Apple Pay ଉନ୍ନତ କରନ୍ତୁ ଓ ଗୋପନୀୟତା
“Apple Pay ଉନ୍ନତ କରନ୍ତୁ” Appleକୁ Apple Pay ଏବଂ ସମ୍ବନ୍ଧୀୟ ଫୀଚର୍ ବିକଶିତ ଏବଂ ଉନ୍ନତ କରିବାରେ ସହାୟତା କରିବା ପାଇଁ Apple Pay ଏବଂ ଆପଣଙ୍କ ଆର୍ଥିକ ଆକାଉଣ୍ଟ୍ ସହ ସଂଯୁକ୍ତ ଥିବା କାର୍ଡ୍ରୁ ନେଣଦେଣ ବିବରଣୀ ଷ୍ଟୋର୍ କରିବାକୁ ଅନୁମତି ଦିଏ।
ଯଦି ଆପଣ Apple Payକୁ ଉନ୍ନତ କରିବାକୁ ଚୟନ କରନ୍ତି, ତେବେ ଆପଣ ନିଜର ଆର୍ଥିକ ଆକାଉଣ୍ଟ୍ ସହ ସଂଯୁକ୍ତ କରିଥିବା କାର୍ଡ୍ ଏବଂ ୱଲେଟ୍ରେ Apple- ବ୍ରାଣ୍ଡ୍ ଥିବା କାର୍ଡ୍ରୁ ନିମ୍ନରେ ତାଲିକାଭୁକ୍ତ ନେଣଦେଣ ଏବଂ ଆକାଉଣ୍ଟ୍ ବିବରଣୀ Apple Pay ଏବଂ ସମ୍ବନ୍ଧିତ ଫୀଚର୍ଗୁଡ଼ିକର ବିକାଶ ଓ ଉନ୍ନତିରେ ସାହାଯ୍ୟ କରିବାକୁ Apple ଦ୍ୱାରା ବ୍ୟବହୃତ ହୋଇପାରେ। ଉଦାହରଣ ସ୍ୱରୂପ, ମୂଲ୍ଯାଙ୍କନରେ ସହାୟତା ପାଇଁ Apple ମର୍ଚଣ୍ଟ୍ଙ୍କ ନାମ ଏବଂ ବର୍ଗର ସମୀକ୍ଷା କରିପାରେ ଯେ, Apple ଗ୍ରାହକଙ୍କ ଉପଯୋଗ ପାଇଁ ବ୍ୟବସାୟୀଙ୍କୁ ଉପଯୁକ୍ତ ଭାବରେ ବର୍ଗୀକରଣ କରାଯାଉଛି କି ନାହିଁ।
ନେଣଦେଣ ଏବଂ ଆକାଉଣ୍ଟ୍ ବିବରଣୀ ଆପଣଙ୍କ ଡିଭାଇସ୍ରୁ ସିଧାସଳଖ Appleକୁ ପଠାଯାଏ। ସୂଚନା ସହିତ କୌଣସି Apple ଆକାଉଣ୍ଟ୍ ଚିହ୍ନଟକାରୀ ପଠାଯାଏ ନାହିଁ। ଆପଣଙ୍କୁ ଚିହ୍ନଟ କରିବା ପାଇଁ ନେଣଦେଣ ଏବଂ ଆକାଉଣ୍ଟ୍ ବିବରଣୀ ବ୍ୟବହାର କରାଯାଇପାରିବ ନାହିଁ ତାହା ସୁନିଶ୍ଚିତ କରିବା ପାଇଁ Apple ଅତିରିକ୍ତ ଗାର୍ଡ୍ରେଲ୍ ମଧ୍ୟ ଲଗାଇଛି। ଉଦାହରଣ ସ୍ୱରୂପ, Apple ଏକ ନେଣଦେଣ ହେବାର ସଠିକ୍ ସମୟର ସୂଚନା ରଖେ ନାହିଁ, ଯାହା ଫଳରେ ଏକ ପରିଚୟ ଯୋଗ୍ୟ ବାସ୍ତବ ନେଣଦେଣକୁ ଚିହ୍ନଟ କରିବା ପାଇଁ ସଠିକ୍ ସମୟ ବ୍ୟବହାର କରାଯାଇପାରିବ ନାହିଁ। ଏବଂ, ମର୍ଚ୍ଚଣ୍ଟ୍ କିମ୍ବା ଆର୍ଥିକ ଅନୁଷ୍ଠାନ ଦ୍ୱାରା ଯୋଡ଼ାଯାଇଥିବା ଅନ୍ୟ କୌଣସି ଚିହ୍ନଟକାରୀ (ଉଦାହରଣ ସ୍ୱରୂପ ଇମେଲ୍, ଫୋନ୍) ନେଣଦେଣ ବିବରଣୀରୁ କାଢ଼ିବାରେ ସହାୟତା କରିବା ପାଇଁ ଟୂଲ୍ ବ୍ୟବହୃତ ହୁଏ।
ନିମ୍ନଲିଖିତ ବିବରଣୀକୁ Apple ଦ୍ୱାରା ଶେୟର୍ ଏବଂ ଷ୍ଟୋର୍ କରାଯାଇଛି:
- ର୍ୟାଣ୍ଡମ୍ ଚିହ୍ନଟକାରୀ
- ଏନ୍କୋଡ୍ କରାଯାଇଥିବା ଚିହ୍ନଟକାରୀ (ଉଦାହରଣ ସ୍ବରୂପ, ଏନ୍କୋଡ୍ କରାଯାଇଥିବା ନେଣଦେଣ ସଂଖ୍ଯା)
- ନେଣଦେଣ ପ୍ରକାର (ଉଦାହରଣ ସ୍ବରୁପ, ଡେବିଟ୍ କିମ୍ବା କ୍ରେଡିଟ୍, ଟ୍ରାନ୍ସଫର୍)
- ନେଣଦେଣ ପରିମାଣ ଏବଂ ମୁଦ୍ରା
- ନେଣଦେଣ ତାରିଖ
- ନେଣଦେଣ ବର୍ଣ୍ଣନା
- ନେଣଦେଣ ଏବଂ/କିମ୍ବା ଆକାଉଣ୍ଟ୍ ସ୍ଥିତି
- ମର୍ଚଣ୍ଟ୍ ବିଷୟରେ ସୂଚନା (ଉଦାହରଣ ସ୍ୱରୂପ ନାମ, ବର୍ଗ)
- ଆକାଉଣ୍ଟ୍ ପ୍ରକାର ଓ ସ୍ଥିତି
- ଆକାଉଣ୍ଟ୍ ବାଲାନ୍ସ୍
- ଆକାଉଣ୍ଟ୍ ନିୟମାବଳୀ (ଉଦାହରଣ ସ୍ୱରୂପ, ସୁଧ ହାର)
- ଆର୍ଥିକ ଅନୁଷ୍ଠାନ
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2025-12-12