ସର୍ଚ୍ଚ୍ ଏବଂ ଗୋପନୀୟତା

Apple କୁ Safari, Siri, ଏବଂ Spotlight ରେ ଆପଣଙ୍କ ଦ୍ବାରା କରାଯାଇଥିବା ସର୍ଚ୍ଚ୍‌କୁ ଆପଣଙ୍କ ସହିତ ଲିଙ୍କ୍ ନ କରି ଷ୍ଟୋର୍ କରିବାକୁ ଅନୁମତି ଦେଇ “ସର୍ଚ୍ଚ୍”କୁ ଉନ୍ନତ କରିବାରେ ସାହାଯ୍ଯ କରନ୍ତୁ। ସର୍ଚ୍ଚ୍‌ରେ ସାଧାରଣ ଜ୍ଞାନ ବିଷୟରେ ସୂଚନା ଏବଂ ମ୍ଯୂଜିକ୍ ଚଲାଇବା ଏବଂ ଦିଗନିର୍ଦ୍ଦେଶ ପ୍ରାପ୍ତ କରିବା ପରି କାର୍ଯ୍ଯ କରିବାକୁ ଅନୁରୋଧଗୁଡ଼ିକ ଅନ୍ତର୍ଭୁକ୍ତ।
 

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ ସର୍ଚ୍ଚ୍‌କୁ ଡିଜାଇନ୍ କରାଯାଇଛି।


ସର୍ଚ୍ଚ୍ ଫଳାଫଳକୁ ଅଧିକ ପ୍ରାସଙ୍ଗିକ କରିବା ପାଇଁ କିଛି ସୂଚନା Apple କୁ ପଠାଯାଏ ଏବଂ ଏହା ଆପଣଙ୍କ ସହିତ ସମ୍ବନ୍ଧିତ ନୁହେଁ

ଯେତେବେଳେ ଆପଣ ଲୁକ୍ ଅପ୍ କିମ୍ବା ଭିଜୁଅଲ୍ ଲୁକ୍ ଅପ୍ ବ୍ୟବହାର କରନ୍ତି, ସର୍ଚ୍ଚ୍‌ରେ ଟାଇପ୍ କରନ୍ତି, Safari ସର୍ଚ୍ଚ୍ କରନ୍ତି, ମେସେଜ୍‌ରେ #ଇମେଜ୍ ସର୍ଚ୍ଚ୍ କରନ୍ତି କିମ୍ବା ଯେତେବେଳେ ଆପଣ Spotlight ଇନ୍‌ଭୋକ୍ କରନ୍ତି, ଅପ୍-ଟୁ-ଡେଟ୍ ପରାମର୍ଶ ପ୍ରଦାନ କରିବା ପାଇଁ Apple କୁ ସୀମିତ ସୂଚନା ପଠାଯିବ। Apple କୁ ପଠାଯାଇଥିବା କୌଣସି ସୂଚନା ଆପଣଙ୍କୁ ଚିହ୍ନଟ କରେ ନାହିଁ ଏବଂ ଏହା 15 ମିନିଟ୍‌ର ର‍୍ୟାଣ୍ଡମ୍, କ୍ରମାଗତ ଭାବରେ ଘୂର୍ଣ୍ଣିତ ଡିଭାଇସ୍ ଦ୍ବାରା ଜେନରେଟ୍ ହୋଇଥିବା ଚିହ୍ନଟକାରୀଙ୍କ ସହ ସମ୍ବନ୍ଧିତ ଅଟେ। ଏହି ସୂଚନାରେ ଲୋକେଶନ୍, ରୁଚିପୂର୍ଣ୍ଣ ବିଷୟ, (ଉଦାହରଣ ସ୍ୱରୂପ, ରୋଷେଇ କରିବା କିମ୍ବା ବାସ୍କେଟ୍‌ବଲ୍), ଆପଣଙ୍କ ସର୍ଚ୍ଚ୍ କ୍ୱେରି, ଅନ୍ତର୍ଭୁକ୍ତ ଥିବା ଭିଜୁଅଲ୍ ସର୍ଚ୍ଚ୍ କ୍ୱେରି, ଆପଣଙ୍କ ସର୍ଚ୍ଚ୍ କ୍ୱେରି ସମ୍ବନ୍ଧୀୟ ପ୍ରାସଙ୍ଗିକ ସୂଚନା, ଆପଣଙ୍କ ଚୟନିତ ପରାମର୍ଶ, ଆପଣ ବ‍୍ୟବହାର କରୁଥିବା ଆପ୍, ଏବଂ ସମ୍ବନ୍ଧିତ ଡିଭାଇସ୍ ଉପଯୋଗ ଡେଟା ଅନ୍ତର୍ଭୁକ୍ତ ରହିପାରେ। ଏହି ସୂଚନାରେ ସେହି ସର୍ଚ୍ଚ୍ ଫଳାଫଳକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ ଯାହା ଆପଣଙ୍କ ଡିଭାଇସ୍‌ର ଫାଇଲ୍ କିମ୍ବା ବିଷୟବସ୍ତୁକୁ ଦେଖାଏ। ଯଦି ଆପଣ ସଙ୍ଗୀତ କିମ୍ୱା ଭିଡିଓ ସବ୍‌ସ୍କ୍ରିପ୍ସନ୍ ସେବାକୁ ସବ୍‌ସ୍କ୍ରାଇବ୍ କରିଛନ୍ତି, ସେହି ସେବାର ନାମ ଏବଂ ସବ୍‌ସ୍କ୍ରିପ୍ସନ୍‌ର ପ୍ରକାର Apple କୁ ପଠାଯାଇପାରେ। ଆପଣଙ୍କ ଆକାଉଣ୍ଟ୍ ନାମ, ନମ୍ୱର୍ ଏବଂ ପାସ୍‌ୱର୍ଡ୍ Apple କୁ ପଠାଯିବ ନାହିଁ।

ଆପଣ Siri ବ୍ୟବହାର କରି ସର୍ଚ୍ଚ୍ ମଧ୍ୟ କରିପାରିବେ, ଯେପରିକି Siri କୁ ସାଧାରଣ ଜ୍ଞାନ ପାଇଁ କିମ୍ବା ଦିଗ ଖୋଜିବା ପରି କାର୍ଯ୍ଯ ପାଇଁ କହିପାରିବେ। ଯେତେବେଳେ ଆପଣ Siri ବ୍ୟବହାର କରନ୍ତି, ଆପଣଙ୍କ ଅନୁରୋଧର ଟ୍ରାନ୍‌ସ୍କ୍ରିପ୍ଟ୍ ଏବଂ ଅନ୍ୟ ଡେଟା ଆପଣଙ୍କ ଅନୁରୋଧ ପ୍ରକ୍ରିୟାନ୍ବିତ କରିବା ପାଇଁ Apple କୁ ପଠାଯାଇପାରେ ଏବଂ ଷ୍ଟୋର୍ ହୋଇପାରେ। ଆପଣ ସେଟିଂସ୍ > Siri କୁ ଯାଇ Siri ଆପଣଙ୍କ ଡେଟା କିପରି ପରିଚାଳନା କରେ ସେ ବିଷୟରେ ଅଧିକ ଜାଣିପାରିବେ।

ଆପଣଙ୍କ ସର୍ଚ୍ଚ୍ ସହ ସମ୍ବନ୍ଧିତ Apple କୁ ପଠାଯାଇଥିବା ସୂଚନାର ବ୍ଯବହାର ଆପଣଙ୍କ ଅନୁରୋଧ ପ୍ରକ୍ରିୟାକରଣ କରିବା ଏବଂ ସର୍ଚ୍ଚ୍ ମଡେଲ୍ ଫାଇନ୍-ଟ‍୍ୟୂନ୍ କରିବା ପାଇଁ ଆପଣଙ୍କ ସର୍ଚ୍ଚ୍ କ୍ବେରୀର ବ୍ଯବହାର କରିବା ପରି ତଥ‍୍ୟ ମାଧ‍୍ୟମରେ ସର୍ଚ୍ଚ୍ ଫଳାଫଳର ବିକାଶ ଏବଂ ଉନ୍ନତି ପାଇଁ କରାଯାଏ। ଏହା ଆପଣଙ୍କ Apple ଆକାଉଣ୍ଟ୍ କିମ୍ବା ଇମେଲ୍ ଠିକଣା ସହିତ ଲିଙ୍କ୍ ହୋଇନାହିଁ।

ଏକତ୍ରିତ ସୂଚନା ଅନ‍୍ୟ Apple ପ୍ରଡକ୍ଟ୍ ଓ ସେବାକୁ ଉନ୍ନତ କରିବା ପାଇଁ ବ୍ଯବହାର କରାଯାଇପାରେ। Apple ସର୍ଚ୍ଚ୍ କ୍ବେରିର ଏକ ସୀମିତ, ର‍୍ୟାଣ୍ଡମ୍ ଉପାୟରେ ନମୁନାଭୁକ୍ତ ସେଟ୍‌କୁ “ସର୍ଚ୍ଚ୍” ଫୀଚର୍‌ର କାର୍ଯ୍ଯକ୍ଷମତା ଏବଂ ଗୁଣବତ୍ତାର ଆକଳନ କରିବା ଏବଂ ସେଥିରେ ଉନ୍ନତି ଆଣିବା ପାଇଁ ସର୍ଚ୍ଚ୍ ଟୂଲ୍ ନିକଟକୁ ମଧ‍୍ୟ ପଠାଇପାରେ।

Safari ରେ ସର୍ଚ୍ଚ୍ ଇଞ୍ଜିନ୍ ପରାମର୍ଶ

Safari ରେ ସର୍ଚ୍ଚ୍ ଏବଂ ୱେବ୍ ଠିକଣା ପାଇଁ ଗୋଟିଏ ଫୀଲ୍ଡ୍ ଥାଏ ଯାହାଫଳରେ ଆପଣ ଏକ ସୁବିଧାଜନକ ସ୍ଥାନରୁ ୱେବ୍ ବ୍ରାଉଜ୍ କରିପାରିବେ। ସର୍ଚ୍ଚ୍ ଇଞ୍ଜିନ୍ ପରାମର୍ଶଗୁଡ଼ିକ ସକ୍ଷମ ହେବା ସମୟରେ, ଆପଣଙ୍କ ଟାଇପ୍ କରାଯାଇଥିବା ଶବ୍ଦ ଆଧାରରେ Safari ଦ୍ବାରା ପରାମର୍ଶ ପାଇଁ ଆପଣଙ୍କ ଚୟନିତ ସର୍ଚ୍ଚ୍ ଇଞ୍ଜିନ୍‌କୁ ପଚରାଯିବ।

Safari ରେ ଶୀର୍ଷ ହିଟ୍ ପ୍ରୀଲୋଡ୍ କରନ୍ତୁ

“ଶୀର୍ଷ ହିଟ୍ ପ୍ରୀଲୋଡ୍ କରନ୍ତୁ” ସକ୍ଷମ ହେବା ସହିତ, ଆପଣଙ୍କ ବୁକ୍‌ମାର୍କ୍ ଏବଂ ବ୍ରାଉଜିଂ ହିଷ୍ଟ୍ରି ଉପରେ ଆଧାର କରି Safari ଏକ ଶୀର୍ଷ ହିଟ୍ ନିର୍ଦ୍ଧାରଣ କରିବା ମାତ୍ରେ Safari ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ୱେବ୍‌ପେଜ୍ ଲୋଡ୍ କରିବା ଆରମ୍ଭ କରିବ। ଯଦି ଆପଣ ଏହି ବିକଳ୍ପ ଅକ୍ଷମ କରନ୍ତି, ଏହି ପୃଷ୍ଠା ସ୍ବାଭାବିକ ଭାବରେ ଲୋଡ୍ ହେବ।

ଆପଣଙ୍କ ପାଖରେ ବିକଳ୍ପ ଓ ନିୟନ୍ତ୍ରଣ ଅଛି

ଯଦି ଆପଣ ନିଜ ସର୍ଚ୍ଚ୍ କ୍ବେରିକୁ Apple ଦ୍ବାରା ଷ୍ଟୋର୍ କରାଯିବା ତଥା ସର୍ଚ୍ଚ୍‌ରେ ଉନ୍ନତି ଆଣିବା ପାଇଁ ଏହାର ବ‍୍ୟବହାର କରାଯାଉ ତାହା ଚାହୁଁ ନାହାନ୍ତି, ତେବେ ଆପଣ ସେଟିଂସ୍ > ସର୍ଚ୍ଚ୍‌କୁ ଯାଇ ଏବଂ “ସର୍ଚ୍ଚ୍ ଉନ୍ନତ କରିବା ପାଇଁ Apple ର ସହାୟତା କରନ୍ତୁ”ରେ ଟାପ୍ କରି “ସର୍ଚ୍ଚ୍ ଉନ୍ନତ କରନ୍ତୁ”କୁ ବନ୍ଦ କରିପାରିବେ। ଯଦି ଆପଣ “Siri ଓ ଡିକ୍ଟେଶନ୍ ଉନ୍ନତ କରନ୍ତୁ”କୁ ସକ୍ଷମ କରିଛନ୍ତି, ତେବେ Siri ମାଧ‍୍ୟମରେ ଆପଣ କରୁଥିବା ସର୍ଚ୍ଚ୍‌କୁ ଷ୍ଟୋର୍ କରାଯିବ ଏବଂ Siri କୁ ଉନ୍ନତ କରିବା ପାଇଁ ବ‍୍ୟବହୃତ ହେବ। ଆପଣ ସେଟିଂସ୍ > ଗୋପନୀୟତା ଏବଂ ସୁରକ୍ଷା > ଆନାଲିଟିକ୍ସ୍ ଏବଂ ଉନ୍ନତିକୁ ଯାଇ, ତା'ପରେ “Siri ଓ ଡିକ୍ଟେଶନ୍ ଉନ୍ନତ କରିବା ବନ୍ଦ କରନ୍ତୁ”ରେ ଟାପ୍ କରି Siri ଓ ଡିକ୍ଟେଶନ୍‌କୁ ଅକ୍ଷମ କରିପାରିବେ।

ଯଦି ଆପଣ ୱେବ୍-ଆଧାରିତ ବିଷୟବସ୍ତୁ ଏବଂ ସର୍ଚ୍ଚ୍ ଫଳାଫଳ ଚାହାନ୍ତି ନାହିଁ, ତେବେ ଆପଣ ସେଟିଂସ୍ > ସର୍ଚ୍ଚ୍‌କୁ ଯାଇ “ସାମ୍ପ୍ରତିକ ସର୍ଚ୍ଚ୍ ଦେଖାନ୍ତୁ” ଏବଂ “ସମ୍ବନ୍ଧୀୟ ବିଷୟବସ୍ତୁ ଦେଖାନ୍ତୁ”କୁ ଅକ୍ଷମ କରିପାରିବେ ଏବଂ ଟାପ୍ କରି ଫୀଚର୍‌ଗୁଡ଼ିକୁ ବନ୍ଦ କରିପାରିବେ।

ଆପଣ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବା > ସିଷ୍ଟମ୍ ସେବାକୁ ଯାଇ ଏବଂ ପରାମର୍ଶ ଓ ସର୍ଚ୍ଚ୍ ବନ୍ଦ କରିବାକୁ ଟାପ୍ କରି ସର୍ଚ୍ଚ୍ ପାଇଁ ଲୋକେଶନ୍ ସେବା ଅକ୍ଷମ କରିପାରିବେ। ଯଦି ଆପଣ ନିଜର ଡିଭାଇସ୍‌ରେ ଲୋକେଶନ୍ ସେବା ବନ୍ଦ କରନ୍ତି, ତେବେ ଆପଣଙ୍କ ସଠିକ୍ ଲୋକେଶନ୍ Apple କୁ ପଠାଯିବ ନାହିଁ।

Apple କୁ ପଠାଯାଇଥିବା ସୂଚନାକୁ Apple ଭରସାଯୋଗ‍୍ୟ ତୃତୀୟ-ପକ୍ଷ ସେବା ପ୍ରଦାନକାରୀଙ୍କ ସାହାଯ‍୍ୟରେ ପ୍ରକ୍ରିୟାନ୍ବିତ କରି ଷ୍ଟୋର୍ କରିପାରେ।

ସର୍ଚ୍ଚ୍ ବ୍ଯବହାର କରି ଆପଣ Apple ଏବଂ ଏହାର ସହଯୋଗୀ ଏବଂ ଏଜେଣ୍ଟ୍‌ମାନଙ୍କ ଦ୍ବାରା ଏହି ସୂଚନାର ସଞ୍ଚାରଣ, ସଂଗ୍ରହ, ରକ୍ଷଣବେକ୍ଷଣ, ପ୍ରକ୍ରିୟାକରଣ ଏବଂ ବ୍ଯବହାର କରିବା ପାଇଁ ସହମତ ହେଉଛନ୍ତି ଏବଂ ଅନୁମତି ଦେଉଛନ୍ତି। Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Apple ର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2026-03-30