ମ୍ୟାପ୍କୁ ଉନ୍ନତ କରନ୍ତୁ ଏବଂ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Apple ମ୍ଯାପ୍କୁ ଡିଜାଇନ୍ କରାଯାଇଛି।
ଯଦି ଆପଣ “ମ୍ୟାପ୍କୁ ଉନ୍ନତ କରନ୍ତୁ” ସକ୍ଷମ କରିବାକୁ ବାଛନ୍ତି, Apple ଆପଣଙ୍କ ଡିଭାଇସ୍ରେ ଥିବା ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍ ଫୀଚର୍ ମାଧ୍ୟମରେ ପ୍ରାପ୍ତ GPS କୋଅର୍ଡିନେଟ୍ ସଂଗ୍ରହ କରିବ ଏବଂ ସେଗୁଡ଼ିକୁ ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଷ୍ଟ୍ରୀଟ୍ ଠିକଣା ସହିତ ସଂଯୁକ୍ତ କରିବ। ଏହା ଦ୍ୱାରା Apple ସେହି ଏବଂ ଅନ୍ୟ ଠିକଣାର ଭୌଗୋଳିକ ଅବସ୍ଥିତିକୁ ଭଲ ଭାବରେ ଆକଳନ କରିବାରେ ସକ୍ଷମ ହେବ। ମ୍ୟାପ୍ ଏବଂ ଅନ୍ୟ Apple ଲୋକେଶନ୍-ଆଧାରିତ ପ୍ରଡକ୍ଟ୍ ଓ ସେବାକୁ ଉନ୍ନତ କରିବା ପାଇଁ Apple ଫଳସ୍ବରୂପ ମିଳୁଥିବା କୋଅର୍ଡିନେଟ୍କୁ କେବଳ ବେନାମୀ ରୂପେ ରଖିବ। ମ୍ୟାପ୍ ଏବଂ ଅନ୍ୟ Apple ଲୋକେଶନ୍-ଆଧାରିତ ପ୍ରଡକ୍ଟ୍ ଓ ସେବାକୁ ଉନ୍ନତ କରିବା ପାଇଁ ଆପଣଙ୍କ iOS, iPadOS କିମ୍ୱା visionOS ଡିଭାଇସ୍ ସମୟ ସମୟରେ Appleକୁ ଏକ ବେନାମୀ ଏବଂ ଏନ୍କ୍ରିପ୍ଟ୍ ହୋଇଥିବା ରୂପରେ ଆପ୍ଗୁଡ଼ିକର ନାମ ସମେତ ସେଗୁଡ଼ିକ କେଉଁ ଲୋକେଶନ୍ରେ ଓ କେବେ ଲଞ୍ଚ୍ ହୋଇଥିଲା ତାହା ମଧ୍ୟ ପ୍ରେରଣ କରିବ।
ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବା > ସିଷ୍ଟମ୍ ସେବାକୁ ଯାଇ, ତା’ପରେ “ମ୍ଯାପ୍କୁ ଉନ୍ନତ କରନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରି ଆପଣଙ୍କ iOS, iPadOS କିମ୍ୱା visionOS ଡିଭାଇସ୍ରେ ଯେକୌଣସି ସମୟରେ “ମ୍ଯାପ୍କୁ ଉନ୍ନତ କରନ୍ତୁ”କୁ ଅକ୍ଷମ କରିପାରିବେ। Macରେ, ଆପଣ ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଗୋପନୀୟତା > ଲୋକେଶନ୍ ସେବାକୁ ଯାଇ, ସିଷ୍ଟମ୍ ସେବା ପାଖରେ ଥିବା ବିବରଣୀରେ କ୍ଲିକ୍ କରି, ତା'ପରେ ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍ ଅଚୟନ କରି ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍ ବନ୍ଦ କରିପାରିବେ।
2025-12-12