TV ପ୍ରୋଭାଇଡର୍ ଓ ଗୋପନୀୟତା
ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ TV ପ୍ରୋଭାଇଡର୍କୁ ଡିଜାଇନ୍ କରାଯାଇଛି।
TV ପ୍ରୋଭାଇଡର୍ ଫୀଚର୍ ଆପଣଙ୍କ TV ପ୍ରୋଭାଇଡର୍ ଏବଂ ତୃତୀୟ -ପକ୍ଷ ଆପ୍ଗୁଡ଼ିକୁ ଆପଣଙ୍କ TV ସବ୍ସ୍କ୍ରିପ୍ସନ୍ ଆକାଉଣ୍ଟ୍ ବିଷୟରେ ସୂଚନା ଆକ୍ସେସ୍ ଏବଂ ଏକ୍ସ୍ଚେଞ୍ଚ୍ କରିବାକୁ ଅନୁମତି ଦିଏ, ଯାହା ଦ୍ବାରା ଆପଣ ଥରେ TV ପ୍ରୋଭାଇଡର୍ ଆକାଉଣ୍ଟ୍ରେ ସାଇନ୍ ଇନ୍ କରିପାରିବେ ଏବଂ ତା’ପରେ ତୃତୀୟ-ପକ୍ଷ ଆପ୍ ଭିତରୁ ପ୍ରତ୍ୟେକ ଥର ସାଇନ୍ ଇନ୍ ନ କରି, ଆପଣଙ୍କ TV ପ୍ରୋଭାଇଡର୍ ସବ୍ସ୍କ୍ରିପ୍ସନ୍ ମଧ୍ଯରେ ସ୍ବୟଂଚାଳିତ ଭାବରେ ଶୋ’, ମୂଭି ଏବଂ ଅନ୍ୟ କଣ୍ଟେଣ୍ଟ୍କୁ ଆକ୍ସେସ୍ କରିପାରିବେ।
ଆପଣ TV ପ୍ରୋଭାଇଡର୍ ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବା ସମୟରେ ଆପଣଙ୍କ TV ପ୍ରୋଭାଇଡର୍ ଆକାଉଣ୍ଟ୍କୁ ସମର୍ଥନ କରୁଥିବା ଆପ୍ ଆପଣଙ୍କ ଆକାଉଣ୍ଟ୍ର ବ୍ଯବହାର କରିବା ପାଇଁ ସକ୍ଷମ କରାଯାଇଥାଏ। ଆପଣ TV ପ୍ରୋଭାଇଡର୍ ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବା ପରେ, ଅନ୍ଯ ଆପ୍ଗୁଡ଼ିକ ଆପଣଙ୍କ TV ପ୍ରୋଭାଇଡର୍ ଆକାଉଣ୍ଟ୍କୁ ଆକ୍ସେସ୍ କରିବା ପାଇଁ ଆପଣଙ୍କୁ ଅନୁରୋଧ କରିପାରନ୍ତି।
ଆପଣ ନିଜ TV ପ୍ରୋଭାଇଡ୍ ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବା ସମୟରେ, ଆପଣଙ୍କ ଡିଭାଇସ୍ ଆପଣଙ୍କ TV ସବ୍ସ୍କ୍ରିପ୍ସନ୍ ଆକାଉଣ୍ଟ୍ ବିଷୟରେ କିଛି ସୂଚନା ଯେପରିକି TV ପ୍ରୋଭାଇଡର୍ର ନାମ ଏବଂ ଆପଣଙ୍କ ୟୁଜର୍ ଡିସ୍ପ୍ଲେ ନାମ ଷ୍ଟୋର୍ କରିବ। ଏହି ସୂଚନାର ବ୍ଯବହାର ଫୀଚର୍କୁ ସକ୍ଷମ କରିବା ପାଇଁ ଆପଣଙ୍କ TV ପ୍ରୋଭାଇଡର୍ ଏବଂ ତୃତୀୟ-ପକ୍ଷ ଆପ୍ ମଧ୍ଯରେ ସବ୍ସ୍କ୍ରିପ୍ସନ୍ ସୂଚନାର ଏକ୍ସଚେଞ୍ଜ୍ କରିବା ପାଇଁ କରାଯାଇଥାଏ। ଆପଣଙ୍କ TV ପ୍ରୋଭାଇଡର୍ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ଆକାଉଣ୍ଟ୍ର ସୂଚନା ଆପଣଙ୍କ ଦ୍ବାରା ସକ୍ଷମ କରାଯାଇଥିବା ଯେକୌଣସି ଆପ୍ ସହିତ ଶେୟର୍ କରିପାରିବ, ଯାହା ଦ୍ବାରା ସେମାନଙ୍କର କିଛି ସବ୍ସ୍କ୍ରିପ୍ସନ୍ କିମ୍ୱା କଣ୍ଟେଣ୍ଟ୍ ଅଫର୍ଗୁଡ଼ିକ ପାଇଁ ଆପଣଙ୍କ ପାଖରେ ଥିବା ଆକ୍ସେସ୍ର ଯାଞ୍ଚ କରାଯାଇପାରିବ। ଏହି ସୂଚନାରେ ସବ୍ସ୍କ୍ରିପ୍ସନ୍ ପ୍ୟାକେଜ୍ ବିବରଣୀ ସହିତ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ୟୁଜର୍ ID, ଘରୋଇ ID ଏବଂ ଆପଣଙ୍କ ଆକାଉଣ୍ଟ୍ ଜିପ୍ କୋଡ୍ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ।
ଆପଣ ନିଜ TV ପ୍ରୋଭାଇଡର୍ ଆକାଉଣ୍ଟରେ ସାଇନ୍ ଇନ୍ କରିବା ପରେ, ଆମେ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ସୂଚନା ମାଧ୍ୟମରେ ଉପଲବ୍ଧ କଣ୍ଟେଣ୍ଟ୍ ସାହାଯ୍ୟରେ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ସୂଚନାର ବ୍ଯବହାର ତୃତୀୟ-ପକ୍ଷ ଆପ୍କୁ ସର୍ଚ୍ଚ୍ କରିବାକୁ କରିବୁ ଯାହା Apple TV ଆପ୍ ସହିତ ସଂଯୋଗ କରିବାକୁ ଯୋଗ୍ୟ ଅଟେ।
ଆପଣ ଯେକୌଣସି ସମୟରେ TV ପ୍ରୋଭାଇଡର୍ ଫୀଚର୍କୁ ଅକ୍ଷମ କରିବାର ବିକଳ୍ପ ଚୟନ କରିପାରିବେ। ଆପଣଙ୍କ iOS ଡିଭାଇସ୍ରେ ଏହା କରିବା ପାଇଁ ସେଟିଂସ୍ > TV ପ୍ରୋଭାଇଡର୍ > “TV ପ୍ରୋଭାଇଡର୍ କାଢ଼ନ୍ତୁ”କୁ ଯାଆନ୍ତୁ। visionOS ଡିଭାଇସ୍ରେ, ସେଟିଂସ୍ > TV ପ୍ରୋଭାଇଡର୍ > “TV ପ୍ରୋଭାଇଡର୍ କାଢ଼ନ୍ତୁ”କୁ ଯାଆନ୍ତୁ। tvOSରେ ସେଟିଂସ୍ > ୟୁଜର୍ ଏବଂ ଆକାଉଣ୍ଟ୍ > TV ପ୍ରୋଭାଇଡର୍ > “TV ପ୍ରୋଭାଇଡର୍ କାଢ଼ନ୍ତୁ”କୁ ଯାଆନ୍ତୁ। ଏହା ଦ୍ବାରା ଆପଣ ଆପଣଙ୍କର TV ପ୍ରୋଭାଇଡର୍ ଆକାଉଣ୍ଟ୍ରୁ ସାଇନ୍ ଆଉଟ୍ ହୋଇଯିବେ। ଆପଣ ଆପ୍କୁ ପୃଥକ୍ କରି ଅକ୍ଷମ କରିବାର ବିକଳ୍ପ ମଧ୍ୟ ବାଛିପାରନ୍ତି।
TV ପ୍ରୋଭାଇଡର୍ ଫୀଚର୍ ସକ୍ଷମ କରି, ଆପଣ ଆପଣଙ୍କ TV ପ୍ରୋଭାଇଡର୍ ଏବଂ ଆପଣଙ୍କ ଦ୍ବାରା ସକ୍ଷମ କରାଯାଇଥିବା କୌଣସି ତୃତୀୟ-ପକ୍ଷ ଆପ୍କୁ TV ସବ୍ସ୍କ୍ରିପ୍ସନ୍ ଆକାଉଣ୍ଟ ସୂଚନାର ଏକ୍ସ୍ଚେଞ୍ଜ୍ ଓ ବ୍ୟବହାର କରିବା ପାଇଁ ଅନୁମତି ଦେଉଛନ୍ତି। ସେହି ସୂଚନାର ଶେୟର୍ ଏବଂ ବ୍ୟବହାର, ସେମାନଙ୍କ ସର୍ତ୍ତାବଳୀ, ଗୋପନୀୟତା ନୀତି ଏବଂ ବ୍ଯବହାର ଉପରେ ନିର୍ଭର କରେ। ଆପଣଙ୍କ TV ପ୍ରୋଭାଇଡର୍ ଏବଂ ଏପରି କୌଣସି ତୃତୀୟ-ପକ୍ଷ ଆପ୍ ଦ୍ବାରା ଆପଣଙ୍କ TV ସବ୍ସ୍କ୍ରିପ୍ସନ୍ ଆକାଉଣ୍ଟ୍ ସୂଚନା ଏବଂ ଏହା ସହ ସମ୍ବନ୍ଧୀୟ ସୂଚନାର ବ୍ୟବହାର ଏବଂ ଶେୟର୍ କିପରି କରାଯାଏ ତାହା ବୁଝିବା ପାଇଁ ଆପଣ ସେମାନଙ୍କର ସର୍ତ୍ତାବଳୀ, ଗୋପନୀୟତା ନୀତି ଏବଂ କାର୍ଯ୍ୟଶୈଳୀର ସମୀକ୍ଷା କରିବା ଉଚିତ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ
2025-12-12