Tap to Pay on iPhone ଓ ଗୋପନୀୟତା
ଆପଣଙ୍କ ମୋବାଇଲ୍ ଡିଭାଇସ୍ରେ ଆପଣଙ୍କୁ ଏକ ସୁରକ୍ଷିତ ଏବଂ ଗୋପନୀୟ ଉପାୟରେ କଣ୍ଟାକ୍ଟ୍ଲେସ୍ ଦେୟ ଗ୍ରହଣ କରିବାକୁ ଅନୁମତି ଦେବା ପାଇଁ Tap to Pay on iPhone ଡିଜାଇନ୍ କରାଯାଇଛି।
Tap to Pay on iPhone ସକ୍ଷମ କରନ୍ତୁ
Tap to Pay on iPhone ଆପଣଙ୍କୁ ଏକ ସକ୍ଷମ ଆପ୍ ମାଧ୍ୟମରେ ଗ୍ରାହକଙ୍କ ମୋବାଇଲ୍ ଡିଭାଇସ୍ କିମ୍ବା କଣ୍ଟାକ୍ଟ୍ଲେସ୍ କାର୍ଡ୍ରୁ କଣ୍ଟାକ୍ଟ୍ଲେସ୍ ପେମେଣ୍ଟ୍ ଗ୍ରହଣ କରିବା ପାଇଁ ଆପଣଙ୍କ iPhone ଉପଯୋଗ କରିବାକୁ ଅନୁମତି ଦିଏ। Tap to Pay on iPhone ସକ୍ଷମ କରିବାକୁ, ଆପଣ ଜଣେ ମର୍ଚଣ୍ଟ୍ ଭାବରେ ବ୍ୟବହାର କରୁଥିବା Apple ଆକାଉଣ୍ଟ୍ ସାହାଯ୍ୟରେ ସାଇନ୍ ଇନ୍ କରନ୍ତୁ। ଆପଣ ଉପଯୋଗ କରୁଥିବା Apple ଆକାଉଣ୍ଟ୍ ମର୍ଚଣ୍ଟ୍ ଆକାଉଣ୍ଟ୍ ପରିଚାଳନା ଏବଂ ଠକାମି ପ୍ରତିରୋଧ ଏବଂ ଅନୁପାଳନ ଉଦ୍ଦେଶ୍ୟ ପାଇଁ ଏକ ମର୍ଚଣ୍ଟ୍ ଆକାଉଣ୍ଟ୍ ସହିତ ସଂଯୁକ୍ତ ହେବ। ଆପଣ Apple Support ସହ ଯୋଗାଯୋଗ କରି ଏକ ମର୍ଚଣ୍ଟ୍ ଆକାଉଣ୍ଟ୍ରୁ ଆପଣଙ୍କ Apple ଆକାଉଣ୍ଟ୍ ଅନ୍ଲିଙ୍କ୍ କରିପାରିବେ।
Tap to Pay on iPhone ବ୍ଯବହାର କରିବା
Tap to Pay on iPhone ବ୍ୟବହାର କରିବା ସମୟରେ, ସେବା ପ୍ରଦାନ କରିବା ପାଇଁ ଏବଂ Tap to Pay on iPhone ପ୍ଲାଟ୍ଫର୍ମ୍ ବିଷୟରେ ଆପଣଙ୍କ ସହ ଯୋଗାଯୋଗ କରିବା ପାଇଁ, ଆପଣ ଓ ଆପଣଙ୍କ ପେମେଣ୍ଟ୍ ସେବା ପ୍ରଦାନକାରୀଙ୍କ ସହ ଆମ ଚୁକ୍ତି ଅନୁଯାୟୀ ଏବଂ ଆଇନର ଆବଶ୍ୟକତା ଅନୁସାରେ Apple ଆପଣଙ୍କ ଡେଟା ପ୍ରକ୍ରିୟାନ୍ବିତ କରେ। Tap to Pay on iPhone ଆରମ୍ଭ କରିବା ଏବଂ ଏକ ଭର୍ଚୁଅଲ୍ ପେମେଣ୍ଟ୍ ଟର୍ମିନଲ୍ ଖୋଲିବା ସମୟରେ, Apple ଏକ ବୈଧ ସେଶନ୍ ଖୋଲିବା ପାଇଁ ଆପଣଙ୍କ ପେମେଣ୍ଟ୍ ସେବା ପ୍ରଦାନକାରୀ ଏବଂ ମର୍ଚଣ୍ଟ୍ର ପରିଚୟ ଅନ୍ତର୍ଭୁକ୍ତ କରୁଥିବା ଟୋକନ୍, ମର୍ଚଣ୍ଟ୍ ବିଷୟରେ ସୂଚନା ଯେପରିକି ବିଜ୍ନେସ୍ର ନାମ ଏବଂ ଆପଣଙ୍କ ଭର୍ଚୁଅଲ୍ ପେମେଣ୍ଟ୍ ଟର୍ମିନଲ୍ ପାଇଁ ଚିହ୍ନଟକାରୀ ଭଳି ଆବଶ୍ୟକୀୟ ଡେଟା ସଂଗ୍ରହ କରିଥାଏ। Apple ମଧ୍ୟ ଏକ ଟୋକନ୍ ସଂଗ୍ରହ କରେ ଯାହା ଦର୍ଶାଏ ଯେ ଆପଣଙ୍କ ହାର୍ଡୱେୟର୍ ସୁରକ୍ଷିତ ଅଟେ। ଯଦି ବୈଧ କରାଯାଇଥାଏ, ତେବେ Apple ଆପଣଙ୍କ ଡିଭାଇସ୍କୁ ଏକ ବୈଧ ସେଶନ୍ ଟୋକନ୍ ପଠାଇଥାଏ, ଯାହା ଆପଣଙ୍କ ଡିଭାଇସ୍ ନେଣଦେଣ ସମ୍ପାଦନ କରିବାକୁ ବ୍ୟବହାର କରିବ। ଏକ ନେଣଦେଣ କାର୍ଯ୍ଯକାରୀ କରିବା ପାଇଁ, ଆପଣଙ୍କ ଡିଭାଇସ୍ Apple କୁ ଏନ୍କ୍ରିପ୍ଟ୍ ହୋଇଥିବା ନେଣଦେଣ ସୂଚନା ପଠାଇବ; Apple ଏହି ନେଣଦେଣ ସୂଚନାକୁ ଡିକ୍ରିପ୍ଟ୍ କରେ ନାହିଁ। Apple ସେଶନ୍ ଟୋକନ୍, ଡିଭାଇସ୍ ଏବଂ ମର୍ଚଣ୍ଟ୍ଙ୍କ ବିଷୟରେ ସୂଚନା ବ୍ୟବହାର କରି ନେଣଦେଣକୁ ପ୍ରମାଣିତ କରେ, କିନ୍ତୁ ଏନ୍କ୍ରିପ୍ଟ୍ ହୋଇଥିବା ନେଣଦେଣର ବିଷୟବସ୍ତୁକୁ ନୁହେଁ। ଯଦି ପ୍ରମାଣୀକରଣ ହୁଏ, Apple ଏନ୍କ୍ରିପ୍ସନ୍ କୀ’କୁ ଏକ କୀ’ରେ ପରିବର୍ତ୍ତନ କରି ନେଣଦେଣକୁ ଅଧିକ ସୁରକ୍ଷିତ କରିବାରେ ସହାୟତା କରେ ଯାହା କେବଳ ଆପଣଙ୍କ ପେମେଣ୍ଟ୍ ସେବାର ସହଭାଗୀ ଡିକ୍ରିପ୍ଟ୍ କରିପାରିବେ। Tap to Pay on iPhone ନେଣଦେଣ ବିଷୟରେ Apple ନେଣଦେଣର ରାଶି ପରି ସୂଚନା ଏକତ୍ରିତ କରେ ଏବଂ ପେମେଣ୍ଟ୍ କାର୍ଡ୍ ଉଦ୍ଯୋଗ ଓ ସେହିପରି ଆବଶ୍ଯକତାଗୁଡ଼ିକର ଅନୁପାଳନ ପାଇଁ ଆବଶ୍ଯକ ହେଉଥିବା ଅନୁଯାୟୀ 25 ଦିନ ପର୍ଯ୍ଯନ୍ତ ରଖିଥାଏ।
Apple Business ରେ ସାଇନ୍ ଅପ୍ କରିବା
ଆପଣ ନିଜ Apple ଆକାଉଣ୍ଟ୍ ବ୍ୟବହାର କରି ଏକ ପଏଣ୍ଟ୍-ଅଫ୍-ସେଲ୍ ଆପ୍ଲିକେଶନ୍ରୁ ମର୍ଚଣ୍ଟ୍ ଆକାଉଣ୍ଟ୍କୁ Apple Business ସହ ସଂଯୋଗ କରିପାରିବେ, ଯାହା Apple Business ମଧ୍ୟରେ ଆପଣଙ୍କ Apple ଆକାଉଣ୍ଟ୍କୁ ମର୍ଚଣ୍ଟ୍ ଆକାଉଣ୍ଟ୍ ସହିତ ଲିଙ୍କ୍ କରିବ। ଆପଣଙ୍କ Apple Business ର ଉପଯୋଗ www.apple.com/legal/internet-services/maps/business-connect/apple-business-connect-business-terms-english.pdf ରେ ଉପଲବ୍ଧ Apple Business ର ନିୟମ ଓ ସର୍ତ୍ତାବଳୀ ଏବଂ www.apple.com/in/privacy ରେ ଥିବା Apple ର ଗୋପନୀୟତା ନୀତି ଅଧୀନସ୍ଥ ହୋଇଥାଏ।
ଯେଉଁ Tap to Pay on iPhone ଡେଟାକୁ ଆଉ ଆପଣଙ୍କ ସହିତ ସମ୍ବନ୍ଧିତ କରାଯିବ ନାହିଁ ତା’କୁ ସାଧାରଣତଃ ସେବାକୁ ଉନ୍ନତ କରିବା ପାଇଁ ସୀମିତ ସମୟର ଅବଧି ପାଇଁ ରଖାଯାଇପାରେ।
Tap to Pay on iPhone ସମ୍ବନ୍ଧୀୟ ପର୍ସନଲ୍ ଡେଟା ପ୍ରକ୍ରିୟାକରଣ ପାଇଁ Apple ଯେଉଁଠି ଡେଟା କଣ୍ଟ୍ରୋଲର୍ ଭାବରେ କାର୍ଯ୍ୟ କରେ, ସେହି ଆକ୍ଟିଭିଟି ପାଇଁ Apple Payments Services LLC ଦ୍ୱାରା ସୁବିଧା ପ୍ରଦାନ କରାଯାଏ। Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Apple ର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ। ଏକ ତୃତୀୟ-ପକ୍ଷ ପଏଣ୍ଟ୍-ଅଫ୍-ସେଲ୍ ଆପ୍ଲିକେଶନ୍ ବ୍ୟବହାର ସେହି ଆପ୍ଲିକେଶନ୍ର ସେବାର ସର୍ତ୍ତାବଳୀ ଏବଂ ଏହାର ଗୋପନୀୟତା ନୀତି ଉପରେ ନିର୍ଭର କରେ।
2026-05-11