ସେନ୍ସର୍ ଏବଂ ଉପଯୋଗ ଡେଟା ଓ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ ସେନ୍ସର୍ ଏବଂ ଉପଯୋଗ ଡେଟାକୁ ଡିଜାଇନ୍ କରାଯାଇଛି।
ଆପଣ ଗବେଷଣା ଅଧ୍ୟୟନ ସହିତ ଆପଣଙ୍କ iOS ଏବଂ watchOS ଡିଭାଇସ୍ରେ ଥିବା କିମ୍ବା ପେୟର୍ ହୋଇଥିବା ସେନ୍ସର୍ ଏବଂ ଆପଣଙ୍କ ଡିଭାଇସ୍ ଏବଂ ସଫ୍ଟ୍ୱେୟର୍ ସହିତ ଆପଣଙ୍କ ଇଣ୍ଟରାକ୍ସନ୍ ବିଷୟରେ କିଛି ସୂଚନା ଶେୟର୍ କରିବାକୁ ବାଛିପାରିବେ। ଏହି ସେନ୍ସର୍ ଏବଂ ଉପଯୋଗ ଡେଟାରେ ସୂଚନାର ଉତ୍ସ ଅନ୍ତର୍ଭୁକ୍ତ ହୋଇପାରେ, ଯାହା ଅନ୍ୟଥା ଏହି ଆପ୍ଗୁଡ଼ିକ ପାଇଁ ଉପଲବ୍ଧ ନାହିଁ।
ଆପଣ ସୂଚନା ଶେୟର୍ କରିବାକୁ ଅନୁମତି ଦେବା ପରେ ହିଁ ସେନ୍ସର୍ ଏବଂ ଉପଯୋଗ ଡେଟା ଏକ ଅଧ୍ୟୟନ ସହିତ ଶେୟର୍ କରାଯିବ। ଏହି ସୂଚନା କେବଳ ସେହି ଗବେଷଣା ଅଧ୍ୟୟନ ପାଇଁ ଉପଲବ୍ଧ, ଯେଉଁଥିରେ ଆପଣ ନାମାଙ୍କିତ ହେବା ପାଇଁ ବାଛନ୍ତି। Apple ଆବଶ୍ୟକ କରେ ଯେ ଗବେଷଣା ଅଧ୍ୟୟନ ଆପ୍ ଏବଂ ଅଧ୍ୟୟନ ସେନ୍ସର୍ ଏବଂ ଉପଯୋଗ ଡେଟା ଆକ୍ସେସ୍ ପାଇଁ ଅନୁରୋଧ କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରନ୍ତୁ, ଯେଉଁଥିରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି:
- ଗବେଷଣା ଅଧ୍ୟୟନ ଆପ୍ ମୁଖ୍ୟତଃ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଗବେଷଣା କରିବା ପାଇଁ ଡିଜାଇନ୍ କରାଯିବା ଆବଶ୍ଯକ।
- ଗବେଷଣା ଅଧ୍ୟୟନ ଆପ୍ ଡିଭେଲପର୍ ଡେଟା ସଂଗ୍ରହ, ବ୍ୟବହାର ଏବଂ ଶେୟରିଂ ଉପରେ କିଛି ପ୍ରତିବନ୍ଧକ ପାଇଁ ରାଜି ହେବା ଆବଶ୍ୟକ, ଯେଉଁଥିରେ ଗବେଷଣା ଅଧ୍ୟୟନ ପାଇଁ କେବଳ ଆପଣ ଅନୁମତି ଦେଇଥିବା ସେନ୍ସର୍ ଏବଂ ଉପଯୋଗ ଡେଟା ବ୍ୟବହାର କରିବା ଅନ୍ତର୍ଭୁକ୍ତ ଯାହା ପାଇଁ ଏହା ସଂଗ୍ରହ କିମ୍ବା ଆକ୍ସେସ୍ କରାଯାଇଛି।
- ପ୍ରତ୍ୟେକ ଅଧ୍ୟୟନର ସମୀକ୍ଷା ଏକ ଗବେଷଣା ନୈତିକତା କମିଟି ଦ୍ୱାରା କରାଯିବା ଆବଶ୍ୟକ।
ଡାଟାର ପ୍ରକାର
ସେନ୍ସର୍ ଡାଟାକୁ iOS ଏବଂ watchOS ସେନ୍ସର୍ ଯେପରିକି ଲାଇଟ୍ ସେନ୍ସର୍, ଆକ୍ସେଲେରୋମିଟର୍ ଏବଂ ଗାଇରୋସ୍କୋପ୍ର ଅଂଶ ଭାବରେ ଉପଯୋଗ କରାଯାଉଥିବା ଅନ୍ୟ କୌଣସି ଡିଭାଇସ୍ରୁ ଏହାକୁ ଆପଣ ଏକ ଗବେଷଣା ଅଧ୍ୟୟନର ଅଂଶ ଭାବରେ ବ୍ୟବହାର କରିପାରିବେ। ଏଥିରେ iOS, watchOS କିମ୍ବା ଅନ୍ୟ ପେୟର୍ ହୋଇଥିବା ସେନ୍ସର୍ରୁ ମେଟ୍ରିକ୍ସ୍ ଏବଂ ଆକଳନ ଅନ୍ତର୍ଭୁକ୍ତ ହୋଇପାରେ। ଉଦାହରଣ ସ୍ବରୂପ, ଆପଣଙ୍କ ଚେହେରାର ସ୍ଥିତି ଏବଂ ଅଭିବ୍ୟକ୍ତିର (ଯେପରିକି ଆଖିର ପଲକ ଉଠାଇବା କିମ୍ବା ନିଜ ଓଠକୁ ଏକାଠି ଦବାଇବା) କିମ୍ବା ଆପଣଙ୍କ ସ୍ବରର ବୈଶିଷ୍ଟ୍ୟ (ଯେପରି ଭଲ୍ୟୂମ୍, ଟେନର୍, ପିଚ୍ ଏବଂ କ୍ୟାଡେନ୍ସ୍)ର ଉଚ୍ଚ ଶୁଦ୍ଧତା ବିଶିଷ୍ଟ ମାପ। ଏହି ସୂଚନାରେ ର’ ଅଡିଓ ଡେଟା କିମ୍ବା ଫଟୋ ନଥାଏ।
ଉପଯୋଗ ଡେଟା ହେଉଛି ଆପଣଙ୍କ iOS ଏବଂ watchOS ଡିଭାଇସ୍ ଏବଂ ସଫ୍ଟ୍ୱେୟର୍ ସହ ଆପଣ କିପରି ବ୍ଯବହାର କରନ୍ତି ଏବଂ ଏହା ସହ କିପରି ଇଣ୍ଟର୍ଆକ୍ଟ୍ କରନ୍ତି ସେ ସମ୍ବନ୍ଧିତ ସୂଚନା। ଉଦାହରଣ ପାଇଁ, ଏଥିରେ କୀ’ବୋର୍ଡ୍ ଉପଯୋଗ ବିଷୟରେ, ଆପଣ ପଠାଇଥିବା ମେସେଜ୍ର ସଂଖ୍ୟା, ଆପଣ କରିଥିବା କଲ୍ ଏବଂ ଆପଣଙ୍କୁ ପ୍ରାପ୍ତ ହୋଇଥିବା କଲ୍ର ସଂଖ୍ୟା, ଆପଣ ବ୍ୟବହାର କରିଥିବା ଆପ୍ର ଶ୍ରେଣୀ, ଆପଣ ଭିଜିଟ୍ କରୁଥିବା ୱେବ୍ସାଇଟ୍ର ଶ୍ରେଣୀ, କିଛି ସେନ୍ସର୍ ଏବଂ ଉପଯୋଗ କରଯାଇଥିବା ଇଭେଣ୍ଟ୍ ଆଦି କେତେବେଳେ ରେକର୍ଡ୍ କରାଯାଏ ଏବଂ ଆପଣ ନିଜ Apple Watchକୁ କେତେବେଳେ ପିନ୍ଧନ୍ତି, ଭଳି ସୂଚନା ଅନ୍ତର୍ଭୁକ୍ତ ହୋଇପାରେ। ଅନୁସନ୍ଧାନକାରୀମାନେ ଡେଟାର ଶ୍ରେଣୀ ମଧ୍ୟରେ ସାଧାରଣ ଚିହ୍ନଟକାରୀ ଆଧାରରେ ଅଧ୍ୟୟନ ପାଇଁ ଉପଯୋଗ ଏବଂ ସେନ୍ସର୍ ଡେଟାର ବିଭିନ୍ନ ଶ୍ରେଣୀକୁ ପରସ୍ପର ସହ ସଂପୃକ୍ତ କରିପାରେ।
ନିର୍ଦ୍ଦିଷ୍ଟ ସେନ୍ସର୍ ଏବଂ ଉପଯୋଗ ଡେଟା ପାଇଁ, ଗବେଷଣା ଅଧ୍ୟୟନ ଆପ୍କୁ ଉପଲବ୍ଧ କରାଯାଇଥିବା ସୂଚନା, ଅନ୍ଯ ଆପ୍କୁ ଉପଲବ୍ଧ କରାଯାଇଥିବା ଡେଟା ତୁଳନାରେ ଅଧିକ ବିସ୍ତୃତ କିମ୍ବା ଉଚ୍ଚ ରିଜୋଲ୍ୟୁଶନ୍ ବିଶିଷ୍ଟ ହୋଇପାରେ। ସଂଗୃହୀତ ଡେଟା ଗବେଷଣା ଅଧ୍ୟୟନକୁ ଏକ୍ସ୍ପୋର୍ଟ୍ କରିବା ପାଇଁ, ଗବେଷଣା ଅଧ୍ୟୟନ ଆପ୍ର ବ୍ୟାକ୍ଗ୍ରାଉଣ୍ଡ୍ରେ କାର୍ଯ୍ଯ କରିବାର କ୍ଷମତା ଥାଇପାରେ।
ଡେଟାର ଶେୟରିଂ ଏବଂ ଷ୍ଟୋରେଜ୍
ସେନ୍ସର୍ ଏବଂ ଉପଯୋଗ ଡେଟାକୁ, ମୋଶନ୍, ସ୍ପୀଚ୍, ପେଡୋମିଟର୍ ଏବଂ ମେସେଜ୍ ଭଳି ଶ୍ରେଣୀରେ ବିଭକ୍ତ କରାଯାଇଛି ଏବଂ ଆପଣ ଯୋଗ ଦେଉଥିବା ପ୍ରତ୍ୟେକ ଗେବେଷଣା ଅଧ୍ୟୟନରେ ଆପଣ ଶେୟର୍ କରୁଥିବା ବର୍ଗଗୁଡ଼ିକୁ କଣ୍ଟ୍ରୋଲ୍ କରିପାରିବେ। ନାମାଙ୍କନ କରିବା ସମୟରେ, ସେନ୍ସର୍ ଓ ଉପଯୋଗ ଡେଟାକୁ ଆକ୍ସେସ୍ କରିବା ପାଇଁ, ଆପଣଙ୍କୁ ଏକ ଗବେଷଣା ଅଧ୍ୟୟନ ଆପ୍ ପ୍ରତି-ବର୍ଗ ଭିତ୍ତିରେ ଆପଣ ଡେଟା ଶେୟର୍ କରିବା ପାଇଁ ଚାହାନ୍ତି ନା ନାହିଁ ପଚାରିବ। ଆପଣ ସେଟିଂସ୍ > ଗୋପନୀୟତା ଏବଂ ସୁରକ୍ଷା > ଗବେଷଣା ସେନ୍ସର୍ ଏବଂ ଉପଯୋଗ ଡେଟାକୁ ଯାଇ ଆପଣ ଯେକୌଣସି ସମୟରେ ଆପ୍ ଏବଂ ଅଧ୍ୟୟନ ସହ ଶେୟର୍ କରୁଥିବା ସେନ୍ସର୍ ଏବଂ ଉପଯୋଗ ଡେଟା ସହ ଆପଣ ଶେୟର୍ କରୁଥିବା ଡେଟାର ବର୍ଗକୁ ମଧ୍ୟ ଦେଖିପାରିବେ।
ସେନ୍ସର୍ ଓ ଉପଯୋଗ ଡେଟା ଆପଣଙ୍କ ସହମତି ସହିତ ଗବେଷଣା ଅଧ୍ୟୟନର ଏକ ଅଂଶ ଭାବରେ watchOS କିମ୍ବା iOS ଡିଭାଇସ୍ରେ ସଂଗ୍ରହ କରାଯାଏ। ଯେକୌଣସି ଅନୁମୋଦିତ ଅଧ୍ୟୟନ ସହିତ ଡେଟା ଶେୟର୍ ହେବା ପୂର୍ବରୁ ଏହି ଡେଟା ଆପଣଙ୍କ iOS ଡିଭାଇସ୍ରେ ପ୍ରାୟ ଏକ ଦିନ (କିମ୍ବା ନିର୍ଦ୍ଦିଷ୍ଟ ଡେଟା ପାଇଁ ସାତ ଦିନ ପର୍ଯ୍ଯନ୍ତ) ଷ୍ଟୋର୍ ହୋଇଥାଏ। ଏହି ଅବଧି ସମୟରେ, ଆପଣ ଡେଟାକୁ ଡିଲିଟ୍ କରିପାରିବେ ଏବଂ ଏହା କୌଣସି ଅଧ୍ୟୟନ ସହ ଶେୟର୍ କରାଯିବ ନାହିଁ। ଏହି ସେନ୍ସର୍ ଏବଂ ଉପଯୋଗ ଡେଟା ସମୁଦାୟ ସାତ ଦିନ ପାଇଁ ଆପଣଙ୍କ iOS ଡିଭାଇସ୍ରେ ରହିଥାଏ। ସାତ ଦିନ ପରେ, ଏହା ସ୍ବୟଂଚାଳିତ ଭାବରେ ଆପଣଙ୍କ iOS ଡିଭାଇସ୍ରୁ ଚିରସ୍ଥାୟୀ ଭାବରେ ଡିଲିଟ୍ ହୋଇଯିବ ଏବଂ ପରେ ପ୍ରାଧିକୃତ ଯେକୌଣସି ଅଧ୍ୟୟନ ସହିତ ଶେୟର୍ କରାଯିବ ନାହିଁ।
ଆପଣ ଯେକୌଣସି ସମୟରେ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଗବେଷଣା ସେନ୍ସର୍ ଓ ଡେଟା ଉପଯୋଗକୁ ଯାଇ ସେନ୍ସର୍ ଓ ଡେଟା ଉପଯୋଗ ଶେୟର୍ କରିବା ବନ୍ଦ କରିପାରିବେ। ଯଦି ଏକ ଗବେଷଣା ଅଧ୍ୟୟନ ସହିତ ସେନ୍ସର୍ ଏବଂ ଡେଟା ଉପଯୋଗ ଶେୟର୍ କରିବା ବନ୍ଦ କରିବା ବାଛନ୍ତି, ଏହି ଅଧ୍ୟୟନ ସହିତ କୌଣସି ଭବିଷ୍ୟ ଡେଟା ଶେୟର୍ କରାଯିବ ନାହିଁ; ତଥାପି, ଏହି ଅଧ୍ୟୟନ ଆପଣ ପୂର୍ବରୁ ଶେୟର୍ କରିଥିବା ଯେକୌଣସି ଡେଟାକୁ ଆକ୍ସେସ୍ କରିବା ଜାରି ରଖିବ। ଆପଣ ପୂର୍ବରୁ ଶେୟର୍ କରିଥିବା ସେନ୍ସର୍ ଏବଂ ଉପଯୋଗ ଡେଟାକୁ ଡିଲିଟ୍ କିମ୍ବା ଅନ୍ଶେୟର୍ କରିପାରିବେ ନାହିଁ। ଯଦି ଆପଣ ଏକ ଗବେଷଣା ଅଧ୍ୟୟନ ସହ ଡେଟା ଶେୟରିଂ ବନ୍ଦ କରନ୍ତି କିମ୍ବା ଏହି ଗବେଷଣା ଅଧ୍ୟୟନ ଆପ୍କୁ ଡିଲିଟ୍ କରୁଛନ୍ତି, ତେବେ ଆପଣଙ୍କୁ ଏହି ଅଧ୍ୟୟନରୁ ପ୍ରତ୍ୟାହାର କରାଯାଇ ନପାରେ। ଯଦି ଆପଣ ଏକ ଅଧ୍ୟୟନରୁ ପ୍ରତ୍ୟାହାର କରିବାକୁ ଚାହାଁନ୍ତି, ଆପଣଙ୍କୁ ସେହି ଅଧ୍ୟୟନ ସହମତିରୁ ନିର୍ଦ୍ଦେଶ ଅନୁସରଣ କରିବାକୁ ହେବ।
2025-12-12