ChatGPT ଏକ୍ସ୍‌ଟେନ୍‌ଶନ୍‌ ଓ ଗୋପନୀୟତା

ChatGPT ଏକ୍ସ୍‌ଟେନ୍‌ଶନ୍‌ ଆପଣଙ୍କୁ ନିୟନ୍ତ୍ରଣ ଦେବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଆପଣ କ'ଣ ଶେୟର୍ କରିବାକୁ ଚାହୁଁଛନ୍ତି ତାହା ଚୟନ କରିବାକୁ ଏହା ଆପଣଙ୍କୁ ସକ୍ଷମ କରେ।


Siri, ଲିଖନ ଟୂଲ୍ ଏବଂ ଭିଜୁଅଲ୍‌ ଇଣ୍ଟେଲିଜେନ୍ସ୍‌ (ଯେଉଁଠାରେ ଉପଲବ୍ଧ ଥାଏ) ପରି ସମର୍ଥତ ଫୀଚର୍ ବ୍ୟବହାର କରିବା ସମୟରେ ଆପଣ ChatGPT ଏକ୍ସ୍‌ଟେନ୍‌ଶନ୍‌ ସକ୍ଷମ କରିବାକୁ ବାଛିପାରିବେ। ChatGPT ଏକ୍ସେଟେନ୍‌ଶନ୍‌ ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେବା ସହିତ ଟେକ୍ସ୍‌ଟ୍‌ ଏବଂ ଇମେଜ୍‌ ବିଷୟବସ୍ତୁ ତିଆରି କରିବାରେ ମଧ‍୍ୟ ସହାୟତା କରିପାରିବ। ChatGPT ବ୍ଯବହାର ହେବା ସମୟରେ ଏହାକୁ ଆପଣ ନିୟନ୍ତ୍ରଣ କରିଥାନ୍ତି ଏବଂ ଆପଣଙ୍କର ଯେକୌଣସି ସୂଚନା ଶେୟର୍‌ କରିବା ପୂର୍ବରୁ ଆପଣଙ୍କୁ ପଚରାଯିବ।

ଆପଣ ଆକାଉଣ୍ଟ୍‌ ବିନା ChatGPT ଏକ୍ସ୍‌ଟେନ୍‌ଶନ୍‌ ବ୍ଯବହାର କରିପାରିବେ। ଯଦି ଆପଣଙ୍କ ପାଖରେ ChatGPT ଆକାଉଣ୍ଟ୍‌ ଅଛି, ଆପଣ ମଧ‍୍ୟ ଏହି ଏକ୍ସ୍‌ଟେନ୍‌ଶନ୍‌ ସାହାଯ‍୍ୟରେ ଆପଣଙ୍କ ଆକାଉଣ୍ଟ୍‌କୁ ସଂଯୋଗ କରିବାକୁ ବାଛି ପାରିବେ।

ChatGPT ଏକ୍ସ୍‌ଟେନ୍‌ଶନ୍‌ ବ୍ଯବହାର କରିବା

ChatGPTକୁ ଯେକୌଣସି ସୂଚନା ପଠାଇବା ପୂର୍ବରୁ, ଆପଣଙ୍କୁ ChatGPT ଏକ୍ସ୍‌ଟେନ୍‌ଶନ୍‌ ସକ୍ଷମ କରିବାକୁ ହେବ। ଏହି ଏକ୍ସ୍‌ଟେନ୍‌ଶନ୍‌ ଡିଫଲ୍ଟ୍‌ ଭାବରେ ବନ୍ଦ ଅଛି। ଏହା ସକ୍ଷମ କରିବା ଫଳରେ ଆପଣ Siri, ଲିଖନ ଟୂଲ୍ ଏବଂ ଭିଜୁଅଲ୍‌ ଇଣ୍ଟେଲିଜେନ୍ସ୍‌ ଇତ‍୍ୟାଦି ସମେତ ସମର୍ଥିତ ଫୀଚର୍‌ଗୁଡ଼ିକରେ ChatGPT କୁ ଅନୁରୋଧ ପଠାଇପାରିବେ। ଆପଣ ସେଟିଂସ୍ > Apple Intelligence ଓ Siri > ChatGPTକୁ ଯାଇ ଏବଂ “ChatGPT ବ୍ୟବହାର କରନ୍ତୁ” ବନ୍ଦ କରିବାକୁ ଟାପ୍ କରି ଆପଣ ନିଜ iOS, iPadOS କିମ୍ୱା visionOS ଡିଭାଇସ୍‌ରେ ଯେକୌଣସି ସମୟରେ ChatGPT ଏକ୍ସ୍‌ଟେନ୍‌ଶନ୍‌ ଅକ୍ଷମ କରିବାକୁ ବାଛିପାରିବେ। Macରେ, ସିଷ୍ଟମ୍ ସେଟିଂସ୍ > Apple Intelligence ଓ Siri > ChatGPTକୁ ଯାଇ “ChatGPT ବ୍ୟବହାର କରନ୍ତୁ” ବନ୍ଦ କରିବାକୁ ଟାପ୍ କରନ୍ତୁ।

ChatGPT ଏକ୍ସ୍‌ଟେନ୍‌ଶନ୍‌ ଆକ୍ସେସ୍‌ କରିବା ପାଇଁ ଆପଣ ଯେତେବେଳେ Siri ବ୍ଯବହାର କରନ୍ତି, ଏକ ଅନୁରୋଧର ପ୍ରକ୍ରିୟାକରଣ ପାଇଁ ଆପଣ ସ୍ପଷ୍ଟ ଭାବରେ ChatGPTକୁ ପଚାରୁଛନ୍ତି କି ନାହିଁ ତାହା ନିର୍ଦ୍ଧାରଣ କରିବା ପାଇଁ ଆପଣଙ୍କ ଅନୁରୋଧର ବିଶ୍ଲେଷଣ କରାଯିବ। ଉଦାହରଣ ସ୍ୱରୂପ, ଯଦି ଆପଣ ସ୍ପଷ୍ଟ ଭାବରେ ChatGPTକୁ ଏକ କାର୍ଯ୍ୟ ସମ୍ପାଦନ କରିବାକୁ କୁହନ୍ତି, ଯେପରିକି “ଏକ କବିତା ଲେଖିବାକୁ ChatGPTକୁ କୁହନ୍ତୁ” କହିବା କିମ୍ବା ଟାଇପ୍ କରିବା ପରେ ଏହି ଅନୁରୋଧଗୁଡ଼ିକ ସିଧାସଳଖ ChatGPTକୁ ପଠାଯିବ।

ଯଦି ChatGPT ବ୍ଯବହାର କରିବା ପାଇଁ କୌଣସି ସ୍ପଷ୍ଟ ଅନୁରୋଧ ନାହିଁ, ChatGPTରେ ଉପଯୋଗୀ ଫଳାଫଳ ମିଳିପାରିବ କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କ ଅନୁରୋଧର ବିଶ୍ଲେଷଣ କରାଯାଇଥାଏ। ଯଦି ଏପରି ହୁଏ, ତେବେ ଆପଣ ChatGPT ବ୍ଯବହାର କରିବାକୁ ଚାହୁଁଛନ୍ତି କି ନାହିଁ Siri, ଆପଣଙ୍କୁ ପଚାରିବ। ଯଦି ଆପଣ ବାଛନ୍ତି, ତେବେ Siri ଆପଣଙ୍କ ଅନୁରୋଧକୁ ChatGPTକୁ ପଠାଇବ ଏବଂ ସିଧାସଳଖ ଉତ୍ତର ଉପସ୍ଥାପନ କରିବ। ଆପଣ ସେଟିଂସ୍‌ > Apple Intelligence ଓ Siri > ChatGPTକୁ ଯାଇ “ChatGPT ଅନୁରୋଧ ସୁନିଶ୍ଚିତ କରନ୍ତୁ” ବନ୍ଦ କରିବା ପାଇଁ ଟାପ୍‌ କରି ChatGPTକୁ Siri ଏକ ଅନୁରୋଧ ପଠାଇବା ଉଚିତ କିମ୍ବା ନୁହେଁ ତାହା ନିଶ୍ଚିତ କରିବାକୁ ପଚାରି ଆପଣ Siriକୁ ଅକ୍ଷମ କରିବା ପାଇଁ ମଧ‍୍ୟ ବାଛି ପାରିବେ।

ଲିଖନ ଟୂଲ୍‌ ଏବଂ ଭିଜୁଅଲ୍‌ ଇଣ୍ଟେଲିଜେନ୍ସ୍‌ ପରି ଅନ‍୍ୟ ସମର୍ଥତ ଫୀଚର୍‌ ବ୍ଯବହାର କରିବା ସମୟରେ, ଏଥି ମଧ‍୍ୟରୁ ପ୍ରତ‍୍ୟେକ ଫୀଚର୍‌ ପାଇଁ ଆପଣ ChatGPT ଏକ୍ସ୍‌ଟେନ୍‌ଶନ୍‌କୁ ପୃଥକ୍‌ ଭାବରେ ବ୍ଯବହାର କରିବାକୁ ଚାହୁଁଛନ୍ତି କି ନାହିଁ ତାହା ବାଛିପାରିବେ।

ChatGPT କୁ ପ୍ରଦାନ କରାଯାଇଥିବା ଡେଟା

ChatGPT ଏକ୍ସ୍‌ଟେନ୍‌ଶନ୍‌ ବ୍ଯବହାର କରିବା ସମୟରେ, ଆପଣ ChatGPTକୁ କ’ଣ କଣ୍ଟେଣ୍ଟ୍‌ ପଠାଇବେ ତାହାର ବିକଳ୍ପ ବାଛିପାରନ୍ତି। ଆପଣଙ୍କ ଅନୁରୋଧ ଏବଂ ଡକ‍୍ୟୁମେଣ୍ଟ୍, ଫଟୋ ପରି ଆଟାଚ୍‌ମେଣ୍ଟ୍ କିମ୍ବା ଡକ‍୍ୟୁମେଣ୍ଟ୍‌ର ବିଷୟବସ୍ତୁ, ଏବଂ ଅନୁରୋଧ ସହ ସମ୍ବନ୍ଧିତ ସୀମିତ ଡେଟା, ଯେପରିକି ସାମ୍ପ୍ରତିକ ଟାଇମ୍ ଜୋନ୍, ଦେଶ, ଡିଭାଇସ୍ ପ୍ରକାର, ଭାଷା ଏବଂ ଅନୁରୋଧ କରିବା ସମୟରେ ବ‍୍ୟବହାର ହେଉଥିବା ଫୀଚର୍‌ଗୁଡ଼ିକୁ, ଆପଣଙ୍କ ଅନୁରୋଧର ଉତ୍ତର ଦେବା ଏବଂ ଆପଣଙ୍କୁ ସଠିକ୍ ଓ ପ୍ରାସଙ୍ଗିକ ଫଳାଫଳ ପ୍ରଦାନ କରିବାରେ ChatGPT କୁ ସକ୍ଷମ କରିବା ପାଇଁ ChatGPT କୁ ପଠାଯିବ।

ChatGPT ଏକ୍ସ୍‌ଟେନ୍ସନ୍ ବ‍୍ୟବହାର କରିବା ସମୟରେ, ଆପଣଙ୍କ IP ଠିକଣାକୁ ChatGPT ଠାରୁ ଲୁକ୍କାୟିତ ରଖାଯାଏ। ଠକାମିର ପ୍ରତିରୋଧ କରିବା ଏବଂ ପ୍ରଯୁଜ୍ଯ ଆଇନର ଅନୁପାଳନ କରିବା ପାଇଁ ChatGPT କୁ ସକ୍ଷମ କରିବା ଭଳି ଉଦ୍ଦେଶ୍ଯରେ, ଆପଣଙ୍କ ଇଣ୍ଟର୍‌ନେଟ୍ ସଂଯୋଗର IP ଠିକଣାକୁ ମେଳ କରି ଆକଳନ କରାଯାଇଥିବା ଆପଣଙ୍କର ସାଧାରଣ ଲୋକେଶନ୍ ChatGPT କୁ ପ୍ରଦାନ କରାଯାଇଥାଏ।

ବିନା ଆକାଉଣ୍ଟ୍‌ରେ ChatGPT ଏକ୍ସ୍‌ଟେନ୍‌ଶନ୍ ବ୍ଯବହାର କରିବା

ଯଦି ଆପଣ ଏକ ଆକାଉଣ୍ଟ୍ ବିନା ChatGPT ଏକ୍ସ୍‌ଟେନ୍ସନ୍ ଆକ୍ସେସ୍ କରନ୍ତି, ତେବେ କେବଳ ଉପରେ ବର୍ଣ୍ଣିତ ସୂଚନା ChatGPT କୁ ପଠାଯିବ। OpenAI ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ବନ୍ଧିତ କୌଣସି ସୂଚନା ପ୍ରାପ୍ତ କରିବ ନାହିଁ।

OpenAI କେବଳ ଆପଣଙ୍କ ଅନୁରୋଧ ପୂରଣ କରିବା ଉଦ୍ଦେଶ୍ୟରେ ଆପଣଙ୍କ ସୂଚନାକୁ ପ୍ରକ୍ରିୟାନ୍ୱିତ କରିବା ଆବଶ‍୍ୟକ ଏବଂ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦରକାର ନହେଲେ ଆପଣଙ୍କ ସୂଚନା କିମ୍ବା ଏହା ପ୍ରଦାନ କରୁଥିବା କୌଣସି ଉତ୍ତର ଷ୍ଟୋର୍‌ ନକରିବା ଆବଶ‍୍ୟକ। OpenAI ମଧ୍ୟ ଆପଣଙ୍କ ସୂଚନାକୁ ଏହାର ମଡେଲ୍‌ର ଉନ୍ନତ କିମ୍ବା ପ୍ରଶିକ୍ଷଣ ଦେବା ପାଇଁ ବ୍ୟବହାର କରିବା ଉଚିତ୍ ନୁହେଁ।

ChatGPT ଆକାଉଣ୍ଟ୍‌ ସହିତ ChatGPT ଏକ୍ସ୍‌ଟେନ୍‌ଶନ୍ ବ୍ଯବହାର କରିବା

ଆପଣ ChatGPT ଆକାଉଣ୍ଟ୍‌ ତିଆରି କରିବା କିମ୍ବା ପୂର୍ବରୁ ଥିବା ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିବା ପାଇଁ ବାଛିପାରିବେ। ଯଦି ଆପଣ ଜଣେ ChatGPT ସବ୍‌ସ୍କ୍ରାଇବର୍ ହୋଇଥାନ୍ତି, ତେବେ ଆପଣ ନିଜର Apple ଅନୁଭୂତିରୁ ଦେୟଯୁ୍କ୍ତ ଫୀଚର୍‌କୁ ଆକ୍ସେସ୍ କରିବା ପାଇଁ ସମର୍ଥ ହେବେ।

ଆପଣ ସାଇନ୍ ଇନ୍ କରିବା ସମୟରେ ଆପଣଙ୍କ ChatGPT ଆକାଉଣ୍ଟ୍‌ର ସେଟିଂସ୍ ଏବଂ OpenAIର ଡେଟା ଗୋପନୀୟତା ନୀତି ଲାଗୁ ହେବ। ଏହାର ଅର୍ଥ, OpenAI ଆପଣଙ୍କ ଅନୁରୋଧ, ଆଟାଚ୍‌ମେଣ୍ଟ୍ ଏବଂ ସେଶନ୍ ହିଷ୍ଟ୍ରିକୁ ଲଗ୍ କରିପାରେ ଏବଂ ଏହି ଡେଟାକୁ ସେମାନଙ୍କ ମଡେଲ୍‌କୁ ପ୍ରଶିକ୍ଷିତ କିମ୍ବା ଉନ୍ନତ କରିବା ପାଇଁ ବ୍ଯବହାର କରିପାରେ। OpenAIର ଗୋପନୀୟତା କାର୍ଯ‍୍ୟଶୈଳୀ ବିଷୟରେ ଅଧିକ ଜାଣିବା ପାଇଁ, https://openai.com/policies/row-privacy-policy କୁ ଯାଆନ୍ତୁ।

Appleକୁ ପ୍ରଦାନ କରାଯାଇଥିବା ଡେଟା

ଯେତେବେଳେ ଆପଣ ସମର୍ଥତ ଫୀଚର୍‌ରେ ChatGPT ବ୍ୟବହାର କରନ୍ତି, ସେତେବେଳେ ସେବା ପରିଚାଳନା କରିବା ଏବଂ ଠକାମିର ପ୍ରତିରୋଧ କରିବା ପାଇଁ Apple ଦ୍ବାରା ଆପଣ ChatGPT କୁ କରିଥିବା ଅନୁରୋଧ ଏବଂ ChatGPT ର ଉତ୍ତର ବିଷୟରେ ସୀମିତ ସୂଚନା ସଂଗ୍ରହ କରାଯାଏ, ଯେପରିକି ପଠାଯାଇଥିବା ଅନୁରୋଧର ସଂଖ୍ୟା କିମ୍ବା ଅନୁରୋଧ କିମ୍ବା ଉତ୍ତରର ଆନୁମାନିକ ସାଇଜ୍।

ଆପଣ Siriରେ ChatGPT ବ୍ଯବହାର କରିବା ସମୟରେ, Apple ଆପଣଙ୍କ ଅନୁରୋଧ ବିଷୟରେ ସୂଚନା ସଂଗ୍ରହ କରେ। ଅଧିକ ସୂଚନା ପାଇଁ, www.apple.com/legal/privacy/data/en/ask-siri-dictation କୁ ଯାଆନ୍ତୁ। ଯଦି ଆପଣ Siri ଓ ଡିକ୍ଟେଶନ୍ ଉନ୍ନତ କରିବାକୁ ଚୟନ କରନ୍ତି, ତେବେ ଆପଣଙ୍କ ଅନୁରୋଧ ବିଷୟରେ ଅତିରିକ୍ତ ଡେଟା ଯେପରିକି ଆପଣଙ୍କ ଅନୁରୋଧର ଅଡିଓ ରେକର୍ଡିଂ ଏବଂ ଟ୍ରାନ୍ସ୍‌କ୍ରିପ୍ଟ୍‌ ଏବଂ ଉତ୍ତର ସମ୍ବନ୍ଧିତ ମେଟାଡେଟା Apple ଦ୍ୱାରା ଲଗ୍ ହୋଇପାରେ। ଏଥିରୁ କୌଣସି ଡେଟା ଆପଣଙ୍କ Apple ଆକାଉଣ୍ଟ୍‌ ସମ୍ବନ୍ଧିତ ନୁହେଁ। ଅଧିକ ସୂଚନା ପାଇଁ, www.apple.com/legal/privacy/data/en/improve-siri-dictation କୁ ଯାଆନ୍ତୁ।

ଯଦି ଆପଣ ନିଜର Apple ଡିଭାଇସ୍ ମାଧ୍ଯମରେ ନିଜର ChatGPT ପ୍ଲାନ୍‌କୁ ଅପ୍‌ଗ୍ରେଡ୍ କରିବା ପାଇଁ ପଦକ୍ଷେପ ନେବେ, ତେବେ ଅଭିଜ୍ଞତାକୁ ବୁଝିବା ଏବଂ ଉନ୍ନତ କରିବା ପାଇଁ, ଅପ୍‌ଗ୍ରେଡ୍ ଅନୁଭୂତି ସହିତ ଆପଣଙ୍କ ବାର୍ତ୍ତାଳାପ ସମ୍ବନ୍ଧିତ ଦୃଶ୍ୟ ଏବଂ କ୍ଲିକ୍ ପରି ସୀମିତ ସୂଚନା Apple ଦ୍ୱାରା ସଂଗ୍ରହ କରାଯାଇପାରେ। ଏହି ଡେଟା ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ସମ୍ବନ୍ଧିତ ନୁହେଁ।

ସମସ୍ୟା ବିଷୟରେ ରିପୋର୍ଟ୍‌ କରିବା

ChatGPT ଏକ୍ସ୍‌ଟେନ୍‌ଶନ୍‌ ରିପୋର୍ଟ୍‌ କରିବାରେ ଯଦି ଆପଣଙ୍କ କିଛି ସମସ୍ଯା ଅଛି, ତେବେ “ଏକ ସମସ୍ୟା ରିପୋର୍ଟ୍‌ କରନ୍ତୁ” ମାଧ‍୍ୟମରେ ଆପଣ ରିପୋର୍ଟ୍‌ କରିପାରନ୍ତି। ଯେତେବେଳେ ଆପଣ କୌଣସି ସମସ୍ୟା ବିଷୟରେ ରିପୋର୍ଟ୍‌ କରନ୍ତି, ଆପଣ OpenAI ସହିତ ସମସ୍ୟା ବିଷୟରେ ସୂଚନା ଶେୟର୍‌ କରିବାକୁ ଏକ ଭିନ୍ନ ବିକଳ୍ପ ଚୟନ କରିପାରନ୍ତି। ଅଧିକ ସୂଚନା ପାଇଁ, www.apple.com/legal/privacy/data/en/report-concern କୁ ଯାଆନ୍ତୁ।

2025-12-12