ସମସ୍ଯା ଓ ଗୋପନୀୟତା ରିପୋର୍ଟ୍‌ କରନ୍ତୁ

ଏହି ରିପୋର୍ଟ୍‌ Apple ପ୍ରଡକ୍ଟ୍‌ ଏବଂ ସେବାରେ ଉନ୍ନତି ଆଣିବା ପାଇଁ ବ‍୍ୟବହାର କରାଯିବ, ଉଦାହରଣ ସ୍ବରୂପ ମଡେଲ୍‌ଗୁଡ଼ିକୁ ପ୍ରଶିକ୍ଷଣ ଦେବା ପାଇଁ। ଏହା ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ଲିଙ୍କ୍ ହେବ। ଦାଖଲ କରିବା ଦ୍ବାରା ଆପଣ ସ୍ବୀକାର କରନ୍ତି ଯେ, ଆପଣ ରିପୋର୍ଟ୍ କଣ୍ଟେଣ୍ଟ୍‌ର ମାଲିକ ଅଟନ୍ତି କିମ୍ବା ଏହାକୁ ଅପ୍‌ଲୋଡ୍‌ କରିବା ପାଇଁ ଆପଣଙ୍କ ପାଖରେ ଅନୁମତି ଅଛି, ଯେଉଁଥିରେ କପିରାଇଟ୍ ହୋଇଥିବା, ବ୍ଯକ୍ତିଗତ କିମ୍ବା ସମ୍ବେଦନଶୀଳ ସୂଚନା ଥାଇପାରେ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ “ଏକ ସମସ‍୍ୟା ରିପୋର୍ଟ୍‌ କରନ୍ତୁ”କୁ ଡିଜାଇନ୍ କରାଯାଇଛି।


Privacy Icon

  • “ସମସ୍ୟା ବିଷୟରେ ରିପୋର୍ଟ୍‌ କରନ୍ତୁ” ରିପୋର୍ଟ୍ ହୋଇଥିବା ସମସ୍ୟାର ସମାଧାନ କରିବା ପାଇଁ ସୂଚନା ସଂଗ୍ରହ କରେ। Apple Beta Software Program ରେ ଉପଲବ୍ଧ କିଛି ନିର୍ଦ୍ଦିଷ୍ଟ ଫୀଚର୍‌ ସମ୍ବନ୍ଧୀୟ ରିପୋର୍ଟ୍ ପାଇଁ ସଂଗୃହୀତ ସୂଚନା ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ସମ୍ବନ୍ଧିତ କରାଯାଇ ଷ୍ଟୋର୍‌ କରାଯାଏ। ଆପଣ ଏହି ରିପୋର୍ଟ୍‌ଗୁଡ଼ିକ ଦାଖଲ କରିବା ପୂର୍ବରୁ, ଆପଣଙ୍କ Apple ଆକାଉଣ୍ଟ୍‌ ସ୍କ୍ରୀନରେ ଦେଖାଯିବ। ଅନ୍ୟ ସମସ୍ତ ରିପୋର୍ଟ୍‌ ଏକ ର‍୍ୟାଣ୍ଡମ୍ ସ୍ବତନ୍ତ୍ର ଚିହ୍ନଟକାରୀ ସହିତ ସମ୍ବନ୍ଧିତ ଯାହା ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ଲିଙ୍କ୍ ହୋଇନଥାଏ।
  • ଏହି ସମସ୍ୟାକୁ ଅଧିକ ପ୍ରଭାବଶାଳୀ ଭାବରେ ସମାଧାନ କରିବାରେ ସହାୟତା କରିବାକୁ ଆପଣ ନିଜର ରିପୋର୍ଟ୍ ସହିତ ଅତିରିକ୍ତ ସୂଚନା ଦାଖଲ କରିପାରିବେ।
  • ଆପଣ ଦାଖଲ କରିଥିବା ସୂଚନା Apple ମଡେଲ୍‌କୁ ପ୍ରଶିକ୍ଷିତ କରିବା ସମେତ ପ୍ରଡକ୍ଟ୍‌ ଏବଂ ସେବାରେ ଉନ୍ନତି ଆଣିବା ପାଇଁ Apple ଦ୍ୱାରା ବ୍ୟବହାର କରାଯାଇପାରିବ।
  • ଯଦି ଆପଣ ChatGPT ସମ୍ବନ୍ଧୀୟ ଏକ ସମସ‍୍ୟା ରିପୋର୍ଟ୍‌ କରନ୍ତି, ତେବେ ଆପଣ ନିଜ ରିପୋର୍ଟ୍‌କୁ OpenAI ସହିତ ଶେୟର୍‌ କରିବାକୁ ଅନୁମତି ଦେବା ପାଇଁ ବାଛି ପାରିବେ।
  • ଯଦି ଆପଣ ଭିଜୁଅଲ୍‌ ଇଣ୍ଟେଲିଜେନ୍ସ୍‌ ବ୍ୟବହାର କରି Google ସର୍ଚ୍ଚ୍ ସମ୍ବନ୍ଧୀୟ କୌଣସି ସମସ୍ୟା ରିପୋର୍ଟ୍ କରନ୍ତି, ତେବେ ଆପଣ Google ସହିତ ଆପଣଙ୍କ ରିପୋର୍ଟ୍ ଶେୟର୍‌ କରିବାକୁ ଅନୁମତି ଦେବା ପାଇଁ ବାଛିପାରିବେ।

“ଏକ ସମସ‍୍ୟା ବିଷୟରେ ରିପୋର୍ଟ୍‌ କରନ୍ତୁ” ଆପଣଙ୍କୁ ଆମ ପ୍ରଡକ୍ଟ୍‌ ଏବଂ ସେବା ସମ୍ବନ୍ଧରେ Appleକୁ ମତାମତ ଦେବା ପାଇଁ ଅନୁମତି ଦେଇଥାଏ। ଆପଣ ଯେତେବେଳେ ଏକ ରିପୋର୍ଟ୍‌ ଦାଖଲ କରନ୍ତି, ତେବେ Apple ଆପଣଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ସଂଗ୍ରହ କରେ, ଯେପରିକି ପ୍ରଶ୍ନଗୁଡ଼ିକର ଉତ୍ତର, ବିବରଣୀ, ଫଟୋ, ଭିଡିଓ, ମେସେଜ୍ ଏବଂ ଇମେଲ୍। ଦାଖଲ କରିବା ପୂର୍ବରୁ, ଆପଣ ଯେକୌଣସି ସୂଚନା ଏବଂ ଆଟାଚ୍‌ମେଣ୍ଟ୍ ସମୀକ୍ଷା କରିପାରିବେ ଏବଂ କାଢ଼ି ଦେଇପାରିବେ ଯାହାକୁ ଆପଣ ରିପୋର୍ଟ୍‌ରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁନାହାନ୍ତି।

Apple ଆପଣଙ୍କ ଡିଭାଇସ୍‌ର ମଡେଲ୍, ଅପରେଟିଂ ସିଷ୍ଟମ୍ ଭର୍ଶନ୍ ଏବଂ ଭାଷା ମଧ‍୍ୟ ସଂଗ୍ରହ କରେ। କେତେକ କ୍ଷେତ୍ରରେ, ଆପଣ ଯେତେବେଳେ Apple Intelligence ସହ ସମ୍ବନ୍ଧିତ ଏକ ସମସ‍୍ୟାର ରିପୋର୍ଟ୍‌ କରୁଛନ୍ତି Apple ଏହି Apple Intelligence ମଡେଲ୍‌ର ଭର୍ଶନ୍‌ ସଂଗ୍ରହ କରିପାରେ।

Apple ଏହି ସୂଚନାକୁ ରିପୋର୍ଟ୍‌ କରାଯାଇଥିବା ସମସ‍୍ୟାର ସମାଧାନ କରିବା ଏବଂ ଫୀଚର୍‌-ନିର୍ଦ୍ଦିଷ୍ଟ ମଡେଲ୍‌ ଅନ୍ତର୍ଭୁକ୍ତ କରି, ପ୍ରଡକ୍ଟ୍ ଏବଂ ସେବାର ବିକାଶ, ଉନ୍ନତି ଏବଂ ପ୍ରଶିକ୍ଷଣ ପାଇଁ ସହାୟତା କରିବାକୁ ବ୍ଯବହାର କରେ।

ତୃତୀୟ ପକ୍ଷ ସମ୍ବନ୍ଧୀୟ ଏକ ସମସ‍୍ୟା ରିପୋର୍ଟ୍ କରିବା

ଯଦି ଆପଣ ChatGPT ଏକ୍ସ୍‌ଟେନ୍‌ଶନ୍‌ ବ୍ୟବହାର କରନ୍ତି ଏବଂ ଆପଣ ଏକ ସମସ୍ୟା ଅନୁଭବ କରନ୍ତି, ତେବେ ChatGPT ପରିଚାଳନା କରୁଥିବା OpenAI କୁ ଆପଣଙ୍କ ଦ୍ବାରା ରିପୋର୍ଟ୍ କରାଯାଇଥିବା ସମସ‍୍ୟା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାକୁ ଆପଣ ପୃଥକ ଭାବରେ ବାଛିପାରିବେ। Apple ହୁଏତ ଆପଣଙ୍କ ଦ୍ବାରା ଚିହ୍ନିତ ସମସ‍୍ୟାକୁ ସମାଧାନ କରିବା ପାଇଁ ଆପଣଙ୍କ ରିପୋର୍ଟ୍‌ରୁ କିମ୍ବା ଏହା ସମ୍ବନ୍ଧିତ କିଛି ସୂଚନା OpenAIକୁ ପ୍ରଦାନ କରିପାରେ, ଯେଉଁଥିରେ ଆପଣଙ୍କ ଅନୁରୋଧ (ଏବଂ ଆପଣଙ୍କ ଅନୁରୋଧ ସହ ସଂଲଗ୍ନ ଯେକୌଣସି ସାମଗ୍ରୀ), ଉତ୍ତର, ଆପଣଙ୍କ ଡିଭାଇସ୍‌ ଏବଂ ଆପଣଙ୍କ ଡିଭାଇସ୍‌ ସେଟିଂସ୍‌ର ସୂଚନା ଯେପରିକି ଆପଣଙ୍କ ଡିଭାଇସ୍‌ର ପ୍ରକାର ଏବଂ ସାଧାରଣ ଲୋକେଶନ୍‌ ଏବଂ ଆପଣ ଅନୁଭବ କରିଥିବା ସମସ‍୍ୟାର ପ୍ରକାର ଅନ୍ତର୍ଭୁକ୍ତ ହୋଇପାରେ। Apple କେବଳ ସେହି ସମୟରେ OpenAI ସହିତ ରିପୋର୍ଟ୍‌ ଶେୟର୍‌ କରିଥାଏ ଯେଉଁ ସମୟରେ ଆପଣ ପୃଥକ ଭାବରେ OpenAIକୁ ସୂଚନା ପ୍ରଦାନ କରିବା ପାଇଁ ବାଛିଥାନ୍ତି ଏବଂ OpenAI କେବଳ ସୀମିତ ସମୟର ଅବଧି ପାଇଁ ଏହି ସୂଚନାକୁ ରଖିବ। OpenAI କେବଳ ରିପୋର୍ଟ୍‌ କରାଯାଇଥିବା ସମସ‍୍ୟା ଏବଂ ଆନୁସଙ୍ଗିକ ସମସ‍୍ୟାକୁ ବୁଝିବା ଏବଂ ତାହାର ସମାଧାନ କରିବା ପାଇଁ ଆବଶ‍୍ୟକ। ଆପଣଙ୍କ ମତାମତକୁ OpenAIକୁ ପ୍ରଦାନ କରାଯିବା ସମୟରେ ଏହା ଆପଣଙ୍କ Apple ଆକାଉଣ୍ଟ୍‌ ସହ ଜଡ଼ିତ ହେବ ନାହିଁ ଏବଂ Apple ରିପୋର୍ଟ୍‌ ଶେୟର୍ କରିବା ପୂର୍ବରୁ ଆପଣଙ୍କ ନାମ ଏବଂ ଇମେଲ୍‌ ଠିକଣାକୁ କାଢ଼ି ଦେବ।

ଯଦି ଆପଣ ଭିଜୁଅଲ୍‌ ଇଣ୍ଟେଲିଜେନ୍ସ୍‌ ବ୍ୟବହାର କରି Google ସର୍ଚ୍ଚ୍ କରିବାକୁ ଚୟନ କରନ୍ତି ଏବଂ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣ ରିପୋର୍ଟ୍ କରିଥିବା ସମସ୍ୟା ସମ୍ବନ୍ଧୀୟ ସୂଚନା Google କୁ ପ୍ରଦାନ କରିବାକୁ ପୃଥକ ଭାବରେ ବାଛିପାରିବେ। ଆପଣଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ସମସ୍ୟାର ସମାଧାନ କରିବାରେ ସହାୟତା କରିବା ପାଇଁ Apple ଆପଣଙ୍କ ରିପୋର୍ଟ୍‌ରୁ କିମ୍ବା ସେ ବିଷୟରେ କିଛି ନିର୍ଦ୍ଦିଷ୍ଟ ସୂଚନା Google କୁ ପ୍ରଦାନ କରିପାରେ, ଯେଉଁଥିରେ ଆପଣଙ୍କ ଅନୁରୋଧ (ଏବଂ ଆପଣଙ୍କ ଦ୍ୱାରା ଇନ୍‌ପୁଟ୍ କରାଯାଇଥିବା ଯେକୌଣସି ଇମେଜ୍), ସର୍ଚ୍ଚ୍ ଫଳାଫଳ, ଆପଣଙ୍କ ଅପରେଟିଂ ସିଷ୍ଟମ୍‌ର ପ୍ରକାର ଓ ଭାଷା ଏବଂ ଅନୁଭୂତ ହୋଇଥିବା ସମସ୍ୟାର ପ୍ରକାର ରହିଥାଏ। ଆପଣ Google କୁ ପୃଥକ ଭାବରେ ସୂଚନା ପ୍ରଦାନ କରିବାକୁ ବାଛିଥିଲେ ହିଁ Google ସହିତ Apple ରିପୋର୍ଟ୍ ଶେୟର୍‌ କରେ। ଆପଣ Google ସହିତ ଶେୟର୍ କରୁଥିବା ସୂଚନା Google ର ଗୋପନୀୟତା ନୀତି ଦ୍ୱାରା ପରିଚାଳିତ ହୁଏ। Google ର ଗୋପନୀୟତା କାର୍ଯ‍୍ୟପଦ୍ଧତି ବିଷୟରେ ଅଧିକ ସୂଚନା ପାଇବା ପାଇଁ, https://policies.google.com/privacy?hl=en-US ଭିଜିଟ୍ କରନ୍ତୁ। ଆପଣଙ୍କ ମତାମତ Google କୁ ପ୍ରଦାନ କରାଯିବା ସମୟରେ ଏହା ଆପଣଙ୍କ Apple ଆକାଉଣ୍ଟ୍‌ ସହ ଜଡ଼ିତ ହେବ ନାହିଁ ଏବଂ Apple ରିପୋର୍ଟ୍‌ ଶେୟର୍ କରିବା ପୂର୍ବରୁ ଆପଣଙ୍କ ନାମ ଓ ଇମେଲ୍‌ ଠିକଣାକୁ କାଢ଼ି ଦେବ।

ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର

ସେବା ପ୍ରଦାନ କରିବା ଏବଂ ଆମର ଆଇନଗତ ବାଧ‍୍ୟତା ଅନୁପାଳନ କରିବା ପାଇଁ ସାଧାରଣତଃ ଆବଶ୍ୟକ ଥିବା ସମସ‍୍ୟାର ରିପୋର୍ଟ୍‌ କରିବା ପାଇଁ ଆମେ ଆପଣଙ୍କ ବ‍୍ୟକ୍ତିଗତ ଡେଟା ପ୍ରକ୍ରିୟାନ୍ବିତ କରିଥାଉ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ। ଯେଉଁଠାରେ ପ୍ରଯୁ୍‌ଜ‍୍ୟ ସ୍ଥାନୀୟ ଆଇନ ପ୍ରଗାନ କରେ, ସେଠାରେ ଆମେ ତର୍କ ସଙ୍ଗତ ହିତ ସାଧନ କରିବାର ଉଦ୍ଦେଶ‍୍ୟ ନିମିତ୍ତ ଆପଣ ରିପୋର୍ଟ୍‌ରେ ପ୍ରଦାନ କରିଥିବା ସୂଚନା ଯେପରି କି ପ୍ରଶ୍ନର ଉତ୍ତର, ବିବରଣୀ, ଫଟୋ, ଭିଡିଓ, ମେସେଜ୍‌ ଏବଂ ଇମେଲ୍‌ ସହିତ ଆପଣଙ୍କ ଡିଭାଇସ୍‌ର ମଡେଲ୍‌, ଅପରେଟିଂ ସିଷ୍ଟମ୍‌ ଭର୍ଶନ୍, ଭାଷା ଏବଂ Apple Intelligence ମଡେଲ୍‌ ସହ ସମ୍ବନ୍ଧିତ ଭର୍ଶନ୍ (ଯଦି କୌଣସି ଥାଏ)କୁ ପ୍ରକ୍ରିୟାକରଣ କରନ୍ତି ଯାହା ଦ୍ବାରା ଆମେ ଆଇନଗତ ଦାବିକୁ ରକ୍ଷା, ପ୍ରତିଷ୍ଠା ଏବଂ ପ୍ରୟୋଗ କରିପାରିବା।

ରିଟେନ୍‌ଶନ୍

Apple ଦ୍ୱାରା ସଂଗ୍ରହ କରାଯାଇଥିବା ଡେଟା ବିଶ୍ୱସ୍ତ ପାର୍ଟ୍‌ନର୍‌ଙ୍କ ଦ୍ୱାରା ପ୍ରକ୍ରିୟାକରଣ ଏବଂ ଷ୍ଟୋର୍ ହୋଇପାରେ। ଆପଣ ରିପୋର୍ଟ୍‌ କରିଥିବା ସୂଚନା ଏକ ବର୍ଷ କିମ୍ବା ଆଇନ ଦ୍ୱାରା ଆବଶ୍ୟକ ଅନୁଯାୟୀ ଆପଣଙ୍କ ସହିତ ଜଡ଼ିତ ଥିବା ଉପାୟରେ ଷ୍ଟୋର୍ କରାଯାଇପାରେ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2025-12-12