ୱଲେଟ୍‌ ଓ ଗୋପନୀୟତା

ଏକ ପାସ୍ ଯୋଡ଼ିବା ଦ୍ବାରା ଏହା ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ସଂଯୁକ୍ତ ହୋଇଯାଏ। ଆପଣଙ୍କ ଡିଭାଇସ୍ ସେଟ୍ ଅପ୍ ଏବଂ ପରିଚାଳନା ପାଇଁ ପାସ୍ ପ୍ରଦାନକାରୀ ସହ ଏକ ଡିଭାଇସ୍ ଚିହ୍ନଟକାରୀ ଶେୟର୍ କରିପାରେ।
 

ଅଧିକ ସୁରକ୍ଷିତ ଏବଂ ଗୋପନୀୟ ଉପାୟରେ ଆପଣଙ୍କ କାର୍ଡ୍ ଏବଂ ପାସ୍ ଷ୍ଟୋର୍ ଏବଂ ପରିଚାଳନା କରିବାରେ ଆପଣଙ୍କୁ ସହାୟତା କରିବା ପାଇଁ ୱଲେଟ୍‌ ଡିଜାଇନ୍ କରାଯାଇଛି।


Privacy Icon

  • ଯେତେବେଳେ ଆପଣ ଏକ ପାସ୍ ଯୋଡ଼ନ୍ତି, ଏହା ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ଜଡ଼ିତ ହୁଏ ଏବଂ ଆପଣଙ୍କ ପାସ୍ ଡିସ୍‌ପ୍ଲେ ଏବଂ ପରିଚାଳନା କରିବାରେ ସହାୟତା କରିବାକୁ କିଛି ପାସ୍ ସୂଚନା Apple ସହିତ ଶେୟର୍ ହୋଇପାରେ।
  • ଆପଣଙ୍କ ଡିଭାଇସ୍ ସେଟ୍ ଅପ୍ ଏବଂ ପରିଚାଳନା ପାଇଁ ପାସ୍ ପ୍ରଦାନକାରୀଙ୍କ ସହ ଏକ ସ୍ବତନ୍ତ୍ର ଡିଭାଇସ୍ ଚିହ୍ନଟକାରୀ ଶେୟର୍ କରିପାରେ।
  • ଏଠାରେ କରାଯାଇଥିବା ବର୍ଣ୍ଣନା ଅନୁଯାୟୀ Apple ଆପଣଙ୍କ ପାସ୍‌ର ସୂଚନା ବ୍ଯବହାର କରିବ। ଆପଣଙ୍କ ପାସ୍ ପ୍ରଦାନକାରୀ ସେମାନଙ୍କ ଗୋପନୀୟତା ନୀତିରେ କରାଯାଇଥିବା ବର୍ଣ୍ଣନା ଅନୁସାରେ ଆପଣଙ୍କ ପାସ୍ ସୂଚନାର ଉପଯୋଗ କରିପାରନ୍ତି।
  • କ୍ରେଡିଟ୍, ଡେବିଟ୍, ପ୍ରିପେଡ୍ ଏବଂ ଟ୍ରାଞ୍ଜିଟ୍ କାର୍ଡ୍ ପରି କଣ୍ଟାକ୍ଟ୍‌ଲେସ୍ ପେମେଣ୍ଟ୍ ପାସ୍ ପାଇଁ ସୂଚନା www.apple.com/in/legal/privacy/data/en/apple-pay ରେ Apple Pay ଓ ଗୋପନୀୟତାରେ ବର୍ଣ୍ଣନା କରାଯାଇଛି।

ୱଲେଟ୍ ଆପଣଙ୍କୁ ଡିଜିଟଲ୍ ଟିକେଟ୍, ବୋର୍ଡିଂ ପାସ୍, କୀ’ ଏବଂ ଆହୁରି ଅନେକ ଜିନିଷକୁ ସହଜ ଆକ୍ସେସ୍ ପାଇଁ ଗୋଟିଏ ସ୍ଥାନରେ ସୁରକ୍ଷିତ ଭାବରେ ଷ୍ଟୋର୍ କରିବାକୁ ଅନୁମତି ଦେଇଥାଏ।

ୱଲେଟ୍‌ରେ ପାସ୍ ଯୋଡ଼ିବା ଏବଂ ପରିଚାଳନା କରିବା

ଆପଣଙ୍କ ପାସ୍ ପ୍ରଦାନକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା “Apple ୱଲେଟ୍‌ ଲିଙ୍କ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରି କିମ୍ବା ୱଲେଟ୍‌ର ନିମ୍ନରେ ଥିବା “ପାସ୍ ଏଡିଟ୍‌ କରନ୍ତୁ”ରେ ଟାପ୍ କରି, ସ୍କାନ୍ କୋଡ୍ ଚୟନ କରି ଏବଂ ଆପଣଙ୍କ ପାସ୍ ପାଇଁ QR କୋଡ୍ ସ୍କାନ୍ କରି ଆପଣ ୱଲେଟ୍‌ରେ ଏକ ପାସ୍ ଯୋଡ଼ିପାରିବେ। ଆପଣ ମଧ‍୍ୟ କିଛି ତୃତୀୟ-ପକ୍ଷ ଆପ୍‌ଗୁଡ଼ିକ ମାଧ୍ୟମରେ ସିଧାସଳଖ ୱଲେଟ୍‌ରେ ଏକ ପାସ୍ ଯୋଡ଼ିପାରିବେ। ଯେତେବେଳେ ଆପଣ ୱଲେଟ୍‌ରେ ଏକ ପାସ୍ ଯୋଡ଼ନ୍ତି, ଆପଣଙ୍କ ଡିଭାଇସ୍ ୱଲେଟ୍‌ରେ ପାସ୍ ଡିସ୍‌ପ୍ଲେ କରିବାକୁ ଆବଶ୍ୟକ Apple ସୂଚନା ପ୍ରେରଣ କରେ, ଯେଉଁଥିରେ ପାସ୍‌ରେ ହିଁ ଦୃଶ୍ୟମାନ ହେଉଥିବା ସୂଚନା, ଯେପରିକି ଟିକେଟ୍ ନମ୍ବର୍‌ ଏବଂ ନାମ ଅନ୍ତର୍ଭୁକ୍ତ। Apple ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ପାସ୍ ଏବଂ ପାସ୍ ସୂଚନାକୁ ସମ୍ବନ୍ଧିତ କରେ, ପାସ୍ ୱଲେଟ୍‌ରେ ରହିବା ପର୍ଯ୍ୟନ୍ତ ସୂଚନା ଷ୍ଟୋର୍ କରେ, ଏବଂ ପାସ୍ ଡିସ୍‌ପ୍ଲେ ଏବଂ ପରିଚାଳନା କରିବା ପାଇଁ ସୂଚନାର ବ୍ୟବହାର କରେ। Apple ଆପଣଙ୍କ ପାସ୍‌ ବିଷୟରେ ଏଭଳି ସୂଚନା ମଧ‍୍ୟ ଏକତ୍ରିତ କରିପାରେ ଯାହା ଆପଣଙ୍କୁ ବିଲ୍‌ ପାସ୍‌ ପ୍ରଦାନକାରୀମାନଙ୍କ ପାଖରେ ବ‍୍ୟକ୍ତିଗତ ଭାବରେ ଚିହ୍ନଟ କରାଇବ ନାହିଁ।

ୱଲେଟ୍‌ରେ ଏକ ପାସ୍ ଯୋଡ଼ାଯିବା ସମୟରେ ଆପଣଙ୍କ ଡିଭାଇସ୍ ପାସ୍ ପ୍ରଦାନକାରୀଙ୍କ ସହ ଏକ ସ୍ବତନ୍ତ୍ର ଚିହ୍ନଟକାରୀ ସୃଷ୍ଟି ଓ ଶେୟର୍ କରିପାରେ। ପାସ୍ ପ୍ରଦାନକାରୀ, ପାସ୍ ସେଟ୍ ଅପ୍ ଏବଂ ପରିଚାଳନା କରିବାରେ ସହାୟତା କରିବା ପାଇଁ ଏହି ଅନନ୍ୟ ଡିଭାଇସ୍ ଚିହ୍ନଟକାରୀ ବ୍ୟବହାର କରିପାରନ୍ତି, ଯେପରିକି ପାସ୍ ସୂଚନା ଅପ୍‌ଡେଟ୍ କରି ଆରମ୍ଭ ସମୟ କିମ୍ୱା ବୋର୍ଡିଂ ଗେଟ୍ ଦେଖାନ୍ତୁ। ଅନନ୍ୟ ଡିଭାଇସ୍ ଚିହ୍ନଟକାରୀ ଆପଣ କିମ୍ବା ଆପଣଙ୍କ ଡିଭାଇସ୍ ବିଷୟରେ କୌଣସି ସୂଚନା ଦର୍ଶାଏ ନାହିଁ ଏବଂ ଏହା ପ୍ରତ୍ୟେକ ପାସ୍ ପ୍ରଦାନକାରୀ ପାଇଁ ଭିନ୍ନ ଅଟେ। ନିର୍ଦ୍ଦିଷ୍ଟ ପାସ୍ ଆପଣଙ୍କୁ ପାସ୍ ପଛ ପଟେ ଥିବା ସ୍ୱୟଂଚାଳିତ ଅପ୍‌ଡେଟ୍ ସକ୍ଷମ କିମ୍ବା ଅକ୍ଷମ କରି ପାସ୍ ପରିଚାଳନା କରିବା ପାଇଁ ପାସ୍ ପ୍ରଦାନକାରୀଙ୍କ କ୍ଷମତା ନିୟନ୍ତ୍ରଣ କରିବାକୁ ଅନୁମତି ଦେଇପାରେ।

ପାସ୍‌କୁ କାଢ଼ି ଦେବା ପାଇଁ, ପାସ୍‌ ପଛରେ “ପାସ୍‌ କାଢ଼ି ଦିଅନ୍ତୁ”ରେ ଟାପ୍‌ କରନ୍ତୁ କିମ୍ବା ଆପଣଙ୍କ ୱଲେଟ୍‌ର ତଳେ “ପାସ୍‌ ଏଡିଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ। ଯେତେବେଳେ ଆପଣ ଏପରି ଏକ ପାସ୍‌ କାଢ଼ି ଦିଅନ୍ତି ଯାହାର ବ୍ଯବହାର କଣ୍ଟାକ୍ଟ୍‌ଲେସ୍‌ ପେମେଣ୍ଟ୍‌ ପାଇଁ କରାଯାଇ ନାହିଁ, ତେବେ ଆପଣଙ୍କ ଡିଭାଇସ୍‌ ପାସ୍‌କୁ ଡିଲିଟ୍ କରିଦେବ ଏବଂ ଏହା କାରଣରୁ Apple ପାସ୍‌ ସହ ସମ୍ବନ୍ଧିତ ସମସ୍ତ ସୂଚନା ଡିଲିଟ୍‌ କରିଦେବ। ଆପଣଙ୍କ ପାସ୍‌ ପ୍ରଦାନକାରୀ ତଥାପି ପାସ୍ ସମ୍ବନ୍ଧିତ ସୂଚନା ଏବଂ ସ୍ବତନ୍ତ୍ର ଡିଭାଇସ୍ ଚିହ୍ନଟକାରୀକୁ ବଜାୟ ରଖିପାରେ।

ପାସ୍‌ ଶେୟର୍‌ କରିବା

ୱଲେଟ୍‌ ସାହାଯ୍ଯରେ ଆପଣ AirDrop, iMessage, ମେଲ୍‌ କିମ୍ବା ତୃତୀୟ ପକ୍ଷ ମେଲ୍‌, ମେସେଜିଂ କିମ୍ବା ଅନ୍ଯ ଯୋଗାଯୋଗ ଆପ୍‌ ମାଧ‍୍ୟମରେ ପାସ୍‌କୁ ଶେୟର୍‌ କରିପାରନ୍ତି। ଯଦି ଆପଣ ଏକ ପାସ୍ ଶେୟର୍‌ କରିବା ପାଇଁ ଏକ ତୃତୀୟ-ପକ୍ଷ ଆପ୍‌ ବ୍ଯବହାର କରନ୍ତି, ତେବେ ଶେୟରିଂ ସେହି ପାସ୍‌ର ଗୋପନୀୟତା ନୀତି ଅଧିନରେ ପରିଚାଳିତ ହେବ। ଯଦି ପ୍ରାପ୍ତକର୍ତ୍ତା ପାସ୍‌କୁ ସ୍ବୀକାର କରନ୍ତି, ତେବେ ସେ ପାସ୍‌ର ଏକ କପି ଏବଂ ପାସ୍‌ରେ ଡିସ୍‌ପ୍ଲେ ହୋଇଥିବା ସମସ୍ତ ସୂଚନା ପ୍ରାପ୍ତ କରିବେ। ଫ୍ୟାମିଲି ଶେୟରିଂ ସକ୍ଷମ ଥିବା ସମୟରେ, ଜଣେ ଫ‍୍ୟାମିଲି ଅର୍ଗାନାଇଜର୍ କିମ୍ବା ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କ ଦ୍ୱାରା ପିଲାର ଆକାଉଣ୍ଟ୍‌ ସହିତ ଶେୟର୍‌ କରାଯାଇଥିବା ପାସ୍‌ଗୁଡ଼ିକ ସ୍ୱୟଂଚାଳିତ ଭାବରେ ଗ୍ରହଣ କରାଯାଇପାରେ।

ଯଦି ଆପଣ ଏକ ପାସ୍ ଶେୟର୍ କରୁଛନ୍ତି ଯାହା ପାସ୍ ପ୍ରଦାନକାରୀଙ୍କ ଦ୍ବାରା ପରିଚାଳିତ, ତେବେ ଆପଣଙ୍କ ଡିଭାଇସ୍ ପାସ୍ ପ୍ରଦାନକାରୀଙ୍କୁ ପାସ୍‌ ଶେୟର୍‌ କରାଯାଇଥିବା ବିଷୟରେ ଜଣାଇପାରେ। ଉଦାହରଣ ସ୍ବରୂପ, ଯଦି ଚାରି ଜଣ ଅତିଥିଙ୍କ ପାଇଁ ଏକ ପାସ୍ ବୈଧ ଅଟେ, ତେବେ ଆପଣଙ୍କ ଡିଭାଇସ୍ ପାସ୍ ପ୍ରଦାନକାରୀଙ୍କୁ ପାସ୍‌ ସୀମାକୁ କାର୍ଯ୍ଯକାରୀ କରିବା ପାଇଁ ଅନୁମତି ଦେବାକୁ ପାସ୍ ପ୍ରଦାନକାରୀଙ୍କୁ ପାସ୍‌ କେତେ ଥର ଶେୟର୍‌ କରାଯାଇଛି ତାହା ଜଣାଇପାରେ। ଯଦି Apple ପାସ୍‌ ପରିଚାଳନା କରିବା ପାଇଁ ସହାୟତା କରେ, ତେବେ ଆପଣଙ୍କ ଡିଭାଇସ୍ Appleକୁ ତାହା ମଧ‍୍ୟ କହିବ ଯେ ସେହି ପାସ୍‌ ଶେୟର୍‌ ହୋଇଛି ଏବଂ ଏହା କାହା ସହ ଶେୟର୍ କରାଯାଇଛି। Apple ଏହି ସୂଚନାକୁ କେବଳ ପାସ୍‌ ପରିଚାଳନା କରିବାରେ ସହାୟତା କରିବାକୁ ବ‍୍ୟବହାର କରିବ ଏବଂ ଏହି ସୂଚନା ଷ୍ଟୋର୍‌ କରିବ ନାହିଁ।

ଟ୍ରାଞ୍ଜିଟ୍‌ କାର୍ଡ୍‌ ଯୋଡ଼ିବା ଏବଂ ପରିଚାଳନା କରିବା

Walletରେ ଏକ ଟ୍ରାଞ୍ଜିଟ୍ କାର୍ଡ୍‌ ଯୋଡ଼ିଲେ, ଏହି ଟ୍ରାଞ୍ଜିଟ୍ କାର୍ଡ୍‌ ବିଷୟରେ ଥିବା ସୂଚନା ଆପଣଙ୍କ Apple ଆକାଉଣ୍ଟ୍‌ ସହ ଜଡ଼ିତ ହେବ। ଯେପର୍ଯ୍ଯନ୍ତ ଆପଣଙ୍କ ଟ୍ରାଞ୍ଜିଟ୍ କାର୍ଡ୍‌ରେ ଧନାତ୍ମକ ବାଲାନ୍ସ୍ ରହିଛି, ଆପଣ ନିଜ ବାଲାନ୍ସ୍‌କୁ ରିକଭର୍‌ କରିପାରିବେ ବୋଲି ସୁନିଶ୍ଚିତ କରିବାରେ ସହାୟତା କରିବା ପାଇଁ ଏହି କାର୍ଡ୍‌ ଆପଣଙ୍କ Apple ଆକାଉଣ୍ଟ୍‌ ସହ ସମ୍ବନ୍ଧିତ ହୋଇ ରହିବ। ଯଦି ଆପଣ ୱଲେଟ୍‌ରେ ଏକରୁ ଅଧିକ ଟ୍ରାଞ୍ଜିଟ୍‌ କାର୍ଡ୍‌ ଯୋଡ଼ନ୍ତି, Apple କିମ୍ବା ଏହାର ପାର୍ଟନର୍‌ମାନେ କାର୍ଡ୍‌ଗୁଡ଼ିକ ମଧ୍ୟରେ ସମ୍ବନ୍ଧିତ ବ୍ୟକ୍ତିଗତ ଏବଂ ଆକାଉଣ୍ଟ୍‌ ସୂଚନା ଲିଙ୍କ୍ କରିବାକୁ ସକ୍ଷମ ହୋଇପାରନ୍ତି, ଉଦାହରଣ ସ୍ୱରୂପ ବ୍ୟକ୍ତିଗତ ଟ୍ରାଭେଲ୍‌ କାର୍ଡ୍‌ଗୁଡ଼ିକ ଅଣ-ବ୍ୟକ୍ତିଗତ ଟ୍ରାଭେଲ୍‌ କାର୍ଡ୍‌ ସହିତ ଲିଙ୍କ୍ ହୋଇପାରେ। ଜାପାନରେ, ମୋବାଇଲ୍ ଡିଭାଇସ୍ ପ୍ରଦାନକାରୀଙ୍କ ସହିତ ସମୟାନୁସାରେ ୱଲେଟ୍‌ରେ ଟ୍ରାଞ୍ଜିଟ୍ କାର୍ଡ୍‌ ସେଟ୍ ଅପ୍ କରିବା ବିଷୟରେ ଏକତ୍ରିତ, ଅଣ-ବ୍ୟକ୍ତିଗତ ଭାବରେ ଚିହ୍ନଟ ଯୋଗ୍ୟ, ସୂଚନା ଶେୟର୍‌ କରାଯାଇପାରେ।

ଆପଣ ଏକ ଟ୍ରାଞ୍ଜିଟ୍ କାର୍ଡ୍‌ ବ୍ୟବହାର କରିବା ସମୟରେ, ନିକଟରେ ଯାଇଥିବା ଷ୍ଟେଶନ୍‌, ଟ୍ରାଞ୍ଜାକ୍ସନ୍ ହିଷ୍ଟ୍ରି, ଏବଂ ଅତିରିକ୍ତ ଟିକେଟ୍ ପରି ସୂଚନା ଏକ କଣ୍ଟାକ୍ଟ୍‌ଲେସ୍ କାର୍ଡ୍‌ ରୀଡର୍ ଦ୍ୱାରା ଆକ୍ସେସ୍ କରାଯାଇପାରେ। ଯଦି କାର୍ଡ୍‌ଟି ଆପଣଙ୍କ ଏକ୍ସ୍‌ପ୍ରେସ୍ ଟ୍ରାଞ୍ଜିଟ୍ କାର୍ଡ୍‌ (ଏକ ସେଟିଂ ଯାହା ଆପଣଙ୍କୁ Touch ID, Face ID କିମ୍ୱା ପାସ୍‌କୋଡ୍‌ ବିନା ନେଣଦେଣ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦିଏ) ଭାବରେ ସେଟ୍‌ ହୋଇଥାଏ, ଏହି ସୂଚନା ଯେକୌଣସି ନିକଟସ୍ଥ କଣ୍ଟାକ୍ଟ୍‌ଲେସ୍‌ କାର୍ଡ୍‌ ରୀଡର୍ ଦ୍ୱାରା ଆକ୍ସେସ୍ କରାଯାଇପାରିବ। ଆପଣ ନିଜର iOS ଡିଭାଇସ୍‌ରେ ସେଟିଂସ୍ > ୱଲେଟ୍ ଓ Apple Payକୁ ଯାଇ କିମ୍ବା Apple Watch ଆପ୍‌ରେ ୱଲେଟ୍ ଓ Apple Pay > ଏକ୍ସପ୍ରେସ୍ ଟ୍ରାଞ୍ଜିଟ୍ କାର୍ଡ୍‌କୁ ଟାପ୍‌ କରି ଏବଂ ଏକ ପେମେଣ୍ଟ୍‌ କାର୍ଡ୍ ଟାପ୍ କରି ଏକ୍ସ୍‌ପ୍ରେସ୍ ଟ୍ରାଞ୍ଜିଟ୍‌କୁ ପରିଚାଳନା କରିପାରିବେ।

ରିୱାର୍ଡ୍‌‌ ଏବଂ ଗିଫ୍ଟ୍‌ କାର୍ଡ୍‌ ଯୋଡ଼ିବା ଏବଂ ପରିଚାଳନା କରିବା

ଆପଣ ଚୟନିତ ଷ୍ଟୋର୍‌ରେ କଣ୍ଟାକ୍ଟ୍‌ଲେସ୍‌ ରିୱାର୍ଡ୍‌ ଏବଂ ଗିଫ୍ଟ୍‌ କାର୍ଡ୍‌ ନେଣଦେଣ କରିବାକୁ ୱଲେଟ୍‌ରେ ଷ୍ଟୋର୍ ହୋଇଥିବା ଯୋଗ୍ୟ ରିୱାର୍ଡ୍‌ ଏବଂ ଗିଫ୍ଟ୍‌ କାର୍ଡ୍‌ ବ୍ୟବହାର କରିପାରିବେ। ଯଦି ଆପଣ ୱଲେଟ୍‌ରେ ରିୱାର୍ଡ୍‌ କିମ୍ବା ଗିଫ୍ଟ୍‌ କାର୍ଡ୍‌ ଯୋଡ଼ନ୍ତି, ଆପଣଙ୍କ ଆକାଉଣ୍ଟ୍‌ କିମ୍ୱା କାର୍ଡ୍‌ ବିଷୟରେ ସୂଚନା (ଚିହ୍ନଟକାରୀ ସମେତ) ଆପଣଙ୍କ ଡିଭାଇସ୍‌ରେ ଷ୍ଟୋର୍ ହେବ ଏବଂ iCloud ମାଧ୍ୟମରେ ସିଙ୍କ୍ ହେବ। ଆପଣ ସେଟିଂସ୍‌ > [ଆପଣଙ୍କ ନାମ] > iCloud > iCloud ବ୍ୟବହାର କରୁଥିବା ଆପ୍‌ > “ସବୁ ଦେଖନ୍ତୁ”କୁ ଯାଇ ଏବଂ ୱଲେଟ୍ ବନ୍ଦ କରିବାକୁ ଟ୍ୟାପ୍ କରି iCloud ସିଙ୍କ୍ ଅକ୍ଷମ କରିପାରିବେ।

Apple Gift Card ରୀଡିମ୍ କରିବା କିମ୍ୱା ଆପଣଙ୍କ Apple ଆକାଉଣ୍ଟ୍‌ ବାଲାନ୍ସ୍‌ରେ ମୂଲ୍ୟ ଯୋଡ଼ିବା ପରେ, ଆପଣଙ୍କ Apple ଆକାଉଣ୍ଟ୍‌ କାର୍ଡ୍ ୱଲେଟ୍‌ରେ ଯୋଡ଼ାଯିବ ଯାହା ଦ୍ୱାରା ଆପଣ ସହଜରେ ଆପଣଙ୍କର ନବୀନତମ ନେଣଦେଣ ଦେଖିପାରିବେ ଏବଂ Apple ଷ୍ଟୋର୍‌ରେ ଆପଣଙ୍କ Apple ଆକାଉଣ୍ଟ୍‌ ବାଲାନ୍ସ୍‌ ବ୍ୟବହାର କରିପାରିବେ।

ଯେତେବେଳେ ଆପଣ ଷ୍ଟୋର୍‌ରେ ରିୱାର୍ଡ୍‌ କିମ୍ବା ଗିଫ୍ଟ୍‌ କାର୍ଡ୍‌ ବ୍ୟବହାର କରନ୍ତି, ପେମେଣ୍ଟ୍‌ ଟର୍ମିନଲ୍‌ ନେଣଦେଣର ଏକ ଅଂଶ ଭାବରେ ଆପଣଙ୍କ ଡିଭାଇସ୍‌ରେ ଏହାର ସମ୍ବନ୍ଧିତ ରିୱାର୍ଡ୍‌ କିମ୍ବା ଗିଫ୍ଟ୍‌ କାର୍ଡ୍‌ରୁ ରିୱାର୍ଡ୍‌ କିମ୍ବା ଗିଫ୍ଟ୍‌ କାର୍ଡ୍‌ ଚିହ୍ନଟକାରୀ ଅନୁରୋଧ କରିପାରେ। ଆପଣ ୱଲେଟ୍‌ରେ କାର୍ଡ୍ ଚୟନ କରି ଏବଂ କାର୍ଡ୍ ବିବରଣୀରେ ସ୍ୱୟଂଚାଳିତ ଚୟନ ଅକ୍ଷମ କରି ଏହି କାର୍ଯ୍ୟକାରିତା ଅକ୍ଷମ କରିପାରିବେ। ଚୟନିତ ଷ୍ଟୋର୍‌ଗୁଡ଼ିକରେ, ଯଦି ପେମେଣ୍ଟ୍‌ ଟର୍ମିନଲ୍‌ ଆପଣଙ୍କ ଡିଭାଇସ୍‌ରୁ ଏକ ରିୱାର୍ଡ୍‌ କାର୍ଡ୍‌ ଚିହ୍ନଟକାରୀ ପ୍ରାପ୍ତ କରେ ନାହିଁ, ତେବେ ଏହା ଏକ ନୋଟିଫିକେଶନ୍‌ ପଠାଇପାରେ ଯେଉଁଥିରେ ପଚରାଯାଇଥାଏ ଯେ ଆପଣ ୱଲେଟ୍‌ରେ ଆପଣଙ୍କ ରିୱାର୍ଡ୍‌ କାର୍ଡ୍‌ ଯୋଡ଼ିବାକୁ ଚାହୁଁଛନ୍ତି କି ନାହିଁ କିମ୍ବା ଯଦି ଆପଣ ସଦସ୍ୟ ନୁହନ୍ତି ତେବେ ମର୍ଚଣ୍ଟ୍‌ଙ୍କ ରିୱାର୍ଡ୍‌ ପ୍ରୋଗ୍ରାମ୍‌ ପାଇଁ ସାଇନ୍ ଅପ୍ କରିବାକୁ ଚାହାନ୍ତି କି ନାହିଁ। ରିୱାର୍ଡ୍‌ ପାଇଁ ସାଇନ୍ ଅପ୍ କରିବା କ୍ଷେତ୍ରରେ, ମର୍ଚଣ୍ଟ୍‌ ଆପଣଙ୍କୁ ସେମାନଙ୍କୁ ଆପଣଙ୍କ ନାମ, ପିନ୍‌ କୋଡ୍, ଇମେଲ୍ ଠିକଣା, ଏବଂ ଫୋନ୍ ନମ୍ବର୍ ଭଳି ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିପାରନ୍ତି। ଯଦିଓ ଆପଣ କୌଣସି ମର୍ଚଣ୍ଟ୍‌ ରିୱାର୍ଡ୍‌ କାର୍ଡ୍‌କୁ ବ୍ୟକ୍ତିଗତ କରିବା ସମୟରେ Apple ନୋଟିସ୍ ପ୍ରାପ୍ତ କରିବ, ଆପଣ ଶେୟର୍‌ କରିଥିବା ସୂଚନା ଆପଣଙ୍କ ଡିଭାଇସ୍‌ରୁ ସିଧାସଳଖ ମର୍ଚଣ୍ଟ୍‌ଙ୍କୁ ପଠାଯିବ ଏବଂ ମର୍ଚଣ୍ଟ୍‌ଙ୍କ ଗୋପନୀୟତା ନୀତି ଅନୁଯାୟୀ ବିବେଚନା କରାଯିବ।

ଷ୍ଟୁଡେଣ୍ଟ୍‌ ID କାର୍ଡ୍‌ ଯୋଡ଼ିବା ଏବଂ ପରିଚାଳନା କରିବା

ଯଦି ଆପଣ ୱଲେଟ୍‌ରେ ଏକ ସମର୍ଥିତ ଷ୍ଟୁଡେଣ୍ଟ୍‌ ID କାର୍ଡ୍ ଯୋଡ଼ିବାକୁ ଚୟନ କରନ୍ତି, ଆପଣଙ୍କ ଷ୍ଟୁଡେଣ୍ଟ୍‌ ID କାର୍ଡ୍‌ ଏବଂ ନିର୍ଦ୍ଦିଷ୍ଟ ଡିଭାଇସ୍ ସେଟିଂସ୍ ସକ୍ଷମ ହୋଇଛି କି ନାହିଁ, ସେ ସମ୍ବନ୍ଧୀୟ ସୂଚନା Appleକୁ ପ୍ରଦାନ କରାଯାଇପାରେ। ଆପଣଙ୍କ ID କାର୍ଡ୍‌ ସକ୍ଷମ କରିବା, ଯୋଗ୍ୟତା ନିର୍ଦ୍ଧାରଣ କରିବା, ଆପଣଙ୍କ କାର୍ଡ୍‌ ସେଟ୍ ଅପ୍ କରିବା ଏବଂ ଠକେଇକୁ ରୋକିବା ପାଇଁ Apple ଦ୍ବାରା ଆପଣଙ୍କ ସ୍କୂଲ୍‌ ଏବଂ ସ୍କୂଲ୍‌ ଦ୍ୱାରା ଅନୁମୋଦିତ ପ୍ରୋଭାଇଡର୍‌ମାନଙ୍କୁ ମଧ୍ୟ ସୂଚନା ପ୍ରଦାନ କରାଯାଇପାରେ, ଯେଉଁଥିରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୁକ୍ତ ଅଛି:

  • ଆପଣଙ୍କ ଷ୍ଟୁଡେଣ୍ଟ୍‌ ID କାର୍ଡ୍‌ ନମ୍ବର୍‌
  • ଆପଣଙ୍କ Apple ଆକାଉଣ୍ଟ୍‌ ସମ୍ବନ୍ଧିତ ନାମ ଓ ବିଲିଂ ଠିକଣା
  • ଆପଣଙ୍କ ଡିଭାଇସ୍ ବିଷୟରେ ସୂଚନା ଏବଂ ଯଦି Apple Watch ବ୍ୟବହାର କରୁଥାନ୍ତି, ତେବେ ପେୟର୍‌ ହୋଇଥିବା iOS ଡିଭାଇସ୍ (ଉଦାହରଣ ସ୍ୱରୂପ, ଡିଭାଇସ୍ ଚିହ୍ନଟକାରୀ, ଏବଂ ଆପଣଙ୍କ ଡିଭାଇସ୍‌ର ମଡେଲ୍)

Apple ଆପଣଙ୍କ ଷ୍ଟୁଡେଣ୍ଟ୍‌ ID ଫଟୋ ପ୍ରାପ୍ତ କରେ ଏବଂ ଏହାକୁ ଆପଣଙ୍କ Apple ଆକାଉଣ୍ଟ୍‌ ସହିତ ଷ୍ଟୋର୍ କରେ। ଯେତେବେଳେ ଆପଣ ଷ୍ଟୁଡେଣ୍ଟ୍‌ ID କାର୍ଡ୍‌ ବ୍ୟବହାର କରନ୍ତି ଏବଂ ଯଦି କାର୍ଡ୍‌ ଏକ୍ସ୍‌ପ୍ରେସ୍ ମୋଡ୍‌ (ଏକ ସେଟିଂ ଯାହା ଆପଣଙ୍କୁ Touch ID, Face ID, କିମ୍ୱା ପାସ୍‌କୋଡ୍ ବିନା ନେଣଦେଣ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦିଏ)ରେ କାର୍ଯ୍ୟ କରିବାକୁ ସେଟ୍ ହୋଇଥାଏ, ତେବେ କଣ୍ଟାକ୍ଟ୍‌ଲେସ୍‌ କାର୍ଡ୍‌ ରୀଡର୍‌ ଆପଣଙ୍କ ID କାର୍ଡ୍‌ ନମ୍ବର୍‌ ଆକ୍ସେସ୍ କରିପାରିବ। ଆପଣ ନିଜ iPhoneରେ ସେଟିଂସ୍‌ > ୱଲେଟ୍ ଓ Apple Payରେ କିମ୍ବା Apple Watch ଆପ୍‌ରେ ୱଲେଟ୍ ଓ Apple Payରେ ଟାପ୍ କରି ଏକ୍ସପ୍ରେସ୍ ମୋଡ୍ ପରିଚାଳନା କରିପାରିବେ।

କାର୍‌ କୀ’ ଯୋଡ଼ିବା ଏବଂ ପରିଚାଳନା କରିବା

ୱଲେଟ୍‌ ଆପଣଙ୍କୁ ନିର୍ଦ୍ଦିଷ୍ଟ ଯାନ ପାଇଁ କାର୍ କୀ’ ଯୋଡ଼ିବା ଏବଂ ଶେୟର୍‌ କରିବାକୁ ଅନୁମତି ଦେଇଥାଏ। ଆପଣ ଯାନକୁ ନିଜର ବୋଲି ଦାବି କରିବାକୁ ପେୟରିଂ କୋଡ୍‌ ଏଣ୍ଟର୍‌ କରି ଏବଂ ଆପଣଙ୍କର ଡିଭାଇସ୍‌କୁ ନିଜର ଯାନ ସହିତ ପେୟର୍‌ କରି ୱଲେଟ୍‌ରେ କାର୍ କୀ’ ଯୋଡ଼ିପାରିବେ। ଯଦି ସଫଳ ହୁଏ, ଆପଣଙ୍କ ଡିଭାଇସ୍ Appleକୁ ପଞ୍ଜୀକରଣର ସତ୍ଯତା ସୁନିଶ୍ଚିତ କରି ସୂଚନା ପଠାଏ, ଯାହା Apple ଯାନ ନିର୍ମାତାଙ୍କୁ ପଠାଇଥାଏ; କେବଳ ଯାନ ନିର୍ମାତା ହିଁ ଏହି ସୂଚନା ଦେଖିପାରିବେ Apple ନୁହେଁ।

ଆପଣଙ୍କ କାର୍ କୀ’ ସେଟ୍ ଅପ୍ କରିବାକୁ, Apple ଆପଣଙ୍କ ଯାନ ନିର୍ମାତାଙ୍କ ସହିତ ଏକ ଚିହ୍ନଟକାରୀ ଶେୟର୍‌ କରେ। ଏହି ଡିଭାଇସ୍ ଚିହ୍ନଟକାରୀ ପ୍ରତ୍ୟେକ ଯାନ ନିର୍ମାତାଙ୍କ ପାଇଁ ଭିନ୍ନ ଅଟେ ଏବଂ ସେଟିଂସ୍‌ > ସାଧାରଣ > ରୀସେଟ୍‌ କରନ୍ତୁ > “ସମସ୍ତ କଣ୍ଟେଣ୍ଟ୍‌ ଓ ସେଟିଂସ୍ ଇରେଜ୍ କରନ୍ତୁ”କୁ ଯାଇ ରୀସେଟ୍‌ କରାଯାଇ ପାରିବ। ଆପଣଙ୍କ ଯାନ ନିର୍ମାତା ଏହି ଡିଭାଇସ୍ ଚିହ୍ନଟକାରୀଙ୍କୁ ତାଙ୍କ ପାଖରେ ଆପଣଙ୍କ ବିଷୟରେ ଥିବା ଅନ୍ୟ ସୂଚନା ସହିତ ସଂଯୁକ୍ତ କରିପାରିବେ ଏବଂ ଏହାର ଗୋପନୀୟତା ନୀତି ଅନୁଯାୟୀ ଆପଣଙ୍କ ସମ୍ଭନ୍ଧରେ ଥିବା ସୂଚନା ପ୍ରକ୍ରିୟାନ୍ବିତ କରିବେ।

ଆପଣ ଆପଣଙ୍କ କାର୍ କୀ’ ପାସ୍ ପଛରେ “ଆମନ୍ତ୍ରଣ କରନ୍ତୁ” ଟାପ୍ କରି, ଆପଣ ପ୍ରଦାନ କରିବାକୁ ଚାହୁଁଥିବା ଆକ୍ସେସ୍ ପ୍ରକାର ଚୟନ କରି ଏବଂ iMessage ବ୍ୟବହାର କରି କାର୍‌ କୀ’ ପାସ୍ ଶେୟର୍‌ କରିପାରିବେ। କାର୍ କୀ ପାସ୍ ସେଟ୍ ଅପ୍ ଏବଂ ପରିଚାଳନା କରିବାରେ ସାହାଯ୍ୟ କରିବା ପାଇଁ, Apple ଯାନ ନିର୍ମାତାଙ୍କୁ ସୂଚନା ପଠାଇଥାଏ ଯେ କାହା ସହିତ ପାସ୍ ଶେୟର୍‌ କରାଯାଇଛି ଏବଂ କେଉଁ ସ୍ତରର ଆକ୍ସେସ୍ ପ୍ରଦାନ କରାଯାଇଛି; Apple ଏହି ସୂଚନା ଦେଖେ ନାହିଁ। Apple ଯାନ ନିର୍ମାତାଙ୍କ ସହିତ ପାସ୍ ପ୍ରାପ୍ତକର୍ତ୍ତାଙ୍କ ପାଇଁ ଚିହ୍ନଟକାରୀ ମଧ୍ଯ ଶେୟର୍‌ କରିଥାଏ, ଯାହା ଦ୍ୱାରା ସେମାନେ ଆପଣଙ୍କ ପାସ୍ ପରିଚାଳନା କରିବାକୁ ସକ୍ଷମ ହୋଇପାରିବେ। ପାସ୍ ପ୍ରାପ୍ତକର୍ତ୍ତାଙ୍କ ସମ୍ବନ୍ଧରେ, ଯେପରିକି ମାଲିକଙ୍କ କ୍ଷେତ୍ରରେ ଘଟିଥାଏ, ଯାନ ନିର୍ମାତା ଡିଭାଇସ୍ ଚିହ୍ନଟକାରୀକୁ ପ୍ରାପ୍ତକର୍ତ୍ତାଙ୍କ ବିଷୟରେ ଥିବା ଅନ୍ୟ ସୂଚନା ସହିତ ସଂଯୁକ୍ତ କରିପାରିବେ ଏବଂ ସେହି ସୂଚନାକୁ ଏହାର ଗୋପନୀୟତା ନୀତି ଅନୁଯାୟୀ ପ୍ରକ୍ରିୟା କରିପାରିବେ।

Apple ଯାନ ବ୍ୟବହାର ବିଷୟରେ ସୂଚନା ସଂଗ୍ରହ କରେ ନାହିଁ କିମ୍ବା ରଖେ ନାହିଁ, ଯେପରିକି ଆପଣ କେତେବେଳେ ଯାନକୁ ଲକ୍ କିମ୍ବା ଅନଲକ୍ କରିବା ପାଇଁ ଆପଣଙ୍କ କାର୍‌ କୀ’ ପାସ୍ ବ୍ୟବହାର କରନ୍ତି। ଆପଣଙ୍କ ଯାନ ନିର୍ମାତା ତାଙ୍କ ସହିତ ଆପଣଙ୍କର ଚୁକ୍ତିନାମା ଅନୁଯାୟୀ ଯାନର ବ୍ୟବହାର ସୂଚନା ସଂଗ୍ରହ କରିପାରିବେ। ଅଧିକ ସୂଚନା ପାଇଁ ଆମେ ଆପଣଙ୍କ ଯାନ ନିର୍ମାତାଙ୍କ ଗୋପନୀୟତା ନୀତି ସମୀକ୍ଷା କରିବାକୁ ଆପଣଙ୍କୁ ଉତ୍ସାହିତ କରୁଛୁ।

ହୋମ୍ କୀ’ ଯୋଡ଼ିବା ଏବଂ ପରିଚାଳନା କରିବା

ଏକ HomeKit ସକ୍ଷମ ଲକ୍ ଆପଣଙ୍କ ଘରେ ଯୋଡ଼ାଯିବା ସମୟରେ, ଯେପରିକି ଘର ଆପ୍‌ ସହିତ ଏକ ଲକ୍ ଯୋଡ଼ାଯିବା ସମୟରେ, ୱଲେଟ୍‌ରେ ଏକ ହୋମ୍ କୀ’ ସ‍୍ବୟଂଚାଳିତ ଭାବରେ ଯୋଡ଼ି ଦିଆଯାଏ। ପ୍ରତି ଘରେ ଗୋଟିଏ ହୋମ୍ କୀ’ ଅଛି; ଯଦି ଆପଣଙ୍କ ଘରେ ଏକାଧିକ ଲକ୍ ଅଛି, ତେବେ ଆପଣ HomeKit-ସକ୍ଷମ ଲକ୍‌ଗୁଡ଼ିକ ପରିଚାଳନା କରିବାକୁ ଘର ଆପ୍‌ କିମ୍ୱା ଆପଣ ବ୍ୟବହାର କରୁଥିବା ଅନ୍ୟ କୌଣସି ଆପ୍‌ ମଧ୍ୟରେ ଥିବା ଲକ୍‌ଗୁଡ଼ିକ ଦେଖିପାରିବେ ଏବଂ ପରିଚାଳନା କରିପାରିବେ। ଯେତେବେଳେ ଆପଣ ଆଉ ଘରର ସଦସ୍ୟ ହୋଇ ରହିବେ ନାହିଁ କିମ୍ବା ସମସ୍ତ HomeKit-ସକ୍ଷମ ଲକ୍‌ଗୁଡ଼ିକ ଘରୁ କାଢ଼ି ଦିଆଯିବ, ସେତେବେଳେ ଆପଣଙ୍କ ହୋମ୍ କୀ’ ସ୍ବୟଂଚାଳିତ ଭାବରେ ୱଲେଟ୍‌ରୁ ଡିଲିଟ୍‌ କରି ଦିଆଯିବ।

ସ୍ବାସ୍ଥ୍ୟ ଆପ୍‌ରୁ ଟୀକାକରଣ କାର୍ଡ୍‌ ଯୋଡ଼ିବା ଏବଂ ପରିଚାଳନା କରିବା

ଯେତେବେଳେ ଆପଣ ସ୍ୱାସ୍ଥ୍ୟ ଆପ୍‌ରେ ନିଜର ଟିକାକରଣ ରେକର୍ଡ୍‌ ଯୋଡ଼ିବା ପାଇଁ ଏକ QR କୋଡ୍ କିମ୍ୱା ଏକ ଡାଉନଲୋଡ୍ ଲିଙ୍କ୍ ବ୍ୟବହାର କରିବେ, ତେବେ ଆପଣ ନିଜ ଟିକାକରଣ କାର୍ଡ୍‌କୁ ଶୀଘ୍ର ଆକ୍ସେସ୍ କରିପାରିବେ, ଆପଣଙ୍କ ଟିକାକରଣ କାର୍ଡ୍‌ ୱଲେଟ୍‌ରେ ମଧ୍ୟ ଯୋଡ଼ାଯିବ। ୱଲେଟ୍‌ରେ ଟିକାକରଣ କାର୍ଡ୍‌ ଯୋଡ଼ାଯିବା ସମୟରେ, ଆପଣଙ୍କ ଟିକାକରଣ ରେକର୍ଡ୍‌ର ଏକ କପି ୱଲେଟ୍‌ ଦ୍ବାରା ଡିଭାଇସ୍‌ରେ ଷ୍ଟୋର୍‌ ହୋଇଥାଏ, ଯେଉଁଥିରେ ଆପଣ ଟିକାକରଣ କାର୍ଡ୍‌ ଯୋଡ଼ିଥିଲେ। ଆପଣଙ୍କ ଟିକାକରଣ କାର୍ଡ୍‌ରେ ଆପଣଙ୍କ ନାମ, ଜନ୍ମ ତାରିଖ, ଟିକାର ପ୍ରକାର ଏବଂ ଟିକାକରଣ ତାରିଖ ପରି ସୂଚନା ଅନ୍ତର୍ଭୁକ୍ତ ହୋଇଥାଏ। ଆପଣଙ୍କ ଟିକାକରଣ କାର୍ଡ୍‌ ପ୍ରଦର୍ଶନ କରିବା ପାଇଁ ଏହି ସୂଚନା ଆପଣଙ୍କ ଡିଭାଇସ୍ ଦ୍ୱାରା ବ୍ୟବହୃତ ହୁଏ। ୱଲେଟ୍‌ରେ ଷ୍ଟୋର୍ କରାଯାଇଥିବା ଟିକାକରଣ କାର୍ଡ୍ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ସିଙ୍କ୍ କରାଯାଇ ନାହିଁ ଏବଂ ତାହାକୁ iCloudରେ ବ‍୍ୟାକ୍‌ ଅପ୍ କରାଯିବ ନାହିଁ। Apple ଆପଣଙ୍କ ଟିକାକରଣ କାର୍ଡ୍‌ରେ ଥିବା ସୂଚନା କିମ୍ବା ଆପଣଙ୍କ ଟିକାକରଣ କାର୍ଡ୍‌ର ବ୍ୟବହାର ବିଷୟରେ ସୂଚନା ଦେଖିପାରିବ ନାହିଁ।

ଆପଣଙ୍କ ଟିକାକରଣ କାର୍ଡ୍‌ର ସମ୍ପୂର୍ଣ୍ଣ ବିବରଣୀ ଆପଣ Face ID, Touch ID କିମ୍ବା ପାସ୍‌କୋଡ୍‌ ସାହାଯ୍ଯରେ ପ୍ରମାଣିତ ନ କରିବା ପର୍ଯ୍ଯନ୍ତ iPhone ଲକ୍‌ ସ୍କ୍ରୀନ୍ ଉପରେ ଦେଖାଯିବ ନାହିଁ। ଆପଣଙ୍କ ଟିକାକରଣ କାର୍ଡ୍ ବିବରଣୀ ଉପସ୍ଥାପନ କରିବା ପାଇଁ ଆପଣଙ୍କୁ ପ୍ରଥମେ ପ୍ରମାଣୀକରଣ କରିବାକୁ ହେବ। ପ୍ରମାଣିତ ହେବା ପରେ, ଆପଣଙ୍କ ଡିଭାଇସ୍‌କୁ ଆକ୍ସେସ୍‌ ଥିବା ଯେକୌଣସି ବ୍ଯକ୍ତି ଆପଣଙ୍କ ଡିଭାଇସ୍‌ର ସ୍କ୍ରୀନ୍‌ରେ ଡିସ୍‌ପ୍ଲେ ହେବା ସମୟରେ ଆପଣଙ୍କ ଟିକାକରଣ କାର୍ଡ୍‌କୁ ଦେଖିବାରେ ସକ୍ଷମ ହୋଇପାରନ୍ତି ତେଣୁ ଆପଣଙ୍କ ଡିଭାଇସ୍‌କୁ ସୁରକ୍ଷା ଦେବା ପାଇଁ ଆପଣ ସତର୍କତା ଅବଲମ୍ବନ କରିବା ଉଚିତ।

ଆପଣ ନିଜ ୱଲେଟ୍‌ରୁ ଯେକୌଣସି ସମୟରେ ଟିକାକରଣ କାର୍ଡ୍‌କୁ କାଢ଼ି ପାରିବେ। ୱଲେଟ୍‌ରୁ ଆପଣଙ୍କ ଟିକାକରଣ କାର୍ଡ୍‌କୁ କାଢ଼ି ଦେବା ଦ୍ବାରା ସ୍ବାସ୍ଥ୍ଯ ଆପ୍‌ରେ ଷ୍ଟୋର୍ ହୋଇଥିବା ଆପଣଙ୍କ ଟିକାକରଣ ରେକର୍ଡ୍‌ର କପିକୁ ଡିଲିଟ୍ କରେ ନାହିଁ। ଆପଣ ନିଜ ସ୍ବାସ୍ଥ୍ୟ ଆପ୍‌ରୁ ଯେକୌଣସି ସମୟରେ ଟିକାକରଣ ରେକର୍ଡ୍‌କୁ ଡିଲିଟ୍ କରିପାରିବେ। ଯଦି ଆପଣ ସ୍ବାସ୍ଥ୍ଯ ଆପ୍‌ରୁ ଆପଣଙ୍କ ଟିକାକରଣ ରେକର୍ଡ୍‌ ଡିଲିଟ୍‌ କରନ୍ତି, ୱାଲେଟ୍‌ରେ ସମ୍ବନ୍ଧିତ ଟିକାକରଣ କାର୍ଡ୍ ମଧ୍ୟ ଡିଲିଟ୍‌ ହୋଇଯିବ।

ଅଟୋଫିଲ୍ କାର୍ଡ୍‌

ଆପଣଙ୍କ ସୁବିଧା ପାଇଁ, ଆପଣଙ୍କ ଦ୍ବାରା ସେଭ୍ କରାଯାଇଥିବା ଅଟୋଫିଲ୍ କାର୍ଡ ବର୍ତ୍ତମାନ ସେଟିଂସ୍ > ୱଲେଟ୍ ଏବଂ Apple Pay କୁ ଯାଇ ପରିଚାଳନା କରାଯାଇପାରିବ। ଅଟୋଫିଲ୍ କାର୍ଡ୍‌ ଆପଣଙ୍କର iCloud କୀ’ଚେନ୍‌ରେ ଷ୍ଟୋର୍ ହୋଇଥାଏ, Apple ୱଲେଟ୍‌ରେ ନୁହେଁ। ଆପଣ ସେଟିଂସ୍ > ୱଲେଟ୍ ଓ “Apple Pay”କୁ ଯାଇ ଏବଂ “Apple Pay ସହିତ ଏହି କାର୍ଡ୍‌ ବ୍ୟବହାର କରନ୍ତୁ” ଚାଲୁ କରି ଅଟୋଫିଲ୍ ବ୍ଯବହାର କରିବାକୁ ବାଛିପାରନ୍ତି। ସକ୍ଷମ କରାଗଲେ, ଆପଣଙ୍କ ଡିଭାଇସ୍ Apple Pay ର ଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ଆପଣଙ୍କ iCloud କୀ’ଚେନ୍‌ରୁ ଆପଣଙ୍କ ଅଟୋଫିଲ୍ କାର୍ଡ୍‌ ନମ୍ବର୍‌କୁ ଆପଣଙ୍କ କାର୍ଡ୍‌ର ପେମେଣ୍ଟ୍‌ ନେଟ୍‌ୱର୍କ୍‌ ସହ ଶେୟର୍ କରେ। ଯଦି ଯୋଗ୍ୟ, ତେବେ ଅଧିକ ସୁରକ୍ଷିତ ନେଣଦେଣକୁ ସକ୍ଷମ କରିବାରେ ସହାୟତା କରିବା ପାଇଁ ଆପଣ ନିଜର ସେଭ୍ କରାଯାଇଥିବା ଅଟୋଫିଲ୍ କାର୍ଡ୍‌କୁ Apple Pay ରେ ଯୋଡ଼ିବା ପାଇଁ ଅଗ୍ରସର ହୋଇପାରିବେ।

ଆପଣଙ୍କ ସହିତ ଯୋଗାଯୋଗ

Apple ଆପଣ ୱଲେଟ୍‌ରେ ଯୋଡ଼ିଥିବା ପାସ୍‌ର ପ୍ରକାର ଏବଂ ଆପଣଙ୍କର iCloud ପରିବାର ସ୍ଥିତି ସମେତ ଆପଣଙ୍କ ଆକାଉଣ୍ଟ୍‌ ବିଷୟରେ ଆପଣଙ୍କୁ Apple ୱଲେଟ୍‌ ଏବଂ ଅନ୍ଯ Apple ପ୍ରଡକ୍ଟ୍‌, ସେବା ଏବଂ ଆପଣଙ୍କ ଆଗ୍ରହ ଥିବା ଅଫର୍ ବିଷୟରେ ଯୋଗାଯୋଗ ପଠାଇବାକୁ ସୂଚନା ବ୍ୟବହାର କରିପାରେ। ପ୍ରାସଙ୍ଗିକ ଯୋଗାଯୋଗ ଚିହ୍ନଟ କରିବା ପାଇଁ ଆପଣଙ୍କ ଡିଭାଇସ୍ Apple ୱଲେଟ୍‌ ମଧ୍ୟରେ ଥିବା ଆପଣଙ୍କ ଆକ୍ଟିଭିଟି ଏବଂ ଆପଣଙ୍କର ଆନୁମାନିକ ଲୋକେଶନ୍ (ଯେଉଁଠାରେ ଲୋକେଶନ୍ ସେବା ସକ୍ଷମ କରାଯାଇଛି) ବିଷୟରେ ସୂଚନା ମଧ୍ୟ ବ୍ୟବହାର କରିପାରେ। ଉଦାହରଣ ସ୍ୱରୂପ, ଆପଣଙ୍କ ଡିଭାଇସ୍ ଶେୟର୍‌ କରିପାରେ ଯେ ଆପଣଙ୍କ ମେଟ୍ରୋପଲିଟନ୍‌ ଅଞ୍ଚଳରେ ଏକ Apple Wallet ଟ୍ରାଞ୍ଜିଟ୍ ପାସ୍ ଉପଲବ୍ଧ ଅଛି। ଆପଣଙ୍କର Apple ୱଲେଟ୍‌ ଆକ୍ଟିଭିଟି କିମ୍ବା ଆନୁମାନିକ ଲୋକେଶନ୍ ସୂଚନା ଆପଣଙ୍କ ଡିଭାଇସ୍‌କୁ ଜଣା ଅଛି, Apple କୁ ନୁହେଁ। ଆପଣ ସେଟିଂସ୍ > ୱଲେଟ୍ ଏବଂ Apple Pay କୁ ଯାଇ ଆପଣଙ୍କର ଯୋଗାଯୋଗ ପ୍ରାଥମିକତାକୁ ପରିବର୍ତ୍ତନ କରିପାରିବେ।

ବ୍ଯକ୍ତିଗତ ଡେଟା ପ୍ରକ୍ରିୟାକରଣ କରିବା ପାଇଁ ପ୍ରଯୁଜ୍ଯ ଆଇନଗତ ଆଧାର

ଆମେ ସାଧାରଣତଃ ସେବା ପ୍ରଦାନ କରିବା ପାଇଁ ଏବଂ ଆମ ଆଇନଗତ ବାଧ‍୍ୟତାଗୁଡ଼ିକର ଅନୁପାଳନ କରିବା ପାଇଁ ଆବଶ୍ୟକ ଅନୁଯାୟୀ Apple ସହ ଥିବା ଆପଣଙ୍କ ଚୁକ୍ତିର କାର୍ଯ‍୍ୟଦକ୍ଷତା ପାଇଁ ଆପଣଙ୍କ ୱଲେଟ୍‌ ପର୍ସନଲ୍ ଡେଟା ପ୍ରକ୍ରିୟାନ୍ୱିତ କରୁ। ଯେଉଁଠାରେ ସମ୍ମତି ଉପଯୁକ୍ତ ଆଇନଗତ ଆଧାର ଅଟେ, ସେଠାରେ ଆମେ ଏହାକୁ ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଅନୁଯାୟୀ ପ୍ରାପ୍ତ କରିବାକୁ ଚେଷ୍ଟା କରୁ।

ଯେଉଁଠାରେ ପ୍ରଯୁଜ୍ୟ ଆଇନ ଅନୁମତି ପ୍ରଦାନ କରେ, ଆମେ ନିମ୍ନଲିଖିତ ବର୍ଗର ପର୍ସନଲ୍‌ ଡେଟାକୁ ଆମର କିମ୍ବା ତୃତୀୟ ପକ୍ଷର ଆଇନସଙ୍ଗତ ଉଦ୍ଦେଶ୍ୟରେ ଆବଶ୍ୟକ ଅନୁଯାୟୀ ପ୍ରକ୍ରିୟାନ୍ବିତ କରିଥାଉ, ଯେଉଁଥିରେ ନିମ୍ନୋକ୍ତ ବିଷୟରେ ସୂଚନା ଅନ୍ତର୍ଭୁକ୍ତ:

  • ଆପଣଙ୍କ ଆକାଉଣ୍ଟ୍, ଯେପରିକି ଆପଣଙ୍କ ଆକାଉଣ୍ଟ୍ ସକ୍ରିୟ ଅଛି କି ନାହିଁ
  • ଆପଣଙ୍କ ଡିଭାଇସ୍, ଯେପରିକି ଡିଭାଇସ୍‌ର ପ୍ରକାର, ସଫ୍ଟ୍‌ୱେୟର୍ ଭର୍ଶନ୍ ଏବଂ ଡିଭାଇସ୍ ସିରିଏଲ୍ ନମ୍ବର୍‌
  • ଆପଣଙ୍କ ପାସ୍, ଯେପରିକି ଆପଣଙ୍କ ପାସ୍ ଉପରେ ଡିସ୍‌ପ୍ଲେ କରାଯାଇଥିବା ସୂଚନା
  • ଆପଣଙ୍କ ପାସ୍ ଜାରିକର୍ତ୍ତା, ଯେପରିକି ତୃତୀୟ ପକ୍ଷ ପାସ୍‌ ପାଇଁ ଅପ୍‌ଡେଟ୍ ପ୍ରଦାନ କରିବା ପାଇଁ ଅଧିକୃତ ଅଟେ
  • ଆପଣଙ୍କ ଦ୍ବାରା ୱଲେଟ୍‌ର ବ୍ୟବହାର, ଉଦାହରଣ ସ୍ୱରୂପ, ପାସ୍‌ର ସଂଖ୍ୟା ଏବଂ ପ୍ରକାର (ଉଦାହରଣ ସ୍ୱରୂପ, ହୋଟେଲ୍, କର୍ପୋରେଟ୍) ଯାହା ଆପଣ ଯୋଡ଼ିଛନ୍ତି, ଆପଣ ପାସ୍ ଶେୟର୍‌ କରିଥାନ୍ତୁ କି ନ କରିଥାନ୍ତୁ
  • ଆପଣଙ୍କ ଲୋକେଶନ୍‌

ଏହି ଆଇନସଙ୍ଗତ ଉଦ୍ଦେଶ‍୍ୟ ମଧ‍୍ଯରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୂକ୍ତ:

  • ପାସ୍ ଯୋଡ଼ିବା ଏବଂ ପରିଚାଳନା କରିବା
  • ଆପଣଙ୍କ ଏବଂ ଅନ୍ୟମାନଙ୍କ ପାଇଁ ସେବାକୁ ଉନ୍ନତ ଏବଂ ଅପ୍ଟିମାଇଜ୍ କରିବାରେ ସହାୟତା କରିବା
  • ଆପଣଙ୍କ ପାଇଁ ଅତି ପ୍ରାସଙ୍ଗିକ ଥିବା ଫୀଚର୍ ଡିସ୍କଭର୍‌ କରିବାରେ ସହାୟତା କରିବା ପାଇଁ
  • ଅଫର୍ ପାଇଁ ଯୋଗ୍ଯତା ଯାଞ୍ଚ କରାଯାଉଛି
  • Wallet ଏବଂ ଅନ‍୍ୟ Apple ପ୍ରଡକ୍ଟ୍, ସେବା, ଏବଂ ଆପଣଙ୍କର ଆଗ୍ରହ ଥିବା ଅଫର୍ ବିଷୟରେ ଆପଣଙ୍କୁ ସୂଚନା ପଠାଇବା
  • ଠକାମି ଓ ଅନ୍ଯ କ୍ଷତିକାରକ କାର୍ଯ‍୍ୟକଳାପର ପ୍ରତିରୋଧ କରିବା

ଅନ‍୍ୟ ସୂଚନା

କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ୍ ପରି କଣ୍ଟାକ୍ଟ୍‌ଲେସ୍ ପେମେଣ୍ଟ୍ ପାସ୍ ବିକ୍ଷୟରେ ସୂଚନା www.apple.com/in/legal/privacy/data/en/apple-payରେ Apple Pay ଓ ଗୋପନୀୟତାରେ ବର୍ଣ୍ଣନା କରାଯାଇଛି।

ୱଲେଟ୍ ଡେଟା ଯାହା ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରେ ନାହିଁ, ଯେପରିକି ଆପଣ ନୋଟିଫିକେଶନ୍‌ ସମେତ ୱଲେଟ୍ ଫୀଚର୍ ସହିତ କିପରି ଇଣ୍ଟରାକ୍ଟ୍‌ କରନ୍ତି, ସାଧାରଣତଃ ୱଲେଟ୍ ଏବଂ ଅନ୍ୟ Apple ଉତ୍ପାଦ ଏବଂ ସେବାଗୁଡ଼ିକ ଉନ୍ନତ କରିବାକୁ ସୀମିତ ସମୟ ପାଇଁ ରଖାଯାଇପାରେ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ।

2025-12-12