“ସ୍ୱାସ୍ଥ୍ୟ ରେକର୍ଡ୍ ଉନ୍ନତ କରନ୍ତୁ” ଓ ଗୋପନୀୟତା
“ସ୍ୱାସ୍ଥ୍ୟ ରେକର୍ଡ୍ ଉନ୍ନତ କରନ୍ତୁ” ସ୍ବୟଂଚାଳିତ ଭାବରେ ଆପଣଙ୍କ iPhone ଏବଂ iPadରୁ ସ୍ୱାସ୍ଥ୍ୟ ରେକର୍ଡ୍ ଏବଂ ସମ୍ବନ୍ଧୀୟ ଫୀଚର୍ର ବ୍ଯବହାର ଏବଂ ସଂପୃକ୍ତି ବିଷୟରେ କିଛି ସୂଚନା Appleକୁ ପଠାଏ, ଯାହା Appleକୁ ସ୍ୱାସ୍ଥ୍ୟ ରେକର୍ଡ୍ ଏବଂ ସମ୍ବନ୍ଧୀୟ ଫୀଚର୍ର ବିକାଶ, ଉନ୍ନତି ଏବଂ ବୁଝିବାରେ ସହାୟତା କରେ। ଆପଣଙ୍କ ଡେଟା ଅନ୍ୟ କୌଣସି ଉଦ୍ଦେଶ୍ଯରେ ବ୍ଯବହୃତ ହେବ ନାହିଁ।
ଉନ୍ନତ ସ୍ୱାସ୍ଥ୍ୟ ରେକର୍ଡ୍ଗୁଡ଼ିକର ଅଂଶ ଭାବରେ ସଂଗ୍ରହ କରାଯାଇଥିବା ସୂଚନାରେ ଆପଣଙ୍କ ସ୍ୱାସ୍ଥ୍ୟ ରେକର୍ଡ୍ଗୁଡ଼ିକରେ କିଛି ସୂଚନା ଅନ୍ତର୍ଭୁକ୍ତ ଥାଏ (ଯେପରିକି ଆପଣଙ୍କ ଅବସ୍ଥା, ଔଷଧ, ଭାଇଟଲ୍, ଟୀକାକରଣ, ଲ୍ୟାବ୍ ଫଳାଫଳ, ପଦ୍ଧତି, ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ରେକର୍ଡ୍ ଡେଟା ସ୍ୱାସ୍ଥ୍ୟ ଆପ୍ରେ ସ୍ୱାସ୍ଥ୍ୟ ରେକର୍ଡ୍ ବିଭାଗ ଅଧୀନରେ ଆମଦାନୀ ଏବଂ ଷ୍ଟୋର୍ ହୋଇଥିବା ଅନ୍ୟ ସ୍ୱାସ୍ଥ୍ୟ ରେକର୍ଡ୍ ଡେଟା ଯେପରିକି ଯାଞ୍ଚଯୋଗ୍ୟ ସ୍ୱାସ୍ଥ୍ୟ ରେକର୍ଡ୍ ଡେଟା), ଏବଂ ସ୍ୱାସ୍ଥ୍ୟ ରେକର୍ଡ୍ ଫୀଚର୍ ସହିତ ଆପଣଙ୍କ ସକ୍ଷମ ଏବଂ ନିୟୋଜିତ ହେବା ବିଷୟରେ ସୂଚନା (ଯେପରିକି ଆପଣଙ୍କ ସ୍ୱାସ୍ଥ୍ୟ ରେକର୍ଡ୍ ସ୍ଥାନାନ୍ତର ସମ୍ବନ୍ଧୀୟ ଆନାଲିଟିକ୍ସ୍ ଡେଟା, ଯେଉଁଥିରେ ଏଭଳି ତଥ୍ୟର ଉତ୍ସ ଅନ୍ତର୍ଭୁକ୍ତ ହୋଇପାରେ)। ବିଶ୍ଳେଷଣ ପାଇଁ ଆପଣଙ୍କ ସୂଚନା Appleକୁ ପଠାଯିବା ପୂର୍ବରୁ, ଆପଣଙ୍କ ନାମ କିମ୍ୱା ଫୋନ୍ ନମ୍ବର୍ ପରି ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରିପାରୁଥିବା ଡେଟା କାଢ଼ିବାକୁ ଏହା ପ୍ରକ୍ରିୟା କରାଯାଇଥାଏ। ଯଦିଓ ଏହି ପ୍ରକ୍ରିୟା ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରିପାରୁଥିବା ସମସ୍ତ ସୂଚନା କାଢ଼ିବାକୁ ଉଦ୍ଦିଷ୍ଟ, ଏହା ସମ୍ଭବ ଯେ Apple ପରିଚୟଯୋଗ୍ୟ ଡେଟା ପ୍ରାପ୍ତ କରିପାରେ। ଯଦି କୌଣସି ବ୍ୟକ୍ତିଗତ ପରିଚୟଯୋଗ୍ୟ ଡେଟା ମିଳେ, ତେବେ ଏହାକୁ ତୁରନ୍ତ ଡିଲିଟ୍ କରାଯିବ।
Appleକୁ ପଠାଯାଇଥିବା ସମସ୍ତ ସୂଚନା ଟ୍ରାଞ୍ଜିଟ୍ ସମୟରେ ଏବଂ ବିଶ୍ରାମ ସମୟରେ ଏନ୍କ୍ରିପ୍ଟ୍ ହୋଇଛି।
ଉନ୍ନତ ସ୍ବାସ୍ଥ୍ଯ ରେକର୍ଡ୍ ସକ୍ଷମ କରି ଆପଣ Appleର ଏବଂ ଏହାର ସହଯୋଗୀ ଏବଂ ଏଜେଣ୍ଟ୍ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁସାରେ ଏହି ସୂଚନାର ସଂଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାକରଣ, କରିବା ଏବଂ ବ୍ଯବହାର କରିବା ପାଇଁ ସହମତ ହୁଅନ୍ତି ଏବଂ ଅନୁମତି ଦିଅନ୍ତି। Apple ଏହି ସୂଚନାକୁ ଭରସାଯୋଗ୍ୟ ତୃତୀୟ-ପକ୍ଷ ସେବା ପ୍ରଦାନକାରୀ ପାଖରେ ଷ୍ଟୋର୍ କରିପାରେ। ଆପଣ ଯେକୌଣସି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ରେକର୍ଡ୍କୁ ଶେୟର୍ କରିବା ବନ୍ଦ କରିବା ପାଇଁ ବାଛିପାରନ୍ତି। ଏହା କରିବାକୁ, ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍ ଓ ଉନ୍ନତିକୁ ଯାଆନ୍ତୁ ଏବଂ “ସ୍ବାସ୍ଥ୍ଯ ରେକର୍ଡ୍ ଉନ୍ନତ କରନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ
2025-12-12