ମୋ ସ୍ପୋର୍ଟ୍ସ୍‌ ଓ ଗୋପନୀୟତା

ଆପଣ ଅନୁସରଣ କରୁଥିବା କ୍ରୀଡ଼ା, ଲୀଗ୍, ଦଳ, ଏବଂ ଆଥ୍‌ଲେଟ୍‌ମାନେ ସମର୍ଥିତ Apple ଆପ୍‌ଗୁଡ଼ିକରେ ସିଙ୍କ୍ କରିବାକୁ ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ସଂଯୁକ୍ତ ହେବେ ଏବଂ ଆପଣଙ୍କ ଅଭିଜ୍ଞତାକୁ ପର୍ସନଲାଇଜ୍ କରିବାକୁ ଏବଂ ଆପଣଙ୍କୁ ନୋଟିଫିକେଶନ୍ ପଠାଇବାକୁ ବ୍ଯବହାର କରିବେ। ଆପଣ ଯେକୌଣସି ସମୟରେ ସିଙ୍କ୍‌ କରିବା ବନ୍ଦ କରିପାରିବେ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ ମୋ ସ୍ପୋର୍ଟ୍ସ୍‌କୁ ଡିଜାଇନ୍ କରାଯାଇଛି।


Privacy Icon

  • ଆପଣ ଫଲୋ କରୁଥିବା କ୍ରୀଡ଼ା, ଲୀଗ୍, ଦଳ ଏବଂ କ୍ରୀଡାବିତ୍‌ମାନଙ୍କ ବିଷୟରେ Apple ସୂଚନା ସଂଗ୍ରହ କରେ ଏବଂ ସମର୍ଥିତ Apple ଆପ୍‌ରେ ସେହି ସୂଚନା ସିଙ୍କ୍ କରେ। ଆପଣଙ୍କ କ୍ରୀଡ଼ା ପ୍ରତି ଆଗ୍ରହକୁ ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ଜଡିତ କରାଯାଏ।
  • Apple Sports, Apple TV ଏବଂ Apple News ସମେତ Apple ଆପ୍‌ରେ ଆପଣଙ୍କ ଅଭିଜ୍ଞତାକୁ ପର୍ସନଲାଇଜ୍ କରିବା ଏବଂ ଆପଣଙ୍କୁ ନୋଟିଫିକେଶନ୍ ପଠାଇବା ପାଇଁ ଆମେ ଆପଣ ଫଲୋ କରୁଥିବା କ୍ରୀଡ଼ା ସମ୍ବନ୍ଧୀୟ ରୁଚି ବିଷୟର ସୂଚନା ବ୍ଯବହାର କରୁ।
  • ଆପଣ ଯେକୌଣସି ସମୟରେ ସମସ୍ତ Apple ଆପ୍‌ରେ ଆପଣଙ୍କ କ୍ରୀଡ଼ା ସମ୍ବନ୍ଧୀୟ ପସନ୍ଦଗୁଡ଼ିକ ସିଙ୍କ୍ କରିବା ବନ୍ଦ କରିବାକୁ ବାଛି ପାରିବେ। ମୋ ସ୍ପୋର୍ଟସ୍‌ର ସିଙ୍କ୍‌ କରିବା ବନ୍ଦ କରିବା ଦ୍ବାରା ଏହା ସମର୍ଥିତ ଆପ୍‌ଗୁଡ଼ିକରେ କ୍ରୀଡ଼ା ଫୀଚର୍‌‌ ବ୍ଯବହାର କରିବାର ଆପଣଙ୍କ କ୍ଷମତାକୁ ସୀମିତ କରିପାରେ।

“ମୋ ସ୍ପୋର୍ଟ୍ସ୍‌” ସାହାଯ‍୍ୟରେ ଆପଣ ନିଜର Apple ଆପ୍ ଏବଂ ଡିଭାଇସ୍‌ରେ ଗୋଟିଏ ସମାନ ଖେଳ ଅଭିଜ୍ଞତା ପାଇପାରିବେ। ଆପଣ ଫଲୋ କରୁଥିବା ଦଳଗୁଡ଼ିକ ଏବଂ ଅନ୍ଯାନ୍ୟ କ୍ରୀଡ଼ା ସମ୍ବନ୍ଧିତ ଆଗ୍ରହ Apple ଆପ୍ଲିକେଶନ୍ ଏବଂ ଡିଭାଇସ୍‌ରେ ସିଙ୍କ୍ ହେବ ଯାହା ସେହି Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ ହୋଇଥିବ।

ମୋ ଖେଳ ପ୍ରଦାନ କରିବା ଏବଂ ଉନ୍ନତ କରିବା

ଯଦି ଆପଣ “ମୋ ସ୍ପୋର୍ଟ୍ସ୍” ପାଇଁ ସିଙ୍କ୍ କରିବା ଚାଲୁ କରନ୍ତି, Apple Sports, Apple TV, ଏବଂ Apple News ସମେତ ସମର୍ଥିତ ଆପ୍‌ଗୁଡ଼ିକରେ ଆପଣ ଫଲୋ କରୁଥିବା ଦଳ ଏବଂ ଅନ୍ୟ କ୍ରୀଡ଼ା ସମ୍ବନ୍ଧିତ ଆଗ୍ରହଗୁଡ଼ିକ ସ୍ବୟଂଚାଳିତ ଭାବରେ ଅନ୍ୟ ସମର୍ଥିତ ଆପ୍‌ଗୁଡ଼ିକରେ ଫଲୋ କରାଯିବ। ଉପଲବ୍ଧ ହେଲେ, Apple ଆପଣଙ୍କ “ମୋ ସ୍ପୋର୍ଟ୍ସ୍‌”ର ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରେ, ଆପଣ ଫଲୋ କରୁଥିବା କ୍ରୀଡ଼ା, ଲୀଗ୍, ଦଳ, ଏବଂ ଆଥ୍‌ଲେଟ୍ ଏବଂ ଆପଣ ଯେଉଁ ନୋଟିଫିକେଶନ୍‌ ସହିତ ଇଣ୍ଟରାକ୍ଟ୍ କରନ୍ତି, ଏବଂ ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ଜଡ଼ିତ ସେହି ସୂଚନା ଷ୍ଟୋର୍ କରେ। Apple Sports, Apple TV ଏବଂ Apple News ସମେତ ସମର୍ଥିତ Apple ଆପ୍‌ରେ ଆପଣଙ୍କ କ୍ରୀଡ଼ା ରୁଚିକୁ ସିଙ୍କ୍ କରିବା ପାଇଁ ଏବଂ Apple News ଇମେଲ୍ ନ୍ୟୁଜ୍‌ଲେଟର୍‌ ପରି ସେହି ଆପ୍‌ ଏବଂ ସମ୍ବନ୍ଧିତ ସେବାରେ ଆପଣଙ୍କ ଅନୁଭୂତିକୁ ପର୍ସନଲାଇଜ୍‌ କରିବା ପାଇଁ Apple ଏହି ସୂଚନା ବ୍ୟବହାର କରେ। “ମୋ ସ୍ପୋର୍ଟ୍ସ୍‌” ଏବଂ ସମର୍ଥିତ Apple ଆପ୍‌ ଏବଂ ସେବା ଉନ୍ନତ କରିବା ପାଇଁ Apple ତ୍ରୁଟି ଏବଂ କ୍ରାଶ୍‌ ବିଷୟରେ ସୂଚନା ସହିତ ଏହି ସୂଚନା ମଧ‍୍ୟ ବ୍ୟବହାର କରେ।

ମୋ ସ୍ପୋର୍ଟସ୍‌ ସିଙ୍କ୍ କରିବା ଆପଣଙ୍କୁ ସମସ୍ତ ସମର୍ଥିତ Apple ଆପ୍‌ରେ ଗୋଟିଏ କ୍ରୀଡ଼ା ଅଭିଜ୍ଞତା ଲାଭ କରିବାକୁ ଦେଇଥାଏ, ଏଥିରେ Apple Sports, Apple TV ଏବଂ Apple News ସମେତ ସମର୍ଥିତ Apple ଆପ୍‌ ଏବଂ ଆନୁଷଙ୍ଗିକ ସେବାରେ ଦେଖାଯାଉଥିବା ଆର୍ଟିକଲ୍‌ ଏବଂ ଇଭେଣ୍ଟଗୁଡ଼ିକ ପରି ଆପଣଙ୍କ କ୍ରୀଡ଼ାରେ ରୁଚି ସମ୍ବନ୍ଧିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ ଅଟେ। ସମର୍ଥିତ ଆପ୍‌ର ସେଟିଂସ୍‌କୁ ଯାଇ ଆପଣ “ମୋ ସ୍ପୋର୍ଟ୍ସ୍‌” ମାଧ‍୍ଯମରେ ନିଜର କ୍ରୀଡ଼ା ସମ୍ବନ୍ଧୀୟ ରୁଚିଗୁଡ଼ିକ ସିଙ୍କ୍ କରିବା ଯେକୌଣସି ସମୟରେ ବନ୍ଦ କରିପାରିବେ। ମୋ ସ୍ପୋର୍ଟ୍ସ୍‌ ପାଇଁ ସିଙ୍କ୍ ଅଫ୍ କରିବା କିଛି ଆପ୍‌ରେ ଗେମ୍ ଫୀଚର୍‌ର ଉପଲବ୍ଧତାକୁ ସୀମିତ କରିପାରେ।

ଆପଣଙ୍କ ସହିତ ଯୋଗାଯୋଗ କରାଯାଉଛି

Apple ଆପଣଙ୍କ ଆକାଉଣ୍ଟ୍‌ ବିଷୟରେ ସୂଚନା ବ୍ୟବହାର କରିପାରେ, ଯେପରିକି ଆପଣଙ୍କର ମାଲିକାନାରେ ଥିବା Apple ପ୍ରଡକ୍ଟ୍‌ ଏବଂ Apple ସେବାର ଆପଣଙ୍କ ସବ୍‌ସ୍କ୍ରିପ୍ସନ୍, ମୋ ସ୍ପୋର୍ଟ୍ସ୍‌ ଏବଂ ଆପଣଙ୍କ କ୍ରୀଡ଼ା ପ୍ରତି ରୁଚି ବିଷୟରେ ଆପଣଙ୍କୁ ଯୋଗାଯୋଗ ପଠାଇବା ସହିତ Apple One ସମେତ ଅନ୍ୟ Apple ପ୍ରଡକ୍ଟ୍‌, ସେବା ଏବଂ ଅଫର୍‌ଗୁଡ଼ିକ ଯାହା ଆପଣଙ୍କ ପାଇଁ ରୁଚିକର ହୋଇପାରେ। Apple ଆପଣଙ୍କ ଦ୍ବାରା ଫଲୋ କରାଯାଉଥିବା ସ୍ପୋର୍ଟ୍ସ୍‌, ଲୀଗ୍, ଟୀମ୍ ଏବଂ ଆଥ୍‌ଲେଟ୍‌ଙ୍କ ବିଷୟରେ ସୂଚନାର ବ୍ଯବହାର Apple TV ଏବଂ Apple News ସହିତ ମୋ ସ୍ପୋର୍ଟ୍ସ୍‌ର ସମର୍ଥନ କରୁଥିବା ଆପ୍‌ରୁ ନୂଆ ଫୀଚର୍‌, ବିଷୟବସ୍ତୁ ଏବଂ ସେହି ଆପ୍‌ରେ ଉପଲବ୍ଧ ଅଫର୍‌ ବିକ୍ଷୟରେ ଆପଣଙ୍କୁ ଇମେଲ୍‌ ଏବଂ Push‌ ନୋଟିଫିକେଶନ୍‌ ମଧ୍ଯ ପଠାଇପାରେ। ଆପଣ ନିଜର ଇମେଲ୍ ପ୍ରାଥମିକତା ପରିବର୍ତ୍ତନ କରିପାରିବେ ଏବଂ account.apple.com କୁ ଯାଇ ଏହି ଇମେଲ୍‌ଗୁଡ଼ିକୁ ପ୍ରାପ୍ତ ନ କରିବାକୁ ଚୟନ କରିପାରିବେ। ଆପଣଙ୍କ iOS, iPadOS, କିମ୍ବା visionOS ଡିଭାଇସ୍‌ରେ ମୋ ସ୍ପୋର୍ଟ୍ସ୍‌କୁ ସମର୍ଥନ କରୁଥିବା ଆପ୍ ପାଇଁ ଆପଣଙ୍କ ନୋଟିଫିକେଶନ୍ ପ୍ରାଥମିକତା ଅପ୍‌ଡେଟ୍ କରିବାକୁ, Apple TV ନୋଟିଫିକେଶନ୍ ପାଇଁ ସେଟିଂସ୍ > ନୋଟିଫିକେଶନ୍ > TVକୁ ଯାଆନ୍ତୁ ଏବଂ Apple News ନୋଟିଫିକେଶନ୍ ପାଇଁ ସେଟିଂସ୍ > ନୋଟିଫିକେଶନ୍ > News‌କୁ ଯାଆନ୍ତୁ। Macରେ, ସିଷ୍ଟମ୍ ସେଟିଂସ୍ > ନୋଟିଫିକେଶନ୍‌କୁ ଯାଆନ୍ତୁ ଏବଂ “TV” କିମ୍ବା “News”ରେ କ୍ଲିକ୍ କରନ୍ତୁ।

ବିଜ୍ଞାପନ

ଯଦି ପର୍ସନଲାଇଜ୍ ହୋଇଥିବା ବିଜ୍ଞାପନ ସେଟିଂ ଅନ୍‌ ହୋଇଛି, ତେବେ Appleର ବିଜ୍ଞାପନ ପ୍ଲାଟ୍‌ଫର୍ମ୍ ଆପଣଙ୍କ ପାଇଁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ସେବା ଦେବା ପାଇଁ ଆପଣଙ୍କ ସୂଚନା ବ୍ୟବହାର କରିପାରେ। Apple News ଓ ଷ୍ଟକ୍‌ ପାଇଁ ବିଜ୍ଞାପନ ପ୍ରାସଙ୍ଗିକ ଅଟେ ତାହା ନିଶ୍ଚିତ କରିବା ପାଇଁ Apple ବିଜ୍ଞାପନ ପ୍ଲାଟ୍‌ଫର୍ମ୍ ଆପଣଙ୍କ ସ୍ପୋର୍ଟ୍ସ୍ ରୁଚି ବିଷୟରେ ସୂଚନା ବ‍୍ୟବହାର କରିପାରେ।

ଯଦି ଆପଣ Appleର ବିଜ୍ଞାପନ ପ୍ଲାଟ୍‌ଫର୍ମ୍‌ରୁ ଆପଣଙ୍କ ଆଗ୍ରହ ଅନୁସାରେ ବିଜ୍ଞାପନ ପ୍ରାପ୍ତ କରିବାକୁ ଚାହାଁନ୍ତି ନାହିଁ, ତେବେ ଆପଣ ପର୍ସନଲାଇଜ୍‌ ହୋଇଥିବା ବିଜ୍ଞାପନ ବନ୍ଦ କରିପାରିବେ। ପର୍ସନଲାଇଜ୍‌ ହୋଇଥିବା ବିଜ୍ଞାପନ ବନ୍ଦ କଲେ Apple ବିଜ୍ଞାପନ ଟାର୍ଗେଟିଂ କରିବା ପାଇଁ ଆପଣଙ୍କ ସୂଚନା ବ୍ୟବହାର କରିପାରିବ ନାହିଁ। ଏହା ଆପଣ ପ୍ରାପ୍ତ କରୁଥିବା ବିଜ୍ଞାପନ ସଂଖ୍ୟାକୁ ହ୍ରାସ କରି ନ ପାରେ କିନ୍ତୁ ବିଜ୍ଞାପନଗୁଡ଼ିକ ଆପଣଙ୍କ ପାଇଁ କମ୍ ପ୍ରାସଙ୍ଗିକ ହୋଇପାରେ।

ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple ବିଜ୍ଞାପନକୁ ଯାଇ ଏବଂ ପର୍ସନଲ୍ ବିଜ୍ଞାପନଗୁଡ଼ିକ ବନ୍ଦ କରିବାକୁ ଟାପ୍ କରି ଆପଣ ନିଜ iOS, iPadOS, କିମ୍ୱା visionOS ଡିଭାଇସ୍‌ରେ ପର୍ସନଲ୍ ବିଜ୍ଞାପନଗୁଡ଼ିକ ବନ୍ଦ କରିପାରିବେ। Macରେ, ସିଷ୍ଟମ୍ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > Apple ବିଜ୍ଞାପନକୁ ଯାଆନ୍ତୁ ଏବଂ ପର୍ସନଲାଇଜ୍‌ ହୋଇଥିବା ବିଜ୍ଞାପନ ଅଚୟନ କରନ୍ତୁ।

www.apple.com/in/legal/privacy/data/en/apple-advertising ରେ Apple ବିଜ୍ଞାପନ ଏବଂ ଗୋପନୀୟତା ବିଷୟରେ ଅଧିକ ଜାଣନ୍ତୁ।

support.apple.com/105131 ରେ Apple News ଏବଂ ଷ୍ଟକ୍‌ରେ ପର୍ସନଲାଇଜ୍‌ ହୋଇଥିବା ବିଜ୍ଞାପନରୁ କିପରି ଅପ୍ଟ୍ ଆଉଟ୍ କରିବେ, ସେ ବିଷୟରେ ଜାଣନ୍ତୁ।

ତୃତୀୟ ପକ୍ଷ ସହ ଶେୟର୍ କରାଯାଉଛି

ଆମ ପ୍ରଡକ୍ଟ୍ ଏବଂ ସେବା ପ୍ରଦାନ କରିବା ପାଇଁ, Appleକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବାରେ ସହାୟତା କରିବାକୁ ଏବଂ Apple News ଓ ଷ୍ଟକ୍‌ରେ ଡିସ୍‌ପ୍ଲେ କରିବାକୁ Apple ତରଫରୁ ବିଜ୍ଞାପନ ବିକ୍ରୟ କରିବା ପାଇଁ Apple ସହିତ କାର୍ଯ‍୍ୟ କରୁଥିବା ରଣନୈତିକ ପାର୍ଟ୍‌ନର୍‌ମାନଙ୍କ ସହିତ ଆମେ “ମୋ ସ୍ପୋର୍ଟ୍ସ୍”ର ବ‍୍ୟବହାର କରି ଅନୁସରଣ କରାଯାଉଥିବା ସ୍ପୋର୍ଟ୍ସ୍, ଲୀଗ୍, ଟୀମ୍ ଏବଂ ଆଥ୍‌ଲିଟ୍ ବିଷୟରେ କିଛି ପର୍ସନଲ୍ ହୋଇନଥିବା ଡେଟା ଶେୟର୍ କରିପାରୁ। ଉଦାହରଣ ସ୍ୱରୂପ, Apple ତାଙ୍କ ବିଷୟବସ୍ତୁର କାର୍ଯ‍୍ୟଦକ୍ଷତାକୁ ବୁଝାଇବାରେ ତାଙ୍କୁ ସହାୟତା କରିବା ପାଇଁ ଅନ‍୍ୟ ବିଷୟବସ୍ତୁ ପ୍ରଦାନକାରୀଙ୍କ ସାହାଯ‍୍ୟରେ Apple News ପ୍ରକାଶକଙ୍କ ସହିତ ଏକତ୍ରିତ ରିପୋର୍ଟ୍ ଶେୟର୍ କରିପାରନ୍ତି।

ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର

ଯଦି ଆପଣ ମୋ ସ୍ପୋର୍ଟ୍ସ୍‌ ବ୍ଯବହାର କରନ୍ତି, ତେବେ ଆମେ ସେବା ପ୍ରଦାନ କରିବା ଏବଂ ଆମର ଆଇନଗତ ଦାୟିତ୍ୱ ପାଳନ କରିବା ପାଇଁ ଆପଣଙ୍କ ବ‍୍ୟକ୍ତିଗତ ଡେଟାକୁ ଆବଶ୍ୟକତା ଅନୁଯାୟୀ ପ୍ରକ୍ରିୟାନ୍ବିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବା ଚେଷ୍ଟା କରୁ।

ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆମେ ନିମ୍ନଲିଖିତ ବର୍ଗର ବ୍ୟକ୍ତିଗତ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକ ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ:

  • ମୋ ସ୍ପୋର୍ଟ୍ସ୍‌ ଏବଂ ଆପଣଙ୍କ କ୍ରୀଡ଼ା ରୁଚି ସହ ଅନ୍ୟ Apple ପ୍ରଡକ୍ଟ୍‌, ସେବା ଏବଂ ଅଫର୍‌ ବିଷୟରେ ଆପଣଙ୍କୁ ଯୋଗାଯୋଗ ପଠାଏ ଯାହା ଆପଣଙ୍କ ପାଇଁ ରୁଚିକର ହୋଇପାରେ
  • ମୋ ସ୍ପୋର୍ଟ୍ସ୍‌ ଉନ୍ନତ କରନ୍ତୁ ଏବଂ ଆପଣଙ୍କ ଏବଂ ଅନ୍ୟମାନଙ୍କ ପାଇଁ Apple ଆପ୍‌ ଏବଂ ସେବାକୁ ସମର୍ଥନ କରନ୍ତୁ

ବ୍ଯବହୃତ ଡେଟାରେ ଅନ୍ତର୍ଭୁକ୍ତ:

  • ଆପଣ ଫଲୋ କରୁଥିବା ସ୍ପୋର୍ଟ୍ସ୍‌, ଲୀଗ୍, ଟୀମ୍ ଏବଂ ଖେଳାଳି, ସେହି ନୋଟିଫିକେଶନ୍ ଯେଉଁଥିରେ ଆପଣ ଇଣ୍ଟରାକ୍ଟ୍ କରନ୍ତି ଏବଂ ତ୍ରୁଟି ଓ କ୍ରାଶ୍ ବିଷୟରେ ସୂଚନା
  • ଆପଣଙ୍କ ଆକାଉଣ୍ଟ୍‌ ବିଷୟରେ ବିବରଣୀ

ରିଟେନ୍‌ଶନ୍‌

ସେବା ପ୍ରଦାନ କରିବା ପାଇଁ ଯେତେ ସମୟ ଆବଶ୍ୟକ ହୁଏ ଏବଂ ଆପଣ ମୋ ସ୍ପୋର୍ଟ୍ସ୍‌ ବ୍ୟବହାର ବନ୍ଦ କରିବା ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ଆମେ ଆପଣଙ୍କ କ୍ରୀଡ଼ା ପ୍ରତି ରୁଚି ଏବଂ ଆପଣଙ୍କ Apple ଆକାଉଣ୍ଟ୍‌ ସମ୍ବନ୍ଧିତ ମୋ ସ୍ପୋର୍ଟ୍ସ୍‌ର ଆପଣଙ୍କ ବ୍ୟବହାର ବିଷୟରେ ସୂଚନା ରଖିଥାଉ। ସମର୍ଥିତ ଆପ୍‌ ତା’ର ଡେଟା ଏବଂ ଗୋପନୀୟତା ସୂଚନାରେ ବର୍ଣ୍ଣନା ଅନୁଯାୟୀ ଆପଣଙ୍କ ସୂଚନା ପରିଚାଳନା କରିବ। Apple TV ଆପ୍ ଓ ଗୋପନୀୟତା ବିଷୟରେ ଅଧିକ ଜାଣିବା ପାଇଁ www.apple.com/in/legal/privacy/data/en/apple-tv-app କୁ ଯାଆନ୍ତୁ ଏବଂ Apple News ଓ ଗୋପନୀୟତା ବିଷୟରେ ଅଧିକ ଜାଣିବା ପାଇଁ www.apple.com/in/legal/privacy/data/en/apple-news କୁ ଯାଆନ୍ତୁ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ

2025-12-12