Apple Intelligence ଓ ଗୋପନୀୟତା
ଆପଣଙ୍କ ସୂଚନାକୁ ସୁରକ୍ଷିତ ରଖିବା ପାଇଁ Apple Intelligenceକୁ ଡିଜାଇନ୍ କରାଯାଇଛି।
Apple Intelligence ହେଉଛି ଜେନେରେଟିଭ୍ AI ଫୀଚର୍ର ଏକ ସିଷ୍ଟମ୍, ଯାହା ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ସହାୟତା କରିବା ପାଇଁ ବିଶେଷ ଭାବରେ ସକ୍ଷମ ଅଟେ। Apple Intelligence ଆପଣଙ୍କୁ ନିଜର ଇମେଲ୍ କିମ୍ୱା ନୋଟ୍ ପୁନଃଲିଖନ କିମ୍ବା ପ୍ରୂଫ୍ରୀଡ୍ କରିବା, ଆପଣଙ୍କ ମିସ୍ ହୋଇଥିବା ମେସେଜ୍ଗୁଡ଼ିକୁ ସଂକ୍ଷିପ୍ତ କରିବା, ଫଟୋରେ କଷ୍ଟମ୍ ମେମୋରି ତିଆରି କରିବା, ଇମେଜ୍ ତିଆରି କରିବା ଏବଂ ଆହୁରି ଅନେକ କିଛି କରିବାରେ ସାହାଯ୍ୟ କରିପାରେ। Apple ଆପଣଙ୍କ ବ୍ୟକ୍ତିଗତ ଡେଟା ସଂଗ୍ରହ ନକରି ମଧ୍ୟ ପର୍ସନଲ୍ ଇଣ୍ଟେଲିଜେନ୍ସ୍ ପ୍ରଦାନ କରିବା ପାଇଁ Apple Intelligenceକୁ ଡିଜାଇନ୍ କରାଯାଇଛି।
ଏକ କଷ୍ଟମାଇଜ୍ ଅଭିଜ୍ଞତା ପ୍ରଦାନ କରିବାକୁ, Apple Intelligence ଆପଣଙ୍କ ଡିଭାଇସ୍ରେ ସୂଚନା ଉପଯୋଗ କରେ, ଯେପରିକି ଆପଣଙ୍କ ଅପ୍କମିଂ କ୍ୟାଲେଣ୍ଡର୍ ଇଭେଣ୍ଟ୍ ଏବଂ ଆପଣଙ୍କ ବାରମ୍ବାର ବ୍ୟବହୃତ ଆପ୍ଗୁଡ଼ିକ। Apple Intelligence ଆପଣଙ୍କୁ ସର୍ବୋତ୍ତମ ସାହାଯ୍ୟ କରିବା ପାଇଁ, Apple ଦ୍ୱାରା ଡେଟା ଆକ୍ସେସ୍ କିମ୍ବା ଷ୍ଟୋରେଜ୍ ଆବଶ୍ୟକ ନକରି ଏକ ଜେନରେଟିଭ୍ ମଡେଲ୍ ପ୍ରଦାନ କରିବା ପାଇଁ ଆବଶ୍ୟକ ଡେଟା ଚିହ୍ନଟ କରେ।
ସମ୍ଭବ ହେବା ସମୟରେ, Apple Intelligence ମଡେଲ୍ ଡିଭାଇସ୍ରେ ସମ୍ପୂର୍ଣ୍ଣ ଭାବରେ ଚାଲିବ ଯାହା ଦ୍ୱାରା ଆପଣଙ୍କ ଡିଭାଇସ୍ରୁ ଡେଟା ବାହାରକୁ ନ ପଠାଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇପାରିବ। ଉଦାହରଣ ସ୍ୱରୂପ, ଯେତେବେଳେ Apple Intelligence ଆପଣଙ୍କୁ ଆପଣଙ୍କ ଇମେଲ୍, ମେସେଜ୍ ଏବଂ ନୋଟିଫିକେଶନ୍ର ପ୍ରୀଭ୍ଯୁ ସାରାଂଶ ପ୍ରଦାନ କରେ, ଏହି ସାରାଂଶ ଅନ୍-ଡିଭାଇସ୍ ମଡେଲ୍ ଦ୍ୱାରା ଜେନରେଟ୍ ହୋଇଥାଏ। କିନ୍ତୁ ଅନେକ ସମୟରେ Apple Intelligenceକୁ ଏପରି ଏକ ମଡେଲ୍ର ଲାଭ ଉଠାଇବା ପାଇଁ ପଡ଼ିଥାଏ, ଯାହା ପାଇଁ ଆପଣଙ୍କ ଡିଭାଇସ୍ ନିଜେ ପ୍ରଦାନ କରିପାରୁଥିବା ତୁଳନାରେ ଅଧିକ କମ୍ପ୍ୟୁଟେଶନଲ୍ ପାୱର୍ର ଆବଶ୍ୟକତା ଅଛି। ଏହି ଟାସ୍କ୍ ପାଇଁ, Apple Intelligence ଆପଣଙ୍କ ଅନୁରୋଧ ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ୟୁଟ୍କୁ ପଠାଇଥାଏ। ପ୍ରାଇଭେଟ୍ କ୍ଲାଉଡ୍ କମ୍ପୁଟ୍ ହେଉଛି ଏକ ସର୍ଭର୍-ଆଧାରିତ ଇଣ୍ଟେଲିଜେନ୍ସ୍ ସିଷ୍ଟମ୍ ଯାହା ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା ସହିତ ଅଧିକ ଜଟିଳ ଅନୁରୋଧ ପରିଚାଳନା କରିବା ପାଇଁ ଡିଜାଇନ୍ କରାଯାଇଛି। ଉଦାହରଣ ସ୍ୱରୂପ, ଆପଣ ଏକ ଇମେଲ୍ ପ୍ରୂଫ୍ରୀଡ୍ କିମ୍ୱା ଏଡିଟ୍ କରିବା ପାଇଁ ରାଇଟିଂ ଟୂଲ୍ ବ୍ୟବହାର କରିବା ସମୟରେ ଆପଣଙ୍କ ଡିଭାଇସ୍ ପ୍ରୂଫ୍ରୀଡିଂ କିମ୍ୱା ଏଡିଟ୍ କରିବା ପାଇଁ ଏକ ସର୍ଭର୍-ଆଧାରିତ ମଡେଲ୍ ପାଇଁ ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ଯୁଟ୍କୁ ଇମେଲ୍ ପଠାଇପାରେ।
ଆପଣ ଏକ Apple Intelligence କାର୍ଯ୍ୟ ଆରମ୍ଭ କରିବା ସମୟରେ, ଆପଣଙ୍କ ଡିଭାଇସ୍ରେ ଚାଲୁଥିବା ଏକ ମଡେଲ୍ ଡିଭାଇସ୍ରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ କି ନାହିଁ ତାହା ବିଶ୍ଳେଷଣ କରିଥାଏ। ଯଦି ଏକ ବୃହତ, ସର୍ଭର୍-ଆଧାରିତ ମଡେଲ୍ ଆବଶ୍ୟକ ହୁଏ, ତେବେ Apple Intelligence ଦ୍ବାରା ପ୍ରାଇଭେଟ୍ କ୍ଲାଉଡ୍ କମ୍ପୁଟ୍ ବ୍ଯବହାର କରି Apple silicon ସର୍ଭର୍ରେ ପ୍ରକ୍ରିୟା କରିବା ପାଇଁ କେବଳ ସେହି ଡେଟା ପଠାଯାଏ ଯାହା ଆପଣଙ୍କ ଅନୁରୋଧ ପାଇଁ ପ୍ରାସଙ୍ଗିକ ଅଟେ। ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ଯୁଟ୍ ଦ୍ୱାରା ପଠାଯାଇଥିବା ଏବଂ ଫେରସ୍ତ ହୋଇଥିବା ଡେଟା ଷ୍ଟୋର୍ ହୋଇନାହିଁ କିମ୍ବା Apple ଏହାକୁ ଆକ୍ସେସ୍ କରିପାରିବ ନାହିଁ। ଡେଟାକୁ କେବଳ ଆପଣଙ୍କ ଅନୁରୋଧ ପୂରା କରିବା ପାଇଁ ପ୍ରକ୍ରିୟାକରଣ କରାଯାଇଥାଏ, ଯାହା ପରେ ଫଳାଫଳକୁ ସୁରକ୍ଷିତର ସହ ଆପଣଙ୍କ ଡିଭାଇସ୍କୁ ଫେରାଯାଇଥାଏ ଏବଂ ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ୟୁଟ୍ ଦ୍ୱାରା ତା’କୁ ରଖାଯାଏ ନାହିଁ। ଆପଣଙ୍କ ଡିଭାଇସ୍ ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ୟୁଟ୍କୁ ଅନୁରୋଧ ପଠାଇବା ସମୟରେ, Apple ଅନୁରୋଧ ଓ ପ୍ରତିକ୍ରିୟାର ଆନୁମାନିକ ସାଇଜ୍, ଅନୁରୋଧ ପାଇଁ କେଉଁ ଫୀଚର୍ ବ୍ୟବହାର କରାଯାଉଛି ଏବଂ ଅନୁରୋଧ ସମ୍ପୂର୍ଣ୍ଣ ହେବାକୁ କେତେ ସମୟ ଲାଗୁଛି ସମେତ ଅନୁରୋଧ ବିଷୟରେ ସୀମିତ ସୂଚନ ସଂଗ୍ରହ କରେ। ଏହି ଡେଟାରେ ଆପଣଙ୍କ ଅନୁରୋଧ କିମ୍ବା ରିଟର୍ନ୍ ହୋଇଥିବା ଫଳାଫଳର ବିଷୟବସ୍ତୁ ବିଷୟରେ ଯେକୌଣସି ସୂଚନା ଅନ୍ତର୍ଭୁକ୍ତ ରୁହେ ନାହିଁ। ଏହି ସୂଚନା ଆପଣଙ୍କ Apple ଆକାଉଣ୍ଟ୍ କିମ୍ବା ଆପଣଙ୍କ ଅନ୍ଯ Apple ସେବାର ଉପଯୋଗରୁ Apple ପାଖରେ ଥିବା ଅନ୍ଯ ଡେଟା ସହିତ ଚିହ୍ନଟଯୋଗ୍ୟ କିମ୍ବା ଲିଙ୍କ୍ ହୋଇନାହିଁ।
ଆପଣଙ୍କ ଡେଟାକୁ ଆପଣଙ୍କ iOS, iPadOS କିମ୍ବା visionOSରେ କିପରି ଭାବରେ ପ୍ରକ୍ରିୟାକରଣ କରାଯାଉଛି ତାହା ଦେଖିବା ପାଇଁ ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple Intelligence ରିପୋର୍ଟ୍କୁ ଯାଇ ତା’ପରେ ରିପୋର୍ଟ୍ ଅବଧିକୁ ଚୟନ କରି Apple Intelligence ପାଇଁ ଟ୍ରାନ୍ସ୍ପରେନ୍ସି ଲଗିଂ ଚାଲୁ କରିପାରିବେ। Macରେ, ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple Intelligence ରିପୋର୍ଟ୍କୁ ଯାଆନ୍ତୁ, ତା’ପରେ ଏକ ରିପୋର୍ଟ୍ ଅବଧି ଚୟନ କରନ୍ତୁ। ଅନୁରୋଧ କରାଯିବା ପରେ, ଆପଣ ଏକ ଫାଇଲ୍ ଏକ୍ସ୍ପୋର୍ଟ୍ କରିପାରିବେ। ଏହି ଟ୍ରାନ୍ସ୍ପରେନ୍ସି ଲଗିଂ, watchOS ରୁ ଆସୁଥିବା ଅନୁରୋଧ ସମେତ ଆପଣଙ୍କ ଡିଭାଇସ୍ରୁ ପଠାଯାଇଥିବା ଏବଂ ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ୟୁଟ୍ ଦ୍ୱାରା ପ୍ରକ୍ରିୟାନ୍ବିତ ହୋଇଥିବା ଅନୁରୋଧ ଦେଖାଇବ। ଏହା ବ୍ୟତୀତ, ଯଦି ଆପଣ ChatGPT ଏକ୍ସ୍ଟେନ୍ଶନ୍ ସକ୍ଷମ କରନ୍ତି, ତେବେ Siri, ଲିଖନ ଟୂଲ୍ କିମ୍ବା ଭିଜୁଅଲ୍ ଇଣ୍ଟେଲିଜେନ୍ସ୍ ଭଳି ସମର୍ଥିତ ଫୀଚର୍ ସହିତ ବ୍ୟବହାର କରାଯିବା ସମୟରେ ଏହା ChatGPTକୁ ପଠାଯାଇଥିବା ଅନୁରୋଧକୁ ଅନ୍ତର୍ଭୁକ୍ତ କରିବ।
ଯଦି ଆପଣ Apple ସାହାଯ୍ୟରେ “ଡିଭାଇସ୍ ଆନାଲିଟିକ୍ସ୍” ଶେୟର୍ କରିବା ପାଇଁ ଅପ୍ଟ୍-ଇନ୍ କରିବାକୁ ବାଛନ୍ତି, ତେବେ Apple Intelligenceକୁ ଉନ୍ନତ କରିବା ପାଇଁ Apple Intelligence ଦ୍ୱାରା ପ୍ରକ୍ରିୟାନ୍ବିତ ହୋଇଥିବା ବିଷୟବସ୍ତୁ ସମେତ ଏକତ୍ରିତ ହୋଇଥିବା ଟ୍ରେଣ୍ଡ୍ ବିଷୟରେ ଡେଟା ସଂଗ୍ରହ କରିବା ପାଇଁ Apple ଗୋପନୀୟତା-ସଂରକ୍ଷଣ କରୁଥିବା କୌଶଳର ବ୍ୟବହାର କରିପାରେ। ଏହି ସବୁ ସୁରକ୍ଷାର ଫଳସ୍ୱରୂପ, କୌଣସି ବ୍ୟକ୍ତିବିଶେଷ ୟୁଜର୍ ଡେଟା କିମ୍ବା କଣ୍ଟେଣ୍ଟ୍ ସଂଗ୍ରହ ନକରି Apple Intelligence ଫୀଚର୍କୁ କିପରି ଉନ୍ନତ କରାଯିବ ତାହା ବୁଝିବା ପାଇଁ Apple ଏହି ଡେଟା ବ୍ୟବହାର କରିପାରିବ। ଆପଣ ନିଜ iOS, iPadOS କିମ୍ବା visionOS ଡିଭାଇସ୍ରେ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍ ଓ ଉନ୍ନତିକୁ ଯାଇ [ଡିଭାଇସ୍] “ଆନାଲିଟିକ୍ସ୍ ଶେୟର୍ କରନ୍ତୁ”କୁ ବନ୍ଦ କରି ଯେକୌଣସି ସମୟରେ ଡିଭାଇସ୍ ଆନାଲିଟିକ୍ସ୍ ଡେଟା ଶେୟର୍ କରିବାକୁ ବନ୍ଦ କରିପାରିବେ। Macରେ, ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍ ଓ ଉନ୍ନତିକୁ ଯାଆନ୍ତୁ ଏବଂ “Mac ଆନାଲିଟିକ୍ସ୍ ଶେୟର୍ କରନ୍ତୁ”କୁ ବନ୍ଦ କରନ୍ତୁ।
2025-12-12