VPNs ଓ ଗୋପନୀୟତା

ନିର୍ଦ୍ଦିଷ୍ଟ ନେଟ୍‌ୱର୍କ୍ ଟ୍ରାଫିକ୍‌ର ରୂଟିଂ କଣ୍ଟ୍ରୋଲ୍ କରିବାକୁ VPN ସେଟ୍ ଅପ୍ କରାଯାଇପାରିବ।


ଏକ ଭର୍ଚୁଅଲ୍ ପ୍ରାଇଭେଟ୍ ନେଟ୍‌ୱର୍କ୍ (VPN) ହେଉଛି ଏକ ସେବା, ଯାହା ଆପଣଙ୍କ ଡିଭାଇସ୍‌ରୁ ନିର୍ଦ୍ଦିଷ୍ଟ ନେଟ୍‌ୱର୍କ୍ ଟ୍ରାଫିକ୍‌କୁ ଏପରି ଭାବରେ ଏନ୍‌କ୍ରିପ୍ଟ୍ ଏବଂ ରୂଟ୍ କରିପାରେ ଯାହା ଆପଣଙ୍କ ପରିଦର୍ଶନ ଏବଂ ବାର୍ତ୍ତାଳାପ କରୁଥିବା ୱେବ୍‌ସାଇଟ୍ ଏବଂ ସେବାରୁ ଆପଣଙ୍କ IP ଠିକଣା ଲୁଚାଇପାରେ। ଏପରିକି ଏକ VPN ସକ୍ରିୟ ଥିବା ବେଳେ, ଅତ୍ୟାବଶ୍ୟକ ସିଷ୍ଟମ୍ ସେବା ପାଇଁ ଆବଶ୍ୟକୀୟ କିଛି ଟ୍ରାଫିକ୍ VPN ବାହାରେ ହେବ ଯାହା ଦ୍ୱାରା ଆପଣଙ୍କ ଡିଭାଇସ୍ ସଠିକ୍ ଭାବରେ କାର୍ଯ୍ୟ କରିପାରିବ।

ଆପଣ App Storeରୁ ଆପଣଙ୍କ ପସନ୍ଦର VPN କନଫିଗରେଶନ୍ ଡାଉନ୍‌ଲୋଡ୍ କରିପାରିବେ ଏବଂ ଏହାକୁ ଆପଣଙ୍କ ଡିଭାଇସ୍‌ରେ ଇନ୍‌ଷ୍ଟଲ୍ କରିପାରିବେ। ଆପଣଙ୍କ ନିଯୁକ୍ତିଦାତା କିମ୍ବା ବିଦ୍ୟାଳୟ ପରି ଅନୁଷ୍ଠାନଗୁଡ଼ିକ ମଧ୍ୟ Apple Watch କିମ୍ବା Apple TV ସମେତ ସେମାନେ ପରିଚାଳନା କରୁଥିବା ଡିଭାଇସ୍‌ରେ VPN କନ୍‌ଫିଗରେଶନ୍ ସେଟ୍ ଅପ୍ କରିପାରିବେ। ସେଟିଂସ୍ > ସାଧାରଣ > VPN ଓ ଡିଭାଇସ୍ ପରିଚାଳନା > VPNକୁ ଯାଇ ତା’ପରେ “VPN କନ୍‌ଫିଗରେଶନ୍ ଯୋଡ଼ନ୍ତୁ”ରେ ଟାପ୍ କରି ଏବଂ ପ୍ରାସଙ୍ଗିକ ସୂଚନା ଏଣ୍ଟର୍ କରି ଆପଣ iOS, iPadOS, କିମ୍ୱା visionOS ଡିଭାଇସ୍‌ରେ ମାନ୍ୟୁଅଲ୍ ଭାବରେ ମଧ‍୍ୟ VPN ଯୋଡ଼ିପାରିବେ। Macରେ ସିଷ୍ଟମ୍ ସେଟିଂସ୍‌ > ନେଟ୍‌ୱର୍କ୍‌କୁ ଯାଆନ୍ତୁ, ଅଧିକ ବଟନ୍‌ରେ କ୍ଲିକ୍ କରନ୍ତୁ, ତା’ପରେ “VPN କନ୍‌ଫିଗ୍‌ରେଶନ୍‌ ଯୋଡ଼ନ୍ତୁ” ଚୟନ କରନ୍ତୁ ଏବଂ ପ୍ରାସଙ୍ଗିକ ସୂଚନା ଲେଖନ୍ତୁ।

ଆପଣ କେବଳ ଏକ ଭରସାଯୋଗ‍୍ୟ VPN ସେବା ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ। VPN କନ୍‌ଫିଗ୍‌ରେଶନ୍‌ ସଂସ୍ଥାପିତ ଏବଂ ସକ୍ରିୟ ଥିବା ସମୟରେ ଆପଣଙ୍କ VPN ପ୍ରୋଭାଇଡର୍‌ ଆପଣଙ୍କ ଅନ୍‌ଲାଇନ୍ କାର୍ଯ‍୍ୟକଳାପ ଦେଖିବା, ଇଣ୍ଟର୍‌ସେପ୍ଟ୍‌ କରିବା ଏବଂ ସଂଶୋଧନ କରିବା ପାଇଁ ସମର୍ଥ ହୋଇପାରନ୍ତି। ଆପଣ ନିଜର VPN ପ୍ରୋଭାଇଡର୍‌ର ସେବା ବିଷୟରେ ଅଧିକ ଜାଣିବା ପାଇଁ ଏବଂ ସେହି କମ୍ପାନି ଆପଣଙ୍କ ଡେଟା କିପରି ପରିଚାଳନା କରେ ସେ ବିଷୟରେ ଅଧିକ ଜାଣିବା ପାଇଁ ତା’ର ଗୋପନୀୟତା କାର୍ଯ‍୍ୟପଦ୍ଧତି ସମୀକ୍ଷା କରିବା ଉଚିତ। ଯେତେବେଳେ ଆପଣ ଏକ ତୃତୀୟ-ପକ୍ଷ ଆପ୍‌ ବ୍ୟବହାର କରୁଛନ୍ତି କିମ୍ୱା Apple ଦ୍ୱାରା ପରିଚାଳିତ ହେଉନଥିବା ୱେବ୍‌ସାଇଟ୍ ବ୍ରାଉଜ୍‌ କରୁଛନ୍ତି, ସେତେବେଳେ Apple ଆପଣଙ୍କ ଡିଭାଇସ୍‌ରେ VPN ସେବାର ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରେ ନାହିଁ ଯାହା ଆପଣଙ୍କୁ ଚିହ୍ନଟ କରେ।

VPN ପ୍ରଦାନକାରୀମାନେ ଆପଣଙ୍କ ଡିଭାଇସ୍‌ରୁ ବାହାରକୁ ଯିବା ପରେ ଟ୍ରାଫିକ୍‌ କିପରି ପରିଚାଳିତ ହୁଏ, ତାହା ଏନ୍‌କ୍ରିପ୍ଟ୍‌ ହୋଇଛି କି ନାହିଁ, ଏବଂ ଆପଣ ଯେଉଁ ୱେବ୍‌ସାଇଟ୍‌ ସହ ସଂଯୁକ୍ତ ରହିଛନ୍ତି, ସେଗୁଡ଼ିକ ପାଇଁ କେଉଁ ଡେଟା ଉପଲବ୍ଧ, ଏସବୁ ସମେତ ଆପଣଙ୍କ VPN କନ୍‌ଫିଗରେଶନ୍‌ କିପରି ଅପରେଟ୍ ହୁଏ, ତାହା ନିୟନ୍ତ୍ରଣ କରନ୍ତି।

ଯଦି ଏକ VPN କନ୍‌ଫିଗରେଶନ୍ ଇନ୍‌ଷ୍ଟଲ୍‌ କରାଯାଇଛି ଏବଂ iCloud ପ୍ରାଇଭେଟ୍ ରିଲେ ସକ୍ଷମ ହୋଇଥିବା ସ୍ଥାନରେ ଏହି ଡିଭାଇସ୍‌ ସକ୍ରିୟ ଅଛି, ତେବେ VPN କନ୍‌ଫିଗରେଶନ୍ ଇଣ୍ଟର୍‌ନେଟ୍‌ ସଂଯୋଗର ରୂଟିଂ ନିର୍ଦ୍ଧାରଣ କରିବ ଯାହା ଅନ‍୍ୟଥା ପ୍ରାଇଭେଟ୍ ରିଲେ ଦ୍ବାରା ସୁରକ୍ଷିତ କରାଯିବ।

ଆପଣଙ୍କ ଡିଭାଇସ୍‌ର ସମସ୍ତ ନେଟ୍‌ୱର୍କ୍‌ ଟ୍ରାଫିକ୍‌କୁ ଏକ ସକ୍ରିୟ VPN ମାଧ‍୍ୟମରେ ରୂଟ୍ କରାଯିବ ନାହିଁ। ଯଦି ଜଣେ ଆପ୍‌ ଡିଭେଲପର୍‌ ନିଜ ଆପ୍‌ ପାଇଁ ଏକ ଆବଶ୍ଯକୀୟ ପ୍ରକାରର ସଂଯୋଗ ନିର୍ଦ୍ଦିଷ୍ଟ କରନ୍ତି, ଯେପରିକି କେବଳ ମୋବାଇଲ୍ ଡେଟା, ତେବେ ସେହି ଆପ୍‌ରୁ ନେଟ୍‌ୱର୍କ୍‌ ଟ୍ରାଫିକ୍‌କୁ ସକ୍ରିୟ VPN କନ୍‌ଫିଗରେଶନ୍‌ରେ ସାମିଲ୍‌ କରାଯାଏ ନାହିଁ। iOS, iPadOS ଏବଂ visionOS ଡିଭାଇସ୍‌ରେ, ଆପଣଙ୍କ VPN ପ୍ରଦାନକାରୀ ଏହି ବିକଳ୍ପକୁ ଓଭର୍‌ରାଇଡ୍ କରିବା ପାଇଁ ବାଛି ପାରିବ ଏବଂ ସକ୍ରିୟ VPN କନ୍‌ଫିଗରେଶନ୍‌ ବାହାରେ ପ୍ରାୟତଃ ଆପ୍, ସେବା ଏବଂ ସିଷ୍ଟମ୍‌ କାର୍ଯ୍ଯଗୁଡ଼ିକୁ ନେଟ୍‌ୱର୍କ୍‌ ଟ୍ରାଫିକ୍‌କୁ ରୂଟ୍‌ କରିବାକୁ ରୋକି ପାରିବ।

କେତେକ ଟ୍ରାଫିକ୍‌ ଯାହା ଅତ‍୍ୟାବଶ୍ଯକୀୟ ସିଷ୍ଟମ୍‌ ସେବା ପାଇଁ ଆବଶ୍ଯକ, କୌଣସି ଏକ ସକ୍ରିୟ VPN କନ୍‌ଫିଗରେଶନ୍‌ ମାଧ‍୍ୟମରେ ରୂଟ୍‌ କରାଯିବ ନାହିଁ, ଯେପରିକି ଆପଣଙ୍କ ସ୍ଥାନୀୟ ନେଟ୍‌ୱର୍କ୍‌ର ରାଉଟର୍‌ ସହ ସିଧାସଳଖ ସଂଯୋଗ (ଯାହା ନେଟ୍‌ୱର୍କ୍‌ ସଂଯୋଗ ପ୍ରତିଷ୍ଠା ଏବଂ ବଜାୟ ରଖିବା ପାଇଁ ଆବଶ‍୍ୟକ) ଏବଂ କିଛି ମୋବାଇଲ୍‌ ସେବା ଯାହା କେବଳ ମୋବାଇଲ୍‌ ନେଟ୍‌ୱର୍କ୍‌ରେ ହିଁ କାର୍ଯ୍ଯ କରେ (ଯେଉଁଥିରେ, ଯେଉଁଠାରେ ଉପଲବ୍ଧ ଭିଜୁଅଲ୍‌ ଭଏସ୍‌ମେଲ୍‌ ଅନ୍ତର୍ଭୁକ୍ତ ହୋଇପାରେ)।

2025-12-12