ଘର ବିଦ୍ୟୁତ୍ ଓ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ ଘର ବିଦ୍ୟୁତ୍କୁ ଡିଜାଇନ୍ କରାଯାଇଛି।
ଆପଣଙ୍କ ୟୁଟିଲିଟି ପ୍ରଦାନକାରୀ ସହିତ ଭାଗିଦାରୀରେ, ଘର ଆପ୍ ଆପଣଙ୍କ ଘର ବିଦ୍ୟୁତ୍ ବ୍ୟବହାରକୁ ଆକ୍ସେସ୍ କରିବା, ବୁଝିବା ଏବଂ ଏହା ବିଷୟରେ ସୂଚିତ ନିଷ୍ପତ୍ତି ନେବାକୁ ସହଜ କରିଥାଏ। ଆପଣଙ୍କ ୟୁଟିଲିଟି ଆକାଉଣ୍ଟ୍କୁ ଘର ଆପ୍ ସହ ସଂଯୋଗ କରି, ଆପଣ ସମୟ କ୍ରମେ ଆପଣଙ୍କ ଘରର ବିଦ୍ୟୁତ୍ ଉପଯୋଗ ଦେଖିପାରିବେ, ଯେଉଁଥିରେ କମ୍ ଏବଂ ଅଧିକ ଖର୍ଚ୍ଚ ଅବଧିରେ ଉପଯୋଗ ମଧ୍ୟ ଅନ୍ତର୍ଭୁକ୍ତ। ଯଦି ଆପଣଙ୍କ ଘରେ ରୂଫ୍ ଟପ୍ ସୋଲାର୍ ଉପଯୋଗ କରାଯାଏ, ଘର ଆପ୍ ଗ୍ରିଡ୍କୁ ପଠାଯାଇଥିବା ଅତିରିକ୍ତ ବିଦ୍ଯୁତ୍ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରେ।
ଯେତେବେଳେ ଆପଣ ଘର ବିଦ୍ୟୁତ୍ ସେଟ୍ ଅପ୍ କରନ୍ତି, ଆପଣ ନିଜର ୟୁଟିଲିଟି ଆକାଉଣ୍ଟ୍ କ୍ରେଡେନ୍ଶଲ୍ ସାହାଯ୍ୟରେ ସାଇନ୍ ଇନ୍ କରିପାରିବେ କିମ୍ୱା ଆପଣଙ୍କ ୟୁଟିଲିଟି ଆକାଉଣ୍ଟ୍ ସଂଯୋଗ କରିବାକୁ ଆପଣଙ୍କ ନାମ ଏବଂ ଯୋଗାଯୋଗ ସୂଚନା ପରି ସୂଚନା ପ୍ରଦାନ କରିପାରିବେ। ଯଦି ଆପଣଙ୍କ ଆକାଉଣ୍ଟ୍ ଆପଣଙ୍କ ୟୁଟିଲିଟି ପ୍ରଦାନକାରୀ ଦ୍ୱାରା ଚିହ୍ନଟ ହୋଇଛି ଏବଂ ଯାଞ୍ଚକରଣ ସଫଳ ହୋଇଛି, ତେବେ ଆପଣଙ୍କ ୟୁଟିଲିଟି ପ୍ରଦାନକାରୀ ଆପଣଙ୍କ ଆକାଉଣ୍ଟ୍ ବିଷୟରେ ଆପଣଙ୍କ ଡିଭାଇସ୍କୁ ଡେଟା ପଠାଇବେ, ଯେପରିକି ଆପଣଙ୍କ ଆକାଉଣ୍ଟ୍ ID, ସେବା ଅବସ୍ଥାନ ଠିକଣା, ଏନର୍ଜି ବ୍ୟବହାରର ଆରମ୍ଭ ତାରିଖ, ଏନର୍ଜି ମୀଟର୍ର ସୂଚନା, ଏବଂ ଆପଣ ବ୍ୟବହାର କରୁଥିବା ୟୁଟିଲିଟି ପ୍ରୋଗ୍ରାମ୍ ବିଷୟରେ ସୂଚନା। Apple ଦ୍ୱାରା ଏହି ଆକାଉଣ୍ଟ୍ର ସେଟ୍ଅପ୍ ସୂଚନା ଆକ୍ସେସ୍ କରାଯାଏ ନାହିଁ।
ଘର ଆପ୍ରେ ବିଦ୍ୟୁତ୍ ଉପଯୋଗ ଡେଟା ଡିସ୍ପ୍ଲେ କରିବା ପାଇଁ, ଆପଣଙ୍କ ୟୁଟିଲିଟି ପ୍ରଦାନକାରୀ ଆପଣଙ୍କ ବିଦ୍ୟୁତ୍ ଉପଯୋଗ ଏବଂ ବିଲିଂ ବିଷୟରେ Appleକୁ ସୂଚନା ପଠାଏ, ଯେପରିକି ଆପଣଙ୍କ ଉପଯୋଗର ଆରମ୍ଭ ଏବଂ ଶେଷ ତାରିଖ, ଆପଣଙ୍କ ମୋଟ ବ୍ୟବହାର, ଆପଣଙ୍କ ମୀଟର୍ ପାଇଁ ଏକ ର୍ୟାଣ୍ଡମ୍ ଭାବରେ ସୃଷ୍ଟି ହୋଇଥିବା ଚିହ୍ନଟକାରୀ ଏବଂ ଆପଣଙ୍କ ଶେଷ ବିଲିଂ ଅବଧିରେ ଆପଣ ବିଦ୍ୟୁତ୍ ପିଛା ଖର୍ଚ୍ଚ କରିଥିବା ମୋଟ ପରିମାଣ। ଏହି ସୂଚନା Apple ସର୍ଭର୍ରେ ଅସ୍ଥାୟୀ ଭାବରେ ଏପରି ଉପାୟରେ ଷ୍ଟୋର୍ ହୋଇଛି, ଯାହା ଦ୍ବାରା Appleକୁ ଆପଣଙ୍କୁ ଚିହ୍ନଟ କରିବା ପାଇଁ କିମ୍ବା ଆପଣଙ୍କ ଡେଟା ଆପଣଙ୍କ Apple ଆକାଉଣ୍ଟ୍ ସହ ସଂଯୋଗ କରିବା ପାଇଁ ଅନୁମତି ମିଳେ ନାହିଁ। ଘର ଆପ୍ରେ ଡିସ୍ପ୍ଲେ ହେବା ପାଇଁ ଆପଣଙ୍କ ଡିଭାଇସ୍ ସମୟ ସମୟରେ ଆପଣଙ୍କ ବିଦ୍ୟୁତ୍ ଉପଯୋଗ ଏବଂ ବିଲିଂ ସୂଚନା ଡାଉନ୍ଲୋଡ୍ କରେ। ଆପଣଙ୍କ ବିଦ୍ୟୁତ୍ ଉପଯୋଗ ଏବଂ ବିଲିଂ ସୂଚନା ଆପଣଙ୍କ ଡିଭାଇସ୍ରେ ସୁରକ୍ଷିତ ଭାବରେ ଷ୍ଟୋର୍ କରାଯାଏ ଏବଂ ଯଦି ସକ୍ଷମ କରାଯାଇଥାଏ, ତେବେ iCloudରେ ଏନ୍କ୍ରିପ୍ଟ୍ କରାଯାଏ।
ଆପଣ ଯେକୌଣସି ସମୟରେ ଘର ବିଦ୍ୟୁତ୍ ବ୍ଯବହାର କରିବା ବନ୍ଦ କରିପାରିବେ। ଏହା କରିବାକୁ, ଘର ଆପ୍ରେ “ଅଧିକ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଘର ସେଟିଂସ୍ > ଏନର୍ଜିକୁ ଯାଆନ୍ତୁ, ଆପଣଙ୍କ ସକ୍ରିୟ ପ୍ରୋଭାଇଡର୍ଙ୍କୁ ଟାପ୍ କରନ୍ତୁ, ତା'ପରେ “ଆକାଉଣ୍ଟ୍ ସଂଯୋଗ ବିଚ୍ଛିନ୍ନ କରନ୍ତୁ”ରେ ଟାପ୍ କରନ୍ତୁ। ଆପଣଙ୍କ ଆକାଉଣ୍ଟ୍ କାଢ଼ିବା ଦ୍ବାରା ସେହି ଆକାଉଣ୍ଟ୍ ସମ୍ବନ୍ଧିତ ରେକର୍ଡ୍ ଆପଣଙ୍କ ଡିଭାଇସ୍ ଏବଂ Apple ସର୍ଭର୍ରୁ ଡିଲିଟ୍ ହେବ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2025-12-12