Savings ଓ ଗୋପନୀୟତା
ଏକ ସୁରକ୍ଷିତ ଏବଂ ଗୋପନୀୟ ଉପାୟରେ ଆପଣଙ୍କ Savings ବୃଦ୍ଧି କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ Savings ଡିଜାଇନ୍ କରାଯାଇଛି।
![]()
- ଆପଣଙ୍କ Savings ଆକାଉଣ୍ଟ୍ ସେଟ୍ ଅପ୍ କରିବା ସମୟରେ ଆପଣ ପ୍ରଦାନ କରୁଥିବା ସୂଚନା ଆପଣଙ୍କ ପରିଚୟ ଯାଞ୍ଚ କରିବାକୁ ଏବଂ ଠକେଇକୁ ରୋକିବା ପାଇଁ Apple ଏବଂ Goldman Sachs ଦ୍ୱାରା ଉପଯୋଗ କରାଯିବ।
- ଉପରୋକ୍ତ କିଛି ସୂଚନା ଏବଂ ଆକାଉଣ୍ଟ୍ ଓ ଡିଭାଇସ୍ ସମ୍ବନ୍ଧୀୟ ସୂଚନା Goldman Sachs ଏବଂ ଏହାର ସେବା ପ୍ରଦାନକାରୀ, Apple Payments Inc. ଦ୍ୱାରା ବ୍ଯବହାର କରାଯାଇପାରେ, ଯାହା ଫଳରେ ଆପଣ କୌଣସି ବ୍ୟାଙ୍କ୍ ଆକାଉଣ୍ଟ୍କୁ ଆପଣଙ୍କ Savings ଆକାଉଣ୍ଟ୍ ସହ ଲିଙ୍କ୍ କରିବା କିମ୍ବା ଆପଣଙ୍କ Savings ଆକାଉଣ୍ଟ୍କୁ କିମ୍ବା ସେଥିରୁ ଟଙ୍କା ଟ୍ରାନ୍ସ୍ଫର୍ କରିବା ସମୟରେ ଠକାମିକୁ ରୋକାଯାଇପରିବ।
- ଆପଣଙ୍କ Savings ନେଣଦେଣ ବିଷୟରେ ସୂଚନାକୁ ବାକି Appleଠାରୁ ଅଲଗା ଭାବରେ ପ୍ରକ୍ରିୟାନ୍ବିତ କରି ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ Apple ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ Apple Payments Inc.କୁ ବ୍ଯବହାର କରେ।
- Savings ଡେଟା ଯାହା ଆଉ ଆପଣଙ୍କ ସହିତ ଜଡ଼ିତ କରାଯାଇପାରିବ ନାହିଁ, ଯେପରିକି ଆପଣଙ୍କ ଦ୍ବାରା ସର୍ବାଧିକ ବ୍ଯବହାର କରାଯାଇଥିବା Savingsର ଫୀଚର୍, Savings ଏବଂ ଅନ୍ୟ Apple ପ୍ରଡକ୍ଟ୍ ଏବଂ ସେବା ଉନ୍ନତ କରିବାକୁ Apple ଦ୍ୱାରା ବ୍ୟବହାର କରାଯାଇପାରେ।
ଆପଣଙ୍କ Savings Account ସେଟ୍ ଅପ୍ କରାଯାଉଛି
ଏକ Savings ଆକାଉଣ୍ଟ୍ ଖୋଲିବାକୁ, ଆପଣଙ୍କର ଏକ Apple Card ଆକାଉଣ୍ଟ୍ ରହିବା ଆବଶ୍ୟକ। ଏହି ଫୀଚର୍ ଆପଣଙ୍କ ସୂଚନା କିପରି ବ୍ୟବହାର କରେ ତାହା ବିଷୟରେ ଅଧିକ ଜାଣିବା ପାଇଁ, www.apple.com/legal/privacy/data/en/apple-card ରେ Apple Card ଏବଂ ଗୋପନୀୟତାକୁ ଯାଆନ୍ତୁ।
ଯେତେବେଳେ ଆପଣ ନିଜର Savings ଆକାଉଣ୍ଟ୍ ତିଆରି କରନ୍ତି, ନିମ୍ନରେ ପ୍ରଦର୍ଶିତ ସୂଚନା ଆପଣଙ୍କ ପରିଚୟ ଯାଞ୍ଚ କରିବାକୁ ଏବଂ ଠକାମିର ପ୍ରତିରୋଧ କରିବାରେ ସାହାଯ୍ୟ କରିବାକୁ Apple ଏବଂ Goldman Sachs Bank USA, Salt Lake City Branch (“Goldman Sachs”) ଦ୍ୱାରା ବ୍ଯବହାର କରାଯାଇପାରେ। Goldman Sachs ମଧ୍ୟ ଏହି ସୂଚନାକୁ ଆପଣଙ୍କ ଆକାଉଣ୍ଟ୍ ସେଟ୍ ଅପ୍ କରିବାକୁ ଏବଂ ଆବଶ୍ୟକୀୟ ତଦାରଖ ପାଇଁ ଉପଯୋଗ କରେ।
- ଆପଣଙ୍କ Apple ଆକାଉଣ୍ଟ୍ ଏବଂ ଏହା ସହ ସମ୍ବନ୍ଧିତ ନାମ, ଫୋନ୍ ନମ୍ବର୍ ତଥା ଫିଜିକଲ୍ ଓ ଇମେଲ୍ ଠିକଣା
- ଆପଣଙ୍କ Apple ଆକାଉଣ୍ଟ୍, iTunes ଏବଂ App Store ଆକାଉଣ୍ଟ୍ ଆକ୍ଟିଭିଟି ବିଷୟରେ ସାଧାରଣ ସୂଚନା (ଉଦାହରଣ ସ୍ୱରୂପ, iTunes ମଧ୍ୟରେ ନେଣଦେଣର ଆପଣଙ୍କର ଏକ ଦୀର୍ଘ ହିଷ୍ଟ୍ରି ଅଛି କି ନାହିଁ)
- ଆପଣଙ୍କ ଡିଭାଇସ୍ ବିଷୟରେ ସୂଚନା (ଉଦାହରଣ ସ୍ୱରୂପ, ଏକ ଡିଭାଇସ୍ ଚିହ୍ନଟକାରୀ, ଫୋନ୍ ନମ୍ବର୍, IP ଠିକଣା ଏବଂ ଆପଣଙ୍କ ଡିଭାଇସ୍ର ନାମ ଓ ମଡେଲ୍)
- ପେମେଣ୍ଟ୍ କାର୍ଡ୍ ଯୋଡ଼ିବାର ଆକାଉଣ୍ଟ୍ କିମ୍ୱା ଡିଭାଇସ୍ ହିଷ୍ଟ୍ରି
- ଆପଣ Apple Payରେ ଯୋଡ଼ିଥିବା କିମ୍ବା ଯୋଡ଼ିବା ପାଇଁ ଚେଷ୍ଟା କରିଥିବା ପେମେଣ୍ଟ୍ କାର୍ଡ୍ ଡେଟା ସମନ୍ଧିତ ଏକତ୍ରିତ ପରିସଂଖ୍ୟାନ ଅଟେ
ଟିକସ ଅନୁପାଳନ ଉଦ୍ଦେଶ୍ୟରେ, Goldman Sachs ଆପଣଙ୍କ ସାମାଜିକ ସୁରକ୍ଷା ନମ୍ବର୍ ଏବଂ ଟିକସ ସ୍ଥିତି ସହ ସମ୍ବନ୍ଧିତ ସୂଚନା ମଧ୍ୟ ପଚାରିବେ; Apple ଏହି ସୂଚନାକୁ ପଢ଼େ ନାହିଁ କିମ୍ବା ସଂରକ୍ଷଣ କରେ ନାହିଁ।
ଯଦି ଆପଣ ୱଲେଟ୍ ପାଇଁ ଲୋକେଶନ୍ ସେବା ସକ୍ଷମ କରିଛନ୍ତି, ତେବେ ଠକେଇକୁ ରୋକିବା ପାଇଁ Apple ଏବଂ Goldman Sachs ଦ୍ୱାରା ଆପଣଙ୍କର Savings Account ତିଆରି କିମ୍ବା ଅପ୍ଡେଟ୍ କରିବା ସମୟରେ କିମ୍ବା ଆପଣ ପ୍ରଥମ ଥର ପାଇଁ ଏକ ଡିଭାଇସ୍ରେ Savings ଖୋଲିବା ସମୟରେ ଆପଣଙ୍କର ଆବଶ୍ଯକ ଲୋକେଶନ୍ ବିଷୟରେ ସୂଚନା ବ୍ୟବହାର କରାଯାଏ। ଆପଣ Apple Pay ରେ କୌଣସି ପେମେଣ୍ଟ୍ ପଦ୍ଧତି ଯୋଡ଼ିବା କିମ୍ବା Apple Card ପାଇଁ ଆବେଦନ ବା ବ୍ୟବସ୍ଥା କରିବା ସମୟରେ, ସେତେବେଳେ ଠକାମିର ପ୍ରତିରୋଧ କରିବା ପାଇଁ ଆପଣଙ୍କ ଡିଭାଇସ୍ ବିଷୟରେ ସୂଚନା ଯେପରିକି ନିର୍ଦ୍ଦିଷ୍ଟ ଡିଭାଇସ୍ ସେଟିଂସ୍ ସକ୍ଷମ ହୋଇଛି କି ନାହିଁ ଏବଂ ଡିଭାଇସ୍ ବ୍ୟବହାର ପ୍ଯାଟର୍ନ୍ (ଉଦାହରଣ ସ୍ୱରୂପ, ଡିଭାଇସ୍ କେତେ ପ୍ରତିଶତ ସମୟ ଚାଲୁ ଥିଲା କିମ୍ବା ପ୍ରତି ସପ୍ତାହରେ ଆନୁମାନିକ କଲ୍ ସଂଖ୍ୟା) Apple କୁ ପଠାଯାଇପାରେ। ଠକେଇ ରୋକିବା ପାଇଁ Apple ଆପଣଙ୍କ Savings ଆକାଉଣ୍ଟ୍ ଫୋନ୍ ନମ୍ବର୍ ବିଷୟରେ ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀଠାରୁ ମଧ୍ୟ ସୂଚନା ହାସଲ କରିପାରେ। ଆପଣଙ୍କ ଡିଭାଇସ୍ର ଲୋକେଶନ୍କୁ ଆକ୍ସେସ୍ ଏବଂ ବ୍ୟବହାରକୁ କିପରି ନିୟନ୍ତ୍ରଣ କରିବେ ସେ ବିଷୟରେ ଅଧିକ ଜାଣିବା ପାଇଁ, www.apple.com/legal/privacy/data/en/location-services ରେ ଲୋକେଶନ୍ ସେବା ଏବଂ ଗୋପନୀୟତା ପରିଦର୍ଶନ କରନ୍ତୁ।
ଆପଣ ନିଜର Savings Account ସେଟ୍ ଅପ୍ କଲେ, Goldman Sachs ଆପଣଙ୍କର Savings Account ଏବଂ ରାଉଟିଂ ନମ୍ବର୍କୁ ଆପଣଙ୍କ ଡିଭାଇସ୍ରେ ସେଭିଂ ମଧ୍ୟରେ ଉପଲବ୍ଧ କରାଇବା ପାଇଁ Apple କୁ ପଠାଇବ। Apple ଏହି ସୂଚନା ଷ୍ଟୋର୍ କରେ ନାହିଁ।
ଆପଣଙ୍କ Savings Account ବ୍ଯବହାର କରାଯାଉଛି
ଆପଣ ନିଜ ଡିଭାଇସ୍ରେ ନିଜର Savings ଆକାଉଣ୍ଟ୍ ନମ୍ବର୍, ରୂଟିଂ ନମ୍ବର୍ ଏବଂ ନେଣଦେଣ ହିଷ୍ଟ୍ରି ଦେଖିବା, ଆପଣଙ୍କ ଆକାଉଣ୍ଟ୍ ବାଲାନ୍ସ୍ରେ ସମୟ ସହ ହେଉଥିବା ପରିବର୍ତ୍ତନ ଦେଖିବା, ଆପଣଙ୍କ ଆକାଉଣ୍ଟ୍ ସୂଚନା ଅପ୍ଡେଟ୍ କରିବା, Savingsକୁ କିମ୍ବା ସେଥିରୁ ଟଙ୍କା ଟ୍ରାନ୍ସ୍ଫର୍ କରିବା ପାଇଁ ଅନ୍ୟ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଲିଙ୍କ୍ କରିବା ସମେତ Savings ଆକାଉଣ୍ଟ୍କୁ ଦେଖିପାରିବେ ଏବଂ ପରିଚାଳନା କରିପାରିବେ।
ଥରେ ନେଣଦେଣ ସମ୍ପୂର୍ଣ୍ଣ ହୋଇଗଲେ Goldman Sachs ଏବଂ Apple Payments Inc. ଆପଣଙ୍କ Savings ନେଣଦେଣ ଡେଟାକୁ ସମସ୍ୟାର ସମାଧାନ, ଠକାମିର ପ୍ରତିରୋଧ ଏବଂ ଆର୍ଥିକ ଆଇନଗୁଡ଼ିକର ଅନୁପାଳନ ପାଇଁ ଷ୍ଟୋର୍ ଏବଂ ବ୍ୟବହାର କରିବ। ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ Appleର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ଏବଂ ଲାଇସେନ୍ସ୍ ପ୍ରାପ୍ତ ଟଙ୍କା ଟ୍ରାନ୍ସ୍ମିଟର୍ Apple Payments Inc. ତିଆରି କରିଛି ଯାହା Apple ଠାରୁ ପୃଥକ୍ ଭାବରେ ଆପଣଙ୍କ ପର୍ସନଲ୍ ଡେଟାକୁ ପ୍ରକ୍ରିୟାକରଣ କରେ ଏବଂ ଏପରି ଉପାୟରେ କରିଥାଏ ଯେ Appleର ଅନ୍ୟ ବିଭାଗକୁ ଜଣାପଡ଼େ ନାହିଁ। ଆପଣଙ୍କ Savingsର ବ୍ଯବହାର ସମ୍ବନ୍ଧରେ Apple Payments Inc.ରେ ଷ୍ଟୋର୍ ହୋଇଥିବା ଆପଣଙ୍କ ପର୍ସନଲ୍ ଡେଟା କେବଳ ଆପଣ ଅନୁରୋଧ କରୁଥିବା ସେବା ପ୍ରଦାନ, ସମସ୍ୟାର ସମାଧାନ, ନିୟାମକ ଉଦ୍ଦେଶ୍ୟ ଏବଂ ଠକାମିର ପ୍ରତିରୋଧ କରିବା ପାଇଁ ବ୍ୟବହୃତ ହୁଏ।
Apple ମଧ୍ୟ ଆପଣଙ୍କ iCloud ଆକାଉଣ୍ଟ୍ରେ ବ୍ୟକ୍ତିଗତ Savings ନେଣଦେଣ ସୂଚନା ଡିଲିଭର୍ ଏବଂ ଷ୍ଟୋର୍ କରେ ଏବଂ ଆପଣଙ୍କର ସମସ୍ତ ଡିଭାଇସ୍ରେ ଆପଣଙ୍କ ନେଣଦେଣ ହିଷ୍ଟ୍ରିକୁ ଅପ୍ ଟୁ ଡେଟ୍ ରଖିଥାଏ। ଆପଣଙ୍କ ନେଣଦେଣ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ବ୍ୟବହାର କରି iCloudରେ ଷ୍ଟୋର୍ ହୋଇଛି, ଯାହା ଏକ ଉଚ୍ଚ ସ୍ତରର ଡେଟା ସୁରକ୍ଷା ପ୍ରଦାନ କରେ। ଆପଣଙ୍କ ଡେଟା ଆପଣଙ୍କ ଡିଭାଇସ୍ ପାଇଁ ସ୍ୱତନ୍ତ୍ର ଥିବା ସୂଚନାରୁ ଆସିଥିବା କୀ’ ସହିତ ସୁରକ୍ଷିତ ଅଟେ ଯାହାକୁ ଆପଣଙ୍କ ଡିଭାଇସ୍ ପାସ୍କୋଡ୍ ସହିତ ଏକତ୍ରିତ କରାଯାଇଛି ତା’କୁ କେବଳ ଆପଣ ଜାଣିଛନ୍ତି।
ଆପଣ Savingsରେ ଏକ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ୍ କରିବା ସମୟରେ କିମ୍ବା ଏକ ଲିଙ୍କ୍ କରାଯାଇଥିବା ଆକାଉଣ୍ଟ୍କୁ କିମ୍ବା ସେଥିରୁ ଟଙ୍କା ଟ୍ରାନ୍ସ୍ଫର୍ କରନ୍ତି, Savings ଏବଂ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟରେ ଲିଙ୍କ୍ ସେଟ୍ ଅପ୍ କରିବାକୁ Apple ବ୍ୟାଙ୍କ୍ ନାମ ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ ସହ ସମ୍ବନ୍ଧିତ ଏକ ଆକାଉଣ୍ଟ୍ ID ଭଳି ସେହି ବ୍ୟାଙ୍କ୍ ଆକାଉଣ୍ଟ୍ ବିଷୟରେ ସୂଚନା ପ୍ରାପ୍ତ କରିପାରେ ଏବଂ ବ୍ଯବହାର କରିପାରେ। Apple ଠକାମି ପ୍ରତିରୋଧ ପାଇଁ ଏହି ସୂଚନା ସହ ଆପଣଙ୍କ ଲୋକେଶନ୍ ବିଷୟରେ ସୂଚନା ମଧ୍ଯ Goldman Sachs ଏବଂ Apple Payments Inc. ସହିତ ଶେୟର୍ କରିପାରେ। Goldman Sachs ଦ୍ବାରା ଆକାଉଣ୍ଟ୍କୁ ଦୁଇଟି ଛୋଟ ଡିପୋଜିଟ୍ ପଠାଇ ଏବଂ ଆପଣଙ୍କ Apple ଡିଭାଇସ୍ରେ କିମ୍ବା ସହାୟତା କେନ୍ଦ୍ର ସହ ଯୋଗାଯୋଗ ଦ୍ୱାରା ସେଗୁଡ଼ିକର ରାଶି ଯାଞ୍ଚ କରି ଆପଣଙ୍କୁ ମାଲିକାନା ଯାଞ୍ଚ କରିବା ପାଇଁ ମଧ୍ୟ ପଚାରାଯାଇପାରେ। Apple ରାଶି ବିଷୟରେ ସୂଚନା ଏବଂ ଯାଞ୍ଚକରଣ ସଫଳତାପୂର୍ବକ ହୋଇଛି କି ନାହିଁ, ତାହା ଦେଖିପାରିବ କିନ୍ତୁ ଷ୍ଟୋର୍ କରିପାରିବ ନାହିଁ। ଏକ ବ୍ୟାଙ୍କ୍ ଆକାଉଣ୍ଟ୍କୁ Savings କିମ୍ବା ଆପଣଙ୍କ Apple Card ଆକାଉଣ୍ଟ୍ ସହିତ ଲିଙ୍କ୍ କରିବା ଦ୍ବାରା ଏହା ଆପଣଙ୍କ ଉଭୟ Savings ଏବଂ Apple Card ଆକାଉଣ୍ଟ୍ରେ ଏକ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଭାବରେ ଦେଖାଯିବ; ଆପଣଙ୍କ Savings କିମ୍ବା Apple Card ଆକାଉଣ୍ଟ୍ରୁ ଏକ ବ୍ୟାଙ୍କ୍ ଆକାଉଣ୍ଟ୍ ଡିଲିଟ୍ କରିବା ଦ୍ବାରା ଏହା ଉଭୟ ଫୀଚର୍ରେ ଏକ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଭାବରେ ଅଦୃଶ୍ଯ ହୋଇଯିବ।
ଆପଣ Savingsରେ ଏକ ହିତାଧିକାରୀଙ୍କୁ ଯୋଡ଼ିବା ସମୟରେ, ଏହି ହିତାଧିକାରୀଙ୍କ ଏନ୍କ୍ରିପ୍ଟ୍ ହୋଇଥିବା ପୂରା ନାମ, ଠିକଣା, ଫୋନ୍ ନମ୍ବର୍, ସମ୍ବନ୍ଧ, ଜନ୍ମ ତାରିଖ ଏବଂ ସୋଶିଅଲ୍ ସୁରକ୍ଷା ନମ୍ବର୍ Apple ଜରିଆରେ Goldman Sachsକୁ ପ୍ରେରଣ ହେବ। ହିତାଧିକାରୀ ସଫଳତାପୂର୍ବ ଯୋଡ଼ି ହୋଇଛନ୍ତି କିମ୍ବା ନୁହେଁ ତାହା Apple ଦେଖିବ କିନ୍ତୁ ଷ୍ଟୋର୍ କରିବା ନାହିଁ। ଆପଣ ନିଜ ସକ୍ରିୟ ହିତାଧିକାରୀମାନଙ୍କୁ ଦେଖିବା ସମୟରେ, ହିତାଧିକାରୀ ସୂଚନା ଆପଣଙ୍କ ଡିଭାଇସ୍ରେ ଡିସ୍ପ୍ଲେ ହେବା ପାଇଁ Apple ସର୍ଭର୍ ମାଧ୍ୟମରେ Goldman Sachs ଦ୍ବାରା ପଠାଯିବ। Apple ହିତାଧିକାରୀ ସୂଚନା ଦେଖେ କିନ୍ତୁ ତାକୁ ଷ୍ଟୋର୍ କରେ ନାହିଁ।
Savings ଏବଂ ଫ୍ୟାମିଲି ଶେୟରିଂ
iCloud ଫ୍ୟାମିଲି ଶେୟରିଂ ବ୍ଯବହାର କରି Savings ଆକାଉଣ୍ଟ୍ ହୋଲ୍ଡର୍ ସେମାନଙ୍କ Savings ଆକାଉଣ୍ଟ୍ ଶେୟର୍ କରିପାରିବେ ନାହିଁ, କିନ୍ତୁ ପ୍ରତ୍ୟେକ Apple Card ସହ-ମାଲିକ ନିଜ ନିଜ ପାଇଁ Savings ଆକାଉଣ୍ଟ୍ ତିଆରି କରିପାରିବେ। ଜଣେ ସହ-ମାଲିକ ତାଙ୍କ Savings କିମ୍ବା ସହ-ମାଲିକାନାରେ ଥିବା Apple Card ଆକାଉଣ୍ଟ୍ରେ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ୍ କରିବା ସମୟରେ, ଏହା କେବଳ ସେହି ସହ-ମାଲିକଙ୍କ ବ୍ଯକ୍ତିଗତ Savings ଆକାଉଣ୍ଟ୍ ପାଇଁ ଏକ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଭାବରେ ଦେଖାଯିବ ଏବଂ ଉଭୟ ସହ-ମାଲିକଙ୍କ ପାଇଁ ସେମାନଙ୍କ Apple Card ଆକାଉଣ୍ଟ୍ରେ ମଧ୍ୟ ଦେଖାଯିବ। ଆପଣଙ୍କ Savingsରୁ ଏକ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଡିଲିଟ୍ କରିଲେ କିମ୍ବା ସହ-ମାଲିକାନା ପ୍ରାପ୍ତ Apple Card ଆକାଉଣ୍ଟ୍ ଆପଣଙ୍କ ସହ-ମାଲିକଙ୍କ Savings ଆକାଉଣ୍ଟ୍ରୁ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍କୁ ଡିଲିଟ୍ କରିବ ନାହିଁ।
Savings ଓ ଆନାଲିଟିକ୍ସ୍
Savingsକୁ ଉନ୍ନତ କରିବାରେ ସହାୟତା କରିବା ପାଇଁ, Apple ୱଲେଟ୍ ଆପ୍ରେ Savings ଆକାଉଣ୍ଟ୍ ତିଆରି କରିବା ପ୍ରକ୍ରିୟା ଏବଂ ଆପଣଙ୍କ Savings ଫୀଚର୍ର ବ୍ୟବହାର ବିଷୟରେ ସୂଚନା ସଂଗ୍ରହ କରେ ଏବଂ ସେହି ସୂଚନାକୁ ଏପରି ଭାବରେ ଷ୍ଟୋର୍ କରେ ଯେ, ତାହା ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରେ ନାହିଁ। ଏହି ସୂଚନାରେ, ଆକାଉଣ୍ଟ୍ ତିଆରି କରିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲାଗୁଥିବା ସମୟ ଏବଂ କେଉଁ Savings ଫୀଚର୍ ବାରମ୍ୱାର ବ୍ଯବହୃତ ହୋଇଛି, ଯେପରିକି ସାମ୍ପ୍ରତିକ ଭାବରେ ହୋଇଥିବା ନେଣଦେଣର ଲିଷ୍ଟ୍ ଆଦି ଅନ୍ତର୍ଭୁକ୍ତ ହୋଇଥାଏ। Apple ଏହି ସୂଚନାକୁ Apple ପ୍ରଡକ୍ଟ୍ ଏବଂ ସେବାକୁ ଉନ୍ନତ କରିବା, ମାର୍କେଟିଂ ଏବଂ ଠକାମି ପ୍ରତିରୋଧ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରିପାରେ।
Savings ଓ ଯୋଗାଯୋଗ
ଏକ ମାର୍କେଟିଂ ମେସେଜ୍ ସମେତ କୌଣସି ମେସେଜ୍ ଆପଣଙ୍କ ପାଇଁ ପ୍ରାସଙ୍ଗିକ ନା ନୁହେଁ ତାହା ନିର୍ଦ୍ଧାରଣ କରିବାକୁ Apple ଆପଣ Savings ଆକାଉଣ୍ଟ୍ ପାଇଁ ଆବେଦନ କରିଛନ୍ତି ନା ନାହିଁ କିମ୍ବା ଆପଣଙ୍କର ଏକ ସାମ୍ପ୍ରତିକ Savings ଆକାଉଣ୍ଟ୍ ଅଛି ନା ନାହିଁ ଭଳି ଆପଣଙ୍କର Savings ଆକାଉଣ୍ଟ୍ ସ୍ଥିତି ବ୍ୟବହାର କରିପାରେ। ଅଜ୍ଞାତ ଏବଂ ଏକତ୍ରିତ ସୂଚନା, ଯାହାକୁ ଆପଣଙ୍କ ସହ ସମ୍ବନ୍ଧିତ କରାଯାଇପାରିବ ନାହିଁ, ତାହାର ବ୍ଯବହାର ମଧ୍ଯ Savings ମାର୍କେଟିଂ ଏବଂ ଅନ୍ୟାନ୍ୟ ମେସେଜିଂ ପାଇଁ ବ୍ଯବହାର ହୋଇପାରେ। ଆପଣ ଏକ ମାର୍କେଟିଂ ଇମେଲ୍ରେ ଅନ୍ସବ୍ସ୍କ୍ରାଇବ୍ ଲିଙ୍କ୍ କରି କିମ୍ବା ୱଲେଟ୍ ପାଇଁ ନୋଟିଫିକେଶନ୍କୁ ବନ୍ଦ କରି ମାର୍କେଟିଂ ମେସେଜ୍ ଅପ୍ଟ୍ ଆଉଟ୍ କରିପାରିବେ।
Savings ସହାୟତା
ଯଦି ଆପଣଙ୍କର Savings ବିଷୟରେ କୌଣସି ପ୍ରଶ୍ନ ଥାଏ, ଆପଣ ନିଜ ୱଲେଟ୍ ଆପ୍ ମାଧ୍ୟମରେ ମେସେଜ୍ ଦେବା ଆରମ୍ଭ କରି ସହାୟତା କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ଆପଣଙ୍କ ଅନୁରୋଧ ପ୍ରକ୍ରିୟାକରଣ ପାଇଁ Apple ପର୍ସନଲ୍ ଡେଟା ଅନ୍ତର୍ଭୁକ୍ତ କରି, ଆପଣ ଶେୟର୍ କରୁଥିବା ଯେକୌଣସି ସୂଚନାକୁ ବ୍ଯବହାର କରିବ। ଯଦି ଆପଣଙ୍କ ଅନୁସନ୍ଧାନ ନିଶ୍ଚିତ ଭାବରେ ସେବା ପାଇଁ Goldman Sachsକୁ ପଠାଯିବା ଜରୁରୀ, Apple ଆପଣଙ୍କ ବିଷୟରେ ଏବଂ ଆପଣଙ୍କ ଅନୁସନ୍ଧାନକୁ Goldman Sachsଙ୍କ ସହ ଶେୟର୍ କରିବ, ଯାହା ଫଳରେ ସେମାନେ ଆପଣଙ୍କୁ ଭଲ ଭାବରେ ସହାୟତା କରିପାରିବେ। Apple ବ୍ଯକ୍ତିଗତ ଭାବରେ ଚିହ୍ନଟଯୋଗ୍ଯ କୌଣସି ଆର୍ଥିକ ସୂଚନା ରଖିବ ନାହିଁ ଯାହାକୁ ସେ ସେବା ପାଇଁ Goldman Sachsକୁ ପଠାଏ। ଆପଣ ନିଜ ପ୍ରଶ୍ନଗୁଡ଼ିକ ସହିତ 877-255-5923ରେ କଲ୍ କରି ସିଧାସଳଖ ସହାୟତା କେନ୍ଦ୍ର ସହ ମଧ୍ୟ ଯୋଗାଯୋଗ କରିପାରିବେ।
ଆପଣଙ୍କ Savings Account ବନ୍ଦ କରାଯାଉଛି
ଯଦି ଆପଣ ନିଜ Savings ଆକାଉଣ୍ଟ୍ ବନ୍ଦ କରନ୍ତି, ଆପଣଙ୍କ Savings ଆକାଉଣ୍ଟ୍ ବିଷୟରେ ସୂଚନା ସେଟିଂସ୍ > ୱଲେଟ୍ ଓ Apple Pay > “ବନ୍ଦ ହୋଇଥିବା ଆକାଉଣ୍ଟ୍”ରେ ବଜାୟ ରହିବ, ଯେଉଁଠାରେ ଆପଣ ପୂର୍ବ ବିବରଣୀ ଏବଂ ଟିକସ ଡକ୍ୟୁମେଣ୍ଟ୍ ଦେଖିପାରିବେ।
ଆପଣଙ୍କ ସୂଚନା ଅପ୍ଡେଟ୍ କରୁଛି
ଆପଣ ୱଲେଟ୍ରେ ନିଜ Savings ଆକାଉଣ୍ଟ୍ ସୂଚନା ଅପ୍ଡେଟ୍ କରିପାରିବେ। ଆପଣ Goldman Sachs ସହିତ ଯୋଗାଯୋଗ କରି ମଧ୍ଯ ଆପଣଙ୍କ Savings ଆକାଉଣ୍ଟ୍ ସୂଚନା ଅପ୍ଡେଟ୍ କରିପାରିବେ। Savings ସେବା ପ୍ରଦାନ କରିବାର ଉଦ୍ଦେଶ୍ଯରେ, Goldman Sachs ଅପ୍ଡେଟ୍ କରାଯାଇଥିବା Savings ଆକାଉଣ୍ଟ୍ ସୂଚନା Apple ସହିତ ଶେୟର୍ କରିପାରେ।
ଅଧିକ ସୂଚନା
Apple ଆପଣଙ୍କ ସୂଚନା ବ୍ଯବହାର କରିବ ଏବଂ ଆଇନଗତ ଆବଶ୍ୟକତା ଅନୁଯାୟୀ ଓ ଠକାମି ପ୍ରତିରୋଧ ପାଇଁ Goldman Sachs ସହ ଆପଣଙ୍କ ସୂଚନା ଶେୟର୍ କରିପାରେ। ଆପଣଙ୍କୁ Savings ଆକାଉଣ୍ଟ୍ ଉପଲବ୍ଧତା ସମ୍ବଳିତ ଜରୁରୀ ଅପ୍ଡେଟ୍ ଦେବା ପାଇଁ Apple ଏବଂ Goldman Sachs ଆକାଉଣ୍ଟ୍ର ସୂଚନା ଶେୟର୍ କରିପାରନ୍ତି। ଆପଣ ନିଜ ଆକାଉଣ୍ଟ୍ ବନ୍ଦ କରିଥିଲେ ମଧ୍ୟ Savings-ସମ୍ବନ୍ଧିତ ସୂଚନା Apple ଦ୍ୱାରା ଆଇନ କିମ୍ବା ବୈଧ ଆଇନଗତ ପ୍ରକ୍ରିୟାର ଅନୁପାଳନ କରିବା ପାଇଁ ଆବଶ୍ୟକ ପରିମାଣରେ ବ୍ୟବହାର କରାଯାଇପାରେ। Goldman Sachs କିଭଳି ଭାବରେ ଆପଣଙ୍କ ପର୍ସନଲ୍ ଡେଟାର ସୁରକ୍ଷା କରେ, ଏହା ବିଷୟରେ ଅଧିକ ଜାଣିବା ପାଇଁ ଆପଣ https://www.goldmansachs.com/privacy-and-cookies/c-privacy-policy.htmlରେ ଉପଲବ୍ଧ ଗୋପନୀୟତା ନୀତି ଦେଖିପାରିବେ।
ଯେଉଁଠାରେ Apple ଏହି ନୋଟିସ୍ରେ ଉଲ୍ଲେଖ ଥିବା ବ୍ୟକ୍ତିଗତ ଡେଟାକୁ ପ୍ରୋସେସିଂ କରିବା ପାଇଁ ଡେଟା କଣ୍ଟ୍ରୋଲର୍ ଭାବେ କାମ କରିଥାଏ, ସେଠାରେ ସେହିସବୁ କାର୍ଯ୍ୟକଳାପ Apple ମାଲିକାନାରେ ଥିବା ସହଯୋଗୀ କମ୍ପାନୀ Apple Payments Services LLC ଯୋଗାଇଥାଏ, ଯେପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରକାରରେ ଉଲ୍ଲେଖ ହୋଇନଥିବ। Savingsର ବ୍ଯବହାର କରି ଆପଣ Appleର ଏବଂ ଏହାର ସହଯୋଗୀ ଏବଂ ଏଜେଣ୍ଟ୍ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁସାରେ ଏହି ସୂଚନାର ସଂଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାକରଣ, କରିବା ଏବଂ ବ୍ଯବହାର କରିବା ପାଇଁ ସହମତ ହୁଅନ୍ତି ଏବଂ ଅନୁମତି ଦିଅନ୍ତି।
Apple ଆବଶ୍ଯକତା ଅନୁଯାୟୀ କେବଳ ସେତିକି ସମୟ ପର୍ଯ୍ଯନ୍ତ ପର୍ସନଲ୍ ଡେଟା ରଖିଥାଏ ଯେପର୍ଯ୍ଯନ୍ତ ଏହି ବିଜ୍ଞପ୍ତିରେ ବର୍ଣ୍ଣିତ ଉଦ୍ଦେଶ୍ୟ, Appleର ଗୋପନୀୟତା ନୀତି କିମ୍ବା ଆଇନଗତ ଆବଶ୍ଯକତା ସମେତ ଏହାର ସଂଗ୍ରହର ଉଦ୍ଦେଶ୍ୟ ପୂରଣ ହୋଇନାହିଁ। ରିଟେନ୍ଶନ୍ ଅବଧି ଆକ୍ସେସ୍ କରିବା ସମୟରେ, ଆମେ ପ୍ରଥମେ ସତର୍କତାର ସହ ଯାଞ୍ଚ କରିଥାଉ ଯେ, ସଂଗୃହୀତ ପର୍ସନଲ୍ ଡେଟାକୁ ରଖିବା ଆବଶ୍ୟକ କି ନାହିଁ ଏବଂ ଯଦି ରିଟେନ୍ଶନ୍ ଆବଶ୍ୟକ ହୁଏ, ତେବେ ଆଇନ ଅନୁଯାୟୀ ଅନୁମୋଦିତ ସବୁଠାରୁ କମ୍ ଅବଧି ପାଇଁ ପର୍ସନଲ୍ ଡେଟା ରଖିବା ପାଇଁ କାର୍ଯ୍ୟ କରୁ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2025-12-12