Siri ଏବଂ ଡିକ୍ଟେଶନ୍ ଉନ୍ନତ କରନ୍ତୁ ଓ ଗୋପନୀୟତା
Siri, ଡିକ୍ଟେଶନ୍ ଏବଂ ଅନୁବାଦ କିମ୍ବା ଭଏସ୍ ନିୟନ୍ତ୍ରଣ ପରି ସୀମିତ ଅନ୍ୟ ଭାଷା ପ୍ରକ୍ରିୟାକରଣ ଫୀଚର୍ର ବିକାଶ ଓ ଉନ୍ନତି କରିବାରେ Apple ର ସହାୟତା କରିବା ପାଇଁ, “Siri ଓ ଡିକ୍ଟେଶନ୍ ଉନ୍ନତ କରନ୍ତୁ” Apple କୁ Siri, ଡିକ୍ଟେଶନ୍ ଓ ଅନୁବାଦ ସହିତ ଅଡିଓ ଇଣ୍ଟରାକ୍ସନ୍ର ଏକ ସାମ୍ପଲ୍ ଷ୍ଟୋର୍ କରିବା ଏବଂ କର୍ମଚାରୀମାନଙ୍କ ଦ୍ବାରା ତାହାର ସମୀକ୍ଷା କରାଇବା ନିମନ୍ତେ ଅନୁମତି ଦିଏ।
Siri ଏବଂ ଡିକ୍ଟେଶନ୍
ଯଦି ଆପଣ Siri ଓ ଡିକ୍ଟେଶନ୍ ଉନ୍ନତ କରିବାକୁ ଚୟନ କରନ୍ତି, ତେବେ Apple ଆପଣଙ୍କ ଇଣ୍ଟରାକ୍ସନ୍ର ଅଡିଓକୁ Siri ଓ ଡିକ୍ଟେଶନ୍ରେ ଷ୍ଟୋର୍ କରିପାରେ। ଅଡିଓ ଡେଟା, ଟ୍ରାନ୍ସ୍ସ୍କ୍ରିପ୍ଟ୍ ଏବଂ ଏହା ସମ୍ବନ୍ଧରେ ଅନୁରୋଧ କରାଯାଉଥିବା ଡେଟା ଯେପରିକି ଆପଣ କରୁଥିବା ଅନୁରୋଧର ବର୍ଗ, ଡିଭାଇସ୍ ସ୍ପେସିଫିକେଶନ୍, କାର୍ଯ୍ଯକାରିତା ସମ୍ବନ୍ଧିତ ପରିସଂଖ୍ଯାନ ଏବଂ ଅନୁରୋଧ କରାଯାଇଥିବା ସମୟରେ ଆପଣଙ୍କ ଡିଭାଇସ୍ର ଆନୁମାନିକ ଲୋକେଶନ୍, Apple ପ୍ରଡକ୍ଟ୍ ଓ ସେବାରେ Siri, ଡିକ୍ଟେଶନ୍, ସର୍ଚ୍ଚ୍ ଏବଂ ସୀମିତ ଅନ୍ୟ ଭାଷା ପ୍ରକ୍ରିୟାକରଣ କାର୍ଯ୍ୟକାରିତାକୁ ବିକାଶ ଓ ଉନ୍ନତ କରିବା ପାଇଁ ବ୍ୟବହାର କରାଯାଇପାରେ। ଉଦାହରଣ ସ୍ୱରୁପ, ଟ୍ରାନ୍ସ୍ସ୍କ୍ରିପ୍ଟ୍କୁ Siri, ସର୍ଚ୍ଚ୍, ଭଏସ୍ କଣ୍ଟ୍ରୋଲ୍, ଅନୁବାଦ ଏବଂ ସ୍ୱୟଂଚାଳିତ ଭାବରେ ଚିହ୍ନଟ କରୁଥିବା ମଡେଲ୍କୁ ଉନ୍ନତ କରିବା ପାଇଁ ବ୍ୟବହାର କରାଯାଇପାରେ। ଏହି ଡେଟାର ସବ୍ସେଟ୍କୁ ଗ୍ରେଡର୍ ଦ୍ୱାରା ସମୀକ୍ଷା କରାଯାଇପାରେ ଏବଂ ଅଡିଓର ସମୀକ୍ଷା କେବଳ Apple କର୍ମଚାରୀ ଦ୍ୱାରା କରାଯିବ।
ଆପଣଙ୍କ ଅନୁରୋଧ ହିଷ୍ଟ୍ରି ଯେଉଁଥିରେ ଅଡିଓ ଡେଟା, ଟ୍ରାନ୍ସ୍କ୍ରିପ୍ଟ୍ ଏବଂ ଯେକୌଣସି ସମ୍ବନ୍ଧିତ ଅନୁରୋଧ ଡେଟା ଥାଏ, ତାକୁ ଏକ ର୍ୟାଣ୍ଡମ୍, ପ୍ରତି ଘଣ୍ଟାରେ ଏକାଧିକ ଥର ପରିବର୍ତ୍ତନ ହେଉଥିବା ଡିଭାଇସ୍ ଦ୍ୱାରା ଜେନେରେଟ୍ ହୋଇଥିବା ଚିହ୍ନଟକାରୀ ସହ ସମ୍ବନ୍ଧିତ କରାଯାଏ କିନ୍ତୁ ଆପଣଙ୍କ Apple ଆକାଉଣ୍ଟ୍ କିମ୍ୱା ଇମେଲ୍ ଠିକଣା ସହିତ ସମ୍ବନ୍ଧିତ କରାଯାଏ ନାହିଁ। Apple ଏହି ଡେଟାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ରଖିପାରେ ଏବଂ ବ୍ୟବହାର କରିପାରେ ତଥା Siri, ଡିକ୍ଟେଶନ୍, ସର୍ଚ୍ଚ୍ ଏବଂ ସୀମିତ ଅନ୍ୟାନ୍ଯ ଭାଷା ପ୍ରକ୍ରିୟାକରଣ ଫୀଚର୍ର ନିରନ୍ତର ଉନ୍ନତି ପାଇଁ ସମୀକ୍ଷା କରାଯାଇଥିବା ଇଣ୍ଟରାକ୍ସନ୍ର କ୍ଷୁଦ୍ର ସବ୍ସେଟ୍କୁ ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଇପାରେ।
ଆପଣଙ୍କ ଡିଭାଇସ୍ରେ ଆପଣଙ୍କ Siri ଏବଂ ଡିକ୍ଟେଶନ୍ ଇଣ୍ଟରାକ୍ସନ୍ର ଏକ ହିଷ୍ଟ୍ରି ଷ୍ଟୋର୍ ହୋଇଛି ଏବଂ ଏହା ଆପଣଙ୍କ Siri ଅନୁଭୂତିକୁ ପର୍ସନଲାଇଜ୍ କରିବା ପାଇଁ ବ୍ୟବହାର କରାଯାଇପାରେ।
ଆପଣଙ୍କ ଅନୁରୋଧ ହିଷ୍ଟ୍ରିକୁ ଏକ ମାର୍କେଟ୍ ପ୍ରୋଫାଇଲ୍ ତିଆରି କରିବା ପାଇଁ ବ୍ୟବହାର କରାଯାଏ ନାହିଁ ଏବଂ କଦାପି କାହାକୁ ବିକ୍ରି କରାଯାଏ ନାହିଁ।
ଯଦି ଆପଣଙ୍କ Siri କିମ୍ବା ଡିକ୍ଟେଶନ୍ ମଧ୍ୟରୁ ସମୀକ୍ଷା ପାଇଁ ଗୋଟିଏକୁ ଚୟନ କରାଯାଏ, ତେବେ ଅନୁରୋଧ ସହିତ Siri ଦ୍ୱାରା ଦିଆଯାଇଥିବା ପ୍ରତିକ୍ରିୟାର ବିଶ୍ଳେଷଣର ସଠିକତା ନିର୍ଦ୍ଧାରଣ କରିବା ପାଇଁ Siri, ଡିକ୍ଟେଶନ୍, ସର୍ଚ୍ଚ୍, ଏବଂ Apple ପ୍ରଡକ୍ଟ୍ ଓ ସେବାରେ ଅନ୍ୟ ପ୍ରକ୍ରିୟାକରଣର ସୀମିତ କାର୍ଯ୍ୟକାରିତାରେ ସ୍ୱାଭାବିକ ଉନ୍ନତ କରାଯିବ। ଆପଣଙ୍କ ଅନୁରୋଧର ପ୍ରସଙ୍ଗ ଉପରେ ନିର୍ଭର କରି, Siri ପ୍ରତିକ୍ରିୟାର ପ୍ରଭାବକୁ ମୂଲ୍ଯାଙ୍କନ କରିବା ପାଇଁ ଜଣେ ସମୀକ୍ଷକ ଅନୁରୋଧ ସହ ସିଧାସଳଖ ଭାବେ ଥିବା ସମ୍ବନ୍ଧିତ ଅତିରିକ୍ତ ପ୍ରାସଙ୍ଗିକ ଡେଟା, ଯେପରିକି ଆପଣଙ୍କ କଣ୍ଟାକ୍ଟ୍ର ନାମ କିମ୍ବା ଆପଣଙ୍କ ଡିଭାଇସ୍ରେ ଇନ୍ଷ୍ଚଲ୍ ହୋଇଥିବା ଆପ୍କୁ ଆକ୍ସେସ୍ କରିପାରନ୍ତି। କେବଳ କଠୋର ଗୋପନୀୟତା ବାଧ୍ୟତା ଅଧୀନସ୍ଥ Apple କର୍ମଚାରୀମାନେ ହିଁ Siri ଓ ଡିକ୍ଟେଶନ୍ ସହ ଅଡିଓ ଇଣ୍ଟରାକ୍ସନ୍ ଆକ୍ସେସ୍ କରିବା ପାଇଁ ସକ୍ଷମ ଅଟନ୍ତି। ଆପଣ ଯେକୌଣସି ସମୟରେ Siri ଓ ଡିକ୍ଟେଶନ୍ର ଉନ୍ନତି ପାଇଁ ନିଜ ସେଟିଂକୁ ବଦଳାଇପାରିବେ। ଏହା କରିବା ପାଇଁ, ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍ ଓ ଉନ୍ନତିକୁ ଯାଆନ୍ତୁ।
ଆପଣ ସେଟିଂସ୍ > Apple Intelligence ଓ Siri > Siri ଓ ଡିକ୍ଟେଶନ୍ ହିଷ୍ଟ୍ରିକୁ ଯାଇ ଏବଂ “Siri ଓ ଡିକ୍ଟେଶନ୍ ହିଷ୍ଟ୍ରି ଡିଲିଟ୍ କରନ୍ତୁ”ରେ ଟାପ୍ କରି ଆପଣଙ୍କ ଡିଭାଇସ୍ରେ ଷ୍ଟୋର୍ ହୋଇଥିବା ଆପଣଙ୍କ Siri ଓ ଡିକ୍ଟେଶନ୍ ଅନୁରୋଧର ଟ୍ରାନ୍ସ୍କ୍ରିପ୍ଟ୍କୁ ଡିଲିଟ୍ କରିପାରିବେ।
ଆପଣ ସେଟିଂସ୍ > ସାଧାରଣ > କୀ'ବୋର୍ଡ୍କୁ ଯାଇ ଏବଂ “ଡିକ୍ଟେଶନ୍ ସକ୍ଷମ କରନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରି Siri ଓ ଡିକ୍ଟେଶନ୍କୁ ଅକ୍ଷମ କରିପାରିବେ। ତା’ପରେ ସେଟିଂସ୍ > Siri > “Siri ସହ କଥା ହୁଅନ୍ତୁ”କୁ ଯାଇ “ଅଫ୍ କରନ୍ତୁ”ରେ ଟାପ୍ କରନ୍ତୁ ଏବଂ ସେଟିଂସ୍ > Siri କୁ ଯାଆନ୍ତୁ ଏବଂ “Siri ପାଇଁ ହୋମ୍ ଦବାନ୍ତୁ” କିମ୍ବା “Siri ପାଇଁ ପାର୍ଶ୍ୱ ବଟନ୍ ଦବାନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ। ଯଦି ଆପଣ Siri ଓ ଡିକ୍ଟେଶନ୍ ଅକ୍ଷମ କରନ୍ତି, ତେବେ ଆପଣଙ୍କ ଡିଭାଇସ୍ରେ ଷ୍ଟୋର୍ ହୋଇଥିବା ଏବଂ ଆପଣଙ୍କ ଅନୁଭୂତିକୁ ପର୍ସନଲାଇଜ୍ କରିବା ପାଇଁ ବ୍ୟବହୃତ ହେଉଥିବା ଆପଣଙ୍କ Siri ଓ ଡିକ୍ଟେଶନ୍ ଅନୁରୋଧର ଟ୍ରାନ୍ସ୍କ୍ରିପ୍ଟ୍ ଡିଲିଟ୍ ହୋଇଯିବ।
ଅନୁବାଦ
ଯଦି ଆପଣ Siri ଓ ଡିକ୍ଟେଶନ୍କୁ ଉନ୍ନତ କରିବାକୁ ଚୟନ କରିବେ, ତେବେ Apple ପ୍ରଡକ୍ଟ୍ ଓ ସେବାରେ Siri ଓ ଡିକ୍ଟେଶନ୍ ଅନୁବାଦ ଏବଂ ସୀମିତ ଅନ୍ୟ ଭାଷା ପ୍ରକ୍ରିୟାକରଣ କାର୍ଯ୍ୟକାରିତାକୁ ବିକଶିତ ଓ ଉନ୍ନତ କରିବା ପାଇଁ ର୍ୟାଣ୍ଡମ୍, ଆବର୍ତ୍ତୀ, ଡିଭାଇସ୍ ଦ୍ୱାରା ଜେନେରେଟ୍ ହୋଇଥିବା ଚିହ୍ନଟକାରୀ ସହ ସମ୍ବନ୍ଧିତ ଆପଣଙ୍କ ଅଡିଓ, ଟେକ୍ସ୍ଟ୍ ଇନ୍ପୁଟ୍, ଆପଣଙ୍କ ଅନୁବାଦ ଅନୁରୋଧର ଟ୍ରାନ୍ସ୍ସ୍କ୍ରିପ୍ଟ୍କୁ ଷ୍ଟୋର୍ କରାଯାଇପାରେ ଏବଂ ସମୀକ୍ଷା କରାଯାଇପାରେ।
ଆପଣଙ୍କ ଅନୁବାଦ ଅନୁରୋଧ Siri, ଡିକ୍ଟେଶନ୍, ଅନୁବାଦ, ଏବଂ ସୀମିତ ଅନ୍ୟ ଭାଷା ପ୍ରକ୍ରିୟାକରଣ କାର୍ଯ୍ୟକାରିତାକୁ ବିକାଶ ଓ ଉନ୍ନତ କରିବା ପାଇଁ Apple କୁ ସହାୟତା କରିବାରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିପାରେ। ଉଦାହରଣ ସ୍ୱରୁପ, ଟ୍ରାନ୍ସ୍ସ୍କ୍ରିପ୍ଟ୍କୁ ଫାଇନ୍-ଟ୍ଯୁନ୍ Siri, ସର୍ଚ୍ଚ୍, ଭଏସ୍ କଣ୍ଟ୍ରୋଲ୍, ଅନୁବାଦ ଏବଂ ସ୍ୱୟଂଚାଳିତ ଭାବରେ ସ୍ପୀଚ୍ ଚିହ୍ନଟ କରୁଥିବା ମଡେଲ୍ ପାଇଁ ବ୍ୟବହାର କରାଯାଇପାରେ। ଯଦି ସମୀକ୍ଷା ପାଇଁ ଆପଣଙ୍କ ଅନୁବାଦ ଇଣ୍ଟରାକ୍ସନ୍ ମଧ୍ୟରୁ ଗୋଟିଏକୁ ଚୟନ କରାଯାଏ, ତେବେ ପ୍ରଦାନ କରାଯାଇଥିବା ଅନୁବାଦ ପ୍ରତିକ୍ରିୟା ସମେତ ଅନୁବାଦ ଅନୁରୋଧ ମଧ୍ୟ ସଠିକତା ନିର୍ଦ୍ଧାରଣ କରିବାକୁ ବିଶ୍ଳେଷଣ କରାଯିବ। କେବଳ କଠୋର ଗୋପନୀୟତା ବାଧ୍ୟତା ଅଧୀନସ୍ଥ Apple କର୍ମଚାରୀମାନେ ହିଁ ଆପଣଙ୍କ ଅନୁବାଦ ଅଡିଓ ଆକ୍ସେସ୍ କରିବା ପାଇଁ ସକ୍ଷମ ଅଟନ୍ତି। ଆପଣଙ୍କ ଦ୍ବାରା ସମୀକ୍ଷା କରାଯାଇଥିବା ଅନୁବାଦ ଇଣ୍ଟରାକ୍ସନ୍ର ଛୋଟ ସବ୍ସେଟ୍କୁ Apple ପ୍ରଡକ୍ଟ୍ ଓ ସେବାରେ Siri, ଡିକ୍ଟେଶନ୍, ଅନୁବାଦ ଏବଂ ସୀମିତ ଅନ୍ୟ ଭାଷା ପ୍ରକ୍ରିୟାକରଣ କାର୍ଯ୍ୟକାରିତାର ନିରନ୍ତର ଉନ୍ନତି ପାଇଁ ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ଯନ୍ତ ରଖାଯାଇପାରେ।
ସାଧାରଣ
ଆପଣ ଏକ iPhone କିମ୍ବା iPad ସେଟ୍ ଅପ୍ କରିବା ସମୟରେ ଚୟନ କରିଥିବା ଅପ୍ଟ୍-ଇନ୍ ପ୍ରାଥମିକତାକୁ Siri ଚାଲୁଥିବା ସେହି iPhone କିମ୍ବା iPad ସହ ସେଟ୍ ଅପ୍ ହୋଇଥିବା ଯେକୌଣସି ନୂଆ Apple ସହ ସଂଯୁକ୍ତ ଥିବା ଡିଭାଇସ୍ କିମ୍ବା ସମର୍ଥିତ HomeKit ଆକ୍ସେସରିରେ ଲାଗୁ କରାଯିବ। ଆପଣ ପ୍ରତ୍ୟେକ ଡିଭାଇସ୍ ପାଇଁ ପରେ ଏହାକୁ ସେଟିଂସ୍ରେ ବଦଳାଇପାରିବେ।
“Siri ଏବଂ ଡିକ୍ଟେଶନ୍ ଉନ୍ନତ କରନ୍ତୁ” ସକ୍ଷମ କରି ଆପଣ ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ Apple ପ୍ରଡକ୍ଟ୍ ଏବଂ ସେବାରେ Siri, ଡିକ୍ଟେଶନ୍, ସର୍ଚ୍ଚ୍ ଅନୁବାଦ ଏବଂ ସୀମିତ ଅନ୍ୟ ଭାଷା ପ୍ରକ୍ରିୟାକରଣ କାର୍ଯ୍ୟକାରିତା ପ୍ରଦାନ ଏବଂ ଉନ୍ନତି କରିବା ପାଇଁ Apple ଏବଂ ସହଯୋଗୀ ଏବଂ ଏଜେଣ୍ଟ୍ଙ୍କୁ ସଂଚାରଣ, ସଂଗ୍ରହ, ରକ୍ଷଣାବେକ୍ଷଣ, ପ୍ରକ୍ରିୟାକରଣ ଏବଂ ଏହି ସୂଚନାର ବ୍ୟବହାର ପାଇଁ ସହମତ ଏବଂ ଅନୁମତି ଦିଅନ୍ତି। Apple ଏହି ସୂଚନାକୁ ଭରସାଯୋଗ୍ୟ ତୃତୀୟ-ପକ୍ଷ ସେବା ପ୍ରଦାନକାରୀଙ୍କ ପାଖରେ ପ୍ରୋସେସ୍ ଏବଂ ଷ୍ଟୋର୍ କରିପାରେ। ଆପଣଙ୍କ Siri ଡିକ୍ଟେଶନ୍ର ବ୍ୟବହାରରୁ Apple ଦ୍ୱାରା ସଂଗୃହୀତ ସୂଚନା କିମ୍ବା ଅନୁବାଦକୁ ସର୍ବଦା Apple ର ଗୋପନୀୟତା ନୀତି ଅନୁଯାୟୀ ବ୍ୟବହାର କରାଯିବ, ଯାହା www.apple.com/in/privacy ରେ ମିଳିପାରିବ।
2026-02-11