ଲୋକେଶନ୍ ସେବା ଓ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ ଲୋକେଶନ୍ ସେବାକୁ ଡିଜାଇନ୍ କରାଯାଇଛି।
ବିଭିନ୍ନ ପ୍ରକାରର ଲୋକେଶନ୍-ଆଧାରିତ ସେବା ପ୍ରଦାନ କରିବା ପାଇଁ ଲୋକେଶନ୍ ସେବା Apple ଓ ତୃତୀୟ-ପକ୍ଷ ଆପ୍ ଏବଂ ୱେବ୍ସାଇଟ୍ଗୁଡ଼ିକୁ ଆପଣଙ୍କ iPhone କିମ୍ବା Apple Watch ର ସାମ୍ପ୍ରତିକ ଲୋକେଶନ୍ ଆଧାରରେ ସୂଚନା ସଂଗ୍ରହ ଓ ବ୍ୟବହାର କରିବାକୁ ଅନୁମତି ଦିଏ। ଉଦାହରଣ ସ୍ୱରୂପ, ଏକ ଆପ୍ ଆପଣଙ୍କ ପାଇଁ ଆଖପାଖର କଫି ଶପ୍ କିମ୍ୱା ଥିଏଟର୍ ଖୋଜିବାରେ ସହାୟତା କରିବା ପାଇଁ ଆପଣଙ୍କ ଲୋକେଶନ୍ର ଡେଟା ଏବଂ ଲୋକେଶନ୍ ସର୍ଚ୍ଚ୍ କ୍ବେରୀ ବ୍ୟବହାର କରିପାରେ କିମ୍ବା ଆପଣଙ୍କ ଡିଭାଇସ୍ ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ ଆଧାରରେ ସ୍ବୟଂଚାଳିତ ଭାବରେ ଏହାର ଟାଇମ୍ ଜୋନ୍ ସେଟ୍ କରିପାରେ।
ଏହି ପରି ଫୀଚର୍ ବ୍ୟବହାର କରିବା ପାଇଁ, ଆପଣଙ୍କୁ ନିଜର iPhone ରେ ଲୋକେଶନ୍ ସେବା ସକ୍ଷମ କରିବାକୁ ହେବ ଏବଂ ଲୋକେଶନ୍ ସେବାରୁ ଲୋକେଶନ୍ ଡେଟା ପ୍ରାପ୍ତ କରିବା ପୂର୍ବରୁ ପ୍ରତ୍ୟେକ ଆପ୍ କିମ୍ୱା ୱେବ୍ସାଇଟ୍କୁ ଅନୁମତି ଦେବାକୁ ହେବ। ଆପ୍ଗୁଡ଼ିକ ଆପଣଙ୍କ ଲୋକେଶନ୍ ଡେଟାର ସୀମିତ ଆକ୍ସେସ୍ (କେବଳ ଆପଣ ଆପ୍ କିମ୍ୱା ଆନୁମାନିକ ଲୋକେଶନ୍ ବ୍ୟବହାର କରୁଥିବା ସମୟରେ) କିମ୍ବା ସମ୍ପୂର୍ଣ୍ଣ ଆକ୍ସେସ୍ (ଆପଣ ଆପ୍ କିମ୍ୱା ସଠିକ୍ ଲୋକେଶନ୍ ବ୍ୟବହାର କରୁନଥିଲେ ମଧ୍ଯ) ପାଇଁ ଅନୁରୋଧ କରିପାରେ।
କିନ୍ତୁ ସୁରକ୍ଷା ଉଦ୍ଦେଶ୍ୟ ପାଇଁ, ଆପଣ ଲୋକେଶନ୍ ସେବା ସକ୍ଷମ କରିଥାନ୍ତୁ କିମ୍ବା ନ କରିଥାନ୍ତୁ, ଜରୁରୀକାଳୀନ କଲ୍ କରାଗଲେ ସହାୟତା ପ୍ରଦାନ ପ୍ରୟାସରେ ସାହାଯ୍ୟ କରିବାକୁ ଆପଣଙ୍କ iPhone ର ଲୋକେଶନ୍ ସୂଚନା ବ୍ଯବହାର କରାଯାଇପାରେ।
ଲୋକେଶନ୍ ସେବା ଆପଣଙ୍କ ଡିଭାଇସ୍ର ଲୋକେଶନ୍ ନିର୍ଦ୍ଧାରଣ କରିବାକୁ GPS ଓ Bluetooth (ଯେଉଁଠାରେ ସେଗୁଡ଼ିକ ଉପଲବ୍ଧ ଅଛି) ସମେତ ଡିଭାଇସ୍ ସେନ୍ସର୍ ଏବଂ ଏହା ସହିତ କ୍ରାଉଡ୍-ସୋର୍ସ୍ ହୋଇଥିବା Wi-Fi ହଟ୍ସ୍ପଟ୍ ଏବଂ ସେଲ୍ ଟାୱର୍ ଲୋକେଶନ୍ ବ୍ୟବହାର କରେ।
ଆପଣଙ୍କ Apple Watch ଆପଣଙ୍କ ପେୟର୍ ହୋଇଥିବା iPhone ର ଲୋକେଶନ୍ ବ୍ଯବହାର କରିପାରେ, ଯଦି ଏହା ଆଖପାଖରେ ଅଛି।
ଲୋକେଶନ୍ ସେବା ସକ୍ଷମ କରିବା ଦ୍ୱାରା, ଏହି ଭଳି ଲୋକେଶନ୍-ଆଧାରିତ ସିଷ୍ଟମ୍ ସେବା ମଧ୍ୟ ସକ୍ଷମ କରାଯିବ:
- ରୂଟିଂ ଓ ଟ୍ରାଫିକ୍: ଆପଣ ଟ୍ରାଞ୍ଜିଟ୍ରେ ଥିବା ସମୟରେ (ଉଦାହରଣ ସ୍ୱରୂପ, ଚାଲିବା କିମ୍ବା ଡ୍ରାଇଭିଂ କରିବା), ଆପଣଙ୍କ iPhone ସମୟ ସମୟରେ GPS ଡେଟା, ଯାତ୍ରା ବେଗ ଓ ଦିଗ ଏବଂ ବାରୋମେଟ୍ରିକ୍ ଚାପ ସୂଚନା ବେନାମୀ ଏବଂ ଏନ୍କ୍ରିପ୍ଟ୍ ହୋଇଥିବା ରୂପରେ Apple କୁ ପଠାଇବ, ଯାହା କ୍ରାଉଡ୍-ସୋର୍ସ୍ ହୋଇଥିବା ସଡ଼କ ଟ୍ରାଫିକ୍, ସଡ଼କ ପଥ, ପଦଚାରୀ ରାସ୍ତା ଏବଂ ବାୟୁମଣ୍ଡଳୀୟ ସଂଶୋଧନ ଡେଟାବେସ୍ ବୃଦ୍ଧି ପାଇଁ ବ୍ୟବହୃତ ହେବ। ଏହା ବ୍ୟତୀତ, ଯେତେବେଳେ ଆପଣ ଏକ ପଏଣ୍ଟ୍ ଅଫ୍ ଇଣ୍ଟ୍ରେଷ୍ଟ୍ (ଉଦାହରଣ ସ୍ୱରୂପ, ଏକ ବ୍ୟବସାୟ କିମ୍ବା ପାର୍କ୍) ନିକଟରେ ଏକ ଆପ୍ ଖୋଲିବେ, ସେତେବେଳେ ଆପଣଙ୍କ iPhone ବେନାମୀ ଏବଂ ଏନ୍କ୍ରିପ୍ଟ୍ ହୋଇଥିବା ରୂପରେ ଲୋକେଶନ୍ ଡେଟା Apple କୁ ପଠାଇବ ଯାହାକୁ Apple ଏକତ୍ରିତ କରିପାରେ ଏବଂ ସେହି ପଏଣ୍ଟ୍ ଅଫ୍ ଇଣ୍ଟ୍ରେଷ୍ଟ୍ ଖୋଲା ଅଛି ନା ନାହିଁ ଏବଂ ଏହା କେତେ ବ୍ୟସ୍ତ ଅଛି ତାହା ୟୁଜର୍ଙ୍କୁ ଜଣାଇବା ପାଇଁ ବ୍ୟବହାର କରିପାରେ।
- ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍ ଓ ମାର୍ଗ: ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ସ୍ଥାନ ଓ ମାର୍ଗ ଜାଣିବା ପାଇଁ, ଆପଣଙ୍କ iPhone ଏବଂ ଆପଣ ନିଜର Apple ଆକାଉଣ୍ଟ୍ ସାହାଯ୍ୟରେ ଅନ୍ୟ ଯେଉଁ ଡିଭାଇସ୍ରେ iCloud ରେ ସାଇନ୍ ଇନ୍ କରନ୍ତି, ସେଗୁଡ଼ିକ ଆପଣ ସମ୍ପ୍ରତି ଯାଇଥିବା ସ୍ଥାନ, ଆପଣ ସେହି ସ୍ଥାନକୁ କେତେ ଥର ଓ କେବେ ଯାଇଥିଲେ ଏବଂ ଆପଣ ଯେଉଁ ମାର୍ଗରେ ସେଠାକୁ ଯାଇଥିଲେ ତାହାର ଟ୍ରାକ୍ ରଖିବ। ଆପଣଙ୍କ ଗୁରୁତ୍ବପୂର୍ଣ୍ଣ ଲୋକେଶନ୍ ଓ ମାର୍ଗକୁ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ବ୍ୟବହାର କରି ଆପଣଙ୍କର ଡିଭାଇସ୍ଗୁଡ଼ିକ ମଧ୍ୟରେ ସିଙ୍କ୍ କରାଯାଏ ଏବଂ Apple ତାହା ପଢ଼ିପାରିବ ନାହିଁ। ଆପଣଙ୍କୁ ଫଟୋରେ ଆହୁରି ଭଲ ମେମୋରି ତିଆରି କରିବା ପରି ପର୍ସନଲାଇଜ୍ ହୋଇଥିବା ସେବା ପ୍ରଦାନ କରିବା ଏବଂ ପ୍ରିଡିକ୍ଟିଭ୍ ମାର୍ଗ ପରାମର୍ଶ ପରି ଫୀଚର୍କୁ ସମର୍ଥନ କରିବା ପାଇଁ ଆପଣଙ୍କୁ ନିଜର ଭିଜିଟ୍ କରିଥିବା ସ୍ଥାନ ଏବଂ ପସନ୍ଦର ମାର୍ଗ (ଯେଉଁଠାରେ ଉପଲବ୍ଧ) ଶେୟର୍ କରିବାରେ ସକ୍ଷମ କରିବା ନିମନ୍ତେ ତାହା ବ୍ୟବହୃତ ହୁଏ।
- ଲୋକେଶନ୍ ସଠିକତା ଉନ୍ନତ କରନ୍ତୁ: ଲୋକେଶନ୍ ସେବା ପ୍ରଦାନ କରିବା ଏବଂ ଉନ୍ନତ କରିବା ପାଇଁ ଆପଣଙ୍କ iPhone ସମୟ ସମୟରେ ଆଖପାଖ Wi-Fi ହଟ୍ସ୍ପଟ୍ ଓ ମୋବାଇଲ୍ ଟାୱର୍ (ଯେଉଁଠାରେ ଡିଭାଇସ୍ ଦ୍ବାରା ସମର୍ଥିତ ହୋଇଥାଏ)ର ଜିଓ-ଟ୍ୟାଗ୍ ହୋଇଥିବା ଲୋକେଶନ୍ Apple କୁ ବେନାମୀ ଓ ଏନ୍କ୍ରିପ୍ଟ୍ ହୋଇଥିବା ରୂପରେ ପଠାଇବ, ଯାହାର ବ୍ୟବହାର Wi-Fi ହଟ୍ସ୍ପଟ୍ ଓ ମୋବାଇଲ୍ ଟାୱର୍ ଲୋକେଶନ୍ର ଏହି କ୍ରାଉଡ୍-ସୋର୍ସ୍ ହୋଇଥିବା ଡେଟାବେସ୍କୁ ବୃଦ୍ଧି କରିବା ପାଇଁ କରାଯିବ।
- ପରାମର୍ଶ ଓ ସର୍ଚ୍ଚ୍: ଅଧିକ ପ୍ରାସଙ୍ଗିକ ସୁପାରିଶ ପ୍ରଦାନ କରିବାକୁ ଆପଣଙ୍କ iPhone ର ଲୋକେଶନ୍ Apple କୁ ପଠାଯିବ। ଯଦି ଆପଣ ଲୋକେଶନ୍-ଆଧାରିତ ପରାମର୍ଶ ପାଇଁ ଲୋକେଶନ୍ ସେବା ବନ୍ଦ କରନ୍ତି, ତେବେ ଆପଣଙ୍କ ସଠିକ୍ ଲୋକେଶନ୍ Apple କୁ ପଠାଯିବ ନାହିଁ। ପ୍ରାସଙ୍ଗିକ ସର୍ଚ୍ଚ୍ ପରାମର୍ଶ ଏବଂ ସମାଚାର ପ୍ରଦାନ କରିବାକୁ, Apple ଆପଣଙ୍କ ଇଣ୍ଟର୍ନେଟ୍ ସଂଯୋଗର IP ଠିକଣାର ଉପଯୋଗ କରି ଏକ ଭୌଗୋଳିକ ଅଞ୍ଚଳ ସହ ମେଳ କରି ଆପଣଙ୍କ ଲୋକେଶନ୍ ଆକଳନ କରିପାରେ।
- ଆଲର୍ଟ୍ ଓ ଶର୍ଟ୍କଟ୍ ଅଟୋମେଶନ୍: ଆପଣଙ୍କ iPhone ଓ Apple Watch ଆପଣଙ୍କୁ ଭୌଗୋଳିକ ଭାବରେ ପ୍ରାସଙ୍ଗିକ ସତର୍କତା ପ୍ରଦାନ କରିବା ପାଇଁ ଆପଣଙ୍କ ଲୋକେଶନ୍ ବ୍ୟବହାର କରିବ, ଯେପରିକି ଆପଣ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ କାହାକୁ କଲ୍ କରିବାକୁ ଏକ ରିମାଇଣ୍ଡର୍ ଦେବ, ଆପଣଙ୍କ ପରବର୍ତ୍ତୀ ସାକ୍ଷାତକାର ପାଇଁ କେବେ ଯିବେ, କିମ୍ୱା ଆପଣ ସମ୍ପ୍ରତି କେଉଁଠାରେ ଅଛନ୍ତି ତାହା ଉପରେ ଆଧାରିତ ଏକ ଆପ୍ କିମ୍ୱା ଶର୍ଟ୍କଟ୍ ସୁପାରିଶ କରିବ।
- ମୋ ଲୋକେଶନ୍ ଶେୟର୍ କରନ୍ତୁ: ଆପଣ ନିଜ ସାମ୍ପ୍ରତିକ ଲୋକେଶନ୍ ଅସ୍ଥାୟୀ କିମ୍ବା ନିରନ୍ତର ଭାବରେ କିଛି ଆପ୍ ଯେପରି ସର୍ଚ୍ଚ୍ ଏବଂ ଖୋଜାଖୋଜି ମାଧ୍ଯମରେ ଅନ୍ୟମାନଙ୍କ ସହିତ ଶେୟର୍ କରିବା ପାଇଁ ବାଛିପାରନ୍ତି।
- ହୋମ୍ ଆକ୍ସେସରି: ଆପଣ ଏକ ନିର୍ଦ୍ଦିଷ୍ଟ ଲୋକେଶନ୍ରେ ପହଞ୍ଚିବା କିମ୍ବା ଛାଡିବା ସମୟରେ, ଆପଣଙ୍କ iPhone ଆପଣଙ୍କ ଲୋକେଶନ୍ ବ୍ୟବହାର କରି ଆକ୍ସେସରି କଣ୍ଟ୍ରୋଲ୍ କରିବ, ଯେପରିକି ଆପଣ ଘରକୁ ଫେରିବା ସମୟରେ ଆପଣଙ୍କର ଲାଇଟ୍ ଅନ୍ କରିବା କିମ୍ବା ଆପଣ ଘରେ ପହଞ୍ଚିବା ପୂର୍ବରୁ ଆପଣଙ୍କ ଥର୍ମୋଷ୍ଟାଟ୍କୁ ଆପଣଙ୍କ ପସନ୍ଦର ତାପମାତ୍ରାରେ ସେଟ୍ କରିବା।
- ସିଷ୍ଟମ୍ କଷ୍ଟମାଇଜେଶନ୍: ଆପଣଙ୍କ iPhone ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ ବ୍ୟବହାର କରି ସିଷ୍ଟମ୍ର ବାହ୍ୟରୂପ, ଆଚରଣ ଏବଂ ସେଟିଂସ୍ କଷ୍ଟମାଇଜ୍ କରିବ, ଉଦାହରଣ ସ୍ୱରୂପ, ଆପଣ ଘରେ ଥିବା ସମୟରେ ସ୍ବୟଂଚାଳିତ ଭାବେ ଅପ୍ଟିମାଇଜ୍ ହୋଇଥିବା ବ୍ୟାଟରି ଚାର୍ଜିଂ ସକ୍ଷମ କରିବା। ଏହି କଷ୍ଟମାଇଜେଶନ୍ ଡେଟା ଆପଣଙ୍କ ଡିଭାଇସ୍ରେ ହିଁ ରହିଥାଏ।
- Apple Pay ମର୍ଚଣ୍ଟ୍ ଚିହ୍ନଟକରଣ: ଆପଣ ନିଜର ଫିଜିକଲ୍ Apple Card ବ୍ୟବହାର କରିବା ସମୟରେ ଅଧିକ ସଠିକ୍ ମର୍ଚଣ୍ଟ୍ଙ୍କ ନାମ ପ୍ରଦାନ କରିବାରେ ସହାୟତା କରିବାକୁ ଆପଣଙ୍କ iPhone ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ ବ୍ୟବହାର କରିବ।
- ଜରୁରୀକାଳୀନ କଲ୍ ଓ SOS: ଏକ ଜରୁରୀକାଳୀନ କଲ୍ କରିବା ସମୟରେ, ଜରୁରୀକାଳୀନ ସେବାକୁ ପୂର୍ବରୁ ପ୍ରଦାନ କରାଯାଇଥିବା ଲୋକେଶନ୍ ବ୍ୟତୀତ, ଆପଣଙ୍କ iPhone କିମ୍ବା Apple Watch ଉନ୍ନତ କରାଯାଇଥିବା ଜରୁରୀକାଳୀନ ଡେଟା ସେବା ମାଧ୍ୟମରେ ସପ୍ଲିମେଣ୍ଟାରୀ ଲୋକେଶନ୍ ଡେଟା ଉପଲବ୍ଧ କରାଇବ। ଯଦି ଆପଣଙ୍କର ସାମ୍ପ୍ରତିକ ଲୋକେଶନ୍ ଆପଣଙ୍କ ବ୍ୟକ୍ତିଗତ କଣ୍ଟାକ୍ଟ୍ କାର୍ଡ୍ (ମୋ କାର୍ଡ୍)ରେ ଥିବା ଘର କିମ୍ବା କାର୍ଯ୍ୟସ୍ଥଳ ଠିକଣା ନିକଟରେ ଥାଏ, ତେବେ ଏଥିରେ ଷ୍ଟ୍ରୀଟ୍ ଠିକଣା ସୂଚନା ଅନ୍ତର୍ଭୁକ୍ତ ହୋଇପାରେ। ଯଦି ଆପଣ ମେସେଜ୍ ଆପ୍ ଇନ୍ଷ୍ଟଲ୍ କରିନାହାନ୍ତି ଜରୁରୀକାଳୀନ SOS ଆରମ୍ଭ କରିବା ଦ୍ବାରା କଲ୍ ଶେଷରେ ଆପଣଙ୍କ ଜରୁରୀକାଳୀନ କଣ୍ଟାକ୍ଟ୍କୁ ଲୋକେଶନ୍ର ସୂଚନା ପଠାଇ ଦିଆଯିବ।
Apple ଦ୍ୱାରା ସଂଗ୍ରହ କରାଯାଇଥିବା କ୍ରାଉଡ୍-ସୋର୍ସ୍ ହୋଇଥିବା ଲୋକେଶନ୍ ଡେଟା ବ୍ୟକ୍ତିଗତ ଭାବରେ ଆପଣଙ୍କୁ ଚିହ୍ନଟ କରେ ନାହିଁ।
ଆପଣ ନିଜର ଭିଜିଟ୍ କରିଥିବା ସ୍ଥାନ, ପସନ୍ଦର ମାର୍ଗ ଏବଂ ପୂର୍ବାନୁମାନ କରାଯାଇଥିବା ଗନ୍ତବ୍ୟସ୍ଥଳ (ଯେଉଁଠାରେ ଉପଲବ୍ଧ) ଏକ ଆପ୍ ସହ ଶେୟର୍ କରିବାକୁ ବାଛିପାରିବେ। ଯଦି ଆପଣ ନିଜର ଭିଜିଟ୍ କରିଥିବା ସ୍ଥାନ ଶେୟର୍ କରିବାକୁ ବାଛନ୍ତି, ତେବେ ଆପଣ ସମ୍ପ୍ରତି ଯାଇଥିବା ରେଷ୍ଟରାଣ୍ଟ୍ ବା ପାର୍କ୍ ପରି ନିର୍ଦ୍ଦିଷ୍ଟ ସ୍ଥାନ ବିଷୟରେ ସୂଚନାକୁ ଆପ୍ ସହ ଶେୟର୍ କରାଯିବ। ଆପଣ ନିଜର ଭିଜିଟ୍ କରିଥିବା ସ୍ଥାନ ଶେୟର୍ କରିବା ଆରମ୍ଭ କରିବା ପରେ କେବଳ ଯାଇଥିବା ସ୍ଥାନ ବିଷୟରେ ଡେଟାକୁ ଆପ୍ ସହ ଶେୟର୍ କରାଯିବ। ଯଦି ଆପଣ ନିଜର ପସନ୍ଦର ମାର୍ଗ ଏବଂ ପୂର୍ବାନୁମାନ କରାଯାଇଥିବା ଗନ୍ତବ୍ୟସ୍ଥଳ ଶେୟର୍ କରିବାକୁ ବାଛନ୍ତି, ତେବେ ଆପଣ ବାରମ୍ବାର ଯାଉଥିବା ମାର୍ଗ ଏବଂ ଆପଣ ଭିଜିଟ୍ କରିବାର ସମ୍ଭାବନା ଥିବା ଗନ୍ତବ୍ୟସ୍ଥଳ ବିଷୟରେ ସୂଚନାକୁ ଆପ୍ ସହ ଶେୟର୍ କରାଯିବ। ଆପଣ ନିଜର ଭିଜିଟ୍ କରିଥିବା ସ୍ଥାନ, ପସନ୍ଦର ମାର୍ଗ ଏବଂ ପୂର୍ବାନୁମାନ କରାଯାଇଥିବା ଗନ୍ତବ୍ୟସ୍ଥଳ ଏକ ଆପ୍ ସହ ଶେୟର୍ କରିବା ପାଇଁ, ଗୁରୁତ୍ବପୂର୍ଣ୍ଣ ଲୋକେଶନ୍ ଓ ମାର୍ଗକୁ ସକ୍ଷମ କରିବା ଏବଂ ଆପ୍କୁ ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ର ଆକ୍ସେସ୍ ଦେବା ଆବଶ୍ୟକ।
ଆପଣଙ୍କ ଡିଭାଇସ୍ ପାଇଁ ଲୋକେଶନ୍ ସେବା ସକ୍ଷମ କରି, ଆପଣ ଲୋକେଶନ୍-ଆଧାରିତ ଏବଂ ସଡ଼କ ଟ୍ରାଫିକ୍-ଆଧାରିତ ପ୍ରଡକ୍ଟ୍ ଓ ସେବା ପ୍ରଦାନ କରିବା ସହ ଉନ୍ନତ କରିବାକୁ Apple ଏବଂ ଏହାର ପାର୍ଟ୍ନର୍ ଓ ଲାଇସେନ୍ସ୍ଧାରୀମାନଙ୍କ ଦ୍ୱାରା ଆପଣଙ୍କ ଲୋକେଶନ୍ ଡେଟା ଏବଂ ଲୋକେଶନ୍ ସର୍ଚ୍ଚ୍ କ୍ବେରିଗୁଡ଼ିକର ପ୍ରସାରଣ, ସଂଗ୍ରହ, ରକ୍ଷଣାବେକ୍ଷଣ, ପ୍ରକ୍ରିୟାକରଣ ଓ ବ୍ୟବହାର ପାଇଁ ରାଜି ହେଉଛନ୍ତି ଏବଂ ସମ୍ମତି ପ୍ରଦାନ କରୁଛନ୍ତି।
ଆପଣ ଯେକୌଣସି ସମୟରେ ଲୋକେଶନ୍ ସେବା ଅକ୍ଷମ କରିପାରିବେ। ଏହା କରିବାକୁ, ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବାକୁ ଯାଆନ୍ତୁ ଏବଂ ଗ୍ଲୋବଲ୍ ଲୋକେଶନ୍ ସେବା ବନ୍ଦ କରିବାକୁ ଟାପ୍ କରନ୍ତୁ କିମ୍ୱା ପ୍ରତ୍ୟେକ ଲୋକେଶନ୍-ସଚେତନ ଆପ୍ କିମ୍ବା ଫୀଚର୍ର ଅଲଗା ଲୋକେଶନ୍ ସ୍ବିଚ୍କୁ “କଦାପି ନୁହେଁ”ରେ ସେଟ୍ କରି ବନ୍ଦ କରନ୍ତୁ। ଏକ ଆପ୍ର ଲୋକେଶନ୍ ସେଟିଂସ୍ରେ ଆପଣ ନିଜର ଭିଜିଟ୍ କରିଥିବା ସ୍ଥାନ, ପସନ୍ଦର ମାର୍ଗ ଏବଂ ପୂର୍ବାନୁମାନ କରାଯାଇଥିବା ଗନ୍ତବ୍ୟସ୍ଥଳ ସେହି ଆପ୍ ସହ ଶେୟର୍ କରିବା ବନ୍ଦ କରିବାକୁ ବାଛିପାରିବେ। ସମସ୍ତ ୱେବ୍ସାଇଟ୍ ପାଇଁ ଲୋକେଶନ୍ ସେବା ଅକ୍ଷମ କରିବାକୁ, Safari ୱେବ୍ସାଇଟ୍ଗୁଡ଼ିକ ପାଇଁ ଲୋକେଶନ୍ ସେବା ସେଟିଂକୁ “କଦାପି ନୁହେଁ”ରେ ସେଟ୍ କରନ୍ତୁ। ଆପଣ ସିଷ୍ଟମ୍ ସେବାକୁ ଟାପ୍ କରି, ତା'ପରେ ପ୍ରତ୍ୟେକ ଲୋକେଶନ୍ ଆଧାରିତ ସିଷ୍ଟମ୍ ସେବା ବନ୍ଦ କରିବାକୁ ଟାପ୍ କରି ଲୋକେଶନ୍-ଆଧାରିତ ସିଷ୍ଟମ୍ ସେବା ମଧ୍ଯ ଅକ୍ଷମ କରିପାରିବେ। ଲୋକେଶନ୍ ସେବା ସ୍ୱିଚ୍ର ସ୍ଥିତି ଯାହା ହୋଇଥାଉ ନା କାହିଁକି, ଆପଣଙ୍କ ଲୋକେଶନ୍ ଅନୁମାନ କରିବା ପାଇଁ ଆପ୍ କିମ୍ବା ୱେବ୍ସାଇଟ୍ ଆପଣଙ୍କ ଇଣ୍ଟର୍ନେଟ୍ ସଂଯୋଗର IP ଠିକଣା ପରି ଅନ୍ୟ ସୂଚନା ମଧ୍ୟ ବ୍ଯବହାର କରିପାରେ।
ଯଦି ଆପଣ ଆପ୍ କିମ୍ବା ୱେବ୍ସାଇଟ୍ଗୁଡ଼ିକୁ ଲୋକେଶନ୍ ସେବାରୁ ଲୋକେଶନ୍ ଡେଟା ବ୍ୟବହାର କରିବା ପାଇଁ ଅନୁମତି ଦିଅନ୍ତି, ତେବେ ଆପଣଙ୍କ ପାଇଁ ସେଗୁଡ଼ିକର ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତି ଓ କାର୍ଯ୍ୟପଦ୍ଧତି ଲାଗୁ ହୁଏ। ସେମାନେ ଆପଣଙ୍କ ଲୋକେଶନ୍ ଓ ଅନ୍ୟ ସୂଚନା କିପରି ବ୍ୟବହାର କରନ୍ତି, ଏହା ବୁଝିବା ପାଇଁ ଆପଣଙ୍କୁ ଏପରି ଆପ୍ ଏବଂ ୱେବ୍ସାଇଟ୍ଗୁଡ଼ିକର ସର୍ତ୍ତାବଳୀ, ଗୋପନୀୟତା ନୀତି ଏବଂ ବ୍ଯବହାରର ସମୀକ୍ଷା କରିବା ଉଚିତ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Apple ର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2026-02-11