NFC ଓ SE ପ୍ଲାଟ୍ଫର୍ମ୍ ଓ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ କରିବାକୁ ଏବଂ ଡିଫଲ୍ଟ୍ କଣ୍ଟାକ୍ଟ୍ଲେସ୍ ଆପ୍ ବାଛିବା ପାଇଁ ଆପଣଙ୍କୁ ସକ୍ଷମ କରିବାକୁ NFC ଏବଂ SE ପ୍ଲାଟ୍ଫର୍ମ୍ ଡିଜାଇନ୍ କରାଯାଇଛି।
![]()
- ଆପଣଙ୍କ ଅଞ୍ଚଳରେ NFC & SE ପ୍ଲାଟ୍ଫର୍ମ୍ର ଉପଲବ୍ଧତା ନିର୍ଦ୍ଧାରଣ କରିବାକୁ ଆପଣଙ୍କ ଡିଭାଇସ୍ ଆପଣଙ୍କ ଲୋକେଶନ୍ ବିଷୟରେ ସୂଚନା ଉପଯୋଗ କରିବ।
- ଆପଣ NFC ଏବଂ SE ପ୍ଲାଟ୍ଫର୍ମ୍ ବ୍ଯବହାର କରି ଆପଣଙ୍କ ଡିଭାଇସ୍ରେ ଏକ କ୍ରେଡେନ୍ଶଲ୍ ଯୋଡ଼ିଲେ, ଆପଣଙ୍କ ଡିଭାଇସ୍ରେ କ୍ରେଡେନ୍ଶଲ୍ ସେଟ୍ ଅପ୍ କରିବା ପାଇଁ Apple ଆପଣଙ୍କ Apple ଆକାଉଣ୍ଟ୍ ଏବଂ ଡିଭାଇସ୍ ଚିହ୍ନଟକାରୀ ବ୍ଯବହାର କରିବ।
- NFC ଏବଂ SE ପ୍ଲାଟ୍ଫର୍ମ୍ ଡେଟା ଯାହାର ସମ୍ବନ୍ଧ ଆପଣଙ୍କ ସହିତ ସ୍ଥାପିତ କରାଯାଇପାରିବ ନାହିଁ, ତାହାର ବ୍ଯବହାର Apple ଦ୍ୱାରା କେବଳ ବିଲିଂ ଉଦ୍ଦେଶ୍ୟରେ କରାଯିବ।
ଷ୍ଟୋର୍ରେ ଆପଣଙ୍କ କ୍ରେଡେନ୍ଶଲ୍ ଦେଖାଇବା ପାଇଁ NFC & SE ପ୍ଲାଟ୍ଫର୍ମ୍ ଆପଣଙ୍କ ପସନ୍ଦର କଣ୍ଟାକ୍ଟ୍ଲେସ୍ ଆପ୍ ବ୍ୟବହାର କରିବାକୁ ଅନୁମତି ଦେଇଥାଏ।
NFC ଓ SE ପ୍ଲାଟ୍ଫର୍ମ୍ ଉପଯୋଗ କରିବା
ଉପଲବ୍ଧତା ନିର୍ଦ୍ଧାରଣ କରାଯାଉଛି
ଯେତେବେଳେ ଆପଣ NFC ଏବଂ SE ପ୍ଲାଟ୍ଫର୍ମ୍ ଉପଯୋଗ କରି ଆପଣଙ୍କ ପସନ୍ଦର କଣ୍ଟାକ୍ଟ୍ଲେସ୍ ଆପ୍କୁ ଏକ କ୍ରେଡେନ୍ଶଲ୍ ପ୍ରଦାନ କରିବାକୁ ଚେଷ୍ଟା କରନ୍ତି, ଆପଣଙ୍କ ଡିଭାଇସ୍, (Apple ନୁହେଁ), NFC ଏବଂ SE ପ୍ଲାଟଫର୍ମ ଉପଲବ୍ଧତା ସୁନିଶ୍ଚିତ କରିବାକୁ ଆପଣଙ୍କ ଲୋକେଶନ୍ ଏବଂ ଡିଭାଇସ୍ ସେଟିଂସ୍ ବିଷୟରେ ସୂଚନା ଉପଯୋଗ କରିବ। ଯଦି ଆପଣଙ୍କ ଡିଭାଇସ୍ ଉପଲବ୍ଧତା ନିର୍ଦ୍ଧାରଣ କରିପାରିବ ନାହିଁ, ତେବେ ଆପଣ ନିଜର କଣ୍ଟାକ୍ଟ୍ଲେସ୍ ଆପ୍ରେ ଏକ କ୍ରେଡେନ୍ଶଲ୍ ଯୋଡ଼ିବା ପାଇଁ ଅସମର୍ଥ ହୋଇପାରନ୍ତି। ଆପଣଙ୍କ ଡିଭାଇସ୍ କିଛି ଡିଫଲ୍ଟ୍ କଣ୍ଟାକ୍ଟ୍ଲେସ୍ ଆପ୍ ପ୍ରାଥମିକତାର ଉପଲବ୍ଧତା ନିର୍ଦ୍ଧାରଣ କରିବା ପାଇଁ ଆପଣଙ୍କ ଲୋକେଶନ୍ ବିଷୟରେ ସୂଚନା ମଧ୍ୟ ବ୍ୟବହାର କରିବ ଏବଂ ସେଟିଂସ୍ > ଆପ୍ > [ଆପ୍ ନାମ] > ଡିଫଲ୍ଟ୍ କଣ୍ଟାକ୍ଟଲେସ୍ ଆପ୍ରେ ଉପଲବ୍ଧ ପ୍ରାଥମିକତାକୁ ଡିସ୍ପ୍ଲେ କରିବ। NFC ଓ SE ପ୍ଲାଟ୍ଫର୍ମ୍ ସମର୍ଥିତ ଅଞ୍ଚଳରେ ନଥିବା ସମୟରେ ଆପଣଙ୍କ ଡିଫଲ୍ଟ୍ କଣ୍ଟାକ୍ଟ୍ଲେସ୍ ଆପ୍ର ପ୍ରାଥମିକତା ପରିବର୍ତ୍ତନ କରିବା ଦ୍ୱାରା ଆପଣ NFC ଓ SE ପ୍ପ୍ଲାଟ୍ଫର୍ମ୍ ଉପଲବ୍ଧ ନଥିବା ସମୟରେ କ୍ରେଡେନ୍ଶଲ୍ ଉପସ୍ଥାପନ କରିବା ପାଇଁ ଆପଣଙ୍କ ପସନ୍ଦର କଣ୍ଟାକ୍ଟ୍ଲେସ୍ ଆପ୍ ବ୍ୟବହାର କରିନପାରନ୍ତି।
ଆପଣଙ୍କ ଡିଭାଇସ୍ରେ କ୍ରେଡେନ୍ଶଲ୍ ଯୋଡ଼ାଯାଉଛି
ଯେତେବେଳେ ଆପଣ ନିଜ ପସନ୍ଦର କଣ୍ଟାକ୍ଟ୍ଲେସ୍ ଆପ୍ରେ ଏକ କ୍ରେଡେନ୍ଶଲ୍ ଯୋଡ଼ନ୍ତି, ଆପଣଙ୍କ ସୁରକ୍ଷିତ ଉପାଦାନକୁ ସୁରକ୍ଷିତ ଭାବରେ କ୍ରେଡେନ୍ଶଲ୍ ପ୍ରଦାନ କରିବାକୁ Apple ଆପଣଙ୍କ Apple ଆକାଉଣ୍ଟ୍ ଏବଂ ଆପଣଙ୍କ ଡିଭାଇସ୍ର ହାର୍ଡ୍ୱେର୍ ଚିହ୍ନଟକାରୀ ବ୍ୟବହାର କରିବ। Apple ଏହି ସୂଚନା ବ୍ୟବହାର କରିବ ଏବଂ ଷ୍ଟୋର୍ କରିବ ଯାହା Apple, ଆପଣଙ୍କ କଣ୍ଟାକ୍ଟ୍ଲେସ୍ ଆପ୍ ପ୍ରୋଭାଇଡର୍, ଏବଂ ଆପଣଙ୍କ କ୍ରେଡେନ୍ଶଲ୍ ଜାରିକର୍ତ୍ତାଙ୍କୁ କଣ୍ଟାକ୍ଟ୍ଲେସ୍ ଆପ୍ରେ ଥିବା କ୍ରେଡେନ୍ଶଲ୍ ପରିଚାଳନା କରିବାକୁ ଅନୁମତି ଦେବ, ଯେଉଁଥିରେ ଆପଣଙ୍କ ପ୍ରୋଭିଜନ୍ ହୋଇଥିବା କ୍ରେଡେନ୍ଶଲ୍ ଅପ୍ଡେଟ୍ କିମ୍ବା ଡିଲିଟ୍ କରିବା ଅନ୍ତର୍ଭୁକ୍ତ। ଆପଣଙ୍କ କ୍ରେଡେନ୍ଶଲ୍ର ଜୀବନଚକ୍ର ପରିଚାଳନା କରିବା ପାଇଁ ବ୍ୟବହୃତ ସୂଚନାରେ କଣ୍ଟାକ୍ଟ୍ଲେସ୍ ଆପ୍ ପ୍ରଦାନକାରୀ ବିଷୟରେ କ୍ରେଡେନ୍ଶଲ୍ ଜାରିକର୍ତ୍ତା କିପରି ଆପଣଙ୍କ କ୍ରେଡେନ୍ଶଲ୍ ଏବଂ ସୂଚନା କନ୍ଫିଗର୍ କରନ୍ତି ସେ ବିଷୟରେ ଡେଟା ଅନ୍ତର୍ଭୁକ୍ତ। ଆପଣ ନିଜ ପସନ୍ଦର କଣ୍ଟାକ୍ଟ୍ଲେସ୍ ଆପ୍ ସହ NFC ଏବଂ SE ପ୍ଲାଟ୍ଫର୍ମ୍ ବ୍ୟବହାର କରିବା ସମୟରେ Apple ଆପଣଙ୍କ କ୍ରେଡେନ୍ଶଲ୍ ବିବରଣୀ ଦେଖେ ନାହିଁ କିମ୍ବା ଷ୍ଟୋର୍ କରେ ନାହିଁ।
ବିଲିଂ ଉଦ୍ଦେଶ୍ୟରେ Apple ସହ ଶେୟର୍ କରାଯାଇଥିବା ସୂଚନା
ଆପଣ NFC & SE ପ୍ଲାଟ୍ଫର୍ମ୍ ବ୍ୟବହାର କରି କିମ୍ବା ସେହି କ୍ରେଡେନ୍ଶଲ୍ ବ୍ୟବହାର କରି ଆପଣଙ୍କ କଣ୍ଟାକ୍ଟ୍ଲେସ୍ ଆପ୍ ପାଇଁ ଏକ କ୍ରେଡେନ୍ଶଲ୍ର ବ୍ୟବସ୍ଥା କରିବା ସମୟରେ ଆପଣଙ୍କ କଣ୍ଟାକ୍ଟ୍ଲେସ୍ ଆପ୍ ପ୍ରଦାନକାରୀଙ୍କୁ ବିଲ୍ କରିବା ପାଇଁ Apple ଆପଣଙ୍କୁ ଚିହ୍ନଟ କରୁନଥିବା ସେହି ସୂଚନାକୁ ବ୍ୟବହାର କରିବ। ଆପଣଙ୍କ ଡିଭାଇସ୍ ଆପଣଙ୍କ କଣ୍ଟାକ୍ଟ୍ଲେସ୍ ଆପ୍ରେ ଯୋଡ଼ାଯାଇଥିବା କ୍ରେଡେନ୍ଶଲ୍ର ପରିମାଣ ଓ ପ୍ରକାର ଏବଂ ଆପଣ କେତେ ଥର କ୍ରେଡେନ୍ଶଲ୍ ପ୍ରେଜେଣ୍ଟ୍ କରିଛନ୍ତି ସେହି କାଉଣ୍ଟ୍ ବିଷୟରେ ସୀମିତ ସୂଚନା ଶେୟର୍ କରିବ। ଆପଣଙ୍କ ଡିଭାଇସ୍ ଏହି ସୂଚନାକୁ କେବଳ ବିଲିଂ ଉଦ୍ଦେଶ୍ୟରେ ଆପଣଙ୍କୁ ସମ୍ବନ୍ଧିତ ନକରି Apple ସହିତ ଶେୟର୍ କରିବ। ଆପଣ ନିଜ କଣ୍ଟାକ୍ଟ୍ଲେସ୍ ଆପ୍ରୁ କ୍ରେଡେନ୍ଶଲ୍ ପ୍ରେଜେଣ୍ଟ୍ କରିବା ସମୟରେ Apple ଆପଣଙ୍କ ନେଣଦେଣ ସୂଚନାକୁ ଦେଖେ ନାହିଁ କିମ୍ବା ଷ୍ଟୋର୍ କରେ ନାହିଁ।
ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର
ଆବଶ୍ୟକତା ଅନୁଯାୟୀ ସେବା ପ୍ରଦାନ କରିବାକୁ ଏବଂ ଆମ ଆଇନିଗତ ବାଧ୍ୟତାଗୁଡ଼ିକର ପାଳନ କରିବାକୁ ଆମେ ଆପଣଙ୍କ NFC & SE ପ୍ଲାଟ୍ଫର୍ମ ପର୍ସନଲ୍ ଡେଟା ପ୍ରକ୍ରିୟା କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ।
ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆମେ ନିମ୍ନଲିଖିତ ବର୍ଗର ପର୍ସନଲ୍ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକ ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ, ଯେଉଁଥିରେ ନିମ୍ନୋକ୍ତ ବିଷୟରେ ସୂଚନା ଅନ୍ତର୍ଭୁକ୍ତ:
- ଆପଣଙ୍କ ଲୋକେଶନ୍
- ଆପଣଙ୍କ ଡିଭାଇସ୍, ଯେପରିକି ଡିଭାଇସ୍ର ପ୍ରକାର, ସଫ୍ଟ୍ୱେୟର୍ ଭର୍ଶନ୍ ଏବଂ ଡିଭାଇସ୍ ସିରିଏଲ୍ ନମ୍ବର୍
- ଆପଣଙ୍କ Apple ଆକାଉଣ୍ଟ୍, ଯେପରିକି ଆପଣଙ୍କ ଇମେଲ୍ ଠିକଣା
- ଆପଣଙ୍କ ଇନ୍ଷ୍ଟଲ୍ ହୋଇଥିବା କଣ୍ଟାକ୍ଟ୍ଲେସ୍ ଆପ୍ରେ NFC ଏବଂ SE ପ୍ଲାଟ୍ଫର୍ମ୍ର ଆପଣଙ୍କ ବ୍ୟବହାର, ଯେପରିକି ପ୍ରତ୍ୟେକ କଣ୍ଟାକ୍ଟ୍ଲେସ୍ ଆପ୍କୁ ପ୍ରଦାନ କରାଯାଇଥିବା କ୍ରେଡେନ୍ଶଲ୍ ବିଷୟରେ ସୂଚନା ଏବଂ ପ୍ରତ୍ୟେକ କ୍ରେଡେନ୍ଶଲ୍ର ଆପଣଙ୍କ ବ୍ୟବହାର
ଏହି ଆଇନସଙ୍ଗତ ଉଦ୍ଦେଶ୍ୟ ମଧ୍ଯରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୂକ୍ତ:
- ଆପଣଙ୍କ ପସନ୍ଦର କଣ୍ଟାକ୍ଟ୍ଲେସ୍ ଆପ୍ରେ କ୍ରେଡେନ୍ଶଲ୍ ଯୋଡ଼ିବା ଏବଂ ପରିଚାଳନା କରିବା
- NFC & SE ପ୍ଲାଟ୍ଫର୍ମ୍ ଅପରେଟିଂ ଏବଂ କଣ୍ଟାକ୍ଟ୍ଲେସ୍ ଆପ୍ ପ୍ରଦାନକାରୀ ଏବଂ କ୍ରେଡେନ୍ଶଲ୍ ଜାରିକର୍ତ୍ତାଙ୍କୁ ବିଲିଂ କରିବା
- ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ୍ୟକଳାପର ପ୍ରତିରୋଧ କରିବା
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2025-12-12