Game Center ଓ ଗୋପନୀୟତା

ଆପଣ କ'ଣ ଖେଳନ୍ତି ଏବଂ ଆପଣଙ୍କ ଗେମ୍ ଆକ୍ଟିଭିଟିରେ ଅନ୍ତର୍ଭୁକ୍ତ ଥିବା ଆପଣଙ୍କ ଗେମ୍‌ପ୍ଲେ ସୂଚନା Game Center କୁ ଉନ୍ନତ କରିବା ପାଇଁ ଉପଯୋଗ କରାଯାଏ। ଆପଣ ଶେୟର୍ କରିବାକୁ ବାଛିଥିବା ଆପଣଙ୍କ ଡାକନାମ, ଅବତାର୍, Arcade ସବ୍‌ସ୍କ୍ରିପ୍‌ସନ୍ ସ୍ଥିତି, ସ୍କୋର୍, ଏବଂ ଅନ୍ୟ ଆକ୍ଟିଭିଟି ସୂଚନା Game Center ୟୁଜର୍‌ଙ୍କୁ ଦେଖାଯାଏ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Game Center କୁ ଡିଜାଇନ୍ କରାଯାଇଛି।


Privacy Icon

  • Game Center ଆପଣଙ୍କୁ ଖେଳ-ସମ୍ବନ୍ଧୀୟ ଆକ୍ଟିଭିଟିରେ ନିୟୋଜିତ ହେବାକୁ ଅନୁମତି ଦିଏ; ଯେପରିକି ଲୀଡର୍‌ବୋର୍ଡ୍, ମଲ୍ଟିପ୍ଲେୟର୍ ଗେମ୍‌ରେ ଅଂଶଗ୍ରହଣ; ବନ୍ଧୁଙ୍କୁ ଖୋଜିବା, ଦେଖିବା ଏବଂ ଚ୍ୟାଲେଞ୍ଜ୍ କରିବା; ଏବଂ ଉପଲବ୍ଧିଗୁଡ଼ିକ ଟ୍ରାକ୍ କରିବା।
  • ଆପଣ Game Center ରେ ସାଇନ୍ ଇନ୍ କରିବା ସମୟରେ ଯେତେବେଳେ Game Center-ସକ୍ଷମ ଥିବା ଗେମ୍ ଖେଳନ୍ତି, Apple ଆପଣ ଖେଳୁଥିବା ଖେଳ ଏବଂ ଆପଣଙ୍କ ଖେଳ ଆକ୍ଟିଭିଟି ପରି ସୂଚନା ସଂଗ୍ରହ କରେ। ଏହି ସୂଚନା ଆପଣଙ୍କ ଅଧିକ ସ୍କୋର୍, ସଫଳତା ଏବଂ ଚ୍ୟାଲେଞ୍ଜ୍ ଟ୍ରାକ୍ କରିବାକୁ ଏବଂ ଆପଣ ତଥା ଅନ୍ୟମାନଙ୍କ ପାଇଁ Game Center ଉନ୍ନତ କରିବାକୁ ବ୍ୟବହୃତ ହୁଏ।
  • Apple ଆପଣଙ୍କ Game Center ବନ୍ଧୁ, ଆପଣଙ୍କ ସହିତ ଖେଳୁଥିବା ଖେଳାଳିମାନଙ୍କ ଲିଷ୍ଟ୍ ଏବଂ ଆପଣ ଏକାଠି ଖେଳୁଥିବା ସମୟ ମଧ୍ୟ ସଂଗ୍ରହ କରେ। ଏହି ସୂଚନା ଆପଣଙ୍କୁ ସହଜରେ ମଲ୍ଟିପ୍ଲେୟର୍ ଖେଳରେ ପୁନଃ ନିୟୋଜିତ କରିବାରେ ସାହାଯ୍ୟ କରିବା, ପରସ୍ପରର ଉଚ୍ଚ ସ୍କୋର୍‌କୁ ଶୀଘ୍ର ଦେଖିବା ଏବଂ ଆପଣ ଏବଂ ଅନ୍ୟମାନଙ୍କ ପାଇଁ Game Center ଉନ୍ନତ କରିବାକୁ ବ୍ୟବହୃତ ହୁଏ।
  • ଆପଣଙ୍କ Game Center ଡାକନାମ, ଅବତାର, ସ୍କୋର୍, ଏବଂ Arcade ସବ୍‌ସ୍କ୍ରିପ୍ସନ୍ ସ୍ଥିତି ସମସ୍ତ Game Center ୟୁଜର୍‌ଙ୍କୁ ଦେଖାଯାଏ। ଆପଣଙ୍କ Game Center ବନ୍ଧୁ କିମ୍ବା ସମସ୍ତ Game Center ୟୁଜର୍‌ଙ୍କ ସହ ଆପଣ ଖେଳିଥିବା ଖେଳ ଏବଂ ସଫଳତାର ଅଗ୍ରଗତି ପରି ଆପଣ ଅନ୍ୟ Game Center ଆକ୍ଟିଭିଟିର ସୂଚନା ଶେୟର୍ କରିବାକୁ ମଧ୍ୟ ବାଛି ପାରିବେ। ଏହି ସୂଚନା App Store, Apple Games ଓ Apple Arcade ଭଳି Game Center ଏବଂ ଅନ୍ୟ Apple ସେବା ମଧ୍ଯରେ ଆପଣ ଏହାକୁ ଶେୟର୍ କରୁଥିବା ଲୋକଙ୍କୁ ଦେଖାଯିବ। ଆପଣଙ୍କ ନାମ ଆପଣଙ୍କ Game Center ବନ୍ଧୁମାନଙ୍କୁ ମଧ୍ଯ ଦେଖାଯାଇପାରେ।
  • Apple ଆପଣଙ୍କ କଣ୍ଟାକ୍ଟ୍ ବିଷୟରେ ଅଣ-ପରିଚୟଯୋଗ୍ୟ ସୂଚନା ଉପଯୋଗ କରେ, ଯେଉଁମାନେ ଆପଣଙ୍କୁ ବନ୍ଧୁମାନଙ୍କ ନାମ ପରାମର୍ଶ ଦେବା ପାଇଁ ସେମାନଙ୍କ Game Center ପ୍ରଚଳିତ ଡାକନାମକୁ ସେମାନଙ୍କ କଣ୍ଟାକ୍ଟ୍ କାର୍ଡ୍ ସହିତ ଲିଙ୍କ୍ କରିଛନ୍ତି, କିନ୍ତୁ ଏହି ସୂଚନା ଷ୍ଟୋର୍ କରେ ନାହିଁ। Game Center ଏହି ସୁପାରିଶଗୁଡ଼ିକୁ ସହାୟତା କରିବାକୁ ଅନ୍-ଡିଭାଇସ୍ ପ୍ରୋସେସିଂ ବ‍୍ୟବହାର କରେ।

ଆପଣଙ୍କ ସୂଚନାର ଗୋପନୀୟତା ଏବଂ ନିରାପତ୍ତା ସୁରକ୍ଷିତ ରଖିବା Apple ରେ ଥିବା ସମସ୍ତଙ୍କ ପାଇଁ ଏକ ପ୍ରାଥମିକତା ଅଟେ। ଆପଣଙ୍କ ଅଭିଜ୍ଞତାକୁ ଉତ୍ତମ କରିବା ପାଇଁ ଆମେ କେବଳ ଆବଶ୍ୟକ ଡେଟା ସଂଗ୍ରହ କରିବାକୁ କଠିନ ପରିଶ୍ରମ କରୁ ଏବଂ ଯେତେବେଳେ ଆମେ ଡେଟା ସଂଗ୍ରହ କରୁ, ଆମେ ବିଶ୍ୱାସ କରୁ ଯେ ଆମେ କ'ଣ ସଂଗ୍ରହ କରୁଛୁ ଏବଂ କାହିଁକି ଆମକୁ ଏହାର ଆବଶ୍ୟକତା ଅଛି, ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହା ଦ୍ୱାରା ଆପଣ ଏକ ବିକଳ୍ପ ଚୟନ କରିପାରିବେ। ପ୍ରତ୍ୟେକ Apple ପ୍ରଡକ୍ଟ୍ ଏବଂ ସେବା ପରି, Game Center କୁ ଏହି ନୀତିଗୁଡ଼ିକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି।

Game Center ପ୍ରଦାନ କରିବା ଏବଂ ସେଥିରେ ଉନ୍ନତ କରିବା

Game Center ରେ ଆପଣଙ୍କ ଅନ୍‌ବୋର୍ଡିଂ ହେବା ପରେ, ଆପଣ ଗେମ୍-ସମ୍ବନ୍ଧୀୟ କାର୍ଯ୍ୟକଳାପରେ ନିୟୋଜିତ ହେବାକୁ ସକ୍ଷମ ହେବେ ଯେପରିକି ଲୀଡର୍‌ବୋର୍ଡ୍; ମଲ୍ଟିପ୍ଲେୟର୍ ଗେମ୍‌ରେ ଅଂଶ ଗ୍ରହଣ କରିବା; ବନ୍ଧୁମାନଙ୍କୁ ଖୋଜିବା, ଦେଖିବା ଏବଂ ଚ୍ୟାଲେଞ୍ଜ୍ କରିବା ଏବଂ ଉପଲବ୍ଧିଗୁଡ଼ିକ ଟ୍ରାକ୍ କରିବା। ଆପଣ Game Center ବ‍୍ୟବହାର କରିବା ସମୟରେ, Apple ଆପଣ ଖେଳୁଥିବା ଗେମ୍, କେତେବେଳେ ଆପଣ ସେଗୁଡ଼ିକ ଖେଳନ୍ତି, ଏବଂ ଆପଣ କାହା ସହିତ ଖେଳନ୍ତି; ଆପଣଙ୍କ ସ୍କୋର୍ ଏବଂ ଉପଲବ୍ଧି; ଏବଂ ଆପଣ ପଠାଉଥିବା ଏବଂ ପ୍ରାପ୍ତ କରୁଥିବା ଚ୍ୟାଲେଞ୍ଜ୍‌ଗୁଡ଼ିକ ବିଷୟରେ ସୂଚନା ସଂଗ୍ରହ କରେ। Apple ଆପଣଙ୍କ Game Center ବନ୍ଧୁ, ଆପଣଙ୍କ ସହିତ ଖେଳୁଥିବା ଖେଳାଳିମାନଙ୍କ ଲିଷ୍ଟ୍ ଏବଂ ଆପଣ ଏକାଠି ଖେଳୁଥିବା ସମୟ ବିଷୟରେ ସୂଚନା ମଧ୍ୟ ସଂଗ୍ରହ କରେ ଯେପରି ଆପଣ ସହଜରେ ମଲ୍ଟିପ୍ଲେୟର୍ ଗେମ୍‌ରେ ସହଜରେ ପୁନଃ ଯୋଗ ଦେଇପାରିବେ ଏବଂ ପରସ୍ପରର ସର୍ବାଧିକ ସ୍କୋର୍ ଶୀଘ୍ର ଦେଖିପାରିବେ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଅଟେ।

Game Center ଫୀଚର୍ ସହିତ ଆପଣଙ୍କ ଇଣ୍ଟରାକ୍ସନ୍ ବିଷୟରେ ସୂଚନାକୁ ମଧ‍୍ୟ Apple ସଂଗ୍ରହ କରେ, ଯେଉଁଥିରେ ଆପଣ କ’ଣ ଦେଖନ୍ତି ଏବଂ କ୍ଲିକ୍ କରନ୍ତି, ଆପଣ ଏକ ଗେମ୍ କଣ୍ଟ୍ରୋଲର୍‌ ବ‍୍ୟବହାର କରନ୍ତି କି ନାହିଁ ଏବଂ କଣ୍ଟ୍ରୋଲର୍‌ ବିଷୟରେ ବିସ୍ତୃତ ବିବରଣୀ ଏବଂ ଆପଣଙ୍କ ବନ୍ଧୁ ଅନୁରୋଧ ପରି ସେଟିଂସ୍‌ରୁ ଆକ୍ସେସ୍‌ଯୋଗ‍୍ୟ ଫୀଚର୍‌ ଅନ୍ତର୍ଭୁକ୍ତ। ଆପଣ Game Center ରେ ସାଇନ୍ ଇନ୍ କରି କଣ୍ଟ୍ରୋଲ୍ ସେଣ୍ଟର୍ ମାଧ‍୍ୟମରେ ଗେମ୍ ଓଭର୍‌ଲେ ଓ ଗେମ୍ କଣ୍ଟ୍ରୋଲ୍ ଆକ୍ସେସ୍ କରିବା ସମୟରେ, Apple ଆପଣଙ୍କ ଓଭର୍‌ଲେ ଏବଂ କଣ୍ଟ୍ରୋଲ୍ ସହିତ ଆପଣଙ୍କ ଇଣ୍ଟରାକ୍ସନ୍ ସଂଗ୍ରହ କରିଥାଏ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ନଥିବା ଏକ ର‍୍ୟାଣ୍ଡମ୍ ଚିହ୍ନଟକାରୀ ବିପକ୍ଷରେ ଷ୍ଟୋର୍ କରାଯାଇଛି। ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍‌ରେ, ଏହି ଚିହ୍ନଟକାରୀକୁ ରୀସେଟ୍ କରିବା ପାଇଁ ସେଟିଂସ୍ > Game Center > “ଚିହ୍ନଟକାରୀ ରୀସେଟ୍ କରନ୍ତୁ”କୁ ଯାଆନ୍ତୁ। Mac ରେ, ସିଷ୍ଟମ୍ ସେଟିଂସ୍ > Game Center > “ଚିହ୍ନଟକାରୀ ରୀସେଟ୍ କରନ୍ତୁ”କୁ ଯାଆନ୍ତୁ।

ଏହି ବିଭାଗରେ ବର୍ଣ୍ଣିତ ସୂଚନାର ବ‍୍ୟବହାର Game Center ଏବଂ ଆପଣ ଓ ଅନ‍୍ୟମାନଙ୍କ ପାଇଁ Game Center ବ‍୍ୟବହାର କରୁଥିବା ଅନ୍ଯ Apple ସେବାକୁ ଉନ୍ନତ ଏବଂ ଅପ୍ଟିମାଇଜ୍ କରିବା ପାଇଁ ବ୍ଯବହୃତ ହୋଇପାରେ।

ଅନ୍ଯ ଖେଳାଳି ଏବଂ ବନ୍ଧୁମାନଙ୍କ ସହିତ ଖେଳିବା

ଆପଣଙ୍କ Game Center ଡାକନାମ, ଅବତାର୍, ସ୍କୋର୍, ଏବଂ Arcade ସବ୍‌ସ୍କ୍ରିପ୍ସନ୍ ଅବସ୍ଥା ଗ୍ଲୋବଲ ଲିଡର୍‌ବୋର୍ଡ୍‌ ଥିବା ଗେମ୍‌ ପାଇଁ ସମସ୍ତ Game Centerର ସମସ୍ତ ୟୁଜର୍‌ଙ୍କୁ ଦେଖାଯାଏ। ଆପଣ ନିଜ Game Centerର ବନ୍ଧୁ କିମ୍ବା ସମସ୍ତ Game Center ୟୁଜର୍‌ଙ୍କ ସହ ଅନ୍ୟ Game Center ଆକ୍ଟିଭିଟିର ସୂଚନା ଶେୟର୍ କରିବାକୁ ମଧ୍ୟ ବାଛି ପାରିବେ। ଏହି ସୂଚନାରେ ଆପଣ ଖେଳିଥିବା ଗେମ୍ ଏବଂ ଆପଣଙ୍କ ଉପଲବ୍ଧିର ଅଗ୍ରଗତି ଅନ୍ତର୍ଭୁକ୍ତ ଏବଂ App Store ଏବଂ Apple Arcade ଭଳି Game Center ଏବଂ ଅନ୍ୟ Apple ସେବା ମଧ୍ଯରେ ଆପଣ ଏହାକୁ ଶେୟର୍ କରୁଥିବା ଲୋକଙ୍କୁ ଦେଖାଯିବ। ପିଲାଙ୍କ Game Center ଆକ୍ଟିଭିଟି ସୂଚନାକୁ କେବଳ ତାଙ୍କ Game Center ବନ୍ଧୁଙ୍କ ସହିତ ଶେୟର୍ କରାଯାଇପାରିବ। ଆପଣ ନିଜ iOS, iPadOS, କିମ୍ବା visionOS ଡିଭାଇସ୍‌ରେ ସେଟିଂସ୍ > Game Center > ଆକ୍ଟିଭିଟି ଶେୟରିଂ ଏବଂ Macରେ ସିଷ୍ଟମ୍ ସେଟିଂସ୍ > Game Center > ଆକ୍ଟିଭିଟି ଶେୟରିଂକୁ ଯାଇ ନିଜ ଆକ୍ଟିଭିଟି ଶେୟରିଂକୁ ଦେଖିପାରିବେ ଏବଂ ପରିବର୍ତ୍ତନ କରିପାରିବେ।

ଆପଣଙ୍କ Game Center ଡାକନାମ ଆପଣଙ୍କ କଣ୍ଟାକ୍ଟ୍ କାର୍ଡ୍ ସହିତ ଲିଙ୍କ୍ ଥିବା ସମୟରେ, Game Center ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ଇମେଲ୍ ଠିକଣା ଓ ଫୋନ୍ ନମ୍ବର୍‌କୁ ବ‍୍ୟବହାର କରିବ। ସେମାନଙ୍କ କଣ୍ଟାକ୍ଟ୍ ଆପ୍‌ରେ ଆପଣଙ୍କ ପାଇଁ ସେମାନେ ରଖିଥିବା ନାମ ଆଧାରରେ ଆପଣଙ୍କୁ ଅତି ସହଜରେ ଖୋଜିବା ପାଇଁ ଏହା ଆପଣଙ୍କ Game Center ବନ୍ଧୁମାନଙ୍କୁ ଅନୁମତି ଦେଇଥାଏ। ଆପଣ ନିଜ iOS, iPadOS, କିମ୍ବା visionOS ଡିଭାଇସ୍‌ରେ ସେଟିଂସ୍‌ > Game Center > “ଆପଣଙ୍କୁ ଖୋଜିବାକୁ ବନ୍ଧୁଙ୍କ ସହାୟତା କରନ୍ତୁ”କୁ ଯାଇ ଏବଂ Macରେ ସିଷ୍ଟମ୍ ସେଟିଂସ୍‌ > Game Center > “ଆପଣଙ୍କୁ ଖୋଜିବାକୁ ବନ୍ଧୁଙ୍କ ସହାୟତା କରନ୍ତୁ”କୁ ଯାଇ ଏହି ସେଟିଂ‌କୁ କଣ୍ଟ୍ରୋଲ୍ କରିପାରିବେ।

ଆପଣ ଯେତେବେଳେ ମଲ୍ଟିପ୍ଲେୟର୍ ଫଙ୍କ୍‌ଶନଲିଟୀ ସପୋର୍ଟ କରୁଥବା ଗେମ୍ ଖେଳନ୍ତି, ତାହେଲେ ସେହି ଗେମ୍‌କୁ ସମାନ Wi-Fi ନେଟ୍‌ୱର୍କ୍‌ ବା ଲୋକାଲ୍ ନେଟ୍‌ୱର୍କ୍‌ରେ ଆକ୍ସେସ୍ କରୁଥିବା ବା Bluetooth ସୀମା ଭିତରେ ଥିବା ଅନ‍୍ୟ Game Center ୟୁଜର୍‌, ଆପଣ ଆଖପାଖରେ ଅଛନ୍ତି ବୋଲି ଏବଂ ଆପଣଙ୍କ ଡାକନାମ ଓ ଅବତାର ଦେଖିପାରିବେ। ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍‌ରେ ସେଟିଂସ୍‌ > ଆପ୍‌ > Game Centerକୁ ଯାଇ, ତା’ପରେ “ଆଖପାଖର ଖେଳାଳି” ବନ୍ଦ କରିବା ପାଇଁ ଟାପ୍ କରି ଏହି ଫୀଚର୍‌ ଅକ୍ଷମ କରିପାରିବେ। Macରେ, ସିଷ୍ଟମ୍ ସେଟିଂସ୍‌ > Game Centerକୁ ଯାଇ, ତା’ପରେ “ଆଖପାଖ ଖେଳାଳି” ବନ୍ଦ କରିବା ପାଇଁ କ୍ଲିକ୍‌ କରନ୍ତୁ। tvOS ରେ, ସେଟିଂସ୍ > ପ୍ରୋଫାଇଲ୍ ଓ ଆକାଉଣ୍ଟ୍ > [ୟୂଜର୍‌ନେମ୍‌] > Game Center କୁ ଯାଆନ୍ତୁ, ତା’ପରେ “ଆଖପାଖର ପ୍ଲେୟର୍” ବନ୍ଦ କରନ୍ତୁ।

Apple ଆପଣଙ୍କ କଣ୍ଟାକ୍ଟ୍‌ରେ ଥିବା ଲୋକମାନଙ୍କ ବିଷୟରେ ଅଣ-ଚିହ୍ନଟଯୋଗ୍ୟ ସୂଚନା ପ୍ରାପ୍ତ କରେ, ଯେଉଁମାନେ ନିଜ Game Center ନିକ୍‌ନେମ୍‌କୁ ସେମାନଙ୍କ କଣ୍ଟାକ୍ଟ୍‌ କାର୍ଡ୍‌ ସହିତ ଲିଙ୍କ୍ କରିଛନ୍ତି। Game Centerର ସ୍କ୍ରୀନ୍‌ରେ ଆପଣଙ୍କୁ ଦେଖାଯାଉଥିବା ବନ୍ଧୁ ସମ୍ବନ୍ଧୀୟ ସୁପାରିଶକୁ ଉନ୍ନତ କରିବା ପାଇଁ ଏହି ସୂଚନାର ବ‍୍ୟବହାର କରାଯାଏ, କିନ୍ତୁ ଏହାକୁ Apple ଦ୍ବାରା ସଂଗୃହୀତ କରାଯାଏ ନାହିଁ। Game Center ଏହି ସୁପାରିଶଗୁଡ଼ିକୁ ସହାୟତା କରିବାକୁ ଅନ୍-ଡିଭାଇସ୍ ପ୍ରୋସେସିଂ ବ‍୍ୟବହାର କରେ।

ଯଦି ଆପଣ iOS 10 ପୂର୍ବରୁ ବନ୍ଧୁ କରିଛନ୍ତି, ସେହି ବନ୍ଧୁମାନଙ୍କ ପାଖରେ ଆପଣଙ୍କ ପ୍ରକୃତ ନାମର ଆକ୍ସେସ୍ ରହିବ। ଆପଣ iOS 10 ଆପଣାଇବା ପରଠାରୁ ବନାଇଥିବା ବନ୍ଧୁମାନଙ୍କୁ, କେବଳ ଆପଣଙ୍କ ଡାକନାମ ହିଁ ଦେଖାଯିବ। ଶିଶୁମାନଙ୍କ ଆକାଉଣ୍ଟରେ iOS 10 ପୂର୍ବରୁ ବା ପରେ ବନାଇଥିବା ବନ୍ଧୁମାନଙ୍କୁ ପ୍ରକୃତ ନାମ କଦାପି ଦେଖାଯିବନାହିଁ।

Game Center ଓ Apple Games

Apple Games ଆପ୍‌ ଅନୁଭୂତିର Game Center ଏକ ପ୍ରମୁଖ ଅଂଶ। Apple Games ଆପ୍‌ ବ‍୍ୟବହାର କରିବା ପାଇଁ, ଆପଣ Game Center ରେ ସାଇନ୍‌ ଇନ୍‌ କରିବା ଉଚିତ। ଆପଣଙ୍କ ଡାକନାମ ଓ ଅବତାର ସମେତ ଆପଣଙ୍କର Game Center ପ୍ରୋଫାଇଲ୍‌, ଏବଂ ଆପଣଙ୍କ Game Center ଆକ୍ଟିଭିଟି — ଯଦି ଆପଣ ଏହା ଶେୟର୍‌ କରିବାକୁ ଚୟନ କରିଥାନ୍ତି — ଆପଣ ଗେମ୍‌ ଆପ୍‌ ବ‍୍ୟବହାର ନକଲେ ମଧ‍୍ୟ Apple Games ଆପ୍‌ରେ ଉପଲବ୍ଧ ହେବ। ଆପଣ Apple Games ଆପ୍‌ ବ‍୍ୟବହାର କରିବା ସମୟରେ, “ପ୍ରଦାନ କରିବା ଓ Game Center ଉନ୍ନତ କରିବା” ଓ “ଅନ‍୍ୟ ଖେଳାଳି ଓ ବନ୍ଧୁମାନଙ୍କ ସହ ଖେଳିବା” ବିଭାଗରେ ବର୍ଣ୍ଣନା କରାଯାଇଥିବା ଆପଣଙ୍କ ଗେମିଂ ଆକ୍ଟିଭିଟି, ବନ୍ଧୁ, ଚ‍୍ୟାଲେଞ୍ଜ୍‌ ଓ ସଫଳତା ବିଷୟରେ ସୂଚନା Apple Games ଆପ୍‌ରେ ଆପଣଙ୍କ ଅନୁଭୂତି ପରିଚାଳିତ, ପର୍ସନଲାଇଜ୍‌ କରିବା, ଗେମ୍ ଡିସ୍କଭର୍‌ କରିବା, ବନ୍ଧୁମାନଙ୍କୁ ଖୋଜିବା, ଅପ୍ଟିମାଇଜ୍‌ କରିବା ଓ Game Center ଓ Apple Games ଉନ୍ନତ କରିବା ଏବଂ ଆପଣଙ୍କୁ ଯୋଗାଯୋଗ ପଠାଇବା ପାଇଁ Apple Games ଆପ୍‌ ଦ୍ବାରା ବ‍୍ୟବହାର କରାଯିବ। Apple Games ବିଷୟରେ ଅଧିକ ସୂଚନା ପାଇଁ, www.apple.com/legal/privacy/data/en/apple-games କୁ ଯାଆନ୍ତୁ।

ଆପଣଙ୍କ ସହିତ ଯୋଗାଯୋଗ କରାଯାଉଛି

Apple ଆପଣଙ୍କୁ Game Center ସମେତ ଅନ୍ୟ Apple ପ୍ରଡକ୍ଟ୍, ସେବା, ଏବଂ ଅଫର୍‌ଗୁଡ଼ିକ ଯେଉଁଥିରେ ଆପଣଙ୍କ ଆଗ୍ରହ ଥାଇପାରେ ସେ ବିଷୟରେ ଯୋଗାଯୋଗ ପଠାଇବା ପାଇଁ ଆପଣଙ୍କ ଆକାଉଣ୍ଟ୍ ବିଷୟରେ ସୂଚନା, ଯେପରିକି ଆପଣଙ୍କର ମାଲିକାନାରେ ଥିବା Apple ପ୍ରଡକ୍ଟ୍, ଏବଂ Apple ସେବା ପାଇଁ ଥିବା ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ର ବ‍୍ୟବହାର କରିପାରେ। Game Centerରେ ଉପଲବ୍ଧ ଥିବା ନୂଆ ଫୀଚର୍, କଣ୍ଟେଣ୍ଟ୍‌ ଓ ଅଫର୍ ବିଷୟରେ ଆପଣଙ୍କୁ ଇମେଲ୍ ଏବଂ Push ନୋଟିଫିକେଶନ୍ ପଠାଇବା ପାଇଁ Apple ଆପଣଙ୍କ Game Centerରେ ହେଉଥିବା କାର୍ଯ‍୍ୟକଳାପ ବିଷୟରେ ସୂଚନା ମଧ‍୍ୟ ବ‍୍ୟବହାର କରିପାରେ। ଆପଣ ନିଜର ଇମେଲ୍ ପ୍ରାଥମିକତା ପରିବର୍ତ୍ତନ କରିପାରିବେ ଏବଂ account.apple.com କୁ ଯାଇ ଏହି ଇମେଲ୍‌ ପ୍ରାପ୍ତ ନ କରିବାକୁ ଚୟନ କରିପାରିବେ। ଆପଣଙ୍କ iOS, iPadOS, କିମ୍ବା visionOS ଡିଭାଇସ୍‌ରେ ନିଜ ନୋଟିଫିକେଶନ୍ ପ୍ରାଥମିକତା ଅପ୍‌ଡେଟ୍ କରିବା ପାଇଁ, ସେଟିଂସ୍ > ନୋଟିଫିକେଶନ୍ > Game Centerକୁ ଯାଆନ୍ତୁ। Macରେ, ସିଷ୍ଟମ୍ ସେଟିଂସ୍‌ > ନୋଟିଫିକେଶନ୍‌ > Game Centerକୁ ଯାଆନ୍ତୁ। Apple ଆମ ସେବାକୁ ଉନ୍ନତ କରିବା ପାଇଁ ନୋଟିଫିକେଶନ୍ ସମେତ ଆମ ଯୋଗାଯୋଗରେ ହେଉଥିବା ଆପଣଙ୍କ ଇଣ୍ଟରାକ୍ସନ୍ ବିଷୟରେ ସୂଚନା ବ୍ଯବହାର କରେ।

ତୃତୀୟ-ପକ୍ଷ ଡିଭେଲପର୍

ଆପଣ ଯେତେବେଳେ Game Center ରେ ସାଇନ୍ ଇନ୍ କରିଥିବେ, ଆପଣ ଖେଳୁଥିବା ଗେମ୍‌ର ଡିଭେଲପର୍ ଆପଣଙ୍କ ଡାକନାମ, ଅବତାର୍ ଏବଂ ଅନ‍୍ୟ ବିଶିଷ୍ଟ Game Center ଚିହ୍ନଟକାରୀ ଭଳି ଆପଣଙ୍କ ବିଷୟରେ ସୂଚନା ପାଇଁ ଅନୁରୋଧ କରିପାରନ୍ତି। ଡିଭେଲପର୍ ଆପଣଙ୍କ ବନ୍ଧୁ ଏବଂ ନିକଟରେ ଆପଣଙ୍କ ସହ ଖେଳିଥିବା ଖେଳାଳିଙ୍କ ସମେତ ସମ୍ବନ୍ଧିତ ଖେଳାଳିଙ୍କ ଲିଷ୍ଟ୍ ପାଇଁ ମଧ‍୍ୟ ଅନୁରୋଧ କରିପାରନ୍ତି, ଯେଉଁଥିରେ ଡାକନାମ ଏବଂ ଅବତାର ଅନ୍ତର୍ଭୁକ୍ତ ରହିବ। ଯଦି ଆପଣ ଗୋଟିଏ ଆପ୍‌କୁ ଆପଣଙ୍କୁ ନିଜ ବନ୍ଧୁମାନଙ୍କ ସହ ସଂଯୋଗ କରିବା ପାଇଁ ଅନୁମତି ଦେଉଛନ୍ତି, ତେବେ ଆପ୍ ଏହି ଗେମ୍‌ ଖେଳୁଥିବା ଆପଣଙ୍କର ଅନ‍୍ୟ ବନ୍ଧୁମାନଙ୍କ ଲିଷ୍ଟ୍‌କୁ ଆକ୍ସେସ୍ କରିପାରିବ। ଏହି ଆପ୍‌କୁ ସେମାନଙ୍କ ବନ୍ଧୁମାନଙ୍କ ସହ ସଂଯୋଗ କରିବାର ଅନୁମତି ଦେଇଥିବା ବନ୍ଧୁମାନେ ହିଁ ଆପ୍‌ରେ ଆପଣଙ୍କ ବନ୍ଧୁ ଭାବରେ ଦୃଶ‍୍ୟମାନ ହେବେ। ଆପଣ ଯେକୌଣସି ସମୟରେ ଯେକୌଣସି ଆପ୍‌କୁ ଆପଣଙ୍କ ବନ୍ଧୁମାନଙ୍କ ସହ ଆପଣଙ୍କୁ ସଂଯୋଗ କରିବାର ଅନୁମତି ନଦେବାର ବିକଳ୍ପ ମଧ‍୍ୟ ବାଛିପାରିବେ। ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍‌ରେ ଏପରି କରିବା ପାଇଁ ସେଟିଂସ୍ > Game Centerକୁ ଯାଆନ୍ତୁ ଏବଂ “ବନ୍ଧୁଙ୍କ ଲିଷ୍ଟ୍ ଶେୟର୍‌ କରନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ। Macରେ, ସିଷ୍ଟମ୍ ସେଟିଂସ୍ > Game Centerକୁ ଯାଆନ୍ତୁ ଏବଂ “ବନ୍ଧୁଙ୍କ ଲିଷ୍ଟ୍‌ ଶେୟର୍‌ କରନ୍ତୁ”କୁ ବନ୍ଦ କରିବା ପାଇଁ କ୍ଲିକ୍ କରନ୍ତୁ। ଏହା ଦ୍ବାରା କୌଣସି ଆପ୍‌ ଆପଣଙ୍କୁ ଆପଣଙ୍କ Game Center ବନ୍ଧୁମାନଙ୍କ ସହିତ ସଂଯୁକ୍ତ ହେବା ବିଷୟରେ ପଚାରି ପାରିବ ନାହିଁ ଏବଂ ପୂର୍ବରୁ ଅନୁମତି ପ୍ରାପ୍ତ ଆପ୍‌ଗୁଡ଼ିକ ସହିତ ଆପଣଙ୍କ ବନ୍ଧୁ ଲିଷ୍ଟ୍ ଶେୟର୍ କରିବା ବନ୍ଦ ହୋଇଯିବ। ଆପଣ କୌଣସି ତୃତୀୟ ପକ୍ଷ ଆପ୍ ବ‍୍ୟବହାର କରିବା ସମୟରେ ଆପଣଙ୍କ ଡେଟାକୁ ସେମାନେ କିପରି ସଂଗ୍ରହ କରନ୍ତି ଏବଂ ବ‍୍ୟବହାର କରନ୍ତି ତାହା ବୁଝିବା ପାଇଁ ଡିଭେଲପର୍‌ଙ୍କ ନିୟମ, ଗୋପନୀୟତା ନୀତି ଏବଂ ଅଭ‍୍ୟାସ ବିଷୟରେ ସମୀକ୍ଷା କରିବା ଉଚିତ।

Game Center ରେ ଶିଶୁ

Game Center ବ‍୍ୟବହାର କରୁଥିବା ଆପଣଙ୍କ ପରିବାରର ଶିଶୁମାନଙ୍କ ପାଇଁ, ଆପଣ ଭିନ୍ନ ଭିନ୍ନ ଆପ୍‌ରେ ଅତିବାହିତ କରୁଥିବା ସମୟ ସୀମିତ କରିବା ପାଇଁ ଏବଂ ମଲ୍ଟିପ୍ଲେୟର୍ ଫଙ୍କ୍‌ଶନଲିଟି, ବନ୍ଧୁ ଯୋଡ଼ିବାର କ୍ଷମତା ଓ ସେହି ଗେମ୍ ଖେଳୁଥିବା ବନ୍ଧୁମାନଙ୍କ ସହ ସଂଯୋଗ କରିବାର କ୍ଷମତା ସହ ସେମାନଙ୍କ ଡିଭାଇସ୍‌ରେ Game Cente ଫୀଚର୍‌ ବ୍ଲକ୍ କରିବା ପାଇଁ ସ୍କ୍ରୀନ୍ ଟାଇମ୍‌ରେ ବିଷୟବସ୍ତୁ ଓ ଗୋପନୀୟତା ପ୍ରତିବନ୍ଧକର ଉପଯୋଗ କରିପାରିବେ। ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍‌ରେ ଏହା କରିବା ପାଇଁ ସେଟିଂସ୍ > ସ୍କ୍ରୀନ୍ ଟାଇମ୍ > ବିଷୟବସ୍ତୁ ଓ ଗୋପନୀୟତା ପ୍ରତିବନ୍ଧକ > App Store, ମିଡିଆ, ୱେବ୍‌ ଓ ଗେମ୍‌କୁ ଯାଆନ୍ତୁ, ତା’ପରେ ସ୍କ୍ରୋଲ୍‌ କରି Game Center ବିଭାଗକୁ ଯାଆନ୍ତୁ। Macରେ, ସିଷ୍ଟମ୍ ସେଟିଂସ୍ > ସ୍କ୍ରୀନ୍ ଟାଇମ୍ > ବିଷୟବସ୍ତୁ ଓ ଗୋପନୀୟତା ପ୍ରତିବନ୍ଧକକୁ ଯାଆନ୍ତୁ। tvOSରେ, ସେଟିଂସ୍ > ସାଧାରଣ > ପ୍ରତିବନ୍ଧକକୁ ଯାଆନ୍ତୁ। ଏହା ବ‍୍ୟତୀତ, Game Centerରେ ଅନ‍୍ୟ ଖେଳାଳିଙ୍କ ସହିତ ଯୋଗାଯୋଗ କରିବା ସମୟରେ, ପିଲାମାନେ ୟୁଜର୍‌ଙ୍କ ଦ୍ବାରା ଇନ୍‌ପୁଟ୍ କରାଯାଉଥିବା ଟେକ୍ସ୍‌ଟ୍‌ ପଠାଇପାରିବେ ନାହିଁ କିମ୍ବା ପାଇପାରିବେ ନାହିଁ। ସେମାନେ ପ୍ରୀସେଟ୍ ମେସେଜ୍ ପଠାଇପାରିବେ ନାହିଁ କିମ୍ବା ଗ୍ରହଣ କରିପାରିବେ ନାହିଁ। ପିଲାମାନଙ୍କ ପାଇଁ ଇନ୍‌-ଗେମ୍ ଭଏସ୍ ଚାଟ୍ ଅକ୍ଷମ କରାଯାଇଛି।

ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର

ଆମେ ଆପଣଙ୍କ ସମ୍ମତି ଆଧାରରେ ଏବଂ ଆମର ଆଇନସଙ୍ଗତ ଉଦ୍ଦେଶ‍୍ୟ ପାଇଁ ଆବଶ‍୍ୟକ ଅନୁଯାୟୀ Game Centerରେ ଥିବା ଆପଣଙ୍କ ପର୍ସନଲ୍ ଡେଟା ପ୍ରକ୍ରିୟା କରୁ। ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆମେ ନିମ୍ନଲିଖିତ ବର୍ଗର ବ୍ୟକ୍ତିଗତ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକ ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ:

  • ଆପଣ ଖେଳୁଥିବା ଗେମ୍‌ ଏବଂ ଆପଣଙ୍କ ଗେମ୍ ଆକ୍ଟିଭିଟି ସମେତ ଆପଣଙ୍କ Game Centerର ବ‍୍ୟବହାର
  • ଆପଣଙ୍କ ଡାକନାମ, ଅବତାର, Arcade ସବ୍‌ସ୍କ୍ରିପ୍ସନ୍‌ ସ୍ଥିତି, ସ୍କୋର୍‌, ଏବଂ ଅନ‍୍ୟ କାର୍ଯ‍୍ୟକଳାପ ସୂଚନା
  • ଆପଣଙ୍କ Game Center ବନ୍ଧୁ, ଆପଣଙ୍କ ସହ ଖେଳୁଥିବା ଖେଳାଳି ଏବଂ ଆପଣ ଏକାଠି ଖେଳୁଥିବା ସମୟ

ଏହି ଆଇନସଙ୍ଗତ ଉଦ୍ଦେଶ‍୍ୟ ମଧ‍୍ଯରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୂକ୍ତ:

  • Game Center ଏବଂ ଆପଣ ତଥା ଅନ‍୍ୟମାନଙ୍କ ପାଇଁ Game Center ବ୍ଯବହାର କରୁଥିବା ଅନ୍ଯ Apple ସେବାଗୁଡ଼ିକକୁ ଅପ୍ଟିମାଇଜ୍‌ ଏବଂ ଉନ୍ନତ କରିବା
  • Game Center ଏବଂ ଅନ‍୍ୟ ସମ୍ବନ୍ଧିତ Apple ପ୍ରଡକ୍ଟ୍, ସେବା ଏବଂ ଆପଣଙ୍କର ଆଗ୍ରହ ଥିବା ଅଫର୍ ବିଷୟରେ ଆପଣଙ୍କୁ ସୂଚନା ପଠାଇବା
  • ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା

ରିଟେନ୍‌ଶନ୍‌

ଆପଣ Game Center ଆକାଉଣ୍ଟ୍‌ ସହ ଜଡ଼ିତ Apple ଆକାଉଣ୍ଟ୍‌କୁ ବଜାୟ ରଖିବା ପର୍ଯ‍୍ୟନ୍ତ, Game Center ଆପଣଙ୍କ ବିଷୟରେ ସଂଗ୍ରହ କରାଯାଇଥିବା ସୂଚନା ରଖିଥାଏ।

  • ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପକୁ ପ୍ରତିରୋଧ କରିବା

    ଆମେ Game Center ଏବଂ ଅନ‍୍ୟ Apple ଆପ୍ ଓ ସେବାରେ ହେଉଥିବା ଠକାମି ଏବଂ ଅନ‍୍ୟ କ୍ଷତିକାରକ କାର୍ଯ‍୍ୟକଳାପରୁ ରକ୍ଷା କରିବାକୁ ବ‍୍ୟକ୍ତିଗତ ଡେଟା ସଂଗ୍ରହ କରୁ। ଏହି ସୂଚନାରେ ଡିଭାଇସ୍ ସୂଚନା, ଯେପରିକି ଡିଭାଇସ୍ ଟାଇପ୍ ଓ ସଫ୍ଟ୍‌ୱେୟର୍ ଭର୍ଶନ୍, ଲୋକେଶନ୍ ସୂଚନା (ଯଦି ଉପଲବ୍ଧ ଥାଏ, ତେବେ ଆପଣଙ୍କ ଇଣ୍ଟର୍‌ନେଟ୍ ସଂଯୋଗର IP ଠିକଣାକୁ ଏକ ଭୌଗୋଳିକ ଅଞ୍ଚଳ ସହ ମେଳ କରି ଅନୁମାନ କରାଯାଏ), ଡାଉନ୍‌ଲୋଡ୍ ଓ କ୍ରୟ ହିଷ୍ଟ୍ରି, ସର୍ଚ୍ଚ୍ ଏବଂ Game Center ଓ ଅନ‍୍ୟ ଆପ୍ ଓ ସେବା ସହ ହେଉଥିବା ଅନ‍୍ୟ ଇଣ୍ଟରାକ୍ସନ୍ ଅନ୍ତର୍ଭୁକ୍ତ।

    Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

    2026-03-30