷ ଆପ୍ର ଅଭିଜ୍ଞତା ଶେୟର୍ କରିବା ପାଇଁ ଅନୁମତି ଦିଏ। SharePlay ମାଧ୍ୟମରେ ଆଦାନ ପ୍ରଦାନ କରାଯାଇଥିବା ସୂଚନା ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ଟ୍ ହୋଇଥାଏ। ଆପ୍ ଡିଭେଲପର୍ ସେମାନଙ୍କ ଆପ୍ର ଆପଣଙ୍କ ବ୍ୟବହାର ବିଷୟରେ ସୂଚନା ଆକ୍ସେସ୍ କରିପାରନ୍ତି।
FaceTime ଲିଙ୍କ୍ ୟୁଜର୍ଙ୍କୁ ପରବର୍ତ୍ତୀ ସମୟରେ ଏକ କଲ୍ ସେଟ୍ ଅପ୍ କରିବା ପାଇଁ ଅନୁମତି ଦିଏ ଏବଂ Windows କିମ୍ବା Androidରେ ଅଂଶଗ୍ରହଣକାରୀଙ୍କୁ ୱେବ୍ ମାଧ୍ୟମରେ ଯୋଗ ଦେବାକୁ ଆମନ୍ତ୍ରଣ କରେ। ୱେବ୍ ୟୁଜର୍ଙ୍କୁ ନିଜର ପରିଚୟ ଦେବା ଏବଂ FaceTime କଲ୍ ଆକ୍ସେସ୍ ପାଇଁ ଅନୁରୋଧ କରିବାକୁ ଏକ ନାମ ପ୍ରଦାନ କରିବା ଆବଶ୍ୟକ। କଲ୍ରେ ଜଣେ ୱେବ୍ ୟୁଜର୍ ଯୋଗ ଦେବାର 30 ସେକେଣ୍ଡ୍ ମଧ୍ୟରେ ଯେକୌଣସି ପ୍ରମାଣୀକୃତ ୟୁଜର୍ ସେହି ୱେବ୍ ୟୁଜର୍ଙ୍କୁ କାଢ଼ିପାରିବେ।
FaceTime Audio ଏବଂ ଫୋନ୍ କଲ୍ ପାଇଁ, ଆପଣଙ୍କ କଣ୍ଟାକ୍ଟ୍ ପୋଷ୍ଟର୍କୁ ଆପଣଙ୍କ ଇନ୍କମିଂ କଲ୍ ସ୍କ୍ରୀନ୍ରେ ଡିସ୍ପ୍ଲେ କରାଯିବ। ଆପଣ ଆପଣଙ୍କ କଣ୍ଟାକ୍ଟ୍ ସହିତ ନିଜ କଣ୍ଟାକ୍ଟ୍ ପୋଷ୍ଟର୍କୁ ଶେୟର୍ କରିବା ପାଇଁ କିମ୍ବା ପ୍ରତ୍ୟେକ ସମୟରେ ଶେୟର୍ କରାଯିବାବେଳେ ସଙ୍କେତ ପ୍ରାପ୍ତ କରିବାକୁ ସ୍ୱଂୟଚାଳିତ ଭାବରେ ବାଛିପାରିବେ ଏବଂ ଶେୟର୍ କରାଯାଇଥିବା ଡେଟା ତାଙ୍କ ଡିଭାଇସ୍ରେ ଷ୍ଟୋର୍ କରାଯିବ। ଯଦି ଆପଣ ନିଜ କଣ୍ଟାକ୍ଟ୍ ପୋଷ୍ଟର୍କୁ ଗ୍ରୂପ୍ FaceTime ଅଡିଓ କିମ୍ବା ଫୋନ୍ ବାର୍ତ୍ତାଳାପରେ ଏକାଧିକ ଲୋକଙ୍କ ସହିତ ଶେୟର୍ କରନ୍ତି, ତେବେ ଆପଣଙ୍କ କଣ୍ଟାକ୍ଟ୍ ପୋଷ୍ଟର୍କୁ ସେହି ଗ୍ରୂପ୍ରେ ଥିବା ସମସ୍ତ ଲୋକଙ୍କ ସହିତ ଶେୟର କରାଯିବ। ଆପଣ ଯେକୌଣସି ସମୟରେ ଆପଣଙ୍କ କଣ୍ଟାକ୍ଟ୍ ପୋଷ୍ଟର୍ ଅପ୍ଡେଟ୍ କରିପାରିବେ। ଯଦି ଆପଣ ସ୍ୱୟଂଚାଳିତ ଭାବରେ ଶେୟର୍ କରନ୍ତି, ତେବେ ପରେ ଆପଣ ଏକ FaceTime ଅଡିଓ କିମ୍ବା ଫୋନ୍ କଲ୍ କରିବା ସମୟରେ ଅପ୍ଡେଟ୍ ପଠାଯିବ। ଯଦି ଆପଣ ନିଜର କଣ୍ଟାକ୍ଟ୍ ପୋଷ୍ଟର୍ ଶେୟର୍ କରିଛନ୍ତି ଏବଂ ପରେ ଶେୟର୍ କରିବା ବନ୍ଦ କରିଦିଅନ୍ତି, ତେବେ ଅନ୍ୟମାନେ ପୂର୍ବରୁ ଆପଣଙ୍କ କଣ୍ଟାକ୍ଟ୍ ପୋଷ୍ଟର୍ ପ୍ରାପ୍ତ କରିଥିଲେ ମଧ୍ଯ ସେମାନଙ୍କ ଡିଭାଇସ୍ରେ ଆପଣଙ୍କ ସୂଚନା ପାଇପାରନ୍ତି। କଲ୍ଗୁଡ଼ିକ ପାଇଁ ଆପଣ ଚୟନ କରିଥିବା କଣ୍ଟାକ୍ଟ୍ ପୋଷ୍ଟର୍ Appleକୁ ପଠାଯିବ ଏବଂ Appleର ସର୍ଭର୍ରେ ଏପରି ଭାବରେ ଷ୍ଟୋର୍ ହେବ ଯାହା Apple ଦେଖିପାରିବ ନାହିଁ।
ଆପଣଙ୍କ visionOS ଡିଭାଇସ୍ରେ FaceTime କଲ୍ ପାଇଁ, ଆପଣଙ୍କ ବ୍ୟକ୍ତିଗତ ବିବରଣୀ କଲ୍ରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ପଠାଯିବ, ଯାହାଦ୍ୱାରା ସେମାନେ ଆପଣଙ୍କ ବ୍ୟକ୍ତିଗତ ବିବରଣୀକୁ ଦେଖିପାରିବେ। ଏକ କଲ୍ ସମ୍ପୂର୍ଣ୍ଣ ହେବା ପରେ, ଆପଣଙ୍କ ବ୍ୟକ୍ତିଗତ ବିବରଣୀ 30 ଦିନ ପର୍ଯ୍ୟନ୍ତ ଅନ୍ୟ କଲ୍ ଅଂଶଗ୍ରହଣକାରୀଙ୍କ ଡିଭାଇସ୍ରେ ଏନ୍କ୍ରିପ୍ଟ୍ ହୋଇଥିବା ରହିପାରେ। ଅନ୍ୟ କଲ୍ ଅଂଶଗ୍ରହଣକାରୀମାନେ କେବଳ ସେତେବେଳେ ଆପଣଙ୍କ ବ୍ୟକ୍ତିଗତ ବିବରଣୀକୁ ଆକ୍ସେସ୍ କରିବାକୁ ସମର୍ଥ ହେବେ, ଯେତେବେଳେ ସେମାନେ ଆପଣଙ୍କ ସହିତ ଏକ କଲ୍ରେ ରହିବେ।
Appleର ପ୍ରଡକ୍ଟ୍ ଏବଂ ସେବାଗୁଡ଼ିକ ଅପରେଟ୍ ଏବଂ ଉନ୍ନତ କରିବାକୁ, Apple ଆପଣଙ୍କ FaceTimeର ବ୍ଯବହାର ସମ୍ବନ୍ଧୀୟ କିଛି ସୂଚନା ରେକର୍ଡ୍ ଏବଂ ଷ୍ଟୋର୍ କରିପାରେ
- Apple ଆପଣଙ୍କ ସେବାର ବ୍ୟବହାର ବିଷୟରେ ସୂଚନା ଏପରି ଭାବରେ ରେକର୍ଡ୍ ଏବଂ ଷ୍ଟୋର୍ କରିପାରେ ଯାହା ଆପଣଙ୍କୁ ଚିହ୍ନଟ କରେନାହିଁ।
- Apple, FaceTime କଲ୍ଗୁଡ଼ିକ ବିଷୟରେ ସୂଚନା ରେକର୍ଡ୍ ଏବଂ ଷ୍ଟୋର୍ କରିପାରେ, ଯେପରିକି ଗୋଟିଏ କଲ୍ ପାଇଁ କାହାକୁ ଆମନ୍ତ୍ରଣ କରାଯାଇଥିଲା ଏବଂ ଆପଣଙ୍କ ଡିଭାଇସ୍ର ନେଟ୍ୱର୍କ୍ କନ୍ଫିଗରେଶନ୍ ଏବଂ ଏହି ସୂଚନାକୁ 30 ଦିନ ପର୍ଯ୍ୟନ୍ତ ଷ୍ଟୋର୍ କରିଥାଏ। ଆପଣଙ୍କ କଲ୍ର ଉତ୍ତର ଦିଆଯାଇଛି କି ନାହିଁ, Apple ଲଗ୍ କରେ ନାହିଁ ଏବଂ ଆପଣଙ୍କ କଲ୍ର ବିଷୟବସ୍ତୁ ଆକ୍ସେସ୍ କରିପାରେ ନାହିଁ।
- ଆପଣ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ସ୍ପାମ୍ କିମ୍ବା ଜଙ୍କ୍ FaceTime କଲ୍ ରିପୋର୍ଟ୍ କରିବା ବେଳେ Appleକୁ ପଠାଯାଇଥିବା ସୂଚନା Apple ଷ୍ଟୋର୍ କରିପାରେ।
- ଆପଣଙ୍କ ଡିଭାଇସ୍ରେ ଥିବା କିଛି ଆପ୍ (FaceTime ସମେତ) FaceTime ଦ୍ୱାରା ଅନ୍ୟ ଲୋକଙ୍କ ପାଖରେ ପହଞ୍ଚିପାରିବ କି ନାହିଁ ତାହା ନିର୍ଦ୍ଧାରଣ କରିବା ପାଇଁ Appleର ସର୍ଭର୍ ସହିତ ଯୋଗାଯୋଗ କରିପାରେ। ଯେତେବେଳେ ଏହା ହୁଏ, Apple ଆପଣଙ୍କ ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ଏହି ଫୋନ୍ ନମ୍ବର୍ ଏବଂ ଇମେଲ୍ ଠିକଣାଗୁଡ଼ିକ 30 ଦିନ ପର୍ଯ୍ୟନ୍ତ ଷ୍ଟୋର୍ କରିପାରେ।
ଏହି ଫୀଚର୍ ବ୍ଯବହାର କରି, ଆପଣ Apple ଏବଂ ଏହାର ସହାୟକ ସଂସ୍ଥା ଓ ଏଜେଣ୍ଟ୍ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁଯାୟୀ ଏହି ସୂଚନାର ସଞ୍ଚାରଣ, ସଂଗ୍ରହ, ରକ୍ଷଣାବେକ୍ଷଣ, ପ୍ରକ୍ରିୟାକରଣ ଓ ବ୍ଯବହାର ପାଇଁ ସହମତ ହୁଅନ୍ତି ଏବଂ ଅନୁମତି ଦିଅନ୍ତି।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ
2025-12-12