Fitness+ ଉନ୍ନତ କରନ୍ତୁ ଓ ଗୋପନୀୟତା

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ “Fitness+କୁ ଉନ୍ନତ କରନ୍ତୁ”କୁ ଡିଜାଇନ୍ କରାଯାଇଛି।


Apple Fitness+ ଫୀଚର୍‌ ଏବଂ ୱର୍କ୍ଆଉଟ୍‌ର ପ୍ରଭାବର ବିକାଶ, ଉନ୍ନତି ଏବଂ ତାହାକୁ ବୁଝିବା ପାଇଁ “Fitness+ କୁ ଉନ୍ନତ କରନ୍ତୁ” Appleକୁ ଆପଣଙ୍କ ୱର୍କ୍‌ଆଉଟ୍ ବିଷୟରେ ୱର୍କ୍‌ଆଉଟ୍ ଶୀର୍ଷକ ଓ ପ୍ରଶିକ୍ଷକଙ୍କ ସମେତ ଅତିରିକ୍ତ ସୂଚନା ପଠାଏ। ଆପଣଙ୍କ ଡେଟା ଅନ୍ୟ କୌଣସି ଉଦ୍ଦେଶ୍ଯରେ ବ୍ଯବହୃତ ହେବ ନାହିଁ। ଶୀର୍ଷକ କିମ୍ବା ପ୍ରଶିକ୍ଷକ ପରି ୱର୍କ୍‌ଆଉଟ୍ ବିବରଣୀ, ଆପଣଙ୍କ ୱର୍କ୍‌ଆଉଟ୍ ବିଷୟରେ ସମ୍ବେଦନଶୀଳ ସୂଚନା ପ୍ରକାଶ କରିପାରେ, ଯେପରିକି ଏହା ପ୍ରସବ ପୂର୍ବରୁ କରାଯାଉଥିବା ଏକ ୱର୍କ୍‌ଆଉଟ୍ କି ନୁହେଁ। ଏହି ସୂଚନାରେ ସ୍ୱାସ୍ଥ୍ୟ ଏବଂ ଆକ୍ଟିଭିଟି ସମ୍ବନ୍ଧୀୟ ସେନ୍ସର୍ (ଯେପରିକି ଆପଣଙ୍କ ହୃତ୍‌ସ୍ପନ୍ଦନ, କ୍ୟାଲୋରି, କିମ୍ୱା କିଲୋଜୂଲ୍) ଡେଟା ନଥାଏ। “Fitness + ଡେଟାକୁ ଉନ୍ନତ କରନ୍ତୁ”ର ଆପଣଙ୍କ ଡେଟା ଅନ୍ୟ Fitness + ଡେଟା ସହିତ ଏକ ର‍୍ୟାଣ୍ଡମ୍ ଚିହ୍ନଟକାରୀ ବିରୁଦ୍ଧରେ ଷ୍ଟୋର୍ ହୋଇଛି, ଯାହା Apple Fitness+ ପାଇଁ ନିର୍ଦ୍ଦିଷ୍ଟ ଏବଂ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ନୁହେଁ।

ଆପଣ ଯେକୌଣସି ସମୟରେ “Fitness+ ଉନ୍ନତ କରନ୍ତୁ”କୁ ଅକ୍ଷମ କରିବା ପାଇଁ ବାଛିପାରିବେ। ଏହା କରିବାକୁ, ସେଟିଂସ୍‌ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍‌ ଓ ଉନ୍ନତିକୁ ଯାଆନ୍ତୁ ଏବଂ “Fitness+ ଉନ୍ନତ କରନ୍ତୁ” ବନ୍ଦ କରିବା ପାଇଁ ଟାପ୍ କରନ୍ତୁ।

“Fitness+ ଉନ୍ନତ କରନ୍ତୁ”କୁ ସକ୍ଷମ କରି, ଆପଣ Apple ଏବଂ ତା’ର ସହଯୋଗୀ ଏବଂ ଏଜେଣ୍ଟ୍‌ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁସାରେ ଏହି ସୂଚନାର ସଂଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାରତ କରିବା ଏବଂ ତାହାର ବ‍୍ୟବହାର କରାଯିବା ପାଇଁ ସହମତ ହୁଅନ୍ତି ଏବଂ ଅନୁମତି ଦେଉଛନ୍ତି। Apple ଏହି ସୂଚନାକୁ ଭରସାଯୋଗ୍ଯ ସେବା ପ୍ରଦାନକାରୀଙ୍କ ପାଖରେ ଷ୍ଟୋର୍ କରିପାରେ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ

2025-12-12