Apple ସହ ସାଇନ୍ ଇନ୍ ଏବଂ ଗୋପନୀୟତା

Apple ସହ ସାଇନ୍ ଇନ୍ ସେଟ୍ ଅପ୍ କରିବା ସମୟରେ, ଆପଣଙ୍କ Apple ଆକାଉଣ୍ଟ୍‌ ଏବଂ ଡିଭାଇସ୍‌ର ଉପଯୋଗ ପ୍ଯାଟର୍ନ୍‌ ବିଷୟରେ ସୂଚନା ଠକାମିର ପ୍ରତିରୋଧ କରିବାରେ ସହାୟତା କରିବା ପାଇଁ Apple ଦ୍ୱାରା ଉପଯୋଗ କରାଯାଇପାରେ।
 

Apple ସହ ସାଇନ୍ ଇନ୍ ଆପଣଙ୍କୁ ଏପରି ଏକ ସାଇନ୍ ଇନ୍ ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖେ ଏବଂ Apple ପ୍ରଡକ୍ଟ୍‌ରେ ଥିବା ସୁରକ୍ଷା ଦ୍ୱାରା ସୁରକ୍ଷିତ ହୋଇଥାଏ।


Privacy Icon

  • Apple ସହ ସାଇନ୍ ଇନ୍ ଆପଣଙ୍କୁ ନିଜର ଗୋପନୀୟତା ସୁରକ୍ଷିତ ରଖି ଆପ୍ ଏବଂ ୱେବ୍‌ସାଇଟ୍‌ରେ ସାଇନ୍ ଇନ୍ କରିବାକୁ ଅନୁମତି ଦିଏ।
  • କିଛି ଡିଭେଲପର୍‌ ଆପଣଙ୍କ ନାମ ପଚାରିପାରନ୍ତି ଯାହାକୁ ଆପଣ ଏଡିଟ୍‌ କରିପାରିବେ। ସେମାନେ ଆପଣଙ୍କ ଇମେଲ୍ ମଧ୍ୟ ମାଗିପାରିବେ, ଯାହା ଆପଣ ସିଧାସଳଖ ପ୍ରଦାନ କରିପାରିବେ କିମ୍ବା ଏକ ଏଲିଅସ୍‌ ବ‍୍ୟବହାର କରିପାରିବେ।
  • ଆପଣ ଏକ ଆପ୍ କିମ୍ୱା ୱେବ୍‌ସାଇଟ୍ ପାଇଁ Apple ସହ ସାଇନ୍ ଇନ୍ ସକ୍ଷମ କରିଛନ୍ତି କି ନାହିଁ, ତାହା Apple ଜାଣେ କିନ୍ତୁ ଆପଣ କେଉଁ ଆପ୍ କିମ୍ୱା ୱେବ୍‌ସାଇଟ୍‌ରେ କେତେବେଳେ ସାଇନ୍ ଇନ୍ କରନ୍ତି ତାହା ଟ୍ରାକ୍ କରେ ନାହିଁ।
  • ଆପଣ ପ୍ରଥମ ଥର ଏକ ଆପ୍‌ରେ ସାଇନ୍ ଇନ୍ କରିବା ପାଇଁ Apple ସହ ସାଇନ୍ ଇନ୍ ବ୍ଯବହାର କରିବା ସମୟରେ ଠକାମିର ପ୍ରତିରୋଧ କରିବାରେ ସାହାଯ୍ଯ କରିବା ପାଇଁ Apple ଆପଣଙ୍କ ଡିଭାଇସ୍ ବିଷୟରେ ସୂଚନା ସହିତ ଆପଣଙ୍କର ଆକାଉଣ୍ଟ୍ ଏବଂ Apple ସହିତ ଅନୁଭୂତି ବିଷୟରେ ସୂଚନା ବ୍ଯବହାର କରେ।

Apple ସହ ସାଇନ୍ ଇନ୍‌ ସକ୍ଷମ କରାଯାଉଛି

ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରୁଥିବା ସୂଚନା ପ୍ରଦାନ ନ କରି ଆପଣଙ୍କୁ ଏକ ଆପ୍ (କିମ୍ୱା ଆପ୍ କ୍ଲିପ୍)ରେ ସାଇନ୍ ଇନ୍ କରିବାକୁ ଅନୁମତି ଦେଇ Apple ସହ ସାଇନ୍ ଇନ୍‌ ଦ୍ବାରା ଆପଣଙ୍କ ଗୋପନୀୟତା ସୁରକ୍ଷିତ ରହିଥାଏ। Apple ସହ ସାଇନ୍ ଇନ୍‌ ଦ୍ୱାରା ଆପଣ ଏକ ୱେବ୍‌ସାଇଟ୍‌ରେ ସାଇନ୍ ଇନ୍ କରିପାରିବେ ଯେଉଁଥିରେ ଡିଭେଲପର୍‌ଙ୍କୁ କୌଣସି ଅତିରିକ୍ତ ସୂଚନା ପ୍ରଦାନ କରିବାକୁ ପଡ଼େ ନାହିଁ ଯାହା ଆପଣଙ୍କୁ ସାଧାରଣ ୱେବ୍ ଫଙ୍କ୍‌ଶନ୍‌ଗୁଡ଼ିକ ପାଇଁ ଆପଣଙ୍କ ବ୍ରାଉଜର୍ ଦ୍ୱାରା ବ୍ୟବହୃତ ସୂଚନା ବାହାରେ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରିପାରେ। ଏହା ପରିବର୍ତ୍ତେ, ଯେତେବେଳେ ଆପଣ Apple ସହ ସାଇନ୍ ଇନ୍‌ ଉପଯୋଗ କରନ୍ତି, Apple ଆପ୍ ଡିଭେଲପର୍‌କୁ ଏକ ଅନନ୍ଯ ଚିହ୍ନଟକାରୀ ପ୍ରଦାନ କରେ, ଯାହା ଆପଣଙ୍କୁ ଆପଣଙ୍କ ସୂଚନା ଗୋପନୀୟ ରଖିବାକୁ ଅନୁମତି ଦିଏ। ଭିନ୍ନ ଭିନ୍ନ ଡିଭେଲପର୍ ସମସ୍ତ ଆପ୍‌ଗୁଡ଼ିକରେ ଆପଣଙ୍କ ବିଷୟରେ ସୂଚନା ସଂଗ୍ରହ ଏବଂ ଶେୟର୍ କରିବାକୁ ପ୍ରତିରୋଧ କରିବାରେ ସାହାଯ‍୍ୟ କରିବା ପାଇଁ ଏହି ଚିହ୍ନଟକାରୀ ପ୍ରତ୍ୟେକ ଆପ୍ ଡିଭେଲପର୍‌ ପାଇଁ ଅଲଗା ଅଟେ। ଡିଭେଲପର୍‌ ଆପଣଙ୍କୁ ତାଙ୍କର ଆପ୍ କିମ୍ୱା ୱେବ୍‌ସାଇଟ୍‌ରେ ପୂର୍ବରୁ ଥିବା ଆକାଉଣ୍ଟ୍‌ ପାଇଁ Apple ସହ ସାଇନ୍ ଇନ୍‌ ବ୍ୟବହାର କରିବା ପାଇଁ ମଧ୍ୟ ଅନୁମତି ଦେଇପାରିବେ। ଯଦି ଜଣେ ଡିଭେଲପର୍‌ ଏହାକୁ ସକ୍ଷମ କରିବା ପାଇଁ ବାଛନ୍ତି, ତେବେ ଆପଣ ନିଜ ପାଖରେ ପୂର୍ବରୁ ଥିବା ଆକାଉଣ୍ଟ୍ ରଖିପାରିବେ କିନ୍ତୁ Apple ସହ ସାଇନ୍ ଇନ୍‌ ବ୍ୟବହାର କରି ଏଥିରେ ସାଇନ୍ ଇନ୍ କରିପାରିବେ।

ଯେହେତୁ କିଛି ନିର୍ଦ୍ଦିଷ୍ଟ ଆପ୍‌ ପାଖରେ ଆପଣଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାର କାରଣ ଥାଇପାରେ — ଉଦାହରଣ ସ୍ୱରୂପ, ଆପଣଙ୍କ ଆକାଉଣ୍ଟ୍‌କୁ ନାମ ମାଧ‍୍ୟମରେ ଦେଖିବା କିମ୍ବା ଇମେଲ୍ ମାଧ‍୍ୟମରେ ଆପଣଙ୍କ ସହ ଯୋଗାଯୋଗ କରିବା — ଆପଣ Apple ସହ ସାଇନ୍ ଇନ୍‌ କରିବା ସମୟରେ କିଛି ଡିଭେଲପର୍ ଆପଣଙ୍କ ନାମ କିମ୍ବା ଇମେଲ୍ ଠିକଣା ମାଗିପାରନ୍ତି। ଡିଫଲ୍ଟ୍‌ ଭାବରେ ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ବନ୍ଧିତ ନାମ ବ‍୍ୟବହାର କରାଯିବ, ଯାହାକୁ ଆପଣ ଡିଭେଲପର୍ ସହିତ ଶେୟର୍‌ କରିବା ପୂର୍ବରୁ ଏଡିଟ୍‌ କରିପାରିବେ। ଯଦି ଡିଭେଲପର୍ ଏକ ଇମେଲ୍ ଠିକଣା ମାଗିଥାଏ, ତେବେ ଆପଣ ନିଜର Apple ଆକାଉଣ୍ଟ୍‌ ସମ୍ବନ୍ଧିତ ଇମେଲ୍ ଠିକଣାରୁ ଯେକୌଣସି ଠିକଣା ପ୍ରଦାନ କରିବା ପାଇଁ ବାଛିପାରିବେ କିମ୍ବା ନିଜର ଇମେଲ୍ ଠିକଣା ଲୁଚାଇ ପାରିବେ। ଯଦି ଆପଣ ଆପଣଙ୍କ ଇମେଲ୍‌ ଠିକଣାକୁ ଡିଭେଲପର୍‌ଙ୍କଠାରୁ ଲୁଚାଇବାକୁ ବାଛନ୍ତି, ତେବେ Apple ଆପଣଙ୍କ ସହିତ ଯୋଗାଯୋଗ କରିବା ପାଇଁ ଡିଭେଲପର୍‌ଙ୍କ ବ୍ଯବହାର ଉଦ୍ଦେଶ‍୍ୟରେ ଏକ ସ୍ବତନ୍ତ୍ର ଇମେଲ୍‌ ଠିକଣା ତିଆରି କରି ପ୍ରଦାନ କରିବ। Apple ସେହି ଠିକଣାରେ ପ୍ରାପ୍ତ ଇମେଲ୍‌କୁ ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ବନ୍ଧିତ ଏକ ଇମେଲ୍‌ ଠିକଣାକୁ ପଠାଇବ; Apple ମେସେଜ୍ ଡିଲିଭରି ହେବା ପରେ କିମ୍ବା ଡିଲିଭରି ନହେବାର ଅଳ୍ପ ସମୟ ପରେ ତାହା ଡିଲିଟ୍ କରି ଦେବ। ଆପଣଙ୍କ iOS, iPadOS କିମ୍ବା visionOS ଡିଭାଇସ୍‌ରେ, ଆପଣ ସେଟିଂସ୍ > [ଆପଣଙ୍କ ନାମ] > iCloud > iCloud ମେଲ୍‌ > ମେଲ୍‌ ଫର୍‌ୱର୍ଡିଂକୁ ଯାଇ ସେହି ଇମେଲ୍‌ ଠିକଣାକୁ ବଦଳାଇପାରିବେ ଯେଉଁଥିରେ ଇମେଲ୍ ଫର୍‌ୱର୍ଡ୍‌ କରାଯାଏ କିମ୍ବା ଇମେଲ୍ ଫର୍‌ୱର୍ଡ୍‌ କରିବା ଅକ୍ଷମ କରିପାରିବେ। ଆପଣଙ୍କ Macରେ, ସିଷ୍ଟମ୍ ସେଟିଂସ୍ > [ଆପଣଙ୍କ ନାମ] > ବ୍ଯକ୍ତିଗତ ସୂଚନାକୁ ଯାଆନ୍ତୁ। ଆପଣ “ମୋ ଇମେଲ୍‌ ଲୁଚାନ୍ତୁ” ସହିତ ବ୍ଯବହାର କରିଥିବା ଏକ ଇମେଲ୍‌ ଠିକଣାକୁ ନିଷ୍କ୍ରିୟ ଏବଂ ଡିଲିଟ୍‌ କରିବା ସମୟରେ, ଏହାର ଅପବ‍୍ୟବହାର ରୋକିବା ପାଇଁ ଏହାକୁ 30 ଦିନ ପାଇଁ ଆପଣଙ୍କ Apple ଆକାଉଣ୍ଟ୍‌ ସହ ଜଡ଼ିତ କରି ରଖାଯାଏ। କାଢ଼ି ଦିଆଯାଇଥିବା ଠିକଣା ତା’ପରେ ଆପଣଙ୍କ Apple ଆକାଉଣ୍ଟ୍‌ରୁ ସ୍ଥାୟୀ ଭାବରେ ଡିଲିଟ୍‌ ହୋଇଯାଏ ଏବଂ କେବଳ ସୁରକ୍ଷା ଉଦ୍ଦେଶ୍ଯ ଯେପରି କି ଠିକଣାକୁ ପୁନଃ ଜାରି କରିବାରୁ ରୋକିବା ପାଇଁ ରଖାଯାଇଥାଏ।

ଯଦି ଆପଣ କୌଣସି ଆପ୍‌ ପାଇଁ Apple ସହ ସାଇନ୍ ଇନ୍‌ ସକ୍ଷମ କରିବାର ବିକଳ୍ପ ବାଛନ୍ତି, ତେବେ ସେହି ପସନ୍ଦକୁ iCloud ପାଇଁ ବ୍ଯବହାର ହୋଇଥିବା Apple ଆକାଉଣ୍ଟ୍‌ ସହିତ ଲିଙ୍କ୍ କରି ଦିଆଯାଏ ଯାହାଫଳରେ ଆପଣ ନିଜର ସମସ୍ତ Apple ଡିଭାଇସ୍‌ରେ ସେହି ଆପ୍‌ ପାଇଁ Apple ସହ ସାଇନ୍ ଇନ୍‌କୁ ସହଜରେ ବ‍୍ୟବହାର କରିପାରିବେ।

ଠକାମି ପ୍ରତିରୋଧ ଏବଂ ନିରାପତ୍ତା କାରଣରୁ, ଆପଣ ପ୍ରଥମ ଥର ପାଇଁ ଏକ ନୂଆ ଆପ୍‌ରେ Apple ସହ ସାଇନ୍ ଇନ୍‌ ବ୍ୟବହାର କରିବା ସମୟରେ, Apple ଡିଭେଲପର୍‌ଙ୍କ ସହ ଏକ ସରଳ ବାଇନରି ସ୍କୋର୍ ଶେୟର୍ କରିବ ଯାହା ଦ୍ୱାରା ଆପଣ ଜଣେ ପ୍ରକୃତ ବ୍ୟକ୍ତି ବୋଲି ଡିଭେଲପର୍ ବିଶ୍ୱାସ କରିବେ। ଏହି ସ୍କୋର୍‌ ଆପଣଙ୍କ ଡିଭାଇସ୍ ଏବଂ ଡିଭାଇସ୍‌ର ଉପଯୋଗ ପ‍୍ୟାଟର୍ନ୍‌ ବିଷୟରେ ବିସ୍ତୃତ ସୂଚନା ସହିତ ଆପଣଙ୍କ ସାମ୍ପ୍ରତିକ Apple ଆକାଉଣ୍ଟ୍‌ ଆକ୍ଟିଭିଟିରୁ ପ୍ରାପ୍ତ ହୋଇଛି। ଆପଣ ନିଜର ଡିଭାଇସ୍ କିପରି ବ‍୍ୟବହାର କରନ୍ତି ସେ ବିଷୟରେ Apple କିମ୍ବା ଡିଭେଲପର୍ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରାପ୍ତ କରନ୍ତି ନାହିଁ।

Apple ସହ ସାଇନ୍ ଇନ୍‌ ବ୍ଯବହାର କରିବା

ଆପଣ କୌଣସି ଆପ୍‌ କିମ୍ବା ୱେବ୍‌ସାଇଟ୍‌ ପାଇଁ Apple ସହ ସାଇନ୍ ଇନ୍‌ ସକ୍ଷମ କଲେ Apple ଜାଣିପାରେ ଯାହା ଫଳରେ ଆମେ ସାଇନ୍‌-ଇନ୍‌ ସେଟ୍‌ ଅପ୍‌ କରିବାରେ ସହାୟତା କରିପାରିବୁ। ଆପଣ ତା’ପରେ ନିଜ iPhoneର ଏକ ଆପ୍‌ରେ Apple ସହ ସାଇନ୍ ଇନ୍‌ ବ‍୍ୟବହାର କଲେ, ଆପଣ Apple ସହ ସାଇନ୍ ଇନ୍‌ର ବ‍୍ୟବହାର କେତେବେଳେ କରିଛନ୍ତି କିମ୍ବା ତାହାର ହିଷ୍ଟ୍ରିକୁ Apple ଦେଖେ ନାହିଁ କିମ୍ବା ରଖେ ନାହିଁ — ସେହି ସୂଚନା ଆପଣଙ୍କ ଡିଭାଇସ୍‌ରେ ରହିଥାଏ। ଆପଣ Safariରେ Apple ସହ ସାଇନ୍ ଇନ୍‌ ବ୍ଯବହାର କରିବା ସମୟରେ, ଆପଣ ଏକ ୱେବ୍‌ସାଇଟ୍‌ରେ ସାଇନ୍‌ ଇନ୍ କଲେ Apple ତାହା ଦେଖେ ଯାହା ଫଳରେ Apple ଆପଣଙ୍କ ସାଇନ୍‌ ଇନ୍‌କୁ ପ୍ରମାଣୀକୃତ କରିପାରିବ, କିନ୍ତୁ ଆପଣ କେଉଁ ୱେବ୍‌ସାଇଟ୍‌ରେ ସାଇନ୍‌ ଇନ୍ କରିଛନ୍ତି କିମ୍ବା କେତେବେଳେ Apple ସହ ସାଇନ୍ ଇନ୍‌ ବ୍ଯବହାର କରିଛନ୍ତି Apple ତାହାର କୌଣସି ହିଷ୍ଟ୍ରି ରଖେ ନାହିଁ।

ଏପରିକି ଯଦି ଆପଣ ଏକ ଅନୁମୋଦିତ ଆପ୍‌ କିମ୍ବା ୱେବ୍‌ସାଇଟ୍‌ରେ ସାଇନ୍‌ ଇନ୍‌ କରିବା ପାଇଁ Apple ସହ ସାଇନ୍ ଇନ୍‌ ବ୍ଯବହାର କରୁଛନ୍ତି, ତେବେ ଡିଭଲେପର୍‌ ଆପଣଙ୍କୁ ସାଇନ୍‌ ଇନ୍‌ କରିବା ପରେ ଅତିରିକ୍ତ ପର୍ସନଲ୍‌ ସୂଚନା ପାଇଁ ପଚାରିପାରନ୍ତି। ଯେକୌଣସି ପର୍ସନଲ୍‌ ସୂଚନା ଯାହାକୁ ଆପଣ କୌଣସି ଡିଭେଲପର୍‌ଙ୍କୁ ପ୍ରଦାନ କରିବା ପାଇଁ ବାଛନ୍ତି ତାହା ସେମାନଙ୍କ ଗୋପନୀୟତା ନୀତି ଅଧୀନରେ ରହିଥାଏ।

Apple ସହ ସାଇନ୍ ଇନ୍‌ ପରିଚାଳନା କରିବା

Apple ସହ ସାଇନ୍ ଇନ୍ ପରିଚାଳନା କରିବାକୁ, ସେଟିଂସ୍ > [ଆପଣଙ୍କ ନାମ] > ସାଇନ୍‌ ଇନ୍‌ ଏବଂ ସୁରକ୍ଷା > iOSରେ ଆପଣଙ୍କ Apple ଆକାଉଣ୍ଟ୍‌ର ବ‍୍ୟବହାର କରୁଥିବା ଆପ୍‌କୁ ଯାଆନ୍ତୁ, Macରେ ସେଟିଂସ୍ > [ଆପଣଙ୍କ ନାମ] > ସାଇନ୍‌ ଇନ୍‌ ଏବଂ ସୁରକ୍ଷାକୁ ଯାଆନ୍ତୁ କିମ୍ବା account.apple.com କୁ ଯାଇ “ସାଇନ୍‌-ଇନ୍ କରନ୍ତୁ” ଏବଂ ସୁରକ୍ଷା ବିଭାଗକୁ ଯାଆନ୍ତୁ, ତା’ପରେ Apple ସହ ସାଇନ୍ ଇନ୍‌କୁ ଯାଆନ୍ତୁ। ସେଠାରେ, ଆପଣଙ୍କୁ Apple ସହ ସାଇନ୍ ଇନ୍‌ ବ୍ଯବହାର କରୁଥିବା ଆପ୍‌ଗୁଡ଼ିକର ଲିଷ୍ଟ୍‌ ମିଳିପାରିବ, ସେଗୁଡ଼ିକର ଗୋପନୀୟତା ନୀତିର ସମୀକ୍ଷା କରନ୍ତୁ ଏବଂ Apple ସହ ସାଇନ୍ ଇନ୍‌କୁ ଅକ୍ଷମ କରନ୍ତୁ। ଯଦି ଆପଣ କୌଣସି ଆପ୍‌ ପାଇଁ Apple ସହ ସାଇନ୍ ଇନ୍‌କୁ ଅକ୍ଷମ କରିବାର ବିକଳ୍ପ ବାଛନ୍ତି, ତେବେ ସେହି ଆପ୍‌ ପାଇଁ Apple ସହ ସାଇନ୍ ଇନ୍‌କୁ ସେଟ୍‌ ଅପ୍‌ କରିବାକୁ ଡିଭେଲପର୍‌ଙ୍କ ସହ ଶେୟର୍ କରାଯାଇଥିବା ସୂଚନା ଏବଂ ଡିଭେଲପର୍‌ ଆପଣଙ୍କ “Apple ଆକାଉଣ୍ଟ୍‌ ସାହାଯ‍୍ୟରେ ସାଇନ୍‌ ଇନ୍‌ କରନ୍ତୁ” ଆକାଉଣ୍ଟ୍ ସହ ସମ୍ବନ୍ଧିତ କରିଥିବା ଅନ‍୍ୟ କୌଣସି ସୂଚନା ଡିଭେଲପର୍‌ଙ୍କ ଗୋପନୀୟତା ନୀତି ଅନୁଯାୟୀ ପରିଚାଳିତ ହେବ।

ଅଧିକ ସୂଚନା

Apple ସହ ସାଇନ୍ ଇନ୍‌କୁ ସୁରକ୍ଷା ଦେବା ପାଇଁ Apple ଦୃଢ଼ ପ୍ରମାଣୀକରଣ ସହିତ କାର୍ଯ୍ଯ କରେ — ଯାହା Touch ID, Face ID, ଏବଂ ଦୃଢ଼ ପାସ୍‌କୋଡ୍‌ ବିକଳ୍ପ ଦ୍ବାରା ପରିଚାଳିତ ହୁଏ।

Apple ସହ ସାଇନ୍ ଇନ୍‌ ବିଷୟରେ ଅଜ୍ଞାତ ଏବଂ ଏକତ୍ରିତ ସୂଚନା Apple ପ୍ରାପ୍ତ କରିପାରେ, ଯେଉଁଥିରେ Apple ସହ ସାଇନ୍ ଇନ୍‌ର ବ୍ୟବହାର ବିଷୟରେ ସୂଚନା ଅନ୍ତର୍ଭୁକ୍ତ। କୌଣସି ସଂଗୃହୀତ ସୂଚନା ଆପଣଙ୍କୁ ବ୍ଯକ୍ତିଗତ ଭାବେ ଚିହ୍ନଟ କରେ ନାହିଁ। Apple ଏପରି ସୂଚନା ବ୍ୟବହାର କରିପାରେ ଯାହା ଆପଣଙ୍କୁ Apple ଉତ୍ପାଦ ଏବଂ ସେବାଗୁଡ଼ିକ ଉନ୍ନତ କରିବା, ମାର୍କେଟିଂ ଏବଂ ଠକେଇ ପ୍ରତିରୋଧ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ ଚିହ୍ନଟ କରେ ନାହିଁ। ଆମେ ପ୍ରାପ୍ତ କରୁଥିବା କୌଣସି ଅଜ୍ଞାତ କିମ୍ୱା ଏକତ୍ରିତ Apple ସହ ସାଇନ୍ ଇନ୍‌ ଡେଟା ପୁନଃଚିହ୍ନଟ କରିବା ପାଇଁ Apple ଚେଷ୍ଟା କରିବ ନାହିଁ।

Apple ଆଇନଗତ ଆବଶ୍ଯକତା ଅନୁଯାୟୀ ଏବଂ ଠକେଇ ପ୍ରତିରୋଧ ପାଇଁ ଆପଣଙ୍କ ସୂଚନା ବ୍ୟବହାର କରିବ । Apple ସହ ସାଇନ୍ ଇନ୍‌ର ବ‍୍ୟବହାର କରି, ଆପଣ Apple ଏବଂ ତା’ର ସହଯୋଗୀମାନଙ୍କୁ ଏବଂ ଏଜେଣ୍ଟ୍‌ମାନଙ୍କ ଦ୍ବାରା ଉପରୋକ୍ତ ବର୍ଣ୍ଣନାନୁସାରେ ଏହି ସୂଚନାର ସଂଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାନ୍ବିତ କରିବା ଏବଂ ତାହାର ବ‍୍ୟବହାର କରାଯିବା ପାଇଁ ସହମତ ହେଉଛନ୍ତି ଏବଂ ଅନୁମତି ଦେଉଛନ୍ତି।

Appleର ଗୋପନୀୟତା ନୀତିରେ କିମ୍ବା ଆମର ସେବା-ନିର୍ଦ୍ଦିଷ୍ଟ ଗୋପନୀୟତା ନୋଟିସ୍‌ରେ ବର୍ଣ୍ଣିତ ହୋଇଥିବା ଅନୁଯାୟୀ କିମ୍ବା ଆଇନଗତ ଆବଶ୍ୟକତା ଅନୁଯାୟୀ, ଯେଉଁ ଉଦ୍ଦେଶ୍ୟ ପାଇଁ ଏହା ସଂଗ୍ରହ କରାଯାଇଥିଲା ତାହା କେବଳ ପୂରଣ ହେବା ପର୍ଯ‍୍ୟନ୍ତ ହିଁ Apple ବ‍୍ୟକ୍ତିଗତ ସୂଚନା ରଖିଥାଏ। ରିଟେନ୍‌ଶନ୍‌ ଅବଧିର ମୂଲ୍ୟାଙ୍କନ କରିବା ସମୟରେ, ଆମେ ପ୍ରଥମେ ସଂଗୃହୀତ ବ‍୍ୟକ୍ତିଗତ ସୂଚନାକୁ ରଖିବା ଆବଶ୍ୟକ କି ନାହିଁ ତାହା ସତର୍କତାର ସହ ଯାଞ୍ଚ କରିଥାଉ ଏବଂ ଯଦି ରଖିବା ଆବଶ୍ୟକ ହୁଏ ତେବେ ଆଇନ ଦ୍ୱାରା ଅନୁମତିପ୍ରାପ୍ତ ସବୁଠାରୁ ଛୋଟ ସମ୍ଭାବ୍ଯ ଅବଧି ପାଇଁ ବ‍୍ୟକ୍ତିଗତ ସୂଚନା ରଖିବା ଦିଗରେ କାର୍ଯ‍୍ୟ କରିଥାଉ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ

2025-12-12