ସ୍ୱାସ୍ଥ୍ୟ ରେକର୍ଡ୍ ଓ ଗୋପନୀୟତା

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ ସ୍ବାସ୍ଥ୍ଯ ରେକର୍ଡ୍‌କୁ ଡିଜାଇନ୍ କରାଯାଇଛି।


ସ୍ୱାସ୍ଥ୍ୟ ରେକର୍ଡ୍‌ ସାହାଯ‍୍ୟରେ ଆପଣ ନିଜର ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ସିଧାସଳଖ ସଂଯୋଗ ମାଧ୍ୟମରେ ଆପଣଙ୍କ iPhone କିମ୍ୱା iPadରେ ସ୍ବୟଂଚାଳିତ ଭାବରେ ସ୍ୱାସ୍ଥ୍ୟ ରେକର୍ଡ୍‌ଗୁଡ଼ିକ ଡାଉନ୍‌ଲୋଡ୍ କରିପାରିବେ। ଏହି ଫୀଚର୍ ସମ୍ବନ୍ଧରେ ଆପଣ ପ୍ରାପ୍ତ କରୁଥିବା ଯେକୌଣସି ସ୍ୱାସ୍ଥ୍ୟ ରେକର୍ଡ୍‌ ଏନ୍‌କ୍ରିପ୍ଟ୍‌ ହୋଇଥିବା ଫର୍ମ୍‌ରେ ଷ୍ଟୋର୍ ହୋଇଛି ଏବଂ ଆପଣଙ୍କ ଡିଭାଇସ୍‌ରେ ଆପଣଙ୍କ ପାସ୍‌କୋଡ୍ ସହିତ ସୁରକ୍ଷିତ।

ସ୍ୱାସ୍ଥ୍ୟ ରେକର୍ଡ୍‌କୁ ସମର୍ଥନ କରୁଥିବା ଆପଣଙ୍କ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନଙ୍କୁ ଖୋଜିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ, Apple ଆପଣଙ୍କ ପ୍ରଦାନକାରୀଙ୍କୁ ନାମ ଦ୍ୱାରା ସର୍ଚ୍ଚ୍ କରିପାରେ। ଭୌଗୋଳିକ ଭାବରେ ପ୍ରାସଙ୍ଗିକ ଫଳାଫଳ ପ୍ରଦାନ କରିବାକୁ ଆପଣଙ୍କ ସହମତିରେ ଆପଣଙ୍କ ଡିଭାଇସ୍‌ର ଲୋକେଶନ୍ ମଧ୍ୟ ବ୍ୟବହୃତ ହେବ। ଥରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ଚିହ୍ନଟ କରିବା ପରେ, ଆପଣଙ୍କୁ ଆପଣଙ୍କ ରୋଗୀ ଲଗ୍‌ଇନ୍ ସୂଚନା ସହିତ ପ୍ରମାଣୀକରଣ କରିବା ପାଇଁ କୁହାଯିବ। ଆପଣଙ୍କ iPhone କିମ୍ୱା iPadରେ ସ୍ବୟଂଚାଳିତ ଭାବରେ ସ୍ୱାସ୍ଥ୍ୟ ରେକର୍ଡଗୁଡ଼ିକ ଡାଉନ୍‌ଲୋଡ୍ ହେବ। ଆପଣଙ୍କ ଡିଭାଇସ୍ ଏକ ସୁରକ୍ଷିତ ଟୋକନ୍ ବ୍ୟବହାର କରିବ ଯାହା ସ୍ୱାସ୍ଥ୍ୟ ରେକର୍ଡ୍‌ ପ୍ରାପ୍ତ କରିବା ପାଇଁ ବ୍ୟବହୃତ ହେବ। ସ୍ବାସ୍ଥ୍ଯ ଆପ୍‌ ଆପଣଙ୍କ ରୋଗୀଙ୍କ ଲଗ୍‌ଇନ୍ ସୂଚନା ଷ୍ଟୋର୍ କରେ ନାହିଁ।

ସ୍ୱାସ୍ଥ୍ୟ ରେକର୍ଡ୍‌ ସମେତ ଆପଣଙ୍କ ସ୍ୱାସ୍ଥ୍ୟ ଆପ୍‌ ଡେଟା, iCloud ବ‍୍ୟବହାର କରି ସ୍ବୟଂଚାଳିତ ଭାବରେ ଆପଣଙ୍କର ସମସ୍ତ ଡିଭାଇସ୍‌ରେ ଅପ୍‌-ଟୁ-ଡେଟ୍ ରଖାଯିବ ଯେଉଁଠାରେ ଏହାକୁ ପଠାଇବା ସମୟରେ ଏବଂ ସ୍ୱାଭାବିକ ସ୍ଥିତିରେ ଏନ୍‌କ୍ରିପ୍ଟ୍‌ କରାଯାଇଥାଏ। ଏହି ଫୀଚର୍‌ ଅକ୍ଷମ କରିବା ପାଇଁ ସେଟିଂସ୍ > [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ ଏବଂ “ସ୍ବାସ୍ଥ‍୍ୟ” ବନ୍ଦ କରିବା ପାଇଁ ଟାପ୍‌ କରନ୍ତୁ।

ଆପଣଙ୍କ ଆକାଉଣ୍ଟ୍‌କୁ କାଢ଼ି ଦେଇ ଆପଣ ଯେକୌଣସି ସମୟରେ ସ୍ବାସ୍ଥ୍ଯ ରେକର୍ଡ୍ ପ୍ରାପ୍ତ କରିବା ବନ୍ଦ କରିପାରିବେ। ଏପରି କରିବାକୁ, ସ୍ୱାସ୍ଥ୍ୟ ଆପ୍‌ ଖୋଲନ୍ତୁ, “ବ୍ରାଉଜ୍ କରନ୍ତୁ”ଟାବ୍‌ରେ ଟାପ୍‌ କରନ୍ତୁ, ଆପଣଙ୍କ ପ୍ରୋଫାଇଲ୍‌ରେ ଟାପ୍‌ କରନ୍ତୁ, ସ୍ୱାସ୍ଥ୍ୟ ରେକର୍ଡ୍‌କୁ ଟାପ୍ କରନ୍ତୁ ଏବଂ ଆପଣ କାଢ଼ିବା ପାଇଁ ଚାହୁଁଥିବା ଆକାଉଣ୍ଟ୍‌ ଚୟନ କରନ୍ତୁ, ତା’ପରେ “ଆକାଉଣ୍ଟ୍‌ କାଢ଼ି ଦିଅନ୍ତୁ”ରେ ଟାପ୍‌ କରନ୍ତୁ। ଆପଣଙ୍କ ଆକାଉଣ୍ଟ୍‌ କାଢ଼ିବା ଦ୍ବାରା ସେହି ଆକାଉଣ୍ଟ୍‌ ସମ୍ବନ୍ଧିତ ରେକର୍ଡ୍‌ ଆପଣଙ୍କ ଡିଭାଇସ୍‌ରୁ ଡିଲିଟ୍‌ ହେବ।

ଯଦି ଆପଣ ଆପଣଙ୍କ ରୋଗୀଙ୍କ ଲଗ୍‌ଇନ୍ ସୂଚନା ସହିତ କିମ୍ବା ଆପଣଙ୍କ ସ୍ୱାସ୍ଥ୍ୟ ରେକର୍ଡ୍‌ର ବିଷୟବସ୍ତୁ ସହିତ ଯେକୌଣସି ସମସ୍ୟା ଅନୁଭବ କରନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରନ୍ତୁ।

ଆପଣ ନିଜ iPhone କିମ୍ବା iPadରେ ଡାଉନ୍‌ଲୋଡ୍ କରୁଥିବା ସ୍ୱାସ୍ଥ‍୍ୟ ରେକର୍ଡ୍‌ରେ ଆପଣଙ୍କର ସମ୍ପୂର୍ଣ୍ଣ ମେଡିକଲ୍ ହିଷ୍ଟ୍ରି ମିଳିନପାରେ ଏବଂ ଆପଣଙ୍କ ଅଫିଶିଅଲ୍ ସ୍ୱାସ୍ଥ‍୍ୟ ରେକର୍ଡ୍ ପାଇଁ କିମ୍ବା କୌଣସି ପ୍ରଫେଶନଲ୍ ମେଡିକଲ୍ ଧାରଣା ପାଇଁ ଏହାକୁ ବ‍୍ୟବାହର ନ କରାଯିବା ଉଚିତ। ଆପଣ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ନିଷ୍ପତି ନେବା ପୂର୍ବରୁ ଆପଣଙ୍କ ସ୍ୱାସ୍ଥ‍୍ୟସେବା ପ୍ରଦାନକାରୀଙ୍କର ପରାମର୍ଶ ନେବା ଉଚିତ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ

2025-12-12