ହାତ ଧୋଇବା ଉନ୍ନତ କରନ୍ତୁ ଓ ଗୋପନୀୟତା
ଆପଣଙ୍କ ଗୋପନୀୟତା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ଆପଣଙ୍କୁ ବାଛିବାକୁ ଦେବା ପାଇଁ ପରିବାର “ହାତ ଧୋଇବା ଉନ୍ନତ କରନ୍ତୁ” ଡିଜାଇନ୍ କରାଯାଇଛି।
“ହାତ ଧୋଇବା ଉନ୍ନତ କରନ୍ତୁ” ଆପଣଙ୍କ ହାତ ଧୋଇବା ଫୀଚର୍ର ବ୍ଯବହାରର ଅଂଶ ଭାବରେ ଆପଣଙ୍କ Apple Watch ଦ୍ୱାରା କ୍ୟାପ୍ଚର୍ ହୋଇଥିବା ସୀମିତ ସୂଚନା ପଠାଏ। ସଂଗୃହୀତ ସୂଚନାରେ ସୀମିତ ଗତି ଡେଟା, ଆପଣ ପ୍ରଦାନ କରୁଥିବା ମତାମତ ଏବଂ କିଛି ପ୍ରକ୍ରିୟା କରାଯାଇଥିବା ଅଡିଓ ଡେଟା ଅନ୍ତର୍ଭୁକ୍ତ ହେବ। ଯଦି ଆପଣ ଏହି ସୂଚନା ଶେୟର୍ କରିବାକୁ ଚୟନ କରନ୍ତି, ତେବେ ଏହା କେବଳ Apple କର୍ମଚାରୀଙ୍କ ଦ୍ୱାରା ସମୀକ୍ଷା କରାଯିବ ଏବଂ ହ୍ୟାଣ୍ଡ୍ୱାସିଂ ଫୀଚର୍ର ପ୍ରଭାବକୁ ବିକଶିତ, ଉନ୍ନତ କରିବା ଏବଂ ବୁଝିବା ପାଇଁ ବ୍ୟବହୃତ ହେବ; ଏହାକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଉପଯୋଗ କରାଯିବ ନାହିଁ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ କିମ୍ବା ଆପଣଙ୍କ ଅନ୍ଯ Apple ସେବାର ଉପଯୋଗରୁ Apple ପାଖରେ ଥିବା ଅନ୍ଯ ଡେଟା ସହିତ ଲିଙ୍କ୍ ହୋଇନାହିଁ।
“ହାତ ଧୋଇବା ଉନ୍ନତ କରନ୍ତୁ”ର ଅଂଶ ଭାବରେ ଆପଣଙ୍କଠାରୁ ସଂଗ୍ରହ କରାଯାଇଥିବା ସୂଚନାରେ କିଛି ର’ ମୋଶନ୍ ଡେଟା (ଯେପରିକି ଆକ୍ସିଲେରୋମିଟର୍ ଡେଟା), ଫୀଚର୍ ସହିତ ଆପଣଙ୍କ ନିୟୋଜନ (ଯେପରିକି ହାତ ଧୋଇବା ନୋଟିଫିକେଶନ୍ ପ୍ରତି ଆପଣଙ୍କ ପ୍ରତିକ୍ରିୟା), ଏବଂ କିଛି ପ୍ରକ୍ରିୟାକୃତ ଅଡିଓ ଅନ୍ତର୍ଭୁକ୍ତ ହେବ ଯାହା ଆପଣଙ୍କ Apple Watch ଦ୍ୱାରା କେବଳ ସେତେବେଳେ କ୍ୟାପ୍ଚର୍ କରାଯାଏ ଯେତେବେଳେ ଏହି ଫୀଚର୍ ସକ୍ଷମ ହୁଏ ଏବଂ ଡିଭାଇସ୍ରେ ପ୍ରକ୍ରିୟାକରଣ କରାଯାଏ ଯାହା ଦ୍ବାରା ଚିହ୍ନଟଯୋଗ୍ୟ ଭାଷଣର ଅଧିକାଂଶ ନମୁନା କାଢ଼ି ଦିଆଯାଇପାରିବ।
ଆପଣଙ୍କ Apple Watch ଦ୍ୱାରା ହାତ ଧୋଇବା ଗତିବିଧି ଚିହ୍ନଟ ହେବା ପରଠାରୁ ସଂଗ୍ରହ ହୋଇଥିବା ଅଡିଓ ଫାଇଲ୍ 60 ସେକେଣ୍ଡରୁ ଅଧିକ ହେବ ନାହିଁ। ପରିଚୟଯୋଗ୍ୟ ସ୍ପୀଚ୍ ଅନ୍ତର୍ଭୁକ୍ତ କରିବା ପାଇଁ Apple ଦ୍ୱାରା ଚିହ୍ନଟ କରାଯାଇଥିବା ଯେକୌଣସି ଅଡିଓ ତୁରନ୍ତ ଡିଲିଟ୍ ହେବ।
“ହାତ ଧୋଇବା ଉନ୍ନତ କରନ୍ତୁ”ର ଅଂଶ ଭାବରେ ପ୍ରଦାନ କରାଯାଇଥିବା ସମସ୍ତ ସୂଚନା ଟ୍ରାଞ୍ଜିଟ୍ରେ ଏବଂ ଆପଣଙ୍କ ଡିଭାଇସ୍ରେ ଏନ୍କ୍ରିପ୍ଟ୍ ହେବ।
ହାତ ଧୋଇବା ଉନ୍ନତ କରନ୍ତୁ ସକ୍ଷମ କରି ଆପଣ Appleର ଏବଂ ଏହାର ସହଯୋଗୀ ଏବଂ ଏଜେଣ୍ଟ୍ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁସାରେ ଏହି ସୂଚନାର ସଂଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାକରଣ, କରିବା ଏବଂ ବ୍ଯବହାର କରିବା ପାଇଁ ସହମତ ହୁଅନ୍ତି ଏବଂ ଅନୁମତି ଦିଅନ୍ତି। Apple ଏହି ସୂଚନାକୁ ଭରସାଯୋଗ୍ୟ ତୃତୀୟ-ପକ୍ଷ ସେବା ପ୍ରଦାନକାରୀ ପାଖରେ ଷ୍ଟୋର୍ କରିପାରେ। ଆପଣ ଯେକୌଣସି ସମୟରେ ଆପଣଙ୍କ ଡେଟା Apple ସହିତ ଶେୟର୍ କରିବା ବନ୍ଦ କରିବା ପାଇଁ ବାଛିପାରନ୍ତି। ଏହା କରିବାକୁ, ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍ ଓ ଉନ୍ନତିକୁ ଯାଆନ୍ତୁ ଏବଂ “ହାତ ଧୋଇବା ଉନ୍ନତ କରନ୍ତୁ” ବନ୍ଦ କରିବା ପାଇଁ ଟାପ୍ କରନ୍ତୁ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ
2025-12-12