ନିରାପତ୍ତା ଫୀଚର୍ ଉନ୍ନତ କରନ୍ତୁ ଓ ଗୋପନୀୟତା
ଆପଣଙ୍କ ଗୋପନୀୟତା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ଆପଣଙ୍କୁ ବାଛିବାକୁ ଦେବା ପାଇଁ “ନିରାପତ୍ତା ଫୀଚର୍ ଉନ୍ନତ କରନ୍ତୁ” ଡିଜାଇନ୍ କରାଯାଇଛି।
ଆମର ନିରାପତ୍ତା-ସମ୍ବନ୍ଧୀୟ ଫୀଚର୍ ଦ୍ୱାରା ଆପଣଙ୍କ iOS ଡିଭାଇସ୍ ଏବଂ Apple Watchରୁ ସଂଗ୍ରହ କରାଯାଇଥିବା ସୂଚନାକୁ “ନିରାପତ୍ତା ଫୀଚର୍ ଉନ୍ନତ କରନ୍ତୁ” Appleକୁ ପ୍ରେରଣ କରେ, ଯାହା ଦ୍ୱାରା ସେଗୁଡ଼ିକ ଦ୍ବାରା ସମର୍ଥିତ ଆଲ୍ଗୋରିଦମ୍ ସମେତ ନିରାପତ୍ତା ଫୀଚର୍ର ପ୍ରଭାବକୁ ବିକଶିତ ଓ ଉନ୍ନତ କରାଯାଇପାରିବ ଏବଂ ବୁଝାଯାଇପାରିବ। ଏଥିରେ ମୂଳ ସେନ୍ସର୍ ଡେଟା, ନିରାପତ୍ତା ସମ୍ବନ୍ଧୀୟ ସେନ୍ସର୍ରୁ ପ୍ରାପ୍ତ ସୂଚନା ଏବଂ ଆପଣଙ୍କ ଦ୍ବାରା ଏହି ଫୀଚର୍ର ବ୍ୟବହାର ସମ୍ବନ୍ଧିତ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ। ଆପଣଙ୍କ ଡେଟା ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେବ ନାହିଁ ଏବଂ ସେଥିରେ ବ୍ୟକ୍ତିଗତ ଭାବରେ ଚିହ୍ନଟଯୋଗ୍ୟ ସୂଚନା ଅନ୍ତର୍ଭୁକ୍ତ ହୁଏ ନାହିଁ।
“ନିରାପତ୍ତା ଫୀଚର୍ ଉନ୍ନତ କରନ୍ତୁ”ର ଅଂଶ ଭାବରେ ସଂଗ୍ରହ କରାଯାଇଥିବା ସୂଚନାରେ ଆମର ନିରାପତ୍ତା-ସମ୍ବନ୍ଧୀୟ ଫୀଚର୍ ଏବଂ ସେନ୍ସର୍ରୁ ଆପଣଙ୍କ ଲୋକେଶନ୍ ବିଷୟରେ ସୂଚନା, ନିରାପତ୍ତା ସତର୍କତା ଏବଂ ଏହି ଫୀଚର୍ ସହିତ ଆପଣଙ୍କର ବାର୍ତ୍ତାଳାପ ପରି କିଛି ନିର୍ଦ୍ଦିଷ୍ଟ ଡେଟା ଅନ୍ତର୍ଭୁକ୍ତ। ଉଦାହରଣ ସ୍ୱରୂପ, କ୍ରାଶ୍ ଡିଟେକ୍ସନ୍ର ଚିହ୍ନଟ ପାଇଁ ଏଥିରେ ଏପରି ଡେଟା ଅନ୍ତର୍ଭୁକ୍ତ ହୋଇପାରେ ଯାହାର ବ୍ଯବହାର ଗୁରୁତର କ୍ରାଶ୍ ଘଟିଛି କି ନାହିଁ ତାହା ଚିହ୍ନଟ କରିବା ପାଇଁ କରାଯାଏ, ଯେପରିକି ଗତି (ଯେପରିକି ଆକ୍ସିଲେରୋମିଟର୍, ଗାଇରୋସ୍କୋପ୍, ବାରୋମେଟ୍ରିକ୍ ଚାପ, ଏବଂ ମ୍ୟାଗ୍ନେଟୋମିଟର୍ ସେନ୍ସର୍ ଡେଟା), ଡ୍ରାଇଭିଂ ସୂଚନା ଏବଂ ଆକ୍ଟିଭିଟି (ଯେପରିକି ଆପଣ ଯାତ୍ରା କରୁଥିବା ସାଧାରଣ ଦିଗ, ଡ୍ରାଇଭିଂରେ ବିତାଇଥିବା ସମୟ, ଏବଂ ସ୍ପୀଡ୍ ସମ୍ବନ୍ଧୀୟ ଡେଟା), ଏବଂ ଚିହ୍ନଟ ହୋଇଥିବା କ୍ରାଶ୍ ସମ୍ବନ୍ଧିତ ଏବଂ ସେଥିରୁ ଉତ୍ପନ୍ନ ହୋଇଥିବା ଅନ୍ୟାନ୍ୟ ସୂଚନା (ଯେପରିକି ଇଭେଣ୍ଟ୍ର କୋର୍ସ ଲୋକେଶନ୍ ଏବଂ ସମୟ, ସୂର୍ଯ୍ୟଙ୍କ ଦିଗ ଏବଂ ପରିବେଶ ସାଉଣ୍ଡ୍ ଏକ୍ସ୍ପୋଜର୍ ସ୍ତର)।
Apple ଆପଣଙ୍କ ଦ୍ବାରା ଏଣ୍ଟର୍ କରାଯାଇଥିବା କିଛି ନିର୍ଦ୍ଦିଷ୍ଟ ଡେଟା ସଂଗ୍ରହ କରିପାରେ, ଯେଉଁଥିରେ ଜନସାଂଖ୍ୟିକ ସୂଚନା (ଯେପରି ଲିଙ୍ଗ ଏବଂ ଆନୁମାନିକ ବୟସ) ଏବଂ ଘଟଣା ସମୟରେ ଆପଣଙ୍କ ଡିଭାଇସ୍ ସ୍ଥିତିର ଡେଟା, ଯେଉଁଥିରେ Wi-Fi ଏବଂ ମୋବାଇଲ୍ ସିଗ୍ନଲ୍, ଭର୍ଶନ୍, ସଫ୍ଟ୍ୱେୟର୍ ଭର୍ଶନ୍, ଏବଂ ଆପଣଙ୍କ ଡିଭାଇସ୍ Watch ପରି ଆପଣଙ୍କ ଅନ୍ଯ Apple ଡିଭାଇସ୍ ସହିତ ପେୟର୍ ହୋଇଛି କି ନାହିଁ ଅନ୍ତର୍ଭୁକ୍ତ।
Apple ଆପଣଙ୍କ ପରିବେଶ, ଡିଭାଇସ୍ଗୁଡ଼ିକ ମଧ୍ୟରେ ଇଣ୍ଟରାକ୍ସନ, ଏକ ଫୀଚର୍ କେତେ ସମୟ ଧରି ନିୟୋଜିତ ଥିଲା, ତୃତୀୟ-ପକ୍ଷ ସକ୍ଷମତା ସମେତ ନିରାପତ୍ତା ସମ୍ବନ୍ଧୀୟ ନୋଟିଫିକେଶନ୍, ଆପ୍ଗୁଡ଼ିକ, ସେଟିଂସ୍ ଏବଂ ଫୀଚର୍ ସହିତ ଆପଣଙ୍କର ସମ୍ପୃକ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ନିରାପତ୍ତା ଫୀଚର୍ ବ୍ୟବହାରର ଫଳସ୍ୱରୂପ ଏକ ଜରୁରୀକାଳୀନ କଲ୍ କରାଯାଇଥିଲା କି ନାହିଁ ଏବଂ ଏହାକୁ କିପରି କରାଯାଇଥିଲା ଭଳି ସୂଚନା ପ୍ରାପ୍ତ କରିପାରେ। Appleକୁ ପଠାଇବା ପୂର୍ବରୁ ଉପରୋକ୍ତ ସମସ୍ତ ଡେଟା ଆପଣଙ୍କ iOS ଡିଭାଇସ୍ ଏବଂ Apple Watchରେ ଏକତ୍ରିତ ଏବଂ ବିଶ୍ଳେଷଣ କରାଯାଇପାରେ।
“ନିରାପତ୍ତା ଫୀଚର୍ ଉନ୍ନତ କରନ୍ତୁ”କୁ ସକ୍ଷମ କରି, ଆପଣ Apple ଏବଂ ତା’ର ସହଯୋଗୀମାନଙ୍କୁ ଏବଂ ଏଜେଣ୍ଟ୍ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁସାରେ ଏହି ସୂଚନାର ସଂଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାରତ କରିବା ଏବଂ ତାହାର ବ୍ୟବହାର କରାଯିବା ପାଇଁ ସହମତ ହେଉଛନ୍ତି ଏବଂ ଅନୁମତି ଦେଉଛନ୍ତି। Apple ଏହି ସୂଚନାକୁ ଭରସାଯୋଗ୍ୟ ତୃତୀୟ-ପକ୍ଷ ସେବା ପ୍ରଦାନକାରୀଙ୍କ ପାଖରେ ଷ୍ଟୋର୍ କରିପାରେ।
ଆପଣ ଯେକୌଣସି ସମୟରେ “ନିରାପତ୍ତା ଫୀଚର୍ ଉନ୍ନତ କରନ୍ତୁ”କୁ ଅକ୍ଷମ କରିବା ପାଇଁ ବାଛିପାରିବେ। ଏହା କରିବାକୁ, ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍ ଓ ଉନ୍ନତିକୁ ଯାଆନ୍ତୁ ଏବଂ “ନିରାପତ୍ତା ଉନ୍ନତ କରନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ
2025-12-12