Apple at Work ଓ ସ୍କୂଲ୍ ଏବଂ ଗୋପନୀୟତା ସହାୟତାରେ ସାଇନ୍ ଇନ୍ କରନ୍ତୁ
କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ ଆପଣଙ୍କୁ ଆପଣଙ୍କ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ପରିଚାଳିତ Apple ଆକାଉଣ୍ଟ୍ ସାହାଯ୍ୟରେ ଆପ୍ ଏବଂ ୱେବ୍ସାଇଟ୍ରେ ସାଇନ୍ ଇନ୍ କରିବା ପାଇଁ ଅନୁମତି ପ୍ରଦାନ କରେ।
“କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”କୁ ଆପଣଙ୍କ ସଂସ୍ଥା ଦ୍ୱାରା ସକ୍ଷମ କରାଯାଇଛି
ଯଦି ଆପଣଙ୍କ ବିଦ୍ୟାଳୟ କିମ୍ୱା କମ୍ପାନି (“ସଂସ୍ଥା”) “କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”କୁ ସକ୍ଷମ କରେ, ତେବେ ଆପଣ ଆପଣଙ୍କ ସଂସ୍ଥା ଦ୍ୱାରା ଅନୁମତିପ୍ରାପ୍ତ ତୃତୀୟ-ପକ୍ଷ ଆପ୍ (ଆପ୍ କ୍ଲିପ୍ ସମେତ) ଏବଂ ୱେବ୍ସାଇଟ୍ଗୁଡ଼ିକରେ ସାଇନ୍ ଇନ୍ କରିବାକୁ ଆପଣଙ୍କ ପରିଚାଳିତ Apple ଆକାଉଣ୍ଟ୍ ଉପଯୋଗ କରିପାରିବେ। ଯେତେବେଳେ ଆପଣ ପ୍ରଥମ ଥର ପାଇଁ ଏକ ଅନୁମୋଦିତ ଆପ୍ କିମ୍ୱା ୱେବ୍ସାଇଟ୍ରେ ସାଇନ୍ ଇନ୍ କରନ୍ତି, Apple ଆପଣଙ୍କ ନାମ, ଇମେଲ୍ ଠିକଣା (ଯଦି ଆପଣଙ୍କ ସଂଗଠନ ଦ୍ୱାରା ପ୍ରଦାନ କରାଯାଏ) ଏବଂ ଏକ ସ୍ବତନ୍ତ୍ର ୟୁଜର୍ ଚିହ୍ନଟକାରୀ ପ୍ରଦାନ କରେ ଯାହା ପ୍ରତ୍ୟେକ ଡିଭେଲପର୍ ପାଇଁ ଅଲଗା ଅଟେ। ଡିଭେଲପର୍ମାନେ ଆପଣଙ୍କୁ ପ୍ରମାଣିତ କରିବାକୁ, ସେମାନଙ୍କ ଇଣ୍ଟର୍ଫେସ୍ ମଧ୍ୟରେ ଆପଣଙ୍କ ନାମ ଡିସପ୍ଲେ କରିବାକୁ ଏବଂ ଉପଯୁକ୍ତ ଅନୁମତି ଏବଂ ଆକ୍ସେସ୍ ପ୍ରଦାନ କରିବାକୁ ଏହି ସୂଚନା ଉପଯୋଗ କରନ୍ତି। ୱେବ୍ସାଇଟ୍ ଡିଭେଲପର୍ମାନେ ସାଧାରଣ ୱେବ୍ ଫଙ୍କ୍ଶନ୍ଗୁଡ଼ିକ ପାଇଁ ଆପଣଙ୍କ ବ୍ରାଉଜର୍ ଦ୍ୱାରା ବ୍ୟବହୃତ ସୂଚନା ମଧ୍ୟ ପ୍ରାପ୍ତ କରିବେ।
ଡିଭେଲପର୍ ଆପଣଙ୍କ ସଂସ୍ଥାକୁ ତାଙ୍କର ଆପ୍ କିମ୍ୱା ୱେବ୍ସାଇଟ୍ରେ ପୂର୍ବରୁ ଥିବା ଆକାଉଣ୍ଟ୍ ପାଇଁ “କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ” ବ୍ୟବହାର କରିବାକୁ ଅନୁମତି ଦେଇପାରିବେ। ଯଦି ଜଣେ ଡିଭେଲପର୍ ଏହାକୁ ସକ୍ଷମ କରିବା ପାଇଁ ବାଛନ୍ତି, ତେବେ ଆପଣଙ୍କ ପାଖରେ ପୂର୍ବରୁ ଥିବା ଏକ ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବା ପାଇଁ ଆପଣ “କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ” ବ୍ୟବହାର କରିପାରିବେ।
ଠକାମି ପ୍ରତିରୋଧ ଏବଂ ନିରାପତ୍ତା କାରଣରୁ, ଆପଣ ପ୍ରଥମ ଥର ପାଇଁ ଏକ ନୂଆ ଆପ୍ରେ “କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ” ବ୍ୟବହାର କରିବା ସମୟରେ, Apple ଡିଭେଲପର୍ ସହ ଏକ ସରଳ ବାଇନରି ସ୍କୋର୍ ଶେୟର୍ କରିବ ଯାହା ଦ୍ୱାରା ଆପଣ ଜଣେ ପ୍ରକୃତ ବ୍ୟକ୍ତି ବୋଲି ବିଶ୍ୱାସ ହେବ। ଏହି ସ୍କୋର୍ ଆପଣଙ୍କ ଡିଭାଇସ୍ ଏବଂ ଡିଭାଇସ୍ର ଉପଯୋଗ ପାର୍ଟନ୍ ବିଷୟରେ ବିସ୍ତୃତ ସୂଚନା ସହିତ ଆପଣଙ୍କ ସାମ୍ପ୍ରତିକ Apple ଆକାଉଣ୍ଟ୍ ଆକ୍ଟିଭିଟିରୁ ପ୍ରାପ୍ତ ହୋଇଛି। ଆପଣ ନିଜର ଡିଭାଇସ୍ କିପରି ବ୍ୟବହାର କରନ୍ତି ସେ ବିଷୟରେ Apple କିମ୍ବା ଡିଭେଲପର୍ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରାପ୍ତ କରେନାହିଁ।
“କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”ର ବ୍ଯବହାର
Apple ଜାଣେ ଯେ, ଆପଣଙ୍କ ସଂଗଠନ କେତେବେଳେ ଏକ ଆପ୍ କିମ୍ବା ୱେବ୍ସାଇଟ୍ ପାଇଁ “କାର୍ଯ୍ଯସ୍ଥଳ ଏବଂ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”କୁ ସକ୍ଷମ କରେ, ଯାହା ଆମକୁ ସାଇନ୍-ଇନ୍ ସେଟ୍ ଅପ୍ କରିବାରେ ସହାୟତା କରିପାରିବ। ଆପଣ ତା’ପରେ ନିଜ iPhone କିମ୍ବା Apple Vision Proରେ ଏକ ଆପ୍ ସାହାଯ୍ଯରେ Apple ସହ ସାଇନ୍ ଇନ୍ ବ୍ୟବହାର କରିବା ସମୟରେ, ଆପଣ କେଉଁ ଆପ୍ରେ ସାଇନ୍ ଇନ୍ କରିଛନ୍ତି କିମ୍ବା କେତେବେଳେ Apple ସହ ସାଇନ୍ ଇନ୍ ବ୍ୟବହାର କରିଛନ୍ତି Apple ତାହା ଦେଖେ ନାହିଁ କିମ୍ବା ତାହାର ହିଷ୍ଟ୍ରି ରଖେ ନାହିଁ — ସେହି ସୂଚନା ଆପଣଙ୍କ ଡିଭାଇସ୍ରେ ରହିଥାଏ। ଆପଣ Safariରେ Apple ସହ ସାଇନ୍ ଇନ୍ ବ୍ଯବହାର କରିବା ସମୟରେ, ଆପଣ ଏକ ୱେବ୍ସାଇଟ୍ରେ ସାଇନ୍ ଇନ୍ କଲେ Apple ତାହା ଦେଖେ ଯାହା ଫଳରେ Apple ଆପଣଙ୍କ ସାଇନ୍ ଇନ୍କୁ ପ୍ରମାଣୀକୃତ କରିପାରିବ, କିନ୍ତୁ ଆପଣ କେଉଁ ୱେବ୍ସାଇଟ୍ରେ ସାଇନ୍ ଇନ୍ କରିଛନ୍ତି କିମ୍ବା କେତେବେଳେ Apple ସହ ସାଇନ୍ ଇନ୍ ବ୍ଯବହାର କରିଛନ୍ତି Apple ତାହାର କୌଣସି ହିଷ୍ଟ୍ରି ରଖେ ନାହିଁ।
ଯଦି ଆପଣ ଏକ ଅନୁମୋଦିତ ଆପ୍ କିମ୍ବା ୱେବ୍ସାଇଟ୍ରେ ସାଇନ୍ ଇନ୍ କରିବା ପାଇଁ “କାର୍ଯ୍ଯସ୍ଥଳ ଏବଂ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”କୁ ବ୍ଯବହାର କରୁଛନ୍ତି, ତେବେ ଡିଭଲେପର୍ ଆପଣଙ୍କୁ ସାଇନ୍ ଇନ୍ କରିବା ପରେ ଅତିରିକ୍ତ ପର୍ସନଲ୍ ଡେଟା ପାଇଁ ପଚାରିପାରନ୍ତି। ଯେକୌଣସି ପର୍ସନଲ୍ ଡେଟା ଯାହାକୁ ଆପଣ କୌଣସି ଡିଭେଲପର୍ଙ୍କୁ ପ୍ରଦାନ କରିବା ପାଇଁ ବାଛନ୍ତି ତାହା ସେମାନଙ୍କ ଗୋପନୀୟତା ନୀତି ଅଧିନରେ ରହିଥାଏ।
“କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”ର ପରିଚାଳନା
ଆପଣଙ୍କ iOS କିମ୍ବା visionOS ଡିଭାଇସ୍ରେ “କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”କୁ ପରିଚାଳନା କରିବା ପାଇଁ ସେଟିଂସ୍ > [ଆପଣଙ୍କ ନାମ] > Apple ସହ ସାଇନ୍ ଇନ୍କୁ ଯାଆନ୍ତୁ। ଆପଣଙ୍କ Mac ରେ, ସିଷ୍ଟମ୍ ସେଟିଂସ୍ > [ଆପଣଙ୍କ ନାମ] > Apple ସହାୟତାରେ ସାଇନ୍ ଇନ୍ କରନ୍ତୁ କିମ୍ବା account.apple.com କୁ ଯାଆନ୍ତୁ ଏବଂ ସାଇନ୍-ଇନ୍ ଏବଂ ସୁରକ୍ଷା ବିଭାଗକୁ ଯାଆନ୍ତୁ, ତା’ପରେ “Apple ସହାୟତାରେ ସାଇନ୍ ଇନ୍ କରନ୍ତୁ”କୁ ଯାଆନ୍ତୁ। ଏଠାରେ ଆପଣ Apple ସହ ସାଇନ୍ ଇନ୍କୁ ବ୍ଯବହାର କରୁଥିବା ଆପ୍ଗୁଡ଼ିକର ଲିଷ୍ଟ୍ ଦେଖିପାରିବେ, ସେମାନଙ୍କ ଗୋପନୀୟତା ନୀତିର ସମୀକ୍ଷା ଏବଂ Apple ସହ ସାଇନ୍ ଇନ୍କୁ ଅକ୍ଷମ କରିପାରିବେ। ଯଦି ଆପଣ କୌଣସି ଆପ୍ ପାଇଁ Apple ସହ ସାଇନ୍ ଇନ୍କୁ ଅକ୍ଷମ କରିବାର ବିକଳ୍ପ ବାଛନ୍ତି, ତେବେ ସେହି ଆପ୍ ପାଇଁ Apple ସହ ସାଇନ୍ ଇନ୍କୁ ସେଟ୍ ଅପ୍ କରିବାକୁ ଡିଭେଲପର୍ଙ୍କ ସହ ଶେୟର୍ କରାଯାଇଥିବା ସୂଚନା ଏବଂ ଡିଭେଲପର୍ ଆପଣଙ୍କ “Apple ଆକାଉଣ୍ଟ୍ ସାହାଯ୍ୟରେ ସାଇନ୍ ଇନ୍ କରନ୍ତୁ” ଆକାଉଣ୍ଟ୍ ସହ ସମ୍ବନ୍ଧିତ କରିଥିବା ଅନ୍ୟ କୌଣସି ସୂଚନା ଡିଭେଲପର୍ଙ୍କ ଗୋପନୀୟତା ନୀତି ଅନୁଯାୟୀ ପରିଚାଳିତ ହେବ।
ଅଧିକ ସୂଚନା
Apple “କାର୍ଯ୍ଯସ୍ଥଳ ଓ ସ୍କୁଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”କୁ ସୁରକ୍ଷା ଦେବା ପାଇଁ କାର୍ଯ୍ଯ କରେ ଯେଉଁଥିରେ Touch ID, Face ID, Optic ID ଏବଂ ଦୃଢ଼ ପାସ୍କୋଡ୍ ବିକଳ୍ପ ଅନ୍ତର୍ଭୁକ୍ତ।
“କାର୍ଯ୍ଯସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ”ର ବ୍ଯବହାର ବିଷୟରେ ଅଣ-ବ୍ୟକ୍ତିଗତ ଡେଟା ଅନ୍ତର୍ଭୁକ୍ତ କରି Apple “କାର୍ଯ୍ଯସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ” ବିଷୟରେ ବେନାମୀ ଏବଂ ଏକତ୍ରିତ ସୂଚନା ପ୍ରାପ୍ତ କରିପାରେ। Apple ଏହି ସୂଚନାକୁ ସମ୍ବନ୍ଧିତ Apple ପ୍ରଡକ୍ଟ୍ ଏବଂ ସେବାରେ ଉନ୍ନତି ଆଣିବା ଏବଂ ଠକାମି ପ୍ରତିରୋଧ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରିପାରେ। ଆମେ ପ୍ରାପ୍ତ କରୁଥିବା କୌଣସି ଅଜ୍ଞାତ କିମ୍ୱା ଏକତ୍ରିତ Apple ସହ ସାଇନ୍ ଇନ୍ ଡେଟା ପୁନଃଚିହ୍ନଟ କରିବା ପାଇଁ Apple ଚେଷ୍ଟା କରିବ ନାହିଁ।
Apple ଦ୍ୱାରା “କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ କରନ୍ତୁ” ବ୍ୟବସ୍ଥା ସମ୍ବନ୍ଧରେ ସଂଗ୍ରହ କରାଯାଇଥିବା ସୂଚନା Apple School Manager ଚୁକ୍ତି ଅନୁଯାୟୀ Apple ଦ୍ୱାରା ଆପଣଙ୍କ ସଂସ୍ଥା ତରଫରୁ ପ୍ରକ୍ରିୟାନ୍ବିତ କରାଯିବ, ଯାହା school.apple.com (ଯଦି ଆପଣଙ୍କ ସଂସ୍ଥା ଏକ ବିଦ୍ୟାଳୟ ଅଟେ), କିମ୍ବା Apple Business Manager ଚୁକ୍ତି, ଯାହା business.apple.com (ଯଦି ଆପଣଙ୍କ ସଂସ୍ଥା ଏକ କମ୍ପାନୀ ଅଟେ)ରେ ମିଳିପାରିବ।
କାର୍ଯ୍ୟସ୍ଥଳ ଓ ସ୍କୂଲ୍ରେ Apple ସହ ସାଇନ୍ ଇନ୍ ସମ୍ବନ୍ଧରେ ଆପଣଙ୍କ ବ୍ୟକ୍ତିଗତ ଡେଟା କିପରି ପ୍ରକ୍ରିୟାନ୍ବିତ ହୋଇଛି ସେ ବିଷୟରେ ଯଦି ଆପଣଙ୍କର ପ୍ରଶ୍ନ ଅଛି, ଆପଣଙ୍କ ସଂଗଠନର IT ଆଡ୍ମିନିଷ୍ଟ୍ରେଟର୍ଙ୍କ ସହ ଯୋଗାଯୋଗ କରନ୍ତୁ।
2025-12-12