Apple Vision Pro ଆପ୍ ଓ ଗୋପନୀୟତା
Apple Vision Pro ଆପ୍ ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ସହିତ ଆପଣ କ’ଣ ଶେୟର୍ କରିବେ ତାହା ବାଛିବା ପାଇଁ ଆପଣଙ୍କୁ ସକ୍ଷମ କରିବାକୁ ଡିଜାଇନ୍ କରାଯାଇଛି।
![]()
- Apple Vision Pro ଆପ୍ App Store ଭଳି ଆପ୍ରେ ଉପଲବ୍ଧ କଣ୍ଟେଣ୍ଟ୍ର ପ୍ରୀଭ୍ୟୂ ଡିସ୍ପ୍ଲେ କରିବା, ଆପଣଙ୍କ Apple Vision Pro ବିଷୟରେ ସୂଚନା ଦେଖାଇବା ଏବଂ ନୋଟିଫିକେଶନ୍ ପଠାଇବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍ ସହ ସମ୍ବନ୍ଧିତ ଆଇଡେଣ୍ଟିଫାୟର୍ ବ୍ୟବହାର କରିଥାଏ।
- ଆପଣ Apple Vision Pro ଆପ୍ ବ୍ୟବହାର କରିବା ସମୟରେ, ଆପଣ ସ୍ପେଶିୟଲ୍ ଗ୍ୟାଲେରି, Apple TV ଓ App Store ସମେତ ଅନ୍ୟ ଆପ୍ରେ ଥିବା କଣ୍ଟେଣ୍ଟ୍ ସହ ଏନ୍ଗେଜ୍ ହୋଇପାରିବେ। ସେମାନଙ୍କ ସେବା-ନିର୍ଦ୍ଦିଷ୍ଟ ଗୋପନୀୟତା ନୀତି ଅନୁଯାୟୀ ଆପଣଙ୍କ ଡେଟା ସଂଗୃହୀତ ହେବ।
- ଆପଣଙ୍କ ପ୍ରିସ୍କ୍ରିପ୍ସନ୍ ସୂଚନା ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ବ୍ୟବହାର କରି ସିଙ୍କ୍ କରାଯାଏ।
Apple Vision Pro ଆପ୍ ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବା ପାଇଁ ଆପଣଙ୍କୁ ସକ୍ଷମ କରିବାକୁ ଡିଜାଇନ୍ କରାଯାଇଛି। ଯେତେବେଳେ ଆମେ ଡେଟା ସଂଗ୍ରହ କରୁ, ଆମେ ବିଶ୍ୱାସ କରୁ ଯେ ଆମେ କ'ଣ ସଂଗ୍ରହ କରୁଛୁ ଏବଂ କାହିଁକି ଆମକୁ ଏହାର ଆବଶ୍ୟକତା ଅଛି ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
Apple Vision Pro ଆପ୍ ବ୍ୟବହାର କରିବା
Apple Vision Pro ଆପ୍ ଆପଣଙ୍କୁ ନୂଆ କଣ୍ଟେଣ୍ଟ୍ ଓ ଆପଣଙ୍କ Apple Vision Pro ଡିଭାଇସ୍ ବିଷୟରେ ସୂଚନା, ସବୁ କିଛି ଗୋଟିଏ ସ୍ଥାନରେ ଆକ୍ସେସ୍ କରିବାକୁ ଦେଇଥାଏ। ଆପଣ Apple Vision Pro ଆପ୍ ବ୍ୟବହାର କରିବା ସମୟରେ, ଆପ୍ରେ ଥିବା କଣ୍ଟେଣ୍ଟ୍ ଡିସ୍ପ୍ଲେ କରିବା ପାଇଁ Apple ଆପଣଙ୍କ Apple ଆକାଉଣ୍ଟ୍ ସହ ଲିଙ୍କ୍ ହୋଇଥିବା ଏକ ଆଇଡେଣ୍ଟିଫାୟର୍ ବ୍ୟବହାର କରିଥାଏ, ଯେପରିକି ସ୍ପେଶିୟଲ୍ ଗ୍ୟାଲେରି, App Store ଓ Apple TV ଭଳି Apple ଆପ୍ରେ ଉପଲବ୍ଧ କଣ୍ଟେଣ୍ଟ୍ର ପ୍ରୀଭ୍ୟୂ। ଏହା ବ୍ୟତୀତ, ଯଦି ଆପଣ Apple Vision Pro ଆପ୍ରେ ପ୍ରଦର୍ଶିତ କଣ୍ଟେଣ୍ଟ୍ ସହ ଏନ୍ଗେଜ୍ ହୁଅନ୍ତି, ଯାହା କି ଅନ୍ୟ Apple ଆପ୍ରେ ଉପଲବ୍ଧ ଥାଏ, ତେବେ ଆପଣ ସେହି ଆପ୍ଗୁଡ଼ିକରେ କଣ୍ଟେଣ୍ଟ୍ ଦେଖିବାକୁ ସମର୍ଥ ହେବେ ଏବଂ ଆପଣ ଡେଟା ସେହି ଆପ୍-ନିର୍ଦ୍ଦିଷ୍ଟ ଗୋପନୀୟତା ନୋଟିସ୍ ଅଧୀନରେ ସଂଗୃହୀତ ହେବ।
Apple Vision Pro ଆପ୍ ଆପଣଙ୍କ Apple Vision Pro ବିଷୟରେ ସୂଚନା ଦେଖାଇବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍ ସହ ଲିଙ୍କ୍ ହୋଇଥିବା ଆଇଡେଣ୍ଟିଫାୟର୍ ବ୍ୟବହାର କରିଥାଏ, ଯେପରିକି ଡିଭାଇସ୍ର ସିରିଅଲ୍ ନମ୍ବର୍ କିମ୍ବା ଏହା ନବୀନତମ ଅପ୍ଡେଟ୍ ଗ୍ରହଣ କରିଛି କି ନାହିଁ।
Apple Vision Pro ଆପ୍ ଆପଣଙ୍କ ZEISS ଅପ୍ଟିକଲ୍ ଇନ୍ସର୍ଟ୍ ପାଇଁ ପ୍ରିସ୍କ୍ରିପ୍ସନ୍ ସୂଚନାକୁ ଆପ୍ରେ ଦେଖାଏ। ଆପଣଙ୍କ ପ୍ରିସ୍କ୍ରିପ୍ସନ୍ ସୂଚନା ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ବ୍ୟବହାର କରି ସିଙ୍କ୍ କରାଯାଏ, ତେଣୁ Apple ଏହାକୁ ଆକ୍ସେସ୍ କରିପାରିବ ନାହିଁ।
Appleକୁ ପଠାଯାଇଥିବା ସୂଚନାକୁ Apple ଭରସାଯୋଗ୍ୟ ତୃତୀୟ-ପକ୍ଷ ସେବା ପ୍ରଦାନକାରୀଙ୍କ ସାହାଯ୍ୟରେ ପ୍ରକ୍ରିୟାନ୍ବିତ କରି ଷ୍ଟୋର୍ କରିପାରେ।
ଆପଣଙ୍କ ସହିତ ଯୋଗାଯୋଗ କରିବା
ଆପଣଙ୍କୁ ନୋଟିଫିକେଶନ୍ ପଠାଇବା ପାଇଁ ଆମେ ଡିଭାଇସ୍ ଆଇଡେଣ୍ଟିଫାୟର୍ ବ୍ୟବହାର କରିଥାଉ। ଆପଣଙ୍କ iOS ଡିଭାଇସ୍ରେ ନିଜର ନୋଟିଫିକେଶନ୍ ପ୍ରାଥମିକତା ଅପ୍ଡେଟ୍ କରିବା ପାଇଁ, ସେଟିଂସ୍ > ନୋଟିଫିକେଶନ୍ > Apple Vision Pro ଆପ୍କୁ ଯାଆନ୍ତୁ।
ରିଟେନ୍ଶନ୍
Appleର ଗୋପନୀୟତା ନୀତିରେ କିମ୍ବା ଆମର ସେବା-ନିର୍ଦ୍ଦିଷ୍ଟ ଗୋପନୀୟତା ନୋଟିଫିକେଶନ୍ରେ ବର୍ଣ୍ଣିତ ଅନୁଯାୟୀ କିମ୍ବା ଆଇନ ଦ୍ୱାରା ଆବଶ୍ୟକ ଅନୁଯାୟୀ, ଯେଉଁ ଉଦ୍ଦେଶ୍ୟ ପାଇଁ ଏହା ସଂଗ୍ରହ କରାଯାଇଥିଲା ତାହା ପୂରଣ କରିବା ପାଇଁ Apple କେବଳ ପର୍ସନଲ୍ ଡେଟା ରଖିଥାଏ। ରିଟେନ୍ଶନ୍ ଅବଧିର ମୂଲ୍ୟାଙ୍କନ କରିବା ସମୟରେ, ଆମେ ପ୍ରଥମେ ସଂଗୃହୀତ ପର୍ସନଲ୍ ଡେଟାକୁ ବଜାୟ ରଖିବା ଆବଶ୍ୟକ କି ନାହିଁ ସତର୍କତାର ସହ ଯାଞ୍ଚ କରିଥାଉ ଏବଂ ଯଦି ବଜାୟ ରଖିବା ଆବଶ୍ୟକ ହୁଏ ତେବେ ଆଇନ ଦ୍ୱାରା ଅନୁମତିପ୍ରାପ୍ତ ସବୁଠାରୁ ଛୋଟ ସମ୍ଭାବ୍ଯ ଅବଧି ପାଇଁ ପର୍ସନଲ୍ ଡେଟା ରଖିବା ପାଇଁ କାମ କରିଥାଉ। ଯଦି ଆପଣଙ୍କର Apple Vision Pro ଆପ୍ର ଉପଯୋଗ ବିଷୟରେ କିଛି ପ୍ରଶ୍ନ ଅଛି କିମ୍ୱା ଆପଣ ଆମ ଡେଟା ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚାହାନ୍ତି, ତେବେ ଆପଣ ଆମକୁ www.apple.com/in/legal/privacy/contactରେ ଯୋଗାଯୋଗ କରିପାରିବେ।
ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର
ସେବା ପ୍ରଦାନ କରିବା ଏବଂ ଆମ ଆଇନଗତ ବାଧ୍ୟବାଧକତାର ଅନୁପାଳନ କରିବା ପାଇଁ ଆବଶ୍ୟକ ଅନୁଯାୟୀ, ସାଧାରଣତଃ Apple ସହ ଥିବା ଆପଣଙ୍କ ଚୁକ୍ତିର କାର୍ଯ୍ୟକାରିତା ପାଇଁ ଆମେ Apple Vision Pro ଆପ୍ରେ ଥିବା ଆପଣଙ୍କ ବ୍ୟକ୍ତିଗତ ଡେଟାକୁ ପ୍ରକ୍ରିୟାନ୍ୱିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ।
ଯେଉଁଠାରେ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁମତି ପ୍ରଦାନ କରେ, ଆପଣଙ୍କ ପାଇଁ Apple Vision Pro ଆପ୍ ଓ ଅନ୍ୟ Apple ପ୍ରଡକ୍ଟ୍, ସେବା ଓ ରୁଚିପୂର୍ଣ୍ଣ ହେବାର ସମ୍ଭାବନା ଥିବା ଅଫର୍ ବିଷୟରେ ସୂଚନା ପଠାଇବା ପାଇଁ ଆମେ ବ୍ୟକ୍ତିଗତ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକତା ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ।
Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।
2025-12-12