Safari ଏବଂ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ Safariକୁ ଡିଜାଇନ୍ କରାଯାଇଛି।
Safariରେ ଆପଣଙ୍କୁ ଟ୍ରାକ୍ କରିବାକୁ ୱେବ୍ସାଇଟ୍ଗୁଡ଼ିକ ବ୍ଯବହାର କରିପାରୁଥିବା ଡେଟା କାଢ଼ିବାକୁ ଏବଂ ବ୍ଲକ୍ କରିବାକୁ Safari ସେଟିଂସ୍ ବ୍ଯବହାର କରନ୍ତୁ। ଏହି ପ୍ରାଥମିକତାଗୁଡ଼ିକ ଦେଖିବାକୁ, ସେଟିଂସ୍ > ଆପ୍ > Safariକୁ ଯାଆନ୍ତୁ।
କ୍ରସ୍-ସାଇଟ୍ ଟ୍ରାକିଂ ପ୍ରତିରୋଧ କରନ୍ତୁ
କିଛି ୱେବ୍ସାଇଟ୍ ତୃତୀୟ ପକ୍ଷ ବିଷୟବସ୍ତୁ ପ୍ରଦାନକାରୀ ଉପଯୋଗ କରନ୍ତି। ଏକ ତୃତୀୟ-ପକ୍ଷ ବିଷୟବସ୍ତୁ ପ୍ରଦାନକାରୀ ପ୍ରଡକ୍ଟ୍ ଏବଂ ସେବା ବିଜ୍ଞାପନ କରିବାକୁ ଆପଣଙ୍କୁ ବିଭିନ୍ନ ୱେବ୍ସାଇଟ୍ରେ ଟ୍ରାକ୍ କରିପାରିବେ।
ଏହି ବିକଳ୍ପ ଚାଲୁ ଥିଲେ, ଆପଣ ତୃତୀୟ-ପକ୍ଷ କଣ୍ଟେଣ୍ଟ୍ ପ୍ରୋଭାଇଡର୍କୁ ନଯିବା ପର୍ଯ୍ଯନ୍ତ ଟ୍ରାକିଂ ଡେଟାକୁ ସମୟ ସମୟରେ ଡିଲିଟ୍ କରିଦିଆଯାଏ।
IP ଠିକଣା ଲୁଚାନ୍ତୁ
ଇଣ୍ଟେଲିଜେଣ୍ଟ୍ ଟ୍ରାକିଂ ପ୍ରିଭେନ୍ସନ୍ ୱେବ୍ସାଇଟ୍ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବା ସହିତ ଟ୍ରାକର୍କୁ ବନ୍ଦ କରିବା ପାଇଁ ଅନ୍-ଡିଭାଇସ୍ ମଶୀନ୍ ଲର୍ନିଂ ବ୍ୟବହାର କରି ଆପଣଙ୍କୁ ଅବାଞ୍ଛିତ ଟ୍ରାକିଂରୁ ସୁରକ୍ଷା ଦେବାରେ ସହାୟତା କରେ। “IP ଠିକଣା ଲୁଚାନ୍ତୁ” ବିଭିନ୍ନ ସଂସ୍ଥା ଦ୍ୱାରା ପରିଚାଳିତ ଦୁଇଟି ପୃଥକ୍ ରିଲେ ମାଧ୍ୟମରେ ଆପଣଙ୍କର କିଛି ୱେବ୍ ଟ୍ରାଫିକ୍ ପଠାଇ ଇଣ୍ଟେଲିଜେଣ୍ଟ୍ ଟ୍ରାକିଂ ପ୍ରତିରୋଧକୁ ବୃ୍ଦ୍ଧି କରେ। ପ୍ରଥମଟି ଆପଣଙ୍କ ଇଣ୍ଟର୍ନେଟ୍ ପ୍ରୋଟୋକଲ୍(IP) ଠିକଣାକୁ ଜାଣେ, କିନ୍ତୁ ଆପଣ ବ୍ରାଉଜ୍ କରୁଥିବା ୱେବ୍ସାଇଟ୍କୁ ନୁହେଁ। ଦ୍ବିତୀୟଟି ଆପଣ ଭିଜିଟ୍ କରୁଥିବା ୱେବ୍ସାଇଟ୍କୁ ଜାଣେ କିନ୍ତୁ ଆପଣଙ୍କ IP ଠିକଣାକୁ ଜାଣେ ନାହିଁ, ବରଂ ଏହା ଆପଣଙ୍କ ଗନ୍ତବ୍ୟସ୍ଥଳ ୱେବ୍ସାଇଟ୍କୁ ଏକ ସାଧାରଣ ପରିଚୟ ଏବଂ ଲୋକେଶନ୍ ପ୍ରଦାନ କରେ। ଏହି ଉପାୟରେ, କୌଣସି ସଂସ୍ଥା ପାଖରେ ଉଭୟ ଆପଣଙ୍କୁ ଏବଂ ଆପଣ ଭିଜିଟ୍ କରୁଥିବା ସାଇଟ୍ଗୁଡ଼ିକ ଚିହ୍ନଟ କରିବାକୁ ସୂଚନା ନଥାଏ।
ଆପଣ ରୀଲେ ଆର୍କିଟେକ୍ଚର୍ ମାଧ୍ୟମରେ କିଛି ଟ୍ରାଫିକ୍ ପଠାଇବା ପାଇଁ ବାଛି ପାରିବେ। ପ୍ରାଇଭେଟ୍ ରିଲେ ସବସ୍କ୍ରାଇବର୍ ସେଟିଂସ୍ > ଆପ୍ > Safari > IP ଠିକଣା ଲୁଚାନ୍ତୁକୁ ଯାଇ ଟ୍ରାକର୍ ଏବଂ ୱେବ୍ସାଇଟ୍ ଟାପ୍ କରି ପ୍ରାଇଭେଟ୍ ରିଲେ ମାଧ୍ୟମରେ ସମସ୍ତ ଟ୍ରାଫିକ୍ ପଠାଇବାକୁ ବାଛିପାରିବେ। ବିକଳ୍ପ ଭାବରେ, ସମସ୍ତ ୟୁଜର୍ ସେଟିଂସ୍ > ଆପ୍ > Safari > IP ଠିକଣା ଲୁଚାନ୍ତୁକୁ ଯାଇ ଏବଂ କେବଳ ଟ୍ରାକର୍ରେ ଟାପ୍ କରି ରିଲେ ଆର୍କିଟେକ୍ଚର୍ ମାଧ୍ୟମରେ ଜଣାଶୁଣା ଟ୍ରାକର୍ ସହିତ ଟ୍ରାଫିକ୍ ପଠାଇବାକୁ ବାଛିପାରିବେ। ଆପଣ ଯେକୌଣସି ସମୟରେ ସେଟିଂସ୍ > ଆପ୍ > Safari > “IP ଠିକଣା ଲୁଚାନ୍ତୁ”କୁ ଯାଇ ଏବଂ “ଅଫ୍”ରେ ଟାପ୍ କରି “IP ଠିକଣା ଲୁଚାନ୍ତୁ”କୁ ଅକ୍ଷମ କରିପାରିବେ।
ଠକେଇ ୱେବ୍ସାଇଟ୍ ଚେତାବନୀ
ଠକେଇ ୱେବ୍ସାଇଟ୍ ସଙ୍କେତ ସକ୍ଷମ ଥିବା ସମୟରେ, ଯଦି ଆପଣ ପରିଦର୍ଶନ କରୁଥିବା ୱେବ୍ସାଇଟ୍ ଏକ ସନ୍ଦିଗ୍ଧ ଫିଶିଂ କିମ୍ବା ମାଲ୍ୱେର୍ ୱେବ୍ସାଇଟ୍ ହୋଇଥାଏ, ତେବେ Safari ଏକ ସଙ୍କେତ ଡିସ୍ପ୍ଲେ କରିବ। ଫିଶିଂ ଆପଣଙ୍କ ପର୍ସନଲ୍ ଡେଟା, ଯେପରି ୟୁଜର୍ ନାମ, ପାସ୍ୱର୍ଡ୍ ଏବଂ ଅନ୍ୟ ଆକାଉଣ୍ଟ୍ ସୂଚନା ଚୋରାଇବାର ଏକ ଠକାମି ଉଦ୍ୟମ ଅଟେ। ଏକ ଠକେଇ ୱେବ୍ସାଇଟ୍ ଏକ ବୈଧ ୱେବ୍ସାଇଟ୍ ଭାବରେ ଯେପରି ବ୍ୟାଙ୍କ, ଆର୍ଥିକ ସଂସ୍ଥାନ କିମ୍ବା ଇମେଲ୍ ସେବା ପ୍ରଦାନକାରୀ ହେବାର ମିଥ୍ୟା ପ୍ରହସନ କରେ। ମାଲ୍ୱେୟର୍ ୱେବ୍ସାଇଟ୍ ବିପଜ୍ଜନକ ସଫ୍ଟ୍ୱେୟର୍ ଇନ୍ଷ୍ଟଲ୍ କରିବାକୁ ଚେଷ୍ଟା କରିପାରେ ଯାହା ଆପଣଙ୍କ କମ୍ପ୍ୟୁଟର୍ର କ୍ଷତି କିମ୍ବା ଆପଣଙ୍କ ପର୍ସନଲ୍ ଡେଟା ଚୋରି କରିପାରେ। ଏକ ୱେବ୍ସାଇଟ୍କୁ ଭିଜିଟ୍ କରିବା ପୂର୍ବରୁ, Safari ୱେବ୍ସାଇଟ୍ ଠିକଣାରୁ ଗଣନା କରାଯାଇଥିବା ସୂଚନା ଏବଂ Google ସୁରକ୍ଷିତ ବ୍ରାଉଜିଂ ଏବଂ Appleକୁ ପଠାଇପାରେ, ଯାହା ଫଳରେ ୱେବ୍ସାଇଟ୍ ଠକେଇ କରୁଛି କିମ୍ବା ନୁହେଁ କିମ୍ବା ମାଲ୍ୱେୟର୍ ଚିହ୍ନଟ କରୁଛି କି ନାହିଁ ତାହା ଜଣାପଡ଼ିଥାଏ। ସେଟିଂସ୍ > ସାଧାରଣ > ଭାଷା ଓ ଅଞ୍ଚଳରେ ଚାଇନା ମେନ୍ଲ୍ୟାଣ୍ଡ୍ କିମ୍ବା ହଂକଂକୁ ନିଜ ଅଞ୍ଚଳ ଭାବରେ ସେଟ୍ କରିଥିବା ୟୁଜର୍ଙ୍କ ପାଇଁ, Safari ଏହି ଯାଞ୍ଚ ପାଇଁ Tencent Safe Browsingର ମଧ୍ୟ ବ୍ଯବହାର କରିପାରେ। ସୁରକ୍ଷିତ ବ୍ରାଉଜିଂ ପ୍ରଦାନକାରୀଙ୍କ ସହିତ କଦାପି ପ୍ରକୃତ ୱେବ୍ସାଇଟ୍ ଠିକଣାକୁ ଶେୟର୍ କରାଯାଏ ନାହିଁ। Google (ଏବଂ ଚାଇନାର ମେନ୍ଲ୍ୟାଣ୍ଡ୍ କିମ୍ବା ହଂକଂର ସହ ସେମାନଙ୍କ ଅଞ୍ଚଳ ଭାବରେ ସେଟ୍ ହୋଇଥିବା ୟୁଜର୍ଙ୍କ ପାଇଁ, ଟେନ୍ସେଣ୍ଟ୍) ସେମାନଙ୍କୁ ସୂଚନା ପଠାଇବା ସମୟରେ ମଧ୍ଯ ଆପଣଙ୍କ IP ଠିକଣାକୁ ଲଗ୍ କରିପାରେ। ଆପଣ Safariର ସେଟିଂସ୍ > ଆପ୍ > Safariକୁ ଯାଇ ଏବଂ “ଠକାମି ୱେବ୍ସାଇଟ୍ ଚେତାବନୀ” ବନ୍ଦ କରିବାକୁ ଟାପ୍ କରି ଯେକୌଣସି ସମୟରେ Safariରେ “ଠକାମି ୱେବ୍ସାଇଟ୍ ଚେତାବନୀ” ଅକ୍ଷମ କରିପାରିବେ।
ଗୋପନୀୟତାର ସୁରକ୍ଷା କରୁଥିବା ବିଜ୍ଞାପନ ମାପ
ଗୋପନୀୟତା ସଂରକ୍ଷଣ ବିଜ୍ଞାପନ ପରିମାପ ସକ୍ଷମ ଥିବା ସମୟରେ, Safari ୱେବ୍ସାଇଟ୍ଗୁଡ଼ିକୁ ଆଟ୍ରିବ୍ୟୁଶନ୍ ରିପୋର୍ଟ୍ ପ୍ରଦାନ କରିବ ଯାହା ୱେବ୍ସାଇଟ୍ ଏବଂ ବିଜ୍ଞାପନଦାତାମାନଙ୍କୁ ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା ସହିତ ବିଜ୍ଞାପନ ଦେଖିବା ଏବଂ କ୍ଲିକ୍ କରିବାର ଆଟ୍ରିବ୍ୟୁଶନ୍ କରିବାରେ ସାହାଯ୍ଯ କରିବ। IP ଠିକଣା ସୁରକ୍ଷା ବ୍ୟବହାର କରି, କୌଣସି ଡେଟା ଷ୍ଟୋରେଜ୍ ବିନା, କୌଣସି କୂକୀ ବିନା ଏବଂ 24 ରୁ 48 ଘଣ୍ଟା ମଧ୍ୟରେ ର୍ୟାଣ୍ଡମ୍ ଭାବରେ ବିଳମ୍ବିତ କରି Safari ଏକ ଉତ୍ସର୍ଗୀକୃତ ମୋଡ୍ରେ ସୀମିତ ଡେଟା ସହିତ ଆଟ୍ରିବ୍ୟୁଶନ୍ ରିପୋର୍ଟ୍ ପଠାଇବ। ଆଟ୍ରିବ୍ୟୁଶନ୍ ରିପୋର୍ଟ୍ରେ କୌଣସି ପର୍ସନଲ୍ ଡେଟା ନାହିଁ।
ଆପଣ ସେଟିଂସ୍ > ଆପ୍ > Safari > ଉନ୍ନତକୁ ଯାଇ ଏବଂ ଗୋପନୀୟତା ସୁରକ୍ଷା ବିଜ୍ଞାପନ ମାପକୁ ବନ୍ଦ କରିବାକୁ ଟାପ୍ କରି ଯେକୌଣସି ସମୟରେ ଗୋପନୀୟତା ସୁରକ୍ଷା ବିଜ୍ଞାପନ ମାପକୁ ଅକ୍ଷମ କରିପାରିବେ।
Apple Pay ପାଇଁ ଯାଞ୍ଚ କରନ୍ତୁ
ଆପଣ ଏକ iPhone, iPad, Apple Vision Pro କିମ୍ୱା Apple Watchରେ ଏକ ଆପ୍ କିମ୍ବା କୌଣସି ୱେବ୍ସାଇଟ୍ ଯାହା Apple Pay ବ୍ୟବହାର କରେ, ବ୍ୟବହାର କରୁଥିବା ସମୟରେ, ସେଗୁଡ଼ିକ ଆପଣଙ୍କ ଡିଭାଇସ୍ରେ Apple Pay ସକ୍ଷମ ଅଛି କି ନାହିଁ ଯାଞ୍ଚ କରିପାରିବେ। ଆପଣ ସେଟିଂସ୍ > ଆପ୍ > Safari > ଉନ୍ନତକୁ ଯାଇ ଏବଂ “Apple Pay ପାଇଁ ଯାଞ୍ଚ କରନ୍ତୁ” ବନ୍ଦ କରିବାକୁ ଟାପ୍ କରି ଯେକୌଣସି ସମୟରେ ଆପଣଙ୍କ iOS, iPadOS, କିମ୍ୱା visionOS ଡିଭାଇସ୍ରେ Apple Pay ସକ୍ଷମ ହୋଇଛି କି ନାହିଁ ତାହା ଯାଞ୍ଚ କରିବାରୁ ଆପଣ ଭିଜିଟ୍ କରୁଥିବା ୱେବ୍ସାଇଟ୍ଗୁଡ଼ିକୁ ଅକ୍ଷମ କରିପାରିବେ।
ବ୍ଯକ୍ତିଗତ ବ୍ରାଉଜିଂ
ବ୍ଯକ୍ତଗତ ବ୍ରାଉଜିଂ ସକ୍ଷମ ଥିବା ସମୟରେ, Safari ଆପଣ ପରିଦର୍ଶନ କରିଥିବା ପୃଷ୍ଠା, ଅଟୋଫିଲ୍ ସୂଚନା ମନେ ରଖେ ନାହିଁ ଏବଂ ଆପଣଙ୍କ ଖୋଲା ଯାଇଥିବା ଟାବ୍ଗୁଡ଼ିକ iCloudରେ ଷ୍ଟୋର୍ ହୁଏ ନାହିଁ କିମ୍ୱା ଆପଣଙ୍କ ଡିଭାଇସ୍ଗୁଡ଼ିକରେ ସିଙ୍କ୍ ହୁଏ ନାହିଁ। ୱେବ୍ସାଇଟ୍ଗୁଡ଼ିକ ଆପଣଙ୍କ ଡିଭାଇସ୍ରେ ଷ୍ଟୋର୍ ହୋଇଥିବା ସୂଚନାକୁ ସଂଶୋଧନ କରିପାରିବେ ନାହିଁ, ତେଣୁ ଏପରି ସାଇଟ୍ରେ ଉପଲବ୍ଧ ସେବାଗୁଡ଼ିକ ଆପଣ ପ୍ରାଇଭେଟ୍ ବ୍ରାଉଜିଂ ବନ୍ଦ ନକରିବା ପର୍ଯ୍ୟନ୍ତ ସାଧାରଣତଃ ଭିନ୍ନ ଭାବରେ କାର୍ଯ୍ୟ କରିପାରେ।
ନୋଟ୍: ପ୍ରାଇଭେଟ୍ ବ୍ରାଉଜିଂ ସକ୍ଷମ ହୋଇଥିବା ସମୟରେ, ଠିକଣା ବାର୍ ହାଲୁକା ପରିବର୍ତ୍ତେ ଗାଢ଼ ଦେଖାଯାଏ।
ୱେବ୍ପୃଷ୍ଠା ଅନୁବାଦ
Safari ଭାଷା ନିର୍ଦ୍ଧାରଣ କରିବାକୁ ଆପଣ ପରିଦର୍ଶନ କରୁଥିବା ପ୍ରତ୍ୟେକ ୱେବ୍ପୃଷ୍ଠାର ବିଶ୍ଳେଷଣ କରେ। ଏହି ନିର୍ଦ୍ଧାରଣ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଡିଭାଇସ୍ରେ କରାଯାଇଛି। ଯଦି ୱେବ୍ପୃଷ୍ଠାକୁ ଆପଣଙ୍କର କୌଣସି ପସନ୍ଦର ଭାଷାକୁ ଅନୁବାଦ କରାଯାଇପାରିବ, ଆପଣ ଏହାକୁ ଅନୁବାଦ କରିବା ପାଇଁ ବାଛିପାରିବେ। ଯଦି ଆପଣ ଅନୁବାଦ କରନ୍ତି, ତେବେ Safari ୱେବ୍ପୃଷ୍ଠାର ବିଷୟବସ୍ତୁ (ସମ୍ପୂର୍ଣ୍ଣ ଟେକ୍ସଟ୍ ସମେତ) ଅନୁବାଦ ପାଇଁ Appleର ସର୍ଭର୍କୁ ପଠାଇବ। ଅନୁବାଦ ସମ୍ପୂର୍ଣ୍ଣ ହେବା ପରେ, Apple ୱେବ୍ପୃଷ୍ଠାରେ ଥିବା ବିଷୟବସ୍ତୁକୁ ନଷ୍ଟ କରିଦେବ।
ଯଦି ୱେବ୍ପୃଷ୍ଠା ପ୍ରାଇଭେଟ୍ ବ୍ରାଉଜିଂ ମୋଡ୍ରେ ଦେଖାଯାଇ ନାହିଁ, ତେବେ Safari, ୱେବ୍ପୃଷ୍ଠାର ଠିକଣା ମଧ୍ୟ Appleକୁ ପଠାଇବ। Appleର ପ୍ରଡକ୍ଟ୍, ସେବା ଏବଂ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆଣିବା ପାଇଁ Apple ଏହି ଠିକଣାକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଷ୍ଟୋର୍ କରିବ। ଯେହେତୁ Apple ଆପଣ ଅନୁବାଦ କରୁଥିବା ୱେବ୍ପୃଷ୍ଠାଗୁଡ଼ିକର ବିଷୟବସ୍ତୁ ଷ୍ଟୋର୍ କରେ ନାହିଁ, କେବଳ ସାର୍ବଜନୀନ ଭାବରେ ଉପଲବ୍ଧ ୱେବ୍ପୃଷ୍ଠା Appleର ପ୍ରଡକ୍ଟ୍, ସେବା ଏବଂ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହେବ।
Appleକୁ ପଠାଯାଇଥିବା ୱେବ୍ପୃଷ୍ଠା ବିଷୟବସ୍ତୁ ଏବଂ ଠିକଣାଗୁଡ଼ିକ ଆପଣଙ୍କ Apple ଆକାଉଣ୍ଟ୍, ଇମେଲ୍ ଠିକଣା କିମ୍ୱା ଆପଣଙ୍କ ଅନ୍ୟ Apple ସେବାଗୁଡ଼ିକର ବ୍ୟବହାରରୁ Apple ପାଖରେ ଥିବା ଅନ୍ୟ ଡେଟା ସହିତ ସମ୍ବନ୍ଧିତ କରାଯାଏ ନାହିଁ।
ଆପଣଙ୍କୁ ଏକ ଉତ୍ତମ ବ୍ରାଉଜିଂ ଅଭିଜ୍ଞତା ପ୍ରଦାନ କରିବା ପାଇଁ, ଏକ ନିର୍ଦ୍ଦିଷ୍ଟ ୱେବ୍ପୃଷ୍ଠାକୁ ଅନୁବାଦ କରିବା ପରେ, ଆପଣ ସେହି ଡୋମେନ୍ରେ ପରିଦର୍ଶନ କରୁଥିବା ଅନ୍ୟ ୱେବ୍ପୃଷ୍ଠାଗୁଡ଼ିକ ମଧ୍ୟ ଅନୁବାଦ କରାଯାଇପାରେ। ଯେତେବେଳେ ଆପଣ ଏକ ୱେବ୍ପୃଷ୍ଠା ଯାହା ଅଉ ମୂଳ ଭାଷାରେ ନାହିଁ କିମ୍ୱା ଏକ ଭିନ୍ନ ଡୋମେନ୍ରେ ଏକ ୱେବ୍ପୃଷ୍ଠା ପରିଦର୍ଶନ କରନ୍ତି ସେତେବେଳେ Safari ସ୍ବୟଂଚାଳିତ ଭାବରେ ଅନୁବାଦ କରିବା ବନ୍ଦ କରିଦେବ।
ହାଇଲାଇଟ୍
ଯଦି ଆପଣ “ହାଇଲାଇଟ୍” ସକ୍ଷମ କରନ୍ତି, ତେବେ Safari ସ୍ବୟଂଚାଳିତ ଭାବେ ଏକ ୱେବ୍ପୃଷ୍ଠାରେ ପ୍ରାସଙ୍ଗିକ ସୂଚନା ଚିହ୍ନଟ କରିବ ଏବଂ ଆପଣ ବ୍ରାଉଜ୍ କରିବା ସମୟରେ ଏହାକୁ ହାଇଲାଇଟ୍ କରିବ। ଏକ ୱେବ୍ପୃଷ୍ଠା ପରିଦର୍ଶନ କରିବା ସମୟରେ, Safari ୱେବ୍ପୃଷ୍ଠା ଠିକଣାରୁ ଗଣନା କରାଯାଇଥିବା ସୂଚନା OHTTP ମାଧ୍ୟମରେ ପ୍ରାସଙ୍ଗିକ ହାଇଲାଇଟ୍ ଉପଲବ୍ଧ ଅଛି କି ନାହିଁ ନିର୍ଦ୍ଧାରଣ କରିବା ପାଇଁ Appleକୁ ପଠାଇ ପାରିବ। ଆପଣ ଏକ ପୃଷ୍ଠା ପାଇଁ ପ୍ରାସଙ୍ଗିକ ହାଇଲାଇଟ୍ ଦେଖିବାକୁ ପୃଷ୍ଠା ମେନ୍ୟୂ ଆଇକନ୍ ଚୟନ କଲେ, Safari ହାଇଲାଇଟ୍ ପ୍ରଦାନ କରିବାକୁ ୱେବ୍ପୃଷ୍ଠାର ଠିକଣା Appleକୁ ପଠାଇପାରେ। Appleକୁ ପଠାଯାଇଥିବା ସମସ୍ତ ସୂଚନା ଆପଣଙ୍କ Apple ଆକାଉଣ୍ଟ୍, ଇମେଲ୍ ଠିକଣା କିମ୍ୱା ଆପଣଙ୍କ ଅନ୍ୟ Apple ସେବାଗୁଡ଼ିକର ବ୍ୟବହାରରୁ Apple ପାଖରେ ଥିବା ଅନ୍ୟ ଡେଟା ସହିତ ଜଡ଼ିତ ନୁହେଁ। ଆପଣ ସେଟିଂସ୍ > ଆପ୍ > Safariକୁ ଯାଇ ଏବଂ “ହାଇଲାଇଟ୍ ଚାଲୁ କରନ୍ତୁ”ରେ ଟାପ୍ କରି ହାଇଲାଇଟ୍ ସକ୍ଷମ କରିପାରିବେ।
ୱେବ୍ ଏକ୍ସ୍ଟେନ୍ଶନ୍
App Storeରୁ ଆପଣ Safari ଏକ୍ସ୍ଟେନ୍ଶନ୍ ଡାଉନ୍ଲୋଡ୍ କରିପାରିବେ। ଯଦି ଆପଣଙ୍କ ଡିଭାଇସ୍ ପରିଚାଳିତ ହେଉଛି, ତେବେ ଆପଣଙ୍କ ନିଯୁକ୍ତିଦାତା କିମ୍ବା ଶିକ୍ଷାନୁଷ୍ଠାନ ଆପଣଙ୍କୁ ଏକ ଆପ୍ ପ୍ରଦାନ କରିପାରନ୍ତି ଯେଉଁଥିରେ Safari ଏକ୍ସ୍ଟେନ୍ଶନ୍ ଅନ୍ତର୍ଭୁକ୍ତ ଥିବ। Safari ଏକ୍ସ୍ଟେନ୍ଶନ୍ ବ୍ୟବହାର କରିବା ପୂର୍ବରୁ, ଆପଣ ଏହାକୁ Safari କିମ୍ବା Safari > ଏକ୍ସ୍ଟେନ୍ଶନ୍ > ସେଟିଂସ୍କୁ ଯାଇ ଚାଲୁ କରିବା ଆବଶ୍ୟକ। ଥରେ ଚାଲୁ ହେବା ପରେ, ଆପଣ ପରିଦର୍ଶନ କରିଥିବା ୱେବ୍ପୃଷ୍ଠାଗୁଡ଼ିକ ପଢ଼ିବା କିମ୍ୱା ସଂଶୋଧନ କରିବା ପାଇଁ ଆପଣ ଏକ୍ସ୍ଟେନ୍ଶନ୍ ଅନୁମତି ପ୍ରଦାନ କରିବା ଆବଶ୍ୟକ। ଆପଣ ସେଟିଂସ୍ > ଆପ୍ > ଏକ୍ସ୍ଟେନ୍ଶନ୍ > Safari ଯାଇ କେଉଁ ୱେବ୍ସାଇଟ୍ ପଢ଼ି ପାରିବେ ଏବଂ ସଂଶୋଧନ କରିପାରିବେ ତାହା ପରିବର୍ତ୍ତନ କରିପାରିବେ।
ଆପଣ ତୃତୀୟ-ପକ୍ଷ ୱେବ୍ ଏକ୍ସ୍ଟେନ୍ଶନ୍ ବ୍ୟବହାର କରିବା ସମୟରେ, ଆପଣ ସେହି ତୃତୀୟ ପକ୍ଷମାନଙ୍କର ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତି ଏବଂ ପଦ୍ଧତି ଅଧୀନରେ ରହିଥାନ୍ତି। ସେମାନେ ଆପଣଙ୍କ ସୂଚନା କିପରି ବ୍ୟବହାର କରନ୍ତି, ଏହା ବୁଝିବା ପାଇଁ ଆପଣ ଏପରି ଆପ୍ଗୁଡ଼ିକର ସର୍ତ୍ତାବଳୀ, ଗୋପନୀୟତା ନୀତି ଏବଂ ବ୍ଯବହାରର ସମୀକ୍ଷା କରିବା ଉଚିତ।
iCloud ସିଙ୍କ୍ ହେଉଛି
ଆପଣ ଆପଣଙ୍କ ଖୋଲା ଥିବା ଟାବ୍, ଟାବ୍ ଗ୍ରୂପ୍, ଅଟୋଫିଲ୍ ସୂଚନା, ବୁକ୍ମାର୍କ୍, ରୀଡିଂ ଲିଷ୍ଟ୍ ଏବଂ ହିଷ୍ଟ୍ରି ସହିତ ନିଜର Safari ସୂଚନାକୁ ନିଜର ସମସ୍ତ ଡିଭାଇସ୍ରେ ସିଙ୍କ୍ରୋନାଇଜ୍ କରିବା ପାଇଁ iCloudର ବ୍ଯବହାର କରିପାରିବେ। ଆପଣ ସେଟିଂସ୍ > [ଆପଣଙ୍କ ନାମ] > iCloud > iCloudରେ ସେଭ୍ କରାଯାଇଛି > ସମସ୍ତ ଦେଖନ୍ତୁକୁ ଯାଇ ଏବଂ Safari ବନ୍ଦ କରିବା ପାଇଁ ଟ୍ଯାପ୍ କରି ଏହି ଫୀଚର୍କୁ ଯେକୌଣସି ସମୟରେ ଅକ୍ଷମ କରିପାରିବେ।
ଏହି ଫୀଚର୍ ବ୍ଯବହାର କରି ଆପଣ Appleର ଏବଂ ଏହାର ସହଯୋଗୀ ଏବଂ ଏଜେଣ୍ଟ୍ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁସାରେ ଏହି ସୂଚନାର ସଂଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାକରଣ କରିବା ଏବଂ ବ୍ଯବହାର କରିବା ପାଇଁ ସହମତ ହୁଅନ୍ତି ଏବଂ ଅନୁମତି ଦିଅନ୍ତି।
ରିଟେନ୍ଶନ୍
Apple ର ଗୋପନୀୟତା ନୀତିରେ କିମ୍ବା ଆମର ସେବା-ନିର୍ଦ୍ଦିଷ୍ଟ ଗୋପନୀୟତା ନୋଟିଫିକେଶନ୍ରେ ବର୍ଣ୍ଣିତ ଅନୁଯାୟୀ କିମ୍ବା ଆଇନ ଦ୍ୱାରା ଆବଶ୍ୟକ ଅନୁଯାୟୀ, ଯେଉଁ ଉଦ୍ଦେଶ୍ୟ ପାଇଁ ଏହା ସଂଗ୍ରହ କରାଯାଇଥିଲା ତାହା ପୂରଣ କରିବା ପାଇଁ Apple କେବଳ ପର୍ସନଲ୍ ଡେଟା ରଖିଥାଏ। ରିଟେନ୍ଶନ୍ ଅବଧିର ମୂଲ୍ୟାଙ୍କନ କରିବା ସମୟରେ, ଆମେ ପ୍ରଥମେ ସଂଗୃହୀତ ପର୍ସନଲ୍ ଡେଟାକୁ ବଜାୟ ରଖିବା ଆବଶ୍ୟକ କି ନାହିଁ ସତର୍କତାର ସହ ଯାଞ୍ଚ କରିଥାଉ ଏବଂ ଯଦି ବଜାୟ ରଖିବା ଆବଶ୍ୟକ ହୁଏ ତେବେ ଆଇନ ଦ୍ୱାରା ଅନୁମତିପ୍ରାପ୍ତ ସବୁଠାରୁ ଛୋଟ ସମ୍ଭାବ୍ଯ ଅବଧି ପାଇଁ ପର୍ସନଲ୍ ଡେଟା ରଖିବା ପାଇଁ କାମ କରିଥାଉ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2025-12-12